“ନୂତନ ଶକ୍ତି, ପ୍ରେରଣା ଏବଂ ସଂକଳ୍ପକୁ ଦୃଷ୍ଟିରେ ରଖି ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି”
“ଆଜି ସମଗ୍ର ବିଶ୍ୱର ନଜର ଭାରତ ଉପରେ ରହିଛି । ଭାରତ ପ୍ରତି ବିଶ୍ୱର ମନୋଭାବ ବଦଳିଛି”
“ଏତେ ସଂଖ୍ୟକ ଷ୍ଟେସନର ଆଧୁନିକୀକରଣ ଦେଶରେ ବିକାଶ ପାଇଁ ଏକ ନୂତନ ବାତାବରଣ ସୃଷ୍ଟି କରିବ”
“ଏହି ଅମୃତ ରେଳ ଷ୍ଟେସନଗୁଡିକ ଆମ ଐତିହ୍ୟର ପ୍ରତିଫଳନ ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଗର୍ବ ଅନୁଭବ କରିବାର ପ୍ରତୀକ ହେବ”
“ଭାରତୀୟ ରେଳବାଇକୁ ଆଧୁନିକ ତଥା ପରିବେଶ ଅନୁକୂଳ କରିବା ଉପରେ ଆମର ଗୁରୁତ୍ୱ ରହିଛି”
“ବର୍ତ୍ତମାନ ଏକ ଉନ୍ନତ ପରିଚୟ ଏବଂ ଆଧୁନିକ ଭବିଷ୍ୟତ ସହିତ ରେଳ ସଂଯୋଗ କରିବା ଆମର ଦାୟିତ୍ୱ”
“ନୂତନ ଭାରତରେ ବିକାଶ ଯୁବକମାନଙ୍କ ପାଇଁ ନୂଆ ସୁଯୋଗ ଆଣୁଛି ଏବଂ ଯୁବକମାନେ ଦେଶର ବିକାଶରେ ନୂଆ ଫର୍ଦ୍ଦ ଯୋଡୁଛନ୍ତି”
“ଅଗଷ୍ଟ ହେଉଛି କ୍ରାନ୍ତି, କୃତଜ୍ଞତା ଏବଂ କର୍ତ୍ତବ୍ୟର ମାସ । ଅନେକ ଐତିହାସିକ ଘଟଣା ଯାହା ଭାରତର ଇତିହାସକୁ ନୂଆ ଦିଗ ଦେଇଥିଲା ତାହା ଅଗଷ୍ଟରେ ଘଟିଥିଲା”
“ଆମର ସ୍ୱାଧୀନତା ଦିବସ ହେଉଛି ଆମର ତ୍ରିରଙ୍ଗା ଏବଂ ଆମ ଦେଶର ଅଗ୍ରଗତି ପ୍ରତି ଆମର ପ୍ରତିବଦ୍ଧତାକୁ ପୁନରାବୃତ୍ତି କରିବାର ସମୟ । ଗତ ବର୍ଷ ଭଳି, ଏଥର ମଧ୍ୟ ଆମକୁ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବାକୁ ପଡ଼ିବ”

ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାରା ଦେଶରେ ୫୦୮ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୨୪,୪୭୦ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ପୁନଃ ବିକାଶ ହେବାକୁ ଥିବା ଏହି ୫୦୮ ଷ୍ଟେସନ ୨୭ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି, ସେଥିମଧ୍ୟରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ୫୫ଟି କରି, ବିହାରରେ ୪୯, ମହାରାଷ୍ଟ୍ରରେ ୪୪, ପଶ୍ଚିମବଙ୍ଗରେ ୩୭, ମଧ୍ୟପ୍ରଦେଶରେ ୩୪, ଅ।ସାମରେ ୩୨, ଓଡିଶାରେ ୨୫, ପଞ୍ଜାବରେ ୨୨, ଗୁଜୁରାଟ ଏବଂ ତେଲେଙ୍ଗାନାରେ ୨୧ଟି କରି, ଝାଡଡଖଣ୍ଡରେ ୨୦, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ୧୮ଟି କରି, ହରିୟାଣାରେ ୧୫, କର୍ଣ୍ଣାଟକରେ ୧୩ ଟି ରହିଛି ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ନୂତନ ଭାରତ ଅମୃତ କାଳର ଆରମ୍ଭରେ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ଦ୍ରୁତ ଗତିରେ ଆଗେଇ ଚାଲିଛି । ନୂତନ ଶକ୍ତି, ନୂତନ ପ୍ରେରଣା ଏବଂ ନୂତନ ସଂକଳ୍ପ ଭରି ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଭାରତୀୟ ରେଳ ଇତିହାସରେ ଏକ ନୂତନ ଅଧ୍ୟାୟର ଆରମ୍ଭ । ସେ ସୂଚନା ଦେଇଛନ୍ତି ଯେ ଦେଶର ପ୍ରାୟ ୧୩୦୦ ଟି ରେଳ ଷ୍ଟେସନ ବର୍ତ୍ତମାନ ଆଧୁନିକତା ସହିତ "ଅମୃତ ଭାରତ ଷ୍ଟେସନ” ଭାବରେ ପୁନଃ ବିକାଶ ହେବ ଏବଂ ସେଗୁଡିକୁ ନୂତନ ଜୀବନ ମିଳିବ । ୧୩୦୦ ରେଳ ଷ୍ଟେସନ ମଧ୍ୟରୁ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପ୍ରାୟ ୨୫,୦୦୦ କୋଟି ଟଙ୍କା ବ୍ୟୟରେ ୫୦୮ ଅମୃତ ଭାରତ ଷ୍ଟେସନ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି । ସେ କହିଛନ୍ତି ଯେ ରେଳବାଇ ତଥା ସାଧାରଣ ନାଗରିକଙ୍କ ସହ ଦେଶର ଭିତ୍ତିଭୂମି ବିକାଶ ପାଇଁ ପୁନଃବିକାଶ ପ୍ରକଳ୍ପ ଏକ ବୃହତ ଅଭିଯାନ ହେବ । ଏହାର ଲାଭ ଦେଶର ସମସ୍ତ ରାଜ୍ୟକୁ ମିଳିବ ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଉତ୍ତରପ୍ରଦେଶରେ ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟରେ ୫୫ଟି ଅମୃତ ଷ୍ଟେସନ ବିକାଶିତ ହେବ, ରାଜସ୍ଥାନରେ ମଧ୍ୟ ୫୫ଟି ରେଳ ଷ୍ଟେସନର ବିକାଶ କରାଯିବ । ମଧ୍ୟପ୍ରଦେଶର ୧୦୦୦ କୋଟି ଟଙ୍କାରେ ୩୪ ଟି ଷ୍ଟେସନ, ୧୫୦୦ କୋଟି ବ୍ୟୟରେ ମହାରାଷ୍ଟ୍ରର ୪୪ ଟି ଷ୍ଟେସନ ଏବଂ ତାମିଲନାଡୁ, କର୍ଣ୍ଣାଟକ ଓ କେରଳର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ କରାଯିବ । ଏହି ଐତିହାସିକ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ରେଳ ମନ୍ତ୍ରଣାଳୟର ପ୍ରଶଂସା କରିବା ସହ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ବିଶ୍ୱରେ ବଢୁଥିବା ଭାରତର ସ୍ଥିତି ଉପରେ ଆଲୋକପାତ କରିବା ସହ ଭାରତରେ ବଢୁଥିବା ବିଶ୍ୱସ୍ତରୀୟ ଆଗ୍ରହ ଉପରେ ଆଲୋକପାତ କରିଥିଲେ । ଏଥିପାଇଁ ସେ ଦୁଇଟି ପ୍ରମୁଖ କାରଣ ଦର୍ଶାଇଥିଲେ । ପ୍ରଥମତଃ ଭାରତର ଲୋକମାନଙ୍କ ଦ୍ୱାରା ଏକ ସ୍ଥିର ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସରକାରର ର୍ନିବାଚନ ଏବଂ ଦ୍ୱିତୀୟରେ, ସରକାର ଉଚ୍ଚାଭିଳାଷୀ ନିଷ୍ପତ୍ତି ନେଉଛନ୍ତି ଏବଂ ସେମାନଙ୍କର ଆକାଂକ୍ଷା ଅନୁଯାୟୀ ଲୋକଙ୍କ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ଭାରତୀୟ ରେଳ ମଧ୍ୟ ଏହାର ପ୍ରତୀକ ଅଟେ । ସେ ନିଜ ମତକୁ ବର୍ଣ୍ଣନା କରିବା ପାଇଁ ରେଳ କ୍ଷେତ୍ରର ସମ୍ପ୍ରସାରଣର ତଥ୍ୟ ଉପସ୍ଥାପନ କରିଥିଲେ । ସେ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା, ୟୁକ୍ରେନ, ପୋଲାଣ୍ଡ, ବ୍ରିଟେନ ଏବଂ ସ୍ୱିଡେନର ମିଳିତ ରେଳ ନେଟୱାର୍କ ଅପେକ୍ଷା ଦେଶରେ ବିଛାଯାଇଥିବା ଟ୍ରାକର ଲମ୍ବ ଅଧିକ । ଭାରତୀୟ ରେଳବାଇରେ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଗତ ବର୍ଷ କେବଳ ଦକ୍ଷିଣ କୋରିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆର ମିଳିତ ରେଳ ନେଟୱାର୍କ ଅପେକ୍ଷା ଭାରତ ଅଧିକ ରେଳ ଟ୍ରାକ୍ ବିଛାଇଛି । ଆଜି ସେ କହିଛନ୍ତି ଯେ ରେଳ ଯାତ୍ରାକୁ ସୁଗମ ତଥା ସହଜ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରେନ୍ ଠାରୁ ଷ୍ଟେସନ ପର୍ଯ୍ୟନ୍ତ ସର୍ବୋତ୍ତମ ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରୟାସ ହେଉଛି । ପ୍ଲାଟଫର୍ମରେ ଉନ୍ନତ ଆସନ, ରୂପାନ୍ତରିତ ପ୍ରତୀକ୍ଷା ଗୃହ୍ ଏବଂ ହଜାର ହଜାର ଷ୍ଟେସନରେ ମାଗଣା ୱାଇଫାଇ ବିଷୟରେ ସେ ଉଲ୍ଲେଖ କରିଛନ୍ତି ।

ଭାରତୀୟ ରେଳବାଇରେ ଘଟିଥିବା ବିସ୍ତୃତ ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେକୌଣସି ପ୍ରଧାନମନ୍ତ୍ରୀ ଲାଲ କିଲ୍ଲାରୁ ଏହି ସଫଳତା ବିଷୟରେ କହିବାକୁ ଚାହାଁନ୍ତି । ତେବେ ପ୍ରଧାନମନ୍ତ୍ରୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ଆଜିର ଭବ୍ୟ କାର୍ଯ୍ୟକ୍ରମରେ ସେ ନିଜେ ରେଳବାଇର ସଫଳତାକୁ ଦେଖି ପାରୁଛନ୍ତି । 

ପ୍ରଧାନମନ୍ତ୍ରୀ ରେଳବାଇର ସ୍ଥିତିକୁ ଦେଶର ଜୀବନ ରେଖା ବୋଲି କହିଛନ୍ତି ଏବଂ ଏହା ସହିତ ସହରଗୁଡିକର ପରିଚୟ ମଧ୍ୟ ରେଳ ଷ୍ଟେସନ ସହିତ ଜଡିତ ହୋଇଛି ଯାହା ସମୟ ସହିତ ସହରର ହୃଦୟରେ ପରିଣତ ହୋଇଛି । ଷ୍ଟେସନଗୁଡିକୁ ଏକ ଆଧୁନିକ ଫର୍ମ ଯୋଗାଇବା ପାଇଁ ଏହା ଏକାନ୍ତ ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏତେ ସଂଖ୍ୟକ ଷ୍ଟେସନର ଆଧୁନିକୀକରଣ ଦେଶରେ ବିକାଶ ପାଇଁ ଏକ ନୂତନ ବାତାବରଣ ସୃଷ୍ଟି କରିବ କାରଣ ସେଗୁଡିକ ପରିଦର୍ଶକମାନଙ୍କ ମଧ୍ୟରେ ଏକ ଭଲ ଭାବନା ସୃଷ୍ଟି କରିବେ । ନବୀକରଣ ହୋଇଥିବା ଷ୍ଟେସନଗୁଡିକ କେବଳ ପର୍ଯ୍ୟଟନ ବୃଦ୍ଧି କରିବ ନାହିଁ ବରଂ ନିକଟବର୍ତ୍ତୀ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ଆଗକୁ ବଢାଇବ । ସେ କହିଛନ୍ତି ଯେ "ୱାନ୍‍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ” ଯୋଜନା କାରିଗରମାନଙ୍କୁ ସାହାଯ୍ୟ କରିବ ଏବଂ ଜିଲ୍ଲାର ବ୍ରାଣ୍ଡିଂରେ ମଧ୍ୟ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ଆଜାଦୀ କା ଅମୃତ କାଲରେ ଦେଶର ଐତିହ୍ୟ ପାଇଁ ଗର୍ବ କରିବାକୁ ଦେଶ ମଧ୍ୟ ସଂକଳ୍ପ ନେଇଛି । ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ଅମୃତ ରେଳ ଷ୍ଟେସନଗୁଡିକ ନିଜର ଐତିହ୍ୟ ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଗର୍ବ କରିବାର ପ୍ରତୀକ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତ ଷ୍ଟେସନ୍ ଭାରତର ସାଂସ୍କୃତିକ ତଥା ସ୍ଥାନୀୟ ଐତିହ୍ୟର ଝଲକ ଉପସ୍ଥାପନ କରିବ । ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଜୟପୁର ରେଳ ଷ୍ଟେସନରେ ରାଜସ୍ଥାନର ହାୱା ମହଲ ଏବଂ ଅମର୍ ଦୁର୍ଗର ଝଲକ ରହିବ, ଜାମ୍ମୁ କାଶ୍ମୀରର ଜାମ୍ମୁ ତାଇ ରେଳ ଷ୍ଟେସନ ପ୍ରସିଦ୍ଧ ରଘୁନାଥ ମନ୍ଦିର ଦ୍ୱାରା ଅନୁପ୍ରାଣିତ ହେବ ଏବଂ ନାଗାଲାଣ୍ଡର ଦିମାପୁର ଷ୍ଟେସନ ସ୍ଥାନୀୟ ଅଞ୍ଚଳର ୧୬ ଟି ବିଭିନ୍ନ ଜନଜାତି ସ୍ଥାପତ୍ୟ ପ୍ରଦର୍ଶନ କରିବ । ସେ କହିଛନ୍ତି ଯେ ପ୍ରତ୍ୟେକ ରେଳ ଷ୍ଟେସନ ଏହାର ପ୍ରାଚୀନ ଐତିହ୍ୟ ସହିତ ଦେଶର ଆଧୁନିକ ଆକାଂକ୍ଷାର ପ୍ରତୀକ ହେବ । ଐତିହାସିକ ପ୍ରାସଙ୍ଗିକତା ଏବଂ ତୀର୍ଥସ୍ଥାନକୁ ସଂଯୋଗ କରୁଥିବା "ଭାରତ ଗୌରବ ଯାତ୍ରା ଟ୍ରେନ୍‌” କୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

 

ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଗତି ଦେବାରେ ରେଳବାଇର ଭୂମିକାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେଳବାଇରେ ରେକର୍ଡ ପୁଞ୍ଜି ବିନିଯୋଗ କରାଯାଇଛି । ଚଳିତ ବର୍ଷ ରେଳବାଇ ୨.୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ୍ ପାଇଛି, ଯାହା ୨୦୧୪ ତୁଳନାରେ ପାଞ୍ଚ ଗୁଣ ବୃଦ୍ଧି ପାଇଛି । ଆଜି ସେ କହିଛନ୍ତି ଯେ ରେଳବାଇର ସମ୍ପୂର୍ଣ୍ଣ ବିକାଶ ପାଇଁ କାର୍ଯ୍ୟ ଚାଲିଛି । ଗତ ୯ ବର୍ଷରେ ଲୋକୋମୋଟିଭ୍ ଉତ୍ପାଦନ ୯ ଗୁଣ ବୃଦ୍ଧି ପାଇଛି । ଅ।ଜି ୧୩ ଗୁଣ ଅଧିକ ଏଚଏଲବି କୋଚ୍ ପ୍ରସ୍ତୁତ କରାଯାଉଛି ।

ଉତ୍ତର-ପୂର୍ବରେ ରେଳ ସମ୍ପ୍ରସାରଣ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଲାଇନଗୁଡ଼ିକର ଦ୍ୱିଗୁଣିତ ହେବା, ଗେଜ୍ ପରିବର୍ତ୍ତନ, ବିଦ୍ୟୁତିକରଣ ଏବଂ ନୂତନ ମାର୍ଗ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି । ଶ୍ରୀ ମୋଦୀ କହିଛନ୍ତି, ଖୁବ ଶୀଘ୍ର ଉତ୍ତର-ପୂର୍ବର ସମସ୍ତ ରାଜ୍ୟ ରାଜଧାନୀ ରେଳ ନେଟୱାର୍କ ଦ୍ୱାରା ସଂଯୋଗ ହେବ । ୧୦୦ ବର୍ଷ ପରେ ନାଗାଲାଣ୍ଡ ଏହାର ଦ୍ୱିତୀୟ ଷ୍ଟେସନ ପାଇଛି ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଅଞ୍ଚଳରେ ନୂତନ ରେଳ ଲାଇନର କାର୍ଯ୍ୟକାରିତା ତିନି ଗୁଣ ବୃଦ୍ଧି ପାଇଛି ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ୨୨୦୦ କିଲୋମିଟରରୁ ଅଧିକ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ର୍ନିମାଣ କରାଯାଇଛି ଯାହା ଦ୍ୱାରା ମାଲବାହୀ ଟ୍ରେନର ଯାତ୍ରା ସମୟ ହ୍ରାସ ପାଇବ । ବର୍ତ୍ତମାନ ମାଲପରିବହନ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ଏନସିଆରରୁ ପଶ୍ଚିମ ବନ୍ଦରରେ ପହଞ୍ଚୁଛି, ଯାହାକି ୭୨ ଘଣ୍ଟା ଲାଗୁଥିଲା । ସମୟର ୪୦ ପ୍ରତିଶତ ହ୍ରାସ ଅନ୍ୟ ମାର୍ଗରେ ମଧ୍ୟ ଦେଖାଯାଇଛି ଯାହା ଉଦ୍ୟୋଗୀ, ଶିଳ୍ପପତି ଏବଂ କୃଷକମାନଙ୍କୁ ବହୁତ ଲାଭ ଦେଉଛି ।

ରେଳ ସେତୁ ଅଭାବରୁ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୪ ପୂର୍ବରୁ ୬୦୦୦ ରୁ କମ୍ ରେଳ ଓଭରବ୍ରିଜ୍ ଏବଂ ଅଣ୍ଡର ବ୍ରିଜ୍ ଥିଲା, କିନ୍ତୁ ଆଜି ଏହି ସଂଖ୍ୟା ୧୦,୦୦୦ ରୁ ଅଧିକ ହୋଇଯାଇଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବଡ଼ ଲାଇନ୍‍ରେ ମାନବବିହୀନ ଲେଭଲ କ୍ରସିଂ ସଂଖ୍ୟା ବର୍ତ୍ତମାନ ଶୂନକୁ ହ୍ରାସ ପାଇଛି । ଯାତ୍ରୀମାନଙ୍କ ସୁବିଧା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।

ଭାରତୀୟ ରେଳବାଇକୁ ଆଧୁନିକ ତଥା ପରିବେଶ ଅନୁକୂଳ କରିବା ଉପରେ ଆମର ଗୁରୁତ୍ୱ ରହିଛି ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେଳ ଲାଇନର ଶତ ପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ ହେବ ଯାହା ଦ୍ୱାରା ଭାରତର ସମସ୍ତ ଟ୍ରେନ୍ କେବଳ ବିଦ୍ୟୁତ ଦ୍ୱାରା ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ସୌର ପ୍ୟାନେଲରୁ ବିଦ୍ୟୁତ୍‍ ଉତ୍ପାଦନ କରୁଥିବା ଷ୍ଟେସନ ସଂଖ୍ୟା ୧୨୦୦ ରୁ ଅଧିକକୁ ବୃଦ୍ଧି ପାଇଛି । ନିକଟ ଭବିଷ୍ୟତରେ ପ୍ରତ୍ୟେକ ରେଳ ଷ୍ଟେସନରୁ ସବୁଜ ଶକ୍ତି ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପ୍ରାୟ ୭୦,୦୦୦ କୋଚରେ ଏଲଇଡି ଲାଇଟ୍ ଲଗାଯାଇଛି ଏବଂ ୨୦୧୪ ତୁଳନାରେ ଟ୍ରେନରେ ବାୟୋ-ଟଏଲେଟ୍ ସଂଖ୍ୟା ୨୮ ଗୁଣ ବୃଦ୍ଧି ପାଇଛି । ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ସମସ୍ତ ଅମୃତ ଷ୍ଟେସନ ଗିନ୍‍ ବିଲିଡିଂ ମାନଦଣ୍ଡ ପୂରଣ ଦିଗରେ ନିର୍ମାଣ କରାଯିବ । ୨୦୩୦ ସୁଦ୍ଧା ଭାରତ ଏପରି ଏକ ଦେଶ ହେବ ଯାହାର ରେଳ ନେଟୱାର୍କ ନିଟ୍ ଶୂନ ର୍ନିଗମନ ଉପରେ ଚାଲିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ରେଳ ଆମ ପ୍ରିୟଜନଙ୍କ ସହ ଯୋଡି ହେବା ପାଇଁ ଦଶନ୍ଧି ଧରି କାର୍ଯ୍ୟ କରିଆସୁଛି, ଦେଶକୁ ଯୋଡିବା ପାଇଁ ଏହା କାମ କରିଛି । ବର୍ତ୍ତମାନ ଏକ ଭଲ ପରିଚୟ ଏବଂ ଆଧୁନିକ ଭବିଷ୍ୟତ ସହିତ ରେଳ ସଂଯୋଗ କରିବା ଆମର ଦାୟିତ୍ୱ । ନୂତନ ସଂସଦ ଭବନ, କର୍ତ୍ତବ୍ୟ ପଥ, ଯୁଦ୍ଧ ସ୍ମାରକ ଏବଂ ଷ୍ଟାଚ୍ୟୁ ଅଫ୍ ୟୁନିଟି ଭଳି ପ୍ରକଳ୍ପକୁ ବିରୋଧ କରାଯିବାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ନକାରାତ୍ମକ ରାଜନୀତିଠାରୁ ଦୂରରେ ରହି ଆମେ ଦେଶର ବିକାଶ କାର୍ଯ୍ୟକୁ ଏକ ମିଶନ ଭାବେ ଗ୍ରହଣ କରିଛୁ ଏବଂ ଭୋଟ୍ ବ୍ୟାଙ୍କ ଏବଂ ଦଳ ରାଜନୀତି ଯାହା ହେଉନା କାହିଁକି ଏହାକୁ ପ୍ରାଥମିକତା ଦେଇଛୁ ।

ରେଳବାଇ କେବଳ ୧.୫ ଲକ୍ଷରୁ ଅଧିକ ଯୁବକଙ୍କୁ ଚାକିରୀ ଯୋଗାଇ ଦେଇଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭିତ୍ତିଭୂମି ଉପରେ ଲକ୍ଷ ଲକ୍ଷ କୋଟି ଟଙ୍କା ବିନିଯୋଗ କରି ନିଯୁକ୍ତି ମଧ୍ୟ ସୃଷ୍ଟି ହେଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ରୋଜଗାର ମେଳା ମାଧ୍ୟମରେ ୧୦ ଲକ୍ଷ ଯୁବକଙ୍କୁ ଚାକିରୀ ଯୋଗାଇବା ପାଇଁ କେନ୍ଦ୍ର ସରକାର ମଧ୍ୟ ଏକ ଅଭିଯାନ ଚଳାଉଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହା ହେଉଛି ଏକ ପରିବର୍ତ୍ତିତ ଭାରତର ଚିତ୍ର ଯେଉଁଠାରେ ବିକାଶ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି ଏବଂ ଯୁବକମାନେ ଦେଶର ବିକାଶରେ ନୂତନ ଡେଣା ଲଗାଉଛନ୍ତି । 

 

ଏହି କାର୍ଯ୍ୟକ୍ରମକୁ ଆଶୀର୍ବାଦ କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ବହୁ ସ୍ୱାଧୀନତା ସଂଗ୍ରାମୀ ଏବଂ ଅନେକ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ଉପସ୍ଥିତି ସ୍ୱୀକାର କରିଛନ୍ତି । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅଗଷ୍ଟ ମାସର ମହତ୍ୱକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ବିପ୍ଳବ, କୃତଜ୍ଞତା ଏବଂ କର୍ତ୍ତବ୍ୟର ମାସ ଏବଂ ଅନେକ ଐତିହାସିକ ଘଟଣାରେ ପରିପୂର୍ଣ୍ଣ ଯାହା ଭାରତ ଇତିହାସକୁ ଏକ ନୂତନ ଦିଗ ଦେଇଛି । ଅଗଷ୍ଟ ୭ ରେ ପାଳନ କରାଯାଉଥିବା ଏବଂ ସ୍ୱଦେଶୀ ଅ।ନ୍ଦୋଳନ ପାଇଁ ଉତ୍ସର୍ଗୀକୃତ ଜାତୀୟ ହସ୍ତତନ୍ତ ଦିବସ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ୭ ଅଗଷ୍ଟର ଏହି ତାରିଖ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଲୋକାଲ୍ ଫର୍‍ ଭୋକାଲ୍ ହେବାର ସଂକଳ୍ପକୁ ଦୋହରାଇବାର ଦିନ ଅଟେ । ସେ ପବିତ୍ର ଗଣେଶ ଚତୁର୍ଥୀ ପର୍ବ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଗଣେଶ ଚତୁର୍ଥୀକୁ ଏକ ପରିବେଶ ଅନୁକୂଳ ଭାବେ ପାଳନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପରିବେଶ ଅନୁକୂଳ ପଦାର୍ଥରେ ପ୍ରତିମାଗୁଡ଼ିକୁ ନିର୍ମାଣ ପାଇଁ ଚେଷ୍ଟା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ କାରିଗର, ହସ୍ତଶିଳ୍ପ କାରିଗର ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ଦ୍ୱାରା ର୍ନିମିତ ଉତ୍ପାଦ କିଣିବାକୁ ସେ ପରାମର୍ଶ ଦେଇଥିଲେ ।

୯ ଅଗଷ୍ଟ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଐତିହାସିକ ତାରିଖ ଥିଲା ଯେତେବେଳେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା ଏବଂ ଏହା ଭାରତର ସ୍ୱାଧୀନତା ସଂଗ୍ରାମରେ ନୂତନ ଶକ୍ତି ସୃଷ୍ଟି କରିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରୁ ଅନୁପ୍ରାଣିତ ହୋଇ ଆଜି ସମଗ୍ର ଦେଶ ପ୍ରତ୍ୟେକ ମନ୍ଦ, ଦୁର୍ନୀତି, ବଂଶାନୁବାଦ ଏବଂ ତୁଷ୍ଟିକରଣ ପାଇଁ ଭାରତ ଛାଡିବାକୁ ଗର୍ଜନ କରୁଛି ।

