ଅନୌପଚାରିକ ଭାବେ ଖୋଲା ହୃଦୟରେ ବିଜେତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
ପିଲାମାନେ ସମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ମାର୍ଗଦର୍ଶନ ଲୋଡିଥିଲେ
ପିଲାମାନେ ମାନସିକ ସ୍ୱାସ୍ଥ୍ୟ, ଗବେଷଣା ଏବଂ ନବସୃଜନ, ଆଧ୍ୟାତ୍ମିକତା ସହିତ ଅନ୍ୟାନ୍ୟ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‍ ପୁରସ୍କାର (ପିଏମ୍‍ଆରବିପି) ବିଜେତାଙ୍କ ସହ ସହ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ସମସ୍ତ ବିଜେତାଙ୍କୁ ସ୍ମରଣିକା ପ୍ରଦାନ କରିଥିଲେ ଏବଂ ଜଣ ଜଣ କରି ସେମାନଙ୍କ ସହିତ ସଫଳତା ବିଷୟରେ ଆଲୋଚନା କରିଥିଲେ, ଏବଂ ପରେ ସମଗ୍ର ଦଳ ସହିତ ଆଲୋଚନା କରିଥିଲେ । ସେ ଅନୌପଚାରିକ ଭାବେ ଖୋଲା ହୃଦୟରେ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ । ପିଲାମାନେ ତାଙ୍କୁ ସମୁଖୀନ ହେଉଥିବା ଆହ୍ୱାନ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ମାର୍ଗଦର୍ଶନ ଲୋଡିଥିଲେ ।

ପ୍ରଧାନମନ୍ତ୍ରୀ ପୁରସ୍କାର ବିଜେତାଙ୍କୁ ଛୋଟ ଛୋଟ ସମସ୍ୟାର ସମାଧାନ ଆରମ୍ଭ କରିବାକୁ, ଧୀରେ ଧୀରେ ଦକ୍ଷତା ବୃଦ୍ଧି କରିବାକୁ ଏବଂ ଜୀବନରେ ଆଗକୁ ବଢିବା ସହିତ ବଡ଼ ସମସ୍ୟାର ସମାଧାନ ପାଇଁ ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ମାନସିକ ସ୍ୱାସ୍ଥ୍ୟ ଏବଂ ପିଲାମାନେ ସମୁଖୀନ ହେଉଥିବା ସମସ୍ୟା ବିଷୟରେ ସେ ଆଲୋଚନା କରିଥିଲେ ଏବଂ ସେ ଏହି ସମସ୍ୟାକୁ ଅନୁଧ୍ୟାନ କରିବାରେ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ । ପାରସ୍ପରିକ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନ୍ୟାନ୍ୟ ବିଷୟ ମଧ୍ୟରେ ଚେସ୍ ଖେଳିବାର ଲାଭ, କଳା ଏବଂ ସଂସ୍କୃତିକୁ ବୃତ୍ତି ଭାବରେ ଗ୍ରହଣ, ଗବେଷଣା ଏବଂ ନବସୃଜନ, ଆଧ୍ୟାତ୍ମିକତା ଆଦି ମଧ୍ୟ ଉଠାଯାଇଥିଲା ।

ଭାରତ ସରକାର ପିଲାମାନଙ୍କୁ ଛଅଟି ବିଭାଗ ଯଥା ନବସୃଜନ, ସାମାଜିକ ସେବା, ଶିକ୍ଷା, କ୍ରୀଡା, କଳା ଏବଂ ସଂସ୍କୃତି ଏବଂ ସାହସିକତା କ୍ଷେତ୍ରରେ ସେମାନଙ୍କର ଅତୁଳନୀୟ ସଫଳତା ପାଇଁ ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରୁଛନ୍ତି । ପ୍ରତ୍ୟେକ ବିଜେତାଙ୍କୁ ଏକ ପଦକ, ନଗଦ ଏକ ଲକ୍ଷ ଟଙ୍କା ଏବଂ ସାର୍ଟିଫିକେଟ ପୁରସ୍କାର ଆକାରରେ ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ବାଲ ଶକ୍ତି ପୁରସ୍କରାର ବିଭିନ୍ନ ବର୍ଗ ଅନ୍ତର୍ଗତ ଦେଶର ୧୧ ଜଣ ପିଲାଙ୍କୁ ପିଏମ୍‍ଆରବିପି-୨୦୨୩ ପାଇଁ ଚୟନ କରାଯାଇଛି । ୧୧ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପୁରସ୍କାର ପ୍ରାପ୍ତ ପିଲାଙ୍କ ମଧ୍ୟରେ ୬ ଜଣ ବାଳକ ଏବଂ ୫ ଜଣ ବାଳିକା ଅଛନ୍ତି । ଏମାନେ ହେଲେ: ଆଦିତ୍ୟ ସୁରେଶ, ଏମ ଗୌରଭି ରେଡ୍ଡୀ, ଶ୍ରେୟା ଭଟ୍ଟାଚାର୍ଯ୍ୟ, ସମ୍ଭବ ମିଶ୍ର, ରୋହନ ରାମଚନ୍ଦ୍ର ବହିର, ଆଦିତ୍ୟ ପ୍ରତାପ ସିଂହ ଚୌହାନ, ରିଷି ଶିବ ପ୍ରସନ୍ନ, ଅନୁଷ୍କା ଜଲି, ଅନନ୍ୟା ନାସିର, କୋଲଗଟଲା ଆଲାନା, ମୀନାକ୍ଷୀ ଏବଂ ଶୌରଭଜିତ୍‍ ରଞ୍ଜିତକୁମାର ଖାଏର ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth