“ସମଗ୍ର ଦେଶବାସୀଙ୍କ ତରଫରୁ ମୁଁ ପୁରା ଦଳକୁ ଅଭିନନ୍ଦନ ଜଣାଉଛି କାରଣ କେତେ ଯୁଗ ପରେ ଭାରତୀୟ ପତାକା ବିଜୟ ଗର୍ବରେ ଉଡ଼ିଛି । ଏହା କିଛି ଛୋଟ କଥା ନୁହଁ”
“ଆଉ ଭାରତ ପଛରେ ରହିବ ନାହିଁ । ଆପଣମାନଙ୍କ ବିଜୟ ପିଢ଼ି ପିଢ଼ି ଧରି କ୍ରୀଡା କ୍ଷେତ୍ରରେ ଉତ୍ସାହ ପ୍ରଦାନ କରୁଥିବ”
“ଦେଶର କ୍ରୀଡାବାତାବରଣକୁ ଏଭଳି ସଫଳତା ଅପାମ ଶକ୍ତି ଓ ଆତ୍ମ ବିଶ୍ୱାସରେ ଭରି ଦେବ”
“ଆମର ମହିଳା ଦଳ ବାରମ୍ବାର ସେମାନଙ୍କ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି । ଆଜି ନହେଲେ କାଲି ଆମେ ନିଶ୍ଚୟ ବିଜୟୀ ହେବୁ”
“ଅଭି ତୋ ବହୁତ ଖେଲନାଭି ହୈ ଔର ଖିଲନା ଭୀ ହୈ, ଆପଣମାନଙ୍କୁ ଏବେ ବହୁତ ଖେଳିବାକୁ ହେବ ଓ ଖୁସି ମନାଇବାକୁ ହେବ”
“ମୁଁ ଏହା ପାରିବି ହେଉଛି ନବ ଭାରତର ମନୋଭାବ”
“ଭାରତୀୟ କ୍ରୀଡା ଇତିହାସରେ ଏହା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଭଳି ଓ ଆପଣମାନଙ୍କ ପିଢ଼ି ଏଥିପାଇଁ ଧନ୍ୟବାଦର ପାତ୍ର । ଆମକୁ ଏହି ଗତି ବଳବତ୍ତର ରଖିବାକୁ ହେବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥୋମାସ ଓ ଉବର କପ ବ୍ୟାଡମିଣ୍ଟନ ଦଳର ସଦସ୍ୟଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ପ୍ରତିଯୋଗୀତା ଅଭିଜ୍ଞତା ସମ୍ପର୍କରେ ଅବଗତ ହୋଇଛନ୍ତି । ଖେଳାଳୀଗଣ ଖେଳର ବିଭିନ୍ନ ଦିଗ ସହ ଜୀବନର ଅନ୍ୟାନ୍ୟ ବିଷୟ ନେଇ ମଧ୍ୟ ଆଲୋଚନା କରିଥିଲେ ।

କିଦାମ୍ବୀ ଶ୍ରୀକାନ୍ତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏତେ ବଡ ସ୍ୱୀକୃତି ଦେବାନେଇ ହେଉଥିବା ମହାନ ଅନୁଭବ ନେଇ ବଖାଣିଥିଲେ । ପ୍ରଧାନମନ୍ତ୍ରୀ ଦଳର ଦଳପତିଙ୍କୁ ତାଙ୍କର ନେତୃତ୍ୱର ଦିଗ ଓ ତାଙ୍କ ସମ୍ମୁଖରେ ଥିବା ଆହ୍ୱାନଗୁଡକ ସମ୍ପର୍କରେ ପଚାରିଥିଲେ । ଶ୍ରୀକାନ୍ତ କହିଥିଲେ ଯେ ସମସ୍ତେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଦଳ ପାଇଁ ସର୍ବୋତ୍ତମ ସଫଳତା ଆଣିବାକୁ ପ୍ରୟାସ କରିଥିଲେ । ସେ ମଧ୍ୟ ତାଙ୍କର ଗୁରୁତ୍ୱପୁର୍ଣ୍ଣ ନିର୍ଣ୍ଣାୟକ ଖେଳ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତାଙ୍କର ବିଶ୍ୱରେ ଏକ ନମ୍ବର ମାନ୍ୟତା ପାଇ ଥମାସ କପରେ ସ୍ୱର୍ଣ୍ଣପଦକ ହାସଲ କରିବା ସମ୍ପର୍କରେ ପଚରାଯିବାରେ ସେ କହିଥିଲେ ଯେ ଉଭୟ ସଫଳତାର ମାଇଲଖୁଣ୍ଟରେ ପହଞ୍ଚିବା ତାଙ୍କ ଅଭିଳାଷ ଥିଲା ଓ ତାହା ସେ ହାସଲ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଗରୁ ସେପରି ଉଲ୍ଲେଖନୀୟ ପ୍ରଦର୍ଶନ ବିନା ଥମାସ କପ ନେଇ ଏତେ ଆଲୋଚନା ହେଉନଥିଲେ ମଧ୍ୟ ଦଳର ଏଭଳି ଆକସ୍ମିକ ଚିତ୍ତାକର୍ଷକ ବିଜୟ ଦେଶକୁ ଉଲ୍ଲସିତ କରିଛି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶ ତରଫରୁ ମୁଁ ତମକୁ ଓ ତୁମର ପୁରା ଦଳକୁ ଅଭିନନ୍ଦନ ଜଣାଉଛି । ଅନେକ ଯୁଗର ବ୍ୟବଧାନରେ ଭାରତୀୟ ବିଜୟ କେତନ ଫରଫର ହୋଇ ଉଡିଛି । ଏହା କିଛି ସାମାନ୍ୟ କଥା ନୁହେଁ । ଦଳ କିପରି ଅସ୍ୱାଭାବିକ ଚାପରେ ଥାଇ ମଧ୍ୟ ଏହା କରିପାରିଛି ତାହା ମୁଁ ଭଲ ଭାବେ ହୃଦୟଙ୍ଗମ କରୁଛି । ମୁଁ ତମୁକୁ ଦୂରଭାଷ ଜରିଆରେ ଅଭିନନ୍ଦନ ଜଣାଇଥିଲେ ମଧ୍ୟ ଏବେ ମୁହାଁମୁହିଁ ତାହା ଜଣାଇ ଅସୀମ ଆନନ୍ଦ ଲାଭ କରୁଛି ।

ସାତ୍ତ୍ୱିକ ସାଇରାଜ ରାଙ୍କିରେଡଡୀ ତଙ୍କର ଆନନ୍ଦ ଓ ଗତ ଦଶ ବର୍ଷର ସାଧନା ଉପରେ ଆଲୋକପାତ କରିଥିଲେ । ସେ ତାଙ୍କ ଦଳର ସଦସ୍ୟ ଓ ସହାୟକ ମାନଙ୍କଠାରୁ ପାଇଥିବା ସାହାଯ୍ୟର ସ୍ମୃତିଚାରଣ କରିଥିଲେ । ବିଜୟର ଆନନ୍ଦମୟ କ୍ଷଣ ଦଳରେ ଏବେ ମଧ୍ୟ ସଜୀବ ରହିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କ ଖୁସୀରେ ଭାଗୀଦାର ହେବା ସହ ଦଳର ସଦସ୍ୟଙ୍କ ଟ୍ୱିଟକୁ ମନେ ପକାଇଥିଲେ । ରାଙ୍କିରେଡଡୀ ସେମାନଙ୍କ କ୍ରୀଡା ଦକ୍ଷତାର ସମୀକ୍ଷା ମଧ୍ୟ ପ୍ରଶିକ୍ଷକଙ୍କ ସହ କରିଥିବା ବିଷୟରେ ବୁଝାଇଥିଲେ । ପ୍ରଧାନମନ୍ତ୍ରୀ ପରିସ୍ଥିତି ସହ ଖାପଖୁଆଇ ପାରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭବିଷ୍ୟତର ଲକ୍ଷ୍ୟ ହାସଲ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଚିରାଗ ସେଟ୍ଟୀ ମଧ୍ୟ ଟୁର୍ଣ୍ଣାମେଣ୍ଟର ଯାତ୍ରା ସମ୍ପର୍କରେ କହିବା ସହ ଅଲିମ୍ପିକ ଦଳ ସଦସ୍ୟ ସହ କିପରି ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ତାର ସ୍ମୃତିଚାରଣ କରିଥିଲେ । କେତେକ ଖେଳାଳୀ ଅଲିମ୍ପିକ୍ସରେ ପଦକ ହାସଲ କରି ନ ପାରିନଥିବାରୁ ସେମାନଙ୍କ ମୁହଁରେ ହତାଶାର ଭାବ ଲକ୍ଷ୍ୟ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ତେବେ ଖେଳାଳୀମାନେ ସଂକଳ୍ପବଦ୍ଧ ଥିଲେ ଓ ସେମାନେ ସମସ୍ତ ଆଶାକୁ ଠିକ କରି ଦେଖାଇଛନ୍ତି । ଗୋଟିଏ ପରାଜୟ ଯୋଗୁଁ ସବୁ ଶେଷ ହୋଇଯାଏ ନାହିଁ, ଜଣକୁ ଜୀବନରେ ସଂକଳ୍ପବଦ୍ଧ ଓ ଆଶା ରଖିବା ଆବଶ୍ୟକ । ବିଜୟ ଏକ ସ୍ୱତଃପ୍ରବୃତ୍ତ ପ୍ରକ୍ରିୟା ଯାହା ଆପଣମାନେ ଦେଖାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦଳ ପରେ ପରେ ଆହୁରି ପଦକ ହାସଲ କରିବେ । ସେମାନଙ୍କୁ ଆହୁରି ଅଧିକ ଖେଳିବାକୁ ହେବ ଓ ସଫଳତା ହାସଲ କରିବାକୁ ହେବ । ଖେଲନାଭି ହୈ ଖିଲନା ଭୀ ହୈ ଏବେ ଭାରତ ଆଉ ପଛରେ ପଡିବ ନାହିଁ । ଆପଣମାନଙ୍କ ବିଜୟ ଖେଳରେ ପିଢ଼ି ପରେ ପିଢ଼ିକୁ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଲକ୍ଷ୍ୟସେନଙ୍କୁ ବାଲ ମିଠାଇ ଅଣିବାକୁ ଧନ୍ୟବାଦ ଦେଇଥିଲେ । ଶ୍ରୀସେନ ବିଜୟ ପରେ ପରେ ଫୋନ କରି ଏହା କହିଥିଲେ । ଲକ୍ଷ୍ୟସେନ ପ୍ରଧାନମନ୍ତ୍ରୀଙ୍କୁ ଯୁବା ଅଲିମ୍ପିକ୍ସ ବିଜୟୀ ହେବା ପରେ ସାକ୍ଷାତ କରିବା ସ୍ମୃତିଚାରଣ କରିଥିଲେ ଓ ଏବେ ଥମାସ କପ ପରେ ପୁଣି ଭେଟିଛନ୍ତି ବୋଲି କହିଥିଲେ । ଏଭଳି ସାକ୍ଷାତ ପରେ ଖେଳାଳୀମାନେ ଆହୁରି ଅଧିକ ପ୍ରୋତ୍ସାହିତ ହୋଇଥାନ୍ତି ବୋଲି କହିଥିଲେ । ମୁଁ ଭାରତ ପାଇଁ ଏହିପରି ପଦକ ଜିତି ଆପଣଙ୍କୁ ସାକ୍ଷାତ କରୁଥିବି ବୋଲି ଦକ୍ଷ ବ୍ୟାଡମିଣ୍ଟନ ଖେଳାଳୀ କହିଥିଲେ । ଟୁର୍ଣ୍ଣାମେଣ୍ଟ କାଳରେ ଲକ୍ଷ୍ୟ ଖାଦ୍ୟ ଅପମିଶ୍ରଣ ସମସ୍ୟାରେ ପଡିଥିବା ନେଇ ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରି ବୁଝିଥିଲେ । ତାଙ୍କୁ ଯେତେବେଳେ ଯୁବ ଖେଳାଳୀଙ୍କ ନିମନ୍ତେ କଣ ଉପଦେଶ ଅଛି ବୋଲି ପଚାରନ୍ତେ ଲକ୍ଷ୍ୟ ତାଲିମ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ଲକ୍ଷ୍ୟଙ୍କୁ ଖାଦ୍ୟ ବିଷକ୍ରିୟା ଜନିତ ପରିସ୍ଥିତିରେ କିପରି ନିଜକୁ ସମ୍ଭାଳି ସେଥିରୁ ମୁକ୍ତ ହୋଇଥିଲେ ତା ଉପରେ ଭବିଷ୍ୟତରେ ମଧ୍ୟ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଥିଲେ ।

ଏଚଏସ ପ୍ରଣୟ ଭାରତ ସ୍ୱାଧୀନତାର ୭୫ବର୍ଷ ପାଳନ କରିବାକୁ ଯାଉଥିବା ବେଳେ ଏହି ବିଜୟ ଏକ ଗର୍ବର କ୍ଷଣ ବୋଲି କହିଥିଲେ । କ୍ୱାର୍ଟର ଓ ସେମି -ଫାଇନାଲରେ ଚାପ ଅଧିକ ଥିଲେ ମଧ୍ୟ ଦଳଗତ ଉତ୍ସାହ ଯୋଗୁଁ ସେମାନେ ଏହାକୁ ଅତିକ୍ରମ କରିପାରିଥିଲେ । ପ୍ରଧାନମନ୍ତ୍ରୀ ପ୍ରଣୟଙ୍କ ଯୋଦ୍ଧା ମନୋବୃତ୍ତିକୁ ଲକ୍ଷ୍ୟ କରିବା ସହ ତାଙ୍କର ବିଜୟୀ ମନୋଭବ ହିଁ ତାଙ୍କର ଶକ୍ତି ବୋଲି କହିଥିଲେ ।

ସମସ୍ତଙ୍କ ମଧ୍ୟରେ ସାନ ଖେଳାଳୀ ଉନ୍ନତୀ ହୁଡାଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ପରେ ସେ ମଧ୍ୟ ପ୍ରଧାନମନ୍ତ୍ରୀ ପଦକ ବିଜେତା ଓ ହାରିବା ଖେଳାଳୀ ମଧ୍ୟରେ ପାର୍ଥକ୍ୟ ନରଖିବା ଯୋଗୁଁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଉନ୍ନତୀଙ୍କ ସଂକଳ୍ପକୁ ପ୍ରଶଂସା କରିବା ସହ ଅନେକ ପ୍ରତିଭାବାନ ଖେଳାଳୀ ହରିୟାଣା ରାଜ୍ୟରୁ ଆସିଥିବାରୁ ଖୁସୀ ପ୍ରକଟ କରିଥିଲେ । ହରିୟଣାରେ ଦୁଧ ଓ ଦହି ଖାଦ୍ୟ ଏହାର ମୂଳ କାରଣ ବୋଲି ଉନ୍ନତୀ କହିବାରେ ସମସ୍ତେ ଖୁସୀରେ ହସିଥିଲେ । ପ୍ରଧାନମନ୍ତ୍ରୀ ଉନ୍ନତୀ ନିଜ ନାମର ଟେକ କରି ଖୁବ ଉନ୍ନତି କରିବ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଖୁବ ଦୀର୍ଘ ରାସ୍ତା ଅତିକ୍ରମ କରିବାକୁ ହେବ ଓ ବିଜୟ ଯୋଗୁଁ ଅଧିକ ଆତ୍ମ ସନ୍ତୋଷ ଲାଭ କରିବା ଅନୁଚିତ ବୋଲି କହିଥିଲେ ।

