“ଆମେ ଅମୃତ କାଳକୁ କର୍ତ୍ତବ୍ୟ କାଳ ଭାବେ ନାମିତ କରିଛୁ ।” ଆମ ଶପଥ ମଧ୍ୟରେ ରହିଛି ଆମର ଆଧ୍ୟାତ୍ମିକ ମୂଲ୍ୟବୋଧର ଦିଗଦର୍ଶନ ଓ ଭବିଷ୍ୟତ ନିମନ୍ତେ ସଂକଳ୍ପ
“ଆଧ୍ୟାତ୍ମିକ ମହତ୍ତ୍ୱ ବା ସ୍ଥାନଗୁଡ଼ିକର ପୁନରୁଦ୍ଧାରରେ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଅଗ୍ରଣୀ ରହିଛି ଭାରତ”
“ସମାଜର ପ୍ରତ୍ୟେକ ଶ୍ରେଣୀର ଅବଦାନ ଫଳରେ ଦେଶରେ ଅବସ୍ଥାନ୍ତର ଘଟିଛି”
“ଭାରତରେ ହଜାର ହଜାର ବର୍ଷ ଧରି ସମସ୍ତ ମୁନୀ ଋଷିଗଣ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହକୁ ଋଦ୍ଧିମନ୍ତ କରିଛନ୍ତି”
“ଭାରତ ଭଳି ଦେଶରେ ଧାର୍ମିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକ ସଦାସର୍ବଦା ସମାଜ କଲ୍ୟାଣର କେନ୍ଦ୍ରବିନ୍ଦୁ ରହି ଆସିଛନ୍ତି”
“ସତ୍ୟସାଇ ଜିଲ୍ଲାକୁ ସମ୍ପୂର୍ଣ୍ଣ ଡିଜିଟାଲ କରିବାକୁ ଆମେ ସଂକଳ୍ପ ନେବା ଆବଶ୍ୟକ”
“ଭାରତ ସ୍ଥାୟୀ ଓ ନିରନ୍ତର ଜୀବନ ଶୈଳୀ ଓ ପରିବେଶ କ୍ଷେତ୍ରରେ ନେତୃତ୍ୱ ନେଉଥିବା ବେଳେ ସତ୍ୟସାଇ ନ୍ୟାସ ଭଳି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନମାନେ ଏ ଦିଗରେ ବିରାଟ ଭୂମିକା ଗ୍ରହଣ କରିପାରିବେ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୭.୨୦୨୩) ଆନ୍ଧ୍ର ପ୍ରଦେଶର ପୁଟପର୍ତ୍ତୀ ଠାରେ ସାଇ ହୀରା ବୈଶ୍ୱିକ ଅଧିବେଶନ କେନ୍ଦ୍ରକୁ ଆଭାସୀ ଜରିଆରେ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ସମାରୋହରେ ବିଶ୍ୱର ଅନେକ ବିଶିଷ୍ଟ ବ୍ୟକ୍ତି ଓ ଭକ୍ତମାନେ ଉପସ୍ଥିତ ଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ପାଇଁ ସେ ସ୍ୱୟଂ ଉପସ୍ଥିତ ରହିପାରିଲେ ନାହିଁ ବୋଲି କହିଥିଲେ । “ଶ୍ରୀ ସତ୍ୟସାଇ ବାବାଙ୍କ ଆଶୀର୍ବାଦ ଓ ପ୍ରେରଣା ଆମ ସହ ଆଜି ରହିଛି” ବୋଲି କହି ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କର ଅଭିଯାନ ଆଜି ସମ୍ପ୍ରସାରିତ ହେବାରେ ଲାଗିଛି । ଦେଶ ତାଙ୍କ ନାମାନୁସାରେ ଏକ ନୂତନ ଅଧିବେଶନ କେନ୍ଦ୍ର ପାଇଛି ବୋଲି କହିଥିଲେ । ନୂତନ କେନ୍ଦ୍ର ଏକ ଆଧ୍ୟାତ୍ମିକତା ଓ ଆଧୁନିକତାର ମିଶ୍ରଣ ପାଇବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ପ୍ରକଟ କରିଥିଲେ । ସେ କହିଥିଲେ ଯେ ସେ ଏହି କେନ୍ଦ୍ରରେ ସାଂସ୍କୃତିକ ବିବିଧତା ଓ ପରିକଳ୍ପନାର ଏକ ବିସ୍ମୟ ଘଟିଛି ଓ ଏହା ଆଧ୍ୟାତ୍ମିକତା ଉପରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିବ ଯେଉଁଠି ବିଦ୍ୱାନ ଓ ବିଶେଷଜ୍ଞମାନେ ଏକାଠି ହେବେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ କୌଣସି ଚିନ୍ତାଧାରା କାର୍ଯ୍ୟ ଦକ୍ଷତା ଦେଖାଏ ସେତେବେଳେ ତାହା ଯଥେଷ୍ଟ ଫଳପ୍ରଦ ବୋଲି ଜଣାପଡ଼େ । ଆଜି ସାଇ ହୀରା ବୈଶ୍ୱିକ ପରିଷଦର ମଧ୍ୟ ଉତ୍ସର୍ଗ ହୋଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମର କଥାବସ୍ତୁ ଅଭ୍ୟାସ ଓ ପ୍ରେରଣାର ପ୍ରଶଂସା କରିବା ସହ ସମାଜ ମଧ୍ୟ ସଦସ୍ୟଙ୍କ ଉତ୍ତମ ଆଚରଣ ଉପରେ ଗୁରୁତ୍ୱଆରୋପ କରିବା ସହ ସମାଜ ମଧ୍ୟ ତା’ର ଅନୁପାଳନ କରିଥାଏ ବୋଲି କହିଥିଲେ । ଶ୍ରୀ ସତ୍ୟସାଇଙ୍କ ଜୀବନ ଏହାର ଜୀବନ୍ତ ଉଦାହରଣ ଅଟେ । “ଆଜି ଭାରତ ମଧ୍ୟ ନିଜର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ଆଗେଇ ଚାଲିଛି । ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବାକୁ ଅଗ୍ରସର ହେଉଥିବା ବେଳେ ଆମେ ଅମୃତ କାଳକୁ କର୍ତ୍ତବ୍ୟ କାଳ ଭାବେ ନାମିତ କରିଛୁ । ଏହିସବୁ ଶପଥ ମଧ୍ୟରେ ଆମର ଆଧ୍ୟାତ୍ମିକ ଗୁରୁମାନଙ୍କ ମାର୍ଗଦର୍ଶନ ଓ ଭବିଷ୍ୟତ ନିମନ୍ତେ ସଂକଳ୍ପ ମାନ ରହିଛି । ଏହା ଉଭୟ ବିକାଶ ଓ ଭିରାସତ ବା ଐତିହ୍ୟ ।”

ଯେଉଁଠି ଆଧ୍ୟାତ୍ମିକ ଗୁରୁତ୍ୱ ବହନକାରୀ ସ୍ଥାନଗୁଡ଼ିକର ନବୀକରଣ ଅଛି, ସେଠାରେ ଭାରତ ପ୍ରଯୁକ୍ତି ଓ ଅର୍ଥ ବ୍ୟବସ୍ଥାରେ ମଧ୍ୟ ନେତୃତ୍ୱ ନେଉଛି । ଭାରତ ବର୍ତ୍ତମାନ ବିଶ୍ୱରେ ପଞ୍ଚମ ବୃହତ ଆର୍ଥିକ ଶକ୍ତି ଥିବା ବେଳେ ତୃତୀୟ ବୃହତ୍ତମ ଷ୍ଟାର୍ଟଅପ ବାତାବରଣର ମାନ୍ୟତା ପାଇଛି । ଭାରତ ବର୍ତ୍ତମାନ ବିଶ୍ୱରେ ଡିଜିଟାଲ ପ୍ରଯୁକ୍ତି ୫-ଜି କ୍ଷେତ୍ରରେ ଅନ୍ୟମାନଙ୍କ ସହ ପ୍ରତିଯୋଗିତା କରୁଛି । ବିଶ୍ୱର ଶତକଡ଼ା ୪୦ ଭାଗ ଅନଲାଇନ ନେଣଦେଣ ଭାରତରେ ହେଉଥିବା ବେଳେ, ସମଗ୍ର ପୁଟପର୍ତ୍ତୀ ଜିଲ୍ଲାକୁ ଡିଜିଟାଲ ଅର୍ଥନୀତି ପରିସରକୁ ଆଣିବା ପାଇଁ ଭକ୍ତମାନଙ୍କୁ ନିବେଦନ କରିଥିଲେ । ଏହି ସଂକଳ୍ପକୁ ସାକାର କରିବା ନିମନ୍ତେ ସମସ୍ତେ ଏକତ୍ରିତ ହେଲେ ଶ୍ରୀ ସତ୍ୟସାଇ ବାବାଙ୍କ ପରବର୍ତ୍ତୀ ଜନ୍ମବାର୍ଷିକୀ ସୁଦ୍ଧା ସମଗ୍ର ଜିଲ୍ଲା ଡିଜିଟାଲ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । 

“ଦେଶରେ ପରିଲକ୍ଷିତ ଅବସ୍ଥାନ୍ତର ପ୍ରତ୍ୟେକ ସାମାଜିକ ଶ୍ରେଣୀର ଅବଦାନର ପରିଣାମ” ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରି ବୈଶ୍ୱିକ ସଂଗଠନ ଭଳି ପରିଷଦ ଦେଓ ଓ ବିଦେଶକୁ ଜାଣିଥିବାରୁ ଖୁବ ଦକ୍ଷତାପୂର୍ଣ୍ଣ ବୋଲି କହିଥିଲେ। ପ୍ରାଚୀନ ଧର୍ମଗ୍ରନ୍ଥର ନଜିର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁନି ଋଷିମାନେ ପ୍ରବହମାନ ଜଳଧାରା ସଦୃଶ ଓ ସେମାନେ କେବେ ହେଲେ ନିଜର ଭାବନାର ଅନ୍ତ ଘଟାନ୍ତି ନାହିଁ କିମ୍ବା ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ବିରାମ ଦିଅନ୍ତୁ ନାହିଁ । “ମୁନି ଋଷିମାନଙ୍କ ଜୀବନର ସଂଜ୍ଞା ସେମାନଙ୍କ ଅବିଶ୍ରାନ୍ତ ସାଧନା ଦ୍ୱାରା ହୋଇଥାଏ ବୋଲି ଶ୍ରୀ ମୋଦୀ କହିଥିଲେ । ସେ କହିଥିଲେ ଯେ ଜଣେ ସନ୍ଥଙ୍କର ଜନ୍ମ ସ୍ଥାନ ଅନୁସାରେ ତାଙ୍କ ଅନୁଗାମୀମାନଙ୍କ ଜୀବନ ହୁଏ ନାହିଁ । ଭକ୍ତମାନଙ୍କ ନିମନ୍ତେ ଜଣେ ପ୍ରକୃତ ସନ୍ଥ ସେମାନଙ୍କ ପ୍ରକୃତ ନିଜର ହୋଇଥାଏ ଓ ସେମାନଙ୍କ ବିଶ୍ୱାସ ଓ ସଂସ୍କୃତିର ପ୍ରତିନିଧି ଭାବେ କାର୍ଯ୍ୟ କରିଥାନ୍ତି । ହଜାର ହଜାର ବର୍ଷ ଧରି ଭାରତରେ ସନ୍ଥଗଣ ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରେରଣା ଦେଇ ଆସିଛନ୍ତି । ଯଦିଓ ଶ୍ରୀ ସତ୍ୟସାଇ ବାବା ପୁଟପର୍ତ୍ତୀରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ଅନୁଗାମୀମାନେ ବିଶ୍ୱବ୍ୟାପୀ ରହିଛନ୍ତି ଓ ତାଙ୍କର ଆଶ୍ରମ ଓ ଅନୁଷ୍ଠାନ ଭାରତର ସବୁ ରାଜ୍ୟରେ ରହିଛି । ସମସ୍ତ ଭକ୍ତ ପ୍ରଶାନ୍ତି ନିଳୟମ୍ ସହ ଭାଷା ଓ ସଂସ୍କୃତି ନିର୍ବିଶେଷରେ ଯୋଡ଼ି ହୋଇଥିଲେ ମଧ୍ୟ ଏହି ଆଶା ଭାରତକୁ ଏକତା ରଜ୍ଜୁରେ ବାନ୍ଧି ରଖିଛି ଓ ଏହାକୁ ଅମର କରିଛି ।

ପ୍ରଧାନମନ୍ତ୍ରୀ ସେବା ଶକ୍ତି ଦୃଷ୍ଟିକୋଣରୁ ସତ୍ୟସାଇଙ୍କୁ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ କୃତଜ୍ଞତାର ସହ ତାଙ୍କୁ ସ୍ମରଣ କରି କିପରି ସତ୍ୟସାଇଙ୍କ ଆଶୀର୍ବାଦ ଯୋଗୁ ତାଙ୍କ ସହ କଥାବାର୍ତ୍ତାର ସୁଯୋଗ ପାଇଥିବା ଘଟଣାକୁ ମନେ ପକାଇଥିଲେ ।

ଶ୍ରୀ ସତ୍ୟସାଇ କିପରି ଅତି ସହଜରେ ଗଭୀର ସଂଦେଶମାନ ଦେଉଥିଲେ ଶ୍ରୀ ମୋଦୀ ତାହାର ସ୍ମରଣ କରିଥିଲେ । ସେ କିପରି ଅନନ୍ତ କାଳର ସଂଦେଶ “ସମସ୍ତଙ୍କୁ ଭଲପାଅ, ସମସ୍ତଙ୍କ ସେବା କର”, “ସାହାଯ୍ୟ କର, କେବେ ବି କାହାକୁ ଆଘାତ ଦିଅନାହିଁ”, “କମ କଥା ବେଶୀ କାମ, ପ୍ରତ୍ୟେକ ଅଭିଜ୍ଞତା ଏକ ଶିକ୍ଷା- ପ୍ରତ୍ୟେକ କ୍ଷତି ଏକ ଲାଭ” ସ୍ମରଣ କରିଥିଲେ । ଏହିସବୁ ବାଣୀର ସମ୍ବେଦନଶୀଳତା ଓ ଗଭୀର ଦାଶର୍ନିକ ତତ୍ତ୍ୱ ରହିଛି ପ୍ରଧାନମନ୍ତ୍ରୀ ତାହାର ଅବତାରଣା କରିଥିଲେ । ଗୁଜରାଟ ଭୂମିକମ୍ପ ବେଳେ ତାଙ୍କର ମାର୍ଗଦର୍ଶନର ଶ୍ରୀ ମୋଦୀ ସ୍ମରଣ କରିଥିଲେ । ଶ୍ରୀ ମୋଦୀ ସତ୍ୟସାଇଙ୍କ ଗଭୀର ଅନୁକମ୍ପାର ଆଶୀର୍ବାଦ ସ୍ମରଣ କରିବା ସହ ତାଙ୍କ ପାଇଁ ମାନବତାର ସେବା ହିଁ ଈଶ୍ୱର ସେବା ଥିଲା ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଭଳି ଦେଶରେ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକ ସବୁବେଳେ ସମାଜ କଲ୍ୟାଣର କେନ୍ଦ୍ର ହୋଇ ରହିଛନ୍ତି । ଆମେ ଯେତେବେଳେ ଆଜି ବିକାଶ ଓ ଐତିହ୍ୟକୁ ଅମୃତକାଳର ସଂକଳ୍ପକୁ ଗତି ଦେଉଛୁ ଶ୍ରୀ ସତ୍ୟସାଇ ଟ୍ରଷ୍ଟ ଭଳି ଅନୁଷ୍ଠାନର ଏକ ପ୍ରମୁଖ ଭୂମିକା ଏଥିରେ ରହିଛି ।

ସତ୍ୟସାଇ ଆଧ୍ୟାତ୍ମିକ ଶାଖା ବାଲବିକାଶ ଭଳି କାର୍ଯ୍ୟକ୍ରମ ଜରିଆରେ ନୂତନ ପିଢ଼ି ମଧ୍ୟରେ ସାଂସ୍କୃତିକ ଭାରତୀୟତା ସୃଷ୍ଟି କରୁଥିବାରୁ ଶ୍ରୀ ମୋଦୀ ଖୁସୀ ପ୍ରକଟ କରିଥିଲେ । ଦେଶ ଗଠନ ଓ ସମାଜକୁ ସଶକ୍ତ କରିବା ଦିଗରେ ସତ୍ୟସାଇ ଟ୍ରଷ୍ଟର ଉଦ୍ୟମ ଉପରେ ଆଲୋକପାତ କରି ପ୍ରଶାନ୍ତ ନିଲୟମରେ ହାଇଟେକ ହସ୍ପିଟାଲ, ବର୍ଷ ବର୍ଷ ଧରି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମୁକ୍ତ ଶିକ୍ଷାର ଉଦାହରଣ ଦେଇଥିଲେ । ସତ୍ୟସାଇ ସହ ସଂଶ୍ଳିଷ୍ଟ ସଂଗଠନଗୁଡ଼ିକ ଯେପରି ଉତ୍ସର୍ଗୀ ଭାବାପନ୍ନ ହୋଇ କାର୍ଯ୍ୟ କରୁଛନ୍ତି ତାର ମଧ୍ୟ ବର୍ଣ୍ଣନା କରିଥିଲେ । ଦେଶ ଯେପରି ଜଳ ଜୀବନ ମିଶନ ଜରିଆରେ ପ୍ରତ୍ୟେକ ଗ୍ରାମକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଉଛି, ସେହିପରି ସତ୍ୟସାଇ କେନ୍ଦ୍ରୀୟ ନ୍ୟାସ କିପରି ଦୂରଦୂରାନ୍ତ ଗ୍ରାମକୁ ଜଳ ଯୋଗାଉଛି ତା’ଉପରେ ଆଲୋକପାତ କରିଥିଲେ । ଜଳବାୟୁ ନେଇ ମିଶନ ଲାଇଫ ଓ ସମ୍ମାନନୀୟ ଭାରତର ଜି-୨୦ ଅଧ୍ୟକ୍ଷତା କିପରି ବୈଶ୍ୱିକ ସ୍ୱୀକୃତି ଲାଭ କରୁଛି ପ୍ରଧାନମନ୍ତ୍ରୀ ତା’ର ଅବତାରଣା କରିଥିଲେ । ସେ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ ବାର୍ତ୍ତା ଉପରେ ଆଲୋକପାତ କରିଥିଲେ । ଭାରତ ପ୍ରତି ବୃଦ୍ଧି ପାଉଥିବା ବୈଶ୍ୱିକ ଲୋକପ୍ରିୟତାର ଉଦାହରଣ ଦେଇ କିପରି ଜାତିସଂଘ ମୁଖ୍ୟାୟରେ ଅନେକ ଦେଶ ଏକାଠି ହୋଇ ଯୋଗାଭ୍ୟାସ କରିଥିଲେ ତାହାର ବର୍ଣ୍ଣନା କରିଥିଲେ । ଯୋଗ ସହ ଜନସାଧାରଣ କିପରି ଆୟୁର୍ବେଦକୁ ଗ୍ରହଣ କରି ସ୍ଥାୟୀତ୍ୱ ଓ ନିରନ୍ତର ଜୀବନ ଶୈଳୀ ଭାରତରୁ ଶିଖୁଛନ୍ତି ତାହାର ବର୍ଣ୍ଣନା କରିଥିଲେ । ନିକଟରେ ଚୋରି ଯାଇଥିବା ଏୟାରକ୍ରାଫ୍ଟର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ମଧ୍ୟ ଅବତାରଣା କରିଥିଲେ । ଭାରତର ଏହି ଉଦ୍ୟମ ଓ ନେତୃତ୍ୱ ପଛରେ ଆମର ସାଂସ୍କୃତିକ ଚିନ୍ତାଧାରା ଆମର ବୃହତ ଶକ୍ତି ହୋଇଥିବାରୁ ସତ୍ୟସାଇ ନ୍ୟାସ ଭଳି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆଗାମୀ ଦୁଇ ବର୍ଷ ମଧ୍ୟରେ ଏକ କୋଟି ବୃକ୍ଷରୋପଣ ପାଇଁ ‘ପ୍ରେମ ତରୁ’ ପଦକ୍ଷେପ ଉପରେ ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରିଥିଲେ । ବୃକ୍ଷରୋପଣ ହେଉ ବା ପ୍ଲାଷ୍ଟିକ ମୁକ୍ତ ଭାରତ ସଂକଳ୍ପ ଏହି ପଦକ୍ଷେପ ଗୁଡ଼ିକୁ ସାକାର କରିବା ପାଇଁ ସମସ୍ତେ ଆଗଭର ହୋଇ ଆସିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । ଜନସାଧାରଣ ମଧ୍ୟ ସୌରଶକ୍ତି ଓ ସ୍ୱଚ୍ଛ ଇନ୍ଧନ ପ୍ରତି ଆକୃଷ୍ଟ ହେବାକୁ ନିବେଦନ କରିଥିଲେ । 

ଆନ୍ଧ୍ରର ପ୍ରାୟ ୪୦ ଲକ୍ଷ ବିଦ୍ୟାର୍ଥୀଙ୍କୁ ସତ୍ୟସାଇ କେନ୍ଦ୍ରୀୟ ନ୍ୟାସ ଶ୍ରୀ ଅନ୍ନ ମାଣ୍ଡିଆ ଜାଉ ଖାଦ୍ୟ ପ୍ରଦାନ ପଦକ୍ଷେପକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ଶ୍ରୀ ଅନ୍ନର ଉପକାରିତା ଦୃଷ୍ଟିରୁ ଅନ୍ୟ ରାଜ୍ୟମାନେ ମଧ୍ୟ ଏହାକୁ ଗ୍ରହଣ କଲେ ସେମାନେ ଅନେକ ସୁବିଧା ପାଇବେ । “ଶ୍ରୀ ଅନ୍ନରେ ସ୍ୱାସ୍ଥ୍ୟ ନିହିତ ଓ ସମ୍ଭାବନା ମଧ୍ୟ ରହିଛି । ଆମର ସମସ୍ତ ଉଦ୍ୟମ ବୈଶ୍ୱିକ ସ୍ତରରେ ଭାରତର ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବ ଓ ଭାରତର ପରିଚୟକୁ ମଜବୁତ କରିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

“ଆମ ସମସ୍ତଙ୍କ ଉପରେ ସତ୍ୟସାଇଙ୍କ ଆଶୀର୍ବାଦ ରହିଛି । ଏହି ଶକ୍ତି ସହ ଆମେ ଏକ ବିକଶିତ ଭାରତ ନିର୍ମାଣ କରିବା ଓ ସମଗ୍ର ବିଶ୍ୱ ସେବା କରିବାକୁ ଆମର ସଂକଳ୍ପକୁ ସାକାର କରିପାରିବା” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ଶେଷ କରିଥିଲେ ।

ପୃଷ୍ଠଭୂମି:

ପୁଟପର୍ତ୍ତୀର ପ୍ରଶାନ୍ତି ନିଳୟମରେ ଶ୍ରୀ ସତ୍ୟସାଇ କେନ୍ଦ୍ରୀୟ ନ୍ୟାସ ପକ୍ଷରୁ ସାଇ ହୀରା ବୈଶ୍ୱିକ ଅଧିବେଶନ କେନ୍ଦ୍ର ନିର୍ମିତ ହୋଇଛି । ପ୍ରଶାନ୍ତି ନିଳୟମ ହେଉଛି ଶ୍ରୀ ସତ୍ୟସାଇ ବାବାଙ୍କ ମୁଖ୍ୟ ଆଶ୍ରମ । ଆଧ୍ୟାତ୍ମିକ, ସାଂସ୍କୃତିକ ବିନିମୟ ଓ ବୈଶ୍ୱିକ ସୌହାର୍ଦ୍ଦ୍ୟ ବୃଦ୍ଧି ନିମନ୍ତେ ମାନବହିତୈଷୀ ବ୍ୟକ୍ତି ଶ୍ରୀ ୟୁକୋ ହୀରା ଏହି ଅଧିବେଶନ କେନ୍ଦ୍ରକୁ ଦାନ କରିଛନ୍ତି। ବିଭିନ୍ନ ଶ୍ରେଣୀ ଓ ଗୋଷ୍ଠୀର ଜନସାଧାରଣ ଏକାଠି ହେବା ପାଇଁ ଏହି କେନ୍ଦ୍ର ଅନୁକୂଳ ବାତାବରଣ ସୃଷ୍ଟି କରିବା ସହ ଶ୍ରୀ ସତ୍ୟସାଇ ବାବାଙ୍କ ବାଣୀର ପ୍ରଚାର କରିବ । ଏହାର ବିଶ୍ୱସ୍ତରୀୟ ସୁବିଧା ଏବଂ ପୃଷ୍ଠଭୂମି ଯୋଗୁ ସମ୍ମିଳନୀ, ଆଲୋଚନା ଓ ସାଂସ୍କୃତିକ ସମାରୋହ ସୁବିଧାରେ କରାଯାଇ ପାରିବ । ଏଥିରେ ଧ୍ୟାନ ପ୍ରକୋଷ୍ଠ, ସୁନ୍ଦର ବଗିଚା ଓ ରହିବା ସୁବିଧା ମଧ୍ୟ ରହିଛି । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Budget Driving AI, Semiconductors and IT Growth

Media Coverage

India’s Budget Driving AI, Semiconductors and IT Growth
NM on the go

Nm on the go

Always be the first to hear from the PM. Get the App Now!
...
The Prime Minister Narendra Modi shares a Sanskrit Subhashitam highlighting the importance of self confidence and will power
March 02, 2026

In a message highlighting the strength of the nation's youth, the Prime Minister shared a Sanskrit Subhashitam to underscore the importance of self-confidence and will power.

The Prime Minister emphasised that the determination of Bharat’s youth power is incomparable. He noted that our young friends accomplish whatever they resolve to do, which is why the country is realizing its dreams today.

The Prime Minister shared on x;

"भारतवर्ष की युवाशक्ति का दृढ़ संकल्प अतुलनीय है। हमारे युवा साथी जो ठान लेते हैं, वो करके दिखाते हैं। यही वजह है कि आज हमारा देश अपने सपनों को साकार कर रहा है।

न वा उ मां वृजने वारयन्ते न पर्वतासो यदहं मनस्ये।

मम स्वनात् कृधुकर्णो भयात एवेदनु द्यून्किरणः समेजात्।।"

​Profound is the power of your self-confidence. Nobody can crush your self-determination. Even big obstacles of the size of a big mountain cannot obstruct your path. You are more powerful than the sun, provided you have the strength of will power.