ବୁନ୍ଦେଲଖଣ୍ଡର ଆଉ ଜଣେ ଭୂମିପୁତ୍ର, ମେଜର ଧ୍ୟାନ ଚାନ୍ଦ ଅଥବା ଦାଦା ଧ୍ୟାନ ଚାନ୍ଦଙ୍କୁ କଲେ ସ୍ମରଣ
ବହୁ ସଂଖ୍ୟକ ଲୋକ, ବିଶେଷ କରି ମହିଳାମାନଙ୍କ ଜୀବନକୁ ଉଜ୍ଜ୍ୱଳା ଯୋଜନା ଅସମ୍ଭବ ଭାବେ ଉଜ୍ଜ୍ୱଳ କରିଛି: ପ୍ରଧାନମନ୍ତ୍ରୀ
ଉଜ୍ଜ୍ୱଳା ଯୋଜନା ଭଉଣୀମାନଙ୍କୁ ସ୍ୱାସ୍ଥ୍ୟ ସମସ୍ୟା, ସୁବିଧା ଏବଂ କର୍ମନିଯୁକ୍ତି ଯୋଗାଇବାରେ ବିଶେଷ ଭାବେ ପ୍ରୋତ୍ସାହିତ କରିଛି: ପ୍ରଧାନମନ୍ତ୍ରୀ
ମୌଳିକ ସୁବିଧା ଯଥା ବାସଗୃହ, ବିଜୁଳି, ଜଳ, ଶୌଚାଗାର, ଗ୍ୟାସ, ସଡ଼କ, ହସପିଟାଲ ଏବଂ ବିଦ୍ୟାଳୟ ଭଳି ମୌଳିକ ସମସ୍ୟାର ସମାଧାନ ଦଶନ୍ଧି ଦଶନ୍ଧି ପୂର୍ବରୁ ହୋଇପାରିଥାନ୍ତା: ପ୍ରଧାନମନ୍ତ୍ରୀ
ଉଜ୍ଜ୍ୱଳା ୨.୦ ଯୋଜନା ଦ୍ୱାରା ପ୍ରବାସୀ ଶ୍ରମିକଙ୍କ ଲକ୍ଷ ଲକ୍ଷ ପରିବାର ସର୍ବାଧିକ ସୁବିଧା ହାସଲ କରିପାରିବେ: ପ୍ରଧାନମନ୍ତ୍ରୀ
ବାୟୋଇନ୍ଧନ ହେଉଛି ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଇଂଜିନ୍‌, ଦେଶ ବିକାଶର ବାହକ ଏବଂ ଗ୍ରାମାଞ୍ଚଳ ବିକାଶର ସୂତ୍ର: ପ୍ରଧାନମନ୍ତ୍ରୀ
ଭଉଣୀମାନେ ଏକ ଦକ୍ଷ ଭାରତ ନିର୍ମାଣ କରିବା ଦିଗରେ ଥିବା ସମସ୍ୟା ସମାଧାନ କରିବା ଏବଂ ଏହି ଲକ୍ଷ୍ୟ ହାସଲ ଦିଗରେ ବିଶେଷ ଭୂମିକା ଗ୍ରହଣ କରିବେ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ମାହୋବାଠାରେ ଉଜ୍ଜ୍ୱଳା ୨.୦ (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା-ପିଏମୟୁୱାଇ)ର ଭିଡିଓ କନଫରେନ୍ସିଂ ଯୋଗେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ହିତାଧିକାରୀମାନଙ୍କ ଏଲପିଜି ସଂଯୋଗ ବଣ୍ଟନ କରିବା ସହ ଉଜ୍ଜ୍ୱଳା ଯୋଜନାରୁ କିଭଳି ସୁଫଳ ମିଳୁଛି ସେ ସମ୍ପର୍କରେ ସେମାନଙ୍କ ସହ ଭାବ ବିନିମୟ କରିଥିଲେ । 

ଏହି ଉପଲକ୍ଷେ ଆୟୋଜିତ ସମାରୋହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ରକ୍ଷା ବନ୍ଧନ ପର୍ବ ପୂର୍ବରୁ ଉତ୍ତର ପ୍ରଦେଶର ଭଉଣୀମାନଙ୍କୁ ସେ ସମ୍ବୋଧନ କରୁଥିବାରୁ ବେଶ୍‌ ଆନନ୍ଦିତ । ସେ କହିଲେ ଯେ ଅଧିକ ସଂଖ୍ୟକ ଲୋକ, ବିଶେଷ କରି ମହିଳାମାନଙ୍କ ଜୀବନ ଏବେ ଉଜ୍ଜ୍ୱଳା ଯୋଜନା ଯୋଗୁ ଅସମ୍ଭବ ଭାବେ ଉଜ୍ଜ୍ୱଳ ହୋଇପାରିଛି । ଏହି ଯୋଜନା ୨୦୧୬ ମସିହାରେ ଉତ୍ତର ପ୍ରଦେଶର ବାଲିଆଠାରୁ ଆରମ୍ଭ କରାଯାଇଥିଲା ଏବଂ ତାହା ହେଉଛି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଆଦ୍ୟ ସନ୍ତାନ ମଙ୍ଗଳ ପାଣ୍ଡେଙ୍କ ଜନ୍ମଭୂମି । ସେ କହିଲେ ଆଜି ଉଜ୍ଜ୍ୱଳା ଯୋଜନାର ଯେଉଁ ଦ୍ୱିତୀୟ ସଂସ୍କରଣର ଶୁଭାରମ୍ଭ କରାଯାଉଛି ତାହା ହେଉଛି ବୁନ୍ଦେଲଖଣ୍ଡର ଭୂମିପୁତ୍ର ମେଜର ଧ୍ୟାନ ଚାନ୍ଦ ଅଥବା ଦାଦା ଧ୍ୟାନ ଚାନ୍ଦଙ୍କ ଜନ୍ମସ୍ଥାନ । ସେ କହିଲେ ଯେ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ଏବେ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ଭାବେ ନାମିତ କରାଯାଇଛି । ସେ କହିଲେ ଯେ ଏହା କ୍ରୀଡ଼ାକୁ ନିଜ ଜୀବନର ଉଦ୍ଦେଶ୍ୟ ଭାବେ ଗ୍ରହଣ କରୁଥିବା ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ପ୍ରେରଣା ଯୋଗାଇବ ।

ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକଟ କରି କହିଲେ ଯେ ଦେଶବାସୀଙ୍କୁ ଅନେକ ମୌଳିକ ସୁବିଧା ସୁଯୋଗ ପାଇବା ସକାଶେ ଦଶନ୍ଧି ଦଶନ୍ଧି ଧରି ପ୍ରତୀକ୍ଷା କରିବାକୁ ପଡ଼ିଲା । ସେଥି ମଧ୍ୟରେ ବାସଗୃହ, ବିଜୁଳି, ଜଳ, ଶୌଚାଗାର, ଗ୍ୟାସ, ସଡ଼କ, ହସପିଟାଲ ଏବଂ ବିଦ୍ୟାଳୟ ଭଳି ମୌଳିକ ଆବଶ୍ୟକତା ସାମିଲ । ସେଥିରୁ ଅନେକ ଆବଶ୍ୟକତା ଦଶନ୍ଧି ଦଶନ୍ଧି ପୂର୍ବରୁ ସମାଧାନ ହୋଇପାରିଥାନ୍ତା । ସେ କହିଲେ ଯେ ଆମର କନ୍ୟାମାନେ ସେମାନଙ୍କର ଘରୁ ଓ ରୋଷେଇଘରୁ ବାହାରିବାକୁ ହେବ ଏବଂ ସେମାନଙ୍କ ରାଷ୍ଟ୍ର ନିର୍ମାଣରେ ବ୍ୟାପକ ଅବଦାନ ଦେବାର ଅଛି । କିନ୍ତୁ ତାହା ସେତିକିବେଳେ ସମ୍ଭବପର ହୋଇପାରିବ ଯେତେବେଳେ ସେମାନଙ୍କର ଘରର ଏବଂ ରୋଷେଇଶାଳର ମୌଳିକ ସମସ୍ୟାମାନ ସମାଧାନ ହୋଇପାରିବ । ତେଣୁ ଗତ ୬-୭ ବର୍ଷ ମଧ୍ୟରେ, ସେ କହିଲେ ଯେ ସରକାର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ନିମନ୍ତେ ମିଶନ ମୋଡ଼ରେ କାର୍ଯ୍ୟ କରୁଛନ୍ତି । ସେ ଏହି ଅବସରରେ ସରକାର କାର୍ଯ୍ୟ କରୁଥିବା ବିଭିନ୍ନ ଜନହିତକର କାର୍ଯ୍ୟର ସୂଚୀ ପ୍ରଦାନ କରି କହିଲେ ଯେ ସେଥି ମଧ୍ୟରେ ଜନସାଧାରଣଙ୍କ ପାଇଁ କୋଟି କୋଟି ଶୌଚାଳୟ ସାରା ଦେଶରେ ନିର୍ମାଣ କରାଯାଇଛି ଯାହାକି ସ୍ୱଚ୍ଛ ଭାରତ ଅଭିଯାନର ଅଂଶବିଶେଷ । ସେହିଭଳି ଦେଶର ୨ କୋଟିରୁ ଅଧିକ ଗରିବ ପରିବାରଙ୍କୁ, ବିଶେଷ କରି ମହିଳାମାନଙ୍କ ନାମରେ ବାସଗୃହ ବଣ୍ଟନ କରାଯାଇଛି । ଗ୍ରାମାଞ୍ଚଳ ସଡ଼କ ନିର୍ମାଣ, ୩ କୋଟି ପରିବାରଙ୍କୁ ବିଜୁଳି ସଂଯୋଗ ଯୋଗାଣ; ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ୫୦ କୋଟି ଲୋକଙ୍କ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ମେଡ଼ିକାଲ ଚିକିତ୍ସା ସୁବିଧା ପ୍ରଦାନ; ଟିକାକରଣ ପାଇଁ ପ୍ରତ୍ୟକ୍ଷ ଟଙ୍କା ହସ୍ତାନ୍ତରଣ ଏବଂ ଗର୍ଭଧାରଣ ସମୟରେ ପୁଷ୍ଟିକର ଆହାର ନିମନ୍ତେ ମାତୃ ବନ୍ଦନା ଯୋଜନା ଆଦି ସାମିଲ । ସେହିଭଳି କରୋନା ମହାମାରୀ କାଳରେ ଦେଶର ମହିଳାମାନଙ୍କ ଜମାଖାତାରେ ୩୦ ହଜାର କୋଟି ଟଙ୍କା ଜମା କରାଯାଇଛି । ପ୍ରଧାନମନ୍ତ୍ରୀ କହିଲେ ଯେ ଆମର ଭଉଣୀମାନେ ଏବେ ଜଳ ଜୀବନ ମିଶନ ଅଧୀନରେ ପାଇପ ଯୋଗେ ପାନୀୟ ଜଳ ପାଇବାକୁ ସକ୍ଷମ ହୋଇପାରିଛନ୍ତି । ଏହିସବୁ ଯୋଜନା ଦେଶର ମହିଳାମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ । 

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱାସ୍ଥ୍ୟସେବା ଯୋଗାଣ, ସୁବିଧା ଏବଂ ଭଉଣୀମାନଙ୍କୁ ସଶକ୍ତ କରିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ଉଜ୍ଜ୍ୱଳା ଯୋଜନାରୁ ହିଁ ବେଶ୍‌ ସହଯୋଗ ଓ ପ୍ରୋତ୍ସାହନ ପାଇପାରିଛି । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ, ଦେଶର ୮ କୋଟି ଗରିବ, ଦଳିତ, ବଂଚିତ, ପଛୁଆବର୍ଗ ଓ ଆଦିବାସୀ ପରିବାରଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିଲା । ସେ କହିଲେ ଯେ ଏହି ମାଗଣା ଗ୍ୟାସ ସଂଯୋଗର ସର୍ବାଧିକ ସୁବିଧା କରୋନା ମହାମାରୀ ସମୟରେ ହିଁ ଅନୁଭୂତ ହୋଇଥିଲା । ଉଜ୍ଜ୍ୱଳା ଯୋଜନା ଏଲପିଜି ଗ୍ୟାସ ଭିତ୍ତିଭୂମିକୁ ବ୍ୟାପକ ଭାବେ ସଂପ୍ରସାରିତ କରିବାରେ ସହାୟକ ହୋଇପାରିଛି । ବିଗତ ୬-୭ ବର୍ଷ ମଧ୍ୟରେ ୧୧ ହଜାରରୁ ଅଧିକ ଏଲପିଜି ବିତରଣ କେନ୍ଦ୍ର ଖୋଲାଯାଇଛି । ୨୦୧୪ ମସିହାରେ ଏଭଳି ବିତରଣ କେନ୍ଦ୍ର ସଂଖ୍ୟା ମାତ୍ର ୨ ହଜାର ଥିବାବେଳେ ଏବେ ତାହା ୪ ହଜାରକୁ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ କହିଲେ ଯେ ଆମେ ଶତ ପ୍ରତିଶତ ଗ୍ୟାସ ବିତରଣ ଲକ୍ଷ୍ୟ ହାସଲ କରିବାର ନିକଟତର ହୋଇସାରିଛୁ । ୨୦୧୪ ପର୍ଯ୍ୟନ୍ତ ଯେତିକି ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିଲା ଗତ ୭ ବର୍ଷ ଭିତରେ ସେହି ତୁଳନାରେ ଯଥେଷ୍ଟ ଅଧିକ ସଂଖ୍ୟକ ଗ୍ୟାସ ସଂଯୋଗ ବିତରଣ କରାଯାଇଛି । 

ପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ ସମଗ୍ର ଉତ୍ତର ପ୍ରଦେଶରେ ଅନେକ ଏବଂ ଅନ୍ୟାନ ରାଜ୍ୟରେ ଯେଉଁଥିରେ କି ବୁନ୍ଦେଲଖଣ୍ଡ ମଧ୍ୟ ସାମିଲ ଗାଁ ଅଞ୍ଚଳରୁ ଅନେକ ଲୋକ ସହର କିମ୍ବା ଅନ୍ୟ ରାଜ୍ୟକୁ କାର୍ଯ୍ୟ ଅନ୍ୱେଷଣରେ ଯାଇଛନ୍ତି । ସେଠାରେ ସେମାନେ ନିଜର ଠିକଣା ପ୍ରୁଫ୍‌ ଦେଖାଇବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ସେ କହିଲେ ଯେ ଉଜ୍ଜ୍ୱଳା ୨.୦ ଯୋଜନାରେ ସେହିଭଳି ଲକ୍ଷ ଲକ୍ଷ ପରିବାର ସର୍ବାଧିକ ଉପକୃତ ହୋଇପାରିବେ । ପ୍ରଧାନମନ୍ତ୍ରୀ କହିଲେ ଯେ ଏଣିକି ସେହିସବୁ ଅନ୍ୟ ସ୍ଥାନର ପ୍ରବାସୀ ଶ୍ରମିକମାନଙ୍କୁ ଠିକଣା ପ୍ରମାଣପତ୍ର ଦେଖାଇବାକୁ ବାରଦ୍ୱାର ଶୁଣ୍ଢିପିଣ୍ଡା ହେବାକୁ ପଡ଼ିବନାହିଁ । ସେ କହିଲେ ଯେ ସରକାରଙ୍କର ପ୍ରବାସୀ ଶ୍ରମିକଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି । ତେଣୁ ସେମାନଙ୍କୁ କେବଳ ଏତିକି କରିବାକୁ ପଡ଼ିବ ଯେ ସେମାନେ ନିଜେ ହିଁ ଗ୍ୟାସ ସଂଯୋଗ ପାଇବା ନିମନ୍ତେ ନିଜର ଠିକଣାର ଘୋଷଣା କରିବାକୁ ହେବ । 

ଶ୍ରୀ ମୋଦୀ କହିଲେ ଯେ ପାଇପ ଯୋଗେ ଉପଭୋକ୍ତାମାନଙ୍କୁ ଗ୍ୟାସ ଯୋଗାଇ ଦେବା କାର୍ଯ୍ୟ ବ୍ୟାପକ ମାତ୍ରାରେ ଚାଲିଛି । ସେ କହିଲେ ଯେ ପିଏନଜି ବ୍ୟବସ୍ଥା ସିଲିଣ୍ଡର ଠାରୁ ଶସ୍ତା ଏବଂ ପୂର୍ବ ଭାରତ ଯେଉଁଥିରେ କି ଉତ୍ତର ପ୍ରଦେଶ ସାମିଲ ସେଠାକାର ଅନେକ ଜିଲ୍ଲାରେ ଏଭଳି ପିଏନଜି ବ୍ୟବସ୍ଥା ନିମନ୍ତେ କାର୍ଯ୍ୟ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୫୦ରୁ ଅଧିକ ଜିଲ୍ଲାର ୧୨ ଲକ୍ଷ ପରିବାରଙ୍କୁ ଏଭଳି ଗ୍ୟାସ ଯୋଗାଣର ଲକ୍ଷ୍ୟ ରଖାଯାଇଛି । ଆମେ ଏବେ ଶତ ପ୍ରତିଶତ ଗ୍ୟାସ ଯୋଗାଣ ଲକ୍ଷ୍ୟର ଖୁବ୍‌ ନିକଟତର ହୋଇସାରିଛୁ ବୋଲି ସେ ସୂଚାଇଥିଲେ । 

ଏହି ଅବସରରେ ଜୈବ ଇନ୍ଧନ ସଂପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜୈବ ଇନ୍ଧନ କେବଳ ଏକ ସ୍ୱଚ୍ଛ ଇନ୍ଧନ ନୁହେଁ, ବରଂ ଏହା ହେଉଛି ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାର ପ୍ରୋତ୍ସାହନ ଇଂଜିନ୍‌ । ଏହା ହେଉଛି ଦେଶ ବିକାଶର ଇଂଜିନ୍‌ ଏବଂ ଗ୍ରାମାଞ୍ଚଳ ବିକାଶର ଇଂଜିନ୍‌ । ସେ କହିଲେ ଯେ ଜୈବ ଇନ୍ଧନ ଏଭଳି ଏକ ଇନ୍ଧନ ଯାହା ଆମେ ଘରୋଇ ଓ କୃଷିକ୍ଷେତ୍ର ବର୍ଜ୍ୟରୁ, ବୃକ୍ଷଲତାରୁ ଏପରିକି ନଷ୍ଟ ହୋଇଯାଇଥିବା ଶସ୍ୟରୁ ପାଇପାରିବା । ପ୍ରଧାନମନ୍ତ୍ରୀ କହିଲେ ଯେ ଆମେ ଗତ ୬–୭ ବର୍ଷ ମଧ୍ୟରେ ପେଟ୍ରୋଲରେ ୧୦ ପ୍ରତିଶତ ଇଥାନୋଲ ବ୍ଲେଣ୍ଡିଂର ନିକଟତର ହୋଇସାରିଛୁ ଏବଂ ଏବେ ଆମେ ଆଗାମୀ ୪–୫ ବର୍ଷ ଭିତରେ ୨୦ ପ୍ରତିଶତ ବ୍ଲେଣ୍ଡିଂ ଦିଗରେ ଆଗକୁ ଅଗ୍ରସର ହେଉଛୁ । ଉତ୍ତର ପ୍ରଦେଶରୁ ଗତ ବର୍ଷ, ୭ ହଜାର କୋଟି ଟଙ୍କାର ଇଥାନୋଲ କ୍ରୟ କରାଯାଇଛି । ଅନେକ ଇଥାନୋଲ ଓ ଜୈବ ଇନ୍ଧନ ସଂପର୍କୀତ ୟୁନିଟ୍‌ ରାଜ୍ୟରେ ହିଁ ପ୍ରତିଷ୍ଠା କରାଯାଇଛି । ଏକ କମ୍ପ୍ରେସଡ଼୍‌ ବାୟୋଗ୍ୟାସ ୟୁନିଟ୍‌ ଯାହାକି ଆଖୁଖଦାରୁ ପ୍ରସ୍ତୁତ ହୋଇପାରିବ ସେଭଳି ସିବିଜି ପ୍ଲାଣ୍ଡ ରାଜ୍ୟର ୭୦ଟି ଜିଲ୍ଲାରେ ସ୍ଥାପନ ଦିଗରେ କାର୍ଯ୍ୟ ଚାଲିଛି । ବଦାୟୁଁ ଓ ଗୋରଖପୁରରେ “ପରାଲି’ରୁ ଜୈବ ଇନ୍ଧନ ପ୍ରସ୍ତୁତି ପ୍ଲାଣ୍ଟ୍‌ ସ୍ଥାପନ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଜନସାଧାରଣଙ୍କ ମୌଳିକ ସୁବିଧା ପୂରଣ ପରେ ଏବେ ଦେଶ ଉତ୍ତମ ଜୀବନ ବଂଚିବାର ସ୍ୱପ୍ନକୁ ସାକାର କରିବା ଦିଗରେ ଅଗ୍ରସର ହେଉଛି । ଆଗାମୀ ୨୫ ବର୍ଷ ମଧ୍ୟରେ ଆମକୁ ଏହି ସାମର୍ଥ୍ୟକୁ ବହୁ ଗୁଣରେ ବଢ଼ାଇବାକୁ ପଡ଼ିବ । ଆମେ ସଭିଏଁ ଏକତ୍ର ମିଶି ଏହି ପ୍ରତିବଦ୍ଧତାକୁ ପ୍ରମାଣିତ କରି ଏକ ସକ୍ଷମ ଭାରତ ନିର୍ମାଣ କରିପାରିବା । ଏଥିରେ ଦେଶର ଭଉଣୀମାନଙ୍କର ଏକ ସ୍ୱତନ୍ତ୍ର ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।  

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win