ବିଜୟର କ୍ରୀଡା ବୃତ୍ତିରେ ପରିବାର ସମର୍ଥନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ତ୍ରିଷା ଜୋଲୀ କହିଥିଲେ ଉବେର କପରେ ମହିଳା ଦଳ ଯେପରି ପ୍ରଦର୍ଶନ କଲେ ଦେଶ ସେଥିପାଇଁ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶେଷରେ ପ୍ରଧାନମନ୍ତ୍ରୀ ଥମାସ କପ ଜିତି ଦଳ ଦେଶରେ ସମସ୍ତଙ୍କ ପ୍ରାଣରେ ବିପୁଳ ଉଲ୍ଲାସ ଭରି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଥି ସହିତ ସାତ ଦଶନ୍ଧିର ପ୍ରତୀକ୍ଷାର ମଧ୍ୟ ଅନ୍ତ ଘଟିଛି । ଯିଏବି ବ୍ୟାଡମିଣ୍ଟନ କଣ ବୁଝିଛି ନିଶ୍ଚିତ ଏହାର ସ୍ୱପ୍ନ ଦେଖିଥିବ, ଏହି ସ୍ୱପ୍ନ ଯାହା ଆଜି ଆପଣ ମାନଙ୍କ ଦ୍ୱାରା ସାକାର ହୋଇଛି । ଏପରି ସଫଳତା ଦେଶର କ୍ରୀଡା ବାତାବରଣରେ ଗଭୀର ଆତ୍ମବିଶ୍ୱାସ ଆଣିଥାଏ । ଆପଣମାନଙ୍କ ବିଜୟ ଯାହା ଦେଇଛି ତାହା ମହାନ ପ୍ରଶିକ୍ଷକଙ୍କ ଦ୍ୱାରା ମଧ୍ୟ ହାସଲ କରିବା କଷ୍ଟକର ବୋଲି ପ୍ରଧାନମନ୍ତୀ କହିଥିଲେ ।

ଉବେର କପ ବିଷୟରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଆମେ ବିଜୟର ପ୍ରତୀକ୍ଷା କରୁ ଆମେ ସେଥିପାଇଁ ଆୟୋଜନ ମଧ୍ୟ କରିଥାଉ । ପ୍ରତିଭାବାନ କ୍ରୀଡାବିତ ନିଶ୍ଚୟ ଭଲ କରିବେ ଏଥିରେ ବିସ୍ମିତ ହେବାର କିଛି ନାହିଁ । ଆମର ମହିଳା ଦଳ ସେମାନଙ୍କ ଗରିମାର ପରିଚୟ ଥରକୁ ଥର ଦେଇଛନ୍ତି । ଏଥର ନହେଲେ ମଧ୍ୟ ପରବର୍ତ୍ତୀ କାଳରେ ସେମାନେ ନିଶ୍ଚିତ ବିଜେତା ହେବେ ବୋଲି ସେ କହିଥିଲେ ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯିବା ବେଳେ ଏଥିରେ ବିଶାଳ ବିଜୟ ସମସ୍ତ ଭାରତୀୟଙ୍କ ଗର୍ବିତ କରିବ । ସେ କହିଥିଲେ ମୁଁ ଏହା ନିଶ୍ଚୟ କରିବି ହେଉଛି ନବ ଭାରତର ମତିଗତି । ପ୍ରତିଯୋଗୀତା ଉପରେ ଏତେ ଚିନ୍ତିତ ନହୋଇ ଜଣେ ନିଜ ଦକ୍ଷତା ଉପରେ ଅଧିକ ଭରସା କରିବା ଆବଶ୍ୟକ । ଏଣିକି ଦେଶର ଆଶା ଅଧିକ ହେବ ଓ ହେଲେ ମଧ୍ୟ ଖେଳାଳୀମାନେ ଏଥିପାଇଁ ଚାପର ବଶବର୍ତ୍ତୀ ହେବା ଅନୁଚିତ । ଆମେ ଚାପକୁ ଶକ୍ତିରେ ରୂପାନ୍ତରିତ କରିବା ଉଚିତ । ଆମେ ଏହାକୁ ପ୍ରୋତ୍ସାହନ ବିବେଚନା କରିବା ଦରକାର ବୋଲି ସେ କହିଥିଲେ

ଗତ ସାତ ଆଠ ବର୍ଷ ମଧ୍ୟରେ ଆମ କ୍ରୀଡାବିତ ମାନେ ଅନେକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅଲିମ୍ପିକ୍ସ, ପାରା ଅଲିମ୍ପିକ୍ସ ଓ ବଧୀର ଅଲିମ୍ପିକ୍ସରେ ଏହାର ପ୍ରମାଣ ମିଳିଛି । କ୍ରୀଡା ନେଇ ଦେଶରେ ମନୋଭାବ ବଦଳିବାରେ ଲାଗିଛି ବୋଲି ସେ କହିଥିଲେ । ଏହା ଭାରତୀୟ କ୍ରୀଡା ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟ ଓ ଆପଣମାନଙ୍କ ଭଳି ଚାମ୍ପିଅନ ମାନେ ଏହାର କ୍ରୀଡାନାୟକ । ଆମକୁ ଏହି ସଫଳତା ଜାରି ରଖିବାକୁ ପଡିବ । ପ୍ରଧାନମନ୍ତ୍ରୀ କ୍ରୀଡାବିତମାନଙ୍କୁ ଦେଶ ସମସ୍ତ ସମର୍ଥନ ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electronics exports up 11.62% to $5.09 billion in May

Media Coverage

India’s electronics exports up 11.62% to $5.09 billion in May
NM on the go

Nm on the go

Always be the first to hear from the PM. Get the App Now!
...
PM to disburse incentives worth around ₹2,400 crore under PM-VBRY on 19 June
June 17, 2026
First-Time Employees to Receive Incentive of up to ₹15,000
To encourage sustained job creation, Employers eligible for Incentive of up to ₹3,000 per Month per Additional Employee
PM-VBRY is designed to facilitate Job Creation, Formalisation of Employment and Expansion of Social Security Coverage
Scheme has already Facilitated Employment for 15 Lakh Beneficiaries Across the Country

Prime Minister Shri Narendra Modi will disburse incentives worth around ₹2,400 crore under the Pradhan Mantri Viksit Bharat Rozgar Yojana (PM-VBRY) at a special programme to be held on 19 June 2026 at 5 PM at Vigyan Bhawan, New Delhi.

The disbursal marks a significant milestone in the implementation of PM-VBRY, the Government of India’s flagship employment-linked incentive scheme aimed at accelerating job creation, promoting formalisation of employment, enhancing employability, and expanding social security coverage across sectors. The scheme has already supported the creation of 15 lakh employment opportunities across the country.

PM-VBRY is designed to encourage both workers and employers to participate in the formal economy. Under the scheme, first-time employees are eligible for an incentive of up to ₹15,000, providing crucial support as they enter the workforce. Employers generating additional employment are eligible for incentives of up to ₹3,000 per month per additional employee, thereby encouraging sustained job creation. Recognising the strategic importance of manufacturing in driving economic growth, employers in the manufacturing sector are eligible to receive incentives for a period of four years, while employers in all other sectors can avail incentives for two years.

The scheme reflects the Government’s commitment to fostering an enabling ecosystem for employment-led growth and ensuring that the benefits of India’s economic progress translate into quality formal employment opportunities for its youth.

PM-VBRY came into effect on 1 August 2025. With a total outlay of ₹99,446 crore, the scheme aims to incentivise the creation of more than 3.5 crore jobs over a two-year period. Of these, approximately 1.92 crore beneficiaries are expected to be first-time entrants into the workforce. By supporting both employees and employers, the scheme is playing a transformative role in expanding formal employment, strengthening social security coverage, and advancing the vision of a Viksit Bharat.