“ସମଗ୍ର ଦେଶବାସୀଙ୍କ ତରଫରୁ ମୁଁ ପୁରା ଦଳକୁ ଅଭିନନ୍ଦନ ଜଣାଉଛି କାରଣ କେତେ ଯୁଗ ପରେ ଭାରତୀୟ ପତାକା ବିଜୟ ଗର୍ବରେ ଉଡ଼ିଛି । ଏହା କିଛି ଛୋଟ କଥା ନୁହଁ”
“ଆଉ ଭାରତ ପଛରେ ରହିବ ନାହିଁ । ଆପଣମାନଙ୍କ ବିଜୟ ପିଢ଼ି ପିଢ଼ି ଧରି କ୍ରୀଡା କ୍ଷେତ୍ରରେ ଉତ୍ସାହ ପ୍ରଦାନ କରୁଥିବ”
“ଦେଶର କ୍ରୀଡାବାତାବରଣକୁ ଏଭଳି ସଫଳତା ଅପାମ ଶକ୍ତି ଓ ଆତ୍ମ ବିଶ୍ୱାସରେ ଭରି ଦେବ”
“ଆମର ମହିଳା ଦଳ ବାରମ୍ବାର ସେମାନଙ୍କ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି । ଆଜି ନହେଲେ କାଲି ଆମେ ନିଶ୍ଚୟ ବିଜୟୀ ହେବୁ”
“ଅଭି ତୋ ବହୁତ ଖେଲନାଭି ହୈ ଔର ଖିଲନା ଭୀ ହୈ, ଆପଣମାନଙ୍କୁ ଏବେ ବହୁତ ଖେଳିବାକୁ ହେବ ଓ ଖୁସି ମନାଇବାକୁ ହେବ”
“ମୁଁ ଏହା ପାରିବି ହେଉଛି ନବ ଭାରତର ମନୋଭାବ”
“ଭାରତୀୟ କ୍ରୀଡା ଇତିହାସରେ ଏହା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଭଳି ଓ ଆପଣମାନଙ୍କ ପିଢ଼ି ଏଥିପାଇଁ ଧନ୍ୟବାଦର ପାତ୍ର । ଆମକୁ ଏହି ଗତି ବଳବତ୍ତର ରଖିବାକୁ ହେବ”

ପ୍ରଧାନମନ୍ତ୍ରୀ ଜୀ: ହଁ ଶ୍ରୀକାନ୍ତ କୁହ!

ଶ୍ରୀକାନ୍ତ: ସାର, ସର୍ବପ୍ରଥମେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର, ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ମଧ୍ୟରୁ ସମୟ ବାହାର କରି ଆମ ମ୍ୟାଚ ସରିବା ପରେ ସଙ୍ଗେ ସଙ୍ଗେ ଆପଣ କଲ କରି ଆମ ସମସ୍ତଙ୍କ ସହ କଥା ହେଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ମୁଁ ଗର୍ବର ସହିତ କହିପାରିବି ଯେ ଏହି ଦୁନିଆର ଅନ୍ୟ କୌଣସି ଆଥଲେଟ ଆଗକୁ ବଢ଼ି ପାରିବେ ସାର, କେବଳ ଜିତିବା ପରେ ତୁରନ୍ତ ଆପଣଙ୍କ ସହ ଆମକୁ କଥାବାର୍ତ୍ତା କରିବାର ଏହି ସୌଭାଗ୍ୟ ମିଳିଛି ସାର ।

ପ୍ରଧାନମନ୍ତ୍ରୀ ଜୀ: ଆଚ୍ଛା ଶ୍ରୀକାନ୍ତ, ମୋତେ ଏହା କୁହ ଏମିତି ବ୍ୟାଡମିଣ୍ଟନ ଏବଂ ଅଧିନାୟକ ଲୋକଙ୍କ ହୃଦୟରେ ଏତେ ଶୀଘ୍ର ବସନ୍ତି ନାହିଁ, ବର୍ତ୍ତମାନ ତୁମକୁ ଅଧିନାୟକ କରାଯାଇଛି, ବର୍ତ୍ତମାନ ଏତେ ବଡ଼ ଦଳ, ଏତେ ବଡ଼ ଆହ୍ୱାନ କ’ଣ ଆପଣଙ୍କୁ ଲାଗିଲା । ଆପଣଙ୍କ ସମ୍ମୁଖରେ ଯେତେବେଳେ ଏହି ଦାୟିତ୍ୱ ଆସିଛି ଏବଂ ଏତେ ବଡ଼ ଲକ୍ଷ୍ୟ ଥିଲା ସେତେବେଳେ କ’ଣ ଲାଗିଲା ଆପଣଙ୍କୁ?

ଶ୍ରୀକାନ୍ତ: ସାର, କେବଳ ଏତିକି ଲାଗୁଥିଲା ଯେ ସମସ୍ତେ ନିଜ ନିଜର ଖେଳ ଭଲ ଖେଳୁଛନ୍ତି, ସାର । କେବଳ ଦଳ ଇଭେଣ୍ଟରେ ସମସ୍ତଙ୍କୁ ଏକାଠି କରି ଆସିବାକୁ ହେବ ଏବଂ ଆମ ସମସ୍ତଙ୍କୁ ଏକାଠି ହୋଇ ଖେଳିବାକୁ ହେବ । ଏବଂ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବାକୁ ହେବ ସାର, ମୋତେ ଏହା କେବଳ ଏକ ଛୋଟ ଜିନିଷ କରିବାକୁ ପଡ଼ିଲା ସାର, ଯାହାକୁ ଆମେ ସବୁ ଖେଳାଳି ଏକାଠି ହୋଇ ଆଲୋଚନା କରି କେବଳ ଏତିକି କରିବାକୁ ପଡ଼ିଲା ସାର, କେବଳ ମୋତେ ଅଧିନାୟକ ହୋଇ ମୋତେ ବିଶେଷ କିଛି କରିବାକୁ ପଡ଼ିଲା ନାହିଁ ସାର, କାରଣ ସମସ୍ତେ ସେମାନଙ୍କ ମଧ୍ୟରେ ବହୁତ ଭଲ ଖେଳୁଛନ୍ତି ସାର ।

ପ୍ରଧାନମନ୍ତ୍ରୀ ଜୀ: ନା, ନା! ସମସ୍ତେ ଖେଳିଛନ୍ତି କିନ୍ତୁ ଏହା ଏକ ଛୋଟ କାମ ନ ଥିଲା । ଆପଣ ହୁଏତ ସରଳ ଭାବରେ ଏହାକୁ କହୁଛନ୍ତି । କାରଣ ଏକ ମଞ୍ଚକୁ ଆସିବା ପରେ ଯେତେବେଳେ ଏହା ଜଣାପଡ଼େ ଯେ ମାମଲାଟି ସାମ୍ନାରେ ଅଛି, ଯେତେବେଳେ ଶେଷ ଓଭରରେ କି୍ରକେଟରେ ଅଧିନାୟକଙ୍କର ସବୁଠାରୁ ବଡ଼ ପରୀକ୍ଷା ହୋଇ ଯାଇଥାଲ ସେତେବେଳେ ଆପଣଙ୍କ ଉପରେ ନିଶ୍ଚିତ ଭାବରେ ଚାପ ରହିବ ।

ଶ୍ରୀକାନ୍ତ: ସାର ଏହାର ଅର୍ଥ ମୋର ସୌଭାଗ୍ୟ ଯେ ମୋତେ ଫାଇନାଲର ଶେଷ ନିର୍ଣ୍ଣାୟକ ମୁହୂର୍ତ୍ତରେ ମୁଁ ପ୍ରକୃତରେ ସାର ଖେଳିବାକୁ ପାଇଲି, ଯାହା ଫାଇନାଲରେ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରକୃତରେ ମୋତେ ଥରେ ସୌଭାଗ୍ୟ ଦେଇଥିଲେ ଯାହାକୁ ନେଇ ମୁଁ ଭାବୁଛି ସାର, ଏବଂ ଭାରତ ମୋ ପାଇଁ ଏକ ସୁଯୋଗ ଥିଲା । ଏବଂ ମୁଁ କେବଳ ଭାବିଲି ଯେ ମୁଁ ପୁରା ପ୍ରୟାସ କରିବି ମୋର ଖେଳ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବା ପାଇଁ ଏବଂ ବ୍ୟାଡମିଣ୍ଟନ ଖେଳିବା ପାଇଁ । ଏବଂ ମୁଁ କେବଳ କୋର୍ଟରେ କେଉଁ ସମୟରେ ଓହ୍ଲାଇଥିଲି ସେତେବେଳେ ମୁଁ ଭାବିଲି ଯେ ମୋତେ ଶତକଡ଼ା ୧ଠଠ ଖେଳିବାକୁ ପଡ଼ିବ ଏବଂ ସର୍ବୋତ୍ତମ ବ୍ୟାଡମିଣ୍ଟନ ଖେଳିବାକୁ ହେବ ।

ପ୍ରଧାନମନ୍ତ୍ରୀ ଜୀ: ଆଚ୍ଛା, ଆପଣ ବିଶ୍ୱ ରାଂକିଙ୍ଗର ନମ୍ବର ୱାନ ରହିଛନ୍ତି ଏବଂ ବର୍ତ୍ତମାନ ଆପଣ ଥୋମାସ କପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରକୃତରେ ସେ କଥା ତ ପଚାରିବା ଉଚିତ ନୁହେଁ, କାରଣ ପ୍ରତ୍ୟେକ ସଫଳତାର ନିଜସ୍ୱ ଏକ ବିଶେଷତା ରହିଛି, ତଥାପି ମଧ୍ୟ ଯେପରି ଭାବରେ ସାମ୍ବାଦିକମାନଙ୍କ ଆଦତ ରହିଥାଏ ସେହିପରି ପ୍ରଶ୍ନ ଯଦି ମୁଁ ପଚାରିବି ଯେ ଏହି ଦୁଇଟି ମଧ୍ୟରୁ ଆପଣ କେଉଁ ଜିନିଷକୁ ଅଧିକ ମହତ୍ତ୍ୱପୂର୍ଣ୍ଣ ମାନୁଛନ୍ତି?

ଶ୍ରୀକାନ୍ତ: ସାର, ଏହି ଦୁଇଟି ହେଉଛି ମୋର ସ୍ୱପ୍ନ ସାର, ଯାହା ବିଶ୍ୱର ଏକ ନମ୍ବର ହେବା । କାରଣ ଏହା ପ୍ରତ୍ୟେକ ଖେଳାଳିଙ୍କ ସ୍ୱପ୍ନ ହୋଇଥାଏ ସାର ଯେ ଦୁନିଆରେ ମୋତେ ଶ୍ରେଷ୍ଠ ହେବାକୁ ପଡ଼ିବ । ଏବଂ ଥୋମାସ କପ ହେଉଛି ଏକ ଟୁର୍ଣ୍ଣାମେଣ୍ଟ ଯେଉଁଠି ୧ଠ ଜଣ ମିଶି ଏକ ଦଳ ଭଳି ଖେଳିପାରିବେ । ଏହା ଏକ ସ୍ୱପ୍ନ ଅଟେ ସାର । କାରଣ ଏହା ପୂର୍ବରୁ ଭାରତ କେବେ ହେଲେ ଥୋମାସ କପ ପଦକ ଜିତିନାହିଁ ସାର, ଏବଂ ଏହି ବର୍ଷ ଏହା ଆମ ପାଇଁ ଏକ ବଡ଼ ସୁଯୋଗ ଥିଲା । କାରଣ ଆମେ ସମସ୍ତେ ଭଲ ଖେଳୁଥିଲୁ । ତେଣୁ ଏହି ଦୁଇଟି ସ୍ୱପ୍ନ ଥିଲା ସାର, ଦୁଇଟିଯାକ ପୂର୍ଣ୍ଣ ହୋଇଛି ସାର, ମୋ ପାଇଁ ଏହା ବହୁତ ଭଲ ଥିଲା ସାର ।

ପ୍ରଧାନମନ୍ତ୍ରୀ ଜୀ: ଏହା ସତ୍ୟ ଯେ ପ୍ରଥମ ଥୋମାସ କପରେ ଆମେ ଏତେ ପଛରେ ରହି ଯାଉଥିଲୁ ଯେ ଦେଶରେ ଏହି ପ୍ରକାରର ଟୁର୍ଣ୍ଣାମେଣ୍ଟ ବିଷୟରେ ମଧ୍ୟ ଆଲୋଚନା କରାଯାଉ ନ ଥିଲା । ଲୋକମାନଙ୍କୁ ଜଣାପଡୁ ନ ଥିଲା ଯେ ଏତେ ବଡ଼ ଟୁର୍ଣ୍ଣାମେଣ୍ଟ ଚାଲିଛି ଏବଂ ସେଥିପାଇଁ ଯେତେବେଳେ ଲୋକଙ୍କ ନିକଟରେ ଖବର ପହଂଚୁଥିଲା ମୁଁ ଆପଣଙ୍କୁ ଫୋନରେ ମଧ୍ୟ କହୁଥିଲି ଯେ ହୁଏତ ଭାରତରେ ୪/୬ ଘଣ୍ଟା ଲାଗିବ ଯେ ଆପଣମାନେ କ’ଣ ହାସଲ କରିଛନ୍ତି । ଆଚ୍ଛା ଶ୍ରୀକାନ୍ତ, ସମଗ୍ର ଦେଶ ତରଫରୁ ଆପଣଙ୍କୁ ଏବଂ ଆପଣଙ୍କ ଟିମକୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । କାରଣ ଦଶନ୍ଧି ପରେ ଆପଣ ଭାରତର ପତାକା ଶିଖରରେ ରଖିଛନ୍ତି, ଏହା ଏକ ଛୋଟ ଘଟଣା ନୁହେଁ ।

ଶ୍ରୀକାନ୍ତ: ଧନ୍ୟବାଦ ସାର!

ପ୍ରଧାନମନ୍ତ୍ରୀ ଜୀ: ଜଣେ ଖେଳାଳି ଭାବରେ ଏବଂ ସେଥିରେ ମଧ୍ୟ ଜଣେ ଅଧିନାୟକ ଭାବରେ ଶେଷ ମୁହୂର୍ତ୍ତରେ କେତେ ପ୍ରେସର ରହିଥିବ, ଏହାକୁ ମୁଁ ଭଲ ଭାବରେ ଅନୁମାନ କରିପାରୁଛି । କିନ୍ତୁ ବଡ଼ ଧୈର୍ଯ୍ୟର ସହିତ ପୁରା ଦଳକୁ ସାଥୀରେ ନେଇ ଆପଣ ଦେଶକୁ ଯେଉଁ ଗୌରବ ଆଣି ଦେଇଛନ୍ତି, ମୁଁ ଆପଣଙ୍କୁ ପୁଣିଥରେ ଟେଲିଫୋନରେ ଅଭିନନ୍ଦନ ଜଣାଇଥିଲି । କିନ୍ତୁ ମୁଁ ପୁଣିଥରେ ମୋ ସମ୍ମୁଖରେ ଆଜି ଶୁଭେଚ୍ଛା ଜଣାଇ ଆନନ୍ଦିତ ହେଉଛି ।

ଶ୍ରୀକାନ୍ତ: ଧନ୍ୟବାଦ ସାର!

ପ୍ରଧାନମନ୍ତ୍ରୀ ଜୀ: ଟିକେ ଖେଳ ବିଷୟରେ ମୋତେ କୁହନ୍ତୁ । ଆପଣଙ୍କର ଅନୁଭୂତି ମୋତେ କୁହନ୍ତୁ ।

ସାତ୍ତ୍ୱିକ: ନିଶ୍ଚିତ ଭାବରେ! ଗତ ୧ଠ ଦିନ ଜୀବନରେ ବହୁତ ସ୍ମରଣୀୟ ଥିଲା ସାର । ଯେପରି ଆମେ କୋର୍ଟରେ ଖେଳିଥିଲୁ, ପୁରା ଟିମ ଅଫ କୋର୍ଟରେ ମଧ୍ୟ ବହୁତ ଭଲ ସହଯୋଗ କରୁଥିଲା, ବହୁତ ସ୍ମରଣୀୟ ଥିଲା, ଅନେକ ସମର୍ଥନ ମିଳିଲା, ସପୋର୍ଟ ଷ୍ଟାଫଙ୍କ ଠାରୁ ବହୁତ ସମର୍ଥନ ମିଳିଲା ଏବଂ ଏଠାରୁ ମଧ୍ୟ ଭାରତରୁ ବହୁତ ସମର୍ଥନ ମିଳିଲା । ଏହା ବହୁତ ଭଲ ଲାଗିଲା । ବିଗତ ଦିନଗୁଡ଼ିକ ବହୁତ ସୁନ୍ଦର ଲାଗିଲା ସାର । ତଥାପି ଆମେ ବର୍ତ୍ତମାନ ମଧ୍ୟ ଥାଇଲାଣ୍ଡରେ ଅଛୁ, ଶରୀର ଏଠାରେ ଅଛି କିନ୍ତୁ ମନ ସେଠାରେ ଅଛି, ସେହି ଶେଷ ମୁହୂର୍ତ୍ତରେ ଯେପରି ଶ୍ରୀକାନ୍ତ ଭାଇ ଜୀ ଥିଲେ ସେ ଏବେ ବି ଆଖିରେ ଅଛନ୍ତି ସାର । ବର୍ତ୍ତମାନ ମଧ୍ୟ ଆମେ ସେହି ମୁହୂର୍ତ୍ତଗୁଡ଼ିକୁ ମନେ ପକାଇ ଉପଭୋଗ କରୁଛୁ ସାର ।

ପ୍ରଧାନମନ୍ତ୍ରୀ ଜୀ: ରାତିରେ କ୍ୟାପ୍ଟେନ ଗାଳି କରୁଥିବା ଦେଖିଥିବେ ।

ସାତ୍ତ୍ୱିକ: ସାର ଫାଇନାଲ ପରେ ସମସ୍ତେ ପଦକ ପିନ୍ଧି ଶୋଇଥିଲୁ, କେହି ମଧ୍ୟ କାଢ଼ି ନ ଥିଲେ ।

ପ୍ରଧାନମନ୍ତ୍ରୀ ଜୀ: ମୁଁ କାହାର ଟ୍ୱିଟ ଦେଖିଛି, ବୋଧହୁଏ ପ୍ରଣୟଙ୍କର ଦେଖିଥିଲି । ପ୍ରଣୟ ତାହାକୁ ନେଇ ବସିଛନ୍ତି ଏବଂ କହୁଛନ୍ତି ମୋତେ ନିଦ ଆସୁନାହିଁ । ଆଚ୍ଛା, ଖେଳିବା ପରେ ଆପଣ ଭିଡିଓ ଦେଖି କ’ଣ କମ ରହିଥିଲା ଆମେ ଦୁଇଜଣ ତାହାକୁ ଯାଞ୍ଚ କରି ଦେଉଥିଲୁ ।

ସାତ୍ତ୍ୱିକ: ହଁ ସାର, କୋଚଙ୍କ ସହିତ ବସି, ମ୍ୟାଚ ପୂର୍ବରୁ କାଲି କାହା ସହିତ ଖେଳିବାକୁ ଯାଉଛୁ, ସେମାନଙ୍କର ଖେଳ ବିଷୟରେ ସମ୍ପୂର୍ଣ୍ଣ ବିଶ୍ଳେଷଣ କରିବା ପରେ ସେଠାକୁ ଯାଇଛୁ ସାର!

ପ୍ରଧାନମନ୍ତ୍ରୀ ଜୀ: ଚାଲନ୍ତୁ ଆପଣଙ୍କର ସଫଳତା କେବଳ ଆପଣଙ୍କୁ ପରିଚିତି କରାଇଛି ଯେ ଆପଣଙ୍କର କୋଚ ଠିକ ଥିଲେ । ଏହା ମଧ୍ୟ ପ୍ରମାଣ କରିଛି ଯେ ଆପଣ ନିଜେ ଜଣେ ଭଲ ଖେଳାଳି ଏବଂ ଜଣେ ଭଲ ଖେଳାଳି ଯିଏ ଖେଳର ଆବଶ୍ୟକତା ଅନୁଯାୟୀ ନିଜକୁ ନିଜେ ପ୍ରସ୍ତୁତ କରିଥାଏ । ସେଥିରେ ଖାପ ଖୁଆଇଥାଏ, ପରିବର୍ତ୍ତନ ଯଦି ଥିବ ତାହାକୁ ଗ୍ରହଣ କରିଥାଏ, ସେତେବେଳେ ଯାଇ ତାହାକୁ ସେ ପ୍ରାପ୍ତ କରିପାରିବ ଏବଂ ଆପଣ ସେହି ପରିବର୍ତ୍ତନକୁ ସ୍ୱୀକାର କରିଛନ୍ତି । ନିଜକୁ ନିଜେ ଆଗକୁ ବଢ଼ିବା ପାଇଁ ଯାହା ଆବଶ୍ୟକ ଥିଲା ଏବଂ ଆଜି ଏହାର ପରିଣାମ ହେଉଛି ଦେଶ ଆଜି ଗର୍ବ ଅନୁଭବ କରୁଛି । ମୋ ତରଫରୁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା । ଆଗକୁ ଆପଣଙ୍କୁ ବହୁତ କିଛି କରିବାକୁ ପଡ଼ିବ, ରହିଯିବେ ନାହିଁ । ଶକ୍ତିର ସହିତ ଚାଲନ୍ତୁ, ବହୁତ ବହୁତ ଶୁଭକାମନା!

ଉଦଘୋଷକ: ଚିରାଗ ସେଟ୍ଟୀ

ପ୍ରଧାନମନ୍ତ୍ରୀ ଜୀ: ଦେଖ, ଚିରାଗ ସାତ୍ତ୍ୱିକ ତୁମର ବହୁତ ପ୍ରଶଂସା କରିଛନ୍ତି ।

ଚିରାଗ ସେଟ୍ଟୀ: ସାର, ନମସ୍କାର ସାର ପ୍ରଥମ କଥା! ମୁଁ ଭାବୁଛି ସାର, ମୋର ଏବେ ବି ମନେ ଅଛି ଗତବର୍ଷ ଆମେ ଏଠାକୁ ଆସିଥିଲୁ । ଆପଣ ଆମକୁ ଅଲିମ୍ପିକ୍ସ ପରେ ଭ୍ରମଣ କରାଇଥିଲେ, ସେଠାରେ ୧୨ଠ ଜଣ ଆଥଲେଟ ଥିଲେ ଏବଂ ଆପଣ ସମସ୍ତଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ । ଏବଂ ଯେଉଁମାନେ ପଦକ ଜିତି ନ ଥିଲେ ସେମାନେ ମଧ୍ୟ ଏହି ନିମନ୍ତ୍ରଣକୁ ରକ୍ଷା କରି ଆସିଥିଲେ, ତେବେ ଆମେ ସେତେବେଳେ ଅତ୍ୟନ୍ତ ଦୁଃଖିତ ଥିଲୁ ଯେ ଆମ ଦେଶ ପାଇଁ ଆମେ ପଦକ ଜିତି ପାରିଲୁ ନାହିଁ, କିନ୍ତୁ ଏଥର ଯେତେବେଳେ ଆମେ ଥୋମାସ କପ ପାଇଁ ଯାଇଥିଲୁ ଆମର ଏକ ଉତ୍ସାହ ଥିଲା, ଏକ ନିଶା ଥିଲା । ଗୋଟିଏ ଉତ୍ସାହ ଥିଲା, ଜାଣି ନ ଥିଲି ଯେ କ’ଣ ଥିଲା କେଜାଣି କିଛି ଗୋଟେ କରି ପଦକ ନିଶ୍ଚିତ ଭାବେ ମୋତେ ଆଣିବାକୁ ହେବ । ଏବଂ କ୍ୱଚିତ ଆମେ ଭାବିଥିଲୁ ଯେ ସ୍ୱର୍ଣ୍ଣ ହେବ ବୋଲି । କିନ୍ତୁ ପଦକ କଥା ଭାବିଥିଲି, ତା’ପରେ ଏହା ଠାରୁ ବଡ଼ ଖୁସି ହେବ ଯେ ଆମେ ଆମ ଦେଶ ପାଇଁ ଏହା ଠାରୁ ଅଧିକ କିଛି ଦେଇପାରିବୁ ନାହିଁ, ମୁଁ କେବଳ ସେହି ଗୋଟିଏ କଥା କହିବାକୁ ଚାହୁଁଛି ସାର ।

ପ୍ରଧାନମନ୍ତ୍ରୀ ଜୀ: ଦେଖନ୍ତୁ ଆପଣମାନେ ସେହି ସମୟରେ ଆସିଥିଲେ । ସେତେବେଳେ ମୁଁ ଦେଖୁଥିଲି କିଛି ଲୋକଙ୍କର ମନ ଖରାପ ଯୋଗୁ ମୁହଁ ତଳକୁ କରି ଦେଇଥିଲେ ଏବଂ ଆପଣଙ୍କ ମନରେ ଏହା ଥିଲା ଯେ ଆମେ ପଦକ ବିନା ଆସିଛୁ । କିନ୍ତୁ ସେ ଦିନ ମଧ୍ୟ ମୁଁ କହିଥିଲି ଯେ ଆପଣମାନଙ୍କର ସେଠାରେ ପହଂଚିବା ମଧ୍ୟ ଏକ ପଦକ ଅଟେ, ମୁଁ ସେଦିନ କହିଥିଲି ଏବଂ ଆଜି ଆପଣମାନେ ପ୍ରମାଣ କରି ଦେଖେଇ ଦେଲେ । ଗୋଟିଏ ପରାଜୟ ପରାଜୟ ନୁହେଁ, ଜୀବନରେ ଜିତିବା ପାଇଁ କେବଳ ସାହସ ଦରକାର, ଉତ୍ସାହ ଦରକାର, ବିଜୟ ଆପଣଙ୍କର ପାଦକୁ ଚୁମ୍ବନ ଦେବା ପାଇଁ ବେଳେବେଳେ ଆଗକୁ ଆସି ଠିଆ ହୋଇଯିବ ଏବଂ ଆପଣ ଏହା କରି ଦେଖେଇଲେ । ଆଚ୍ଛା ଚିରାଗ, ମୁଁ ତୁମ ସାଥୀଙ୍କୁ ତ ପ୍ରଥମେ ପଚାରିଥିଲି ଏବଂ ସେ ମଧ୍ୟ କହିଲେ କିନ୍ତୁ ଦୁଇଜଣଙ୍କର ଯୋଡ଼ି ଏବଂ ମୁଁ ଜାଣିଛି ଯେ ଟୋକିଓ ଅଲିମ୍ପିକ୍ସରେ ଆପଣଙ୍କ ମନରେ ଗୋଟିଏ ଉଦାସୀନତା ଥିଲା କିନ୍ତୁ ଆଜି ଆପଣମାନେ ତାହାକୁ ସୁଧ ସହିତ ପୂରଣ କରିଛନ୍ତି । ଦେଶର ଗୌରବକୁ ଆହୁରି ଶିଖରକୁ ନେଇ ଯାଇଛନ୍ତି ଏବଂ ଗୋଟିଏ ଦଳ ଭାବରେ ଆପଣମାନେ ପ୍ରୟାସ କରିଛନ୍ତି ଏବଂ ମୁଁ ଭାବୁଛି ଯେ ନିଜେ ନିଜ ମଧ୍ୟରେ କିନ୍ତୁ ଯେତେବେଳେ ଅଲିମ୍ପିକ୍ସରେ ନିରାଶାର ଦିନ ବେଶି ଦିନ ରହିଲା ନାହିଁ, ଏତେ କମ ସମୟ ମଧ୍ୟରେ ସେ ଯେଉଁ ଉତ୍ସାହ ଥିଲା ଆପଣ ବିଜୟ ଲାଭ କରି ଫେରିଲେ, କ’ଣ କାରଣ ଥିଲା ।

ଚିରାଗ ସେଟ୍ଟୀ: ସାର, ଏହା ମୁଖ୍ୟତଃ ଆମେ ଅଲିମ୍ପିକ୍ସରେ ଯେମିତି ମୁଁ କହିଥିଲି ଯେ ଦୁଃଖ ଥିଲା । କାରଣ ଆମେ ଯାହାକୁ ପରାସ୍ତ କରିଥିଲୁ ସେଠାରେ ଅନ୍ତତଃ ସ୍ୱର୍ଣ୍ଣ ପଦକ ଜିତିଲୁ ଏବଂ ଆମ ଠାରୁ ହାରିଥିଲେ, ତାହା ସେହି ଗୋଟିଏ ଖେଳ । ତା’ପରେ ବାକିମାନଙ୍କ ଠାରୁ କାହାଠାରୁ ହାରି ନ ଥିଲେ । ଏଥର କିଛି ଓଲଟା ଘଟଣା ଘଟିଲା । ଆମେ ତାଙ୍କ ଠାରୁ ହାରିଲୁ ପ୍ରି-କ୍ୱାର୍ଟର ଫାଇନାଲ ଗ୍ରୁପ ପର୍ଯ୍ୟାୟରେ ଏବଂ ଆମେ ଯାଇ ସେଠାରେ ସେମାନଙ୍କୁ ହରାଇଲୁ ଏବଂ ଆମେ ସେଠାକୁ ଯାଇ ସ୍ୱର୍ଣ୍ଣ ପଦକ ଜିତିଲୁ । ତେଣୁ ଏହି ଗୋଟିଏ ଜିନିଷ ବହୁତ ଭଲ ଲାଗିଲା । ଏହାକୁ ଭାଗ୍ୟର ଖେଳ ବୋଲି କୁହନ୍ତୁ କିମ୍ବା କିଛି କୁହନ୍ତୁ । କିନ୍ତୁ ଅର୍ଥ ହେଉଛି ଯେ ଆମକୁ ଅକ୍ଷରେ ଅକ୍ଷରେ ଏକ ଉତ୍ସାହ ପାଇଲୁ ଯେ କିଛି ନା କିଛି କରିବାକୁ ହେବ ଏବଂ ଏହା କେବଳ ମୋ ଭିତରେ ନୁହେଁ ଆମେ ୧ଠ ଜଣ ଯେଉଁ ଏଠାରେ ବସିଛୁ, ଯେତେ ମଧ୍ୟ ଦୁଃଖ ଥାଉ ନା କାହିଁକି ଏବଂ ମୁଁ ଭାବୁଛି ଏହି ୧ଠ ଜଣ ପ୍ରକୃତରେ ଆମ ଭାରତର ଜନସଂଖ୍ୟାକୁ ଦେଖାଇଛନ୍ତି । ସେ ଯାହା ବି କିଛି ହେଉ, ଆମେମାନେ ଫାଇଟ ବ୍ୟାକ କରିବା ।

ପ୍ରଧାନମନ୍ତ୍ରୀ ଜୀ: ବାଃ! ଦେଖ ଚିରାଗ, ମୁଁ ତୁମକୁ ଏବଂ ପୁରା ଦଳକୁ କହିବି ଯେ ଆହୁରି ମଧ୍ୟ ଅନେକ ପଦକ ଆଣିବାକୁ ପଡ଼ିବ । ଏବଂ ବହୁତ ଖେଳିବାକୁ ହେବ ଏବଂ ନିଜକୁ ବହୁତ ବିକଶିତ କରିବାକୁ ହେବ । ଏବଂ ଦେଶକୁ କ୍ରୀଡ଼ା ଜଗତକୁ ଟାଣିବାକୁ ପଡ଼ିବ । କାରଣ ଭାରତକୁ ପଛରେ ଛାଡ଼ି ଦିଆଯାଇ ପାରିବ ନାହିଁ ଏବଂ ମୁଁ ଚାହେଁ ଆପଣମାନେ ଗୋଟିଏ ପରେ ଗୋଟିଏ ବିଜୟ ଲାଭ କରୁଛନ୍ତି । ଦେଶର ଆଗାମୀ ପିଢ଼ିକୁ କ୍ରୀଡ଼ା ପାଇଁ ଉତ୍ସାହିତ କରିବା ଏବଂ ଏହା ନିଜେ ମୁଁ ବୁଝିପାରୁଛି ଯେ ଏହା ବହୁତ ବଡ଼ କଥା । ତେଣୁ ମୋ ତରଫରୁ ବନ୍ଧୁ ଆପଣଙ୍କୁ ବହୁତ ବହୁତ ଶୁଭକାମନା ସାଥୀମାନେ ।

ଚିରାଗ ସେଟ୍ଟୀ: ସାର, ବହୁତ ବହୁତ ଧନ୍ୟବାଦ ।

ଉଦଘୋଷକ: ଲକ୍ଷ୍ୟ ସେନ

ପ୍ରଧାନମନ୍ତ୍ରୀ ଜୀ: ମୁଁ ପ୍ରଥମେ ଲକ୍ଷ୍ୟଙ୍କୁ ଧନ୍ୟବାଦ ଦେଉଛି କାରଣ ମୁଁ ତାଙ୍କୁ ଟେଲିଫୋନରେ କହିଥିଲି ଅଭିନନ୍ଦନ ଜଣାଇବା ସମୟରେ ଯେ ଭାଇ ମୁଁ ତୁମ ଠାରୁ ମିଠା ଖାଇବି ଏବଂ ସେ ଆଜି ଏହା ନେଇକି ଆସିଛନ୍ତି, ତେଣୁ ସେ ମନେ ରଖିଥିଲେ । ହଁ, ଲକ୍ଷ୍ୟ କୁହନ୍ତୁ ।

ଲକ୍ଷ୍ୟ ସେନ: ଆଜ୍ଞା ନମସ୍କାର ସାର! ମୁଁ ଯେମିତି ଯୁବ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲି ସେତେବେଳେ ମୁଁ ଆପଣଙ୍କୁ ଭେଟିଥିଲି ଏବଂ ଆଜି ମୁଁ ଦ୍ୱିତୀୟ ଥର ପାଇଁ ସାକ୍ଷାତ କରୁଛି । ତେଣୁ ମୁଁ ଏହା କହିବାକୁ ଚାହିଁବି ଯେ ମୁଁ ଏମିତି ଭାବରେ ଏବଂ ଯେତେବେଳେ ଆପଣଙ୍କୁ ଭେଟିଥାନ୍ତି ସେତେବେଳେ ଆମର ବହୁତ ଲୋକ ଉତ୍ସାହିତ ଅନୁଭବ କରିଥାନ୍ତେ । ସେହି ଫୋନ କଲ ପରେ ମଧ୍ୟ ଏବଂ ଯେତେବେଳେ ଆପଣଙ୍କୁ ସାକ୍ଷାତ କରିଥାନ୍ତି ସେତେବେଳେ ମୁଁ ଏହା ଚାହିଁବି ଯେ ମୁଁ ଭାରତ ପାଇଁ ପଦକ ଜିତୁଥିବି ଏବଂ ଆପଣଙ୍କୁ ଭେଟୁଥିବି ଏବଂ ବାଲ ମିଠାଇ ଆଣୁଥିବି ।

ପ୍ରଧାନମନ୍ତ୍ରୀ ଜୀ: ଆଚ୍ଛା ଲକ୍ଷ୍ୟ ମୋତେ କୁହାଯାଇଥିଲା ଯେ ତୁମକୁ ସେଠାରେ ଫୁଡ ପଏଜନିଂ ହୋଇ ଯାଇଥିଲା?

ଲକ୍ଷ୍ୟ ସେନ: ଆଜ୍ଞା ସାର! ଯେଉଁଦିନ ଆମେ ସେଠାରେ ପହଂଚିଥିଲୁ, ସେହିଦିନ ମୋର ଫୁଡ ପଏଜନିଂ ହୋଇଥିଲା । ସେଥିପାଇଁ ମୁଁ ଦୁଇଦିନ ଖେଳିପାରିଲି ନାହିଁ । କିନ୍ତୁ ତା’ପରେ ପୁଣି ଧୀରେ ଧୀରେ ଗ୍ରୁପ ପର୍ଯର୍୍ୟାୟରେ ଯେତେବେଳେ ମ୍ୟାଚ ଆରମ୍ଭ ହେଲା ସେତେବେଳେ ମୁଁ ଟିକିଏ ଭଲ ଅନୁଭବ କରୁଥିଲି । ତା’ପରେ ମ୍ୟାଚ ଖେଳା ଯାଇଥିଲା ଏବଂ ପୁଣି ଏକ ମ୍ୟାଚରେ ମୋତେ ଫୁଡ ପଏଜନିଂ କାରଣରୁ ବିଶ୍ରାମ ନେବାକୁ ପଡ଼ିଥିଲା । ଏବଂ ମୁଁ ବିଶ୍ରାମ କରିଥିଲି ।

ପ୍ରଧାନମନ୍ତ୍ରୀ ଜୀ: ଏଭଳି କିଛି ଖାଇବାର ଅଭ୍ୟାସ ଅଛି କି?

ଲକ୍ଷ୍ୟ ସେନ: ନାଁ ସାର! ସେଦିନ ସେ ବିମାନ ବନ୍ଦରରେ କିଛି ଏପଟ ସେପଟ ଖାଇ ଦେଇଥିଲି । ବୋଧହୁଏ ସେହି କାରଣରୁ ପେଟ ଟିକେ ଖରାପ ହୋଇ ଯାଇଥିଲା । କିନ୍ତୁ ବାକି ଦିନଗୁଡ଼ିକରେ ଟୁର୍ଣ୍ଣାମେଣ୍ଟ ଯେତେବେଳେ ଆଗକୁ ବଢ଼ିଲା ସେତେବେଳେ ମୁଁ ଦିନକୁ ଦିନ ଭଲ ଅନୁଭବ କରୁଥିଲି ।

ପ୍ରଧାନମନ୍ତ୍ରୀ ଜୀ: ଆଜି ଦେଶର ଛୋଟ ଛୋଟ ପିଲାମାନେ ମଧ୍ୟ ଇଚ୍ଛା ପ୍ରକାଶ କରୁଛନ୍ତି ଯେ ଆମେ ଯିବୁ ଖେଳିବା ପାଇଁ । ତେବେ ୮/୧ଠ ବର୍ଷ ବୟସର ପିଲାମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା କ’ଣ?

ଲକ୍ଷ୍ୟ ସେନ: ଜୀ, ଯେମିତି ବିମଲ ସାର କହିଥିଲେ ଯେ ମୁଁ ବହୁତ ଦୁଷ୍ଟ ଥିଲି ଏବଂ ବହୁତ ଦୁଷ୍ଟାମି କରୁଥିଲି, ତେବେ ମୁଁ ନିଜକୁ ଏହା କହିବାକୁ ଚାହେଁ ଯେ ଯଦି ମୁଁ ଟିକେ କମ ଦୁଷ୍ଟାମି କରିଥାନ୍ତି ଏବଂ ଖେଳରେ ଧ୍ୟାନ ଦେଇଥାନ୍ତି, ତେବେ ଏହା ବହୁତ ଭଲ ହୋଇଥାନ୍ତା । କିନ୍ତୁ ବାକି ଲୋକମାନଙ୍କୁ ମୁଁ ଏହା କହିବାକୁ ଚାହିଁଲି ଯେ ଯାହା ବି କାମ କରନ୍ତୁ ହୃଦୟର ସହ କରନ୍ତୁ ଏବଂ ନିଜର ସମ୍ପୂର୍ଣ୍ଣ ଧ୍ୟାନ ଦେଇ ସେହି କାମ କରନ୍ତୁ ।

ପ୍ରଧାନମନ୍ତ୍ରୀ ଜୀ: ଫୁଡ ପଏଜନିଂ ହେବା ପରେ ଶାରୀରିକ କଷ୍ଟ ହୋଇଥିବ, କିନ୍ତୁ ମାନସିକ ସ୍ତରରେ ମଧ୍ୟ ବହୁତ କଷ୍ଟ ତୁମକୁ ଲାଗିଥିବ । କାରଣ ଖେଳ ଚାଲିଥିବ, ଶରୀର କିନ୍ତୁ ନିଜକୁ ସାଥ ଦେଉ ନ ଥିବ, ସେହି ସମୟରେ ଯେଉଁ ସନ୍ତୁଳନ ରଖିଥିବ, ତେବେ ଆରାମରେ ଚିନ୍ତା କରିବ ଯେ କ’ଣ ଶକ୍ତି ଥିଲା, ସେ କ’ଣ ଟ୍ରେନିଂ ଥିଲା ଯେ ଫୁଡ ପଏଜନିଂ ହେତୁ ଶାରୀରିକ ଦୁର୍ବଳତା ସତ୍ତ୍ୱେ ଖେଳ ତୁମକୁ ବସିବାକୁ ଦେଉ ନ ଥିଲା । ଏବଂ ତୁମେ ଫୁଡ ପଏଜନିଂ ଅବସ୍ଥାରୁ ମଧ୍ୟ ବାହାରି ଆସି ପାରିଥିଲ । ସେହି ମୁହୂର୍ତ୍ତକୁ ପୁଣିଥରେ ମନେ ପକେଇବ, ତୁମର ବହୁତ ବଡ଼ ସେହି ସର୍ବଶ୍ରେଷ୍ଠ ଶକ୍ତି ଥିବ ଯାହାଦ୍ୱାରା ତୁମେ ନିଶ୍ଚିତ ଭାବରେ ଏପରି କରିପାରିଲ । ୧ଠ ଜଣ ନିଶ୍ଚୟ କହିଥିବେ, ଚିନ୍ତା କର ନାହିଁ, ସବୁକିଛି ଠିକ ହୋଇଯିବ, କିନ୍ତୁ ତୁମ ଭିତରେ ମଧ୍ୟ ଏକ ଶକ୍ତି ରହିଥିବ, ଏବଂ ମୁଁ ବୁଝି ପାରୁଛି, ଏବଂ ଦ୍ୱିତୀୟରେ ଏହା ହେଉଛି ତୁମର ଯେଉଁ ପିଲାଳିଆମି ଅଛି ତାହାକୁ ତୁମେ ଛାଡ଼ ନାହିଁ, ଏହା ମଧ୍ୟ ତୁମର ଜୀବନରେ ଏକ ଶକ୍ତି । ଏହାକୁ ବଞ୍ଚ, ମଜାରେ ବଞ୍ଚ । ଠିକ ଅଛି, ବହୁତ ବହୁତ ଧନ୍ୟବାଦ ।

ପ୍ରଧାନମନ୍ତ୍ରୀ ଜୀ: ହଁ ପ୍ରଣୟ, ମୁଁ ଠିକ କହିଛି ନା, ତୁମର ମଧ୍ୟ ଟ୍ୱିଟ ଥିଲା ନା ।

ପ୍ରଣୟ: ହଁ ସାର, ମୋର ହିଁ ଟ୍ୱିଟ ଥିଲା ସାର । ସାର, ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଖୁସିର ମୁହୂର୍ତ୍ତ ଅଟେ । କାରଣ ଆମେ ୭୩ ବର୍ଷ ପରେ ଥୋମାସ କପ ଜିତିଛୁ ଏବଂ ମୁଁ ଆହୁରି ଗର୍ବ ଅନୁଭବ କରୁଛି । କାରଣ ଆମର ଦେଶ ସ୍ୱାଧୀନତାର ୭୫ ବର୍ଷରେ ପାଇଁ ଆମେ ଏହାକୁ ଆମ ଦେଶ ପାଇଁ ଜିତିପାରିଛୁ । ତେଣୁ ମୁଁ ଭାବୁଛି ଏହା ଦେଶ ପାଇଁ ଏକ ସର୍ବଶ୍ରେଷ୍ଠ ଉପହାର ଏବଂ ମୁଁ ଏଥିପାଇଁ ବହୁତ ଖୁସି ।

ପ୍ରଧାନମନ୍ତ୍ରୀ ଜୀ: ଆଚ୍ଛା ପ୍ରଣୟ, ମାଲେସିଆ, ଡେନମାର୍କ ଏଭଳି ଦଳ ସବୁ ରହିଛି । ଏବଂ ସେମାନଙ୍କର ଖରାପ କ୍ୱାର୍ଟର ଫାଇନାଲ ଏବଂ ସେମି ଫାଇନାଲରେ ନିର୍ଣ୍ଣାୟକ ମ୍ୟାଚରୁ ଜିତିବାର ଉତ୍ତର ଦାୟିତ୍ୱ ମୁଁ ବୁଝି ପାରୁଛି ଯେ ସମସ୍ତଙ୍କ ଆଖି ପ୍ରଣୟଙ୍କ ଉପରେ ରହିବ, କ’ଣ ରହିଥିବ, ସେହି ଚାପରେ କେମିତି ନିଜକୁ ନିଜେ କିପରି ସମ୍ଭାଳିଲେ ଏବଂ କିପରି ଆକ୍ରମଣାତ୍ମକ ଫଳାଫଳ ଦେଲେ ।

ପ୍ରଣୟ: ସାର, ସେଦିନ ବହୁତ ଅଧିକ ଚାପ ଥିଲା ସାର, ବିଶେଷ ଭାବରେ କ୍ୱାର୍ଟର ଫାଇନାଲ ଦିନ । କାରଣ ମୁଁ ଜାଣିଥିଲି ଯେ ଯଦି ମୁଁ ଏହି ମ୍ୟାଚ ହାରିଯାଏ ତେବେ ଆମେ ପଦକ ପାଇବୁ ନାହିଁ । ଏବଂ ଆମମାନଙ୍କୁ ପଦକ ବିନା ଫେରିବାକୁ ପଡ଼ିବ । କିନ୍ତୁ ସେଦିନ ଯେଉଁ ଜୋସ ଥିଲା ଦଳର ସାର, ପୁରା ଟୁର୍ଣ୍ଣାମେଣ୍ଟରେ ଏବଂ ସମସ୍ତଙ୍କର ଯେଉଁ ଉତ୍ସାହ ଥିଲା ଯେ କିଛି ବି କରି ଆମକୁ ପଦକ ଆଣିବାକୁ ହେବ । ସେହି ଆରମ୍ଭ ଦିନରୁ ଆମେ ବହୁତ ଶକ୍ତି ପ୍ରଦାନ କରୁଥିଲୁ । ପୁରା ସ୍କ୍ୱାଡକୁ ଏବଂ ବିଶେଷ ଭାବରେ କୋର୍ଟ ଭିତରକୁ ଯିବା ପରେ ୧ଠ ମିନିଟ ପରେ ମୁଁ ଅନୁଭବ କଲି ଯେ ଆଜି ମୋତେ କିଛି କରି ଜିତିବାକୁ ପଡ଼ିବ ଏବଂ ମୁଁ ଭାବିଲି ସେମି ଫାଇନାଲରେ ମଧ୍ୟ ସମାନ ପରିସ୍ଥିତି ଥିଲା ସାର। ସେଠାରେ ବହୁତ ଅଧିକ ଚାପ ଥିଲା, କାରଣ ମୁଁ ଜାଣିଥିଲି ଯେ ଯଦି ଆମେମାନେ ଫାଇନାଲରେ ପହଂଚିଯିବୁ ତେବେ ଆମେମାନେ ଏକ ସ୍ୱର୍ଣ୍ଣ ନେଇ ଆସି ପାରିବୁ । ତେଣୁ ମୋତେ ତାହାକୁ ଜିତିବାକୁ ଥିଲା ସାର । ଏବଂ ପୁରା ଦଳ ପାଇଁ ସାର ଧନ୍ୟବାଦ । କାରଣ ସେହିମାନେ ସେଠାରେ ଥିଲେ ସପୋର୍ଟ କରିବା ପାଇଁ ଏବଂ ବହୁତ ଶକ୍ତି ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଜୀ: ଦେଖ ପ୍ରଣୟ, ମୁଁ ଦେଖୁଛି ଯେ ତୁମେ ଜଣେ ଯୋଦ୍ଧା । ଖେଳ ଠାରୁ ଅଧିକ ତୁମ ଭିତରେ ଯେଉଁ ବିଜୟର ମାନସିକତା ରହିଛି ନା ସେ ତୁମର ସବୁଠୁ ବଡ଼ ଶକ୍ତି । ଏବଂ ଯାହା ତୁମେ ନିଜ ଶରୀରକୁ ଖାତିର ନ କରି ଯାହା ବି ଆଘାତ ପାଆନ୍ତି, ଯାହା କିଛି ଘଟିଥାଏ, ଯାହା ବି କିଛି କିରବି, ଏହାର ଫଳାଫଳ ହେଉଛି ଭିତରେ ଥିବା ବହୁତ ବଡ଼ ଶକ୍ତି ଏବଂ ବହୁତ ଭଲ ଭାବନା ମଧ୍ୟ ଆପଣଙ୍କର ଅଛି । ମୋ ତରଫରୁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ, ବହୁତ ବହୁତ ଶୁଭେଚ୍ଛା ।

ପ୍ରଣୟ: ବହୁତ ବହୁତ ଧନ୍ୟବାଦ ସାର ।

ଉଦଘୋଷକ: ଉନ୍ନତି ହୁଡା

ପ୍ରଧାନମନ୍ତ୍ରୀ ଜୀ: କ’ଣ ଉନ୍ନତି, ସବୁଠାରୁ ଛୋଟ ତୁମେ ।

ଉନ୍ନତି: ଶୁଭ ସନ୍ଧ୍ୟା ସାର ।

ପ୍ରଧାନମନ୍ତ୍ରୀ ଜୀ: ଉନ୍ନତି କୁହ ।

ଉନ୍ନତି: ସାର, ସର୍ବପ୍ରଥମେ ମୁଁ ଏଠାରେ ଅଂଶଗ୍ରହଣ କରିଥିବାରୁ ଆଜି ବହୁତ ଖୁସି ଅନୁଭବ କରୁଛି । ଏବଂ ସାର ଗୋଟିଏ ଜିନିଷ ମୋତେ ବହୁତ ଉତ୍ସାହିତ କରୁଛି ଯେ ଆପଣ କେବେ ହେଲେ ପଦକ ବିଜେତା ହୁଅନ୍ତୁ କିମ୍ବା ଯେଉଁମାନେ ପଦକ ଜିତି ନ ଥିବା ବ୍ୟକ୍ତି କୁହନ୍ତୁ ତାଙ୍କ ମଧ୍ୟରେ କେବେ ହେଲେ ଭେଦଭାବ କରନ୍ତି ନାହିଁ ।

ପ୍ରଧାନମନ୍ତ୍ରୀ ଜୀ: ବାଃ ବାଃ! ଏତେ କମ ବୟସରେ ଏତେ ବଡ଼ ସିନିଅରମାନଙ୍କ ଦଳକୁ ଯିବା ଏବଂ ସେମାନଙ୍କ ଦଳରେ ପୁଣି ଅଲିମ୍ପିକ୍ସ ବିଜେତା ମଧ୍ୟ ଅଛନ୍ତି । ତେବେ ମନରେ ତୁମେ କ’ଣ ଅନୁଭବ କରୁଥିଲ? ଏମିତି କ’ଣ ତଳକୁ ପଳାଉଥିଲ, ନା ନା, ମୁଁ ମଧ୍ୟ ସମାନ, ଏହା କ’ଣ ଅନୁଭବ କରୁଥିଲ ।

ଉନ୍ନତି: ସାର, ଏହି ଟୁର୍ଣ୍ଣାମେଣ୍ଟରୁ ଅନେକ କିଛି ଅଭିଜ୍ଞତା ମିଳିଲା ଏବଂ ବହୁତ କିଛି ଶିଖିବାକୁ ମଧ୍ୟ ମିଳିଲା । ଏବଂ ବାଳକ ଦଳ ଜିତିଲା ଏବଂ ଭଲ ମଧ୍ୟ ଲାଗିଲା । ଏହା ମଧ୍ୟ ଭାବିଲି ଯେ ପରବର୍ତ୍ତୀ ସମୟରେ ଆମ ଦଳକୁ ମଧ୍ୟ ଜିତିବାକୁ ହେବ ଏବଂ ପଦକ ଆଣିବାକୁ ହେବ ।

ପ୍ରଧାନମନ୍ତ୍ରୀ ଜୀ: ଆଚ୍ଛା ଏହା ମୋତେ କୁହ ଯେ ହରିଆଣାର ମାଟିରେ କ’ଣ ଏପରି ଥିଲା ଯେ ଗୋଟିଏ ପରେ ଗୋଟିଏ ସର୍ବଶ୍ରେଷ୍ଠ ଖେଳାଳି ବାହାରକୁ ଆସୁଛନ୍ତି ମୋତେ କୁହ ।

ଉନ୍ନତି: ସାର, ପ୍ରଥମ କଥା ହେଉଛି କ୍ଷୀର - ଦହିର ଖାଦ୍ୟ ଖାଇବା ।

ପ୍ରଧାନମନ୍ତ୍ରୀ ଜୀ: ଉନ୍ନତି, ଏହା ମୋର ଏବଂ ସମଗ୍ର ଦେଶର ବିଶ୍ୱାସ ଯେ ତୁମେ ନିଜର ନାମକୁ ନିଶ୍ଚିତ ଭାବରେ ସାର୍ଥକ କରିବ । ତୁମେ ଏତେ କମ ବୟସରେ ସୁଯୋଗ ପାଇଛ, ତୁମେ ଏହାକୁ ଆରମ୍ଭ ବୋଲି ବିବେଚନା କରିବ । ଅନେକ କିଛି କରିବାକୁ ବାକି ଅଛି । କେବେ ହେଲେ, ଚାଲ ଏଠାରୁ ଆସିଯିବା, ଏହାକୁ ଜିତି ଆସିଲି, ଏଭଳି ବିଜୟର ଭାବନା କେତେବେଳେ ମନ ଭିତରେ ଆସିବାକୁ ଦେବ ନାହିଁ । ବହୁତ କିଛି କରିବାକୁ ବାକି ଅଛି କାରଣ ତୁମ ପାଖରେ ବହୁତ ଲମ୍ବା ସମୟ ଅଛି । ଏବଂ ବହୁତ କମ ବୟସରେ ତୁମକୁ ଅଭିଜ୍ଞତା ମଧ୍ୟ ମିଳିଛି । ଏବଂ ସେହି ସଫଳତାକୁ ପରିପକ୍ୱ କରିବା ଏବଂ ଆଗକୁ ବଢ଼ିବା ଏହି ଦୁଇଟି ଜିନିଷ ତୁମ ପାଇଁ ବହୁତ କାମରେ ଆସିବ । ଏବଂ ମୋତେ ପୁରା ବିଶ୍ୱାସ ଅଛି ଯେ ତୁମେ ଏହାକୁ କରିପାରିବ । ମୋ ତରଫରୁ ତୁମକୁ ବହୁତ ବହୁତ ଅଭିନନ୍ଦନ, ବହୁତ ବହୁତ ଶୁଭେଚ୍ଛା।

ଉନ୍ନତି: ଧନ୍ୟବାଦ ସାର ।

ଜେ ଜେଜା: ଶୁଭସନ୍ଧ୍ୟା ସାର ।

ପ୍ରଧାନମନ୍ତ୍ରୀ ଜୀ: ଜେ ଜଜା ।

ଜେ ଜଜା: ଜଣେ ଯୁବ ଖେଳାଳି ଭାବରେ ଭାରତ ପାଇଁ ଖେଳିବା ଏକ ଗର୍ବର ବିଷୟ । ଆଗାମୀ ବର୍ଷଗୁଡ଼ିକରେ ମୁଁ ଭାରତକୁ ଗୌରବ ଆଣିଦେବି ଏବଂ ଆମ ଦେଶ ପାଇଁ ଅଧିକ ପଦକ ଆଣିବି ।

ପ୍ରଧାନମନ୍ତ୍ରୀ ଜୀ: ପରିବାରର ସହଯୋଗ କିଭଳି ରହିଥାଏ?

ଜେ ଜଜା: ସାର, ବାପା ପ୍ରଥମେ ଫିଜିକାଲ ଏଜୁକେସନର ଶିକ୍ଷକ ଥିଲେ । ତେଣୁ ସେ ଆଗରୁ ହିଁ ଖେଳରେ ଅଛନ୍ତି । ତେଣୁ ସେ ସପୋର୍ଟ କରନ୍ତି, ଭଲ ବ୍ୟାଡମିଣ୍ଟନ ଖେଳିବାକୁ ପ୍ରଥମେ ଘରେ କୋର୍ଟ କରିଥିଲେ । ସେ ଘରେ ଖେଳାଉଥିଲେ । ଏହାପରେ ଏକ ରାଜ୍ୟସ୍ତରୀୟ ଜାତୀୟ ଟୁର୍ଣ୍ଣାମେଣ୍ଟ ହୋଇଥିଲା ସେଥିରେ ପଦକ ଆସିଲା । ଏକ ଆଶା ଥିଲା ଯେ ମୁଁ କିପରି ଭାରତୀୟ ଦଳରେ ଆସି ପାରିବି, ଏମିତି ଥିଲା ।

ପ୍ରଧାନମନ୍ତ୍ରୀ ଜୀ: ତେବେ ଆପଣଙ୍କ ପରିବାରରେ କ’ଣ ସମସ୍ତେ ସନ୍ତୁଷ୍ଟ କି?

ଜେ ଜଜା: ହଁ ସାର, ବହୁତ ସାର ।

ପ୍ରଧାନମନ୍ତ୍ରୀ ଜୀ: ତୁମ ବାପା ତୁମ ପାଇଁ ଯେତିକି କଠିନ ପରିଶ୍ରମ କରୁଥିଲେ, ଏବେ ସେ ସନ୍ତୁଷ୍ଟ ।

ଜେ ଜଜା: ହଁ ।

ପ୍ରଧାନମନ୍ତ୍ରୀ ଜୀ: ବାଃ, ଦେଖ ଜଜା, ତୁମେମାନେ ଯେପରି ଭାବେ ଉବେର କପରେ ଖେଳିଛ, ମୁଁ ନିଶ୍ଚିତ ଯେ ଦେଶ ଏହା ପାଇଁ ଗୌରବାନ୍ୱିତ ଏବଂ ତୁମେମାନେ ଲକ୍ଷ୍ୟ ସ୍ଥଳରେ ପହଂଚିବାକୁ ଦୃଢ଼ ରହିଥିଲ । ଠିକ ଅଛି ଆଜି ତୁମେ ହୁଏ ତ ଆଶା କରିଥିବ ଫଳାଫଳ ପାଇ ନ ଥିବ । କିନ୍ତୁ ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆଜି ତୁମେ ଚାହୁଂଥିବା ଫଳାଫଳ ପାଇବାକୁ ଯାଉଛ ଏବଂ ତୁମ ଦଳ ଏହାକୁ ପାଇବାକୁ ଯାଉଛନ୍ତି । ଆସୁଥିବା ଅନ୍ୟ କୌଣସି ଦଳ ଫଳାଫଳ ଆଣିବ ସେମିତି ନୁହେଁ କାରଣ ତୁମେମାନେ ଭଲ କାମ କରିଛ । ତୁମେମାନେ ଦେଶର ଯୁବପିଢ଼ିଙ୍କୁ ନୂତନ ଉତ୍ସାହ, ନୂତନ ଶକ୍ତିରେ ପରିପୂର୍ଣ୍ଣ କରିପାରିଛ । ଏବଂ ଗତ ସାତ ଦଶନ୍ଧି ମଧ୍ୟରେ ଅର୍ଥାତ ୧୨୫ କୋଟିର ଦେଶ ବହୁତ ଅପେକ୍ଷା କରିବାକୁ ପଡ଼ିଲା ।

ସାତ ଦଶନ୍ଧିରେ ଆମ ଖେଳାଳିଙ୍କର ଜଣା ନାହିଁ କେତେ ପିଢ଼ି । ଯିଏ ମଧ୍ୟ ବ୍ୟାଡମିଣ୍ଟନକୁ ବୁଝିଛନ୍ତି ଯିଏ ନିଶ୍ଚିତ ରୂପେ ସ୍ୱପ୍ନ ଦେଖିଥିବେ । ସେହି ସ୍ୱପ୍ନକୁ ଆପଣମାନେ ପୂରଣ କରିଛନ୍ତି । ଏହାକୁ ଛୋଟ ବୋଲି କହିବେ ନାହିଁ । ଏବଂ ଯେତେବେଳେ ଫାଇନାଲ ମ୍ୟାଚରେ ମୁଁ ଜେ ଜଜାଙ୍କ ସହ କଥା ହୋଇଥିଲି ଏବଂ ମୁଁ ଅନୁଭବ କରିଥିଲି ଯେ ଆପଣମାନେ କ’ଣ ମହତ କାର୍ଯ୍ୟ କରିଛନ୍ତି ସେ ସମ୍ପର୍କରେ ଆପଣମାନଙ୍କର ଧାରଣା ନାହିଁ । ଏବଂ ସେଥିପାଇଁ ମୁଁ ବାରମ୍ବାର କହୁଛି ଯେ ଆପଣମାନେ ପ୍ରକୃତରେ ବହୁତ ଭଲ କାମ କରିଛନ୍ତି ଏବଂ ବର୍ତ୍ତମାନ ଆପଣମାନେ ମଧ୍ୟ ଅନୁଭବ କରିପାରିଥିବେ ଯେ ହଁ ଏଠାକୁ ମୁଁ ଆସିଛି କିଛି କରିବାକୁ ହେବ ।

ତୁମେ ଜଡ଼ିତ ଥିବା ଖେଳ ସେଥିରେ ଯଦି ତୁମକୁ ଏତେ ବଡ଼ ସଫଳତା ମିଳୁଛି ସେତେବେଳେ ଭାରତର ଯେଉଁ କ୍ରୀଡ଼ାର ଇକୋ ସିଷ୍ଟମ ଅଛି ଯାହା କ୍ରୀଡ଼ା ସଂସ୍କୃତିରେ ଏକ ନୂନତ ଉତ୍ସାହର ଆବଶ୍ୟକତା ଅଟେ, ଯାହା ଏକ ଆତ୍ମ ବିଶ୍ୱାସର ଆବଶ୍ୟକତା ଅଟେ, ଯାହା ଭଲ ଭଲ ପ୍ରଶିକ୍ଷକ କରିପାରନ୍ତି ନାହିଁ । ବଡ଼ ବଡ଼ ନେତାମାନଙ୍କର ପ୍ରତିଜ୍ଞାକାରୀ ଭାଷଣ ମଧ୍ୟ ତାହା କରିପାରିବ ନାହିଁ, ତୁମେ ସେହି ବିଜୟର କାମ କରି ଦେଖାଇଛ ।

ଏହା ଠିକ ଅଛି, ଉବେର କପରେ ଆହୁରି ଅଳ୍ପ କିଛି କରିବାକୁ ବାକି ଅଛି । ଅପେକ୍ଷା କରିବା, କିନ୍ତୁ ଆମେ ଜିତିବା ପାଇଁ ଯେତିକି ବ୍ୟବସ୍ଥା କରିବା । ଏବଂ ମୋତେ ବିଶ୍ୱାସ ଅଛି ଯେ ଆମକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କାରଣ ଆପଣମାନେ ସେଠାକୁ ଯାଇ ଆସି ସାରିଛନ୍ତି, ଆପଣଙ୍କ ଆଖିରେ ସେହି ଉତ୍ସାହ ମୋତେ ଦେଖା ଯାଉଛି । ଏବଂ ଆମର ମହିଳା ଦଳ ବାରମ୍ବାର ଏହା ଦେଖାଇଛନ୍ତି ଯେ ସେମାନେ କେତେ ଉନ୍ନତ ଶ୍ରେଣୀର ଖେଳାଳି ଅଟନ୍ତି । ସେମାନେ ମଧ୍ୟ କେତେ ଶ୍ରେଷ୍ଠ ଶ୍ରେଣୀର ଆଥଲେଟ ଅଟନ୍ତି । ଏବଂ ସାଥୀମାନେ, ମୁଁ ଏହାକୁ ଅତି ସ୍ପଷ୍ଟ ଭାବରେ ଦେଖୁଛି, ଏ କେବଳ ସମୟର କଥା । ଏଥର ନୁହେଁ, ତେବେ ପରବର୍ତ୍ତୀ ସମୟରେ । ଆପଣମାନେ ହିଁ ବିଜୟୀ ହୋଇ ଆସିବେ ।

ଏବଂ ଯେମିତି ଆପଣମାନେ ସମସ୍ତେ କହିଛନ୍ତି ଯେ ସ୍ୱାଧୀନତାର ଅମୃତ ମହୋତ୍ସବ ଚାଲିଛି, ସ୍ୱାଧୀନତାର ୭୫ ବର୍ଷ ଚାଲିଛି ଏବଂ ନିଜ ଆଖି ସାମ୍ନାରେ କ୍ରୀଡ଼ା ଜଗତରେ ବିଶ୍ୱରେ ଭାରତର ଏହି ଉଦୟ ଖେଳ ପଡ଼ିଆରୁ ବାହାରୁଥିବା ଯୁବକମାନେ ବିଶ୍ୱର ମଞ୍ଚରେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ସେତେବେଳେ ଭାରତ ଗର୍ବରେ ପରିପୂର୍ଣ୍ଣ ହୋଇଯାଉଛି । ସଫଳତାର ସେହି ଶିଖରକୁ ଛୁଇଁବା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବ ଆଣି ଦେଇଥାଏ । ଏବଂ ସେଥିପାଇଁ ଏକ ନୂତନ ଆତ୍ମବିଶ୍ୱାସ ସହିତ ଭାରତର ମାନସିକତା ହେଉଛି- ହଁ ମୁଁ ଏହା କରିପାରିବି- ଏହା ହେଉଛି ମନୋବଳ । ଏବଂ ଯେପରି ପ୍ରଣୟ କହିଥିଲେ ଏବଂ ମୁଁ ମୋ ମନରେ ସ୍ଥିର କରିଥିଲି, ଏଥର ହାରିବାର ନାହିଁ, ପଛକୁ ହଟିବାର ନାହିଁ ।

ଏହା ଯେଉଁ କଥା ଆମେ ଏହାକୁ କରିପାରିବା, ଏହା ଭାରତର ଏକ ନୂତନ ଶକ୍ତି ଦେଇପାରିଛି ଏବଂ ଆପଣ ତାହାର ପ୍ରତିନିଧିତ୍ୱ କରୁଛନ୍ତି । ଆଚ୍ଛା ସାମ୍ନାରେ ଥିବା ପ୍ରତିଯୋଗୀ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି, ପ୍ରତିଯୋଗୀ ସେ କିଏ, ତାଙ୍କର ରେକର୍ଡ କ’ଣ, ଏହା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଜିର ଭାରତ ପାଇଁ ହେଉଛି ନିଜସ୍ୱ ପ୍ରଦର୍ଶନ, ମୁଁ ଏହା ବିଶ୍ୱାସ କରେ । ଆମକୁ କେଉଁଠାରେ ପହଂଚିବାକୁ ପଡ଼ିବ, ଆମକୁ କେବଳ ଏହି ବିଶ୍ୱାସ ସହିତ ଆଗକୁ ବଢ଼ିବାକୁ ହେବ ।

କିନ୍ତୁ ସାଥୀମାନେ, ଆପଣ ସମସ୍ତଙ୍କୁ ଆଉ ଗୋଟିଏ କଥା ମନେ ରଖିବାକୁ ପଡ଼ିବ । ବର୍ତ୍ତମାନ ଆପଣ ସମସ୍ତଙ୍କ ଠାରୁ ଦେଶର ଅପେକ୍ଷା ସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ଦେଶ ଟିକିଏ ଅଧିକ ଅପେକ୍ଷାର ସହିତ ତୁମକୁ ଦେଖିବ, ଚାପ ବଢ଼ିବ । ଏବଂ ଚାପ ବୃଦ୍ଧି ହେବା ଖରାପ ନୁହେଁ । କିନ୍ତୁ ଏହି ଚାପରେ ଚାପି ହୋଇଯିବା ଖରାପ ହୋଇଥାଏ । ଆମକୁ ଚାପକୁ ଶକ୍ତିରେ ପରିଣତ କରିବାକୁ ପଡ଼ିବ, ଆମକୁ ଶକ୍ତିରେ ଶକ୍ତିରେ ପରିଣତ ହେବାକୁ ପଡ଼ିବ । ଏହାକୁ ଆମର ପ୍ରୋତ୍ସାହନ ବୋଲି ଗ୍ରହଣ କରିବା ଉଚିତ । କେହି କେହି କୁହନ୍ତି, ବ୍ୟାକଅପ, ବ୍ୟାକଅପ, ବ୍ୟାକଅପ । ଏହାର ଅର୍ଥ ନୁହେଁ ଯେ ସେ ତୁମ ଉପରେ ଚାପ ପକାଉଛନ୍ତି । ସେ ବ୍ୟାକଅପ ବ୍ୟାକଅପ କହୁଛନ୍ତି ଅର୍ଥାତ ଆହୁରି ଶୀଘ୍ର କରିପାରୁଛ ତେବେ କର । ଆମେ ତାଙ୍କୁ ଏକ ଶକ୍ତିର ଉତ୍ସ ଭାବରେ ବିବେଚନା କରିବା ଉଚିତ । ଏବଂ ମୋତେ ବିଶ୍ୱାସ ଅଛି ଯେ ଆପଣ ଏହାକୁ କରି ନିଶ୍ଚିତ ଦେଖାଇବେ ।

ଗତ କିଛିବର୍ଷ ଧରି ଭାରତର ଯୁବକମାନେ ପ୍ରାୟ ସମସ୍ତ କ୍ରୀଡ଼ାରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରୁଛନ୍ତି ଏବଂ ଆଉ କିଛି ନା କିଛି ନୂଆ, କିଛ ନା କିଛି ଭଲ, କିଛି ନା କିଛି ଅଧିକା କରିବାକୁ ଚେଷ୍ଟା କରାଯାଇଛି । ସେଥିରେ ମଧ୍ୟ ଗତ ୭/୮ ବର୍ଷ ମଧ୍ୟରେ ଭାରତ ଅନେକ ନୂତନ ରେକର୍ଡ ସୃଷ୍ଟି କରିଛି । ଆମର ଯୁବକମାନେ ପରିଣାମ ଦେଖାଇଛନ୍ତି । ଅଲିମ୍ପିକ୍ସ ହେଉ, ପାରା ଅଲିମ୍ପିକ୍ସ ହେଉ । ରେକର୍ଡ ପ୍ରଦର୍ଶନ ପରେ ଆଜି ସକାଳେ ମୁଁ ବଧିର ଅଲିମ୍ପିକ୍ସର ଲୋକଙ୍କୁ ଭେଟିଥିଲି । ଆମ ପିଲାମାନେ ଏତେ ଭଲ ପ୍ରଦର୍ଶନ କରି ଫେରିଛନ୍ତି । ପ୍ରକୃତରେ ମନକୁ ବହୁତ ସନ୍ତୋଷ ମିଳୁଛି, ଆନନ୍ଦ ମିଳୁଛି ।

ଆଜି ଖେଳକୁ ନେଇ ପୁରୁଣା ଧାରା ମଧ୍ୟ ବଦଳିଛି । ଯେମିତି ଆପଣମାନେ ସମସ୍ତେ କହିଲେ, ଅଭିଭାବକ ମାନେ ମଧ୍ୟ ଆମକୁ ଉତ୍ସାହିତ କରୁଛନ୍ତି, ସାହାଯ୍ୟ କରୁଛନ୍ତି । ପିତା-ମାତା ମାନେ ମଧ୍ୟ ଉଚ୍ଚାଭିଳାଷୀ ହୋଇ ଯାଉଛନ୍ତି ଯେ ହଁ ପିଲାମାନେ ଏହି କ୍ଷେତ୍ରରେ ଆଗକୁ ବଢ଼ନ୍ତୁ । ତେଣୁ ଏକ ନୂତନ ସଂସ୍କୃତି, ଏକ ନୂତନ ପରିବେଶ ସୃଷ୍ଟି ହୋଇଛି । ଏବଂ ଏହା ଭାରତର କ୍ରୀଡ଼ା ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ସଦୃଶ ଏବଂ ଯାହାର ସୃଷ୍ଟିକର୍ତ୍ତା ଆପଣମାନେ ସମସ୍ତେ, ଆପଣମାନଙ୍କ ପିଢ଼ିର ଖେଳାଳିମାନେ ଅଟନ୍ତି, ଯେଉଁମାନେ ଆଜି ଭାରତକୁ ଏକ ନୂତନ ସ୍ଥାନକୁ ନେଉଛନ୍ତି । ବିଜୟର ପତାକାକୁ ନେଇ ଆଗକୁ ବଢ଼ିବା ପାଇଁ କାରଣ ହୋଇ ପାରିଛନ୍ତି ।

ଆମକୁ କେବଳ ଏହି ଗତିକୁ ଜାରି ରଖିବାକୁ ପଡ଼ିବ । ଏଥିରେ କୌଣସି ମଧ୍ୟ ଦୁର୍ବଳତା ଆସିବାକୁ ଦିଅନ୍ତୁ ନାହିଁ । ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ଯେ ସରକାର ଆପଣଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲିବେ, ଆବଶ୍ୟକ ସ୍ଥଳେ ଆପଣଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ କରିବେ, ପ୍ରୋତ୍ସାହିତର ଯେଉଁଠି ଆବଶ୍ୟକ ଥିବ ସେଠି ସାହାଯ୍ୟ କରିବେ । ବାକି ବ୍ୟବସ୍ଥାଗୁଡ଼ିକର ଯେଉଁ ଯେଉଁ ଆବଶ୍ୟକତା ଥିବ ତାହା ମଧ୍ୟ ପୂରଣ କରିବେ । ଏବଂ ମୋ ସମ୍ମୁଖରେ ଆପଣମାନେ ବସିଛନ୍ତି କିନ୍ତୁ ମୁଁ ଦେଶରେ ଥିବା ସମସ୍ତ ଖେଳାଳିମାନଙ୍କୁ ଆତ୍ମବିଶ୍ୱାସ ଦେବାକୁ ଚାହୁଁଛି ଯେ ବର୍ତ୍ତମାନ ଆମେ ଅଟକିବା ନାହିଁ, ବର୍ତ୍ତମାନ ଆମକୁ ପଛକୁ ଫେରି ଚାହିଁବାକୁ ହେବ ନାହିଁ । ଆମକୁ ଆଗକୁ ଦେଖିବାକୁ ହେବ, ଲକ୍ଷ୍ୟ ସ୍ଥିର କରି ଆଗକୁ ବଢ଼ିବାକୁ ହେବ ଏବଂ ବିଜୟୀ ହୋଇ ଆସିବାକୁ ହେବ । ମୋର ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches $1.5 billion maritime insurance pool, issues first covers

Media Coverage

India launches $1.5 billion maritime insurance pool, issues first covers
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves Upgradation and Modernisation of Nagpur International Airport through long term license involving Private Partner under Public Private Partnership (PPP)
May 13, 2026

The Union Cabinet chaired by the Prime Minister Shri Narendra Modi today has approved the Extension of Lease Period of the Airports Authority of India (AAI)’s land leased to MIL (MIHAN India Limited) beyond 06.08.2039, so as to enable MIL to license Nagpur Airport to the Concessionaire, viz. GMR Nagpur International Airport Limited (GNIAL) for 30 years since Commercial Operation Date (COD).

This marks a major milestone in Nagpur airport’s journey to becoming a regional aviation hub under the Multi-modal International Cargo Hub and Airport at Nagpur (MIHAN) project.

In 2009, a Joint Venture Company (JVC)- MIL was formed by AAI and Maharashtra Airport Development Company Ltd. (MADC) with equity structure of 49:51 respectively. Though Airport assets of AAI were transferred to MIL in 2009 for airport operation, the lease deed got delayed due to land demarcation issues. Subsequently, AAI land has been leased to MIL up to 06.08.2039.

In 2016, MIL floated a global tender for identifying a Partner to operate the airport under the Public-Private Partnership (PPP) model. GMR Airports Ltd. (GAL) emerged as the highest bidder, with quoted revenue share of 5.76%. This was later revised to 14.49% of Gross Revenue. Subsequently, MIL annulled the bidding process in March, 2020. This annulment was successfully challenged by GAL before Hon'ble Bombay High Court. Thereafter, Hon’ble Supreme Court of India also ruled in favor of GAL. Pursuant to Supreme Court Judgement dated 27th September, 2024, MIL signed Concession Agreement with 2nd JVC, i.e. GMR Nagpur International Airport Ltd. (GNIAL) on 8th October, 2024.

A New Era for Nagpur Airport :

With extension of Lease Period of the AAI land leased to MIL beyond 06.08.2039, it would now become co-terminus with the 30 years Concession Period of GNIAL, paving the way for handing over of airport to 2nd JVC-GNIAL. This is expected to usher in a new era of growth and infrastructure advancement for Nagpur Airport. With private sector efficiency and government oversight, the Airport is poised to see significant investment, modernization, and improved passenger and cargo services — Government of India's vision for robust infrastructure development in the aviation sector.

GNIAL will take up the transformation of Nagpur's Dr. Babasaheb Ambedkar International Airport into a world-class facility with phased development envisaged to reach the ultimate capacity of handling 30 million passengers annually, positioning it as a key Airport in Central India. This transformation is set to not only enhance connectivity within the Vidarbha region, but also strengthen its economic infrastructure. Cargo handling capabilities would also be significantly boosted.