ରାଜ୍ୟଗୁଡ଼ିକର ବିକାଶ ଦେଶ ପ୍ରଗତିର ପ୍ରେରକ, ଏହି ମାର୍ଗଦର୍ଶକ ନୀତି ଦ୍ୱାରା ପରିଚାଳିତ ହୋଇ ଆମେ ଏକ ବିକଶିତ ଭାରତ ନିର୍ମାଣ ଦିଗରେ ଅଗ୍ରସର: ପ୍ରଧାନମନ୍ତ୍ରୀ
ବିଶ୍ୱ ଶାନ୍ତିର ଧାରଣା ଭାରତର ମୌଳିକ ଚିନ୍ତାଧାରାର ଏକ ଅବିଚ୍ଛେଦ୍ୟ ଅଂଶ: ପ୍ରଧାନମନ୍ତ୍ରୀ
ସମସ୍ତ ଜୀବରେ ଦିବ୍ୟତା ଓ ବିଶ୍ୱ କଲ୍ୟାଣର ଆହ୍ୱାନ ହିଁ ଭାରତୀୟ ଧାର୍ମିକ ରୀତିର ସାର: ପ୍ରଧାନମନ୍ତ୍ରୀ
ଯେତେବେଳେ ବିଶ୍ୱର ଯେକୌଣସି ସ୍ଥାନରେ ସଙ୍କଟ କିମ୍ବା ବିପର୍ଯ୍ୟୟ ଘଟେ, ଭାରତ ଏକ ବିଶ୍ୱସ୍ତ ଅଂଶୀଦାର ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିଥାଏ: ଶ୍ରୀ ନରେନ୍ଦ୍ର ମୋଦୀ
"ରାଜ୍ୟଗୁଡ଼ିକର ବିକାଶ ଦେଶର ପ୍ରଗତିକୁ ଇନ୍ଧନ ଯୋଗାଇଥାଏ, ଏହି ମାର୍ଗଦର୍ଶକ ନୀତି ଦ୍ୱାରା ପରିଚାଳିତ ହୋଇ, ଆମେ ଏକ ବିକଶିତ ଭାରତ ନିର୍ମାଣ ମିଶନରେ ସକ୍ରିୟ ଭାବରେ ନିୟୋଜିତ ଅଛୁ" ବୋଲି ପ୍ରଧାନମନ୍ତ୍ରୀ ଦୃଢତାର ସହିତ କହିଥିଲେ।

ଓମ୍ ଶାନ୍ତି! ଛତିଶଗଡର ରାଜ୍ୟପାଳ ରମଣ ଡେକା ଜୀ, ରାଜ୍ୟର ଲୋକପ୍ରିୟ ତଥା ସକ୍ରିୟ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଜୀ, ରାଜଯୋଗିନୀ ଭଉଣୀ ଜୟନ୍ତୀ ଜୀ, ରାଜଯୋଗୀ ମୃତୁଞ୍ଜୟ ଜୀ, ସମସ୍ତ ବ୍ରହ୍ମକୁମାରୀ ଭଉଣୀ, ଏଠାରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!
ଆଜି ଏକ ବିଶେଷ ଦିନ । ଆମର ଛତିଶଗଡ଼ ଗଠନ ହେବାର ଆଜି ୨୫ ବର୍ଷ ପୂରଣ ହୋଇଛି। ଛତିଶଗଡ଼ ସହିତ ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡ ମଧ୍ୟ ସ୍ଥାପନା ହେବା ୨୫ ବର୍ଷ ପୂରଣ ହୋଇଛି। ଆଜି ଦେଶର  ଅନେକ ରାଜ୍ୟ  ମଧ୍ୟ ସେମାନଙ୍କର ନିଜର ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି। ମୁଁ ଏହି ସମସ୍ତ ରାଜ୍ୟବାସୀଙ୍କୁ ସ୍ଥାପନା ଦିବସ ଅବସରରେ ଅନେକ-ଅନେକ  ଅଭିନନ୍ଦନ ଜଣାଉଛି। "ରାଜ୍ୟର ବିକାଶ ମାଧ୍ୟମରେ ରାଷ୍ଟ୍ରର ବିକାଶ" ମନ୍ତ୍ରକୁ ଅନୁସରଣ କରି, ଆମେ ସାମୂହିକ ଭାବେ ଏକ ବିକଶିତ ଭାରତ ଗଢିବା ଅଭିଯାନରେ ଯୋଡି ହୋଇଛୁ।   
ବନ୍ଧୁଗଣ, 
ବିକଶିତ ଭାରତର ଏହି  ଯାତ୍ରାରେ ବ୍ରହ୍ମକୁମାରୀଙ୍କ ଭଳି ଏକ ଅନୁଷ୍ଠାନର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଅନେକ ଦଶନ୍ଧି ଧରି ଆପଣମାନଙ୍କ ସହିତ ଯୋଡ଼ି ହୋଇ ରହିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ମୁଁ ଏଠାରେ ଅତିଥି ନୁହେଁ, ମୁଁ ଆପଣଙ୍କର। ମୁଁ ଏହି ଆଧ୍ୟାତ୍ମିକ ଆନ୍ଦୋଳନକୁ ଏକ ଶକ୍ତିଶାଳୀ ବଟବୃକ୍ଷ ପରି   ବିସ୍ତାର ହେବାର ଦେଖୁଛି। ମୁଁ ମନେ ପକାଉଛି, ୨୦୧୧ରେ ଅହମ୍ମଦାବାଦରେ ଆୟୋଜିତ 'ଫ୍ୟୁଚର ଅଫ୍ ପାୱାର’ କାର୍ଯ୍ୟକ୍ରମ, ୨୦୧୨ରେ ସଂସ୍ଥା ସ୍ଥାପନର ୭୫ତମ ବର୍ଷ ପାଳନ, ୨୦୧୩ରେ ପ୍ରୟାଗରାଜରେ ଆୟୋଜିତ କାର୍ଯ୍ୟକ୍ରମ,ଯାହା ମାଉଣ୍ଟ ଆବୁ ଯାତ୍ରା ହେଉ କିମ୍ବା ଗୁଜରାଟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ହେଉ, ଏସବୁ ମୋ ପାଇଁ ପ୍ରାୟ ନୀତିଦିନର କାର୍ଯ୍ୟ ହୋଇଗଲାଣି। ଦିଲ୍ଲୀ ଆସିବା ପରେ ମଧ୍ୟ, ସ୍ୱାଧୀନତାର ଅମୃତ ମହୋତ୍ସବ ହେଉ, ସ୍ୱଚ୍ଛ ଭାରତ ଅଭିଯାନ ହେଉ କିମ୍ବା ଜଳ ଜନ ଅଭିଯାନ ହେଉ, ଏଗୁଡିକ ସହିତ ଯୋଡି ହେବାର ସୌଭାଗ୍ୟ ହେଉ, ମୁଁ ଯେତେବେଳେ ବି ଆପଣମାନଙ୍କ ମଧ୍ୟକୁ ଆସିଛି, ଆପଣଙ୍କ ପ୍ରୟାସକୁ ବହୁତ ନିଷ୍ଠାର ସହ ଦେଖିଛି। ମୁଁ ସର୍ବଦା ଅନୁଭବ କରିଛି ଯେ ଏଠାରେ ଶବ୍ଦ କମ୍ ଏବଂ ସେବା ଅଧିକ ରହିଛି। 
 

ବନ୍ଧୁଗଣ,
ଏହି ଅନୁଷ୍ଠାନ ସହିତ ମୋର ଗଭୀର ବ୍ୟକ୍ତିଗତ ସମ୍ପର୍କ ରହିଛି, ଜାନକୀ ଦାଦିଙ୍କ ସ୍ନେହ ଏବଂ ରାଜଯୋଗିନୀ ଦାଦି ହୃଦୟ ମୋହିନୀ ଜୀ ଙ୍କ ମାର୍ଗଦର୍ଶନ,  ମୋ ଜୀବନରେ ସବୁଠାରୁ ସ୍ମରଣୀୟ ସ୍ମୃତି ମଧ୍ୟରୁ ଅନ୍ୟତମ। ମୁଁ ନିଜକୁ ପ୍ରକୃତରେ ଭାଗ୍ୟବାନ ବୋଲି ମନେ କରୁଛି । ଶାନ୍ତି ଶିଖରର ଏହି ସଫଳତାରେ ମୁଁ ସେମାନଙ୍କ ଚିନ୍ତାଧାରା ସାକାର  ଏବଂ ଜୀବନ୍ତ ହେଉଥିବାର ଦେଖୁଛି। ଶାନ୍ତି ଶିଖର’-ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ଏକାଡେମୀ। ମୁଁ   ବିଶ୍ୱାସର ସହ କହିପାରିବି ଯେ ଆଗାମୀ ଦିନରେ ଏହି ସଂସ୍ଥା ବିଶ୍ୱ ଶାନ୍ତି ଦିଗରେ ଅର୍ଥପୂର୍ଣ୍ଣ ପ୍ରୟାସର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବ। ଏହି ପ୍ରଶଂସନୀୟ ପ୍ରୟାସ ପାଇଁ ମୁଁ ଆପଣ ସମସ୍ତଙ୍କୁ ଏବଂ ଭାରତ ତଥା ବିଦେଶରେ ରହୁଥିବା ବ୍ରହ୍ମକୁମାରୀ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଶୁଭ କାମନା ଜଣାଉଛି।
ବନ୍ଧୁଗଣ, 
ଆମ ପରମ୍ପରାରେ କୁହାଯାଇଛି- ଆଚାରଃ ପରମ ଧର୍ମ, ଆଚାରଃ ପରମଂ ତପଃ। ଆଚାରଃ ପରମଂ ଜ୍ଞାନମ୍, ଆଚାରାତ କିଙ୍ଗ ନ ଶଦ୍ଦବାତେ: ଅର୍ଥାତ୍ ଆଚରଣ ହେଉଛି ସର୍ବୋଚ୍ଚ ଧର୍ମ, ଆଚରଣ ହେଉଛି ସର୍ବଶ୍ରେଷ୍ଠ ତପସ୍ୟା, ଏବଂ ଆଚରଣ ହେଉଛି ସର୍ବୋଚ୍ଚ ଜ୍ଞାନ। ସଠିକ ଆଚରଣ ଦ୍ୱାରା ସବୁ କିଛି ହାସଲ କରାଯାଇପାରିବ। ଅନ୍ୟ ଶବ୍ଦରେ କହିଲେ, ପ୍ରକୃତ ପରିବର୍ତ୍ତନ କେବଳ ସେତେବେଳେ ହୋଇଥାଏ ଯେତେବେଳେ ଶବ୍ଦଗୁଡ଼ିକୁ କାର୍ଯ୍ୟରେ ରୂପାନ୍ତରିତ କରାଯାଇଥାଏ। ଏବଂ ଏହା ହିଁ ହେଉଛି ବ୍ରହ୍ମକୁମାରୀଙ୍କ ସଙ୍ଗଠନର ଆଧ୍ୟାତ୍ମିକ ଶକ୍ତିର ଉତ୍ସ। ଏଠାରେ, ପ୍ରତ୍ୟେକ ଭଉଣୀ ପ୍ରଥମେ ନିଜକୁ କଠୋର ତପସ୍ୟା ଏବଂ ଶୃଙ୍ଖଳା ଅଧୀନରେ  ଆପଣଙ୍କର ପରିଚୟ ବିଶ୍ୱ ଏବଂ ବ୍ରହ୍ମାଣ୍ଡରେ ଶାନ୍ତି ପାଇଁ ପ୍ରୟାସ ସହିତ ଜଡିତ | ଆପଣଙ୍କର ପ୍ରଥମ ସମ୍ବୋଧନ ହେଉଛି ଓମ୍ ଶାନ୍ତି! ଓମ୍ ଅର୍ଥାତ, ବ୍ରହ୍ମା ଏବଂ ସମଗ୍ର ବ୍ରହ୍ମାଣ୍ଡକୁ  ସୂଚିତ କରେ ! ଶାନ୍ତି ଅର୍ଥାତ ଶାନ୍ତିର କାମନା ! ଏବଂ ସେଥିପାଇଁ ବ୍ରହ୍ମକୁମାରୀମାନଙ୍କ ଚିନ୍ତାଧାରା ପ୍ରତ୍ୟେକ ବ୍ୟକ୍ତିର ଅନ୍ତର ମନ ଉପରେ ଗଭୀର  ପ୍ରଭାବ ପକାଇଥାଏ।
ବନ୍ଧୁଗଣ,
ବିଶ୍ୱ ଶାନ୍ତିର ଅବଧାରଣା ଭାରତର ମୂଳ ଦର୍ଶନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଭାରତର ମୌଳକ ବିଚାରର  ଅଧିଷ୍ଠାନ ଏବଂ ଅଂଶ ଅଟେ , ଏହା ଆଧ୍ୟାତ୍ମିକ ଚେତନାର ଏକ ଅଭିବ୍ୟକ୍ତି। କାରଣ ଆମ୍ଭେମାନେ ହିଁ ପ୍ରତ୍ୟେକ ଜୀବ ମଧ୍ୟରେ ଦିବ୍ୟତାକୁ ଦେଖୁ । ଆମ୍ଭେମାନେ ହିଁ ବ୍ରହ୍ମାଣ୍ଡକୁ ପରିବେଷ୍ଟିତ କରିବା ପାଇଁ ଆତ୍ମାକୁ ବିସ୍ତାର କରୁ। ଆମ ପରମ୍ପରାର ପ୍ରତ୍ୟେକ ଧାର୍ମିକ ରୀତିନୀତି ଏହି ଆହ୍ୱାନ ସହିତ ଶେଷ ହୋଇଥାଏ,  ଉଦ୍ଦେଶ୍ୟ ହେଉଛି- ବିଶ୍ୱର କଲ୍ୟାଣ ହେଉ, ଉଦ୍ଦେଶ୍ୟ ହେଉଛି-ସମସ୍ତ ପ୍ରାଣୀଙ୍କ ମଧ୍ୟରେ ସଦ୍‌ଭାବନା ରହୁ, ଏଭଳି ଉଦାର ଚିନ୍ତନ, ମାନସିକତା ବିଶ୍ୱ କଲ୍ୟାଣର ଭାବନାର ଆସ୍ଥା ସହିତ ଏଭଳି ଏକ ଉନ୍ନତ ଚିନ୍ତାଧାରା, ଯାହାର ଆମର ସଭ୍ୟତା, ଆମର ପରମ୍ପରାର ସହଜ, ସ୍ୱଭାବ ଅଟେ । ଆମର ଆଧ୍ୟାତ୍ମବାଦଆମକୁ କେବଳ ଶାନ୍ତିର ଶିକ୍ଷା ଦିଏ ନାହିଁ ବରଂ ଏହାକୁ ହାସଲ କରିବା ଦିଗରେ ମାର୍ଗଦର୍ଶନ ମଧ୍ୟ କରେ । ଆତ୍ମ-ସଂଯମରୁ ଆତ୍ମ-ଜ୍ଞାନ, ଆତ୍ମ-ଜ୍ଞାନରୁ ଆତ୍ମ ସାକ୍ଷାତକାର ଏବଂ ଆତ୍ମ ସାକ୍ଷାତକାରରୁଆତ୍ମ ଶାନ୍ତି । ଏହି ମାର୍ଗରେ ଶାନ୍ତି ଶିଖର ଏକାଡେମୀର ସାଧକମାନେ ଭବିଷ୍ୟତରେ ବିଶ୍ୱ ଶାନ୍ତିର ମାଧ୍ୟମ ହେବେ। 
 

ବନ୍ଧୁଗଣ, 
ବିଶ୍ୱ ଶାନ୍ତି ଅଭିଯାନରେ ବ୍ୟବହାରିକ ନୀତି ଏବଂ କାର୍ଯ୍ୟ ଭଳି ଚିନ୍ତାଧାରା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଭାରତ ଆଜି ଏହି ଦିଗରେ ନିଜର ଭୂମିକାକୁ ପୂର୍ଣ୍ଣ ନିଷ୍ଠାର ସହ ନିର୍ବାହ କରିବା ପାଇଁ ଆନ୍ତରିକତାର ସହ ପ୍ରୟାସ କରୁଛି। ଆଜି ଯେତେବେଳେ ବିଶ୍ୱର ଯେକୌଣସି ସ୍ଥାନରେ ସଙ୍କଟ ଆସିଥାଏ, କୌଣସି ବିପର୍ଯ୍ୟୟ ଆସିଥାଏ, ସେତେବେଳେ ଭାରତ ଏକ ବିଶ୍ୱସ୍ତ ସାଥୀ ଭାବରେ ସାହାଯ୍ୟ କରିବାକୁ ପ୍ରଥମେ ଆଗକୁ ବଢିଥାଏ ଏବଂ ତୁରନ୍ତ ସାହାଯ୍ୟ ପାଇଁ ପହଞ୍ଚିଥାଏ । ଭାରତ ବିଶ୍ୱର ପ୍ରଥମେ ସହଯୋଗର ହାତ ବଢାଇଥାଏ ।
ବନ୍ଧୁଗଣ, 
ପରିବେଶ ସହ ଜଡ଼ିତ ଆହ୍ୱାନଗୁଡ଼ିକ ମଧ୍ୟରେ ଭାରତ ସମଗ୍ର ବିଶ୍ୱରେ ପ୍ରକୃତି ସଂରକ୍ଷଣ ପାଇଁ ଆଜି ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି। ପ୍ରକୃତି ଆମକୁ ଯାହା ପ୍ରଦାନ କରିଛି, ଆମେ ତାହାର ସଂରକ୍ଷଣ ଏବଂ ପୋଷଣ କରିବା ନିହାତି ଜରୁରୀ। ଏହା କେବଳ ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ଆମେ ପ୍ରକୃତି ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଯାପନ କରିବା ଶିଖିବୁ। ଆମର ଶାସ୍ତ୍ର ଏବଂ ଆମର ସୃଷ୍ଟିକର୍ତ୍ତା ପ୍ରଜାପିତା ଆମକୁ ଏହା ଶିଖାଇଛନ୍ତି। ଆମେ ନଦୀଗୁଡ଼ିକୁ ମା’ ଭାବରେ ବିବେଚନା କରୁ, ଆମେ ଜଳକୁ ଦେବତା ଭାବରେ ମାନି ଥାଉ ଏବଂ ଉଦ୍ଭିଦରେ ଆମେ ଭଗବାନଙ୍କୁ ଦର୍ଶନ କରିଥାଉ। ଏହି ଭାବନା ଦ୍ୱାରା ପରିଚାଳିତ, ପ୍ରକୃତି ଏବଂ ଏହାର ସମ୍ବଳର ଉପଯୋଗ, ଏହା ପ୍ରକୃତିରୁ କିଛି ନେବାର ଇଚ୍ଛା ଭାବନା  ନୁହେଁ, ବରଂ ତାକୁ ଫେରସ୍ତ କରିବାର ମାନସିକତା, ଆଜି ଏହି ଜୀବନଶୈଳୀ ବିଶ୍ୱକୁ ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଆଶ୍ୱସ୍ତିର ଭାବନା ପ୍ରଦାନ କରିଥାଏ। 
 

ବନ୍ଧୁଗଣ,
ଭାରତ ଆଜି ମଧ୍ୟ ଭବିଷ୍ୟତ ପ୍ରତି ନିଜର ଦାୟିତ୍ୱକୁ ବୁଝିଥାଏ, ଏବଂ  ତାକୁ ପାଳନ ମଧ୍ୟ କରିଥାଏ। ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରୀଡ ଭଳି ଭାରତର ପଦକ୍ଷେପ, ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ ଭଳି ପରିକଳ୍ପନା ବିଶ୍ୱକୁ ଏକାଠି କରୁଛି। ଭାରତ ମିଶନ ଏଲଆଇଏଫଇ. ମଧ୍ୟ ଆରମ୍ଭ କରିଛି, ଯାହା ଭୂ-ରାଜନୈତିକ ସୀମାକୁ ଅତିକ୍ରମ କରି ସମଗ୍ର ମାନବତାର କଲ୍ୟାଣ ପାଇଁ କାର୍ଯ୍ୟ କରୁଛି।
 

ବନ୍ଧୁଗଣ, 
ସମାଜକୁ ନିରନ୍ତର ସଶକ୍ତ କରିବାରେ ବ୍ରହ୍ମକୁମାରୀ ଭଳି ଅନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୋର ବିଶ୍ୱାସ ଯେ ଶାନ୍ତି ଶିଖର ଭଳି ପ୍ରତିଷ୍ଠାନ ଭାରତର ପ୍ରୟାସକୁ ନୂଆ ଶକ୍ତି ପ୍ରଦାନ କରିବ ଏବଂ ଏହି ଅନୁଷ୍ଠାନରୁ ଯେଉଁ ଶକ୍ତି ବାହାରିବ, ତାହା ସମଗ୍ର ଦେଶ ତଥା ବିଶ୍ୱର କୋଟି କୋଟି ଲୋକଙ୍କୁ ବିଶ୍ୱ ଶାନ୍ତିର ବିଚାରଧାରା  ସହିତ ଯୋଡ଼ି ଦେବ। ପ୍ରଧାନମନ୍ତ୍ରୀ ହେବା ପରଠାରୁ ମୁଁ ବିଶ୍ୱର ଅନେକ ସ୍ଥାନକୁ ଯାତ୍ରା କରିଛି ଏବଂ ମୁଁ ଗୋଟିଏ ବି ଦେଶକୁ ମନେ ପକାଇ ପାରୁନାହିଁ, ତାହା ବିମାନ ବନ୍ଦରରେ ହେଉ କିମ୍ବା କୌଣସି କାର୍ଯ୍ୟକ୍ରମ ସ୍ଥଳ, ଯେଉଁଠାରେ ମୁଁ ବ୍ରହ୍ମକୁମାରୀମାନଙ୍କ ସଦସ୍ୟମାନଙ୍କୁ ଭେଟି ନାହିଁ, କିମ୍ବା ଯେଉଁଠାରେ ସେମାନଙ୍କ ଶୁଭେଚ୍ଛା ମୋ ସହିତ ନାହିଁ। ଏପରି ଗୋଟିଏ ବି ଉଦାହରଣ ନାହିଁ। 
 

ଏବଂ ଏଥିରେ ମୋତେ ଆପଣାପଣର ଅନୁଭବ ହୋଇଥାଏ, କିନ୍ତୁ ଆପଣଙ୍କ ଶକ୍ତିର ମଧ୍ୟ ଆକଳନ କରିପାରିଥାଏ । କାରଣ ମୁଁ ଶକ୍ତିର ପୂଜାରୀ। ଆପଣମାନେ ମୋତେ ଏହି ପବିତ୍ର ଶୁଭ ଅବସରରେ ଆସି ଆପଣମାନଙ୍କ ମଧ୍ୟରେ ରହିବାର ସୁଯୋଗ ଦେଲେ ସେଥିପାଇଁ  ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି । କିନ୍ତୁ ଯେଉଁ ସ୍ୱପ୍ନକୁ ନେଇ ଆପଣ ଚାଲିଛନ୍ତି, ସେ ସ୍ୱପ୍ନ ନୁହେଁ, ତାକୁ ମୁଁ ସବୁବେଳେ ଅନୁଭବ କରିଛି, ଆପଣଙ୍କର ସେହି ସଂକଳ୍ପ ରହିଛି, ଏବଂ ମୋତେ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହ ଆପଣଙ୍କ ସଂକଳ୍ପଗୁଡିକୁ ପୂରଣ କରିବାକୁ ହେବ । ଏହି ଭାବନା ସହିତ, ମୁଁ ପୁଣି ଥରେଆପଣ ସମସ୍ତଙ୍କୁ ‘ଶାନ୍ତି-ଶିଖରଏକାଡେମୀ ଫର ଏ ପିସ୍‌ଫୁଲ ୱାଲ୍‌ଡ‘ ପାଇଁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି। 
ବହୁତ-ବହୁତ ଶୁଭକାମନା ଜଣାଉଛି । 
ବହୁତ-ବହୁତ ଧନ୍ୟବାଦ।
ଓମ୍ ଶାନ୍ତି!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Three Chemical parks to be set up under BHAVYA-Rasayan scheme

Media Coverage

Three Chemical parks to be set up under BHAVYA-Rasayan scheme
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets everyone on the occasion of Ashadhi Ekadashi
July 25, 2026

Prime Minister Shri Narendra Modi today conveyed his greetings on the sacred occasion of Ashadhi Ekadashi. He noted that this auspicious day is about the eternal message of devotion and compassion.

Shri Modi prayed that Bhagwan Vitthal’s blessings bring joy, harmony and prosperity, and guide everyone towards a better society. The Prime Minister also wished that He may strengthen our resolve to serve and work tirelessly for the welfare and dignity of every person.

In a series of posts on X, the Prime Minister shared: 

"Greetings on the sacred occasion of Ashadhi Ekadashi. This auspicious day is about the eternal message of devotion and compassion. May Bhagwan Vitthal’s blessings bring joy, harmony and prosperity and guide us towards a better society. May He strengthen our resolve to serve and work tirelessly for the welfare and dignity of every person."

"आषाढी एकादशीच्या पवित्र पर्वानिमित्त हार्दिक शुभेच्छा. हा मंगलमय दिवस भक्ती, करुणा आणि सामाजिक सलोख्याचा चिरंतन संदेश देणारा आहे. भगवान विठ्ठलाचे आशीर्वाद आपल्या सर्वांच्या आयुष्यात आनंद, सलोखा आणि समृद्धी घेऊन येवो, हीच कामना. समाजातील प्रत्येक व्यक्तीच्या कल्याणासाठी आणि सन्मानासाठी अविरत कार्य करण्याचा आपला संकल्प अधिक दृढ होवो, हीच विठ्ठल चरणी प्रार्थना."