ଭାରତ ତାହାର ମୁକ୍ତି ସଂଗ୍ରାମୀଙ୍କୁ ଭୁଲିବ ନାହିଁ: ପ୍ରଧାନମନ୍ତ୍ରୀ
ଗତ ୬ ବର୍ଷ ମଧ୍ୟରେ ଅକୀର୍ତ୍ତିତ ନାୟକମାନଙ୍କର ଇତିହାସକୁ ସଂରକ୍ଷିତ କରିବା ପାଇଁ ସଚେତନ ଉଦ୍ୟମ ଜାରି ରହିଛି: ଶ୍ରୀ ମୋଦୀ
ଆମେ ଆମର ସମ୍ବିଧାନ ଏବଂ ଗଣତାନ୍ତ୍ରିକ ପରମ୍ପରା ପାଇଁ ଗର୍ବିତ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଆଜାଦୀକା ଅମୃତ ମହୋତ୍ସବ’ (ଇଣ୍ଡିଆ ଅ ୭୫) କାର୍ଯ୍ୟକ୍ରମର ପ୍ରାକ୍‍ କାର୍ଯ୍ୟସୂଚୀ ବା ପୂର୍ବ-ଭୂମିକାକୁ ଗୁଜରାଟର ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମରେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଆୟୋଜିତ ପଦଯାତ୍ରା (ମୁକ୍ତି ଯାତ୍ରା)କୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଆରମ୍ଭ କରିଥିଲେ । ସେ ମଧ୍ୟ ଏହି ଉତ୍ସବ ପାଳନ ସହିତ ସଂପୃକ୍ତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ସ୍ୱାଧୀନ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ସିଂହ ପଟେଲ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ପ୍ରମୁଖ ଉପସ୍ଥିତ ଥିଲେ ।

ଆଜାଦୀକା ଅମୃତ ମହୋତ୍ସବ (ସ୍ୱାଧୀନତାର ଅମୃତ ମହୋତ୍ସବ) ଭାରତ ସରକାରଙ୍କ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଯାଉଛି । ଏହା କ୍ରମାଗତଭାବେ ପାଳିତ ହେବ । ଏହି ମହୋତ୍ସବକୁ ଗଣଭାଗିଦାରୀଭିତ୍ତିରେ ଜନଉତ୍ସବଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସାବରମତୀ ଆଶ୍ରମରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୨୨ ଅଗଷ୍ଟ ୧୫ର ୭୫ ସପ୍ତାହ ପୂର୍ବରୁ ଆଜାଦୀକା ଅମୃତ ମହୋତ୍ସବ ଉଦ୍‍ଘାଟିତ ହେବ । ଏହି କାର୍ଯ୍ୟକ୍ରମ ୨୦୨୩ ଅଗଷ୍ଟ ୧୫ ଯାଏଁ ଚାଲିବ । ଏହି ଅବସରରେ ସେ ମହାତ୍ମା ଗାନ୍ଧୀ ଓ ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ୫ଟି ସ୍ତମ୍ଭ ଉପରେ ଗୁରୁତ୍ୱ ଦେଇଥିଲେ । ସେଗୁଡିକ ହେଲା ମୁକ୍ତି ସଂଗ୍ରାମ, ୭୫ ବର୍ଷ ପୂର୍ତ୍ତି ଅବସରର ବିଚାର, ୭୫ ବର୍ଷର ଉପଲବ୍‍ଧି, ୭୫ ବର୍ଷର କାର୍ଯ୍ୟାନୁଷ୍ଠାନ ଏବଂ ୭୫ ବର୍ଷର ସଂକଳ୍ପ । ଏହି ୫ଟି ବିଷୟକୁ ଗୁରୁତ୍ୱ ପ୍ରଦାନ କରାଯାଇ ଆମକୁ ଆଗକୁ ବଢିବାକୁ ପଡିବ ଏବଂ ଏଥିରୁ ଆମକୁ ପ୍ରେରଣା ନେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଆଜାଦୀ ଅମୃତ ମହୋତ୍ସବର ଅର୍ଥ ହେଲା ସ୍ୱାଧୀନତାର ଅମୃତରୂପୀ ଉର୍ଜ୍ଜାର ଆସ୍ୱାଦନ । ଏହା ଆମ ପାଇଁ ପ୍ରେରଣାର ଉତ୍ସ ପାଲଟିବ । ମୁକ୍ତି ସଂଗ୍ରାମୀମାନଙ୍କର ଲଢେଇରୁ ଆମେ ପ୍ରେରଣା ପାଇଛୁ । ଏହା ଆମକୁ ଆମ ଆତ୍ମନିର୍ଭରତା ଲକ୍ଷ୍ୟ ପୂରଣ ପାଇଁ ନୂଆ ବିଚାର ଦେବା ସହିତ ଅମୃତସମ ଉପାଦାନ ଯୋଗାଇବ ।

ଲୁଣର ପ୍ରତୀକ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାକୁ କେବେ ମାମୁଲି ମୂଲ୍ୟ ଦୃଷ୍ଟିରୁ ଭାରତରେ ବିଚାର କରାଯାଏ ନାହିଁ । ଭାରତୀୟଙ୍କ ପାଇଁ ଲୁଣ ହେଉଛି ସାଧୁତା, ବିଶ୍ୱାସ, ଆନୁଗତ୍ୟ, ଶ୍ରମ, ସମତା ଏବଂ ଆତ୍ମନିର୍ଭରତାର ପ୍ରତୀକ । ସେ କହିଛନ୍ତି ଯେ ସେ ସମୟରେ ଲୁଣ ଥିଲା ଭାରତର ଆତ୍ମନିର୍ଭରତାର ପ୍ରତୀକ । ଭାରତୀୟ ମୂଲ୍ୟବୋଧ ସହିତ ବ୍ରିଟିଶ ଶାସକମାନେ ମଧ୍ୟ ଆତ୍ମନିର୍ଭରଶୀଳତାକୁ ଆଘାତ କରିଥିଲୋ । ଇଂଲଣ୍ଡରୁ ଆସୁଥିବା ଲୁଣ ଉପରେ ଭାରତୀୟଙ୍କୁ ନିର୍ଭର କରିବାକୁ ପଡୁଥିଲା । ଦେଶର ଏହି ନିରନ୍ତର ଯନ୍ତ୍ରଣା ଓ ଲୋକଙ୍କ ମନୋଭାବକୁ ଗାନ୍ଧିଜୀ ଭଲଭାବେ ବୁଝିପାରିଥିଲେ ଏବଂ ଏହାକୁ ପୁଞ୍ଜିକରି ସେ ଏକ ଆନ୍ଦୋଳନ ଗଢି ତୋଳିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମ, ବିଦେଶରୁ ମହାତ୍ମା ଗାନ୍ଧୀଙ୍କ ପ୍ରତ୍ୟାବର୍ତ୍ତନ ଓ ଦେଶବାସୀଙ୍କୁ ସତ୍ୟାଗ୍ରହର ଶକ୍ତି ସଂପର୍କରେ ଉଦ୍‍ବୋଧନ, ଲୋକମାନ୍ୟ ତିଳକଙ୍କ ଦ୍ୱାରା ସଂପୂର୍ଣ୍ଣ ସ୍ୱାଧୀନତା ଆହ୍ୱାନ, ନେତାଜୀଙ୍କ ନେତୃତ୍ୱରେ ଆଜାଦ ହିନ୍ଦ୍‍ ଫୌଜର ଦିଲ୍ଲୀ ଚଲୋ ଅଭିଯାନ ଆଦି ମୁକ୍ତି ସଂଗ୍ରାମ କାଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ସେ କହିଥିଲେ ଯେ ନିରନ୍ତର ସଚେତନତା ସୃଷ୍ଟି ଫଳରେ ମୁକ୍ତି ସଂଗ୍ରାମର ବହ୍ନି ଜଳିଥିଲା । ଦେଶର ପ୍ରତ୍ୟେକ ଭାଗକୁ ଏହା ବ୍ୟାପିଥିଲା । ଆମର ଆଚାର୍ଯ୍ୟ, ଶିକ୍ଷକ, ସାଧୁସନ୍ନ୍ୟାସୀ ଦେଶବ୍ୟାପୀ ମୁକ୍ତି ଆନ୍ଦୋଳନକୁ ପ୍ରସାରିତ କରିଥିଲେ । ଚୈତନ୍ୟ ମହାପ୍ରଭୁ, ରାମକୃଷ୍ଣ ପରମହଂସ ଏବଂ ଶ୍ରୀମନ୍ତ ଶଙ୍କରଦେବଙ୍କ ଭଳି ସନ୍ନ୍ୟାସୀମାନେ ଏହି ଦେଶବ୍ୟାପୀ ମୁକ୍ତି ଆନ୍ଦୋଳନର ଆଧାରଶିଳା ପାଲଟିଥିଲେ । ଏହି ଆନ୍ଦୋଳନରେ ଅସଂଖ୍ୟ ଦଳିତ, ଆଦିବାସୀ, ମହିଳା ଓ ଯୁବକଯୁବତୀ ସାମିଲ ହୋଇ ଅଶେଷ ତ୍ୟାଗ ସ୍ୱୀକାର କରିଛନ୍ତି । ଅନେକ ମଧ୍ୟ ଅଜ୍ଞାତ ଓ ଅକୀର୍ତ୍ତିତ ନାୟକଭାବେ ରହିଯାଇଛନ୍ତି । ତାମିଲନାଡୁର ୩୨ ବର୍ଷର ଯୁବକ କଥା କୁମାରନ ଦେଶର ଜାତୀୟ ପତାକାକୁ ଭୂଲୁଣ୍ଠିତ ହେବାକୁ ଦେଇ ନ ଥିଲେ । ତ୍ରିରଙ୍ଗାକୁ ଧରି ରଖିଥିବାବେଳେ ସେ ବ୍ରିଟିଶ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ । ସେହି ତାମିଲନାଡୁର ବେଲୁ ନାଚିୟାର ଦେଶର ପ୍ରଥମ ମହାରାଣୀ ଥିଲେ, ଯିଏକି ବ୍ରିଟିଶ ଶାସନ ବିରୋଧରେ ଲଢେଇ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଦେଶର ଆଦିବାସୀ ସମାଜ ଏହାର ବୀରତ୍ୱ ଓ ସାହସିକତା ବଳରେ ବିଦେଶୀ ଶାସନ ବିରୋଧରେ ଲଢେଇ ଜାରି ରଖିଥିଲା । ଝାଡଖଣ୍ଡରେ ବୀର୍ସା ମୁଣ୍ଡା ବ୍ରିିଟିଶ ଶାସନର ଦୃଢ ପ୍ରତିରୋଧ କରିଥିଲେ । ମୁର୍ମୁଭ୍ରାତା ସାନ୍ତାଳ ଆନ୍ଦୋଳନ ଗଢି ତୋଳିଥିଲେ । ଓଡିଶାରେ ଚକରା ବିଷୋୟୀ ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରିଥିବାବେଳେ ଲକ୍ଷ୍ମଣ ନାଏକ ଗାନ୍ଧୀବାଦୀ ଶୈଳୀରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ସେ ବିଦେଶୀ ଶାସକଙ୍କ ବିରୋଧରେ ଲଢେଇ କରିଥିବା ଅନେକ ଅଜ୍ଞାତ ଓ ଅକୀର୍ତ୍ତିତ ଆଦିବାସୀ ନାୟକ ଓ ନାୟିକାମାନଙ୍କର ତାଲିକା ପ୍ରଦାନ କରିଥିଲେ । ଆନ୍ଧ୍ରପ୍ରଦେଶର ମାନ୍ୟମ୍‍ ବିରୁଧୁ ଆଲୁରି ଶିରରାମ ରାଜୁ ରମ୍ପା ଆନ୍ଦୋଳନର ନେତୃତ୍ୱ ନେଇଥିବାବେଳେ ମିଜୋରାମରେ ପସଲତା ଖୁଙ୍ଗଚେରା ବ୍ରିଟିଶ ଶାସକଙ୍କ ବିରୋଧରେ ପାହାଡି ଲଢେଇ ଲଢିଥିଲେ । ଏହାଛଡା ଆସାମ ଓ ଉତ୍ତର ପୂର୍ବାଞ୍ଚଳର ଗୋମ୍‍ଧର କୱଁର, ଲଚିତ ବଡପୋଖାମ ଓ ସେରାତ ସିଂହ ଆଦିଙ୍କ ବୀରତ୍ୱର ଗାଥା ସେ ମଧ୍ୟ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଗୁଜରାଟର ଜମ୍ବୁଘୋଡା ଅଞ୍ଚଳର ନାୟକ ଆଦିବାସୀମାନଙ୍କ ତ୍ୟାଗକୁ ସର୍ବଦା ମନେ ରଖିବ । ସେହିଭଳି ବ୍ରିଟିଶ ବିରୋଧରେ ଲଢେଇ କରି ମଙ୍ଗାଢର ଶହ ଶହ ଆଦିବାସୀ ସହୀଦ ହୋଇଥିଲେ । ସେ କଥା ମଧ୍ୟ ଭୁଲିବାର ନୁହେଁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୬ ବର୍ଷ ମଧ୍ୟରେ ସରକାର ଅତ୍ୟନ୍ତ ସଚେତନଭାବରେ କାର୍ଯ୍ୟକରି ଭାରତ ଇତିହାସର ଏହି ଅଧ୍ୟାୟକୁ ସଂରକ୍ଷିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ରାଜ୍ୟ ଓ ପ୍ରତ୍ୟେକ ଅଞ୍ଚଳରେ ଏହି ଉଦ୍ୟମ ଆରମ୍ଭ କରାଯାଇଛି । ଦାଣ୍ଡିଯାତ୍ରା ସହ ସଂପୃକ୍ତ ସ୍ଥାନର ପୁନରୁଦ୍ଧାର କାର୍ଯ୍ୟ ଦୁଇବର୍ଷ ପୂର୍ବରୁ ଶେଷ ହୋଇଛି । ସେହିଭଳି ଦେଶରେ ପ୍ରଥମ ସ୍ୱାଧୀନ ସରକାର ଗଠନ କରିବା ପରେ ଆଣ୍ଡାମାନର ଯେଉଁ ସ୍ଥାନରେ ନେତାଜୀ ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ସେ ସ୍ଥାନକୁ ମଧ୍ୟ ବିକଶିତ କରାଯାଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପକୁ ସ୍ୱାଧୀନତା ସଂଗ୍ରାମ ନାମରେ ନାମିତ କରାଯାଇଛି । ବାବାସାହେବଙ୍କ ସହ ସଂଶ୍ଳିଷ୍ଟ ସ୍ଥାନଗୁଡିକୁ ପଞ୍ଚତୀର୍ଥ ନାମରେ ବିକଶିତ ହୋଇଛି । ସେହିଭଳି ଜାଲିଆଁୱାଲାବାଗ ସ୍ମାରକ ଏବଂ ପାଇକ ବିଦ୍ରୋହ ସ୍ଥଳକୁ ମଧ୍ୟ ବିକାଶ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଆମର କଠିନ ପରିଶ୍ରମ ଦ୍ୱାରା ଉଭୟ ଦେଶ ଓ ବିଦେଶରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିଛୁ । ଆମେ ଆମ ସମ୍ବିଧାନ ଓ ଗଣତାନ୍ତ୍ରିକ ପରମ୍ପରା ପାଇଁ ଗର୍ବିତ । ସେ କହିଛନ୍ତି ଯେ ଗଣତନ୍ତ୍ରର ଜନନୀ ଗଣତନ୍ତ୍ରକୁ ମଜଭୁତ କରି ଆଗେଇ ଚାଲିଛି । ଭାରତର ଉପଲବ୍‍ଧି ସମଗ୍ର ବିଶ୍ୱ ସମୁଦାୟକୁ ଆଶା ଓ ବିଶ୍ୱାସ ଦେଉଛି । ଭାରତର ବିକାଶ ଯାତ୍ରା ଆତ୍ମନିର୍ଭରତାରେ ବଳୀୟାନ ଏବଂ ଏହା ସମଗ୍ର ବିଶ୍ୱର ବିକାଶ ଯାତ୍ରା ପାଇଁ ଏହା ସହାୟକ ହେବ ବୋଲି ସେ କହିଛନ୍ତି ।

ଆମ ମୁକ୍ତି ସଂଗ୍ରାମମାନଙ୍କର ଜୀବନୀ ଓ କାର୍ଯ୍ୟାବଳୀକୁ ଲିପିବଦ୍ଧ କରିବା ଦାୟିତ୍ୱ ଯୁବ ସମାଜ ଓ ବିଦ୍ୱାନମାନେ ନେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ଆମ ମୁକ୍ତି ସଂଗ୍ରାମର ବିଶେଷତ୍ୱକୁ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବା ପାଇଁ ସେ କହିଛନ୍ତି । ସେହିଭଳି କଳା, ସାହିତ୍ୟ, ଥିଏଟର ଓ ଚଳଚ୍ଚିତ୍ର ଦୁନିଆ, ଡିଜିଟାଲ ମନୋରଂଜନ ଆଦି ବିଭିନ୍ନ କ୍ଷେତ୍ର ସହ ସଂପୃକ୍ତ ବ୍ୟକ୍ତିବିଶେଷ ଆମ ଇତିହାସର ବିଭିନ୍ନ ପର୍ଯ୍ୟାୟରେ ବିକ୍ଷିପ୍ତ ହୋଇ ପଡିଥିବା ଅନୁପମ କାହାଣୀଗୁଡିକୁ ସଂଗ୍ରହ କରି ଯଥାର୍ଥ ଢଙ୍ଗରେ ଉପସ୍ଥାପିତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi