Lays Foundation Stone for various projects under Integrated Development of Kevadia
Flags-off Ekta Cruise Service to the Statue of Unity

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେୱଡିଆଠାରେ ସର୍ଦ୍ଦାର ବଲ୍ଲାଭବାଇ ପଟେଲ ପ୍ରାଣୀ ଉଦ୍ୟାନ ଓ ବୃତ ଗମ୍ଭୁଜ ପକ୍ଷୀଶାଳା (ଜିଓଡେସିକ ଆଭିଆରି ଡୋମ) ଉଦଘାଟନ କରିଛନ୍ତି । କେୱଡିଆ ସମନ୍ଵିତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ସେ 17ଟି ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ 4ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ନାଭିଗେସନ ଚାନେଲ, ନୂତନ ଗୋରା ସେତୁ, ଗରୁଡେଶ୍ଵର ବନ୍ଧ, ସରକାରୀ ଆବାସ, ବସ ୱେ ଟର୍ମିନାଲ, ଏକତା ନର୍ସରୀ, ଖାଲୁୱାନି ପରିବେଶ ପର୍ଯ୍ୟଟନ, ଟ୍ରାଇବାଲ ହୋମ ଷ୍ଟେ ଇତ୍ୟାଦି ଅନ୍ତର୍ଭୁକ୍ତ । ସେ ଏକତାର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକତା କୃଜ ସେବାର ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

 

ଜଙ୍ଗଲ ସଫାରି ଏବଂ ବୃତ ଗମ୍ଭୁଜ ପକ୍ଷୀଶାଳା

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଏହି ସୁଉଚ୍ଚ ଗମ୍ଭୁଜ ପକ୍ଷୀ ବିଶାରଦମାନଙ୍କ ପାଇଁ ବିଶେଷ ସହାୟକ ହେବ । କେୱଡିଆକୁ ଆସନ୍ତୁ, ପକ୍ଷୀଶାଳା ପରିଦର୍ଶନ କରନ୍ତୁ, ଯାହାକି ଜଙ୍ଗଲ ସଫାରିର ଏକ ଅଂଶବିଶେଷ । ଏଥିରୁ ଅନେକ କିଛି ଅଭିଜ୍ଞତା ହାସଲ ହୋଇପାରିବ” ।

ବିଭିନ୍ନ ଖଣ୍ଡରେ ବିଭକ୍ତ ଏହି ଜଙ୍ଗଲ ସଫାରି ଓ ପ୍ରାଣୀ ଉଦ୍ୟାନ 375 ଏକର ପରିମିତ ଜାଗା ଉପରେ ପ୍ରତିଷ୍ଠା କରାଯାଇଛି । 29 ରୁ 180 ମିଟର ପର୍ଯ୍ୟନ୍ତ ଏଥିରେ 7ଟି ସ୍ତର ରହିଛି । 1100 ପ୍ରଜାତିର ପଶୁପକ୍ଷୀ ଏବଂ 5 ଲକ୍ଷ ବୃକ୍ଷରାଜି ରହିଛି । ସବୁଠାରୁ କମ ସମୟ ମଧ୍ୟରେ ଏହି ସଫାରି ବିକଶିତ କରାଯାଇଛି । ଏହି ପ୍ରାଣୀ ଉଦ୍ୟାନରେ ଦୁଇଟି ପକ୍ଷୀ ପର୍ଯ୍ୟବେକ୍ଷଣ କେନ୍ଦ୍ର ରହିଛି । ଗୋଟିଏ ଦେଶୀୟ ଓ ଅନ୍ୟଟି ବହିରାଗତ ପକ୍ଷୀ ପାଇଁ ଉଦ୍ଦିଷ୍ଟ । ଏହା ବିଶ୍ଵର ସର୍ବବୃହତ ପକ୍ଷୀ ପର୍ଯ୍ୟବେକ୍ଷଣ କେନ୍ଦ୍ର । ଏହି ପକ୍ଷୀଶାଳାରେ ମାକାଓ, କୁମ୍ଭାଟୁଆ, ଠେକୁଆ ଓ ଗୋଏନା ଘୁଷୁରି ଭଳି ପଶୁପକ୍ଷୀମାନଙ୍କୁ ଦେଖି ପାରିବେ ।

 

ଏକତା କୃଜ ସେବା

ଏକତା କୃଜ ସେବା ଜରିଆରେ ଏକ ଡଙ୍ଗା ଯୋଗେ ଏକତାର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରାୟ 6 କିଲୋମିଟର ରାସ୍ତା ଶ୍ରେଷ୍ଠ ଭାରତ ଭବନ ପର୍ଯ୍ୟନ୍ତ ଯାତ୍ରା କରିହେବ । ପ୍ରାୟ 200 ଯାତ୍ରୀଙ୍କୁ ନେଇ ଏହି ଡଙ୍ଗା 40 ମିନିଟ ମଧ୍ୟରେ ସେଠାରେ ପହଞ୍ଚିପାରିବ। ଏହି ନୌକା ସେବା ପାଇଁ ଗୋରା ସେତୁ ସ୍ଵତନ୍ତ୍ର ଭାବେ ନିର୍ମାଣ କରାଯାଇଛି । ଏକତାର ପ୍ରତିମୂର୍ତ୍ତିକୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ଜଳସେବା ଆରମ୍ଭ କରାଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win