ଆଜିର ନୂତନ ଭାରତ ନିଜର କ୍ରୀଡ଼ାବିତଙ୍କ ଉପରେ ପଦକ ହାସଲ କରିବାକୁ ଚାପ ପକାଏ ନାହିଁ, ବରଂ ସେମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ ବୋଲି ଆଶା କରିଥାଏ : ପ୍ରଧାନମନ୍ତ୍ରୀ
ଆମର ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ ପ୍ରତିଭା ଭରପୂର ହୋଇ ରହିଛନ୍ତି ଏବଂ ପାରା ଆଥଲେଟମାନେ ହେଉଛନ୍ତି ଏହାର ଏକ ଜୀବନ୍ତ ଉଦାହରଣ : ପ୍ରଧାନମନ୍ତ୍ରୀ
ଦେଶ ଆଜି ଖେଳାଳୀଙ୍କ ନିକଟରେ ପହଞ୍ଚିବା ଲାଗି ଚାହୁଁଛି, ଗ୍ରାମୀଣ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ବାରୋପ କରାଯାଉଛି : ପ୍ରଧାନମନ୍ତ୍ରୀ
ସ୍ଥାନୀୟ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଲାଗି, ଖେଲୋ ଇଣ୍ଡିଆ କେନ୍ଦ୍ରଗୁଡ଼ିକର ସଂଖ୍ୟା ବର୍ତ୍ତମାନର 360ରୁ 1000 କୁ ବୃଦ୍ଧି କରାଯିବ : ପ୍ରଧାନମନ୍ତ୍ରୀ
ଭାରତରେ କ୍ରୀଡ଼ା ସଂସ୍କୃତି ବିକାଶ ଲାଗି ଆମକୁ ମାର୍ଗ ଓ ବ୍ୟବସ୍ଥାରେ ସୁଧାର ଜାରି ରଖିବାକୁ ହେବ : ପ୍ରଧାନମନ୍ତ୍ରୀ
ଖୋଲା ହୃଦୟରେ ଦେଶ ଏହାର କ୍ରୀଡ଼ାବିତମାନଙ୍କୁ ସହାୟତା କରୁଛି : ପ୍ରଧାନମନ୍ତ୍ରୀ
ଅଞ୍ଚଳ, ରାଜ୍ୟ, ଭାଷାଗତ ଭିନ୍ନତା ସତ୍ତ୍ବେ, ସର୍ବୋପରି ଆପଣମାନେ ହେଉଛନ୍ତି ‘ଟିମ ଇଣ୍ଡିଆ’। ଏହି ଭାବନା ଆମ ସମାଜର ପ୍ରତ୍ୟେକ ଅଂଶ ଏବଂ ପ୍ରତ୍ୟେକ ସ୍ତରରେ ରହିବା ଉଚିତ୍ : ପ୍ରଧାନମନ୍ତ୍ରୀ
ଏଥିପୂର୍ବରୁ, ଦିବ୍ୟାଙ୍ଗ ଜନଙ୍କୁ ସୁବିଧା ଯୋଗାଇ ଦେବାକୁ ଏକ କଲ୍ୟାଣ ଭାବେ ବିବେଚନା କରାଯାଉଥିଲା, ଆଜି ଦେଶ ଏହାକୁ ନିଜର ଦାୟିତ୍ବ ଭାବେ ଗ୍ରହଣ କରି କାର୍ଯ୍ୟ କରୁଛି : ପ୍ରଧାନମ
ଆଜିର ନୂତନ ଭାରତ ନିଜର କ୍ରୀଡ଼ାବିତଙ୍କ ଉପରେ ପଦକ ହାସଲ କରିବାକୁ ଚାପ ପକାଏ ନାହିଁ, ବରଂ ସେମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ ବୋଲି ଆଶା କରିଥାଏ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ପାରା ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଥିବା ପାରା-ଆଥଲେଟ୍, ସେମାନଙ୍କର ପରିବାର ସଦସ୍ୟ, ଅଭିଭାବକ, ପାରା-ଆଥଲେଟମାନଙ୍କ ପ୍ରଶିକ୍ଷକମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା; ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପାରା-ଆଥଲେଟମାନଙ୍କୁ ସେମାନଙ୍କର ଆତ୍ମବିଶ୍ବାସ ଓ ଦୃଢ଼ ଇଚ୍ଛାଶକ୍ତି ପାଇଁ ପ୍ରଶଂସା କରିଥିଲେ। ଚଳିତ ଥର ପାରା ଅଲିମ୍ପିକ କ୍ରୀଡ଼ାରେ ଭାରତ ପକ୍ଷରୁ ସର୍ବାଧିକ ସଂଖ୍ୟକ କ୍ରୀଡ଼ାବିତ ଅଂଶଗ୍ରହଣ କରୁଥିବାରୁ ସେମାନଙ୍କର କଠିନ ପରିଶ୍ରମ ପାଇଁ ପ୍ରଧାନମନ୍ତ୍ରୀ ପାରା-ଆଥଲେଟମାନଙ୍କୁ ପ୍ରଶଂସା କରିଥିଲେ। ପାରା ଆଥଲେଟମାନଙ୍କ ସହିତ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ଯେ ଟୋକିଓ 2020 ପାରା ଅଲିମ୍ପିକ କ୍ରୀଡ଼ାରେ ଭାରତୀୟ ଦଳ ଇତିହାସ ରଚିବାରେ ସଫଳ ହେବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ନୂତନ ଭାରତ ନିଜର କ୍ରୀଡ଼ାବିତଙ୍କ ଉପରେ ପଦକ ହାସଲ କରିବାକୁ ଚାପ ପକାଏ ନାହିଁ, ବରଂ ସେମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ ବୋଲି ଆଶା କରିଥାଏ। ସଦ୍ୟ ସମାପ୍ତ ଅଲିମ୍ପିକ୍ସର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖେଳାଳୀମାନେ ବିଜୟ ହାସଲ କରନ୍ତୁ କିମ୍ବା ସୁଯୋଗର ହାତଛଡ଼ା କରନ୍ତୁ ପଛେ ଦେଶ ସବୁବେଳେ ଦୃଢ଼ ଭାବେ ଖେଳାଳୀଙ୍କ ସହିତ ଛିଡ଼ା ହୋଇ ରହିଛି।

ପଡ଼ିଆରେ ଶାରୀରିକ ଓ ମାନସିକ ଦୃଢ଼ତାର ଗୁରୁତ୍ବ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ସତ୍ତ୍ବେ ସେଥିରେ ବିଜୟ ହାସଲ କରି ଆଗକୁ ବଢ଼ିବା ଲାଗି ପ୍ରଧାନମନ୍ତ୍ରୀ ପାରା ଆଥଲେଟ ମାନଙ୍କୁ ପ୍ରଶଂସା କରିଥିଲେ। ଆବଶ୍ୟକ ସୁଯୋଗର ଅଭାବ ଏବଂ ନୂଆ ସ୍ଥାନ, ନୂଆ ଲୋକ ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଦେଖିବାକୁ ମିଳୁଥିବା ଚାପକୁ ଦୃଷ୍ଟିରେ ରଖି ଏହି ଦଳ ପାଇଁ କ୍ରୀଡ଼ା ମନସ୍ତତ୍ତ୍ବ ଉପରେ ତିନୋଟି ଅଧିବେଶନରେ କର୍ମଶାଳା ଓ ସେମିନାର ଆୟୋଜନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ ପ୍ରତିଭା ଭରପୂର ହୋଇ ରହିଛନ୍ତି ଏବଂ ପାରା ଆଥଲେଟମାନେ ହେଉଛନ୍ତି ଏହାର ଏକ ଜୀବନ୍ତ ଉଦାହରଣ। ସେ କହିଥିଲେ ଯେ, ଆମକୁ ଆମ ଯୁବକ ପିଢ଼ିଙ୍କ ବିଷୟରେ ଚିନ୍ତା କରିବାକୁ ପଡ଼ିବ ଏବଂ ସେମାନଙ୍କ ପାଇଁ ସମସ୍ତ ସମ୍ବଳ ଓ ସୁବିଧା ସୁନିଶ୍ଚିତ କରିବାକୁ ହେବ। ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସବୁ ଅଞ୍ଚଳରେ ପଦକ ଜିତିବାର ସାମର୍ଥ୍ୟ ଥିବା ବହୁସଂଖ୍ୟକ କ୍ରୀଡ଼ାବିତ୍ ରହିଛନ୍ତି। ଦେଶ ଆଜି ଏପରି ଖେଳାଳୀଙ୍କ ନିକଟରେ ପହଞ୍ଚିବା ଲାଗି ଚାହୁଁଛି, ଗ୍ରାମୀଣ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ବାରୋପ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ସ୍ଥାନୀୟ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଲାଗି ଦେଶରେ 360ଟି ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଖୁବଶୀଘ୍ର ଏହିସବୁ କେନ୍ଦ୍ରଗୁଡ଼ିକର ସଂଖ୍ୟା 1000କୁ ବୃଦ୍ଧି କରାଯିବ। କ୍ରୀଡ଼ାବିତମାନଙ୍କ ପାଇଁ ଆବଶ୍ୟକ ସରଞ୍ଜାମ, ପଡ଼ିଆ ଏବଂ ଅନ୍ୟ ସମ୍ବଳ ତଥା ଭିତ୍ତିଭୂମି ଯୋଗାଇ ଦିଆଯାଉଛି। ଖୋଲା ହୃଦୟରେ ଦେଶ ଏହାର କ୍ରୀଡ଼ାବିତମାନଙ୍କୁ ସହାୟତା କରୁଛି। ‘ଟାର୍ଗେଟ ଅଲିମ୍ପିକ ପୋଡ଼ିୟମ ଯୋଜନା’ ମାଧ୍ୟମରେ ଦେଶ ଆବଶ୍ୟକ ସୁବିଧା ଓ ଲକ୍ଷ୍ୟ ଯୋଗାଇ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶୀର୍ଷରେ ପହଞ୍ଚିବା ଲାଗି ଆମେ ପୁରୁଣା ପିଢ଼ିଙ୍କ ମନରୁ ଭୟ ଦୂର କରି ସେମାନଙ୍କ ହୃଦୟରେ ସ୍ଥାନ ପାଇଛୁ। ପୂର୍ବରୁ କେବଳ ଗୋଟିଏ କିମ୍ବା ଦୁଇଟି ଖେଳକୁ ଛାଡ଼ି ଦେଲେ ଅନ୍ୟ ଖେଳ ପ୍ରତି ଆଗ୍ରହୀ ଥିବା ପିଲାଙ୍କ ପାଇଁ କୌଣସି କ୍ୟାରିଅର ସୁଯୋଗ ନାହିଁ ବୋଲି ପରିବାର ଲୋକଙ୍କ ମନରେ ରହିଥିବା ଭୟ ଓ ଆଶଙ୍କା ଏବେ ଦୂର ହୋଇପାରିଛି। ଏପରି ଅସୁରକ୍ଷା ଭାବନା ଦୂର ହେବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଆମକୁ ଦେଶରେ କ୍ରୀଡ଼ା ସଂସ୍କୃତି ବିକଶିତ କରିବାକୁ ହେଲେ ମାର୍ଗ ଓ ବ୍ୟବସ୍ଥାରେ କ୍ରମାଗତ ସୁଧାର ଜାରି ରଖିବାକୁ ପଡ଼ିବ। ଅନ୍ତର୍ଜାତୀୟ କ୍ରୀଡ଼ାର ପ୍ରୋତ୍ସାହନ ସହିତ ପାରମ୍ପରିକ କ୍ରୀଡ଼ାକୁ ନୂଆ ପରିଚୟ ମିଳିପାରିଛି ବୋଲି ସେ ସୂଚନା ଦେଇଥିଲେ। ମଣିପୁରର ଇମ୍ଫାଲରେ କ୍ରୀଡ଼ା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା, ନୂତନ ଜାତୀୟ ଶିକ୍ଷା ନୀତିରେ କ୍ରୀଡ଼ାକୁ ଉପଯୁକ୍ତ ମାନ୍ୟତା ଏବଂ ଖେଲୋ ଇଣ୍ଡିଆ ଭଳି ଅଭିଯାନ ଏ ଦିଗରେ ପ୍ରମୁଖ ପଦକ୍ଷେପ ବୋଲି ସେ ସୂଚନା ଦେଇଥିଲେ।

ଭିନ୍ନ ଭିନ୍ନ କ୍ରୀଡ଼ା କ୍ଷେତ୍ରର ପ୍ରତିନିଧିତ୍ବ କରୁଥିଲେ ହେଁ ସେମାନେ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ସୁଦୃଢ଼ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ କହିଥିଲେ। “ଅଞ୍ଚଳ, ରାଜ୍ୟ, ଭାଷାଗତ ଭିନ୍ନତା ସତ୍ତ୍ବେ, ସର୍ବୋପରି ଆପଣମାନେ ହେଉଛନ୍ତି ‘ଟିମ ଇଣ୍ଡିଆ’। ଏହି ଭାବନା ଆମ ସମାଜର ପ୍ରତ୍ୟେକ ଅଂଶ ଏବଂ ପ୍ରତ୍ୟେକ ସ୍ତରରେ ରହିବା ଉଚିତ୍”, ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏଥିପୂର୍ବରୁ, ଦିବ୍ୟାଙ୍ଗ ଜନଙ୍କୁ ସୁବିଧା ଯୋଗାଇ ଦେବା କାର୍ଯ୍ୟକୁ ଏକ କଲ୍ୟାଣ ଭାବେ ବିବେଚନା କରାଯାଉଥିଲା, ଆଜି ଦେଶ ଏହାକୁ ନିଜର ଦାୟିତ୍ବ ଭାବେ ଗ୍ରହଣ କରି କାର୍ଯ୍ୟ କରୁଛି । ଏହି କାରଣରୁ ଦିବ୍ୟାଙ୍ଗ ଜନଙ୍କୁ ବ୍ୟାପକ ସୁରକ୍ଷା ପ୍ରଦାନ କରିବା ଲାଗି ସଂସଦ ‘ଦିବ୍ୟାଙ୍ଗ ଜନ ଅଧିକାର ଅଧିନିୟମ’ ଭଳି ଆଇନ ପ୍ରଣୟନ କରିଛି। ସୁଗମ୍ୟ ଭାରତ ଅଭିଯାନ’ ଭଳି କାର୍ଯ୍ୟକ୍ରମ ଏହି ନୂତନ ଚିନ୍ତାଧାରାର ଏକ ଉଦାହରଣ ବୋଲି ସେ କହିଥିଲେ। ଆଜି ଶହ ଶହ ସରକାରୀ ଅଟ୍ଟାଳିକା, ରେଳ ଷ୍ଟେସନ, ରେଳ କୋଚ, ଘରୋଇ ବିମାନବନ୍ଦର ଏବଂ ଅନ୍ୟ ଭିତ୍ତିଭୂମିକୁ ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ କରାଯାଇଛି। ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତୀୟ ସାଙ୍କେତିକ ଭାଷାରେ ମାନକ ଶବ୍ଦକୋଷ, ଏନସିଇଆରଟିର ସାଙ୍କେତିକ ଭାଷା ଅନୁବାଦ ଭଳି ପଦକ୍ଷେପ ସାରା ଦେଶରେ ଅନେକ ପ୍ରତିଭାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କୁ ଆତ୍ମବିଶ୍ବାସ ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

9ଟି କ୍ରୀଡ଼ା ବିଭାଗରେ 54 ଜଣ ପାରା ଆଥଲେଟ୍ ଚଳିତ ଥର ରାଷ୍ଟ୍ରକୁ ପ୍ରତିନିଧିତ୍ବ କରିବା ଲକ୍ଷ୍ୟ ନେଇ ଟୋକିଓ ଗସ୍ତରେ ଯାଉଛନ୍ତି। ଏହା ହେଉଛି ପାରା ଅଲିମ୍ପିକ କ୍ରୀଡ଼ାରେ ସବୁଠୁ ଅଧିକ ଖେଳାଳୀ ଥିବା ଦଳ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post launches drone delivery pilot across Himachal, Assam

Media Coverage

India Post launches drone delivery pilot across Himachal, Assam
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 22, 2026
August 22, 2026

Citizens Appreciate PM Modi’s Leadership Driving India’s Growth, Innovation and Connectivity