ଟୀକାକରଣ କେନ୍ଦ୍ର ସହିତ ଆରଟି-ପିସିଆର ପରୀକ୍ଷା ବୃଦ୍ଧି କରାଯାଉ : ପ୍ରଧାନମନ୍ତ୍ରୀ
ଟୀକା ଡୋଜ୍ ନଷ୍ଟକୁ ଏଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଏବଂ ‘ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ୍’ ଉପରେ ଗୁରୁତ୍ୱାରୋପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କୋଭିଡ-୧୯ ସ୍ଥିତିକୁ ନେଇ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି।

କୋଭିଡ୍ ମୁକାବିଲା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ମୁଖ୍ୟମନ୍ତ୍ରୀମାନେ ପ୍ରଶଂସା କରିଥିଲେ। ସାରା ଦେଶରେ ଟୀକାକରଣ ଅଭିଯାନକୁ ସୁଗମ କରିପାରିଥିବାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଟୀକାକରଣକୁ ଆହୁରି ପ୍ରସାରିତ କରିବା ଲାଗି ସେମାନେ ମଧ୍ୟ ମତାମତ ଓ ପରାମର୍ଶ ଦେଇଥିଲେ।

କେତେକ ରାଜ୍ୟରେ ନିକଟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ସାଧାରଣ ଜନତା କୋଭିଡ ଉପଯୁକ୍ତ ବ୍ୟବହାର କିପରି ବଜାୟ ରଖିବେ ସେହି ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରିସ୍ଥିତି ଉପରେ ଅଧିକ ସତର୍କତାର ସହିତ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀମାନେ ସହମତ ହୋଇଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ ଅଧିକ କରୋନା ସଂକ୍ରମଣ ବ୍ୟାପୁଥିବା ଜିଲ୍ଲାଗୁଡ଼ିକର ତାଲିକା ଦେବା ସହିତ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସେସବୁ ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦେବା ଉପରେ ଜୋର ଦେଇଥିଲେ। ଦେଶରେ ବର୍ତ୍ତମାନର କୋଭିଡ ସ୍ଥିତି ଏବଂ ଟୀକାକରଣ ରଣନୀତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ୯୬%ରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରୁଛନ୍ତି ଏବଂ ଭାରତରେ ମୃତ୍ୟୁହାର ବିଶ୍ୱରେ ସର୍ବନିମ୍ନ। ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ନେଇ ସେ ଉଦବେଗ ପ୍ରକାଶ କରିଥିଲେ। ବିଗତ କିଛି ସପ୍ତାହ ମଧ୍ୟରେ ଦେଶର ୭୦ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୫୦ ପ୍ରତିଶତ ବୃଦ୍ଧି ପାଇଛି। କରୋନାର ଏହି “ଦ୍ୱିତୀୟ ପ୍ରବାହ”କୁ ତୁରନ୍ତ ପ୍ରତିହତ କରିବା ଲାଗି ସେ ଆହ୍ବାନ କରିଥିଲେ ଏବଂ ମହାମାରୀ ସଂକ୍ରମଣ ବୃଦ୍ଧିକୁ ଯଦି ବର୍ତ୍ତମାନ ରୋକାନଯାଏ ତା’ହେଲେ ସାରା ଦେଶରେ ଏହା ବ୍ୟାପିଯିବ ବୋଲି ସେ ଚେତାବନୀ ଦେଇଥିଲେ।

କରୋନାର “ଦ୍ୱିତୀୟ ପ୍ରବାହ”କୁ ପ୍ରତିହତ କରିବା ଲାଗି ତୁରନ୍ତ ଏବଂ ନିର୍ଣ୍ଣାୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ମାସ୍କ ବ୍ୟବହାରକୁ କଡ଼ାକଡ଼ି ଲାଗୁ କରିବା ନେଇ ସ୍ଥାନୀୟ ପ୍ରଶାସନର ଗମ୍ଭୀରତା ଧୀରେ ଧୀରେ ହ୍ରାସ ପାଉଥିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ତୁରନ୍ତ ଆଞ୍ଚଳିକ ସ୍ତରରେ ପ୍ରଶାସନିକ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ସେ ଚେତାଇ ଦେଇ କହିଥିଲେ ଯେ କରୋନା ମୁକାବିଲା କ୍ଷେତ୍ରରେ ଆମର ସଫଳତାରୁ ଆସିଥିବା ଆତ୍ମବିଶ୍ବାସ, ଆମ ଅବହେଳାରେ ପରିଣତ ହେବା ଉଚିତ୍ ନୁହେଁ। ଲୋକମାନଙ୍କୁ ଭୟଭୀତ ନକରି ସେମାନଙ୍କୁ ସମସ୍ୟାରୁ ମୁକ୍ତି ଦେବା ଉପରେ ସେ ଜୋର ଦେଇଥିଲେ। ଆମର ପ୍ରୟାସରେ ଅତୀତର ଅନୁଭୂତିକୁ ନେଇ ରଣନୀତି ପ୍ରସ୍ତୁତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ବ୍ୟବସ୍ଥାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ‘ଟେଷ୍ଟ, ଟ୍ରାକ ଓ ଟ୍ରିଟ୍’ (ପରୀକ୍ଷଣ, ଚିହ୍ନଟ ଓ ଚିକିତ୍ସା) ଆବଶ୍ୟକତା ଉପରେ ସେ ଜୋର ଦେଇ ଏହା ଆମେ ଗତ ଏକ ବର୍ଷ ଧରି କରି ଆସୁଛୁ ବୋଲି କହିଥିଲେ। ସେ କହିଥିଲେ ଯେ ପ୍ରତ୍ୟେକ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଅତି କମ ସମୟ ମଧ୍ୟରେ ଠାବ କରିବା ଏବଂ ଆରଟି-ପିସିଆର ପରୀକ୍ଷଣ ହାରକୁ 70 ପ୍ରତିଶତ ଠାରୁ ଉପରେ ରଖିବା ଅତ୍ୟନ୍ତ ଜରୁରି। କେରଳ, ଓଡ଼ିଶା, ଛତିଶଗଡ଼ ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଉପରେ ଅଧିକ ଜୋର ଦେଉଛନ୍ତି, ମାତ୍ର ଏଠାରେ ଅଧିକ ଆରଟି-ପିସିଆର ଟେଷ୍ଟ କରିବା ଲାଗି ସେ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି କରିବା ସହିତ ଛୋଟ ସହରରେ “ରେଫରାଲ ବ୍ୟବସ୍ଥା” ଓ “ଆମ୍ବୁଲାନ୍ସ ନେଟୱର୍କ” ପ୍ରତି ବିଶେଷ ଧ୍ୟାନ ଦେବା ନିମନ୍ତେ ଆହ୍ୱାନ କରିଥିଲେ। ବର୍ତ୍ତମାନ ସାରା ଦେଶ ଯାତ୍ରା ପାଇଁ ଉନ୍ମୁକ୍ତ ହୋଇସାରିଛି ଏବଂ ଯାତାୟାତ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିବାରୁ ସେ ଏହା କହିଥିଲେ। ନିଜ ନିଜ ଭିତରେ ସୂଚନା ଆଦାନପ୍ରଦାନ ପାଇଁ ନୂଆ ବ୍ୟବସ୍ଥାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ। ଅନୁରୂପ ଭାବେ, ବାହାରୁ ଆସୁଥିବା ଯାତ୍ରୀଙ୍କ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କ ନିରୀକ୍ଷଣ ନିମନ୍ତେ ଏସଓପି ପାଳନ କରିବାର ଦାୟିତ୍ବ ମଧ୍ୟ ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ ମତ ଦେଇଥିଲେ ଯେ କରୋନା ଭୂତାଣୁର ନୂଆ ରୂପ ଚିହ୍ନଟ କରିବା ଏବଂ ସେଗୁଡ଼ିକର ପ୍ରଭାବକୁ ଆକଳନ କରାଯିବା ଆବଶ୍ୟକ। ଦେଶରେ କରୋନା ଟୀକାକରଣ ବୃଦ୍ଧି ପାଇବା ଏବଂ ଗୋଟିଏ ଦିନରେ ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ଟୀକା ଦିଆଯିବାକୁ ସେ ପ୍ରଶଂସା କରିଥିଲେ। ତେବେ ଟୀକାର ଡୋଜ୍ ନଷ୍ଟ ହେବା ସମସ୍ୟାକୁ ଗମ୍ଭୀର ଭାବେ ନେବା ନିମନ୍ତେ ସେ ଚେତାଇ ଦେଇଥିଲେ। ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଉତ୍ତର ପ୍ରଦେଶରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଟୀକା ନଷ୍ଟ ହେବା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ଏହିସବୁ ତ୍ରୁଟି ତୁରନ୍ତ ଦୂର କରିବା ସହିତ ଟୀକା ନଷ୍ଟକୁ ହ୍ରାସ କରିବା ନିମନ୍ତେ ସ୍ଥାନୀୟ ପ୍ରଶାସନ ସ୍ତରରେ ଯୋଜନା କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ।

ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପରୋକ୍ତ ପଦକ୍ଷେପଗୁଡ଼ିକ ବ୍ୟତୀତ ସଂକ୍ରମଣକୁ ପ୍ରତିହତ କରିବା ଲାଗି ମାସ୍କ ପିନ୍ଧିବା, ଶାରୀରିକ ଦୂରତା ଅବଲମ୍ବନ କରିବା ଏବଂ ପରିଚ୍ଛନ୍ନତା ବଜାୟ ରଖିବା ଆଦି ହେଉଛି ମୌଳିକ ପଦକ୍ଷେପ। ଏହିସବୁ ପଦକ୍ଷେପ ଗ୍ରହଣ କରିବା କ୍ଷେତ୍ରରେ ଅବହେଳା କରାଯିବା ଅନୁଚିତ ଏବଂ ଏ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି। ଟୀକାକରଣ କେନ୍ଦ୍ର ସଂଖ୍ୟା ବଢ଼ାଇବା ଏବଂ ଟୀକାର ଏକ୍ସପାଏରୀ ଡେଟ୍ ଚାଲିଯିବା ସମ୍ପର୍କରେ ସତର୍କ ରହିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ। “ଦୱାଇ ଭି ଔର କଡ଼ାଇ ଭି” ପ୍ରତି ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ।

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Air India's 'Mango Express' takes flight: Premium Indian mangoes head to global markets from Mumbai

Media Coverage

Air India's 'Mango Express' takes flight: Premium Indian mangoes head to global markets from Mumbai
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Praggnanandhaa on his remarkable feat
June 06, 2026

Prime Minister Shri Narendra Modi today congratulated Praggnanandhaa for his remarkable feat. The Prime Minister noted that this is indeed an incredible milestone that highlights his continued excellence. Shri Modi also extended his best wishes to him for his future endeavours.

The Prime Minister posted on X:
"Congratulations to Praggnanandhaa for this remarkable feat!

This is indeed an incredible milestone that highlights his continued excellence.
My best wishes to him for his future endeavours.

@rpraggnachess"