ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଅଭିବୃଦ୍ଧିଶୀଳ ବୃହତ ଅର୍ଥବ୍ୟବସ୍ଥା: ପ୍ରଧାନମନ୍ତ୍ରୀ
ବିକାଶ ଉପରେ ଭାରତର ଫ୍ୟାକ୍ଟଶିଟ୍‌ ସଂସ୍କାର-ପ୍ରଦର୍ଶନ-ରୂପାନ୍ତରଣ ମନ୍ତ୍ରର ସଫଳତା କାହାଣୀ କହୁଛି : ପ୍ରଧାନମନ୍ତ୍ରୀ
ବିଶ୍ୱରେ ଅତ୍ୟଧିକ ଅନିଶ୍ଚିତତା ଲାଗି ରହିଥିବା ସମୟରେ ଭାରତ ଉଲ୍ଲେଖନୀୟ ସ୍ଥିରତା ସହ ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ
ଭିତ୍ତିଭୂମି ସହିତ ଶିଳ୍ପ ପାଇଁ ପ୍ରସ୍ତୁତ ଶ୍ରମଶକ୍ତି ବର୍ତ୍ତମାନର ସବୁଠାରୁ ବଡ଼ ଆବଶ୍ୟକତା: ପ୍ରଧାନମନ୍ତ୍ରୀ
ଆଜିର ଭାରତ ଏକ ବିକଶିତ ରାଷ୍ଟ୍ର ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି; ଏହି ଲକ୍ଷ୍ୟ ହାସଲ କରିବାରେ ସଂସ୍କାର ଏକ୍ସପ୍ରେସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ, 2026 ବର୍ଷ ଆରମ୍ଭ ପରେ ଏହା ତାଙ୍କର ପ୍ରଥମ ଗୁଜରାଟ ଗସ୍ତ। ସେ ଏହା ଉପରେ ଆଲୋକପାତ କରି କହିଥିଲେ, ସକାଳେ ସେ ଭଗବାନ ସୋମନାଥଙ୍କ ଦିବ୍ୟ ଦର୍ଶନ କରିଥିଲେ ଏବଂ ବର୍ତ୍ତମାନ ରାଜକୋଟରେ ଏକ ମହାନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ‘ବିକାଶ ଭି, ବୀରାସତ ଭି’ (ଐତିହ୍ୟକୁ ନେଇ ବିକାଶ) ମନ୍ତ୍ର ସବୁଠି ଗୁଞ୍ଜରିତ ହେଉଛି। ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେବା ପାଇଁ ଦେଶ ଏବଂ ବିଶ୍ୱରୁ ଆସିଥିବା ସମସ୍ତ ସହକର୍ମୀଙ୍କୁ ସେ ସ୍ୱାଗତ କରିଥିଲେ ଏବଂ ଶୁଭେଚ୍ଛା ଜଣାଇଥିଲେ।

ଶ୍ରୀ ମୋଦୀ କହିଥିଲେ, ଯେତେବେଳେ ବି ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ମଞ୍ଚ ଆୟୋଜନ ହୁଏ, ସେ ଏହାକୁ କେବଳ ଏକ ଶିଖର ସମ୍ମିଳନୀ ଭାବରେ ଦେଖନ୍ତି ନାହିଁ ବରଂ ଏକବିଂଶ ଶତାବ୍ଦୀରେ ଆଧୁନିକ ଭାରତର ଯାତ୍ରା ଭାବରେ ଦେଖନ୍ତି । ଏହି ମଞ୍ଚ ଏକ ସ୍ୱପ୍ନ ସହିତ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଅଟଳ ବିଶ୍ୱାସରେ ପହଞ୍ଚିଛି। ଦୁଇ ଦଶନ୍ଧି ମଧ୍ୟରେ, ଭାଇବ୍ରାଣ୍ଟ ଗୁଜରାଟର ଯାତ୍ରା ଏକ ବିଶ୍ୱ ମାନଦଣ୍ଡ ପାଲଟିଛି । ଏପର୍ଯ୍ୟନ୍ତ ଦଶଟି ସଂସ୍କରଣ ଅନୁଷ୍ଠିତ ହୋଇଛି, ପ୍ରତ୍ୟେକ ଶିଖର ସମ୍ମିଳନୀର ପରିଚୟ ଏବଂ ଭୂମିକାକୁ ସୁଦୃଢ଼ ​​କରୁଛି।

ଶ୍ରୀ ମୋଦୀ କହିଥିଲେ, ସେ ପ୍ରଥମ ଦିନରୁ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ଦୃଷ୍ଟିକୋଣ ସହିତ ଜଡିତ ରହିଆସିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଲକ୍ଷ୍ୟ ଥିଲା ସାରା ବିଶ୍ୱକୁ ଗୁଜରାଟର ସମ୍ଭାବନା ବିଷୟରେ ଅବଗତ କରାଇବା, ଲୋକଙ୍କୁ  ନିବେଶ କରିବା ଲାଗି ଆକର୍ଷିତ କରିବା ଏବଂ ଏହାଦ୍ୱାରା ଭାରତ ଓ ବିଶ୍ୱ ନିବେଶକମାନଙ୍କୁ ଲାଭବାନ ହେବା ପାଇଁ ଆମନ୍ତ୍ରଣ କରିବା। ଆଜି ଏହି ସମ୍ମିଳନୀ ନିବେଶଠାରୁ ଆଗକୁ ବଢ଼ି ବିଶ୍ୱ ଅଭିବୃଦ୍ଧି, ଅନ୍ତର୍ଜାତୀୟ ସହଯୋଗ ଏବଂ ସହଭାଗୀତା ପାଇଁ ଏକ ମଞ୍ଚ ପାଲଟିଛି। ବର୍ଷ ବର୍ଷ ଧରି ବିଶ୍ୱ ସହଭାଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଇଛି ଏବଂ ଏହି ସମ୍ମିଳନୀ ଅନ୍ତର୍ଭୂକ୍ତିକରଣର ଏକ ପ୍ରମୁଖ ଉଦାହରଣ ପାଲଟିଛି। କର୍ପୋରେଟ୍ ଗୋଷ୍ଠୀ, ସମବାୟ, ଏମଏସଏମଇ, ଷ୍ଟାର୍ଟ-ଅପ୍, ବହୁପାକ୍ଷିକ ଏବଂ ଦ୍ୱିପାକ୍ଷିକ ସଂଗଠନ ଏବଂ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଆଲୋଚନା, ବିଚାରବିମର୍ଶ ଏବଂ ଗୁଜରାଟର ବିକାଶ ସହିତ କାନ୍ଧକୁ କାନ୍ଧ ମିଳାଇବା ପାଇଁ ଏଠାରେ ଏକାଠି ହେଉଛନ୍ତି।

 

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଗତ ଦୁଇ ଦଶନ୍ଧି ଧରି, ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀ ନିରନ୍ତର କିଛି ନୂତନ ଏବଂ ବିଶେଷ ପରିଚୟ ପ୍ରଦାନ କରିଛି । ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ ଏହି ପରମ୍ପରାର ଆଉ ଏକ ଉଦାହରଣ ପାଲଟିଛି। ଏହି ଆଞ୍ଚଳିକ ସମ୍ମିଳନୀର ଗୁଜରାଟର ବିଭିନ୍ନ ଅଂଶର ଅବ୍ୟବହୃତ ସମ୍ଭାବନାକୁ କାର୍ଯ୍ୟଦକ୍ଷତାରେ ପରିଣତ କରିବା ପ୍ରତି ଧ୍ୟାନ ଦେଉଛି। ରାଜ୍ୟର କିଛି ଅଞ୍ଚଳରେ ଉପକୂଳ ଅଞ୍ଚଳର ଶକ୍ତି ଅଛି, ଅନ୍ୟ ଅଞ୍ଚଳରେ ଏକ ଲମ୍ବା ଆଦିବାସୀ କ୍ଷେତ୍ର ଅଛି, କିଛି ଅଞ୍ଚଳରେ ଶିଳ୍ପ କ୍ଲଷ୍ଟରର ଏକ ବିଶାଳ ଇକୋସିଷ୍ଟମ ଅଛି। ଅନ୍ୟ ଅଞ୍ଚଳରେ କୃଷି ଏବଂ ପଶୁପାଳନର ଏକ ସମୃଦ୍ଧ ପରମ୍ପରା ଅଛି। ଗୁଜରାଟର ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଶକ୍ତି ଅଛି, ଏବଂ ଏହି ଆଞ୍ଚଳିକ ସମ୍ଭାବନା ଉପରେ ଧ୍ୟାନ ଦେଇ ଆଞ୍ଚଳିକ ସମ୍ମିଳନୀ ଆଗକୁ ବଢ଼ୁଛି।

ପ୍ରଧାନମନ୍ତ୍ରୀ କହିଥିଲେ, ଏକବିଂଶ ଶତାବ୍ଦୀର ଏକ ଚତୁର୍ଥାଂଶ ସମୟ ବିତିଗଲାଣି। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତ ଦ୍ରୁତ ପ୍ରଗତି ହାସଲ କରିଛି । ଏଥିରେ ଗୁଜରାଟ ଏବଂ ଏହାର ସମସ୍ତ ଜନସାଧାରଣ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ଆଡ଼କୁ ଅଗ୍ରସର ହେଉଛି, ଏବଂ ଭାରତଠାରୁ ବିଶ୍ୱର ଆଶା ନିରନ୍ତର ବୃଦ୍ଧି ପାଉଥିବାର ତଥ୍ୟ ଅନେକ ଥର ମିଳିଛି । ଭାରତ ହେଉଛି ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥବ୍ୟବସ୍ଥା। ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି । କୃଷି ଉତ୍ପାଦନ ନୂତନ ରେକର୍ଡ ହାସଲ କରୁଛି । ଭାରତ ଦୁଗ୍ଧ ଉତ୍ପାଦନରେ ଏକ ନମ୍ବର, ଜେନେରିକ ଔଷଧ ଉତ୍ପାଦନରେ ପ୍ରଥମ ଏବଂ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦକ ହୋଇପାରିଛି।

ଶ୍ରୀ ମୋଦୀ କହିଥିଲେ, ଭାରତର ଫ୍ୟାକ୍ଟଶିଟ୍‌ ଦର୍ଶାଉଛି ଯେ, ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣର ମନ୍ତ୍ର ସଫଳତାର କାହାଣୀ ପାଲଟିଛି । ଗତ 11 ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା ଗ୍ରାହକ ହୋଇପାରିଛି। ୟୁପିଆଇ ବିଶ୍ୱ ସ୍ତରରେ ଏକ ନମ୍ବର ରିଅଲ୍-ଟାଇମ୍ ଡିଜିଟାଲ୍ ନେଣଦେଣ ପ୍ଲାଟଫର୍ମ ଭାବରେ ଉଭା ହୋଇଛି। ପୂର୍ବରୁ ଦଶଟି ମୋବାଇଲ୍ ଫୋନ୍ ମଧ୍ୟରୁ ନଅଟି ଆମଦାନି କରାଯାଉଥିଲା, କିନ୍ତୁ ଆଜି ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ନିର୍ମାତା। ଭାରତରେ ଏବେ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ୍ ଅଛି । ସୌରଶକ୍ତି ଉତ୍ପାଦନରେ ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି । ଏହା ବିଶ୍ୱର ତୃତୀୟ ବୃହତ୍ତମ ବିମାନ ବଜାର ଏବଂ ବିଶ୍ୱସ୍ତରରେ ଶ୍ରେଷ୍ଠ ତିନୋଟି ମେଟ୍ରୋ ନେଟୱାର୍କ ମଧ୍ୟରୁ ଅନ୍ୟତମ।

 

 

ଆଜି ପ୍ରତ୍ୟେକ ବିଶ୍ୱ ବିଶେଷଜ୍ଞ ଏବଂ ପ୍ରତିଷ୍ଠାନ ଭାରତ ପ୍ରତି ଉତ୍ସାହୀ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଇଏମଏଫ ଭାରତକୁ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ ବୋଲି କହୁଛି । ଏସଏଣ୍ଡପି ଅଠର ବର୍ଷ ପରେ ଭାରତର ମୂଲ୍ୟାଙ୍କନରେ ସୁଧାର ଆଣିଛି । ଫିଚ୍ ରେଟିଂ ଭାରତର ମାକ୍ରୋ ସ୍ଥିରତା ଏବଂ ଆର୍ଥିକ ବିଶ୍ୱସନୀୟତାକୁ ପ୍ରଶଂସା କରିଛି। ଭାରତ ପ୍ରତି ବିଶ୍ୱର ଏହି ବିଶ୍ୱାସ ରହିଛି କାରଣ, ଦୁନିଆରେ ନାନା ଅନିଶ୍ଚିତତା ମଧ୍ୟରେ, ଭାରତ ଏକ ଅଭୂତପୂର୍ବ ସ୍ଥିରତାର ସାକ୍ଷୀ ହେଉଛି। ଭାରତ ରାଜନୈତିକ ସ୍ଥିରତା, ନୀତିଗତ ସ୍ଥାୟିତ୍ୱ ଏବଂ ବର୍ଦ୍ଧିତ କ୍ରୟ ଶକ୍ତି ଥିବା ଏକ ବିସ୍ତାରିତ ନବ-ମଧ୍ୟବିର୍ତ୍ତ ବର୍ଗ ଭଳି ଫାଇଦା ରହିଛି । ଏହା ଭାରତକୁ ଅସୀମ ସମ୍ଭାବନାର ଏକ ରାଷ୍ଟ୍ର ରୂପେ ଛିଡ଼ା କରିଛି। ଲାଲକିଲ୍ଲାରୁ ତାଙ୍କ ବକ୍ତବ୍ୟକୁ ଦୋହରାଇ ଶ୍ରୀ ମୋଦୀ କହିଥିଲେ, "ଏହା ହିଁ ସମୟ, ସଠିକ୍ ସମୟ," ଦେଶ ଏବଂ ବିଶ୍ୱର ପ୍ରତ୍ୟେକ ନିବେଶକଙ୍କ ପାଇଁ ଭାରତର ସମ୍ଭାବନାର ସୁଯୋଗ ନେବା ପାଇଁ ଏହା ପ୍ରକୃତରେ ସଠିକ୍ ସମୟ। ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ ମଧ୍ୟ ସମସ୍ତ ନିବେଶକଙ୍କୁ ସମାନ ବାର୍ତ୍ତା ଦେଉଛି - ସୌରାଷ୍ଟ୍ର-କଚ୍ଛରେ ନିବେଶ ପାଇଁ, ଏହା ହିଁ ସମୟ, ସଠିକ୍ ସମୟ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ସୌରାଷ୍ଟ୍ର ଏବଂ କଚ୍ଛ ହେଉଛି ଗୁଜରାଟର ଏପରି ଅଞ୍ଚଳ ଯାହା ଆମକୁ ଶିକ୍ଷା ଦିଏ ଯେ ଯେତେ ବଡ଼ ଆହ୍ୱାନ ଆସୁ ନା କାହିଁକି, ଯଦି ଜଣେ ସଚ୍ଚୋଟତା ଏବଂ କଠିନ ପରିଶ୍ରମ ସହିତ ଅଟଳ ରହେ, ତେବେ ସଫଳତା ନିଶ୍ଚିତ। ଏହା ସେହି କଚ୍ଛ, ଯାହା ଚଳିତ ଶତାବ୍ଦୀର ଆରମ୍ଭରେ ଏକ ବିନାଶକାରୀ ଭୂମିକମ୍ପର ସମ୍ମୁଖୀନ ହୋଇଥିଲା। ସେହିପରି ସୌରାଷ୍ଟ୍ର ବର୍ଷ ବର୍ଷ ଧରି ମରୁଡ଼ିର ଶିକାର ହୋଇଥିଲା। ଏଠାରେ ମା' ଏବଂ ଭଉଣୀମାନଙ୍କୁ ପାନୀୟ ଜଳ ପାଇଁ ଅନେକ କିଲୋମିଟର ଚାଲିବାକୁ ପଡୁଥିଲା, ବିଦ୍ୟୁତ ଅନିଶ୍ଚିତ ଥିଲା ଏବଂ ସବୁଠି ଅସୁବିଧା ଥିଲା। ଆଜିର 20-25 ବର୍ଷ ବୟସର ଯୁବକମାନେ କେବଳ ସେ ସମୟର କାହାଣୀ ଶୁଣିଛନ୍ତି, ଯେତେବେଳେ ଲୋକମାନେ କଚ୍ଛ କିମ୍ବା ସୌରାଷ୍ଟ୍ରରେ ଅଧିକ ସମୟ ରହିବାକୁ ମଧ୍ୟ ଅନିଚ୍ଛୁକ ଥିଲେ ।  ଏପରି ମନେ ହେଉଥିଲା ଯେପରି ଏ ପରିସ୍ଥିତି କେବେ ବଦଳିବ ନାହିଁ। କିନ୍ତୁ ଇତିହାସ ସାକ୍ଷୀ ରହିଛି, ସମୟ ବଦଳିଲେ, ପ୍ରକୃତରେ ସ୍ଥିତି ବଦଳିଥାଏ। ସୌରାଷ୍ଟ୍ର ଏବଂ କଚ୍ଛର ଲୋକମାନେ ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା ସେମାନଙ୍କର ଭାଗ୍ୟ ପରିବର୍ତ୍ତନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ।

 

ଶ୍ରୀ ମୋଦୀ କହିଥିଲେ, ଆଜି ସୌରାଷ୍ଟ୍ର ଏବଂ କଚ୍ଛ କେବଳ ସୁଯୋଗର କ୍ଷେତ୍ର ନୁହେଁ ବରଂ ଭାରତର ଅଭିବୃଦ୍ଧିର ପ୍ରମୁଖ କେନ୍ଦ୍ର ପାଲଟିଛି । ଏହି ଅଞ୍ଚଳଗୁଡ଼ିକ ଆତ୍ମନିର୍ଭର ଭାରତ ଅଭିଯାନକୁ ଚାଳିତ କରୁଥିବା ପ୍ରମୁଖ କେନ୍ଦ୍ର ପାଲଟିଛନ୍ତି ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି, ଯାହା ଏକ ବଜାର-ଚାଳିତ ଭୂମିକା ଏବଂ ଏହିପରି ନିବେଶକଙ୍କ ବିଶ୍ୱାସକୁ ପ୍ରୋତ୍ସାହିତ କରୁଛି। କେବଳ ରାଜକୋଟରେ 2.5 ଲକ୍ଷରୁ ଅଧିକ ଏମଏସଏମଇ ଅଛି ଏବଂ ଏହାର ବିବିଧ ଶିଳ୍ପ କ୍ଲଷ୍ଟରରେ ସ୍କ୍ରୁଡ୍ରାଇଭରଠାରୁ ଆରମ୍ଭ କରି ଅଟୋ ପାର୍ଟସ, ମେସିନ୍ ଟୁଲ୍ସ, ଲଗଜରୀ କାର୍ ଲାଇନର, ବିମାନ, ଲଢ଼ୁଆ ବିମାନ ଏବଂ ରକେଟ୍ ଉପାଦାନ ପର୍ଯ୍ୟନ୍ତ ସବୁକିଛି ନିର୍ମିତ ହୁଏ। ଏହି ଅଞ୍ଚଳ କମ୍ ମୂଲ୍ୟର ଉତ୍ପାଦନ ଠାରୁ ଆରମ୍ଭ କରି ଉଚ୍ଚ-ସଠିକତା, ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଉତ୍ପାଦନ ପର୍ଯ୍ୟନ୍ତ ସମଗ୍ର ମୂଲ୍ୟ ଶୃଙ୍ଖଳକୁ ସମର୍ଥନ କରେ ଏବଂ ଏହାର ଅଳଙ୍କାର ଶିଳ୍ପ ବିଶ୍ୱ-ପ୍ରସିଦ୍ଧି, ବ୍ୟାପକତା, ଦକ୍ଷତା ଏବଂ ବିଶ୍ୱ ସମ୍ପର୍କର ଉଦାହରଣ।

ପ୍ରଧାନମନ୍ତ୍ରୀ କହିଥିଲେ, ଆଲାଙ୍ଗରେ ବିଶ୍ୱର ସର୍ବବୃହତ ଜାହାଜ ଭାଙ୍ଗିବା ୟାର୍ଡ ରହିଛି। ଏଠାରେ ବିଶ୍ୱର ଏକ ତୃତୀୟାଂଶ ଜାହାଜ ପୁନଃଚକ୍ରଣ ହୁଏ। ଏହା ଚକ୍ରାକାର ଅର୍ଥବ୍ୟବସ୍ଥାରେ ଭାରତର ନେତୃତ୍ୱର ପ୍ରମାଣ। ଭାରତ ସର୍ବାଧିକ ଟାଇଲ୍ସ ଉତ୍ପାଦକମାନଙ୍କ ମଧ୍ୟରେ ଅନ୍ୟତମ। ଏଥିରେ ମୋରବି ଜିଲ୍ଲା ଏକ ପ୍ରମୁଖ ଅବଦାନ ଦେଉଛି । ଏଠାରେ ନିର୍ମିତ ଉତ୍ପାଦର ମୂଲ୍ୟ ପ୍ରତିଦ୍ୱନ୍ଦ୍ୱିତାମୂଳକ ଏବଂ ବିଶ୍ୱସ୍ତରୀୟ ମାନଦଣ୍ଡ ହାସଲ କରିଛି । ଏପରି ଏକ ସମୟ ଦେଖିପାରିବେ ଯେତେବେଳେ ମୋରବି, ଜାମନଗର ଏବଂ ରାଜକୋଟ ଏକାଠି ଏକ ତ୍ରିଭୁଜ ଗଠନ କରିବେ ଯାହା ଏକ ‘‘ମିନି ଜାପାନ’’ ହେବ ବୋଲି ଏକଦା କହିଥିବା ଶ୍ରୀ ମୋଦୀ ସ୍ମରଣ କରାଇ ଦେଇଥିଲେ।  ସେହି ସମୟରେ ଅନେକ ତାଙ୍କ ବକ୍ତବ୍ୟକୁ ପରିହାସ କରିଥିଲେ, କିନ୍ତୁ ଆଜି ସେ ନିଜ ଆଖି ଆଗରେ ସେହି ଦୃଷ୍ଟିକୋଣକୁ ବାସ୍ତବତାରେ ପରିଣତ ହେଉଥିବାର ଦେଖୁଛନ୍ତି।

ଧୋଲେରା ସ୍ୱତନ୍ତ୍ର ନିବେଶ କ୍ଷେତ୍ର ଆଧୁନିକ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହେବାକୁ ନେଇ ସନ୍ତୋଷ ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ, ଭାରତର ପ୍ରଥମ ସେମିକଣ୍ଡକ୍ଟର ଫେବ୍ରିକେସନ୍ ସୁବିଧା ଧୋଲେରାରେ ପ୍ରତିଷ୍ଠା ହେଉଛି, ଯାହା ଏହି ଅଞ୍ଚଳକୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରାରମ୍ଭିକ ସୁବିଧା ପ୍ରଦାନ କରୁଛି। ଏହି ଅଞ୍ଚଳରେ ନିବେଶ ପାଇଁ କ୍ଷେତ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ଅଛି । ଅନୁକୂଳ ନୀତି ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଏହି କ୍ଷେତ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

 

ଶ୍ରୀ ମୋଦୀ କହିଥିଲେ, ସୌରାଷ୍ଟ୍ର ଏବଂ କଚ୍ଛ ଭାରତର ସବୁଜ ଅଭିବୃଦ୍ଧି, ସବୁଜ ପରିବହନ ଏବଂ ଶକ୍ତି ସୁରକ୍ଷାର ପ୍ରମୁଖ କେନ୍ଦ୍ର ଭାବରେ ଉଭା ହେଉଛନ୍ତି। କଚ୍ଛରେ ଏକ 30 ଗିଗାୱାଟ କ୍ଷମତାର ଅକ୍ଷୟ ଶକ୍ତି ପାର୍କ ବିକଶିତ ହେଉଛି, ଯାହା ପ୍ୟାରିସ ସହର ଅପେକ୍ଷା ପାଞ୍ଚ ଗୁଣ ବଡ଼ ବିଶ୍ୱର ସର୍ବବୃହତ ହାଇବ୍ରିଡ୍ ଶକ୍ତି ପାର୍କ ହେବ। ଏହି କ୍ଷେତ୍ରରେ ସ୍ୱଚ୍ଛ ଶକ୍ତି କେବଳ ଏକ ପ୍ରତିବଦ୍ଧତା ନୁହେଁ ବରଂ ଏକ ବାଣିଜ୍ୟିକ ସ୍ତରର ବାସ୍ତବତା। କଚ୍ଛ ଏବଂ ଜାମନଗର ସବୁଜ ହାଇଡ୍ରୋଜେନ ଉତ୍ପାଦନ ପାଇଁ ପ୍ରମୁଖ କେନ୍ଦ୍ର ହେବାକୁ ଯାଉଛନ୍ତି । ଅକ୍ଷୟ ଶକ୍ତି ସହିତ ଗ୍ରୀଡ୍ ସ୍ଥିରତା ଏବଂ ନିର୍ଭରଶୀଳତା ସୁନିଶ୍ଚିତ କରିବା ପାଇଁ କଚ୍ଛରେ ଏକ ବିଶାଳ ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ମଧ୍ୟ ପ୍ରତିଷ୍ଠା କରାଯାଉଛି।

ସୌରାଷ୍ଟ୍ର ଏବଂ କଚ୍ଛର ଆଉ ଏକ ବଡ଼ ଶକ୍ତି ସେମାନଙ୍କର ବିଶ୍ୱସ୍ତରୀୟ ବନ୍ଦରଗୁଡ଼ିକରେ ରହିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ପିପାଭାଭ ଏବଂ ମୁନ୍ଦ୍ରା ବନ୍ଦର ଅଟୋମୋବାଇଲ ରପ୍ତାନି ପାଇଁ ପ୍ରମୁଖ କେନ୍ଦ୍ର ପାଲଟିଛି । ଗତ ବର୍ଷ ଗୁଜରାଟର ବନ୍ଦରଗୁଡ଼ିକରୁ ପ୍ରାୟ 1.75 ଲକ୍ଷ ଯାନବାହନ ରପ୍ତାନି ହୋଇଛି। ଲଜିଷ୍ଟିକ୍ସ ବ୍ୟତୀତ, ବନ୍ଦର-ନେତୃତ୍ୱାଧୀନ ବିକାଶର ପ୍ରତ୍ୟେକ ଦିଗରେ ଅସୀମ ନିବେଶ ସୁଯୋଗ ରହିଛି। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ, ଗୁଜରାଟ ସରକାର ବଡ଼ ଧରଣର ଭିତ୍ତିଭୂମି ବିକାଶ ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ନିବେଶକଙ୍କ ପାଇଁ ଏକ ଦୃଢ଼ ଇକୋସିଷ୍ଟମ ସହିତ ମତ୍ସ୍ୟପାଳନ କ୍ଷେତ୍ରକୁ ବିଶେଷ ପ୍ରାଥମିକତା ଦେଉଛନ୍ତି।

‘‘ଭିତ୍ତିଭୂମି ସହିତ, ଏକ ଶିଳ୍ପ-ପ୍ରସ୍ତୁତ ଶ୍ରମଶକ୍ତି ଆଜି ସବୁଠାରୁ ବଡ଼ ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ସେ କହିଥିଲେ, ଗୁଜରାଟ ଏହି କ୍ଷେତ୍ରରେ ନିବେଶକମାନଙ୍କୁ ସମ୍ପୂର୍ଣ୍ଣ ନିଶ୍ଚିତତା ପ୍ରଦାନ କରେ। ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ଗୁଜରାଟର ଏକ ଅନ୍ତର୍ଜାତୀୟ ଇକୋସିଷ୍ଟମ ଅଛି। କୌଶଲ୍ୟ ସ୍କିଲ୍ ୟୁନିଭର୍ସିଟି ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁରର ବିଭିନ୍ନ ବିଶ୍ୱବିଦ୍ୟାଳୟ ସହିତ ସହଯୋଗରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତାରେ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରୁଛି। ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ହେଉଛି ଭାରତର ପ୍ରଥମ ଜାତୀୟ ସ୍ତରୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ। ଗତିଶକ୍ତି ବିଶ୍ୱବିଦ୍ୟାଳୟ ସଡ଼କ, ରେଳ, ଆକାଶମାର୍ଗ, ଜଳପଥ ଏବଂ ଲଜିଷ୍ଟିକ୍ସ କ୍ଷେତ୍ର ପାଇଁ ଦକ୍ଷ ମାନବଶକ୍ତି ପ୍ରସ୍ତୁତ କରୁଛି। ଗୁଜରାଟରେ ନିବେଶ ଏକ ନିଶ୍ଚିତ ପ୍ରତିଭା ପାଇପଲାଇନ ସହିତ ଆସିଥାଏ। ଅନେକ ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ ସୁଯୋଗ ଦେଖୁଛନ୍ତି, ଗୁଜରାଟ ସେମାନଙ୍କର ପସନ୍ଦର ଗନ୍ତବ୍ୟସ୍ଥଳ ପାଲଟିଛି । ଦୁଇଟି ପ୍ରମୁଖ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ରାଜ୍ୟରେ କ୍ୟାମ୍ପସ ଆରମ୍ଭ କରିସାରିଛନ୍ତି, ଭବିଷ୍ୟତରେ ଅଧିକ ବିଦେଶୀ ଶିକ୍ଷାନୁଷ୍ଠାନ ଏଠାକୁ ଆସିବେ ବୋଲି ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରକୃତି, ଦୁଃସାହସିକ କ୍ରୀଡ଼ା, ସଂସ୍କୃତି ଏବଂ ଐତିହ୍ୟ ଆଦି ପର୍ଯ୍ୟଟନ କ୍ଷେତ୍ରରେ ଗୁଜରାଟରେ ବ୍ୟାପକ ସୁଯୋଗ ରହିଛି । ଏସବୁ ଗୁଜରାଟକୁ ଏକ ସମ୍ପୂର୍ଣ୍ଣ ପର୍ଯ୍ୟଟନ ଅଭିଜ୍ଞତା ପ୍ରଦାନକାରୀ ରାଜ୍ୟ ରୂପେ ପରିଣତ କରିଥାଏ। ଭାରତର 4,500 ବର୍ଷ ପୁରୁଣା ସାମୁଦ୍ରିକ ଐତିହ୍ୟର ପ୍ରତୀକ ସ୍ୱରୂପ ଲୋଥାଲ ବିଶ୍ୱର ସର୍ବପ୍ରାଚୀନ ମାନବ ନିର୍ମିତ ଡକୟାର୍ଡର ସ୍ଥଳ ପାଲଟିଛି, ଯେଉଁଠାରେ ଜାତୀୟ ସାମୁଦ୍ରିକ ଐତିହ୍ୟ ସଂକଳନ ବିକଶିତ ହେଉଛି। ପ୍ରଧାନମନ୍ତ୍ରୀ କହିଥିଲେ, ରଣ ଉତ୍ସବ ବର୍ତ୍ତମାନ କଚ୍ଛରେ ପାଳିତ ହେଉଛି, ଏବଂ ତମ୍ବୁ ସହର ଏକ ଅନନ୍ୟ ଅଭିଜ୍ଞତା ପ୍ରଦାନ କରୁଛି। ବନ୍ୟପ୍ରାଣୀ ପ୍ରେମୀମାନେ ଏସୀୟ ସିଂହ ଦେଖିବାର ଅଦ୍ଭୁତ ଅଭିଜ୍ଞତା ପାଇଁ ଗିର୍ ଜଙ୍ଗଲ ପରିଦର୍ଶନ କରିପାରିବେ, ଯାହା ବାର୍ଷିକ ନଅ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଯେଉଁମାନେ ସମୁଦ୍ରକୁ ଭଲ ପାଆନ୍ତି ସେମାନେ ବ୍ଲୁ ଫ୍ଲାଗ୍‌ ମାନ୍ୟତା ଲାଭ କରିଥିଲା ଶିବରାଜପୁର ବେଳାଭୂମି, ମାଣ୍ଡଭି, ସୋମନାଥ ଏବଂ ଦ୍ୱାରକା ଆସିପାରିବେ। ଏସବୁ ସ୍ଥାନ ବେଳାଭୂମି ପର୍ଯ୍ୟଟନ ପାଇଁ ଅପାର ସମ୍ଭାବନା ପ୍ରଦାନ କରେ। ନିକଟସ୍ଥ ଡିଉ ବେଳାଭୂମି ଜଳକ୍ରୀଡା ଏବଂ ବେଳାଭୂମି କ୍ରୀଡ଼ା ପାଇଁ ଏକ ପ୍ରମୁଖ ସ୍ଥାନ ପାଲଟିଛି।

 

ସୌରାଷ୍ଟ୍ର ଏବଂ କଚ୍ଛ ଶକ୍ତି ଓ ସମ୍ଭାବନାରେ ପରିପୂର୍ଣ୍ଣ ଅଞ୍ଚଳ ବୋଲି ଶ୍ରୀ ମୋଦୀ କହିବା ସହିତ ନିବେଶକମାନଙ୍କୁ ଏହାର ପୂର୍ଣ୍ଣ ସୁଯୋଗ ନେବାକୁ ଆହ୍ୱାନ କରିଥିଲେ। ସୌରାଷ୍ଟ୍ର-କଚ୍ଛରେ ପ୍ରତ୍ୟେକ ନିବେଶ ଗୁଜରାଟର ବିକାଶ ଏବଂ ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ।

ପ୍ରଧାନମନ୍ତ୍ରୀ କହିଥିଲେ, ଆଜିର ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ଦିଗରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ଏହି ଯାତ୍ରାରେ ‘ସଂସ୍କାର ଏକ୍ସପ୍ରେସ’ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ସଂସ୍କାର ଏକ୍ସପ୍ରେସ ପ୍ରତ୍ୟେକ କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର ସଂସ୍କାର ନିମନ୍ତେ ମାର୍ଗପ୍ରଶସ୍ତ କରୁଛି। ନିକଟରେ ଲାଗୁ ହୋଇଥିବା ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ସମସ୍ତ କ୍ଷେତ୍ରକୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି, ବିଶେଷକରି ଏମଏସଏମଇଗୁଡ଼ିକୁ ଲାଭବାନ କରିଛି। ଭାରତ 100 ପ୍ରତିଶତ ଏଫଡିଆଇ ଅନୁମତି ଦେଇ ବୀମା କ୍ଷେତ୍ରରେ ଏକ ପ୍ରମୁଖ ସଂସ୍କାର ଆଣିଛି ଯାହା ନାଗରିକମାନଙ୍କୁ ସାର୍ବଜନୀନ ବୀମା ସୁରକ୍ଷା ପ୍ରଦାନ ଅଭିଯାନକୁ ତ୍ୱରାନ୍ୱିତ କରିବ। ପ୍ରାୟ ଛଅ ଦଶନ୍ଧି ପରେ, ଆୟକର ଆଇନକୁ ଆଧୁନିକୀକରଣ କରାଯାଇଛି, ଯାହା ଲକ୍ଷ ଲକ୍ଷ କରଦାତାଙ୍କୁ ଲାଭ ଦେଇଛି। ଭାରତ ଐତିହାସିକ ଶ୍ରମ ସଂସ୍କାର ମଧ୍ୟ କାର୍ଯ୍ୟକାରୀ କରିଛି, ଯାହା ମଜୁରି, ସାମାଜିକ ସୁରକ୍ଷା ଏବଂ ଶିଳ୍ପ କ୍ଷେତ୍ରକୁ ଏକୀକୃତ ଢାଞ୍ଚା ପ୍ରଦାନ କରିଛି, ଏହାଦ୍ୱାରା ଶ୍ରମିକ ଏବଂ ଶିଳ୍ପ ଉଭୟ ଲାଭବାନ ହେଉଛନ୍ତି।

ଭାରତ ତଥ୍ୟ-ଚାଳିତ ନବସୃଜନ, ଏଆଇ ଗବେଷଣା ଏବଂ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ହେବାକୁ ଯାଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଭାରତର ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ଦେଖିଲେ ସ୍ଥିର ଶକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଣବିକ ଶକ୍ତି ଏହାକୁ ହାସଲ କରିବା ପାଇଁ ଏକ ପ୍ରମୁଖ ମାଧ୍ୟମ। ଆଣବିକ ଶକ୍ତି କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର ସଂସ୍କାର ମଧ୍ୟ ପ୍ରଚଳନ କରାଯାଇଛି। ଶାନ୍ତି ଆଇନ ମାଧ୍ୟମରେ ବେସାମରିକ ଆଣବିକ ଶକ୍ତି ଘରୋଇ ଅଂଶଗ୍ରହଣ ପାଇଁ ଖୋଲାଯାଇଛି। ଏହା ନିବେଶକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି କରିଛି।

ପ୍ରଧାନମନ୍ତ୍ରୀ ଉପସ୍ଥିତ ସମସ୍ତ ନିବେଶକଙ୍କୁ ଆଶ୍ୱାସନା ଦେଇ କହିଥିଲେ, ଭାରତର ସଂସ୍କାର ଏକ୍ସପ୍ରେସ ବନ୍ଦ ହେବ ନାହିଁ, ଏବଂ ଦେଶର ସଂସ୍କାର ଯାତ୍ରା ଢାଞ୍ଚାଗତ ପରିବର୍ତ୍ତନ ଦିଗରେ ଆଗକୁ ବଢ଼ିଛି। ଅଂଶଗ୍ରହଣକାରୀମାନେ ଏଠାରେ କେବଳ ଏକ ବୁଝାମଣାପତ୍ର ସହିତ ଆସିନାହାନ୍ତି, ବରଂ ସୌରାଷ୍ଟ୍ର-କଚ୍ଛର ବିକାଶ ଓ ଐତିହ୍ୟ ସହିତ ଯୋଡ଼ି ହେବା ପାଇଁ ଆସିଛନ୍ତି। ଶେଷରେ ସେ କହିଥିଲେ, ଏଠାରେ ନିବେଶ ହୋଇଥିବା ପ୍ରତ୍ୟେକ ଟଙ୍କା ଉତ୍କୃଷ୍ଟ ଲାଭ ଦେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଇଥିଲେ।

 

ରାଜକୋଟର ଅନ୍ୟତମ ବିଶିଷ୍ଟ ଶିଳ୍ପପତି ଜ୍ୟୋତି ସିଏନସି ଅଟୋମେସନର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପରାକ୍ରମ ସିଂହ ଜି ଜାଡେଜା ଏହି କାର୍ଯ୍ୟକ୍ରମରେ ନିଜର ବିଚାର ବ୍ୟକ୍ତ କରିଥିଲେ। ଭାଇବ୍ରାଣ୍ଟ ଗୁଜରାଟ କାର୍ଯ୍ୟକ୍ରମ ମାଧ୍ୟମରେ ଗୁଜରାଟକୁ ଭାରତର ଅଭିବୃଦ୍ଧି ଇଞ୍ଜିନରେ ପରିଣତ କରିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅସାଧାରଣ ଦୂରଦୃଷ୍ଟି ଏବଂ ନେତୃତ୍ୱ ଉପରେ ସେ ତାଙ୍କ ଭାଷଣରେ ଆଲୋକପାତ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଭାରତ ବିଶ୍ୱର ଭିୟୁସିଏ ବା ଅସ୍ଥିରତା, ଅନିଶ୍ଚିତତା, ଜଟିଳତା ଏବଂ ଚପଳତାର ପରିବେଶକୁ ବଦଳାଇ ଦୂରଦୃଷ୍ଟି, ବୁଝାମଣା, ସ୍ପଷ୍ଟତା ଏବଂ ଦକ୍ଷତାକୁ ପୁନଃପରିଭାଷିତ କରିଛି। ଦେଶ ଅଶାନ୍ତ ବିଶ୍ୱ ପରିସ୍ଥିତିରେ ମଧ୍ୟ ସ୍ଥିରତା ସୁନିଶ୍ଚିତ କରିଛି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ, ଜ୍ୟୋତି ସିଏନସି ଉତ୍ପାଦନ, ଗବେଷଣା, ବିକାଶ ଏବଂ ଦକ୍ଷତାରେ 10,000 କୋଟି ଟଙ୍କାରୁ ଅଧିକ ନିବେଶ କରିବ। ନବସୃଜନ ଏବଂ ଦକ୍ଷତା ବିକାଶ ଦ୍ୱାରା ପରିଚାଳିତ ଭାରତକୁ ଉତ୍ପାଦନ କ୍ଷେତ୍ରରେ ନେତୃତ୍ୱ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସେ  ଶ୍ରେୟ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଶ୍ରୀ ମୋଦୀଙ୍କ ଆତ୍ମନିର୍ଭର ଭାରତ ଏବଂ ବିକଶିତ ଭାରତ 2047ର ଦୃଷ୍ଟିକୋଣକୁ ସାକାର କରିବା ସରକାର, ଶିଳ୍ପ ପ୍ରତିଷ୍ଠାନ ଏବଂ ସମାଜର ଏକ ସହଭାଗୀ ଦାୟିତ୍ୱ। ପ୍ରଧାନମନ୍ତ୍ରୀଙ୍କ ନୀତି ଏବଂ ସଂସ୍କାରଗୁଡ଼ିକ ବ୍ୟାପକ ପରିମାଣର ନିବେଶ, ପ୍ରଯୁକ୍ତିବିଦ୍ୟା ଉନ୍ନତି ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ଏକ ସକ୍ଷମ ପରିବେଶ ସୃଷ୍ଟି କରିଛି, ଯାହା ଭାରତର ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିବ ଏବଂ ଜାତୀୟ ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

ଆଦାନୀ ପୋର୍ଟସ୍ ଏବଂ ଏସଇଜେଡର ପରିଚାଳନା ନିର୍ଦ୍ଦେଶକ କରଣ ଆଦାନୀ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବର୍ତ୍ତନକାରୀ ନେତୃତ୍ୱକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଭାରତର ସ୍ଥିତିକୁ ସୁଦୃଢ଼ କରିଛି ଏବଂ ମାନସିକତାକୁ ବଦଳାଇଛି। ଶ୍ରୀ ମୋଦୀ ଦେଶକୁ ଦୀର୍ଘକାଳୀନ ଚିନ୍ତାଧାରା, ପ୍ରତିଷ୍ଠାନ ନିର୍ମାଣ ଏବଂ ବିକାଶକୁ ଏକ ସଭ୍ୟତାଗତ ମିଶନ ଭାବରେ ଦେଖିବା ଶିଖାଇଛନ୍ତି ଯେଉଁଠାରେ ଦୃଷ୍ଟିକୋଣକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ   ଗୁଜରାଟ ଭାରତର ଶିଳ୍ପ ଦୃଷ୍ଟିରୁ ସବୁଠାରୁ ଉନ୍ନତ ଏବଂ ବିଶ୍ୱ ସହ ସଂଯୋଗ ସ୍ଥାପନ କରିଥିବା ରାଜ୍ୟ ମଧ୍ୟରୁ ଅନ୍ୟତମ ହୋଇସାରିଛି। ଏହା ଜିଡିପି, ଶିଳ୍ପ ଉତ୍ପାଦନ, କାର୍ଗୋ ପରିଚାଳନା ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ମୁଖ୍ୟମନ୍ତ୍ରୀ ଭାବରେ, ଶ୍ରୀ ମୋଦୀ ପ୍ରମାଣ କରିଥିଲେ ଯେ, ବ୍ୟବସାୟିକ ସୁଗମତା ଏକ ଜାତୀୟ ଧାରଣା ରୂପେ ବିକଶିତ ହେବା ପୂର୍ବରୁ  ଉତ୍ତମ ଶାସନ ଏବଂ କାର୍ଯ୍ୟକାରିତା ଗତି କୌଣସି ରାଜ୍ୟକୁ ପରିବର୍ତ୍ତନ କରିପାରିବ। ପ୍ରଧାନମନ୍ତ୍ରୀ ଭାବରେ, ସେ ସମଗ୍ର ଭାରତରେ ଏହି ଦର୍ଶନକୁ ବିସ୍ତାର କରିଛନ୍ତି। ସହଯୋଗ ଏବଂ ପ୍ରତିଯୋଗିତାମୂଳକ ସଂଘୀୟ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟଗୁଡ଼ିକୁ ଅଭିବୃଦ୍ଧିର ଇଞ୍ଜିନ କରିଛନ୍ତି, ନୀତିଗତ ସ୍ଥିରତା ସୁନିଶ୍ଚିତ କରିଛନ୍ତି ଏବଂ ବ୍ୟାପକ ଭିତ୍ତିଭୂମି ନିର୍ମାଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ଅସ୍ଥିର ବିଶ୍ୱ ଅର୍ଥବ୍ୟବସ୍ଥାରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ଭାବରେ ଉଭା ହୋଇଛି ଏବଂ ପ୍ରାୟ 8% ଅଭିବୃଦ୍ଧି ହାସଲ କରିବା ସହିତ ନିଜର ଉତ୍ପାଦନ ଆଧାରକୁ ବିସ୍ତାର କରିଛି। ଦେଶ ଏବେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଏବଂ ବିଶ୍ୱର ତୃତୀୟ ବୃହତ୍ତମ ଆର୍ଥିକ ମହାଶକ୍ତି ହେବା ଦିଗରେ ଆତ୍ମବିଶ୍ୱାସର ସହିତ ଅଗ୍ରଗତି କରୁଛି। ଶ୍ରୀ ଆଦାନୀ କଚ୍ଛ ଏବଂ ମୁନ୍ଦ୍ରାକୁ ଏକ ଶକ୍ତିଶାଳୀ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଏଠାରେ 37 ଗିଗାୱାଟ୍‌ ଖାଭଡା ଅକ୍ଷୟ ଶକ୍ତି ପାର୍କ ଭଳି ପ୍ରକଳ୍ପ ଅଛି । କଚ୍ଛରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 1.5 ଲକ୍ଷ କୋଟି ଟଙ୍କାର ନିବେଶ ସମ୍ପର୍କରେ ସେ ଘୋଷଣା କରିଥିଲେ। ଶ୍ରୀ ଆଦାନୀ କହିଥିଲେ, ଏହା ନିଯୁକ୍ତି ସୃଷ୍ଟି, ଶିଳ୍ପ ପ୍ରତିଯୋଗିତା, ସ୍ଥିରତା ଏବଂ ସ୍ଥାୟିତ୍ୱ ଆଣିବା ସହିତ ଜାତୀୟ ପ୍ରାଥମିକତା ସହ ସମନ୍ୱୟ ରକ୍ଷା କରି ବିକଶିତ ଭାରତ 2047 ଲକ୍ଷ୍ୟ ଦିଗରେ ଦେଶର ଯାତ୍ରାରେ ଗୁଜରାଟର ଭୂମିକାକୁ ସୁଦୃଢ଼ କରିବ।

ୱେଲସ୍ପନ୍ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ବି.କେ. ଗୋଏଙ୍କା ତାଙ୍କ ବିଚାର ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଏହି ନେତୃତ୍ୱ  ଗୁଜରାଟ, ବିଶେଷକରି କଚ୍ଛ ଏବଂ ସୌରାଷ୍ଟ୍ରକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଥିଲା। ଏକଦା ସଂକଟ ଏବଂ ବିପର୍ଯ୍ୟୟ ପାଇଁ ଜଣାଶୁଣା, ଏହି ଅଞ୍ଚଳଗୁଡ଼ିକ ଆଜି ବିଶ୍ୱସ୍ତରୀୟ ବିଶୋଧନାଗାର, ବନ୍ଦର, ବୟନଶିଳ୍ପ ଏବଂ ଅକ୍ଷୟ ଶକ୍ତିର ପ୍ରତୀକ ପାଲଟିଛନ୍ତି । ସେ ଏହି ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ଏବଂ ଦୃଢ଼ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବରେ ଶ୍ରେୟ ଦେଇଥିଲେ। ସେ କହିଥିଲେ ଏହା ଗୁଜରାଟକୁ ଏକ ନୂତନ ପରିଚୟ ଦେଇଛି। ଶ୍ରୀ ଗୋଏଙ୍କା 2003 ମସିହା କଥା ମନେ ପକାଇ କହିଥିଲେ, ପ୍ରଥମ ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ୱେଲସ୍ପନ୍‌କୁ ଭୂମିକମ୍ପ ପ୍ରଭାବିତ କଚ୍ଛରେ ଏହାର ସମ୍ପ୍ରସାରଣ କାରଖାନା ସ୍ଥାପନ କରିବାକୁ ଅନୁରୋଧ କରିଥିଲେ। ପ୍ରତ୍ୟେକ ଟଙ୍କା ନିବେଶର ବହୁଗୁଣିତ ଲାଭ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଦୂରଦୃଷ୍ଟି ୱେଲସ୍ପନ୍‌ର ଗୁଜରାଟ କାରଖାନାକୁ ବିଶ୍ୱର ଅଗ୍ରଣୀ ଘରୋଇ ବୟନଶିଳ୍ପ କମ୍ପାନୀରେ ପରିଣତ କରିଥିଲା। ଏଠାରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିଥିଲା ଏବଂ ଆମେରିକା ଓ ବ୍ରିଟେନରେ 25% ରୁ ଅଧିକ ବଜାର ଭାଗ ମଧ୍ୟ ମିଳିଥିଲା। ଏହାର ଉତ୍ପାଦଗୁଡ଼ିକ ୱିମ୍ବଲଡନ୍ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଥିଲା। ଶ୍ରୀ ଗୋଏଙ୍କା ୱେଲସ୍ପନ୍‌ର ପାଇପଲାଇନ୍ ବ୍ୟବସାୟ ସମ୍ପର୍କରେ ସୂଚନା ଦେଇ କହିଥିଲେ ବର୍ତ୍ତମାନ 5,000 କୋଟି ଟଙ୍କା ନିବେଶ କରି ଏହା ବିଶ୍ୱର ସର୍ବବୃହତ ନିର୍ମାତା ହୋଇପାରିଛି । ‘‘ଆପଣଙ୍କ ସ୍ୱପ୍ନ ଯେତେ ବଡ଼ ମୋର ପ୍ରତିବଦ୍ଧତା ମଧ୍ୟ ସେତିକି ବଡ଼’’, ପ୍ରଧାନମନ୍ତ୍ରୀଙ୍କର ଏହି ସଂକଳ୍ପକୁ ସେ ପ୍ରଶଂସା କରିଥିଲେ। ନୂତନ ସ୍ୱପ୍ନ, ନୂତନ ସଂକଳ୍ପ ଏବଂ ନିରନ୍ତର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ବିଷୟରେ ସେ କହିଥିଲେ, ଏବେ ଭାରତକୁ ଆତ୍ମନିର୍ଭରଶୀଳ କରିବା କେବଳ ଏକ ଆହ୍ୱାନ ନୁହେଁ ବରଂ ଭାରତକୁ 2047 ସୁଦ୍ଧା ଏହାକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟ ଦିଗରେ ମଧ୍ୟ ସମସ୍ତେ ଆଗକୁ ବଢ଼ିବା ଉଚିତ୍‌।

 

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ମୁକେଶ ଅମ୍ବାନୀ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି କହିଥିଲେ, ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଦୃଷ୍ଟିକୋଣକୁ ପ୍ରତିଫଳନ କରିଛି । ଏହା ଭାରତର ସଭ୍ୟତାଗତ ଆତ୍ମବିଶ୍ୱାସକୁ ପୁନରୁଦ୍ଧାର କରିବା ସହିତ ଏକ ଉଜ୍ଜ୍ୱଳ ଯୁଗର ଆରମ୍ଭ କରିଛି । ଶ୍ରୀ ଅମ୍ବାନୀ ଜୋର୍‌ ଦେଇ କହିଥିଲେ, ଇତିହାସ ମୋଦୀ ଯୁଗକୁ ଏପରି ଏକ ସମୟ ଭାବରେ ମନେ ରଖିବ ଯେତେବେଳେ ଭାରତ ସମ୍ଭାବନାରୁ କାର୍ଯ୍ୟଦକ୍ଷତା, ଆକାଂକ୍ଷାରୁ କାର୍ଯ୍ୟ ଏବଂ ପଶ୍ଚାତଧାବନକାରୀରୁ ବିଶ୍ୱ ଶକ୍ତି ହେବା ଆଡ଼କୁ ଗତି କରିଥିଲା। ରିଲାଏନ୍ସ ପାଇଁ ଗୁଜରାଟ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ଆଲୋକପାତ କରି ଶ୍ରୀ ଅମ୍ବାନୀ ଏହି ରାଜ୍ୟକୁ କମ୍ପାନୀର ଶରୀର, ହୃଦୟ ଏବଂ ଆତ୍ମା ​​ଭାବରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିକୋଣ ସହ ସମନ୍ୱିତ ପାଞ୍ଚଟି ଦୃଢ଼ ପ୍ରତିବଦ୍ଧତା ଘୋଷଣା କରିଥିଲେ।

ପ୍ରଥମତଃ, ରିଲାଏନ୍ସ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଗୁଜରାଟରେ ଏହାର ନିବେଶକୁ ଦ୍ୱିଗୁଣିତ କରି 7 ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବ । ଏହା ଦ୍ଵାରା ନିଯୁକ୍ତି ଏବଂ ସମୃଦ୍ଧି ସୃଷ୍ଟି ହେବ। ଦ୍ୱିତୀୟତଃ, ଜାମନଗରରେ, କମ୍ପାନୀ ସୌରଶକ୍ତି, ବ୍ୟାଟେରୀ ଷ୍ଟୋରେଜ୍‌, ସବୁଜ ହାଇଡ୍ରୋଜେନ, ସାର, ଦୀର୍ଘସ୍ଥାୟୀ ଇନ୍ଧନ ଏବଂ ଉନ୍ନତ ସାମଗ୍ରୀ ସହିତ ବିଶ୍ୱର ସର୍ବବୃହତ ସମନ୍ୱିତ ସ୍ୱଚ୍ଛ ଶକ୍ତି ଇକୋସିଷ୍ଟମ ନିର୍ମାଣ କରୁଛି। ତୃତୀୟତଃ, ରିଲାଏନ୍ସ ପ୍ରତ୍ୟେକ ନାଗରିକଙ୍କୁ ସୁଲଭ ଏଆଇ ସେବା ପ୍ରଦାନ କରିବା ପାଇଁ ଭାରତର ସର୍ବବୃହତ ଏଆଇ ପରିଚାଳିତ ଡାଟା ସେଣ୍ଟର ବିକଶିତ କରୁଛି ଏବଂ ଏହା ଗୁଜରାଟରୁ ହିଁ ଆରମ୍ଭ ହୋଇଛି । ଚତୁର୍ଥତଃ, ରିଲାଏନ୍ସ ଫାଉଣ୍ଡେସନ୍ ଭାରତର ଅଲିମ୍ପିକ୍ ମହତ୍ୱାକାଂକ୍ଷାକୁ ସମର୍ଥନ କରିବା ସହିତ ବୀର ସାଭରକର ବହୁମୁଖୀ କ୍ରୀଡା କମ୍ପ୍ଲେକ୍ସ ପରିଚାଳନା କରିବା ଏବଂ ଭବିଷ୍ୟତର ଚାମ୍ପିଅନମାନଙ୍କୁ ତାଲିମ ଦେବା ପାଇଁ ଗୁଜରାଟ ସରକାରଙ୍କ ସହିତ ସହଭାଗୀ ହେବ। ପଞ୍ଚମ, ରିଲାଏନ୍ସ ଜାମନଗରରେ ଏକ ବିଶ୍ୱସ୍ତରୀୟ ହସ୍ପିଟାଲ ସମେତ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ସୁବିଧା ବିସ୍ତାର କରିବ।

ଶ୍ରୀ ଅମ୍ବାନୀ ଶେଷରେ କହିଥିଲେ, ବିଶ୍ୱ ଅସ୍ଥିରତା ସତ୍ତ୍ୱେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସୁରକ୍ଷିତ ରହିଛି । ପ୍ରଧାନମନ୍ତ୍ରୀଙ୍କୁ ଦେଶର ‘ଅଜେୟ ସୁରକ୍ଷା ପ୍ରାଚୀର’ ଭାବରେ ଶ୍ରୀ ଅମ୍ବାନୀ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ଭାରତର ଏହି ନିର୍ଣ୍ଣାୟକ ଦଶନ୍ଧିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କେବଳ ଭବିଷ୍ୟତ ପାଇଁ ଦେଶକୁ ପ୍ରସ୍ତୁତ କରିନାହାନ୍ତି ବରଂ ଏହାକୁ ସକ୍ରିୟ ଭାବରେ ଗଢ଼ୁଛନ୍ତି । ରିଲାଏନ୍ସର ଗୁଜରାଟ ଏବଂ ବିକଶିତ ଭାରତ 2047 ପ୍ରତି ପ୍ରତିବଦ୍ଧତାକୁ ସେ ମାର୍ଗ ଦେଖାଇଛନ୍ତି ବୋଲି ମୁକେଶ ଅମ୍ବାନୀ କହିଥିଲେ।

କାର୍ଯ୍ୟକ୍ରମ ଅବସରରେ, ଭାରତରେ ରୁୱାଣ୍ଡାର ଉଚ୍ଚାୟୁକ୍ତ ମହାମହିମ ସୁଶ୍ରୀ ଜ୍ୟାକଲିନ୍ ମୁକାଙ୍ଗିରା, ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ରୁୱାଣ୍ଡାକୁ ଏକ ଦେଶ ଅଂଶୀଦାର ଭାବରେ ନିମନ୍ତ୍ରଣ କରିବା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଭାଷଣ ଦେବାର ସୁଯୋଗ ଦେବା ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ। ସେ ସମ୍ମିଳନୀକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ଗୁଜରାଟ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ରୁୱାଣ୍ଡା ଓ ଭାରତ ମଧ୍ୟରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ସେ 2018ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଐତିହାସିକ ରୁୱାଣ୍ଡା ଗସ୍ତକୁ ମନେ ପକାଇଥିଲେ, ଯେଉଁ ସମୟରେ ଛଅଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏଥିସହିତ ଅଭାବୀ ପରିବାରଗୁଡ଼ିକୁ 200ଟି ଗାଈ ଦାନ କରାଯାଇଥିଲା। ଏହା ପ୍ରଧାନମନ୍ତ୍ରୀଙ୍କର ଉଦାରତା ଏବଂ ପ୍ରଶଂସନୀୟ ନେତୃତ୍ୱର ଏକ ଉଦାହରଣ ବୋଲି ରୁୱାଣ୍ଡା ଉଚ୍ଚାୟୁକ୍ତ ମତ ରଖିଥିଲେ। ସେ ଏହା ମଧ୍ୟ କହିଥିଲେ, ରୁୱାଣ୍ଡା ରାଷ୍ଟ୍ରପତି ପଲ କାଗାମେ ପାଞ୍ଚଥର ଭାରତ ଗସ୍ତ କରିଛନ୍ତି, ଯେଉଁଥିରେ 2017 ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ଯୋଗଦେବା ମଧ୍ୟ ସାମିଲ ରହିଛି । ଉଭୟ ଦେଶର ନେତା ରୁୱାଣ୍ଡା-ଭାରତ ସମ୍ପର୍କକୁ ଏକ ରଣନୀତିକ ସ୍ତରକୁ ଉନ୍ନୀତ କରିଛନ୍ତି ବୋଲି ସେ କହିଥିଲେ।

 

ଶ୍ରୀମତୀ ମୁକାଙ୍ଗିରା ରୁୱାଣ୍ଡାକୁ ଏକ ଦ୍ରୁତ ବିକାଶଶୀଳ, ସ୍ଥିର ରାଷ୍ଟ୍ର ଭାବରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ତାଙ୍କ ଦେଶ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା, ଶାସନ ସ୍ୱଚ୍ଛତା ଏବଂ ବ୍ୟବସାୟ କରିବାର ସୁଗମତା ପାଇଁ ଆଫ୍ରିକାରେ ପ୍ରଥମ ସ୍ଥାନ ଅଧିକାର କରିଛି ଏବଂ 2025ର 3 ତ୍ରୈମାସିକରେ 11.8% ଆର୍ଥିକ ଅଭିବୃଦ୍ଧି ରେକର୍ଡ କରିଛି। ସେ ଭାରତକୁ ରୁୱାଣ୍ଡାର ଦ୍ୱିତୀୟ ସର୍ବବୃହତ ବିଦେଶୀ ନିବେଶକ ଏବଂ ବାଣିଜ୍ୟିକ ଅଂଶୀଦାର ଭାବରେ ଅଭିହିତ କରିଥିଲେ। ସେ ଏହି ଅବସରରେ, ଦୃଢ଼ ପ୍ରୋତ୍ସାହନ ଦ୍ୱାରା ସମର୍ଥିତ ଉତ୍ପାଦନ, ଭିତ୍ତିଭୂମି, ଆଇସିଟି, କୃଷି, ଖଣି, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି କ୍ଷେତ୍ରରେ ଅଧିକ ଭାରତୀୟ ନିବେଶକୁ ଆମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସହିତ ଦୃଢ଼ ସମ୍ପର୍କ ପ୍ରତି ରୁୱାଣ୍ଡାର ପ୍ରତିବଦ୍ଧତାକୁ ବ୍ୟକ୍ତ କରି ସେ ପ୍ରସିଦ୍ଧ ମାଉଣ୍ଟ ଗରିଲା ଏବଂ ବିଗ୍ ଫାଇଭ୍ ପ୍ରାଣୀଙ୍କ ବାସସ୍ଥାନ ରୁୱାଣ୍ଡା ପରିଦର୍ଶନ କରିବାକୁ ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରି ସେ ଶେଷରେ କହିଥିଲେ।

ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ମହାମହିମ ଡକ୍ଟର ଓଲେକଜାଣ୍ଡର ପଲିସଚୁକ୍ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ଉଚ୍ଚ ପ୍ରଶଂସା କରିଥିଲେ। ଜଣେ ଆଞ୍ଚଳିକ ନେତାରୁ ଜାତୀୟ ବ୍ୟକ୍ତିତ୍ୱ ଏବଂ ବର୍ତ୍ତମାନ ଜଣେ ବିଶ୍ୱ ରାଜନେତା ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବିଷୟରେ ସେ ଉଲ୍ଲେଖ କରିଥିଲେ। ବିଶ୍ୱ ଶାନ୍ତି ପ୍ରତିଷ୍ଠା ପ୍ରୟାସରେ ତାଙ୍କର ଭୂମିକାକୁ ସେ ବିଶେଷ ଭାବେ ପ୍ରଶଂସା କରିଥିଲେ । ସେ ଗୁରୁତ୍ୱାରୋପ କରି କହିଥିଲେ, ଶ୍ରୀ ମୋଦୀଙ୍କ ଦୃଷ୍ଟିକୋଣରେ ଗୁଜରାଟ ଏହାର ବିକାଶ ମଡେଲ ପାଇଁ ବିଶ୍ୱ ସ୍ତରରେ ପରିଚିତ ହୋଇଛି, ଯାହା ସାରା ଭାରତରେ ବିସ୍ତାରିତ ହୋଇଛି । ଏଥିରେ ଭାରତକୁ ବିଶ୍ୱରେ ଅଗ୍ରଣୀ ରାଷ୍ଟ୍ର ରୂପେ ପରିଣତ କରିବା ଏବଂ 2047 ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ ହେବାର ଲକ୍ଷ୍ୟ ହାସଲ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ମାର୍ଗଦର୍ଶନ କରୁଛି ବୋଲି ସେ ମତ ରଖିଥିଲେ।

ୟୁକ୍ରେନ ରାଷ୍ଟ୍ରଦୂତ ଗୁଜରାଟ ସରକାର ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ସେ ମଧ୍ୟ ଶିକ୍ଷା, ସଂସ୍ଥାଗତ ସହଭାଗୀତା ଏବଂ ଦକ୍ଷତା ବିକାଶ ଭଳି ସହଯୋଗର କ୍ଷେତ୍ରଗୁଡ଼ିକ ଉପରେ ଆଲୋକପାତ କରିଥିଲେ, ଯାହା ନାଗରିକ ଏବଂ ଜ୍ଞାନ-ଆଧାରିତ ସମ୍ପର୍କକୁ ମଜବୁତ କରିଥାଏ। ସେ କହିଥିଲେ, ୟୁକ୍ରେନ୍ 2023 ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀରେ ଏକ ଅଂଶୀଦାର ଦେଶ ଭାବରେ ଗର୍ବର ସହିତ କାର୍ଯ୍ୟ କରିଥିଲା। ଏହା ଆର୍ଥିକ ସହଯୋଗକୁ ଆହୁରି ଗଭୀର କରିବାର ଏକ ରଣନୀତିକ ସୁଯୋଗ ଥିଲା। ୟୁକ୍ରେନୀୟ ଶିଳ୍ପଗୁଡ଼ିକ କୃଷି, ଇଞ୍ଜିନିୟରିଂ, ଆଇଟି, ଶକ୍ତି ଓ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ଭାରତ ସହିତ ସକ୍ରିୟ ଭାବରେ ଜଡିତ ଅଛନ୍ତି ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ 4 ବିଲିୟନ ଡଲାରରେ ପହଞ୍ଚିଛି।

 

ଡକ୍ଟର ପଲିସଚୁକ୍ ଭାରତୀୟ କମ୍ପାନୀଗୁଡ଼ିକୁ ପୋଲାଣ୍ଡରେ ହେବାକୁ ଥିବା ୟୁକ୍ରେନ ପୁନରୁଦ୍ଧାର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରିଥିଲେ ଏବଂ ମେକ୍ ଇନ୍ ଇଣ୍ଡିଆ ବ୍ୟବସ୍ଥା ଅଧୀନରେ ପ୍ରତିରକ୍ଷା ସମେତ ବିସ୍ତାରିତ ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟା ସହଯୋଗର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, 2024 ମସିହା ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଐତିହାସିକ ୟୁକ୍ରେନ ଗସ୍ତ ଏବଂ ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଉଭୟ ଦେଶର ସମ୍ପର୍କକୁ ଏକ ରଣନୀତିକ ସହଭାଗୀତା ରୂପେ ଉନ୍ନୀତ କରିବାର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଥିଲା।

ଶେଷରେ ସେ ଆତ୍ମବିଶ୍ୱାସର ସହିତ କହିଥିଲେ, ୟୁକ୍ରେନରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦ୍ୱାରା ଭାରତ-ୟୁକ୍ରେନ ସମ୍ପର୍କ ଆହୁରି ଗଭୀର ହେବ। ଏଥିରେ ଗୁଜରାଟ ସହିତ ସମ୍ପର୍କ ମଧ୍ୟ ସାମିଲ ରହିଛି। ସେ ମଧ୍ୟ ଫଳପ୍ରଦ ଆଲୋଚନା ଏବଂ ଦୃଢ଼ ନୂତନ ସହଭାଗୀତାକୁ ପ୍ରୋତ୍ସାହିତ କରିବାରେ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ସଫଳତା କାମନା କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଏହି କାର୍ଯ୍ୟକ୍ରମରେ, ପ୍ରଧାନମନ୍ତ୍ରୀ 14ଟି ଗ୍ରୀନଫିଲ୍ଡ ସ୍ମାର୍ଟ ଗୁଜରାଟ ଶିଳ୍ପ ବିକାଶ ନିଗମ ଲିମିଟେଡ୍ (ଜିଆଇଡିସି) ଇଷ୍ଟେଟ୍ ବିକାଶ ଘୋଷଣା କରିଥିଲେ ଏବଂ ରାଜକୋଟରେ ଜିଆଇଡିସି  ମେଡିକାଲ୍ ଡିଭାଇସ୍ ପାର୍କ ଉଦଘାଟନ କରିଥିଲେ।

କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳର 12ଟି ଜିଲ୍ଲାକୁ ନେଇ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ 11-12 ଜାନୁଆରୀ 2026ରେ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି । ସ୍ଥାନୀୟ କ୍ଷେତ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ଭାବରେ ଉତ୍ସର୍ଗୀକୃତ, ଏହି ସମ୍ମିଳନୀ ପଶ୍ଚିମ ଗୁଜରାଟରେ ନିବେଶ ଏବଂ ଶିଳ୍ପ ଅଭିବୃଦ୍ଧି ପାଇଁ ନୂତନ ଗତି ଆଣିବାର ଲକ୍ଷ୍ୟ ରଖିଛି। ସମ୍ମିଳନୀର ମୁଖ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ସେରାମିକ୍ସ, ଇଞ୍ଜିନିୟରିଂ, ବନ୍ଦର ଓ ଲଜିଷ୍ଟିକ୍ସ, ମତ୍ସ୍ୟପାଳନ, ପେଟ୍ରୋକେମିକାଲ୍ସ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ଖଣିଜ ପଦାର୍ଥ, ସବୁଜ ଶକ୍ତି ଇକୋସିଷ୍ଟମ, ଦକ୍ଷତା ବିକାଶ, ଷ୍ଟାର୍ଟଅପ୍, ଏମଏସଏମଇ, ପର୍ଯ୍ୟଟନ ଓ ସଂସ୍କୃତି ଅନ୍ତର୍ଭୁକ୍ତ। ଜାପାନ, ଦକ୍ଷିଣ କୋରିଆ, ରୁୱାଣ୍ଡା ଏବଂ ୟୁକ୍ରେନ ସମ୍ମିଳନୀର ଅଂଶୀଦାର ଦେଶ ଭାବେ ଯୋଗ ଦେଇଛନ୍ତି।

ଭାଇବ୍ରାଣ୍ଟ ଗୁଜରାଟ ଭଳି ସଫଳ ମଡେଲର ପ୍ରସାର ଏବଂ ପ୍ରଭାବକୁ ଆହୁରି ବିସ୍ତାର କରିବା ପାଇଁ, ସାରା ରାଜ୍ୟରେ ଚାରୋଟି ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଉତ୍ତର ଗୁଜରାଟ କ୍ଷେତ୍ର ପାଇଁ ଆଞ୍ଚଳିକ ସମ୍ମିଳନୀର ପ୍ରଥମ ସଂସ୍କରଣ 9-10 ଅକ୍ଟୋବର 2025ରେ ମେହସାଣାରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ସଂସ୍କରଣଟି କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଅନୁଷ୍ଠିତ ହେଉଛି। ଦକ୍ଷିଣ ଗୁଜରାଟ (9-10 ଏପ୍ରିଲ 2026) ଏବଂ ମଧ୍ୟ ଗୁଜରାଟ (10-11 ଜୁନ୍ 2026) ଅଞ୍ଚଳ ପାଇଁ ଆଞ୍ଚଳିକ ସମ୍ମିଳନୀଗୁଡ଼ିକ ପରବର୍ତ୍ତୀ ସମୟରେ ସୁରଟ ଏବଂ ଭଦୋଦରାରେ ଆୟୋଜିତ ହେବ।

ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ 2047ର ଦୃଷ୍ଟିକୋଣ ସହିତ ସମନ୍ୱିତ ହୋଇଥିବା ଭାଇବ୍ରାଣ୍ଟ ଗୁଜରାଟ ବିଶ୍ୱ ଶିଖର ସମ୍ମିଳନୀର ସଫଳତା ଓ ଐତିହ୍ୟକୁ ଆଧାରି କରି ଏହି ଆଞ୍ଚଳିକ ସମ୍ମିଳନୀଗୁଡ଼ିକ କ୍ଷେତ୍ର-ନିର୍ଦ୍ଦିଷ୍ଟ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବ। ଏହା ମଧ୍ୟ ବିଭିନ୍ନ କ୍ଷେତ୍ରରେ ନିବେଶ ଆକୃଷ୍ଟ କରିବା ଏବଂ ବିଶ୍ୱସ୍ତରୀୟ ସମ୍ପର୍କ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଭାଇବ୍ରାଣ୍ଟ ଗୁଜରାଟ ପ୍ଲାଟଫର୍ମକୁ କ୍ଷେତ୍ରଗୁଡ଼ିକର ନିକଟତର କରି ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀଙ୍କ ବିକେନ୍ଦ୍ରୀକୃତ ବିକାଶ, ବ୍ୟବସାୟିକ ସୁଗମତା, ନବସୃଜନ-ଚାଳିତ ଅଭିବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱକୁ ମଧ୍ୟ ପ୍ରତିଫଳିତ କରିଥାଏ।

ଏହି ଆଞ୍ଚଳିକ ସମ୍ମିଳନୀ କେବଳ ଆଞ୍ଚଳିକ ସଫଳତା ପ୍ରଦର୍ଶନ ଏବଂ ନୂତନ ପଦକ୍ଷେପ ଘୋଷଣା କରିବା ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରିବ ନାହିଁ ବରଂ ଆଞ୍ଚଳିକ ଅର୍ଥବ୍ୟବସ୍ଥାକୁ ସଶକ୍ତ କରିବା ସହିତ ନବସୃଜନକୁ ପ୍ରୋତ୍ସାହନ ଏବଂ ରାଜ୍ୟର ପ୍ରତ୍ୟେକ ଭାଗରେ ରଣନୀତିକ ନିବେଶକୁ ସହଜ କରି ଗୁଜରାଟର ଅଭିବୃଦ୍ଧି କାହାଣୀକୁ ଆଗେଇ ନେବାର ଏକ ଉପକରଣ ଭାବରେ କାର୍ଯ୍ୟ କରିବ। ଜାନୁଆରୀ 2027 ରେ ଅନୁଷ୍ଠିତ ହେବାକୁ ଥିବା ଭାଇବ୍ରାଣ୍ଟ ଗୁଜରାଟ ବିଶ୍ୱ ଶିଖର ସମ୍ମିଳନୀର ପରବର୍ତ୍ତୀ ସଂସ୍କରଣରେ ଏସବୁ ଆଞ୍ଚଳିକ ସମ୍ମିଳନୀର ସଫଳତା ପ୍ରଦର୍ଶିତ ହେବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi completes 12 years in office; BJP, Union ministers hail his leadership

Media Coverage

PM Modi completes 12 years in office; BJP, Union ministers hail his leadership
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves integration and continuation of two schemes under umbrella scheme SARTHAK-PDS
May 27, 2026
Centre to spend Rs. 25,530 crore in next 5 years for SARTHAK PDS
Continuation of schemes to ensure last-mile delivery of Food grains with higher FPS Dealers’ commission
Government strive for intelligently optimized PDS operations through advanced technologies to ensure transparency, security and sustainability in PDS operations

The Cabinet Committee on Economic Affairs (CCEA) chaired by the Prime Minister Shri Narendra Modi has approved the continuation of the “Scheme for Assistance in Ration Transport and Handling-Income with Automation in PDS” (SARTHAK PDS) as an umbrella scheme, in the 16th Finance Commission cycle award period, with an outlay of Rs. 25,530 crore as Central share.

The CCEA has also decided to revise the norms of Central assistance for meeting expenditure incurred by States/UTs intra-state movement & handling of foodgrains and FPS dealers’ margin and continuation of the existing funding pattern of Central Assistance.

The Scheme is conceived as an umbrella scheme integrating the ongoing schemes: (i) “Assistance to State Agencies for intra-State movement of foodgrains and FPS dealers’ margin under NFSA” and (ii) “Scheme for Modernization and Reforms through Technology in Public Distribution System (SMART PDS)” to comprehensively strengthen implementation of the National Food Security Act, 2013 (NFSA).

SARTHAK-PDS Scheme aims to provide (a) assured financial support for intra-State movement, handling and FPS dealer’s margin, and (b) a unified, citizen-centric, intelligent and interoperable PDS architecture that ensures last-mile service delivery, minimizes leakages and strengthens the nation’s commitment to food security under NFSA, with the merged scheme to operate up to 31.03.2031.

SARTHAK-PDS Scheme seeks to modernize, integrate and intelligently optimize PDS operations through advanced technologies such as Artificial Intelligence (AI), Machine Learning (ML), Natural Language Processing (NLP) and Blockchain, by creating standardized architectures and unified databases for real-time monitoring, AI-driven grievance and analytics systems, State Command Control Centres for data-driven oversight, and ISO-certified process frameworks to ensure transparency, security and sustainability in PDS operations.

Government of India has a social & legal commitment to the people of the nation - a dignified life by ensuring them access to food and nutritional security through the availability of adequate quantities of quality food grains. The Scheme will work towards fulfilling the Government of India's commitment to 81.35 crore persons covered under NFSA. Building on the statutory and policy framework, SARTHAK-PDS retains and streamlines the financial assistance component while simultaneously embedding it within a modern, technology-driven PDS ecosystem.

Over the past decade, the Government has implemented multiple digitization initiatives such as End-to-End Computerization of TPDS, Integrated Management of PDS (IM-PDS) and SMART PDS, along with citizen-facing applications like Mera Ration, Anna Mitra, Rightful Targeting Dashboard and Anna Sahayata, and since 1st April 2023, the SMART PDS scheme has acted as the cornerstone of technology-led reforms by enabling complete digitization of ration cards, Aadhaar seeding, FPS automation through e-PoS, online allocation and computerized supply-chain management across 36 States/UTs.