“କେଉଁ ପରିସ୍ଥିତିରେ ସୋମନାଥ ମନ୍ଦିର ନଷ୍ଟ ହୋଇଯାଇଥିଲା ଏବଂ କେଉଁ ପରିସ୍ଥିତିରେ ସର୍ଦ୍ଦାର ପଟେଲଙ୍କ ଉଦ୍ୟମରେ ମନ୍ଦିରର ନବୀକରଣ ହୋଇଥିଲା, ଉଭୟ ଏକ ବଡ ବାର୍ତ୍ତା ଦେଇଛି”
“ଆଜି ପର୍ଯ୍ୟଟନ କେନ୍ଦ୍ରର ବିକାଶ କେବଳ ସରକାରୀ ଯୋଜନାର ଏକ ଅଂଶ ନୁହେଁ, ବରଂ ଜନସାଧାରଣଙ୍କ ଅଂଶଗ୍ରହଣର ଏକ ଅଭିଯାନ । ଦେଶର ଐତିହ୍ୟ ସ୍ଥଳ ଏବଂ ଆମର ସାଂସ୍କୃତିକ ଐତିହ୍ୟର ବିକାଶ ଏହାର ଏକ ବଡ଼ ଉଦାହରଣ”
ଦେଶ ପର୍ଯ୍ୟଟନକୁ ଏକ ସାମଗ୍ରିକ ଦୃଷ୍ଟିରେ ଦେଖୁଛି । ପରିଷ୍କାର ପରିଚ୍ଛନ୍ନତା, ସୁବିଧା, ସମୟ ଏବଂ ଚିନ୍ତାଧାରା ଆଦି ପର୍ଯ୍ୟଟନ ଯୋଜନାରେ ଯାଉଛି
“ଆମର ଚିନ୍ତାଧାରା ଅଭିନବ ଏବଂ ଆଧୁନିକ ହେବା ଆବଶ୍ୟକ । କିନ୍ତୁ ସେହି ସମୟରେ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଯେ ଆମର ପ୍ରାଚୀନ ଐତିହ୍ୟ ପାଇଁ ଆମେ କେତେ ଗର୍ବିତ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ସୋମନାଥ ଠାରେ ନୂତନ ସର୍କିଟ ହାଉସର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ରଭାଇ ପଟେଲ, ରାଜ୍ୟ ମନ୍ତ୍ରୀ, ସାଂସଦ, ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୁଜୁରାଟ ସରକାର, ସୋମନାଥ ମନ୍ଦିର ଟ୍ରଷ୍ଟ ଏବଂ ଭକ୍ତମାନଙ୍କୁ ସୋମନାଥ ସର୍କିଟ ହାଉସର ଉଦଘାଟନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ଦର୍ଶାଇଛନ୍ତି ଯେ ମନ୍ଦିରର ଶିଖରରେ ଏବଂ ଉପରି ଭାଗରେ ଭକ୍ତମାନେ ଭାରତୀୟ ଚେତନା ଅନୁଭବ କରିବେ । ଭାରତୀୟ ସଭ୍ୟତାର ଚ୍ୟାଲେଞ୍ଜିଂ ଯାତ୍ରା ତଥା ଶହ ଶହ ବର୍ଷର ଦାସତ୍ୱର ପରିସ୍ଥିତି ଉପରେ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସୋମନାଥ ମନ୍ଦିର କେଉଁ ପରିସ୍ଥିତିରେ ନଷ୍ଟ ହୋଇଯାଇଛି ଏବଂ କେଉଁ ପରିସ୍ଥିତିରେ ସର୍ଦ୍ଦାର ପଟେଲଙ୍କ ଉଦ୍ୟମରେ ମନ୍ଦିରର ନବୀକରଣ ହୋଇଛି, ଉଭୟ ଏକ ବଡ ବାର୍ତ୍ତା ଦେଉଛି । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଆଜି ଯେତେବେଳେ ଆଜାଦୀ କା ଅମୃତ ମହୋତ୍ସବରେ ଆମେ ଆମର ଅତୀତରୁ ଶିଖିବାକୁ ଚାହୁଁଛୁ, ସୋମନାଥ ପରି ସଂସ୍କୃତି ଏବଂ ବିଶ୍ୱାସର ସ୍ଥାନ ଏହାର କେନ୍ଦ୍ରରେ ଅଛି ।

 

ସେ କହିଛନ୍ତି ଯେ ବିଶ୍ୱର ଅନେକ ଦେଶର ଅର୍ଥନୀତିରେ ପର୍ଯ୍ୟଟନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସେ କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟ ତଥା ପ୍ରତ୍ୟେକ କ୍ଷେତ୍ରରେ ଆମର ଏହିପରି ଅସୀମ ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ଆଧ୍ୟାତ୍ମିକ ଗନ୍ତବ୍ୟସ୍ଥଳର ଏକ ଭର୍ଚୁଆଲ୍ ଭାରତ ଦର୍ଶନ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ଗୁଜୁରାଟରେ ସୋମନାଥ, ଦ୍ୱାରକା, ରନ୍‍ ଅଫ୍‍ କଚ୍ଛ ଏବଂ ଷ୍ଟାଚ୍ୟୁ ଅଫ୍ ୟୁନିଟିର ତାଲିକାଭୁକ୍ତ କରିଥିଲେ; ଉତ୍ତରପ୍ରଦେଶର ଅଯୋଧ୍ୟା, ମଥୁରା, କାଶୀ, ପ୍ରୟାଗ, କୁଶୀନଗର ଏବଂ ବିନ୍ଧ୍ୟାଞ୍ଚଳ ପରି ସ୍ଥାନଗୁଡିକ; ଦେବଭୂମି ଉତ୍ତରାଖଣ୍ଡର ବଦ୍ରିନାଥ କେଦାରନାଥ ଅଛନ୍ତି; ହିମାଚଳର ଜ୍ୱାଲା ଦେବୀ, ନୈନା ଦେବୀ ଅଛନ୍ତି; ସମଗ୍ର ଉତ୍ତର ପୂର୍ବ ଈଶ୍ୱରୀୟ ଏବଂ ପ୍ରାକୃତିକ କ୍ଷେତ୍ର ସହିତ ପୂର୍ଣ୍ଣ ହୋଇଛି; ତାମିଲନାଡୁର ରାମେଶ୍ୱରମ୍‌; ଓଡ଼ିଶାରେ ପୁରୀ; ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ; ମହାରାଷ୍ଟ୍ରରେ ସିଦ୍ଧି ବିନାୟକ; କେରଳର ସାବରିମାଲା । ଏହି ସ୍ଥାନଗୁଡିକ ଆମର ଜାତୀୟ ଏକତା ଏବଂ ଏକ ଭରତ ଶ୍ରେଷ୍ଠ ଭାରତର ଆବେଗକୁ ପ୍ରତିପାଦିତ କରେ । ଆଜି ଦେଶ ମଧ୍ୟ ସେମାନଙ୍କୁ ସମୃଦ୍ଧିର ଏକ ଦୃଢ ଉତ୍ସ ଭାବରେ ଦେଖୁଛି । ସେମାନଙ୍କର ବିକାଶ ମାଧ୍ୟମରେ ଆମେ ଏକ ବଡ କ୍ଷେତ୍ରର ବିକାଶକୁ ଅନୁକରଣ କରିପାରିବା ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ବିଗତ ୭ ବର୍ଷ ମଧ୍ୟରେ ପର୍ଯ୍ୟଟନର ସମ୍ଭାବନାକୁ ହୃଦୟଙ୍ଗମ କରିବା ପାଇଁ ଦେଶ ନିରନ୍ତର କାର୍ଯ୍ୟ କରିଛି । ଆଜି ପର୍ଯ୍ୟଟନ କେନ୍ଦ୍ରର ବିକାଶ କେବଳ ସରକାରୀ ଯୋଜନାର ଏକ ଅଂଶ ନୁହେଁ, ବରଂ ଜନସାଧାରଣଙ୍କ ଅଂଶଗ୍ରହଣର ଏକ ଅଭିଯାନ । ଦେଶର ଐତିହ୍ୟ ସ୍ଥଳ ଏବଂ ଆମର ସାଂସ୍କୃତିକ ଐତିହ୍ୟର ବିକାଶ ଏହାର ଏକ ବଡ଼ ଉଦାହରଣ । ସେ ୧୫ ଟି ବିଷୟବସ୍ତୁ ଆଧାରିତ ପର୍ଯ୍ୟଟନ ସର୍କିଟ୍ ପରି ପଦକ୍ଷେପଗୁଡିକ ତାଲିକାଭୁକ୍ତ କରିଥିଲେ । ଉଦାହରଣ ସ୍ୱରୂପ, ରାମାୟଣ ସର୍କିଟରେ ଭଗବାନ୍ ରାମଙ୍କ ସହିତ ଜଡିତ ସ୍ଥାନଗୁଡିକ ପରିଦର୍ଶନ କରାଯାଇପାରିବ । ଏକ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ ହୋଇଛି । ଆସନ୍ତାକାଲି ଦିବ୍ୟ କାଶୀ ଯାତ୍ରା ପାଇଁ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିଭଳି ବୁଦ୍ଧ ସର୍କିଟ ଭଗବାନ ବୁଦ୍ଧଙ୍କ ସହ ଜଡିତ ସ୍ଥାନ ପରିଦର୍ଶନ କରିବା ସହଜ କରିଥାଏ । ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଭିସା ନିୟମକୁ କୋହଳ କରାଯାଇଛି ଏବଂ ଟୀକାକରଣ ଅଭିଯାନରେ ପର୍ଯ୍ୟଟନ ସ୍ଥଳକୁ ପ୍ରାଥମିକତା ଦିଆଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ପର୍ଯ୍ୟଟନକୁ ଏକ ସାମଗ୍ରିକ ଦୃଷ୍ଟିରେ ଦେଖୁଛି । ଆଜିର ସମୟରେ ପର୍ଯ୍ୟଟନର ବିକାଶ ପାଇଁ ଚାରୋଟି ଜିନିଷ ଆବଶ୍ୟକ । ପ୍ରଥମ ପରିଷ୍କାର ପରିଚ୍ଛନ୍ନତା- ପୂର୍ବରୁ ଆମର ପର୍ଯ୍ୟଟନ ସ୍ଥାନ, ପବିତ୍ର ତୀର୍ଥସ୍ଥାନ ମଧ୍ୟ ଅପରିଷ୍କାର ଥିଲା । ଆଜି ସ୍ୱଚ୍ଛ ଭାରତ ଅଭିଯାନ ଏହି ଚିତ୍ରକୁ ବଦଳାଇ ଦେଇଛି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସୁବିଧା । କିନ୍ତୁ, ପ୍ରଧାନମନ୍ତ୍ରୀ କହିଛନ୍ତି, ସୁବିଧାଗୁଡ଼ିକର ପରିସର କେବଳ ପର୍ଯ୍ୟଟନସ୍ଥଳୀରେ ସୀମିତ ରହିବା ଉଚିଚ ନୁହେଁ । ପରିବହନ, ଇଣ୍ଟରନେଟ୍‌, ସଠିକ୍ ସୂଚନା, ଚିକିତ୍ସା ବ୍ୟବସ୍ଥା ସବୁ ପ୍ରକାରର ହେବା ଉଚିତ ଏବଂ ଏହି ଦିଗରେ ଦେଶରେ ସର୍ବଦଳୀୟ କାର୍ଯ୍ୟ ମଧ୍ୟ କରାଯାଉଛି । ପର୍ଯ୍ୟଟନ ବୃଦ୍ଧି ପାଇଁ ସମୟ ହେଉଛି ତୃତୀୟ ଗୁରୁତ୍ୱପୂର୍ଣ୍ଣ ଦିଗ । ଏହି ଯୁଗରେ, ଲୋକମାନେ ସର୍ବନିମ୍ନ ସମୟ ମଧ୍ୟରେ ସର୍ବାଧିକ ସ୍ଥାନ ପରିଦର୍ଶନ କରିବାକୁ ଚାହାଁନ୍ତି । ପର୍ଯ୍ୟଟନ ବୃଦ୍ଧି ପାଇଁ ଚତୁର୍ଥ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆମର ଚିନ୍ତାଧାରା । ଆମର ଚିନ୍ତାଧାରା ଅଭିନବ ଏବଂ ଆଧୁନିକ ହେବା ଆବଶ୍ୟକ । କିନ୍ତୁ ସେହି ସମୟରେ ଆମର ପ୍ରାଚୀନ ଐତିହ୍ୟ ପାଇଁ ଆମେ କେତେ ଗର୍ବିତ, ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତା ପରେ, ନୂଆ ବିକାଶ କେବଳ ଦିଲ୍ଲୀର କିଛି ପରିବାର ପାଇଁ ଥିଲା । କିନ୍ତୁ ଆଜି ଦେଶ ସେହି ସଂକୀର୍ଣ୍ଣ ଚିନ୍ତାଧାରାକୁ ଛାଡି ଗୌରବପୂର୍ଣ୍ଣ ନୂଆ ସ୍ଥାନ ର୍ନିମାଣ କରୁଛି ଏବଂ ସେମାନଙ୍କୁ ମାନ୍ୟତା ଦେଉଛି । ଆମର ନିଜ ସରକାର ହିଁ ଦିଲ୍ଲୀରେ ବାବାସାହେବ ସ୍ମାରକ, ରମେଶ୍ୱରମରେ ଏପିଜେ ଅବଦୁଲ କଲାମ ସ୍ମାରକ ର୍ନିମାଣ କରିଛନ୍ତି । ସେହିଭଳି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ସହ ଜଡିତ ସ୍ଥାନଗୁଡିକୁ ଉପଯୁକ୍ତ ମାନ୍ୟତା ଦିଆଯାଇଛି । ଆମ ଆଦିବାସୀ ସମାଜର ଗୌରବମୟ ଇତିହାସ ଜାଣିବା ପାଇଁ ସମଗ୍ର ଦେଶରେ ଆଦିବାସୀ ସଂଗ୍ରହାଳୟ ମଧ୍ୟ ର୍ନିମାଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ନୂତନ ବିକଶିତ ସ୍ଥାନଗୁଡିକର ସମ୍ଭାବନା ଉପରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାମାରୀ ସତ୍ୱେ ୭୫ ଲକ୍ଷ ଲୋକ ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବାକୁ ଆସିଛନ୍ତି । ଏଭଳି ସ୍ଥାନ ପର୍ଯ୍ୟଟନ ସହିତ ଆମର ପରିଚୟକୁ ନୂତନ ଶିଖରକୁ ନେଇଯିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଆହ୍ୱାନର ସଂକୀର୍ଣ୍ଣ ବ୍ୟାଖ୍ୟା ନକରିବାକୁ ପରାମର୍ଶ ଦେଇଛନ୍ତି ଏବଂ କହିଛନ୍ତି ଯେ ଏହି ଆହ୍ୱାନରେ ସ୍ଥାନୀୟ ପର୍ଯ୍ୟଟନ ଅନ୍ତର୍ଭୁକ୍ତ । ବିଦେଶର କୌଣସି ପର୍ଯ୍ୟଟନସ୍ଥଳ ଗସ୍ତ କରିବା ପୂର୍ବରୁ ସେ ଭାରତର ଅତି କମରେ ୧୫-୨୦ ସ୍ଥାନ ପରିଦର୍ଶନ କରିବା ପାଇଁ ଅନୁରୋଧ କରିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation

Media Coverage

Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to brave participants of the Quit India Movement
August 09, 2026

Prime Minister Shri Narendra Modi has remembered all those who participated in the historic Quit India Movement and paid tribute to their courage and determination in India’s freedom struggle. Shri Modi said that inspired by the leadership of Mahatma Gandhi, the clarion call of the Quit India Movement infused new energy into the freedom struggle and reflected the unwavering resolve of the people of India to break free from colonial rule.

The Prime Minister posted on X:

Remembering all those who participated in the historic Quit India Movement. Their courage will always remain an inspiration for every Indian. Inspired by the leadership of Mahatma Gandhi Ji, the clarion call of Quit India infused new energy into our freedom struggle and reflected the unwavering determination of our people to break free from colonial rule.