ପୂର୍ବରୁ ଶସ୍ତା ରାସନ ଯୋଜନାର ପରିସର ଓ ବଜେଟ ବଢି ବଢି ଚାଲି ଥିବାବେଳେ ତୁଳନାତ୍ମକ ଭାବେ କ୍ଷୁଧା ଓ ଅପପୁଷ୍ଟି ହାର ହ୍ରାସ ପାଉ ନଥିଲା : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଗରିବକଲ୍ୟାଣ ଅନ୍ନ ଯୋଜନାରେ ଏବେ ହିତାଧିକାରୀମାନେ ପୂର୍ବାପେକ୍ଷା ପ୍ରାୟ ଦୁଇଗୁଣ ରାସନ ପାଉଛନ୍ତି: ଶ୍ରୀ ମୋଦୀ
ମହାମାରୀ ସମୟରେ ଦେଶର ୮୦କୋଟିରୁ ଅଧିକ ଲୋକ ମାଗଣାରେ ରାସନ (ଖାଦ୍ୟ) ସାମ୍ରଗୀ ପାଉଛନ୍ତି ଏବଂ ସରକାରଙ୍କୁ ଏଥିପାଇଁ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି: ପ୍ରଧାନମନ୍ତ୍ରୀ
ଦେଶରେ ଶତାବ୍ଦୀର ସର୍ବବୃହତ ମହାମାରୀ ସତ୍ତ୍ୱେ କୌଣସି ଲୋକ ଭୋକିଲା ନାହାନ୍ତି: ପ୍ରଧାନମନ୍ତ୍ରୀ
ଗରିବଙ୍କ ସଶକ୍ତୀକରଣକୁ ସର୍ବୋଚ୍ଚ ଅଗ୍ରାଧିକାର ଦିଆଯାଉଛି: ଶ୍ରୀ ମୋଦୀ
ଆମ ଖେଳାଳିମାନଙ୍କର ନୂଆ ବିଶ୍ୱାସ ନୂଆ ଭାରତର ନମୁନା ହୋଇଛି : ପ୍ରଧାନମନ୍ତ୍ରୀ
୫୦କୋଟି ଡୋଜ ଟିକା ଦେଇ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ ଦିଗରେ ଦେଶ ଆଗେଇ ଚାଲିଛି : ଶ୍ରୀ ମୋଦୀ
ଆଜାଦିର ଅମୃତ ମହୋତ୍ସବ ପାଳନ ଅବସରରେ ରାଷ୍ଟ୍ର ନିର୍ମାଣପାଇଁ ଆସନ୍ତୁ ସମସ୍ତେ ପବିତ୍ର ଶପଥ ନେବା: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ଗୁଜରାଟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ଅବସରରେ ରାଜ୍ୟରେ ଏକ ଜନ ଅଂଶଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଏହି ଯୋଜନା ସମ୍ପର୍କରେ ଅଧିକ ଜନସଚେତନା ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନାରେ ଗୁଜରାଟର ଲକ୍ଷ ଲକ୍ଷ ପରିବାର ମାଗଣାରେ ରାସନ ପାଉଛନ୍ତି । ଏହି ମାଗଣା ଖାଦ୍ୟ(ରାସନ) ଦ୍ୱାରା ଗରିବଙ୍କ ଚାପ ହ୍ରାସ ପାଇଛି ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବଢିଛି । ଏହି ଗରିବ ଲୋକମାନେ ଏବେ ବୁଝିବା ଦରକାର ଯେ ବିପତ୍ତି ଓ ବିପର୍ଯ୍ୟୟ ଯେତେ ବଡ ହେଉନା କାହିଁକି, ସେମାନଙ୍କ ସହିତ ଦେଶ ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ସବୁ ସରକାର ଗରିବଙ୍କୁ ଶସ୍ତାରେ ଖାଦ୍ୟ ଯୋଗାଣ ତଥା କହି ଆସୁଥିଲେ । ପ୍ରତିବର୍ଷ ଏହି ଯୋଜନାର ପରିସର ଓ ଏ ବାବଦ ବଜେଟ ବଢି ବଢି ଚାଲିଥିଲା । ତେବେ ଏହି ଯୋଜନାର ପ୍ରଭାବ ଯାହା ହେବାକଥା ତାହା ନ ହୋଇ ଅତ୍ୟନ୍ତ ସୀମିତ ରହିଥିଲା । ଦେଶର ଖାଦ୍ୟ ମହଜୁଦ ପରିମାଣ ବଢି ବଢି ଚାଲିଥିବାବେଳେ କ୍ଷୁଧା ଓ ଅପୁଷ୍ଟି ହାର ଆନୁପାତିକ ଭାବେ କମୁ ନ ଥିଲା । ଏହାର ଏକ ପ୍ରମୁଖ କାରଣ ହେଲା ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦେବାର ସଫଳ ବ୍ୟବସ୍ଥାର ଅଭାବ । ଏହି ସ୍ଥିତିରେ ପରିବର୍ତ୍ତିତ ଆଣିବାକୁ ୨୦୧୪ରେ କାମ ଆରମ୍ଭ ହୋଇଥିଲା । ନୂଆ ଟେକ୍ନୋଲୋଜି ବ୍ୟବହାର କରି ଏହି ବ୍ୟବସ୍ଥାରୁ କୋଟି କୋଟି ନକଲି ହିତାଧିକାରୀଙ୍କୁ ବାଦ ଦିଆଯାଇଥିଲା । ନୂଆ ବ୍ୟବସ୍ଥାରେ ରାସନ କାର୍ଡସବୁକୁ ଆଧାରକାର୍ଡ ସହିତ ସଂଯୁକ୍ତ କରାଯାଇଥିଲା । ଏହା ଫଳରେ ଯୋଗ୍ୟ ହିତାଧିକାରୀଙ୍କୁ ଭୋକିଲା ନ ରହିବାର ବ୍ୟବସ୍ଥା ସୁନିଶ୍ଚିତ ହୋଇଥିଲା । ଶତାବ୍ଦୀର ସବୁଠୁ ବଡ ବିପତ୍ତି, କରୋନା ମହାମାରୀ କାଳରେ ଯେତେବେଳେ ଜୀବିକା ବିପନ୍ନ ହେଲା ଏବଂ ଲକଡାଉନ ଫଳରେ ବ୍ୟବସାୟ କ୍ଷତିଗ୍ରସ୍ତ ହେଲା ସେତେବେଳେ କେହି ଭୋକରେ ରହିଲେ ନାହିଁ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନାର ସଫଳତାକୁ ସମଗ୍ର ବିଶ୍ୱ ସ୍ୱୀକାର କରିଛି । ମହାମାରୀ ସମୟରେ ଦେଶର ୮୦କୋଟିରୁ ଅଧିକ ଲୋକଙ୍କୁ ଦୁଇଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚରେ ମାଗଣାରେ ରାସନ ଯୋଗାଇ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ କେଜି ପ୍ରତି ୨ଟଙ୍କାର ଚାଉଳ ଓ ଗହମ ଯୋଗାଣ କୋଟା ସହିତ ଅତିରିକ୍ତ ଭାବେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସକୁ ପାଞ୍ଚ କିଲୋଗ୍ରାମ ଚାଉଳ ଓ ଗହମ ବିନାମୂଲ୍ୟରେ ସରକାର ଯୋଗାଇ ଦେଉଛନ୍ତି । ଏହା ଫଳରେ ଏହି ଯୋଜନାରେ ହିତାଧିକାରୀଙ୍କୁ କାର୍ଡ ପିଛା ଯେତିକି ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି ତାହା ପୂର୍ବ ସ୍କିମଠାରୁ  ଦୁଇଗୁଣ ଅଧିକ । ଏହା ଯୋଜନା ଆଗାମୀ ଦୀପାବଳୀ ପର୍ଯ୍ୟନ୍ତ ଚାଲିବ । କୌଣସି ଗରିବ ଲୋକ ଭୋକିଲା ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏକ ରାଷ୍ଟ୍ର ଏକ ରାସନକାର୍ଡ ନୀତିରେ ପ୍ରବାସୀ ଶ୍ରମିକଙ୍କୁ ରାସନ ଯୋଗାଇ ସେମାନଙ୍କର ଯତ୍ନ ନେଉଥିବାରୁ ପ୍ରଧାନମନ୍ତ୍ରୀ ଗୁଜରାଟ ସରକାରଙ୍କୁ ପ୍ରଶଂସା କରିଥିଲେ । ଏହା ଦ୍ୱାରା ଏକ ଦେଶ ଏକ ରାସନକାର୍ଡ ନୀତିର ଉଦ୍ଦେଶ୍ୟ ସାଧିତ ହୋଇଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଏବେ ଭିତ୍ତିଭୂମି ନିର୍ମାଣ ଓ ବିକାଶ ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛି। ଏହା ସହିତ ସାଧାରଣ ଲୋକଙ୍କର ଜୀବନ ଧାରଣର ମାନବୁଦ୍ଧି ପାଇଁ ନୂଆ ମାନଦଣ୍ଡ ପ୍ରସ୍ତୁତି କରିଚି । ଏହି ଆଧାରରେ ଲୋକେ ସୁଖ ସୁବିଧାରେ ରହିପାରିବେ । ଗରିବଙ୍କ ସଶକ୍ତୀକରଣ ଉପରେ ସରକାର ଏବେ ସର୍ବୋଚ୍ଚ ଅଗ୍ରାଧିକାର ଦେଇ କାମ କରୁଛନ୍ତି । ଦୁଇକୋଟିରୁ ଅଧିକ ଗରିବ ଲୋକ ଘର ପାଇଛନ୍ତି । ଦଶକୋଟି ପରିବାରଙ୍କୁ ଶୌଚାଳୟ ମିଳିଛି । ସେହିଭଳି ସେହି ଗରିବ ଲୋକମାନେ ଜନଧନ ଆକାଉଣ୍ଟ ମାଧ୍ୟମରେ ବ୍ୟାଙ୍କ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇଛନ୍ତି ।

 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ସଶକ୍ତୀକରଣ ପାଇଁ ନିରନ୍ତର କଠୋର ପରିଶ୍ରମ ଲୋଡା । ଏଥିପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ସୁବିଧାସୁଯୋଗ ଓ ମର୍ଯ୍ୟାଦା ପ୍ରଦାନର ପରିବେଶ ସୃଷ୍ଟି ଏକାନ୍ତ ଜରୁରୀ । ଆୟୁଷ୍ମାନ ଯୋଜନା, ଆର୍ôଥକ ଅନଗ୍ରସରଙ୍କ ପାଇଁ ସଂରକ୍ଷଣ, ସଡକ, ମାଗଣା ଗ୍ୟାସ ଓ ବିଜୁଳି ସଂଯୋଗ, ମୁଦ୍ରା ଯୋଜନା ତଥା ସୁନିଧି ଯୋଜନା ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଗରିବଙ୍କୁ ସଶକ୍ତ କରାଯାଉଛି । ସେମାନଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଯାପନର ସୁବିଧା ଦିଆଯାଉଛି । ଏସବୁ ଯୋଜନା ଗରିବଙ୍କ ସଶକ୍ତୀକରଣ ଦିଗରେ ବଳିଷ୍ଠ ପଦକ୍ଷେପ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜରାଟ ସମେତ ସମଗ୍ର ଦେଶରେ ଏସବୁ ଯୋଜନା କାର୍ଯ୍ୟକାରୀ ହେଉଛି । ଏହା ଫଳରେ ସବୁ ଅଞ୍ଚଳର ଗରିବ ଲୋକେ ଉପକୃତ ହେଉଛନ୍ତି ଏବଂ ସେମାନଙ୍କର ଆତ୍ମବିଶ୍ୱାସ ବଢୁଛି । ଏହି ଆତ୍ମ ବିଶ୍ୱାସ ହିଁ ସବୁ ଆହ୍ୱାନର ମୁକାବିଲା କରି ସମସ୍ତଙ୍କ ସ୍ୱପ୍ନ ପୂରଣ  କରିବାର ସୂତ୍ର ।

ଭାରତ ଅଲିମ୍ପିକ୍ସ କ୍ରୀଡାବିତ୍ ଦଳ  ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶତାବ୍ଦୀର ଏକ ବୃହତ ମହାମାରୀ ସତ୍ୱେ ଦେଶର ସର୍ବାଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତା ପାଇଁ ମନୋନୀତ ହୋଇ ସେଥିରେ ଭାଗ ନେଇଛନ୍ତି । ଏଥିପାଇଁ ସେମାନେ କେବଳ ଯୋଗ୍ୟତା ଅର୍ଜନ କରିନାହାନ୍ତି; ନିଜଠାରୁ ଅଧିକ ସାମର୍ଥ୍ୟଥିବା ପ୍ରତିଦ୍ୱନ୍ଦୀଙ୍କୁ କଡା ମୁକାବିଲା କରିଛନ୍ତି ।

ସେ କହିଛନ୍ତି ଯେ ଆଜି ଭାରତୀୟ କ୍ରୀଡାବିତ୍‌ମାନଙ୍କର ଉତ୍ସାହ, ଆଗ୍ରହ ଓ ମନୋଭାବ ସର୍ବୋଚ୍ଚ ସ୍ତରରେ ରହିଛି। ଯେତେବେଳେ ଉପଯୁକ୍ତ ପ୍ରତିଭାକୁ ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରୋତ୍ସାହିତ କରାଯାଏ, ସେତେବେଳେ ଏଭଳି  ଆତ୍ମବିଶ୍ୱାସ ସୃଷ୍ଟି ହୁଏ । ବ୍ୟବସ୍ଥା ବଦଳିଲେ ଓ ଏହା ସ୍ୱଚ୍ଛ ହେଲେ ଏଭଳି ଆତ୍ମବିଶ୍ୱାସ ଆସିଥାଏ । କ୍ରୀଡାବିତ୍‌ମାନଙ୍କ ଏହି ନୂଆ ବିଶ୍ୱାସ, ନୂଆ ଭାରତର ନମୁନା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏହିଭଳି ଆତ୍ମବିଶ୍ୱାସର ସହିତ ଦେଶବାସୀ କରୋନା ସହିତ ଲଢିବା ଏବଂ ଟିକାଦାନ ଅଭିଯାନକୁ ସଫଳ କରିବାକୁ ଆଗେଇ ଆସିବା ଉଚିତ । ବୈଶ୍ୱିକ ମହାମାରୀ ସମୟରେ ସବୁ ଦେଶବାସୀ ସତର୍କ ରହିବାକୁ ସେ ଆହ୍ୱାନ ଜଣାଇଛନ୍ତି ।

ସେ କହିଛନ୍ତି ଯେ ଦେଶରେ ୫୦କୋଟି ଡୋଜ ଟିକାଦାନ କରିବାରେ ମାଇଲଖୁଂଟ ସ୍ଥାପନ କରିବା ଦିଗରେ ଭାରତ  ଦ୍ରୁତ ଅଗ୍ରସର । ଗୁଜରାଟ ମଧ୍ୟ ୩.୫ କୋଟି ଡୋଜ୍ ଟିକା ଦେଇ ନୂଆ ସଫଳତା ହାସଲ କରିବାକୁ ଯାଉଛି । ଟିକାକରଣ, ମାସ୍କ ପରିଧାନ ସହିତ ଭିଡଠାରୁ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

ରାଷ୍ଟ୍ର ନିର୍ମାଣର ସଂକଳ୍ପ ନେଇ ନବ ପ୍ରେରଣାର ସହିତ କାମ କରିବାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ସ୍ୱାଧୀନତାର ୭୫ବର୍ଷ ପାଳନ ଅବସରରେ ଯେଉଁ ଅମୃତ ମହୋତ୍ସବର ଆୟୋଜନ କରାଯାଇଛି ସେଥିରେ ସାମିଲ ହୋଇ ରାଷ୍ଟ୍ରଗଠନର ପବିତ୍ର ଶପଥ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଶପଥରେ ଗରିବ, ଧନୀ, ନାରୀ, ପୁରୁଷ, ଅବହେଳିତ ଅନଗ୍ରସର ସମସ୍ତଙ୍କର ସମାନ ଭାଗ ରହିଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରି ତାଙ୍କ ଅଭିଭାଷଣ ଶେଷ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ୯୪୮ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଗରିବଙ୍କୁ ରାସନ ବାବଦରେ ଯୋଗାଇ ଦିଆଯାଇଥିଲା । ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତିବର୍ଷ ଯେତେ ଖାଦ୍ୟଶସ୍ୟ ସରକାର ଦେଇଥାନ୍ତି, ଏହା ତାହାଠାରୁ  ପ୍ରାୟ ୫୦% ଅଧିକ । କରୋନା ପାଇଁ ଏହି କୋଟା ବୃଦ୍ଧି କରାଯାଇଥିଲା  । ୨୦୨୦-୨୧ ଆର୍ଥିକ ବର୍ଷରେ ସରକାରଙ୍କୁ ଏ ବାବଦରେ ୨.୮୪ ଲକ୍ଷ କୋଟି ଟଙ୍କାର ସବ୍‌ସିଡି ବୋଝ ବହନ କରିବାକୁ ପଡିଥିଲା ।

ଗୁଜରାଟରେ ୩.୩ କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ୨୫.୫ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଏହି ସମୟରେ ପ୍ରଦାନ କରାଯାଇଥିଲା ।  ଏ ବାବଦରେ ମୋଟ୍ ସବ୍‌ସିଡି ପରିମାଣ ୫୦୦୦କୋଟି ଟଙ୍କାରୁ ଅଧିକ।

ପ୍ରବାସୀ ହିତାଧିକାରୀଙ୍କ ପାଇଁ ଖାଦ୍ୟ ସୁରକ୍ଷା  ଯୋଜନାରେ କେନ୍ଦ୍ର ସରକାର ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକ ଦେଶ ଏକ ରାସନ କାର୍ଡ ବ୍ୟବସ୍ଥାକୁ ସୁଦୃଢ କରୁଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"Overwhelmed By The Warmth": PM Modi Receives Grand Welcome In Uzbekistan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi