ମଧ୍ୟପ୍ରଦେଶ, ଭୋପାଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ରେଳପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ
ଭୋପାଳରେ ରାଣୀ କମଳାପତି ପୁନର୍ବନ୍ୟାସ ରେଳଷ୍ଟେସକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ
ରେଳପଥ ଦୋହରୀକରଣ ଓ ବିଦ୍ୟୁତୀକରଣ ଉଜ୍ଜୟନୀ-ଫତେହବାଦ ଚନ୍ଦ୍ରବତୀଗଞ୍ଜ ଓସାରିଆ ସେକ୍ସନ, ଭୋପାଳ-ବାରଖେରା ସେକ୍ସନର ତୃତୀୟ ଲାଇନ, ବିଦ୍ୟୁତୀକରଣ ଓ ଓସାରିଆ ମାଖେରା-ନିମାର ଖେରୀ ତୃତୀୟ ଲାଇନ, ବିଦୁତିକରଣ ଓ ଓସାରିଆ ମାଖେଲା-ନିମାଇ ଖେରୀ ସେକ୍ସନ, ଗୁନା-ଗୋଆଲିୟର ବିଦ୍ୟୁତିକରଣ ସେକ୍ସନ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ
“ଆଜିର ଘଟଣା ଗୌରବମୟ ଇତିହାସ ଓ ସମୃଦ୍ଧ ଆଧୁନିକ ଭାରତ ସଂଗମର ପ୍ରତୀକ”
“ଯେତେବେଳେ ଦେଶ ନିଷ୍ଠାପର ଭାବେ ସଂକଳ୍ପଗୁଡିକୁ ବାସ୍ତବରେ ପରିଣତ କରିବାକୁ ଚାହେଁ ସେତେବେଳେ ବିକାଶ ପରିବର୍ତନ ଘଟାଏ ଓ ଆମେ ଏହା ଗତ କିଛି ବର୍ଷ ହେବ ଦେଖି ଆସୁଛୁ”
“ଯେଉଁ ସୁବିଧା ଆଗରୁ କେବଳ ବିମାନଘାଟୀରେ ଉପଲବ୍ଧ ହେଉଥିଲା ତାହା ଆଜି ରେଳ ଷ୍ଟେସନରେ ମିଳୁଛି”
ଉଜ୍ଜୟିନୀ ଓ ଇନ୍ଦୋର ମଧ୍ୟରେ ଦୁଇଟି ନୂତନ ମେମୁ ଟ୍ରେନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ
“ଆମେ ସୁନିଶ୍ଚିତ କରୁଛୁ ପ୍ରକଳ୍ପଗୁଡିକ ଯେପରି ବିଳମ୍ବିତ ନ ହୁଏ ବା ସେଥିରେ କୌଣସି ବାଧାବିଘ୍ନ ନ ଆସେ । ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟରପ୍ଲାନ ଏହି ସଂକଳ୍ପ ବାସ୍ତବତାରେ ପରିଣତ ପାଇଁ ଦେଶକୁ ସାହାଯ୍ୟ କରିବ”

     

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୧୫-୧୧-୨୧) ମଧ୍ୟପ୍ରଦେଶର ଭୋପାଳଠାରେ ବିଭିନ୍ନ ରେଳପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ସେ ପୁନଃ ବିକଶିତ ରାଣୀ କମଳାପତି ରେଳଷ୍ଟେସନକୁ ମଧ୍ୟ ଭୋପାଳଠାରେ ଦେଶପାଇଁ ଉତ୍ସର୍ଗ କରିଛନ୍ତି । ଏହାଛଡା ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ରେଳବାଇ ଦ୍ୱାରା ବିକଶିତ ଅନ୍ୟ କେତେକ ପ୍ରକଳ୍ପକୁ ମଧ୍ୟ ଲୋକାର୍ପିତ କରିଛନ୍ତି । ସେଗୁଡିକ ମଧ୍ୟରେ ରେଳପଥ ପ୍ରଶସ୍ତିକରଣ ଓ ବିଦ୍ୟୁତିକରଣ ଉଜ୍ଜୟନୀ-ଫିତେହବାଦ-ଚନ୍ଦ୍ରବତୀଗଞ୍ଜ ଓସାରିଆ ସେକ୍ସନ, ଭୋପାଳ-ବାରଖେର ସେକ୍ସନ ତୃତୀୟ ଲାଇନ, ମାଥେଲା-ନିମାରଖେରୀ ରେଳପଥ ପ୍ରଶସ୍ତୀକରଣ ସେକ୍ସନ, ଗୁନା-ଗୋଆଲିୟର ବିଦ୍ୟୁତିକରଣ ସେକ୍ସନ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଉଜ୍ଜୟିନୀ-ଇନ୍ଦୋର ଏବଂ ଇନ୍ଦୋର-ଉଜ୍ଜୟିନୀ ମଧ୍ୟରେ ଦୁଇଟି ନୂତନ ମେମୁ ଟ୍ରେନ ଚଳାଚଳ ମଧ୍ୟ ଶୁଭାରମ୍ଭ କରିଥିଲେ । ମଧ୍ୟପ୍ରଦେଶ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ ।

 ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନେପାଳର ଐତିହାସିକ ରେଳଷ୍ଟେସନର ନବକଳେବର କେବଳ ହୋଇନାହିଁ, ବରଂ ରାଣୀ କମଳପତିଜୀଙ୍କ ନାମରେ ନାମିତ ହୋଇ ଏହାର ଗୁରୁତ୍ୱ ଆହୁରି ବଢିଯାଇଛି । ଆଜି ଭାରତୀୟ ରେଳବାଇର ଗର୍ବ ଗଣ୍ଡୱାନାର ଗର୍ବ ସହ ମିଶିଯାଇଛି । ଆଧୁନିକ ରେଳ ପ୍ରକଳ୍ପଗୁଡିକର ଲୋକାର୍ପଣ ଗୌରବମୟ ଇତିହାସ ଓ ସମୃଦ୍ଧ ଭାରତୀୟ ଭବିଷ୍ୟତରେ ଏକ ସଂଗମ ଘଟିଛି । ସେ ମଧ୍ୟ ଜନଜାତୀୟ ଗୌରବ ଦିବସ ଅବସରରେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ପ୍ରକଳ୍ପଗୁଡିକ ମଧ୍ୟ ପ୍ରଦେଶବାସୀଙ୍କୁ ଅନେକ ସୁବିଧା ଦେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଭାରତୀୟ ରେଳବାଇର କିପରି  ପରିବର୍ତ୍ତନ ଘଟୁଛି ସେ ସ୍ୱପ୍ନ କିପରି ସତ୍ୟରେ ପରିଣତ ହେଉଛି  ରେଳବାଇ ତାହାର ଦୃଷ୍ଟାନ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଛଅ ସାତବର୍ଷ ଆଗକୁ ଯିଏ ବି ରେଳବାଇ ସହ ସମ୍ପର୍କରେ ଆସୁଥିଲା, ତାକୁ ଅଭିଶାପ ଦେଉଥିଲା । ପରିସ୍ଥିତି ଯେ ବଦଳିବ ଜନସାଧାରଣ ସେ ଆଶା ଛାଡି ଦେଉଥିଲେ । ମାତ୍ର ଦେଶ ଯେତେବେଳେ ନିଷ୍ଠାପର ଭାବେ ସଂକଳ୍ପଗୁଡିକୁ ବାସ୍ତବ ରୂପ ଦେବା ପାଇଁ ବସେ ଯେତେବେଳେ ଉନ୍ନତି ଆସି ପରିବର୍ତ୍ତନ ଘଟେ । ଯାହା ଆମେ ଗତ କିଛିବର୍ଷ ମଧ୍ୟରେ ଦେଖି ଆସୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶର ପ୍ରଥମ ଆଇଏସ୍‌ଓ ପ୍ରମାଣିତ ତଥା ପ୍ରଥମ ପିପିପି  ମଡେଲ ରେଳଷ୍ଟେସନ ଯଥା ରାଣୀ କମଳାପତି ରେଳଷ୍ଟେସନ ଦେଶ ପାଇଁ ଲୋକାର୍ପିତ ହୋଇଛି । ଯେଉଁ ସୁବିଧା ସୁଯୋଗ କେବଳ ବିମାନବନ୍ଦରରେ ମିଳୁଥିଲା  ତାହା ଏବେ ରେଳଷ୍ଟେସନରେ ଉପଲବ୍ଧ ହେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତ କେବଳ ରେକର୍ଡ ପୁଞ୍ଜିବିନିଯୋଗ ଆଧୁନିକ ଭିତ୍ତିଭୂମି କ୍ଷେତ୍ରରେ କରୁନାହିଁ ଯେପରି ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ନ ହେବ ତାହା ମଧ୍ୟ ସୁନିଶ୍ଚିତ  କରୁଛି । ନିକଟରେ ଆରମ୍ଭ କରାଯାଇଥିବା ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଏହି ସଂକଳ୍ପଗୁଡିକୁ ସାକାର କରିବାରେ ବେଶ୍ ସହାୟକ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିନ ଥିଲା ଯେତେବେଳେ ରେଳବାଇ ଭିତ୍ତିଭୂମି ପ୍ରକଳ୍ପର ଚିଠା ଡ୍ରଇଁବୋର୍ଡରୁ ଭୂମିକୁ ଆସିବାକୁ ବର୍ଷ ବର୍ଷ ଲାଗି ଯାଉଥିଲା । ଆଜି କିନ୍ତୁ ଭାରତୀୟ ରେଳବାଇ ନୂତନ ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବା ସହ ଠିକ୍ ସମୟ ସୀମା ମଧ୍ୟରେ ମଧ୍ୟ ସମ୍ପୂର୍ଣ୍ଣ କରୁଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ରେଳବାଇ ଆଜି କେବଳ ଦୂରତ୍ୱକୁ ସଂଯୋଗ କରୁନାହିଁ, ବରଂ ଏହା ଦେଶର ସଂସ୍କୃତି, ପର୍ଯ୍ୟଟନ, ଓ ତୀର୍ଥଯାତ୍ରାକୁ ମଧ୍ୟ ସଂଯୋଗ କରୁଛି । ସ୍ୱାଧୀନତାର ଅନେକ ଯୁଗ ପରେ ପ୍ରଥମ ଥର ପାଇଁ ଭାରତୀୟ ରେଳବାଇର ଏହି ସାମର୍ଥ୍ୟକୁ ବିସ୍ତୃତଭାବେ ଅନୁଧ୍ୟାନ କରାଯାଉଛି । ପୂର୍ବରୁ ରେଳବାଇକୁ ଯଦିଓ ପର୍ଯ୍ୟଟନ ପାଇଁ ବ୍ୟବହାର କରାଯାଉଥିଲା ଏହା କେବଳ ଖୁବ୍ ସୀମିତ ଥିଲା । ମାତ୍ର ପ୍ରଥମ ଥର ନିମନ୍ତେ ସାଧାରଣ ନାଗରିକ ପର୍ଯ୍ୟଟନ ଓ ତୀର୍ଥଯାତ୍ରାର ଆଧ୍ୟାତ୍ମିକ ଅଭିଜ୍ଞତା ହାସଲ କରୁଛି ଖୁବ୍ ସ୍ପଳ୍ପ ଖର୍ଚ୍ଚରେ ‘ରାମାୟଣ ସର୍କିଟ ଟ୍ରେନ’ ଏ ଦିଗରେ ଅଭିନବ ପଦକ୍ଷେପ  ।

 ପରିବର୍ତ୍ତନର ଏହି ଆହ୍ୱାନକୁ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ରେଳବାଇକୁ ସାଧୁବାଦ ଜଣାଇଥିଲେ ।

     

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour