ଆଜି ମୋତେ ପିଏମ୍-କିଷାନର ୧୯ତମ କିସ୍ତି ଜାରି କରିବାର ସୌଭାଗ୍ୟ ମିଳିଛି , ମୁଁ ବହୁତ ସନ୍ତୁଷ୍ଟ ଯେ ଏହି ଯୋଜନା ସାରା ଦେଶରେ ଆମର କ୍ଷୁଦ୍ର କୃଷକମାନଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେଉଛି : ପ୍ରଧାନମନ୍ତ୍ରୀ
ମଖାନା ବିକାଶ ବୋର୍ଡ ଗଠନ କରିବାର ଆମର ପଦକ୍ଷେପ ଏହାର ଚାଷରେ ନିୟୋଜିତ ବିହାରର କୃଷକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି, ଏହା ମଖାନାର ଉତ୍ପାଦନ, ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି ଏବଂ ମାର୍କେଟିଂ ରେ ବହୁତ ସାହାଯ୍ୟ କରିବାକୁ ଯାଉଛି, : ପ୍ରଧାନମନ୍ତ୍ରୀ
ଯଦି ଏନଡିଏ ସରକାର ନଥାନ୍ତେ, ତେବେ ବିହାର ସମେତ ସମଗ୍ର ଦେଶରେ କୃଷକମାନେ ପିଏମ କିଷାନ ସମ୍ମାନ ନିଧି ପାଇନଥାନ୍ତେ, ଗତ ୬ ବର୍ଷ ମଧ୍ୟରେ ଏହାର ପ୍ରତ୍ୟେକ ଟଙ୍କା ସିଧାସଳଖ ଆମ ଅନ୍ନଦାତାଙ୍କ ଆକାଉଣ୍ଟରେ ପହଞ୍ଚିଛି: ପ୍ରଧାନମନ୍ତ୍ରୀ
ସୁପରଫୁଡ୍ ମଖାନା ହେଉ କି ଭାଗଲପୁରର ସିଲ୍କ, ବିହାରର ଏଭଳି ସ୍ୱତନ୍ତ୍ର ଉତ୍ପାଦକୁ ସମଗ୍ର ବିଶ୍ୱର ବଜାରକୁ ପହଞ୍ଚାଇବା ଉପରେ ଆମର ଧ୍ୟାନ ରହିଛି: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ ଯୋଜନା କେବଳ କୃଷି ପଛୁଆ ଅଞ୍ଚଳରେ ଫସଲ ଉତ୍ପାଦନ ବୃଦ୍ଧି କରିବ ନାହିଁ ବରଂ ଆମର କୃଷକମାନଙ୍କୁ ସଶକ୍ତ କରିବ : ପ୍ରଧାନମନ୍ତ୍ରୀ
ଆଜି ବିହାରର ମାଟିରେ ୧୦,୦୦୦ତମ ଏଫପିଓ ଗଠନ ହୋଇଛି, ଏହି ଅବସରରେ ସାରା ଦେଶରେ କୃଷକ ଉତ୍ପାଦକ ସଂଘର ସମସ୍ତ ସଦସ୍ୟଙ୍କୁ ଅନେକ ଅଭିନନ୍ଦନ !: ପ୍ରଧା

କୃଷକ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଭାଗଲପୁରରୁ ପିଏମ୍ କିଷାନର ୧୯ତମ କିସ୍ତି ଜାରି କରିଛନ୍ତି । ଏହି ଅବସରରେ ସେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣଙ୍କୁ ଶ୍ରୀ ମୋଦୀ ଆଭାଷୀ ଭାବେ ସ୍ୱାଗତ କରିଥିଲେ। ମହାକୁମ୍ଭର ପବିତ୍ର ସମୟରେ ମନ୍ଦରାଚଳ ମାଟିରେ ପାଦ ରଖିବା ଏକ ବଡ଼ ସୌଭାଗ୍ୟ ବୋଲି ସେ କହିଛନ୍ତି। ଏହି ସ୍ଥାନରେ ଆଧ୍ୟାତ୍ମିକତା, ଐତିହ୍ୟ ସହିତ ବିକଶିତ ଭାରତର ସମ୍ଭାବନା ମଧ୍ୟ ରହିଛି ବୋଲି ସେ କହିଥିଲେ। ଏହା ସହିଦ ତିଲକା ମାଝୀଙ୍କ ଭୂମି ତଥା ରେଶମ ସହର ଭାବେ ପ୍ରସିଦ୍ଧ ବୋଲି ଶ୍ରୀ ମୋଦୀ କହିଥିଲେ। ବାବା ଅଜଗାଇବିନାଥଙ୍କ ପବିତ୍ର ଭୂମିରେ ଆଗାମୀ ମହାଶିବରାତ୍ରି ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଏଭଳି ପବିତ୍ର ମୁହୂର୍ତ୍ତରେ ପିଏମ୍ କିଷାନର ୧୯ତମ କିସ୍ତି ପ୍ରଦାନ କରି ସେ ଭାଗ୍ୟବାନ ଏବଂ ପ୍ର​‌ତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ପ୍ରାୟ ୨୨,୦୦୦ କୋଟି ଟଙ୍କା ସିଧାସଳଖ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବିହାରର ପ୍ରାୟ ୭୫ ଲକ୍ଷ କୃଷକ ପରିବାର ପିଏମ୍ କିଷାନ ଯୋଜନାର ହିତାଧିକାରୀ ଥିଲେ, ଯାହାର ୧୯ତମ କିସ୍ତି ଆଜି ପ୍ରଦାନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ବିହାରର କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୧୬୦୦ କୋଟି ଟଙ୍କା ସିଧାସଳଖ ଜମା ହୋଇଛି। ସେ ବିହାର ଏବଂ ଦେଶର ଅନ୍ୟାନ୍ୟ ପ୍ରାନ୍ତରୁ ଆସିଥିବା ସମସ୍ତ କୃଷକ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।

 

ଲାଲକିଲ୍ଲାରେ ତାଙ୍କ ଅଭିଭାଷଣକୁ ଦୋହରାଇ ଶ୍ରୀ ମୋଦୀ କହିଥିଲେ, "ବିକଶିତ ଭାରତର ଚାରିଟି ମୁଖ୍ୟ ସ୍ତମ୍ଭ ଅଛି: ଗରିବ, କୃଷକ, ଯୁବକ ଏବଂ ମହିଳା"। କେନ୍ଦ୍ର ହେଉ କି ରାଜ୍ୟ ସରକାର, କୃଷକଙ୍କ କଲ୍ୟାଣକୁ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଛନ୍ତି। "ଗତ ଦଶନ୍ଧି ମଧ୍ୟରେ କୃଷକମାନଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଆମେ ସମ୍ପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରିଛୁ" ବୋଲି ଶ୍ରୀ ମୋଦୀ କହିଥିଲେ । କୃଷକମାନଙ୍କୁ ଉତ୍ତମ ବିହନ, ପର୍ଯ୍ୟାପ୍ତ ଏବଂ ସୁଲଭ ସାର, ଜଳସେଚନ ସୁବିଧା, ସେମାନଙ୍କ ପ୍ରାଣୀଧନଙ୍କୁ ରୋଗରୁ ସୁରକ୍ଷା ଏବଂ ବିପର୍ଯ୍ୟୟ ସମୟରେ କ୍ଷୟକ୍ଷତିରୁ ସୁରକ୍ଷା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ। ପୂର୍ବରୁ କୃଷକମାନେ ଏହି ସମସ୍ୟାକୁ ସାମନା କରୁଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ସରକାର ଏହି ପରିସ୍ଥିତିକୁ ପରିବର୍ତ୍ତନ କରିଛନ୍ତି ଏବଂ ସାମ୍ପ୍ରତିକ ବର୍ଷ ମାନଙ୍କରେ ଶହ ଶହ ଆଧୁନିକ ବିହନ ପ୍ରଜାତି କୃଷକମାନଙ୍କୁ ପ୍ରଦାନ କରାଯାଇଛି । ପୂର୍ବରୁ ୟୁରିଆ ପାଇଁ ଚାଷୀଙ୍କୁ ସଂଘର୍ଷ କରି କଳାବଜାରୀ କରିବାକୁ ପଡୁଥିବା ବେଳେ ଆଜି ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ମିଳୁଛି। ମହାମାରୀର ବଡ଼ ସଙ୍କଟ ସମୟରେ ମଧ୍ୟ ସରକାର କୃଷକମାନଙ୍କ ପାଇଁ ସାର ଯେପରି ଅଭାବ ନହୁଏ ତାହା ସୁନିଶ୍ଚିତ କରିଛନ୍ତି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ଯଦି ସେମାନଙ୍କ ସରକାର ନିର୍ବାଚିତ ହୋଇନଥାନ୍ତା, ତା'ହେଲେ ଚାଷୀମାନେ ସାର ପାଇଁ ସଂଘର୍ଷ କରିଥାନ୍ତେ। ବରାଉଣୀ ସାର କାରଖାନା ଏବେ ବି ବନ୍ଦ ରହିଛି ଏବଂ ଭାରତୀୟ କୃଷକମାନଙ୍କୁ ବସ୍ତା ପିଛା ୩୦୦ ଟଙ୍କାରୁ କମ୍ ମୂଲ୍ୟରେ ମିଳୁଥିବା ସାର ଅନେକ ଦେଶରେ ବ୍ୟାଗ୍ ପିଛା ୩୦୦୦ ଟଙ୍କାରେ ବିକ୍ରି ହେଉଛି। ୩,୦୦୦ ଟଙ୍କା ମୂଲ୍ୟର ୟୁରିଆ ବ୍ୟାଗ୍ ଆଜି ସୁଲଭ ମୂଲ୍ୟରେ ଉପଲବ୍ଧ କରାଇବା ପାଇଁ ସେମାନଙ୍କ ସରକାର ସୁନିଶ୍ଚିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ସରକାର କୃଷକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ଏବଂ ସେମାନଙ୍କର ହିତ ପାଇଁ କାର୍ଯ୍ୟ କରନ୍ତି । ୟୁରିଆ ଓ ଡିଏପି ର ଯେଉଁ ଖର୍ଚ୍ଚ ଚାଷୀଙ୍କୁ ବହନ କରିବାକୁ ପଡ଼ିଥାନ୍ତା, ତାହା କେନ୍ଦ୍ର ସରକାର ବହନ କରୁଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି, ଯାହା ଅନ୍ୟଥା କୃଷକଙ୍କ ପକେଟରୁ ଆସିଥାନ୍ତା। ଏହା ଦ୍ୱାରା ଦେଶର କୋଟି କୋଟି କୃଷକଙ୍କର ବହୁ ପରିମାଣର ଅର୍ଥ ସଞ୍ଚୟ ହୋଇଛି।

