ରାଜ୍ୟଗୁଡ଼ିକର ବିକାଶ ଦେଶ ପ୍ରଗତିର ପ୍ରେରକ, ଏହି ମାର୍ଗଦର୍ଶକ ନୀତି ଦ୍ୱାରା ପରିଚାଳିତ ହୋଇ ଆମେ ଏକ ବିକଶିତ ଭାରତ ନିର୍ମାଣ ଦିଗରେ ଅଗ୍ରସର: ପ୍ରଧାନମନ୍ତ୍ରୀ
ବିଶ୍ୱ ଶାନ୍ତିର ଧାରଣା ଭାରତର ମୌଳିକ ଚିନ୍ତାଧାରାର ଏକ ଅବିଚ୍ଛେଦ୍ୟ ଅଂଶ: ପ୍ରଧାନମନ୍ତ୍ରୀ
ସମସ୍ତ ଜୀବରେ ଦିବ୍ୟତା ଓ ବିଶ୍ୱ କଲ୍ୟାଣର ଆହ୍ୱାନ ହିଁ ଭାରତୀୟ ଧାର୍ମିକ ରୀତିର ସାର: ପ୍ରଧାନମନ୍ତ୍ରୀ
ଯେତେବେଳେ ବିଶ୍ୱର ଯେକୌଣସି ସ୍ଥାନରେ ସଙ୍କଟ କିମ୍ବା ବିପର୍ଯ୍ୟୟ ଘଟେ, ଭାରତ ଏକ ବିଶ୍ୱସ୍ତ ଅଂଶୀଦାର ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିଥାଏ: ଶ୍ରୀ ନରେନ୍ଦ୍ର ମୋଦୀ
"ରାଜ୍ୟଗୁଡ଼ିକର ବିକାଶ ଦେଶର ପ୍ରଗତିକୁ ଇନ୍ଧନ ଯୋଗାଇଥାଏ, ଏହି ମାର୍ଗଦର୍ଶକ ନୀତି ଦ୍ୱାରା ପରିଚାଳିତ ହୋଇ, ଆମେ ଏକ ବିକଶିତ ଭାରତ ନିର୍ମାଣ ମିଶନରେ ସକ୍ରିୟ ଭାବରେ ନିୟୋଜିତ ଅଛୁ" ବୋଲି ପ୍ରଧାନମନ୍ତ୍ରୀ ଦୃଢତାର ସହିତ କହିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ର ନୟା ରାୟପୁରରେ ଆଧ୍ୟାତ୍ମିକ ଶିକ୍ଷା, ଶାନ୍ତି ଏବଂ ଧ୍ୟାନ ପାଇଁ ଏକ ଆଧୁନିକ କେନ୍ଦ୍ର "ଶାନ୍ତି ଶିଖର"ର ଉଦଘାଟନ ଅବସରରେ ବ୍ରହ୍ମାକୁମାରୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ କାରଣ ଛତିଶଗଡ଼ ଏହାର ପ୍ରତିଷ୍ଠାର ୨୫ ବର୍ଷ ପୂରଣ କରୁଛି। ସେ ଉଲ୍ଲେଖ କରିଥିଲେ ଯେ, ଛତିଶଗଡ଼ ସହିତ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡ ମଧ୍ୟ ସେମାନଙ୍କର ପ୍ରତିଷ୍ଠାର ୨୫ ବର୍ଷ ପୂରଣ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ, ଦେଶର ଅନ୍ୟାନ୍ୟ ଅନେକ ରାଜ୍ୟ ଆଜି ସେମାନଙ୍କର ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି। ଶ୍ରୀ ମୋଦୀ ଏହି ସମସ୍ତ ରାଜ୍ୟର ବାସିନ୍ଦାଙ୍କୁ ସେମାନଙ୍କର ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭକାମନା ଜଣାଇଥିଲେ। "ରାଜ୍ୟଗୁଡ଼ିକର ବିକାଶ ଦେଶର ପ୍ରଗତିକୁ ଇନ୍ଧନ ଯୋଗାଇଥାଏ, ଏହି ମାର୍ଗଦର୍ଶକ ନୀତି ଦ୍ୱାରା ପରିଚାଳିତ ହୋଇ, ଆମେ ଏକ ବିକଶିତ ଭାରତ ନିର୍ମାଣ ମିଶନରେ ସକ୍ରିୟ ଭାବରେ ନିୟୋଜିତ ଅଛୁ" ବୋଲି ପ୍ରଧାନମନ୍ତ୍ରୀ ଦୃଢତାର ସହିତ କହିଥିଲେ।

ଭାରତ ଏକ ବିକଶିତ ରାଷ୍ଟ୍ର ହେବା ଯାତ୍ରାରେ ବ୍ରହ୍ମକୁମାରୀ ଭଳି ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବ୍ରହ୍ମକୁମାରୀ ପରିବାର ସହିତ ବହୁ ଦଶନ୍ଧି ଧରି ଜଡିତ ରହିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ। ସେ କହିଥିଲେ ଯେ, ସେ ଏହି ଆଧ୍ୟାତ୍ମିକ ଆନ୍ଦୋଳନକୁ ବଟବୃକ୍ଷ ପରି ବଢ଼ିବାର ଦେଖିଛନ୍ତି। ଶ୍ରୀ ମୋଦୀ ୨୦୧୧ରେ ଅହମ୍ମଦାବାଦରେ ଅନୁଷ୍ଠିତ 'ଶକ୍ତିର ଭବିଷ୍ୟତ' କାର୍ଯ୍ୟକ୍ରମ, ୨୦୧୨ ମସିହାରେ ଅନୁଷ୍ଠାନର ୭୫ତମ ଶତବାର୍ଷିକୀ ଏବଂ ୨୦୧୩ ମସିହାରେ ପ୍ରୟାଗରାଜ କାର୍ଯ୍ୟକ୍ରମକୁ ମନେ ପକାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଦିଲ୍ଲୀ ଆସିବା ପରେ ମଧ୍ୟ, ଏହା ‘ଆଜାଦୀ କା ଅମୃତ ମହୋତ୍ସବ’ ସହିତ ଜଡିତ ଅଭିଯାନ ହେଉ, ସ୍ୱଚ୍ଛ ଭାରତ ଅଭିଯାନ ହେଉ କିମ୍ବା ଜଳ ଜନ ଅଭିଯାନ ସହିତ ଜଡିତ ହେବାର ସୁଯୋଗ ହେଉ, ସେ ଯେତେବେଳେ ବି ସେମାନଙ୍କ ସହିତ ଆଲୋଚନା କରିଛନ୍ତି ସେତେବେଳେ ସେମାନଙ୍କ ପ୍ରୟାସର ଗମ୍ଭୀରତା ଏବଂ ସମର୍ପଣକୁ ନିରନ୍ତର ଭାବରେ ଅନୁଭବ କରିଛନ୍ତି।
 

ପ୍ରଧାନମନ୍ତ୍ରୀ ବ୍ରହ୍ମକୁମାରୀ ଅନୁଷ୍ଠାନ ସହିତ ତାଙ୍କର ନିବିଡ଼ ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଦାଦୀ ଜାନକୀଙ୍କ ସ୍ନେହ ଏବଂ ରାଜଯୋଗିନୀ ଦାଦୀ ହୃଦୟ ମୋହିନୀଙ୍କ ମାର୍ଗଦର୍ଶନକୁ ତାଙ୍କ ଜୀବନର ଚିରସ୍ମରଣୀୟ ସ୍ମୃତି ଭାବରେ ସ୍ମରଣ କରିଥିଲେ। ସେ କହିଥିଲେ ଯେ, ସେ 'ଶାନ୍ତି ଶିଖର - ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ଏକାଡେମୀ' ଦୃଷ୍ଟିକୋଣରେ ସେମାନଙ୍କ ଚିନ୍ତାଧାରା ସାକାର ହେଉଥିବାର ଦେଖୁଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ, ଆଗାମୀ ସମୟରେ, ଏହି ଅନୁଷ୍ଠାନ ବିଶ୍ୱ ଶାନ୍ତି ପାଇଁ ଅର୍ଥପୂର୍ଣ୍ଣ ପ୍ରୟାସ ଦିଗରେ ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହେବ। ଏହି ପ୍ରଶଂସନୀୟ ପଦକ୍ଷେପ ପାଇଁ ସେ ଉପସ୍ଥିତ ସମସ୍ତଙ୍କୁ ଏବଂ ଭାରତ ତଥା ବିଦେଶରେ ଥିବା ବ୍ରହ୍ମକୁମାରୀ ପରିବାରର ସଦସ୍ୟମାନଙ୍କୁ ଶୁଭକାମନା ଜଣାଇଥିଲେ।

ଏକ ପାରମ୍ପରିକ କଥା ଉଦ୍ଧୃତ କରି ଶ୍ରୀ ମୋଦୀ ବ୍ୟାଖ୍ୟା କରିଥିଲେ ଯେ, ଆଚରଣ ହେଉଛି ଧର୍ମ, ତପସ୍ୟା ଏବଂ ଜ୍ଞାନର ସର୍ବୋଚ୍ଚ ରୂପ, ଏବଂ ଧାର୍ମିକ ଆଚରଣ ଦ୍ୱାରା କିଛି ପ୍ରାପ୍ତ କରିବା ଅସମ୍ଭବ ନୁହେଁ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଶବ୍ଦଗୁଡ଼ିକୁ କାର୍ଯ୍ୟରେ ପରିଣତ କଲେ ପ୍ରକୃତ ପରିବର୍ତ୍ତନ ଘଟେ ଏବଂ ଏହା ହେଉଛି ବ୍ରହ୍ମକୁମାରୀ ଅନୁଷ୍ଠାନର ଆଧ୍ୟାତ୍ମିକ ଶକ୍ତିର ଉତ୍ସ। ସେ ଉଲ୍ଲେଖ କରିଥିଲେ ଯେ, ଏଠାରେ ପ୍ରତ୍ୟେକ ଭଉଣୀ କଠୋର ତପସ୍ୟା ଏବଂ ଆଧ୍ୟାତ୍ମିକ ଶୃଙ୍ଖଳା ପାଆନ୍ତି। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଅନୁଷ୍ଠାନର ପରିଚୟ ବିଶ୍ୱ ଏବଂ ବ୍ରହ୍ମାଣ୍ଡରେ ଶାନ୍ତି ପାଇଁ ପ୍ରାର୍ଥନା ସହିତ ଜଡିତ। ସେ ଆଲୋକପାତ କରିଥିଲେ ଯେ, ବ୍ରହ୍ମାକୁମାରୀମାନଙ୍କର ପ୍ରଥମ ଆବାହନ ହେଉଛି "ଓମ୍ ଶାନ୍ତି" - ଯେଉଁଠାରେ 'ଓମ୍' ବିଶ୍ୱ ଏବଂ ସମଗ୍ର ବ୍ରହ୍ମାଣ୍ଡକୁ ବୁଝାଏ, ଏବଂ 'ଶାନ୍ତି' ଶାନ୍ତି ପାଇଁ ଆକାଂକ୍ଷାକୁ ବୁଝାଏ। ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି କାରଣରୁ ବ୍ରହ୍ମକୁମାରୀମାନଙ୍କ ଚିନ୍ତାଧାରା ପ୍ରତ୍ୟେକ ବ୍ୟକ୍ତିଙ୍କ ଆନ୍ତରିକ ଚେତନା ଉପରେ ଏତେ ଗଭୀର ପ୍ରଭାବ ପକାଇଥାଏ।
 

ପ୍ରଧାନମନ୍ତ୍ରୀ କହିଥିଲେ, “ବିଶ୍ୱ ଶାନ୍ତିର ଧାରଣା ଭାରତର ମୌଳିକ ଚିନ୍ତାଧାରା ଏବଂ ଆଧ୍ୟାତ୍ମିକ ଚେତନାର ଏକ ଅବିଚ୍ଛେଦ୍ୟ ଅଂଶ’’। ଭାରତ ଏପରି ଏକ ରାଷ୍ଟ୍ର ଯାହା ପ୍ରତ୍ୟେକ ଜୀବରେ ଦିବ୍ୟତା ଦେଖେ ଏବଂ ଆତ୍ମାରେ ଅନନ୍ତକୁ ଅନୁଭବ କରେ। ସେ ଉଲ୍ଲେଖ କରିଥିଲେ ଯେ, ଭାରତର ପ୍ରତ୍ୟେକ ଧାର୍ମିକ ରୀତିନୀତି ବିଶ୍ୱର କଲ୍ୟାଣ ଏବଂ ସମସ୍ତ ଜୀବଜନ୍ତୁଙ୍କ ମଧ୍ୟରେ ସଦଭାବନା ପାଇଁ ଆହ୍ୱାନ ସହିତ ସମାପ୍ତ ହୁଏ। ଶ୍ରୀ ମୋଦୀ ଆହୁରି ଗୁରୁତ୍ୱାରୋପ କରିଥିଲେ ଯେ, ଏପରି ଉଦାର ଚିନ୍ତାଧାରା ଓ ବିଶ୍ୱାସର ଅବିଚ୍ଛେଦ୍ୟ ସଙ୍ଗମ ଏବଂ ବିଶ୍ୱ କଲ୍ୟାଣର ମନୋଭାବ ଭାରତର ସଭ୍ୟତା ଚରିତ୍ରର ଅନ୍ତର୍ନିହିତ ଚେତନା। ସେ କହିଥିଲେ ଯେ, ଭାରତୀୟ ଆଧ୍ୟାତ୍ମିକତା କେବଳ ଶାନ୍ତିର ପାଠ ଶିଖାଏ ନାହିଁ ବରଂ ପ୍ରତ୍ୟେକ ପଦକ୍ଷେପରେ ଶାନ୍ତିର ପଥ ମଧ୍ୟ ଦେଖାଏ। ସେ ବିସ୍ତାର ଭାବରେ କହିଥିଲେ ଯେ, ଆତ୍ମ-ସଂଯମ ଆତ୍ମ-ଜ୍ଞାନ, ଆତ୍ମ-ଜ୍ଞାନ ଆତ୍ମ-ସାକ୍ଷାତ ଏବଂ ଆତ୍ମ-ସାକ୍ଷାତକାର ଆଭ୍ୟନ୍ତରୀଣ ଶାନ୍ତି ଆଡ଼କୁ ନେଇଯାଏ। ସେ ଆଶା ବ୍ୟକ୍ତ କରିଥିଲେ ଯେ ଏହି ପଥରେ ଚାଲିବା ଦ୍ୱାରା, ଶାନ୍ତି ଶିଖର ଏକାଡେମୀର ସାଧକମାନେ ବିଶ୍ୱ ଶାନ୍ତିର ଦୂତ ଭାବରେ ପରିଣତ ହୋଇପାରିବେ।

ବିଶ୍ୱ ଶାନ୍ତି ମିଶନରେ, ବ୍ୟବହାରିକ ନୀତି ଏବଂ ପ୍ରୟାସ ପରି ଚିନ୍ତାଧାରା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଭାରତ ଏହି ଦିଗରେ ନିଜର ଭୂମିକା ନିର୍ବାହ କରିବାକୁ ଆନ୍ତରିକତାର ସହ ପ୍ରୟାସ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ଯେତେବେଳେ ବିଶ୍ୱର ଯେକୌଣସି ସ୍ଥାନରେ ଯେକୌଣସି ସଙ୍କଟ କିମ୍ବା ବିପର୍ଯ୍ୟୟ ଆସେ, ସେତେବେଳେ ଭାରତ ସର୍ବପ୍ରଥମ ପ୍ରତିକ୍ରିୟାକାରୀ ଭାବରେ କାର୍ଯ୍ୟ କରି ସାହାଯ୍ୟ ପ୍ରଦାନ କରିବା ପାଇଁ ଏକ ବିଶ୍ୱସ୍ତ ସହଭାଗୀ ଭାବରେ ଆଗକୁ ବଢ଼ିଥାଏ।"
 

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆଜିର ପରିବେଶଗତ ଆହ୍ୱାନ ମଧ୍ୟରେ, ଭାରତ’ ସାରା ବିଶ୍ୱରେ ପ୍ରକୃତିର ସୁରକ୍ଷା ପାଇଁ ଏକ ପ୍ରମୁଖ ସ୍ୱର ଭାବରେ ଉଭା ହୋଇଛି। ଶ୍ରୀ ମୋଦୀ କହିଥିଲେ ଯେ, ଆମର ଶାସ୍ତ୍ର ଏବଂ ସ୍ରଷ୍ଟା ଆମକୁ ଏହି ନୀତି ଶିଖାଇଛନ୍ତି ଯେ, ପ୍ରକୃତି ଆମକୁ ଯାହା ଦେଇଛି ତାହା ସଂରକ୍ଷଣ ଏବଂ ସମୃଦ୍ଧ କରିବାର ଗୁରୁତ୍ୱ ରହିଛି।  ଏହା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା କେବଳ ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ଆମେ ପ୍ରକୃତି ସହିତ ସମନ୍ୱୟରେ ଜୀବନଯାପନ କରିବା ଶିଖିବୁ। ସେ ଉଲ୍ଲେଖ କରିଥିଲେ ଯେ, ଆମେ ନଦୀକୁ ମାତା, ଜଳକୁ ଦିବ୍ୟ ମନେ କରୁ ଏବଂ ବୃକ୍ଷରେ ଈଶ୍ୱରଙ୍କ ଉପସ୍ଥିତି ଅନୁଭବ କରୁ। ସେ ଗୁରୁତ୍ୱାରୋପ କରିଥିଲେ ଯେ, କେବଳ ଶୋଷଣ କରିବା ଉଦ୍ଦେଶ୍ୟରେ ନୁହେଁ, ବରଂ ପ୍ରତିଦାନ ଦେବାର ମନୋଭାବ ସହିତ ପ୍ରକୃତି ତାହାର ସମ୍ପଦର ବ୍ୟବହାରିକ ପରିଚାଳନା କରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଜୀବନଶୈଳୀ ବିଶ୍ୱକୁ ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଏକ ନିର୍ଭରଯୋଗ୍ୟ ପଥ ପ୍ରଦାନ କରିପାରିବ।

ଭାରତ ଭବିଷ୍ୟତ ପ୍ରତି ଏହାର ଦାୟିତ୍ୱକୁ ବୁଝିପାରୁଛି ଏବଂ ପାଳନ କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ 'ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରୀଡ୍' ଏବଂ ଭାରତର 'ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ' ଦୃଷ୍ଟିକୋଣ ଭଳି ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ବିଶ୍ୱ ଏହି ଚିନ୍ତାଧାରା ସହିତ ବର୍ଦ୍ଧିତ ଭାବରେ ସମନ୍ୱୟ ସ୍ଥାପନ କରୁଛି। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଭାରତ ଭୂ-ରାଜନୈତିକ ସୀମା ଅତିକ୍ରମ କରି ସମଗ୍ର ମାନବଜାତି ପାଇଁ ମିଶନ ଲାଇଫ ଆରମ୍ଭ କରିଛି।
 

ସମାଜକୁ ନିରନ୍ତର ସଶକ୍ତ କରିବାରେ ବ୍ରହ୍ମକୁମାରୀ ଭଳି ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଓ କହିଥିଲେ ଯେ, ଶାନ୍ତି ଶିଖର ଭଳି ଅନୁଷ୍ଠାନ ଭାରତର ପ୍ରୟାସରେ ନୂତନ ଶକ୍ତି ସଞ୍ଚାର କରିବ ଏବଂ ଏହି ଅନୁଷ୍ଠାନରୁ ଉତ୍ପନ୍ନ ଶକ୍ତି ଦେଶ ଏବଂ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ବିଶ୍ୱ ଶାନ୍ତିର ଚିନ୍ତାଧାରା ସହିତ ଯୋଡ଼ିବ। ନିଜ ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ପୁଣିଥରେ ଶାନ୍ତି ଶିଖର - ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ଏକାଡେମୀ ପ୍ରତିଷ୍ଠା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।
 

ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ର ରାଜ୍ୟପାଳ ଶ୍ରୀ ରମେନ ଡେକା, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଇ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"