ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓସ୍‌ଲୋଠାରେ ଭାରତ-ନରଓ୍ବେ ବ୍ୟବସାୟ ଓ ଗବେଷଣା ଶିଖର ସମ୍ମିଳନୀରେ ଯୋଗଦେଇଥିଲେ। ଏଥିରେ ନରୱେର ଯୁବରାଜ ହାକନ୍ ଏବଂ ପ୍ରଧାନମନ୍ତ୍ରୀ ଜୋନାସ୍ ଗାହର ଷ୍ଟୋର୍ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଏହି ସମ୍ମିଳନୀରେ ନରୱେ ଏବଂ ଭାରତର ବ୍ୟବସାୟ ଏବଂ ଗବେଷଣା ସମ୍ପ୍ରଦାୟର ୨୫୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହିତ ବିଭିନ୍ନ କମ୍ପାନୀର ୫୦ରୁ ଅଧିକ ସିଇଓ ଯୋଗ ଦେଇଥିଲେ। ଭାରତ-ଇଏଫ୍‌ଟିଏ ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗ ତ୍ବରାନ୍ବିତ ହୋଇଥିବା ଏହି ସମ୍ମିଳନୀରେ ଆଲୋକପାତ କରାଯାଇଥିଲା।

ଏହି ଉଚ୍ଚସ୍ତରୀୟ ବ୍ୟବସାୟ ଏବଂ ଗବେଷଣା ସମ୍ମିଳନୀ ପୂର୍ବରୁ, ଓସ୍‌ଲୋର ବିଭିନ୍ନ ସ୍ଥାନରେ ଚାରୋଟି ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସ୍ୱାସ୍ଥ୍ୟସେବା ନବସୃଜନ, ସାମୁଦ୍ରିକ ସହଯୋଗ, ବ୍ୟାଟେରୀ ଏବଂ ଶକ୍ତି ସଂରକ୍ଷଣ ପ୍ରଣାଳୀ, ଡିଜିଟାଲାଇଜେସନ୍ ଏବଂ ବିଦ୍ୟୁତୀକରଣ, ଏବଂ ପବନ ଶକ୍ତି ଭଳି ବିଷୟ ଉପରେ ଆଲୋଚନା କରାଯାଇଥିଲା।

ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଟିଇପିଏ ଲାଗୁ ହେବା ପରେ ଦ୍ବିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଆସିଥିବା ଅଭିବୃଦ୍ଧିକୁ  ପ୍ରଶଂସା କରିଥିଲେ। ଉଭୟ ପକ୍ଷର ଅଂଶୀଦାରମାନେ ଟିଇପିଏ ଅଧୀନରେ ୧୦୦ ବିଲିୟନ ଡଲାର ନିବେଶ ଲକ୍ଷ୍ୟ ହାସଲ ଏବଂ ଏହା ମାଧ୍ୟମରେ ଭାରତରେ ଦଶ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ପ୍ରୟାସ କରିବା ଉଚିତ ବୋଲି ସେ କହିଥିଲେ। ସେ ଭାରତର ଦୃଢ଼ ଏବଂ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି, ଏହାର ଜନସମ୍ବଳ, ପ୍ରତିଭାବାନ ଏବଂ ଆକାଂକ୍ଷୀ ଯୁବପିଢ଼ି, ସୁଦୃଢ଼ ବ୍ୟବସାୟ ପ୍ରଣାଳୀ, ଏହାର ନିବେଶ-ଅନୁକୂଳ ନିୟାମକ ଢାଞ୍ଚା ଏବଂ ପ୍ରତିଯୋଗିତାମୂଳକ ସଂଘୀୟ ଢାଞ୍ଚା ଉପରେ ଆଲୋକପାତ କରିଥିଲେ। ସେ ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ-ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଷ୍ଟାର୍ଟ-ଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଭାରତରେ ନିବେଶ ବୃଦ୍ଧି କରିବାକୁ ନରୱେର ନିବେଶକମାନଙ୍କୁ ଉତ୍ସାହିତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ମହତ୍ୱାକାଂକ୍ଷୀ ସବୁଜ ପରିବର୍ତ୍ତନ ଏଜେଣ୍ଡା ଉପରେ ମଧ୍ୟ ଗୁରୁତ୍ୱାରୋପ କରିବା ସହ  ଦେଶର ଶକ୍ତି ଆବଶ୍ୟକତା, ଜଳବାୟୁ ପ୍ରତିବଦ୍ଧତା, ନବୀକରଣୀୟ ଶକ୍ତି, ଗ୍ରୀଡ୍ ଭିତ୍ତିଭୂମି, ସବୁଜ ହାଇଡ୍ରୋଜେନ୍ ଏବଂ ସ୍ୱଚ୍ଛ ଶକ୍ତିର ଦ୍ରୁତ ପ୍ରସାର ଉପରେ ଆଲୋକପାତ କରିଥିଲେ। ସେ ସ୍ୱଚ୍ଛ ଶକ୍ତି ନିବେଶ, ସାମୁଦ୍ରିକ ଡିକାର୍ବନାଇଜେସନ୍, ସମୁଦ୍ର ସ୍ଥାୟୀତ୍ବ ଏବଂ ଜଳବାୟୁ ପାଣ୍ଠିଯୋଗାଣ କ୍ଷେତ୍ରରେ ନରୱେର ବିଶ୍ୱ ନେତୃତ୍ୱକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଉଭୟ ଦେଶର ବ୍ୟବସାୟିକ ସମ୍ପ୍ରଦାୟକୁ ନୂତନ ସହଭାଗୀତା ଗଠନ କରିବାକୁ, ସହଯୋଗ ପାଇଁ ନୂତନ ରାସ୍ତା ଚିହ୍ନଟ କରିବାକୁ ଏବଂ ଆର୍ଥିକ ସହଯୋଗକୁ ଆହୁରି ମଜବୁତ କରିବାକୁ ଆହ୍ୱାନ କରିଥିଲେ।

ଏହି ଶିଖର ସମ୍ମିଳନୀ ସମୟରେ, ଭାରତ ଏବଂ ନରୱେର ବିଭିନ୍ନ କମ୍ପାନୀ ଏବଂ ପ୍ରତିଷ୍ଠାନ ମଧ୍ୟରେ ବ୍ୟବସାୟିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action