ଯଦି କୃଷକମାନେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇନଥାନ୍ତେ, ତେବେ ସେମାନଙ୍କ ସରକାର ନିର୍ବାଚିତ ହୋଇନଥାନ୍ତା ବୋଲି ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା ଆରମ୍ଭ ହେବାର ଛଅ ବର୍ଷ ମଧ୍ୟରେ ପ୍ରାୟ ୩.୭ ଲକ୍ଷ କୋଟି ଟଙ୍କା ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ପୂର୍ବରୁ ସରକାରୀ ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇନଥିବା କ୍ଷୁଦ୍ର କୃଷକମାନେ ବର୍ତ୍ତମାନ ସେମାନଙ୍କର ପ୍ରାପ୍ୟ ପାଉଛନ୍ତି । ମଧ୍ୟସ୍ଥିମାନେ କ୍ଷୁଦ୍ର କୃଷକଙ୍କ ଅଧିକାରକୁ ଶୋଷଣ କରୁଥିଲେ, କିନ୍ତୁ ତାଙ୍କ ନେତୃତ୍ୱରେ ଏବଂ ନୀତିଶ କୁମାରଙ୍କ ନେତୃତ୍ୱରେ ଏହା ହେବାକୁ ଦିଆଯିବ ନାହିଁ ବୋଲି ସେ କଥା  ଦେଇଥିଲେ। ପ୍ରଧାନମନ୍ତ୍ରୀ ଏହାକୁ ପୂର୍ବ ସରକାରମାନଙ୍କ ସହ ତୁଳନା କରି କହିଥିଲେ ଯେ ତାଙ୍କ ସରକାର ସିଧାସଳଖ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯେଉଁ ଟଙ୍କା ହସ୍ତାନ୍ତର କରିଛନ୍ତି ତାହା ପୂର୍ବ ସରକାରମାନଙ୍କ ଦ୍ୱାରା ଆବଣ୍ଟିତ କୃଷି ବଜେଟ ଠାରୁ ବହୁତ ଅଧିକ । ଏଭଳି ପ୍ରୟାସ କେବଳ କୃଷକଙ୍କ କଲ୍ୟାଣ ପାଇଁ ସମର୍ପିତ ସରକାର କରିପାରିବେ, ଦୁର୍ନୀତିଗ୍ରସ୍ତ ସଂସ୍ଥା ନୁହେଁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

 

ଶ୍ରୀ ମୋଦୀ କହିଥିଲେ ଯେ ପୂର୍ବ ସରକାରମାନେ କୃଷକମାନଙ୍କ ଅସୁବିଧା ବିଷୟରେ ଚିନ୍ତା କରିନଥିଲେ। ଅତୀତରେ ଯେତେବେଳେ ବନ୍ୟା, ମରୁଡ଼ି କିମ୍ବା କୁଆପଥର ଝଡ଼ ହେଉଥିଲା, ସେତେବେଳେ କୃଷକମାନେ କଷ୍ଟରେ ଛଟପଟ ହେଉଥିଲେ। ୨୦୧୪ରେ ସେମାନଙ୍କ ସରକାରଙ୍କୁ ଲୋକଙ୍କ ଆଶୀର୍ବାଦ ମିଳିବା ପରେ ଏହି ଆଭିମୁଖ୍ୟ ଆଗକୁ ରହିବ ନାହିଁ ବୋଲି ସେ ଘୋଷଣା କରିଥିଲେ। ସେମାନଙ୍କ ସରକାର ପିଏମ୍ ଫସଲ ବୀମା ଯୋଜନା ଆରମ୍ଭ କରିଛନ୍ତି, ଯାହା ଅଧୀନରେ ବିପର୍ଯ୍ୟୟ ସମୟରେ କୃଷକମାନଙ୍କୁ ୧.୭୫ ଲକ୍ଷ କୋଟି ଟଙ୍କାର ଦେୟ ମିଳିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ସରକାର ଭୂମିହୀନ ଏବଂ କ୍ଷୁଦ୍ର କୃଷକଙ୍କ ଆୟ ବୃଦ୍ଧି କରିବା ପାଇଁ ପଶୁପାଳନକୁ ପ୍ରୋତ୍ସାହିତ କରୁଛନ୍ତି । ପଶୁପାଳନ ଗାଁରେ "ଲଖପତି ଦିଦି" ସୃଷ୍ଟି କରିବାରେ ସହାୟକ ହେଉଛି ଏବଂ ବର୍ତ୍ତମାନ ସୁଦ୍ଧା ବିହାରର ହଜାର ହଜାର ଜୀବିକା ଦିଦିଙ୍କ ସମେତ ସମଗ୍ର ଦେଶରେ ପ୍ରାୟ ୧.୨୫ କୋଟି ଲଖପତି ଦିଦି ସୃଷ୍ଟି ହୋଇଛନ୍ତି ବୋଲି ସେ ଆଲୋକପାତ କରିଥିଲେ । "ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଦୁଗ୍ଧ ଉତ୍ପାଦନ ୧୪ କୋଟି ଟନ୍ରୁ ୨୪ କୋଟି ଟନ୍କୁ ବୃଦ୍ଧି ପାଇଛି, ଯାହା ବିଶ୍ୱର ଏକ ନମ୍ବର ଦୁଗ୍ଧ ଉତ୍ପାଦନକାରୀ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିଛି", ଏହି ସଫଳତାରେ ବିହାରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରି ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ। ସେ ଆଲୋକପାତ କରିଥିଲେ ଯେ ବିହାରର ସମବାୟ ଦୁଗ୍ଧ ସଂଗଠନଗୁଡ଼ିକ ଦୈନିକ ୩୦ ଲକ୍ଷ ଲିଟର କ୍ଷୀର କ୍ରୟ କରନ୍ତି, ଯାହା ଫଳରେ ବିହାରର ଗୋପାଳନ କରୁଥିବା ଚାଷୀ, ମା' ଏବଂ ଭଉଣୀମାନଙ୍କ ଆକାଉଣ୍ଟକୁ ବାର୍ଷିକ ୩,୦୦୦ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର ହେଉଛି।

ଶ୍ରୀ ରାଜୀବ ରଞ୍ଜନଙ୍କ ଦ୍ୱାରା ଦୁଗ୍ଧ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାର ପ୍ରୟାସକୁ ଦକ୍ଷତାର ସହ ଆଗେଇ ନିଆଯାଉଥିବାରୁ ସନ୍ତୋଷ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ସେମାନଙ୍କ ପ୍ରୟାସ ଯୋଗୁଁ ବିହାରରେ ଦୁଇଟି ପ୍ରକଳ୍ପ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ମୋତିହାରୀସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସ ଉନ୍ନତ ଦେଶୀ ଗୋରୁ ପ୍ରଜାତିର ବିକାଶରେ ସହାୟକ ହେବ ବୋଲି ସେ ଉଲ୍ଲେଖ କରିଥିଲେ। ଏହାବ୍ୟତୀତ ବରାଉଣୀରେ ଏହି ଦୁଗ୍ଧ କାରଖାନା ଦ୍ୱାରା ଏହି ଅଞ୍ଚଳର ୩ ଲକ୍ଷ ଚାଷୀ ଉପକୃତ ହେବା ସହ ଯୁବକମାନଙ୍କୁ ରୋଜଗାରର ସୁଯୋଗ ମିଳିବ ବୋଲି ସେ କହିଛନ୍ତି।

 

ମତ୍ସ୍ୟଜୀବୀ ଏବଂ ଡଙ୍ଗାଚାଳକଙ୍କୁ ସାହାଯ୍ୟ କରୁନଥିବାରୁ ପୂର୍ବ ସରକାରମାନଙ୍କୁ ସମାଲୋଚନା କରି ଶ୍ରୀ ମୋଦୀ କହିଥିଲେ ଯେ, ସେମାନଙ୍କ ସରକାର ପ୍ରଥମ ଥର ପାଇଁ ମତ୍ସ୍ୟଜୀବୀମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ କରିଛନ୍ତି। ଏଭଳି ପ୍ରୟାସ ଯୋଗୁଁ ବିହାର ମାଛ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ୧୦ ବର୍ଷ ତଳେ ବିହାର ଦେଶର ଶ୍ରେଷ୍ଠ ୧୦ଟି ମାଛ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ଥିବା ବେଳେ ଆଜି ବିହାର ଭାରତର ଶ୍ରେଷ୍ଠ ୫ଟି ମାଛ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ମତ୍ସ୍ୟ ଚାଷ କ୍ଷେତ୍ର ଉପରେ ଗୁରୁତ୍ୱ ଦେବା ଦ୍ୱାରା କ୍ଷୁଦ୍ର କୃଷକ ଏବଂ ମତ୍ସ୍ୟଜୀବୀମାନେ ଯଥେଷ୍ଟ ଉପକୃତ ହୋଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ଭାଗଲପୁର ଗଙ୍ଗା ଡଲଫିନ୍ ପାଇଁ ମଧ୍ୟ ଜଣାଶୁଣା, ଯାହା ନମାମି ଗଙ୍ଗେ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ।

"ସାମ୍ପ୍ରତିକ ବର୍ଷମାନଙ୍କରେ ଆମ ସରକାରଙ୍କ ପ୍ରୟାସ ଭାରତର କୃଷି ରପ୍ତାନିକୁ ଯଥେଷ୍ଟ ବୃଦ୍ଧି କରିଛି" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଫଳରେ ଚାଷୀମାନେ ଏବେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଅଧିକ ମୂଲ୍ୟ ପାଉଛନ୍ତି ବୋଲି ସେ କହିଛନ୍ତି। ପୂର୍ବରୁ କେବେ ରପ୍ତାନି ହେଉନଥିବା ଅନେକ କୃଷିଜାତ ଦ୍ରବ୍ୟ ଏବେ ଅନ୍ତର୍ଜାତୀୟ ବଜାରରେ ପହଞ୍ଚୁଛି। ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ ଯେ ବର୍ତ୍ତମାନ ବିହାରର ମଖାନା ବିଶ୍ୱ ବଜାରରେ ପ୍ରବେଶ କରିବାର ସମୟ ଆସିଛି । ସେ ଉଲ୍ଲେଖ କରିଥିଲେ ଯେ ମଖାନା ଭାରତୀୟ ସହରମାନଙ୍କରେ ଜଳଖିଆର ଏକ ଲୋକପ୍ରିୟ ଅଂଶ ପାଲଟିଛି ଏବଂ ଏହାକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ । ଚଳିତ ବର୍ଷ ବଜେଟରେ ଘୋଷଣା କରାଯାଇଥିବା ମଖାନା ଚାଷୀଙ୍କ ପାଇଁ ଏକ ମଖାନା ବୋର୍ଡ ଗଠନ ଦ୍ୱାରା ମଖାନା ଉତ୍ପାଦନ, ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି ଏବଂ ବିପଣନ ସମେତ ସମସ୍ତ ଦିଗରେ କୃଷକମାନଙ୍କୁ ସହାୟତା ମିଳିବ ବୋଲି ସେ କହିଛନ୍ତି।

