ସାର୍ ଏମ୍ ଏମ୍ ବିଶ୍ବେଶ୍ବରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
“ସବକା ପ୍ରୟାସ”ସହିତ ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ପଥରେ ଅଗ୍ରସର”
କର୍ଣ୍ଣାଟକର ଧାର୍ମିକ ତଥା ସାମାଜିକ ଅନୁଷ୍ଠାନର ଗୌରବମୟ ପରମ୍ପରା ରହିଛି ଯାହା ଗରୀବ ଲୋକଙ୍କୁ ସେବା କରିଥାଏ
“ଆମ ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରୁଛି। ଏହା କନ୍ନଡ ସମେତ ସମସ୍ତ ଭାରତୀୟ ଭାଷାରେ ଡାକ୍ତରୀ ଶିକ୍ଷାର ଏକ ବିକଳ୍ପ ପ୍ରଦାନ କରିଛି ”
“ଆମେ ଗରିବ ଏବଂ ମଧ୍ୟବିତ୍ତଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇଛୁ”
ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନୀତିରେ ଆମେ ମହିଳାମାନଙ୍କୁ ପ୍ରାଥମିକତା ଦେଉଛୁ ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚିକ୍କାବାଲାପୁର ଠାରେ ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ର ଉଦଘାଟନ କରିଛନ୍ତି। ଏସଏମଏସଆଇଏମଏସଆର ସମସ୍ତଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଡାକ୍ତରୀ ଶିକ୍ଷା ଏବଂ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବ। 2023 ଶିକ୍ଷାବର୍ଷରେ ଏହି ଅନୁଷ୍ଠାନ କାର୍ଯ୍ୟ ଆରମ୍ଭ କରିବ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଚିକ୍ବାବାଲାପୁର ହେଉଛି ଆଧୁନିକ ଭାରତର ଜଣେ ସ୍ଥପତି, ସାର୍ ଏମ୍ ଏମ୍ ବିଶ୍ବେଶ୍ବରାୟଙ୍କ ଜନ୍ମସ୍ଥାନ ଏବଂ ତାଙ୍କ ସମାଧୀରେ ଶ୍ରଦ୍ଧାଞ୍ଜଳି ଦେବା ଏବଂ ତାଙ୍କ ସଂଗ୍ରହାଳୟ ପରିଦର୍ଶନ କରିବାର ସୁଯୋଗ ପାଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ମୁଁ ଏହି ମହାନ୍ ଭୂମି ନିକଟରେ ମୁଣ୍ଡ ନୁଆଁଇଛି। ସେ କହିଛନ୍ତି ଯେ ଚିକ୍କାବାଲାପୁରର ଭୂମି ହିଁ ସାର୍ ବିଶ୍ବେଶ୍ବରାୟଙ୍କ ପାଇଁ ନୂତନ ଉଦ୍ଭାବନ ଏବଂ କୃଷକ ତଥା ସାଧାରଣ ଜନତାଙ୍କ ପାଇଁ ନୂତନ ଇଞ୍ଜିନିୟରିଂ ପ୍ରକଳ୍ପର ବିକାଶ ପାଇଁ ପ୍ରେରଣା ଯୋଗାଇଥିଲା। 

ପ୍ରଧାନମନ୍ତ୍ରୀ ସତ୍ୟ ସାଇ ଗ୍ରାମକୁ ଏକ ଉଲ୍ଲେଖନୀୟ ସେବାର ମଡେଲ୍ ବୋଲି କହିଥିଲେ। ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପଦକ୍ଷେପ ମାଧ୍ୟମରେ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଏହି ମିଶନକୁ ସେ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଆଜି ମେଡିକାଲ କଲେଜର ଉଦଘାଟନ ଏହି ମିଶନକୁ ଆହୁରି ମଜବୁତ କରିଛି।

ପ୍ରଧାନମନ୍ତ୍ରୀ ଅମୃତ କାଳ ସମୟରେ ଦେଶର ଏକ ବିକଶିତ ରାଷ୍ଟ୍ର ହେବା ଏବଂ ଏତେ କମ ସମୟ ମଧ୍ୟରେ ଏଭଳି ଏକ ବିରାଟ ସଂକଳ୍ପ ହାସଲ କରିବାକୁ ଲୋକଙ୍କ ଦ୍ବାରା ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। “ ଏହାର କେବଳ ଗୋଟିଏ ଉତ୍ତର ଅଛି, ଏକ ଦୃଢ଼, ସଂକଳ୍ପବଦ୍ଧ ଜନସାଧାରଣଙ୍କର ମିଳିତ ପ୍ରଚେଷ୍ଟା। ପ୍ରତ୍ୟେକ ଦେଶବାସୀଙ୍କ ଉଦ୍ୟମ ଦ୍ୱାରା ଏହା ନିଶ୍ଚିତ ରୂପେ ହାସଲ କରାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ 'ବିକଶିତ ଭରତ' ହାସଲ କରିବାରେ ସାମାଜିକ ତଥା ଧାର୍ମିକ ଅନୁଷ୍ଠାନର ଭୂମିକା ତଥା ସାଧୁ, ଆଶ୍ରମ ଏବଂ ମଠର ମହାନ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଏହି ସାମାଜିକ ଏବଂ ଧାର୍ମିକ ସଂସ୍ଥାଗୁଡ଼ିକ, ବିଶ୍ବାସ ଏବଂ ଆଧ୍ୟାତ୍ମିକ ଦିଗ ସହିତ ଗରିବ, ଦଳିତ, ପଛୁଆ ଏବଂ ଆଦିବାସୀମାନଙ୍କୁ ସଶକ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆପଣଙ୍କ ଅନୁଷ୍ଠାନ ଦ୍ୱାରା କରାଯାଇଥିବା କାର୍ଯ୍ୟ ‘ସବକା ପ୍ରୟାସ’ର ଉତ୍ସାହକୁ ଆହୁରି ଦୃଢ଼ କରିଥାଏ।

ପ୍ରଧାନମନ୍ତ୍ରୀ ଶ୍ରୀ ସତ୍ୟ ସାଇ ବିଶ୍ୱବିଦ୍ୟାଳୟର ‘ଯୋଗ କର୍ମସୂ କୌଶଲମ’ ର ବିଷୟକୁ ବର୍ଣ୍ଣନା କରିଥିଲେ ଓ କହିଥିଲେ କର୍ମ ପ୍ରତି ନିଷ୍ଠା ହିଁ ଯୋଗ। ଡାକ୍ତରୀ କ୍ଷେତ୍ରରେ ସରକାରଙ୍କ ଉଦ୍ୟମ ସହିତ ଶ୍ରୀ ମୋଦୀ ଏହା ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ 2014 ପୂର୍ବରୁ ଦେଶରେ 380 ରୁ କମ୍ ମେଡିକାଲ୍ କଲେଜ ଥିଲା କିନ୍ତୁ ଆଜି ଏହି ସଂଖ୍ୟା 650 ରୁ ଅଧିକ ହୋଇଯାଇଛି। ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ଦେଶର ଅଭିଳାଷୀ ଜିଲ୍ଲାମାନଙ୍କରେ 40 ଟି ମେଡିକାଲ କଲେଜ ବିକଶିତ ହୋଇଛି ଯାହା ବିକାଶ କ୍ଷେତ୍ରରେ ଏକଦା ପଛରେ ରହିଥିଲା। 

ଗତ 9 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦେଶରେ ଡାକ୍ତରୀ ଆସନ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ମୁଁ ଲକ୍ଷ୍ୟ କରିଛି ଯେ ଆଗାମୀ 10 ବର୍ଷ ମଧ୍ୟରେ ଦେଶ ଦ୍ବାରା ଉତ୍ପାଦିତ ଡାକ୍ତରଙ୍କ ସଂଖ୍ୟା ସ୍ବାଧୀନତା ସମୟରୁ ଭାରତରେ ଉତ୍ପାଦିତ ଡାକ୍ତରଙ୍କ ସଂଖ୍ୟା ସହିତ ସମାନ ହେବ। ଦେଶରେ ଚାଲିଥିବା ବିକାଶର ଲାଭ ମଧ୍ୟ କର୍ଣ୍ଣାଟକ ମଧ୍ୟ ଲାଭ କରୁଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦେଶରେ ପ୍ରାୟ 70 ଟି ମେଡିକାଲ କଲେଜ ରହିଛି ଏବଂ ଚିକ୍କାବାଲାପୁରରେ ଉଦ୍ଘାଟିତ ହୋଇଥିବା ମେଡିକାଲ କଲେଜ ଏହି ଡବଲ୍ ଇଞ୍ଜିନ ସରକାରଙ୍କ ପ୍ରଚେଷ୍ଟାର ଏକ ଉଦାହରଣ ଅଟେ। ଚଳିତ ବର୍ଷର ବଜେଟର ଏକ ଅଂଶ ଭାବରେ ଦେଶରେ 150 ରୁ ଅଧିକ ନର୍ସିଂ ଅନୁଷ୍ଠାନର ବିକାଶ ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସେ ସୂଚନା ଦେଇଛନ୍ତି ଏବଂ ଏହା ନର୍ସିଂ କ୍ଷେତ୍ରର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି।

ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଭାଷାର ଆହ୍ବାନ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଏବଂ ଦୁଃଖ ପ୍ରକାଶ କରିଛନ୍ତି ଯେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଅତୀତରେ ପର୍ଯ୍ୟାପ୍ତ ଚେଷ୍ଟା କରାଯାଇ ନଥିଲା। ସେ କହିଛନ୍ତି ଯେ ଏହି ରାଜନୈତିକ ଦଳମାନେ ଗାଁ ଏବଂ ପଛୁଆ ସ୍ଥାନରୁ ଯୁବକମାନଙ୍କୁ ଚିକିତ୍ସା ଏବଂ ଇଞ୍ଜିନିୟରିଂ ବୃତ୍ତିରେ ସ୍ଥାନ ପାଇବାକୁ ଇଚ୍ଛୁକ ନୁହଁନ୍ତି। “ଆମ ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି। ଏହା କନ୍ନଡ ସମେତ ସମସ୍ତ ଭାରତୀୟ ଭାଷାରେ ଡାକ୍ତରୀ ଶିକ୍ଷାର ସୁବିଧା ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦୀର୍ଘ ଦିନ ଧରି ଦେଶରେ ଚାଲିଆସୁଥିବା ରାଜନୀତିରେ ଏହି ଅଭ୍ୟାସକୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଯେଉଁଠାରେ ଗରିବ ଲୋକଙ୍କୁ କେବଳ ଭୋଟ୍ ବ୍ୟାଙ୍କ ଭାବରେ ବିବେଚନା କରାଯାଉଥିଲା। “ଆମ ସରକାର ଗରିବ ଲୋକଙ୍କୁ ସେବା କରିବା ଏହାର ସର୍ବୋଚ୍ଚ କର୍ତ୍ତବ୍ୟ ବୋଲି ବିବେଚନା କରିଛନ୍ତି। ଆମେ ଗରିବ ଏବଂ ମଧ୍ୟବିତ୍ତଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ ଜନ ଔଷଧୀ କେନ୍ଦ୍ର କିମ୍ବା ସ୍ୱଳ୍ପ ମୂଲ୍ୟର ଓୗଷଧର ଉଦାହରଣ ଦେଇ ସୂଚନା ଦେଇଛନ୍ତି ଯେ ଆଜି ସାରା ଦେଶରେ ପ୍ରାୟ 10,000 ଜନ ଔଷଧୀ କେନ୍ଦ୍ର ଅଛି, ସେଥିମଧ୍ୟରୁ 1000 ରୁ ଅଧିକ କର୍ଣ୍ଣାଟକରେ ଅବସ୍ଥିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ପଦକ୍ଷେପ ଗରିବ ଲୋକଙ୍କୁ ଓୗଷଧ ଉପରେ ହଜାରେ କୋଟି ଟଙ୍କା ସଞ୍ଚୟ କରିବାକୁ ସୁଯୋଗ ଦେଇଛି।

ପ୍ରଧାନମନ୍ତ୍ରୀ ଅତୀତକୁ ମନେ ପକାଇ ଗରିବମାନେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯିବା ପାଇଁ ସମର୍ଥ ନଥିବା ବିଷୟ କହିଥିଲେ। ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ଗରିବଙ୍କ ଏହି ଚିନ୍ତାକୁ ଦୃଷ୍ଟିରେ ରଖି ଗରିବ ପରିବାର ପାଇଁ ଡାକ୍ତରଖାନାର ଦ୍ୱାର ଖୋଲିଥିବା ଆୟୁଷ୍ମାନ ଭାରତ ଯୋଜନା ସହିତ ଏହାର ସମାଧାନ କରିଛନ୍ତି। ଏହି ଯୋଜନାରେ କର୍ଣ୍ଣାଟକର ଲକ୍ଷ ଲକ୍ଷ ଲୋକ ମଧ୍ୟ ଉପକୃତ ହୋଇଛନ୍ତି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଗରିବ ଲୋକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁନିଶ୍ଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ହାର୍ଟ ସର୍ଜରୀ, ଆଣ୍ଠୁ ପ୍ରତିରୋପଣ, ଏବଂ ଡାଏଲିସିସ୍ ଇତ୍ୟାଦି ମହଙ୍ଗା ଅସ୍ତ୍ରୋପଚାର ପ୍ରଣାଳୀର ଉଦାହରଣ ଦେଇଛନ୍ତି ଏବଂ ମହଙ୍ଗା ଦେୟ ହ୍ରାସ କରିବାକୁ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି ବୋଲି ଦର୍ଶାଇଛନ୍ତି।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନୀତିରେ ଆମେ ମା ଏବଂ ଭଉଣୀମାନଙ୍କୁ ପ୍ରାଥମିକତା ଦେଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମ ମାମାନଙ୍କ ସ୍ୱାସ୍ଥ୍ୟ ଏବଂ ପୋଷକରେ ଉନ୍ନତି ହେଲେ ସମଗ୍ର ପୀଢ଼ିର ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଏହା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ଶୌଚାଳୟ ନିର୍ମାଣ, ମାଗଣା ଗ୍ୟାସ ସଂଯୋଗ ଯୋଗାଇବା, ଟ୍ୟାପ୍ ଜଳ ଯୋଗାଇବା ଯୋଜନାର ଉଦାହରଣ ଦେଇଛନ୍ତି। ପ୍ରତ୍ୟେକ ପରିବାରକୁ ମାଗଣା ସାନିଟାରୀ ପ୍ୟାଡ୍ ଯୋଗାଇବା ସହିତ ଏବଂ ପୁଷ୍ଟିକର ଖାଦ୍ୟ ପାଇଁ ସିଧାସଳଖ ବ୍ୟାଙ୍କକୁ ଟଙ୍କା ପଠାଯାଉଛି। ସ୍ତନ କର୍କଟ ପ୍ରତି ସରକାର ଦେଇଥିବା ବିଶେଷ ଧ୍ୟାନକୁ ସେ ସୂଚାଇ ଦେଇଛନ୍ତି ଯେ ଗ୍ରାମଗୁଡିକରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଖୋଲାଯାଉଛି ଏବଂ ପ୍ରାଥମିକ ପର୍ଯ୍ୟାୟରେ ଏହି ରୋଗର ପରୀକ୍ଷଣ ପାଇଁ ଉଦ୍ୟମ କରାଯାଉଛି। ରାଜ୍ୟରେ 9,000 ରୁ ଅଧିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ସ୍ଥାପନ କରିଥିବାରୁ ବମ୍ମାଇ ଜୀ ଏବଂ ତାଙ୍କ ଦଳକୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

ଏଏନଏମ ଏବଂ ଆଶା କର୍ମୀଙ୍କୁ ଶକ୍ତିଶାଳୀ ତଥା ସଶକ୍ତିକରଣ ପାଇଁ କର୍ଣ୍ଣାଟକ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ 50 ହଜାର ଏଏନଏମ ଏବଂ ଆଶା କର୍ମଚାରୀ ଏବଂ କର୍ଣ୍ଣାଟକର ପ୍ରାୟ 1 ଲକ୍ଷ ପଞ୍ଜୀକୃତ ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀ ଆଧୁନିକ ଗ୍ୟାଜେଟ ଗ୍ରହଣ କରିଛନ୍ତି ଏବଂ ଡବଲ ଇଞ୍ଜିନ ସରକାର ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାକୁ ଚେଷ୍ଟା କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ ସହିତ ଡବଲ ଇଞ୍ଜିନ ସରକାର ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି। କର୍ଣ୍ଣାଟକକୁ କ୍ଷୀର ଏବଂ ରେଶମର ଏକ ଭୂମି ବୋଲି କହି ପ୍ରଧାନମନ୍ତ୍ରୀ ଗୋପାଳନ କରୁଥିବା କୃଷକମାନଙ୍କ ପାଇଁ କିସାନ୍ କ୍ରେଡିଟ୍ କାର୍ଡ ବିଷୟରେ ସୂଚନା ଦେଇଛନ୍ତି। ଗୃହ ପାଳିତ ପଶୁମାନଙ୍କ ପାଇଁ 12 ହଜାର କୋଟି ଟଙ୍କା ଟୀକାକରଣ ପାଇଁ ବ୍ୟୟବରାଦ କରାଯାଇଛି। ଦୁଗ୍ଧ ସମବାୟ ସମିତିରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ଏହା ଡବଲ୍-ଇଞ୍ଜିନ ସରକାରଙ୍କ ପ୍ରୟାସ। ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ କ୍ଷମତା ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, “ଯେତେବେଳେ ଦେଶ ସୁସ୍ଥ ଏବଂ‘ସବକା ପ୍ରୟାସ’ ବିକାଶ ପାଇଁ ସମର୍ପିତ, ସେତେବେଳେ ଆମେ ଏକ ବିକଶିତ ଭାରତର ଲକ୍ଷ୍ୟକୁ ଶୀଘ୍ର ହାସଲ କରିବୁ।

ଶେଷରେ ପ୍ରଧାନମନ୍ତ୍ରୀ ଭଗବାନ୍ ସାଇ ବାବା ଏବଂ ସନ୍ଥଙ୍କ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ମନେ ପକାଇଲେ। ସେ କହିଥିଲେ “ମୁଁ ଏଠାରେ ଅତିଥି ନୁହେଁ, ମୁଁ ଏହି ସ୍ଥାନ ଏବଂ ଭୂମିର ଅଂଶ ଅଟେ। ପ୍ରତ୍ୟେକ ଥର ମୁଁ ଆପଣମାନଙ୍କ ମଧ୍ୟରେ ଆସିବା ପରେ ବନ୍ଧନ ନବୀକରଣ ହୁଏ ଏବଂ ହୃଦୟରେ ଦୃଢ଼ ସମ୍ପର୍କର ଇଚ୍ଛା ଉତ୍ପନ୍ନ ହୁଏ ”, କହି ସେ ନିଜର ବକ୍ତବ୍ୟ ସମାପ୍ତ କରିଛନ୍ତି। 

ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇ, ଶ୍ରୀ ସତ୍ୟ ସାଇ ଯତ୍ନ ସଞ୍ଜୀବନୀ ସେଣ୍ଟର ଫର୍ ଚାଇଲ୍‌ଡ ହାର୍ଟ କେୟାର ର ଚେୟାରମ୍ୟାନ୍ ଡାଃ ସି ଶ୍ରୀନିବାସ ଏବଂ ସାଦଗୁରୁ ଶ୍ରୀ ମଧୁସୂଦନ ସାଇ ଓ ଆହୁରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ। 

ପୃଷ୍ଠଭୂମି

ଛାତ୍ରମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିବାକୁ ତଥା ଏହି ଅଞ୍ଚଳରେ ଉନ୍ନତ ତଥା ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଏସଏମଏସଆଇଏମଏସଆର) ର ଉଦଘାଟନ କରିଥିଲେ। ସତ୍ୟ ସାଇ ଗ୍ରାମ, ମୁଦ୍ଦେନାହାଲ୍ଲୀ, ଚିକ୍କାବାଲାପୁର ଠାରେ ମାନବ ଉତ୍କର୍ଷତା ପାଇଁ ଏହାକୁ ଶ୍ରୀ ସତ୍ୟ ସାଇ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରତିଷ୍ଠା କରାଯାଇଛି। ଏକ ଗ୍ରାମାଞ୍ଚଳରେ ଅବସ୍ଥିତ ଏବଂ ଡାକ୍ତରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାକୁ ବ୍ୟବସାୟରୁ ମୁକ୍ତ କରିବାର ଏକ ଦୃଷ୍ଟିକୋଣ ସହିତ ପ୍ରତିଷ୍ଠିତ, ଏସଏମଏସଆଇଏମଏସଆର ସମସ୍ତଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଡାକ୍ତରୀ ଶିକ୍ଷା ଏବଂ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବ। 2023 ଶିକ୍ଷା ବର୍ଷରେ ଏହି ଅନୁଷ୍ଠାନ କାର୍ଯ୍ୟ ଆରମ୍ଭ କରିବ। 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From a carved table gifted by Putin to PM Modi to selection of Chola bronzes, over 100 artefacts find pride of place in new PMO

Media Coverage

From a carved table gifted by Putin to PM Modi to selection of Chola bronzes, over 100 artefacts find pride of place in new PMO
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on sacred Earth as a source of strength to the nation
March 10, 2026

The Prime Minister, Shri Narendra Modi, shared a Sanskrit Subhashitam emphasising on sacred Earth as a source of strength to the nation:

“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।

यस्या हृदयं परमे व्योमन्त्सत्येनावृतममृतं पृथिव्याः।

सा नो भूमिस्त्विषिं बलं राष्ट्रे दधातूत्तमे॥”

The Subhashitam conveys that, the Earth, which is filled with water within the oceans, and surrounded by water outside, which thoughtful scholars have understood through their wisdom, and whose heart is covered by the eternal truth in the vast sky – may that earth, sustain our energy and strength in a noble nation.

The Prime Minister wrote on X;

“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।

यस्या हृदयं परमे व्योमन्त्सत्येनावृतममृतं पृथिव्याः।

सा नो भूमिस्त्विषिं बलं राष्ट्रे दधातूत्तमे॥”