ପ୍ରଧାନମନ୍ତ୍ରୀ ଆଗାମୀ ବିଭାଜନ ଭୟାବହ ସ୍ମୃତି ଦିବସ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଆମେ ଅଗଣିତ ଲୋକଙ୍କୁ ସ୍ମରଣ କରୁଛୁ ଯେଉଁମାନେ ବିଭାଜନର ବିପୁଳ ମୂଲ୍ୟ ଦେଇଥଲେ ଏବଂ ଏହି ଧକ୍କା ପରେ ନିଜକୁ ଏକାଠି କରିଥିବା ତଥା ଦେଶର ବିକାଶରେ ସହଯୋଗ କରୁଥିବା ଲୋକଙ୍କ ଅବଦାନକୁ ସ୍ୱୀକାର କରିଥିଲୁ । ସେ କହିଛନ୍ତି ଯେ ଏହି ଦିନ ଆମ ଏକତାକୁ ଅକ୍ଷୁର୍ଣ୍ଣ ରଖିବାର ଦାୟିତ୍ୱ ଦେଇଥାଏ । ଶ୍ରୀ ମୋଦୀ କହିଛନ୍ତି ଆମର ସ୍ୱାଧୀନତା ଦିବସ ହେଉଛି ଆମର ତ୍ରିରଙ୍ଗା ଏବଂ ଆମ ଦେଶର ଅଗ୍ରଗତି ପ୍ରତି ଆମର ପ୍ରତିବଦ୍ଧତାକୁ ପୁନରାବୃତ୍ତି କରିବାର ସମୟ । ଗତ ବର୍ଷ ଭଳି, ଏଥର ମଧ୍ୟ ଆମକୁ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବାକୁ ପଡ଼ିବ । ସେ ସୋସିଆଲ ମିଡିଆରେ ଏବଂ ଫ୍ଲାଗ ମାର୍ଚରେ ଲୋକଙ୍କ ଉତ୍ସାହକୁ ଲକ୍ଷ୍ୟ କରି ଏହି ଅଭିଯାନ ସହ ଜଡିତ ହେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ନାଗରିକଙ୍କ ଦ୍ୱାରା ଦିଆଯାଇଥିବା ଟିକସ ଦୁର୍ନୀତିରେ ବ୍ୟୟବରାଦ ହୋଇଥିବା ଧାରାକୁ ସରକାର ବଦଳାଇ ଦେଇଛନ୍ତି ଏବଂ ଆଜି ଲୋକମାନେ ଅନୁଭବ କରୁଛନ୍ତି ଯେ ସେମାନଙ୍କ ଅର୍ଥ ଦେଶ ର୍ନିମାଣରେ ବ୍ୟବହୃତ ହେଉଛି । ସୁବିଧାଜନକ ତଥା ସହଜ ଜୀବନ ଯାପନ ଯୋଗୁଁ ଟିକସ ଦେଉଥିବା ଲୋକଙ୍କ ସଂଖ୍ୟା ବଢୁଛି ବୋଲି ସେ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ ସେହି ସମୟ ବିଷୟରେ ଉଲ୍ଲେଖ କରିଛନ୍ତି ଯେତେବେଳେ ଦେଶରେ ୨ ଲକ୍ଷ ଟଙ୍କା ଆୟ ଉପରେ ଟିକସ ଦିଆଯାଉଥିବାବେଳେ ଆଜି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଆଦାୟ ହୋଇନାହିଁ । ଏହା ସତ୍ୱେ ଦେଶରେ ସଂଗୃହିତ ଆୟକର ପରିମାଣ ବଢୁଛି ଏବଂ ଦେଶରେ ମଧ୍ୟବିତ୍ତ ବର୍ଗର ପରିସର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନେଇ ଏକ ସ୍ପଷ୍ଟ ବାର୍ତ୍ତା ପଠାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଲୋକଙ୍କ ସଂଖ୍ୟା ଚଳିତ ବର୍ଷ ୧୬% ବୃଦ୍ଧି ପାଇଛି ଯାହା ସରକାରଙ୍କ ଉପରେ ବିଶ୍ୱାସ ବୃଦ୍ଧି ଏବଂ ଦେଶରେ ହେଉଥିବା ନୂତନତ୍ୱକୁ ଦର୍ଶାଉଛି । ଆଜି ଲୋକମାନେ ଦେଖୁଛନ୍ତି କି ଦେଶରେ ରେଳବାଇର କିପରି ନବୀକରଣ ହେଉଛି, ମେଟ୍ରୋର ବିସ୍ତାର ହେଉଛି । ସେ ନୂତନ ଏକ୍ସପ୍ରେସୱେ ଏବଂ ବିମାନବନ୍ଦରର ବିକାଶ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଏହିପରି ପରିବର୍ତ୍ତନ କରଦାତାଙ୍କ ଟଙ୍କା ସହିତ ଏକ ନୂତନ ଭାରତର ବିକାଶର ଭାବନାକୁ ବଢାଇଥାଏ । ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ୫୦୮ ରେଳ ଷ୍ଟେସନର ପୁନଃବିକାଶ ମଧ୍ୟ ଏହି ଦିଗରେ ନିଆଯାଇଛି । ମୁଁ ଆପଣଙ୍କୁ ନିଶ୍ଚିତ କରୁଛି, ଅମୃତ ଭାରତ ଷ୍ଟେସନ୍ ଭାରତୀୟ ରେଳବାଇର ଏହି ପରିବର୍ତ୍ତନକୁ ଏକ ନୂତନ ଉଚ୍ଚତାକୁ ନେଇଯିବ ।