ବଜେଟରେ ବିହାରର କୃଷକ ଏବଂ ଯୁବକମାନଙ୍କ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ବିହାର ପୂର୍ବ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି । ବିହାରରେ ଜାତୀୟ ଖାଦ୍ୟ ପ୍ରଯୁକ୍ତି ବିଦ୍ୟା ଓ ଉଦ୍ୟୋଗ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ସେ ଘୋଷଣା କରିଥିଲେ । ଏହାବ୍ୟତୀତ ରାଜ୍ୟରେ କୃଷି କ୍ଷେତ୍ରରେ ୩ଟି ନୂତନ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ସେଥିମଧ୍ୟରୁ ଗୋଟିଏ କେନ୍ଦ୍ର ଭାଗଲପୁରରେ ଜରଡାଲୁ ପ୍ରଜାତିର ଆମ୍ବକୁ କେନ୍ଦ୍ର କରି ଖୋଲାଯିବ ଏବଂ ଅନ୍ୟ ଦୁଇଟି କେନ୍ଦ୍ର ମୁଙ୍ଗେର ଓ ବକ୍ସରରେ ପ୍ରତିଷ୍ଠା କରାଯାଇ ଟମାଟୋ, ପିଆଜ ଓ ଆଳୁ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ। କୃଷକମାନଙ୍କ ପାଇଁ ଲାଭଦାୟକ ନିଷ୍ପତ୍ତି ନେବାରେ ସରକାର କୌଣସି ପନ୍ଥା ଛାଡ଼ୁନାହାନ୍ତି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

 

"ଭାରତ ବୟନ ଶିଳ୍ପର ଏକ ପ୍ରମୁଖ ରପ୍ତାନିକାରୀ ପାଲଟିଛି", ଶ୍ରୀ ମୋଦୀ କହିଥିଲେ ଯେ ଦେଶରେ ବୟନ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ସେ ଉଲ୍ଲେଖ କରିଛନ୍ତି ଯେ ଭାଗଲପୁରରେ ଅନେକ ସମୟରେ କୁହାଯାଏ ଯେ ଗଛରୁ ମଧ୍ୟ ସୁନା ଉତ୍ପାଦନ ହୋଇଥାଏ । ଭାଗଲପୁରୀ ରେଶମ ଓ ଟସର ରେଶମ ସମଗ୍ର ଭାରତ ବର୍ଷରେ ପ୍ରସିଦ୍ଧ ଏବଂ ଅନ୍ୟ ଦେଶରେ ମଧ୍ୟ ଟସର ରେଶମର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ରେଶମ ଶିଳ୍ପ ପାଇଁ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି, ଯେଉଁଥିରେ କପଡ଼ା ଏବଂ ସୂତା ରଙ୍ଗ ୟୁନିଟ୍, ଫେବ୍ରିକ୍ ପ୍ରିଣ୍ଟିଂ ୟୁନିଟ୍ ଏବଂ ଫେବ୍ରିକ୍ ପ୍ରୋସେସିଂ ୟୁନିଟ୍ ଅନ୍ତର୍ଭୁକ୍ତ । ଏହି ପଦକ୍ଷେପ ଗୁଡ଼ିକ ଭାଗଲପୁରର ବୁଣାକାରମାନଙ୍କୁ ଆଧୁନିକ ସୁବିଧା ପ୍ରଦାନ କରିବ ଏବଂ ସେମାନଙ୍କ ଉତ୍ପାଦକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାରେ ସକ୍ଷମ କରିବ ବୋଲି ସେ କହିଛନ୍ତି।

ପରିବହନ ସମସ୍ୟାର ସମାଧାନ ପାଇଁ ସରକାର ନଦୀ ଉପରେ ଅନେକ ପୋଲ ନିର୍ମାଣ କରି ବିହାରର ଏକ ପ୍ରମୁଖ ସମସ୍ୟାର ସମାଧାନ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ପର୍ଯ୍ୟାପ୍ତ ପୋଲ ନଥିବାରୁ ରାଜ୍ୟ ପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇଛି ବୋଲି ସେ ଆଲୋକପାତ କରିଥିଲେ। ଗଙ୍ଗା ନଦୀ ଉପରେ ୪ ଲେନ୍ ବିଶିଷ୍ଟ ସେତୁ ନିର୍ମାଣ ଦିଗରେ ଦ୍ରୁତ ଅଗ୍ରଗତି ହେଉଛି ଏବଂ ଏହି ପ୍ରକଳ୍ପ ରେ ୧୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ବନ୍ୟା ଯୋଗୁଁ ବିହାରକୁ ବହୁତ କ୍ଷତିର ସାମନା କରିବାକୁ ପଡୁଛି ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସମସ୍ୟାର ସମାଧାନ ପାଇଁ ସରକାର ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଚଳିତ ବର୍ଷ ବଜେଟରେ ପଶ୍ଚିମ କୋଶୀ କେନାଲ ଇଆରଏମ ପ୍ରକଳ୍ପ ପାଇଁ ସହାୟତା ଘୋଷଣା କରାଯାଇଛି, ଯାହା ମିଥିଳାଞ୍ଚଲ ଅଞ୍ଚଳର ୫୦,୦୦୦ ହେକ୍ଟର ଜମିକୁ ଜଳସେଚନ ଅଧୀନରେ ଆଣିବ, ଲକ୍ଷ ଲକ୍ଷ କୃଷକ ପରିବାର ଉପକୃତ ହେବେ ବୋଲି ସେ ଉଲ୍ଲେଖ କରିଛନ୍ତି।

"କୃଷକଙ୍କ ଆୟ ବୃଦ୍ଧି ପାଇଁ ଆମ ସରକାର ଏକାଧିକ ସ୍ତରରେ କାର୍ଯ୍ୟ କରୁଛନ୍ତି", ପ୍ରଧାନମନ୍ତ୍ରୀ ଉତ୍ପାଦନ ବୃଦ୍ଧି, ଡାଲି ଏବଂ ତୈଳବୀଜରେ ଆତ୍ମନିର୍ଭରଶୀଳତା ହାସଲ କରିବା, ଅଧିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଏବଂ ଭାରତୀୟ କୃଷକଙ୍କ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବାର ପ୍ରୟାସ ଉପରେ ଆଲୋକପାତ କରିଥିଲେ । ପୃଥିବୀର ପ୍ରତ୍ୟେକ ରୋଷେଇ ଘରେ ଭାରତୀୟ କୃଷକଙ୍କ ଦ୍ୱାରା ଉତ୍ପାଦିତ ଅତି କମରେ ଗୋଟିଏ ଉତ୍ପାଦ ରହିବା ଉଚିତ ବୋଲି ସେ ତାଙ୍କର ଦୃଷ୍ଟିକୋଣ ବାଣ୍ଟିଥିଲେ । ଚଳିତ ବର୍ଷର ବଜେଟରେ ପିଏମ ଧନ ଧାନ୍ୟ ଯୋଜନା ଘୋଷଣା ମାଧ୍ୟମରେ ଏହି ଲକ୍ଷ୍ୟକୁ ସମର୍ଥନ କରାଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଏହି ଯୋଜନା ଅଧୀନରେ ସର୍ବନିମ୍ନ ଫସଲ ଉତ୍ପାଦନ କରୁଥିବା ୧୦୦ ଟି ଜିଲ୍ଲା ଚିହ୍ନଟ କରାଯିବ ଏବଂ ଏହି ଅଞ୍ଚଳରେ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ । ଡାଲିରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ମିଶନ ମୋଡ୍ ରେ କାର୍ଯ୍ୟ କରାଯିବ, କୃଷକମାନଙ୍କୁ ଅଧିକ ଡାଲି ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ ଏବଂ ଏମଏସପି କ୍ରୟ ବୃଦ୍ଧି କରାଯିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

 

ଆଜି ଏକ ସ୍ୱତନ୍ତ୍ର ଦିନ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଦେଶରେ ୧୦,୦୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ଏବଂ ବର୍ତ୍ତମାନ ଏହି ଲକ୍ଷ୍ୟ ହାସଲ ହୋଇଛି । ବିହାରରେ ୧୦,୦୦୦ ତମ ଏଫପିଓ ପ୍ରତିଷ୍ଠା ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥି​‌ଲେ। ଖଗରିଆ ଜିଲ୍ଲାରେ ପଞ୍ଜୀକୃତ ହୋଇଥିବା ଏହି ଏଫପିଓ ମକା, କଦଳୀ ଓ ଧାନ ଉପରେ ଗୁରୁତ୍ୱ ଦେଉଛି। ଏଫପିଓ କେବଳ ସଂଗଠନ ନୁହେଁ ବରଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏକ ଅଭୂତପୂର୍ବ ଶକ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ଏଫପିଓଗୁଡ଼ିକ କ୍ଷୁଦ୍ର କୃଷକମାନଙ୍କୁ ସିଧାସଳଖ ବଜାର ସୁବିଧା ପ୍ରଦାନ କରନ୍ତି । ପୂର୍ବରୁ ଉପଲବ୍ଧ ନଥିବା ସୁଯୋଗ ଏବେ ଏଫପିଓ ମାଧ୍ୟମରେ ଆମର କୃଷକ ଭାଇ ଭଉଣୀଙ୍କ ପାଇଁ ଉପଲବ୍ଧ ହେଉଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଦେଶର ପ୍ରାୟ ୩୦ ଲକ୍ଷ କୃଷକ ଏଫପିଓ ସହିତ ଜଡ଼ିତ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ହେଉଛନ୍ତି ମହିଳା । ଏହି ଏଫ୍ପିଓମାନେ ଏବେ କୃଷି କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି। ସେ ୧୦ ହଜାର ଏଫପିଓର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବିହାରର ଶିଳ୍ପ ବିକାଶ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱକୁ ସ୍ପର୍ଶ କରି ଶ୍ରୀ ମୋଦୀ କହିଥିଲେ ଯେ ବିହାର ସରକାର ଭାଗଲପୁରରେ ଏକ ବୃହତ ପାୱାର ପ୍ଲାଣ୍ଟ ସ୍ଥାପନ କରୁଛନ୍ତି, ଯେଉଁଠାରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଯୋଗାଣ ହେବ । ଏଥିପାଇଁ କେନ୍ଦ୍ର ସରକାର କୋଇଲା ଲିଙ୍କେଜ୍ କୁ ମଞ୍ଜୁରୀ ଦେଇଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଏଠାରେ ଉତ୍ପାଦିତ ବିଦ୍ୟୁତ୍ ବିହାରର ବିକାଶ ପାଇଁ ନୂତନ ଶକ୍ତି ଯୋଗାଇବ ଏବଂ ବିହାରର ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ବିହାର ପୂର୍ବ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଭାରତର ସାଂସ୍କୃତିକ ଐତିହ୍ୟର ପ୍ରତୀକ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ, "ଏକ ବିକଶିତ ଭାରତର ଉତ୍ଥାନ ପୂର୍ବୋଦୟରୁ ଆରମ୍ଭ ହେବ"। ପୂର୍ବ ସରକାରର ଦୀର୍ଘ ଦିନର କୁଶାସନକୁ ସେ ସମାଲୋଚନା କରିଥିଲେ, ଯାହା ବିହାରକୁ ନଷ୍ଟ ଓ ବଦନାମ କରିଛି ବୋଲି ସେ ଦାବି କରିଥିଲେ। ଏକ ବିକଶିତ ଭାରତରେ ବିହାର ପ୍ରାଚୀନ ସମୃଦ୍ଧ ପାଟଳିପୁତ୍ର ଭଳି ନିଜର ସ୍ଥିତି ଫେରି ପାଇବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ। ଏହି ଲକ୍ଷ୍ୟ ହାସଲ ଦିଗରେ ନିରନ୍ତର ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ବିହାରରେ ଆଧୁନିକ ଯୋଗାଯୋଗ, ସଡ଼କ ନେଟୱାର୍କ ଏବଂ ଜନକଲ୍ୟାଣକାରୀ ଯୋଜନା ପାଇଁ ସେମାନଙ୍କ ସରକାର ପ୍ରତିଜ୍ଞାବଦ୍ଧ ବୋଲି ସେ ଉଲ୍ଲେଖ କରିଥିଲେ । ମୁଙ୍ଗେରରୁ ଭାଗଲପୁରରୁ ମିର୍ଜା ଚୌକି ପର୍ଯ୍ୟନ୍ତ ପାଖାପାଖି ୫,୦୦୦ କୋଟି ଟଙ୍କା ବ୍ୟୟରେ ଏକ ନୂତନ ରାଜପଥ ନିର୍ମାଣ କରାଯାଉଛି ବୋଲି ସେ ଘୋଷଣା କରିଛନ୍ତି। ଏଥିସହ ଭାଗଲପୁରରୁ ଅଂଶଡିହା ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ବିକ୍ରମଶିଳାରୁ କଟାରିଆ ପର୍ଯ୍ୟନ୍ତ ଏକ ନୂତନ ରେଳ ଲାଇନ ଏବଂ ରେଳ ସେତୁକୁ ଭାରତ ସରକାର ଅନୁମୋଦନ କରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

 

ଭାଗଲପୁର ସାଂସ୍କୃତିକ ଏବଂ ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ବିକ୍ରମଶିଳା ବିଶ୍ୱବିଦ୍ୟାଳୟ ଯୁଗରେ ଏହା ଏକ ବିଶ୍ୱସ୍ତରୀୟ ଜ୍ଞାନର କେନ୍ଦ୍ର ଥିଲା ବୋଲି ଆଲୋକପାତ କରିଥିଲେ । ନାଳନ୍ଦା ବିଶ୍ୱବିଦ୍ୟାଳୟର ପ୍ରାଚୀନ ଗୌରବକୁ ଆଧୁନିକ ଭାରତ ସହ ଯୋଡ଼ିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ନାଳନ୍ଦା ପରେ ବିକ୍ରମଶିଳାରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି ଏବଂ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏହି ପ୍ରକଳ୍ପର କାମ ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଏହି ପ୍ରକଳ୍ପର ଆବଶ୍ୟକତାକୁ ପୂରଣ କରିବା ପାଇଁ ତ୍ୱରିତ ପ୍ରୟାସ କରିଥିବାରୁ ସେ ଶ୍ରୀ ନୀତିଶ କୁମାର ଏବଂ ସମଗ୍ର ବିହାର ସରକାରୀ ଦଳକୁ ଅଭିନନ୍ଦନ ଜଣାଇଥିଲେ ।

"ଆମ ସରକାର ଭାରତର ଗୌରବମୟ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଏକ ସମୃଦ୍ଧ ଭବିଷ୍ୟତ ନିର୍ମାଣ ପାଇଁ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି" ବୋଲି ଶ୍ରୀ ମୋଦୀ କହିଥିଲେ । ସେ ଆଲୋକପାତ କରିଥିଲେ ଯେ ମହାକୁମ୍ଭ ବର୍ତ୍ତମାନ ପ୍ରୟାଗରାଜରେ ହେଉଛି, ଯାହା ଭାରତର ଆସ୍ଥା, ଏକତା ଏବଂ ସଦ୍ଭାବନାର ସବୁଠାରୁ ବଡ଼ ପର୍ବ ଅଟେ । ସେ ଉଲ୍ଲେଖ କରିଛନ୍ତି ଯେ ୟୁରୋପର ସମଗ୍ର ଜନସଂଖ୍ୟା ତୁଳନାରେ ମହାକୁମ୍ଭ ଅଫ୍ ୟୁନିଟିରେ ଅଧିକ ଲୋକ ସ୍ନାନ କରିଛନ୍ତି। ମହାକୁମ୍ଭରେ ବିହାରର ବିଭିନ୍ନ ଗାଁରୁ ଶ୍ରଦ୍ଧାଳୁମାନେ ଯୋଗ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଯେଉଁ ଦଳମାନେ ମହାକୁମ୍ଭକୁ ନେଇ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି ସେମାନଙ୍କୁ ସେ ସମାଲୋଚନା କରିଥିଲେ। ରାମ ମନ୍ଦିରକୁ ବିରୋଧ କରୁଥିବା ଲୋକମାନେ ଏବେ ମହାକୁମ୍ଭକୁ ସମାଲୋଚନା କରୁଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ମହାକୁମ୍ଭକୁ ଅପମାନିତ କରୁଥିବା ଲୋକଙ୍କୁ ବିହାର କେବେ ବି କ୍ଷମା କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ବିହାରକୁ ସମୃଦ୍ଧିର ଏକ ନୂତନ ମାର୍ଗରେ ନେବା ପାଇଁ ସରକାର ଅକ୍ଳାନ୍ତ ପରିଶ୍ରମ ଜାରି ରଖିବେ ବୋଲି ସେ ପ୍ରକାଶ କରି ଶେଷରେ କହିଥିଲେ। ସେ ଦେଶର କୃଷକ ଏବଂ ବିହାରବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

 

ଏହି କାର୍ଯ୍ୟକ୍ରମରେ ବିହାର ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାନ, ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ଶ୍ରୀ ଜିତନ ରାମ ମାନଝି, ଶ୍ରୀ ଗିରିରାଜ ସିଂହ, ଶ୍ରୀ ଲଲନ ସିଂହ, ଶ୍ରୀ ଚିରାଗ ପାସୱାନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମନାଥ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

କୃଷକକଲ୍ୟାଣକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଜ୍ଞାବଦ୍ଧ । ଏହି କ୍ରମରେ ଭାଗଲପୁରରେ ତାଙ୍କ ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ । ଦେଶର ୯.୭ କୋଟିରୁ ଅଧିକ କୃଷକ ୨୧,୫୦୦ କୋଟି ଟଙ୍କାରୁ ଅଧିକ ସିଧାସଳଖ ଆର୍ଥିକ ଲାଭ ପାଇବେ।

 

କୃଷକମାନେ ଯେପରି ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉତ୍ତମ ପାରିଶ୍ରମିକ ପାଇପାରିବେ ତାହା ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଧ୍ୟାନ ରହିଛି । ଏହାକୁ ଦୃଷ୍ଟିରେ ରଖି, ୨୯ ଫେବୃଆରୀ, ୨୦୨୦ରେ ସେ ୧୦,୦୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଗଠନ ଏବଂ ପ୍ରୋତ୍ସାହନ ପାଇଁ କେନ୍ଦ୍ରୀୟ କ୍ଷେତ୍ର ଯୋଜନାର ଶୁଭାରମ୍ଭ କରିଥିଲେ, ଯାହା କୃଷକମାନଙ୍କୁ ସାମୂହିକ ଭାବରେ ସେମାନଙ୍କ କୃଷିଜାତ ଦ୍ରବ୍ୟର ବଜାରୀକରଣ ଏବଂ ଉତ୍ପାଦନ କରିବାରେ ସାହାଯ୍ୟ କରେ । ପାଞ୍ଚ ବର୍ଷ ମଧ୍ୟରେ କୃଷକମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରତିବଦ୍ଧତା ପୂରଣ ହୋଇଛି ଏବଂ ଏହି କାର୍ଯ୍ୟକ୍ରମ ରେ ସେ ଦେଶରେ ୧୦,୦୦୦ତମ ଏଫପିଓ ଗଠନର ମାଇଲଖୁଣ୍ଟ ଛୁଇଁଛନ୍ତି ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଗୋକୁଳ ମିଶନ ଅଧୀନରେ ନିର୍ମିତ ମୋତିହାରୀଠାରେ ସ୍ୱଦେଶୀ ପ୍ରଜାତି ପାଇଁ ଉତ୍କର୍ଷ କେନ୍ଦ୍ରର ଉଦଘାଟନ କରିଥିଲେ । ଅତ୍ୟାଧୁନିକ ଆଇଭିଏଫ୍ ଜ୍ଞାନକୌଶଳ ପ୍ରଚଳନ, ଅଧିକ ପ୍ରସାର ପାଇଁ ଦେଶୀ ପ୍ରଜାତିର ଏଲିଟ୍ ପଶୁ ଉତ୍ପାଦନ ଏବଂ ଆଧୁନିକ ପ୍ରଜନନ ପ୍ରଯୁକ୍ତି ବିଦ୍ୟାରେ କୃଷକ ଓ ବୃତ୍ତିଜୀବୀମାନଙ୍କୁ ପ୍ରଶିକ୍ଷଣ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ୩ ଲକ୍ଷ ଦୁଗ୍ଧ ଉତ୍ପାଦକଙ୍କ ପାଇଁ ଏକ ସଂଗଠିତ ବଜାର ସୃଷ୍ଟି କରିବା ଲକ୍ଷ୍ୟନେଇ ସେ ବରାଉଣୀରେ ଦୁଗ୍ଧ ଉତ୍ପାଦ ପ୍ଲାଣ୍ଟର ଉଦଘାଟନ କରିଛନ୍ତି ।

ଯୋଗାଯୋଗ ଏବଂ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ୫୨୬ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୱାରିସାଲିଗଞ୍ଜ - ନୱାଦା - ତିଲାଇୟା ରେଳ ସେକ୍ସନ ଏବଂ ଇସ୍ମାଇଲପୁର - ରଫିଗଞ୍ଜ ରୋଡ ଓଭର ବ୍ରିଜ୍ ର ଦୋହରୀକରଣକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘A New Example...’: Indian Railways Builds Pedestrian Subway Under Ahmedabad Track In Just 8 Hours

Media Coverage

‘A New Example...’: Indian Railways Builds Pedestrian Subway Under Ahmedabad Track In Just 8 Hours
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”