ଆଜି ଆରମ୍ଭ କରାଯାଇଥିବା ବିକାଶମୂଳକ ପ୍ରକଳ୍ପ କେରଳର ସମସ୍ତ ଅଞ୍ଚଳ ଏବଂ ବ୍ୟାପକ କ୍ଷେତ୍ରରେ ବ୍ୟାପୀ ରହିଛି : ପ୍ରଧାନମନ୍ତ୍ରୀ
ବିଗତ ଛଅ ବର୍ଷ ମଧ୍ୟରେ ଭାରତର ସୌର ଶକ୍ତି କ୍ଷମତା 13 ଗୁଣା ବୃଦ୍ଧି ପାଇଛି : ପ୍ରଧାନମନ୍ତ୍ରୀ
ଆମର ଅନ୍ନଦାତାମାନଙ୍କୁ ଉର୍ଜ୍ଜାଦାତା କରିବା ଲାଗି ଚାଷୀମାନଙ୍କୁ ସୌର କ୍ଷେତ୍ର ସହିତ ଯୋଡ଼ାଯାଉଛି : ପ୍ରଧାନମନ୍ତ୍ରୀ
ବିକାଶ ଓ ଉତ୍ତମ ପ୍ରଶାସନ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ କିମ୍ବା ଭାଷା ଦେଖିନଥାଏ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କେରଳର ପୁଗାଲୁର-ତ୍ରିଶୁର ବିଦ୍ୟୁତ ସଞ୍ଚାରଣ ପ୍ରକଳ୍ପ, କାସାରଗୋଡ଼ ସୌର ଶକ୍ତି ପ୍ରକଳ୍ପ ଏବଂ ଆରୁଭିକ୍କରା ଠାରେ ଜଳ ପରିଚାଳନା ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସେ ମଧ୍ୟ ଏହି କାର୍ଯ୍ୟକ୍ରମ ଅବସରରେ ଥିରୁଅନନ୍ତପୁରମରେ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଓ ସ୍ମାର୍ଟ ରୋଡ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ।

କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନଙ୍କ ସମେତ କେନ୍ଦ୍ର ଶକ୍ତି, ନୂତନ ଏବଂ ନବୀକରଣ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜ କୁମାର ସିଂ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆରମ୍ଭ କରାଯାଇଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକ କେରଳର ବିଭିନ୍ନ ଅଞ୍ଚଳ ଏବଂ ବ୍ୟାପକ କ୍ଷେତ୍ରରେ ବ୍ୟାପି ରହିଛି। ଏଗୁଡ଼ିକ କେରଳ ଭଳି ସୁନ୍ଦର ରାଜ୍ୟକୁ ଶକ୍ତିଶାଳୀ ଓ ସଶକ୍ତ କରିବ, ଯେଉଁ ରାଜ୍ୟର ଲୋକମାନେ ଭାରତର ପ୍ରଗତିରେ ସମୃଦ୍ଧ ଯୋଗଦାନ ଦେଉଛନ୍ତି।

 

ସେ କହିଥିଲେ ଯେ ଆଜି ଉଦଘାଟିତ ହୋଇଥିବା 2000 ମେଗାୱାଟ ଅତ୍ୟାଧୁନିକ ପୁଗାଲୁର-ତ୍ରିଶୁର ହାଇଭୋଲ୍ଟେଜ ଡାଇରେକ୍ଟ କରେଣ୍ଟ ସିଷ୍ଟମ ହେଉଛି କେରଳର ପ୍ରଥମ ଏଚଭିଡିସି ଇଣ୍ଟରକନେକ୍ସନ ଯାହା ଜାତୀୟ ଗ୍ରିଡ୍ ସହିତ ଯୋଡ଼ି ହେବ ଏବଂ ରାଜ୍ୟର ବର୍ଦ୍ଧିତ ବିଦ୍ୟୁତ ଚାହିଦା ପୂରଣ ଲାଗି ବିପୁଳ ପରିମାଣର ବିଦ୍ୟୁତ ଶକ୍ତି ସ୍ଥାନାନ୍ତର କରିବ। ଦେଶରେ ପ୍ରଥମ ଥର ଲାଗି ବିଦ୍ୟୁତ ସଞ୍ଚାରଣ ନିମନ୍ତେ ଭିଏସଜି କନଭର୍ଟର ପ୍ରଯୁକ୍ତି ପ୍ରଚଳନ କରାଯିବା ଏଠାରେ ଆରମ୍ଭ ହୋଇଛି। ସେ ଆହୁରି କହିଥିଲେ ଯେ ରାଜ୍ୟରେ ଅନ୍ତରୀଣ ବିଦ୍ୟୁତ ଶକ୍ତି ଉତ୍ପାଦନ ଋତୁକାଳିନ ହୋଇଥିବା କାରଣରୁ କେରଳ ଜାତୀୟ ଗ୍ରୀଡରୁ ବିଦ୍ୟୁତ ଆମଦାନୀ କରିବା ଉପରେ ଅଧିକ ନିର୍ଭରଶୀଳ ହୋଇଥାଏ। ଏଚଭିଡିସି ବ୍ୟବସ୍ଥା ଫଳରେ ଏହି ବ୍ୟବଧାନକୁ ହ୍ରାସ କରାଯାଇପାରିବ। ସେ ଖୁସି ବ୍ୟକ୍ତ କରି କହିଥିଲେ ଯେ ଏହି ପ୍ରକଳ୍ପରେ ଉପଯୋଗ କରାଯାଇଥିବା ଏଚଭିଡିସି ସରଞ୍ଜାମଗୁଡ଼ିକ ଭାରତରେ ନିର୍ମିତ ହୋଇଛି ଏବଂ ଏହା ଆତ୍ମନିର୍ଭର ଭାରତ ଅଭିଯାନକୁ ବଳ ଯୋଗାଇବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୌର ଶକ୍ତି କ୍ଷେତ୍ରରେ ଆମର ଉପଲବ୍ଧି ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବା ସହିତ ଆମର ଉଦ୍ୟମୀମାନଙ୍କୁ ପ୍ରୋତ୍ସାହିତ କରିଛି। ସେ କହିଥିଲେ ଯେ ଆମର ଅନ୍ନଦାତାମାନଙ୍କୁ ଉର୍ଜାଦାତା କରିବା ଲାଗି ଚାଷୀମାନଙ୍କୁ ସୌର ଶକ୍ତି କ୍ଷେତ୍ର ସହିତ ଯୋଡ଼ାଯାଉଛି। ପିଏମ-କୁସୁମ ଯୋଜନା ଅନ୍ତର୍ଗତ, ଚାଷୀମାନଙ୍କୁ 20 ଲକ୍ଷ ସୌର ଶକ୍ତି ପମ୍ପ ଯୋଗାଇ ଦିଆଯାଇଛି। ସେ ଆହୁରି କହିଥିଲେ ଯେ ବିଗତ ଛଅ ବର୍ଷ ମଧ୍ୟରେ ଭାରତର ସୌର ଶକ୍ତି କ୍ଷମତା 13 ଗୁଣା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ସୌର ମେଣ୍ଟ ମାଧ୍ୟମରେ ଭାରତ ସମଗ୍ର ବିଶ୍ଵକୁ ଏକତ୍ରିତ କରିପାରିଛି। ସେ କହିଥିଲେ ଆମର ସହରଗୁଡ଼ିକ ଅଭିବୃଦ୍ଧିର ଇଞ୍ଜିନ ଏବଂ ନବୋନ୍ମେଷର ଶକ୍ତିକେନ୍ଦ୍ର। ଆମ ସହରଗୁଡ଼ିକରେ ତିନୋଟି ଉତ୍ସାହପ୍ରଦ ଧାରା ଦେଖିବାକୁ ମିଳୁଛି: ଜ୍ଞାନକୌଶଳର ବିକାଶ, ଅନୁକୂଳ ଜନସାଂଖ୍ୟିକୀୟ ବିଭାଜନ ଏବଂ ବର୍ଦ୍ଧିତ ଘରୋଇ ଚାହିଦା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକ ଉନ୍ନତ ସହରାଞ୍ଚଳ ଯୋଜନା ଏବଂ ପରିଚାଳନା ଲାଗି ସହରଗୁଡ଼ିକୁ ସହାୟକ ହେଉଛି। ସେ ଘୋଷଣା କରିଥିଲେ ଯେ 54ଟି କମାଣ୍ଡ ସେଣ୍ଟର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ 30ଟି ଏପରି ପ୍ରକଳ୍ପ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି। ମହାମାରୀ ସମୟରେ ଏହି କେନ୍ଦ୍ରଗୁଡ଼ିକ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ। ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ, କେରଳର ଦୁଇଟି ସ୍ମାର୍ଟ ସିଟି-କୋଚି ଏବଂ ଥିରୁଅନନ୍ତପୁରମ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛନ୍ତି। 773 କୋଟି ଟଙ୍କାର 27ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ 2000 କୋଟି ଟଙ୍କାର 68ଟି ପ୍ରକଳ୍ପ ଅଗ୍ରଗତି ପଥରେ ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ, ବର୍ଜ୍ୟଜଳ ପରିଚାଳନା ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ଉନ୍ନତିକରଣ କରିବା କ୍ଷେତ୍ରରେ ଅମୃତ ସହାୟକ ହେଉଛି। ଅମୃତ ଯୋଜନା ଅନ୍ତର୍ଗତ 1100 କୋଟି ଟଙ୍କାରୁ ଅଧିକ ବ୍ୟୟରେ କେରଳରେ ମୋଟ 175ଟି ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଉଛି। 9ଟି ଅମୃତ ସହରରେ ସାର୍ବଜନୀନ ପ୍ରସାର ଯୋଗାଇ ଦିଆଯାଇଛି। ସେ କହିଥିଲେ, ଆଜି ଉଦଘାଟିତ ହୋଇଥିବା ଆରୁଭିକ୍କରା ଜଳ ପରିଚାଳନା ପ୍ଲାଣ୍ଟ 70 କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି। ଏହା ପାଖାପାଖି 13 ଲକ୍ଷ ନାଗରିକଙ୍କ ଜୀବନଧାରଣରେ ସୁଧାର ଆଣିବ ଏବଂ ଏହାଦ୍ୱାରା ଥିରୁଅନନ୍ତପୁରମରେ ମୁଣ୍ଡପିଛା ଜଳ ଯୋଗାଣ ପରିମାଣ ପୂର୍ବର ଦୈନିକ 100 ଲିଟରରୁ 150 ଲିଟରକୁ ବୃଦ୍ଧି ପାଇବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନ ସାରା ଭାରତକୁ ଅନୁପ୍ରାଣିତ କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିବାଜୀ ସ୍ୱରାଜ୍ୟ ଉପରେ ଜୋର ଦେଇଥିଲେ, ଯେଉଁଠି ସମାଜର ପ୍ରତ୍ୟେକ ବର୍ଗର ଲୋକମାନଙ୍କ ନିକଟରେ ବିକାଶ ପହଞ୍ଚିପାରିବ। ସେ କହିଥିଲେ ଯେ, ଶିବାଜୀ ଏକ ଶକ୍ତିଶାଳୀ ନୌସେନା ଗଠନ କରିଥିଲେ ଏବଂ ଉପକୂଳର ବିକାଶ ତଥା ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ଅନେକ କାର୍ଯ୍ୟ କରିଥିଲେ। ଭାରତ ସରକାର ତାଙ୍କର ସଂକଳ୍ପକୁ ଆଗେଇ ନେଉଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ମାର୍ଗରେ ରହିଛି। ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରରେ ଯୁଗାନ୍ତକାରୀ ସଂସ୍କାର ଅଣାଯାଇଛି। ଏସବୁ ପ୍ରୟାସ ଅଧିକାଂଶ ପ୍ରତିଭାସମ୍ପନ୍ନ ଯୁବପିଢ଼ିଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ। ସେ କହିଥିଲେ ଭାରତ ନୀଳ ଅର୍ଥବ୍ୟବସ୍ଥାରେ ନିବେଶ କରୁଛି। ମତ୍ସ୍ୟଜୀବୀଙ୍କ ପାଇଁ ଆମର ପ୍ରୟାସ : ଅଧିକ ଋଣ, ବର୍ଦ୍ଧିତ ଜ୍ଞାନକୌଶଳ, ଉନ୍ନତ ମାନର ଭିତ୍ତିଭୂମି ଏବଂ ସହାୟକ ସରକାରୀ ନୀତି ଉପରେ ଆଧାରିତ। ସେ କହିଥିଲେ, ସରକାରଙ୍କ ନୀତି ଫଳରେ ଭାରତ ସାମୁଦ୍ରିକ ଖାଦ୍ୟ ରପ୍ତାନିର କେନ୍ଦ୍ରରେ ପରିଣତ ହୋଇପାରିବ।

ମହାନ ମାଲାୟାଲମ କବି କୁମାରନାଶନଙ୍କ ଉକ୍ତି,

“ମୁଁ ତୁମର

ଜାତି ପଚାରୁନାହିଁ ଭଉଣୀ,

ମୁଁ ପାଣି ମାଗୁଛି,

ମୋତେ ଶୋଷ ଲାଗୁଛି”।

ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ ଏବଂ ଉତ୍ତମ ପ୍ରଶାସନ ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ ଓ ଭାଷା ଜାଣିନଥାଏ। ସମସ୍ତଙ୍କ ପାଇଁ ବିକାଶ ଏବଂ ତାହା ହେଉଛି ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ। ଆଗକୁ ବଢ଼ିବା ଏବଂ ଏକଜୁଟତା ଏବଂ ବିକାଶର ଏହି ସହଭାଗୀ ସଂକଳ୍ପକୁ ବାସ୍ତବ ରୂପ ଦେବା ଲାଗି ପ୍ରଧାନମନ୍ତ୍ରୀ କେରଳବାସୀଙ୍କ ସମର୍ଥନ ଲୋଡ଼ିଥିଲେ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hold talks with Myanmar President U Min Aung Hlaing
June 01, 2026

The Prime Minister, Shri Narendra Modi, today held productive talks with the President of Myanmar, U Min Aung Hlaing.

The Prime Minister noted that India is honoured that President U Min Aung Hlaing chose India for his first foreign visit as President. He also expressed happiness that the President began his programme in India from Bodh Gaya with the blessings of Lord Buddha.

During the talks, the two leaders reviewed the full range of India-Myanmar relations and discussed ways to further strengthen bilateral cooperation.

The discussions covered avenues to deepen cooperation in trade, rare earths, healthcare, connectivity, heritage restoration and capacity building. The two sides also agreed to work closely in areas such as maritime security, cyber security and other sectors of mutual interest.

The Prime Minister underlined that Myanmar is vital to India’s ‘Neighbourhood First’, ‘Act East’ and Indo-Pacific policies, reaffirming the importance India attaches to its relations with Myanmar.

The Prime Minister wrote on X;

“Had a productive meeting with President U Min Aung Hlaing of Myanmar. We in India are honoured that he has chosen India for his first foreign visit as President. Equally gladdening is the fact that he began the visit from Bodh Gaya, with the blessings of Lord Buddha. We reviewed the full range of India-Myanmar relations. Myanmar is vital to India’s policies of ‘Neighbourhood First’, ‘Act East’ and Indo-Pacific.”

“Our talks covered ways to deepen cooperation in trade, rare earths, healthcare, connectivity, heritage restoration and capacity building. We also agreed to work closely in areas such as maritime security, cyber security and more.”