ପୃଷ୍ଠଭୂମି

ଅତ୍ୟାଧୁନିକ ସାଧାରଣ ପରିବହନ ସେବା ଯୋଗାଣ ଉପରେ ପ୍ରଧାନମନ୍ତ୍ରୀ ଅନେକ ସମୟରେ ଜୋର ଦେଇ ଆସୁଛନ୍ତି । ରେଳବାଇ ସମଗ୍ର ଦେଶରେ ଲୋକଙ୍କ ପରିବହନର ପସନ୍ଦଯୋଗ୍ୟ ଧାରା ବୋଲି ଉଲ୍ଲେଖ କରି ସେ ରେଳ ଷ୍ଟେସନରେ ବିଶ୍ୱ ସ୍ତରୀୟ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଦୃଷ୍ଟିକୋଣ ଅନୁଯୟୀ ସାରା ଦେଶରେ ୧୩୦୯ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଛି।

ଏହି ଯୋଜନାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୫୦୮ ଷ୍ଟେସନର ପୁନଃ ବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ୨୪,୪୭୦ କୋଟିରୁ ଅଧିକ ମୂଲ୍ୟରେ ଏହି ଷ୍ଟେସନଗୁଡ଼ିକର ପୁନଃ ର୍ନିମାଣ କରାଯିବ । ସହରର ଉଭୟ ପାର୍ଶ୍ଵ ର ସଠିକ୍ ଏକୀକରଣ ସହିତ ଏହି ଷ୍ଟେସନଗୁଡିକର ବିକାଶ ପାଇଁ "ସିଟି ସେଣ୍ଟର” ଭାବରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଛି । ଏହି ସମନ୍ୱିତ ଆଭିମୁଖ୍ୟ ରେଳ ଷ୍ଟେସନକୁ କେନ୍ଦ୍ର କରି ସହରର ସାମଗ୍ରିକ ସହରୀ ବିକାଶର ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ।

ଏହି ୫୦୮ ଷ୍ଟେସନ ୨୭ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି, ସେଥିମଧ୍ୟରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ୫୫ଟି କରି, ବିହାରରେ ୪୯, ମହାରାଷ୍ଟ୍ରରେ ୪୪, ପଶ୍ଚିମବଙ୍ଗରେ ୩୭, ମଧ୍ୟପ୍ରଦେଶରେ ୩୪, ଆସାମରେ ୩୨, ଓଡିଶାରେ ୨୫, ପଞ୍ଜାବରେ ୨୨, ଗୁଜୁରାଟ ଏବଂ ତେଲେଙ୍ଗାନାରେ ୨୧, ଝାଡଖଣ୍ଡରେ ୨୦, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ୧୮ଟି କରି, ହରିୟାଣାରେ ୧୫, କର୍ଣ୍ଣାଟକରେ ୧୩ ଟି ରହିଛି ।

ଏହି ପୁନଃ ର୍ନିମାଣ ଆଧୁନିକ ଯାତ୍ରୀ ସୁବିଧା ଯୋଗାଇବା ସହିତ ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ଭଲ ଡିଜାଇନ୍ ହୋଇଥିବା ଟ୍ରାଫିକ୍ ବ୍ୟବସ୍ଥା, ଇଣ୍ଟର - ମୋଡାଲ୍ ଏକୀକରଣ ଏବଂ ଭଲ ଡିଜାଇନ୍ ହୋଇଥିବା ସଙ୍କେତ ନିଶ୍ଚିତ କରିବ । ଷ୍ଟେସନ କୋଠାଗୁଡ଼ିକର ଡିଜାଇନ୍ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ୱାରା ଅନୁପ୍ରାଣିତ ହେବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.