କୋଝିକୋଡ଼େକୁ ‘ସାହିତ୍ୟର ସହର’ ଏବଂ ଗ୍ୱାଲିୟରକୁ ‘ସଙ୍ଗୀତର ସହର’ ଭାବେ ୟୁନେସ୍କୋ କ୍ରିଏଟିଭ୍ ସିଟିଜ୍ ନେଟୱର୍କରେ ସାମିଲ କରାଯିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏହି ଉଲ୍ଲେଖନୀୟ ଉପଲବ୍ଧି ପାଇଁ ଶ୍ରୀ ମୋଦୀ କୋଝିକୋଡ଼େ ଏବଂ ଗ୍ୱାଲିୟର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, କୋଝିକୋଡ଼େର ସମୃଦ୍ଧ ସାହ୍ୟିତିକ ଲିଗାସି ସହ ଭାରତର ସାଂସ୍କୃତିକ ସ୍ପନ୍ଦନ ବିଶ୍ୱ ସ୍ତରରେ ଚମକିଛି । ସଙ୍ଗୀତ ଐତିହ୍ୟକୁ ସଂରକ୍ଷଣ ତଥା ସମୃଦ୍ଧ କରିବା ଲାଗି ଗ୍ୱାଲିୟରର ପ୍ରତିବଦ୍ଧତା ଉପରେ ମଧ୍ୟ ସେ ଆଲୋକପାତ କରିଛନ୍ତି । ଏହା ସମଗ୍ର ବିଶ୍ୱରେ ପ୍ରତିଧ୍ୱନିତ ହେଉଛି ବୋଲି ସେ କହିଛନ୍ତି ।

 

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀଙ୍କ ଏକ୍ସ ପୋଷ୍ଟକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘କୋଝିକୋଡ଼େର ସମୃଦ୍ଧ ସାହ୍ୟିତିକ ଲିଗାସି ଏବଂ ଗ୍ୱାଲିୟରର  ସୁମଧୁର ଐତିହ୍ୟ ଏବେ ପ୍ରତିଷ୍ଠିତ ୟୁନେସ୍କୋ କ୍ରିଏଟିଭ୍ ସିଟିଜ୍ ନେଟୱର୍କରେ ସାମିଲ ହେବା ସହ ଭାରତର ସାଂସ୍କୃତିକ ସ୍ପନ୍ଦନ ବିଶ୍ୱ ମଞ୍ଚରେ ଚମକିଛି ।

 

ଏହି ଉଲ୍ଲେଖନୀୟ ଉପଲବ୍ଧି ପାଇଁ କୋଝିକୋଡ଼େ ଏବଂ ଗ୍ୱାଲିୟର ଲୋକଙ୍କୁ ଅଭିନନ୍ଦନ!

 

ଏହି ଅନ୍ତର୍ଜାତୀୟ ମାନ୍ୟତାକୁ ଆମେ ପାଳନ କରୁଛୁ । ଆମ ରାଷ୍ଟ୍ର ଆମ ବିବିଧ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ ଓ ପ୍ରଚାର ପାଇଁ ନିଜ ପ୍ରତିବଦ୍ଧତା ମଧ୍ୟ ପ୍ରମାଣିତ କରିଛି ।

 

ଏହି ଉପଲବ୍ଧି ଆମ ଅଦ୍ୱିତୀୟ ସାଂସ୍କୃତିକ ଆକାଂକ୍ଷାକୁ ଗତି ଦେବା ସହ ଏ ଦିଗରେ ଉତ୍ସର୍ଗୀକୃତ ପ୍ରତ୍ୟେକ ବ୍ୟକ୍ତିଙ୍କ ସାମୂହିକ ପ୍ରୟାସକୁ ମଧ୍ୟ ପ୍ରତିଫଳିତ କରିଥାଏ ।’

 

“യുനെസ്‌കോയുടെ 'സാഹിത്യ നഗരം' ബഹുമതി ലഭിച്ചതോടെ സാഹിത്യ കലയോടുള്ള കോഴിക്കോടിന്റെ അഭിനിവേശം ആഗോളതലത്തിൽ ഇടം നേടിയിരിക്കുന്നു. ഊർജ്ജസ്വലമായ സാഹിത്യ പാരമ്പര്യമുള്ള ഈ നഗരം പഠനത്തെയും കഥാകഥനത്തെയും പ്രതിനിധാനം ചെയ്യുന്നു. സാഹിത്യത്തോടുള്ള കോഴിക്കോടിന്റെ അഗാധമായ സ്നേഹം ലോകമെമ്പാടുമുള്ള എഴുത്തുകാരെയും വായനക്കാരെയും പ്രചോദിപ്പിക്കുന്നത് തുടരട്ടെ.”

“ग्वालियर और संगीत का बहुत खास रिश्ता है। UNESCO से इसे सबसे बड़ा सम्मान मिलना बहुत गर्व की बात है। ग्वालियर ने जिस प्रतिबद्धता के साथ संगीत की विरासत को संजोया और समृद्ध किया है, उसकी गूंज दुनियाभर में सुनाई दे रही है। मेरी कामना है कि इस शहर की संगीत परंपरा और उसे लेकर लोगों का उत्साह और बढ़े, ताकि आने वाली पीढ़ियों को इससे प्रेरणा मिलती रहे।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi