“ଆଜି ଭାରତ ଆଧୁନିକ ଭିତ୍ତିଭୂମି ପାଇଁ ଏକ ଲକ୍ଷକୋଟି ଟଙ୍କାରୁ ଅଧିକ ବିନିଯୋଗ କରିବା ପାଇଁ ଆଗେଇ ଚାଲିଛି । ଭାରତର ନୀତି ହେଉଛି “ଗତିଶକ୍ତି” ଦୁଇରୁ ତିନିଗୁଣ ଅଧିକ ଗତିରେ କାର୍ଯ୍ୟ ।
“ଆମର ପବର୍ତଗୁଡିକ କେବଳ ଆମ ବିଶ୍ୱାସ ଓ ସଂସ୍କୃତିର ଦୁର୍ଗ ନୁହେଁ ବରଂ ଆମ ଦେଶ ସୁରକ୍ଷାର ଦୁର୍ଗ ସଦୃଶ । ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଆମ ଦେଶବାସୀଙ୍କ ଜୀବନଧାରଣ ସୁଗମ କରିବ ହେଉଛି ସର୍ବୋଚ୍ଚ ପ୍ରାଥମିକତା”
“ସରକାର ଆଜି ବିଶ୍ୱର କୌଣସି ଦେଶର ଚାପର ବଶବର୍ତ୍ତୀ ହେବ ନାହିଁ। ଆମେ ସବୁବେଳେ ଦେଶ ଆଗ ସବୁବେଳେ ଆଗ ମନ୍ତ୍ରରେ ଦୀକ୍ଷିତ”
“ଆମେ ଯେତେବେଳେ କୌଣସି ଯୋଜନା ଆଣୁ, ଆମେ ତାହା ସମସ୍ତଙ୍କ ପାଇଁ ଆଣୁଛୁ ବିନା ବାଛବିଚାରରେ । ଆମେ ଭୋଟ ବ୍ୟାଙ୍କ ରାଜନୀତି ନ କରି ଜନସେବାକୁ ପ୍ରାଧାନ୍ୟ ଦେଉଛୁ । ଦେଶକୁ ମଜବୁତ କରିବା ଆମର ଉଦ୍ଦେଶ୍ୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଡେରାଡୁନଠାରେ ପ୍ରାୟ ୧୮ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥି ମଧ୍ୟରେ ରହିଛି ଦିଲ୍ଲୀ-ଡେରାଡୁନ ଆର୍ଥିକ କରିଡର (ଇଷ୍ଟର୍ଣ୍ଣ ପାରିପାଶ୍ୱିର୍କ ଏକ୍ସପ୍ରେସ ୱେ ଜଙ୍କସନରୁ ଡେରାଡୁନ), ଦିଲ୍ଲୀ-ଡେରାଡୁନ ଆର୍ଥିକ କରିଡର ସବୁଜିମାଭରା ପ୍ରକଳ୍ପ, ସଂଯୋଗକାରୀ ହାଲଗୋଆ, ସାହାରାନ୍‌ପୁରରୁ ଭଦ୍ରାବାଦ, ହରିଦ୍ୱାର, ହରିଦ୍ୱାର ଘେରି ରାସ୍ତା ପ୍ରକଳ୍ପ, ଡେରାଡୁନ-ପାଓଣ୍ଟା ସାହିବ(ହିମାଚଳ ପ୍ରଦେଶ) ସଡକ ପ୍ରକଳ୍ପ, ନଜିବାବାଦ-କୋଟଦ୍ୱାର ସଡକ ପ୍ରଶସ୍ତିକରଣ ପ୍ରକଳ୍ପ ଓ ଲକ୍ଷ୍ମଣ ଝୁଲା ନିକଟରେ ଆଉ ଏକ ଗଙ୍ଗାନଦୀ ପୋଲ । ସେ ମଧ୍ୟ ଡେରାଡୁନଠାରେ ସଡକ ଓ ନର୍ଦ୍ଦମା ପ୍ରକଳ୍ପ , ଶ୍ରୀ ବଦ୍ରିନାଥ ଧାମର ଭିତ୍ତିଭୂମି  ବିକାଶକାର୍ଯ୍ୟ ଏବଂ ଗଙ୍ଗୋତ୍ରୀ-ଯମୁନାତ୍ରୀ ଧାମ ଓ ହରିଦ୍ୱାରରେ ଏକ ମେଡିକାଲ କଲେଜର ଶିଳାନ୍ୟାସ କହିଛନ୍ତି ।

ସେ ଅଞ୍ଚଳ  ବାରମ୍ବାର ଭୂସ୍ଖଳନ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରୁ ଯାତ୍ରାର ନିରାପତ୍ତା ପାଇଁ ସାତଟି ପ୍ରକଳ୍ପକୁ ଶ୍ରୀ ମୋଦୀ ଉଦ୍‌ଘାଟନ କରିଛନ୍ତି । ଏଥିମଧ୍ୟରେ ୫୮ନମ୍ବର ଜାତୀୟ ରାଜପଥରେ ଦେବପ୍ରୟାଗଠାରୁ ଶ୍ରୀକୋଟ ଓ ବ୍ରହ୍ମପୁରୀରୁ କୋଡିୟାଲା ପର୍ଯ୍ୟନ୍ତ ସଡକ ପ୍ରଶସ୍ତୀକରଣ ପ୍ରକଳ୍ପ, ନମୁନା ନଦୀ ଉପରେ ନିର୍ମିତ ୧୨୦ ମେଗାୱାଟ ବ୍ୟାସୀ ଜଳବିଦ୍ୟୁତ ପ୍ରକଳ୍ପ, ଡେରାଡୁନରେ ହିମାଳୟ ସଂସ୍କୃତି କେନ୍ଦ୍ର, ସୁଗନ୍ଧିଯୁକ୍ତ ସୁଗନ୍ଦ ପରୀକ୍ଷାଗାର(ସୁଗନ୍ଦ ଗୁଳ୍ମ ରାଜି କେନ୍ଦ୍ର) ଡେରାଡୁନ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରାଖଣ୍ଡ କେବଳ ଏକ ବିଶ୍ୱାସର କେନ୍ଦ୍ର ନୁହେଁ, ଏହା କଠିନ ପରିଶ୍ରମ ଓ ସଂକଳ୍ପର ପ୍ରତୀକ ମଧ୍ୟ । ସେଥିପାଇଁ କେନ୍ଦ୍ର ଓ ରାଜ୍ୟରେ ଥିବା ଦୈ୍ୱତ ଇଞ୍ଜିନମୁକ୍ତ ସରକାରଙ୍କ ପାଇଁ ରାଜ୍ୟର ବିକାଶକୁ ଅଗ୍ରାଧିକାର ଦିଆଯାଉଛି । ସେ କହିଥିଲେ ଯେ ଶତାବ୍ଦୀର ପ୍ରାରମ୍ଭରେ ଅଟଳଜୀ ଦେଶରେ ସଂଯୋଗୀକରଣ ଅଭିଯାନ ଆରମ୍ଭ କରିଥିଲେ । ମାତ୍ର ତା’ପରେ ଦଶବର୍ଷ  ଧରି ଏପରି ଏକ ସରକାର ଦେଶରେ ଆସିଲା ଯାହା ଦେଶ ଓ ଉତ୍ତରାଖଣ୍ଡର ମୂଲ୍ୟବାନ ସମୟ ଅପଚୟ କଲା। ସେ କହିଥିଲେ ଯେ “ଦଶବର୍ଷ ଧରି ଘୋଟାଲା ଚାଲିଲା, ଘୋଟଲା ଦେଶର ଭିତ୍ତଭୂମିକୁ ନେଇ ।” “ଆମେ ଦୁଇଥର କ୍ଷମତାକୁ ଆସିବା ପରେ ହୋଇଥିବା କ୍ଷତିଭରଣା କରିବାରେ ଲାଗିଲୁ ଓ ଏବେ ମଧ୍ୟ କରୁଛୁ ।” ପରିବର୍ତ୍ତିତ କାର୍ଯ୍ୟଧାରା ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ଭାରତ ଏକ ଲକ୍ଷ କୋଟି ଟଙ୍କାର ଆଧୁନିକ ଭିତ୍ତିଭୂମି ବିକାଶ କାର୍ଯ୍ୟ  ଦିଗରେ ଆଗେଇ ଚାଲିଛି ।” ଆଜି ଦୁଇରୁ ତିନିଗୁଣ ଦୃତଗତିରେ କାର୍ଯ୍ୟ କରିବା ପାଇଁ ଦେଶର ନୀତି ‘ଗତିଶକ୍ତି’ ହୋଇଛି ।

ସଂଯୋଗୀକରଣ ସୁବିଧା ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେଦାରନାଥ ବିପର୍ଯ୍ୟୟ ପୂର୍ବରୁ ୨୦୧୨ମସିହାରେ ୫ଲକ୍ଷ ୭୦ହଜାର ଦଶନାର୍ଥୀ ପ୍ରଭୁ୍‌ଙ୍କ ଦର୍ଶନ କରିଥିଲେ । ସେତେବେଳେ ଏହା ଏକ ରେକର୍ଡ ଥିଲା । ମାତ୍ର କରୋନା ଆରମ୍ଭ ଆଗରୁ ୨୦୧୯ରେ ଦଶଲକ୍ଷରୁ ଅଧିକ ଭକ୍ତ କେଦାରନାଥ ଦର୍ଶନ ନିମନ୍ତେ ଆସିଥିଲେ । “କେଦାରନାଥ ଧାମ୍‌ର ପୁନଃନିର୍ମାଣ ଭକ୍ତମାନଙ୍କ ସଂଖ୍ୟା ବୃଦ୍ଧି କରିବା ସହ ସେ ଅଞ୍ଚଳର ଜନସାଧାରଣଙ୍କ ନିମନ୍ତେ ଅନେକ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା ସେ ପ୍ରକାଶ କରିଥିଲେ ।”

ପ୍ରଧାନମନ୍ତ୍ରୀ ଦିଲ୍ଲୀ-ଡେରାଡୁନ ଆର୍ଥିକ କରିଡରର ଶିଳାନ୍ୟାସ କରି ଆନନ୍ଦପ୍ରକଟ କରିଥିଲେ । “ଯେତେବେଳେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ସେତେବେଳେ ଦିଲ୍ଲୀରୁ ଡେରାଡୁନର ଦୂରତା ପ୍ରାୟ ଅଧାଅଧି କମ୍ ହୋଇଯିବ” ବୋଲି ସେ କହିଥିଲେ । “ଆମ ପର୍ବତଗୁଡିକ କେବଳ ଆମର ବିଶ୍ୱାସ ଓ ସଂସ୍କୃତିକୁ ମଜବୁତ କରିନାହିଁ, ସେମାନେ ଆମ ଦେଶ ସୁରକ୍ଷାର ଦୁର୍ଗ ସଦୃଶ । ପାର୍ବତ୍ୟାଞ୍ଚଳରେ ବାସ କରୁଥିବା ଦେଶବାସୀଙ୍କ ଜୀବନଧାରଣମାର୍ଗ ସୁଗମ କରିବା ହେଉଛି ଆମର ପ୍ରାଥମିକତା । ଦୁର୍ଭାଗ୍ୟବଶତଃ ଯେଉଁମାନେ ଦେଶ ଶାସନ ଯୁଗ ଯୁଗ ଧରି କରିଥିଲେ  ସେମାନଙ୍କ ନୀତିନିର୍ଦ୍ଧାରଣ ଚିନ୍ତାଧାରାରେ ଏହା କୌଣସି ସ୍ଥାନ ପାଇ ନ ଥିଲା” ବୋଲି ସେ କହିଥିଲେ ।

ବିକାଶର ଗତିର ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୦୭ରୁ  ୨୦୧୪ମସିହା ସାତବର୍ଷମଧ୍ୟରେ କେନ୍ଦ୍ର ସରକାର ଉତ୍ତରାଖଣ୍ଡରେ ମାତ୍ର ୨୨୮କିଲୋମିଟର ଜାତୀୟ ସଡକ ପଥ ନିର୍ମାଣ କରିଥିଲେ । ମାତ୍ର ବର୍ତ୍ତମାନର ସରକାର ଏହାର ସାତବର୍ଷ ଶାସନକାଳରେ ମଧ୍ୟରେ ଦୁଇହଜାର କିଲୋମିଟରରୁ ଅଧିକ ସଡକ ନିର୍ମାଣ କରିଛନ୍ତି ।

ପୂର୍ବ ସରକାରମାନେ ସୀମା ପାର୍ବତ୍ୟାଞ୍ଚଳର ଭିତ୍ତିଭୂମି ବିକାଶ ଯେପରି କରିବା କଥା ସେଭଳି କରି ନ ଥିବାରୁ ପ୍ରଧାନମନ୍ତ୍ରୀ ତାହାର ସମାଲୋଚନା କରିଥିଲେ । “ସଡକ ସୀମା ନିକଟରେ ନିର୍ମିତ ହେବା ଦରକାର, ସେତୁ ମଧ୍ୟ ନିର୍ମିତ ହେବା ଉଚିତ, ହେଲେ ସେମାନେ ତାହା କରି ନଥିଲେ ।”  “ଶ୍ରୀ ମୋଦୀ କହିଥିଲେ ଯେ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେପରିକି ୱାନର‌୍ୟାଙ୍କ ୱାନ ପେନ୍‌ସନ୍‌, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଆତଙ୍କବାଦୀକୁ ଉଚିତ ଜବାବ ଠିକ୍‌ଭାବେ କରାଯାଇ ନ ଥିବାରୁ ତାହା ସେନାର ପ୍ରତ୍ୟେକ ସ୍ତରରେ ନୈତିକ ଅଧଃପତନ ଘଟାଇଥିଲା ।”  ଆଜି ଯେଉଁ ସରକାର  ରହିିଛି, ସେ  ବିଶ୍ୱର କୌଣସି ଦେଶର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ । ଆମ ପାଇଁ ଦେଶ ପ୍ରଥମ ଓ ସର୍ବପ୍ରଥମ ବୋଲି ସେ କହିଥିଲେ ।

 ବିକାଶନୀତିରେ ଜାତି, ଧର୍ମ ଓ ପାର୍ଥକ୍ୟକୁ ପ୍ରଶ୍ରୟ ଦେବାକୁ ସେ ସମାଲୋଚନା କରିଥିଲେ । ରାଜନୀତିରେ ଯେପରି ଜନସାଧାରଣ  ସଶକ୍ତ ନ ହୋଇ ସେମାନଙ୍କ ଆବଶ୍ୟକତା ପାଇଁ ସଦାସର୍ବଦା ସରକାରଙ୍କ ଉପରେ ନିର୍ଭରଶୀଳ ହେବା ଭଳି କଳୁଷିତ ରାଜନୀତିକୁ ମଧ୍ୟ ସେ ସମାଲୋଚନା କରିଥିଲେ । ତାଙ୍କ ସରକାର ଏକ ଭିନ୍ନପନ୍ଥା ଆପଣାଉଛି ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ । ଏହା ଏକ କଷ୍ଟକର ପଥ, କଷ୍ଟକର ମାତ୍ର ଦେଶର ହିତରେ ଓ ଦେଶବାସୀଙ୍କ ଭିତରେ । ଏହିପଥ ସବ୍‌କାସାଥ, ସବ୍‌କା ବିକାଶର ପଥ । ଆମେ ଯେତେବେଳେ ଯେଉଁ ଯୋଜନା ଆଣୁ, ଆମେ ତାହା ସମସ୍ତଙ୍କ ନିମନ୍ତେ ଆଣିବୁ ଓ ଏଥିରେ କୌଣସି ପାତରଅନ୍ତର ରହିବ ନାହିଁ । ଆମେ ଭୋଟବ୍ୟାଙ୍କ ରାଜନୀତି ନ କରି ଜନସେବାକୁ ଅଗ୍ରାଧିକାରୀ ଦେଉଛୁ । ଆମର ଉଦ୍ଦେଶ୍ୟ ଦେଶକୁ ମଜବୁତ କରିବା”ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶେଷରେ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇ କହିଥିଲେ ଯେ “ଅମ୍ରିତ କାଳରେ ଦେଶର ପ୍ରଗତି ଦ୍ରୁତ ହୋଇଛି ଓ ଦେଶ ଯାହା ହାସଲ କରିଛି ତାହା ବନ୍ଦ ହେବ ନାହିଁ କି ହ୍ରାସ ପାଇବ ନାହିଁ, ବରଂ ଆମେ ଅଧିକ ବିଶ୍ୱାସ ଓ ସଂକଳ୍ପର ସହ ଆଗେଇ ଚାଲିବୁ।

“जहाँ पवन बहे संकल्प लिए,

जहाँ पर्वत गर्व सिखाते हैं,

जहाँ ऊँचे नीचे सब रस्ते

बस भक्ति के सुर में गाते हैं

उस देव भूमि के ध्यान से ही

उस देव भूमि के ध्यान से ही

मैं सदा धन्य हो जाता हूँ

है भाग्य मेरा,

सौभाग्य मेरा,

मैं तुमको शीश नवाता हूँ


तुम आँचल हो भारत माँ का

जीवन की धूप में छाँव हो तुम

बस छूने से ही तर जाएँ

सबसे पवित्र वो धरा हो तुम

बस लिए समर्पण तन मन से

मैं देव भूमि में आता हूँ

मैं देव भूमि में आता हूँ

है भाग्य मेरा

सौभाग्य मेरा

मैं तुमको शीश नवाता हूँ


जहाँ अंजुली में गंगा जल हो

जहाँ हर एक मन बस निश्छल हो

जहाँ गाँव गाँव में देश भक्त

जहाँ नारी में सच्चा बल हो

उस देवभूमि का आशीर्वाद लिए

मैं चलता जाता हूँ

उस देवभूमि का आशीर्वाद

मैं चलता जाता हूँ

है भाग्य मेरा

सौभाग्य मेरा

मैं तुमको शीश नवाता हूँ


मंडवे की रोटी

हुड़के की थाप

हर एक मन करता

शिवजी का जाप

ऋषि मुनियों की है

ये तपो भूमि

कितने वीरों की

ये जन्म भूमि

मैं तुमको शीश नवाता हूँ और धन्य धन्य हो जाता हूँ

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's core infra sectors' output rises to five-month high of 5% in June

Media Coverage

India's core infra sectors' output rises to five-month high of 5% in June
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Mr. Andy Burnham on assuming office as Prime Minister of the United Kingdom
July 21, 2026

Prime Minister Shri Narendra Modi today extended congratulations to Mr. Andy Burnham on assuming office as Prime Minister of the United Kingdom.

Shri Modi noted that India and the UK are bound by shared democratic values and enjoy wide-ranging cooperation across trade, investment, technology, defence, and people-to-people relations. With CETA entering into force this month, the Prime Minister pointed out that the bilateral partnership is poised to grow even stronger.

The Prime Minister stated that he looks forward to working closely with him to further deepen the India-UK Comprehensive Strategic Partnership and advance their shared Vision 2035.

In a post on X, the Prime Minister shared:

"Warmest congratulations to Mr. Andy Burnham on assuming office as Prime Minister of the United Kingdom.

India and the UK are bound by shared democratic values and enjoy wide-ranging cooperation across trade, investment, technology, defence and people-to-people relations. With CETA entering into force this month, our bilateral partnership is poised to grow even stronger.

I look forward to working closely with you to further deepen the India-UK Comprehensive Strategic Partnership and advance our shared Vision 2035.

@andyburnham"