ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାତୃ ମୃତ୍ୟୁହାର ୨୦୧୪-୧୬ ମସିହାରେ ଏକ ଲକ୍ଷରେ ୧୩୦ ରୁ ୨୦୧୮-୨୦ରେ ଏକ ଲକ୍ଷରେ ୯୭ ହ୍ରାସକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ମହିଳା ସଶକ୍ତିକରଣ ସହ ଜଡିତ ସମସ୍ତ ଦିଗ ଅତ୍ୟନ୍ତ ମଜବୁତ ରହିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ଏକ ଟୁଇଟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଏକ ଉତ୍ସାହଜନକ ଧାରା । ଏହି ପରିବର୍ତ୍ତନ ଦେଖି ଖୁସି । ମହିଳା ସଶକ୍ତିକରଣ ସହ ଜଡିତ ସମସ୍ତ ଦିଗକୁ ଆଗକୁ ବଢାଇବାକୁ ଆମର କାର୍ଯ୍ୟ ଅତ୍ୟନ୍ତ ଶକ୍ତିଶାଳୀ ରହିଛି ।”
A very encouraging trend. Happy to see this change. Our emphasis on furthering all aspects relating to women empowerment remains very strong. https://t.co/Z4yOBLMd9N
— Narendra Modi (@narendramodi) November 30, 2022


