ସେୟାର
 
Comments
ବୈଶିକ ମହାମାରୀ ବିରୁଦ୍ଧରେ ସଂଗ୍ରାମ ପାଇଁ କାଶୀ ଓ ଉତ୍ତରପ୍ରଦେଶବାସୀଙ୍କ ଉଦ୍ୟମର କଲେ ପ୍ରଶଂସା
ପୂର୍ବାଞ୍ଚଳର ଚିକିତ୍ସା କେନ୍ଦ୍ର ହେବ କାଶୀ: ପ୍ରଧାନମନ୍ତ୍ରୀ
ମା’ ଗଙ୍ଗାନଦୀ ଓ କାଶୀର ସୌନ୍ଦର୍ଯ୍ୟ ଓ ପରିମଳ ଏକ ଆକାଂକ୍ଷିତ ବିଷୟ ଓ ଏହାକୁ ଦିଆଯାଉଛି ଅଗ୍ରାଧିକାର: ପ୍ରଧାନମନ୍ତ୍ରୀ
ଯୋଜନା ନିମନ୍ତେ ୮୦୦୦କୋଟିର ବ୍ୟୟ ଅଟକଳ: ପ୍ରଧାନମନ୍ତ୍ରୀ
ଉତ୍ତରପ୍ରଦେଶ ଦେଶର ଅଗ୍ରଣୀ ପୁଞ୍ଜିନିବେଶର ଲକ୍ଷ୍ୟସ୍ଥଳ ଭାବେ ଉଭା ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀ
ଆଇନର ଶାସନ ଓ ବିକାଶ ଉପରେ ଗୁରୁତ୍ୱ ଯୋଗୁଁ ଉତ୍ତରପ୍ରଦେଶ ଜନସାଧାରଣ ଯୋଜନାରୁ ସୁଫଳ ପାଉଛନ୍ତି: ପ୍ରଧାନମନ୍ତ୍ରୀ
ଭୂତାଣୁ ବିରୁଦ୍ଧରେ ସତର୍କ ରହିବାକୁ ଉତ୍ତରପ୍ରଦେଶ ଜନସାଧାରଣଙ୍କୁ ସ୍ମରଣ କରାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ବାରଣାସୀରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ସେ ଯେଉଁ କେତେକ ପ୍ରକଳ୍ପ ଓ ନିର୍ମାଣ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି  ତାହା ମଧ୍ୟରେ ବି.ଏଚ.ୟୁରେ ଶହେ ଶଯ୍ୟା ବିଶିଷ୍ଟ ଏମ୍‌.ସି.ଏଚ. ଶାଖା, ଗୋଡୁଲିଆରେ ବହୁମୁଖୀ ଉଦ୍ୟାନ, ଗଙ୍ଗାନଦୀରେ ପର୍ଯ୍ୟଟନ ବିକାଶ ପାଇଁ ରୋ ରୋ ଭେଳା, ବାରଣାସୀ-ଗାଜିପୁର ରାଜପଥରେ ତିନିଥାକିଆ ଫ୍ଲାଏଓଭର ବ୍ରିଜ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହିସବୁ ପ୍ରକଳ୍ପ ବାବଦରେ ୭୪୪କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହାଛଡା ଶ୍ରୀ ମୋଦୀ ପ୍ରାୟ ୮୩୯କୋଟି ଟଙ୍କାର ଅନେକ ପ୍ରକଳ୍ପ ଓ ପୂର୍ତ୍ତ ବିଭାଗୀୟ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏଥିରେ ସିପେଟ, ଜଳଜୀବନ ମିଶନ ଅଧୀନରେ ୧୪୩ଟି ପ୍ରକଳ୍ପ ଓ  କାରରିୟାଁନରେ ଆମ୍ବ ଓ ପନିପରିବା ସମନ୍ୱିତ ପ୍ୟାକ ହାଉସ ଅନ୍ତର୍ଭୁକ୍ତ ।

ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗତ କିଛି ମାସର ଭୟଙ୍କର କରୋନା ସଂକ୍ରମଣ ଅବସ୍ଥାର ସ୍ମୃତିଚାରଣ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଜଟିଳ ପରିସ୍ଥିତିର ଦମ୍ଭର ସାମ୍ନା କରିଥିବାରୁ କାଶୀ ଓ ଉତ୍ତରପ୍ରଦେଶ ଜନସାଧାରଣଙ୍କ ଉଦ୍ୟମର ପ୍ରଶଂସା କରିଥିଲେ । କାଶୀର ପ୍ରଶାସନ ଓ ସମସ୍ତ କରୋନା ଯୋଦ୍ଧା ଯେପରି କାଶୀରେ ସମସ୍ତ ଆୟୋଜନ କରିଛନ୍ତି ତା’ର ପ୍ରଶଂସା କରିଥିଲେ ।  “ଏପରିକି ଅତ୍ୟନ୍ତ କଠିନ ପରିସ୍ଥିତିରେ କାଶୀ ଚୁପ ବସିଯାଇନାହିଁ କି କେବେ କ୍ଲାନ୍ତ ହୋଇନାହିଁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।  ସେ କରୋନାର ଦ୍ୱିତୀୟ ଲହର ମୁକାବିଲା ସହ ପୂର୍ବରୁ ଜାପାନୀ ମସ୍ତିଷ୍କ ଜ୍ୱର ଯୋଗୁଁ ସୃଷ୍ଟି ହୋଇଥିବା ଆତଙ୍କର ତୁଳନା କରିଥିଲେ । ଏପରିକି ଚିକିତ୍ସା ସୁବିଧା ଓ ରାଜନୈତିକ ଇଚ୍ଛାଶକ୍ତି ବିନା ଅନେକ ଛୋଟ ଛୋଟ ସମସ୍ୟା ମଧ୍ୟ ବିଶାଳ ରୂପ ନେଇଥାଏ । ଆଜି ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ପରୀକ୍ଷା ଓ ଟିକାକରଣ ହୋଇଛି  ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶରେ ଚିକିତ୍ସା ଭିତ୍ତିଭୂମିର ଦୃତ ଉନ୍ନତି ନେଇ ବର୍ଣ୍ଣନା କରିଥିଲେ । ଗତ ଚାରିବର୍ଷ ମଧ୍ୟରେ ମେଡିକାଲ କଲେଜ ସଂଖ୍ୟାରେ ଚାରିଗୁଣ ବୃଦ୍ଧି ଘଟିଛି । ରାଜ୍ୟରେ କେତେକ ମେଡିକାଲ କଲେଜ ନିର୍ମାଣ ଶେଷ ଅବସ୍ଥାରେ ପହଂଚିଛି ।  ଶ୍ରୀ ମୋଦି ରାଜ୍ୟରେ ସ୍ଥାପିତ ହୋଇଥିବା ୫୫୦ଟି ଅମ୍ଳଜାନ କାରଖାନାରୁ ଆଜି (15-07-2021) ରେ ହିଁ ୧୪ଟିର ଉଦ୍‌ଘାଟନ ହେଉଥିବା ବିଷୟ କହିଥିଲେ । ରାଜ୍ୟ ସରକାର ଶିଶୁମାନଙ୍କ ସ୍ୱତନ୍ତ୍ର ଯତ୍ନ ପ୍ରକୋଷ୍ଠ(ଆଇସିୟୁ) ଓ ଅମ୍ଳଜାନ ବ୍ୟବସ୍ଥାରେ ଯେଉଁ ସୁଧାର ଆଣିଛନ୍ତି ଶ୍ରୀ ମୋଦୀ ତାହାର ପ୍ରଶଂସା କରିଥିଲେ । ନିକଟରେ ଘୋଷଣା କରାଯାଇଥିବା ୨୩ହଜାର କୋଟି ଟଙ୍କାର ପ୍ୟାକେଜ ଉତ୍ତରପ୍ରଦେଶ ପାଇଁ ଲାଭଦାୟକ ହେବ ବୋଲି ସେ କହିଥିଲେ । କାଶୀନଗରୀ ପୂର୍ବାଂଚଳରେ ଚିକିତ୍ସାର ଏକ ପେଣ୍ଠସ୍ଥଳୀ ହେବାକୁ ଯାଉଛି । କେତେକ ରୋଗର ଚିକିତ୍ସା ନିମନ୍ତେ   ଜନସାଧାରଣଙ୍କୁ ଦିଲ୍ଲୀ ଓ ମୁମ୍ବାଇ ଯିବାକୁ ପଡିଥିବାବେଳେ, ବର୍ତ୍ତମାନ ତାହା କାଶୀରେ ଉପଲବ୍ଧ ହେବ । ଉଦ୍‌ଘାଟିତ କେତେକ ପ୍ରକଳ୍ପ ଯୋଗୁଁ ଚିକିତ୍ସା ଭିତ୍ତିଭୂମିରେ କାଶୀ ପାଇଁ ଅଧିକ ସୁବିଧା ମିଳିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ପ୍ରକଳ୍ପ ଯୋଗୁଁ ପ୍ରାଚୀନ କାଶୀ ମହାନଗରୀ ବିକାଶ ରାସ୍ତାରେ ଅଗ୍ରସର ହେଲେ ମଧ୍ୟ ଏହାର ବିଶେଷତ୍ୱ ବଜାୟ ରହିବ । ରାଜରାସ୍ତା, ଫ୍ଲାଇଓଭର, ରେଳ ଓଭରବ୍ରିଜ, ଭୂତଳ ୱେରିଂ, ଆବର୍ଜନା ନିଷ୍କାସନ, ପାନୀୟଜଳ ସୁବିଧା, ପର୍ଯ୍ୟଟନ ବିକାଶ ପ୍ରତି ସରକାର ବେଶ ଧ୍ୟାନ ଦେଉଛନ୍ତି । “ଏବେ ମଧ୍ୟ ୮ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନା ବାବଦ କାର୍ଯ୍ୟ ଚାଲିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେ କହିଥିଲେ ପରିସ୍କାର ପରିଚ୍ଛନ୍ନତା, ଗଙ୍ଗା ଓ କାଶୀର ସୌନ୍ଦର୍ଯ୍ୟ ବିକାଶ ସବୁବେଳେ ଅଗ୍ରାଧିକାର ପାଇବ । ସେ ଦୃଷ୍ଟିରୁ ରାସ୍ତା, ବର୍ଜ୍ୟବସ୍ତୁ, ପରିଚାଳନା, ଉଦ୍ୟାନ ଓ ଘାଟର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ପଞ୍ଚକୋଶୀ  ମାର୍ଗକୁ ଚଉଡା କରିବା ସହ ବାରଣାସୀ-ଗାଜିପୁର ରାସ୍ତାରେ ପୋଲ ଅନେକ ଗ୍ରାମ ଓ ସହରବାସୀଙ୍କ ପାଇଁ ସୁବିଧା ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସହରର ବିଭିନ୍ନ ସ୍ଥାନରେ ସ୍ଥାନିତ ବୃହତ୍ ଏଲଇଡି ସ୍କ୍ରିନ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନଯୁକ୍ତ ଘାଟରେ ଲଗାଯାଇଥିବା ସୂଚନା ଫଳକ କାଶୀର ପର୍ଯ୍ୟଟକଙ୍କ ନିମନ୍ତେ ସହାୟତା ହେବ । ଏଲଇଡି ସ୍କ୍ରିନ ଜରିଆରେ କାଶୀର ଇତିହାସ, କଳା, ସ୍ଥାପତ୍ୟ ଓ ଅନ୍ୟାନ୍ୟ ସୂଚନା ଭକ୍ତମାନଙ୍କ ନିମନ୍ତେ ବେଶ୍ ଉପକାରୀ ହେବ । ଘାଟରେ ଓ କାଶୀ ବିଶ୍ୱନାଥ ମନ୍ଦିରରେ ଆରତି ମହାନଗରର ବିଭିନ୍ନ ସ୍ଥାନରେ ଥିବା ଏଲଇଡି ସ୍କ୍ରିନରେ ଜନସାଧାରଣ ଦର୍ଶନ କରିବାର ଅନୁଭୂତି ପାଇବେ । ଉଦ୍‌ଘାଟିତ ହୋଇଥିବା  ରୋ ରୋ ସେବା ଓ ରୁଦ୍ରାକ୍ଷ କେନ୍ଦ୍ର ପର୍ଯ୍ୟଟକଙ୍କ ନିମନ୍ତେ ବେଶ୍ ଉପକାରୀ ହେବ ।

ପ୍ରଧାନମନ୍ତ୍ରୀ କାଶୀକୁ ଆଧୁନିକ ଯୁଗରେ ଶିକ୍ଷାର ଏକ କେନ୍ଦ୍ରଭାବେ ବିକଶିତ କରାଯାଉଥିବା ପ୍ରକାଶ କରିଛନ୍ତି । ଆଜି କାଶୀରେ ଆଦର୍ଶ ବିଦ୍ୟାଳୟ, ଆଇଟିଆଇ ଓ ସେହିପରି ଅନେକ ଅନୁଷ୍ଠାନ ମାନ ରହିଛି । ଜ୍ଞାନକୌଶଳ ଓ ବୈଷୟିକ ସହଯୋଗ ସିପେଟ୍ କେନ୍ଦ୍ରକୁ ମିଳିବା ଫଳରେ  ସେ ଅଞ୍ଚଳରେ ଶିଳ୍ପକ୍ଷେତ୍ରରେ ବିକାଶ ଘଟିବ । ଉତ୍ତର ପ୍ରଦେଶ ଖୁବ୍ ଶୀଘ୍ର ଏକ ଅଗ୍ରଣୀ ପୁଞ୍ଜିନିବେଶ ଲକ୍ଷ୍ୟସ୍ଥଳ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶ ଯାହା କି କିଛି ବର୍ଷ ପୂର୍ବରୁ ବ୍ୟବସାୟ ପାଇଁ ଅନୁପଯୁକ୍ତ ମନେ ହେଉଥିଲା, ଆଜି ମେକ୍‌ଇନ ଇଣ୍ଡିଆର ଲକ୍ଷ୍ୟସ୍ଥଳ ହେବାକୁ ଯାଉଛି । ଭିତ୍ତିଭୂମି ବିକାଶ ଦିଗରେ ଅସାଧାରଣ ନୈପୁଣ୍ୟ ଯୋଗୁଁ ସେ ଯୋଗୀ ସରକାରଙ୍କୁ ତାହାର ଶ୍ରେୟ ଦେଇଥିଲେ । ଶ୍ରୀ ମୋଦୀ ପ୍ରତିରକ୍ଷା କରିଡର, ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ, ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ, ଗୋରଖପୁର ଲିଙ୍କ ଏକ୍ସପ୍ରେସ ୱେ ଓ ଗଙ୍ଗା ଏକ୍ସପ୍ରେସ ୱେ ଭଳି କେତେକ ଉଦାହରଣ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ କୃଷି ଭିତ୍ତିଭୂମି ବିକାଶ ଲାଗି ଏକ ଲକ୍ଷ କୋଟି ଟଙ୍କାର ଏକ ପାଣ୍ଠି ସୃଷ୍ଟି କରାଯାଇଛି ଯାହାକି କୃଷି ଭିତ୍ତିଭୂମିକୁ ଅତ୍ୟାଧୁନିକ କରିବା ସହ କୃଷି ବଜାର ନିମନ୍ତେ ମଧ୍ୟ ଉପକାରୀ ହେବ । ଉତ୍ତରପ୍ରଦେଶର ସଦ୍ୟ ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଆଗରୁ ମଧ୍ୟ ଯୋଜନା କରାଯାଇ ଅର୍ଥ ଆବଣ୍ଟନ କରାଯିବା ସତ୍ୱେ ତାହା ଲକ୍ଷ୍ନୌରେ ଅଟକି ଯାଉଥିଲା ବୋଲି କହିଛନ୍ତି । ଯେପରି ବିକାଶର ସୁଫଳ ସମସ୍ତଙ୍କ ନିକଟରେ ପହଂଚିବ, ସେଥିପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କରୁଥିବା ଉଦ୍ୟମରେ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରପ୍ରଦେଶରେ ଆଇନର ଶାସନ ଚାଲିଛି । ଆଗରୁ ଯେପରି ମାଫିଆରାଜ ଓ ଆତଙ୍କବାଦ ଅନିୟନ୍ତ୍ରିତ ରହିଥିଲା ତାହା ହେବ ଆଇନର ପରିଧି ମଧ୍ୟରେ ରହିଛି । ଆଗରୁ ଯେପରି ମାତାପିତା ସେମାନଙ୍କ ଝିଅ ଉଭଣୀମାନଙ୍କ ନିରାପତା ନେଇ ଚିନ୍ତିତ ରହୁଥିଲେ ସେ ପରିସ୍ଥିତିର ଏବେ ପରିବର୍ତନ ଘଟିଛି । ବର୍ତ୍ତମାନ ଉତ୍ତରପ୍ରଦେଶରେ ଲୋକମାନେ ବିଭିନ୍ନ ଯୋଜନାର ସୁବିଧା ହାସଲ କରିପାରୁଛନ୍ତି । ୟୁପିରେ ନୂତନ ଶିଳ୍ପସଂସ୍ଥା ସେମାନଙ୍କ ପୁଞ୍ଜିନିବେଶ କରୁଛନ୍ତି ଓ ରୋଜଗାର ସୁଯୋଗ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରପ୍ରଦେଶରେ ଆଇନର ଶାସନ ଚାଲିଛି । ଆଗରୁ ଯେପରି ମାଫିଆରାଜ ଓ ଆତଙ୍କବାଦ ଅନିୟନ୍ତ୍ରିତ ରହିଥିଲା ତାହା ହେବ ଆଇନର ପରିଧି ମଧ୍ୟରେ ରହିଛି । ଆଗରୁ ଯେପରି ମାତାପିତା ସେମାନଙ୍କ ଝିଅ ଉଭଣୀମାନଙ୍କ ନିରାପତା ନେଇ ଚିନ୍ତିତ ରହୁଥିଲେ ସେ ପରିସ୍ଥିତିର ଏବେ ପରିବର୍ତନ ଘଟିଛି । ବର୍ତ୍ତମାନ ଉତ୍ତରପ୍ରଦେଶରେ ଲୋକମାନେ ବିଭିନ୍ନ ଯୋଜନାର ସୁବିଧା ହାସଲ କରିପାରୁଛନ୍ତି । ୟୁପିରେ ନୂତନ ଶିଳ୍ପସଂସ୍ଥା ସେମାନଙ୍କ ପୁଞ୍ଜିନିବେଶ କରୁଛନ୍ତି ଓ ରୋଜଗାର ସୁଯୋଗ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶେଷରେ କରୋନା ଯେପରି ପୁଣି ନିଜର କାୟାବିସ୍ତାର ନ କରେ ସେଥିପ୍ରତି ସଚେତନ ରହିବାକୁ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶବାସୀଙ୍କୁ ଚେତାଇ ଦେଇଥିଲେ । ଯେକୌଣସି ଅବହେଳା ଏକ ବଡ ଲହର ଆଣିପାରେ । ପ୍ରତ୍ୟେକ ବ୍ୟକ୍ତି କରୋନା ମାର୍ଗଦର୍ଶିକା ପାଳନ କରିବା ସହ “ଟିକା ସମସ୍ତଙ୍କ ପାଇଁ, ସମସ୍ତଙ୍କ ପାଇଁ ମାଗଣା ” ଅଭିଯାନରେ ଟିକା ନେବାକୁ ନିବେଦନ କରିଥିଲେ । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
PLI scheme for auto sector to re-energise incumbents, charge up new players

Media Coverage

PLI scheme for auto sector to re-energise incumbents, charge up new players
...

Nm on the go

Always be the first to hear from the PM. Get the App Now!
...
Minister of Foreign Affairs of the Kingdom of Saudi Arabia calls on PM Modi
September 20, 2021
ସେୟାର
 
Comments

Prime Minister Shri Narendra Modi met today with His Highness Prince Faisal bin Farhan Al Saud, the Minister of Foreign Affairs of the Kingdom of Saudi Arabia.

The meeting reviewed progress on various ongoing bilateral initiatives, including those taken under the aegis of the Strategic Partnership Council established between both countries. Prime Minister expressed India's keenness to see greater investment from Saudi Arabia, including in key sectors like energy, IT and defence manufacturing.

The meeting also allowed exchange of perspectives on regional developments, including the situation in Afghanistan.

Prime Minister conveyed his special thanks and appreciation to the Kingdom of Saudi Arabia for looking after the welfare of the Indian diaspora during the COVID-19 pandemic.

Prime Minister also conveyed his warm greetings and regards to His Majesty the King and His Highness the Crown Prince of Saudi Arabia.