“ମୁଁ ଏଠାରେ ପ୍ରଧାନମନ୍ତ୍ରୀ ଭାବେ ନୁହେଁ ପରିବାର ସଦସ୍ୟ ଭାବେ ଉପସ୍ଥିତ ଅଛି ଯିଏ ପରିବାର ସହିତ ଚାରି ପୀଢି ଧରି ଜଡିତ ଅଛି”
“ପରିବର୍ତ୍ତିତ ସମୟ ଓ ବିକାଶ ମାନଦଣ୍ଡରେ ଦାଉଦୀ ବୋହରା ସମ୍ପ୍ରଦାୟ ନିଜକୁ ପ୍ରତିପାଦିତ କରିଛି, ଅଲଜାମିଆ-ତୁସ- ସୈଫିୟା ଭଳି ସଂସ୍ଥା ଏହାର ଜ୍ୱଳନ୍ତ ଉଦାହରଣ”
“ନୂଆ ଜାତୀୟ ଶିକ୍ଷା ନୀତି ଭଳି ସଂସ୍କାର ସହ ଅମୃତ କାଳକୁ ଆଗେଇ ନେବାକୁ ଦେଶ ଦେଶ ସଂକଳ୍ପବଦ୍ଧ”
“ଭାରତୀୟ ଲୋକାଚାର ସହ ଆଧୁନିକ ଶିକ୍ଷା ବ୍ୟବସ୍ଥା ଦେଶର ପ୍ରାଥମିକତା”
ଶୈକ୍ଷିକ ଭିତ୍ତିଭୂମିର ଗତି ଓ ପରିମାଣ ଏହାର ସାକ୍ଷୀ ଯେ, ଭାରତ ଯୁବ ପ୍ରତିଭାଙ୍କ ଗନ୍ତାଘର ପାଲଟିବାକୁ ଯାଉଛି ଯାହା ସାରା ବିଶ୍ୱକୁ ନୂଆ ରୂପ ଦେବ
ଆମ ଯୁବପୀଢି ପ୍ରକୃତ ବିଶ୍ୱର ସମସ୍ୟାଗୁଡିକ ପାଇଁ ପ୍ରସ୍ତୁତ ଏବଂ ସକ୍ରିୟ ଭାବେ ସେଗୁଡିକର ସମାଧାନ ଖୋଜୁଛନ୍ତି
ଆଜି ଦେଶ ନିଯୁକ୍ତି ସୃଷ୍ଟିକାରୀଙ୍କ ସହ ଛିଡା ହୋଇଛି ଓ ବିଶ୍ୱାସର ତନ୍ତ୍ର ସୃଷ୍ଟି ହୋଇଛି
ଭାରତ ଭଳି ଦେଶ ପାଇଁ ବିକାଶ ଓ ଐତିହ୍ୟ ସମ ଗୁରୁତ୍ୱପୂର୍ଣ୍ଣ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇର ମରୋଲ ଠାରେ ଅଲଜାମିଆ-ତୁସ୍-ସୈଫିଆ (ସୈଫି ଏକାଡେମୀ) ର ନୂଆ କ୍ୟାମ୍ପସ ଉଦଘାଟନ କରିଛନ୍ତି । ଅଲଜାମିଆ-ତୁସ୍-ସୈଫିଆ ଦାଉଦି ବୋହରା ସମ୍ପ୍ରଦାୟର ପ୍ରମୁଖ ଶିକ୍ଷାନୁଷ୍ଠାନ । ପରମ ପୂଜ୍ୟ ସୈଦନା ମୁଫଦ୍ଦଲ ସୈଫୁଦ୍ଦିନଙ୍କ ମାର୍ଗଦର୍ଶନରେ ଏହି ଅନୁଷ୍ଠାନ ସମ୍ପ୍ରଦାୟର ଶିଖିବା ପରମ୍ପରା ଓ ସାହିତ୍ୟିକ ସଂସ୍କୃତିକୁ ସଂରକ୍ଷିତ କରୁଛି । 

ଉପସ୍ଥିତ ଶ୍ରୋତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ଏଠାକୁ ପ୍ରଧାନମନ୍ତ୍ରୀ ଭାବେ ନୁହେଁ ବରଂ ପରିବାର ସଦସ୍ୟ ଭାବେ ଆସିଛନ୍ତି, ଯିଏ ଚାରି ପୀଢି ଧରି ଏହି ପରିବାର ସହିତ ଜଡିତ ଅଛି । 

ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ ସମ୍ପ୍ରଦାୟ, ଗୋଷ୍ଠୀ କିମ୍ବା ସଂଗଠନ ପରିବର୍ତ୍ତିତ ସମୟ ନିଜ ପ୍ରାସଙ୍ଗିକତା ବଜାୟ ରଖିବାର କ୍ଷମତା ଦ୍ୱାରା ପରିଚିତ ହୋଇଥାନ୍ତି । "ପରିବର୍ତ୍ତିତ ସମୟ ଏବଂ ବିକାଶ ସହିତ ଖାପ ଖୁଆଇବାର ମାନଦଣ୍ଡରେ ଦାଉଦି ବୋହରା ସମ୍ପ୍ରଦାୟ ନିଜକୁ ପ୍ରତିପାଦିତ କରିଛି । ଅଲଜାମିଆ-ତୁସ୍-ସୈଫିଆ ଭଳି ଏକ ଅନୁଷ୍ଠାନ ଏହାର ଜୀବନ୍ତ ଉଦାହରଣ ।"

ଦାଉଦି ବୋହରା ସମ୍ପ୍ରଦାୟ ସହ ନିଜ ଦୀର୍ଘଦିନର ସମ୍ପର୍କ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଯେଉଁଆଡେ ଯାଇଛନ୍ତି ସମ୍ପ୍ରଦାୟର ସ୍ନେହରେ ଆପ୍ଲୁତ ହୋଇଛନ୍ତି । ୯୯ ବର୍ଷ ବୟସରେ ଶିକ୍ଷାଦାନ ଜାରି ରଖିଥିବା ଡଃ ସୈଦନାଙ୍କୁ ସ୍ମରଣ କରିବା ସହ ଗୁଜୁରାଟରେ ସମ୍ପ୍ରଦାୟ ସହିତ ଥିବା ନିଜ ଘନିଷ୍ଠତାକୁ ବଖାଣି ଥିଲେ । ସୁରଟରେ ଡଃ ସୈଦନାଙ୍କ ଶତବାର୍ଷିକୀ ସମାରୋହକୁ ମନେ ପକାଇ ଗୁଜରାଟର ଜଳ ସମସ୍ୟା ପ୍ରତି ଆଧ୍ୟାତ୍ମିକ ଗୁରୁଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିବା ସହ ନିରନ୍ତର ପ୍ରତିବଦ୍ଧତା ପାଇଁ ଧନ୍ୟବାଦ ଜଣାଇଛନ୍ତି । ପୁଷ୍ଟିହୀନତା, ଜଳାଭାବର ମୁକାବିଲା ପାଇଁ ସମାଜ ଏବଂ ସରକାର ପରିପୂରକ ଭାବେ କାମ କରିବାର ଉଦାହରଣ ଭାବରେ ଶ୍ରୀ ମୋଦୀ ଏହାକୁ ଉଲ୍ଲେଖ କରିଛନ୍ତି ।

ଯେତେବେଳେ ବି ଭାରତ ତଥା ବିଦେଶକୁ ଯାଏ, ପ୍ରିୟ ବୋହରା ଭାଇ ଓ ଭଉଣୀମାନେ ନିଶ୍ଚିତ ଭାବେ ଭେଟିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ ବୋହରା ସମ୍ପ୍ରଦାୟର ଭାରତ ପ୍ରତି ଥିବା ସ୍ନେହ ଓ ସଦିଚ୍ଛା ସମ୍ପର୍କରେ କହିଛନ୍ତି । 

ସଠିକ ମନୋଭାବ ନେଇ ଦେଖା ଯାଇଥିବା ସ୍ୱପ୍ନ ସବୁବେଳେ ସାକାର ହୋଇଥାଏ । ମୁମ୍ବାଇରେ ଅଲଜାମିଆ-ତୁସ- ସୈଫିଆର ସ୍ୱପ୍ନ ସ୍ୱାଧୀନତା ପୂର୍ବରୁ ଦେଖା ଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦାଣ୍ଡି ଯାତ୍ରା ପୂର୍ବରୁ ମହାତ୍ମା ଗାନ୍ଧି ଦାଉଦି ବୋହରା ସମ୍ପ୍ରଦାୟର ନେତାଙ୍କ ଘରେ ଅବସ୍ଥାନ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ଅନୁରୋଧ କ୍ରମେ ସେହି ଘରଟିକୁ ସଂଗ୍ରହାଳୟ ପାଇଁ ସରକାରଙ୍କୁ ପ୍ରଦାନ କରାଯାଇଥିଲା । ଏହି ଗୃହ ପରିଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

ଦେଶ ନୂଆ ଜାତୀୟ ଶିକ୍ଷା ନୀତି ଭଳି ସଂସ୍କାର ସହ ଅମୃତ କାଳର ସଂକଳ୍ପଗୁଡିକୁ ଆଗେଇ ନେଉଛି । ସେ ମହିଳା ଓ ଝିଅମାନଙ୍କୁ ଆଧୁନିକ ଶିକ୍ଷା ପ୍ରଦାନର ନୂତନ ସୁଯୋଗ ସମ୍ପର୍କରେ ଆଲୋକପାତ କରିଛନ୍ତି । ଏହି ପ୍ରୟାସରେ ଅଲଜାମିଆ-ତୁସ୍-ସୈଫିଆ ମଧ୍ୟ ଆଗେଇ ଚାଲିଛି ବୋଲି ସେ କହିଛନ୍ତି । ଭାରତୀୟ ଲୋକାଚାର ସହ ଆଧୁନିକ ଶିକ୍ଷା ବ୍ୟବସ୍ଥା ଦେଶର ପ୍ରାଥମିକତା ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ସାରା ବିଶ୍ୱର ଛାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନାଳନ୍ଦା ଓ ତକ୍ଷଶୀଳା ଭଳି ଶିକ୍ଷାନୁଷ୍ଠାନ ଦିନେ ଭାରତକୁ ଶିକ୍ଷାର କେନ୍ଦ୍ର ସ୍ଥଳ କରିପାରିଥିଲା । ଯଦି ଆମେ ଶିକ୍ଷାର ସେହି ଗୌରବାବହ ବର୍ଷଗୁଡିକୁ ପୁଣି ଫେରି ପାଇବାକୁ ଚାହୁଁ ତେବେ ଆମକୁ ଭାରତର ଗୌରବ ପୁନଃସ୍ଥାପିତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

ଗତ ୮ ବର୍ଷରେ ରେକର୍ଡ ସଂଖ୍ୟକ ବିଶ୍ୱବିଦ୍ୟାଳୟ ଗଢି ଉଠିଛି ଓ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପିତ ହୋଇଛି । ୨୦୦୪-୨୦୧୪ ମଧ୍ୟରେ ୧୪୫ଟି କଲେଜ ସ୍ଥାପିତ ହୋଇଥିବା ବେଳେ ୨୦୧୪-୨୦୨୨ ମଧ୍ୟରେ ୨୬୦ରୁ ଅଧିକ ମେଡିକାଲ କଲେଜ ସ୍ଥାପିତ ହୋଇଛି । ସେହିପରି ଗତ ୮ ବର୍ଷରେ ପ୍ରତି ସପ୍ତାହରେ ଗୋଟିଏ ବିଶ୍ୱଦିବ୍ୟାଳୟ ଓ ଦୁଇଟି କଲେଜ ଖୋଲିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଗତି ଓ ବ୍ୟାପକତା ପ୍ରମାଣିତ କରୁଛି ଯେ ଭାରତ ଯୁବ ପ୍ରତିଭାଙ୍କ ଗନ୍ତାଘର ପାଲଟିବାକୁ ଯାଉଛି । ଯେଉଁମାନେ ବିଶ୍ୱକୁ ନୂଆ ରୂପ ଦେବେ ।

ଭାରତର ଶିକ୍ଷା ବ୍ୟବସ୍ଥାରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶିକ୍ଷା ବ୍ୟବସ୍ଥାରେ ଆଞ୍ଚଳିକ ଭାଷାଗୁଡିକର ମହତ୍ତ୍ୱକୁ ରେଖାଙ୍କିତ କରିଛନ୍ତି । ଇଞ୍ଜିନିୟରିଂ ଓ ଡାକ୍ତରୀ ଶିକ୍ଷା ଏବେ ଆଞ୍ଚଳିକ ଭାଷାରେ ପ୍ରଦାନ କରା ଯାଇପାରିବ । ସେହିପରି ପ୍ୟାଟେଣ୍ଟ ପ୍ରକ୍ରିୟାର ସରଳୀକରଣ ସମ୍ପର୍କରେ ସୂଚନା ଦେଇଥିଲେ, ଯାହାଦ୍ୱାରା ପ୍ୟାଟେଣ୍ଟ ପ୍ରକ୍ରିୟାକୁ ବେଶ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ଶିକ୍ଷା ବ୍ୟବସ୍ଥାରେ ପ୍ରଯୁକ୍ତିର ବର୍ଦ୍ଧିତ ଉପଯୋଗ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଆଜିର ଯୁବପୀଢିଙ୍କୁ ପ୍ରଯୁକ୍ତି ଓ ନବାଚାର ସହିତ ମୁକାବିଲା ପାଇଁ ଦକ୍ଷ ହେବାକୁ ପଡିବ । ଆମର ଯୁବପୀଢି ପ୍ରକୃତ ବିଶ୍ୱର ସମସ୍ୟା ପାଇଁ ପ୍ରସ୍ତୁତ ରହି ସକ୍ରିୟ ଭାବେ ସେଗୁଡିକର ସମାଧାନ ଖୋଜୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କୌଣସି ଦେଶ ପାଇଁ ମଜବୁତ ଶିକ୍ଷା ବ୍ୟବସ୍ଥା ଓ ମଜବୁତ ଔଦ୍ୟୋଗିକ ଇକୋସିଷ୍ଟମ ସମ ଗୁରୁତ୍ୱପୂର୍ଣ୍ଣ । ଏହି ଦୁଇଟି ଯୁବପୀଢିଙ୍କ ଭବିଷ୍ୟତର ଢାଞ୍ଚା ପ୍ରସ୍ତୁତ କରିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଗତ ୮-୯ ବର୍ଷ ମଧ୍ୟରେ 'ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍' ବା ବ୍ୟବସାୟରେ ସୁଗମତା ଦିଗରେ ହୋଇଥିବା ଐତିହାସିକ ସଂସ୍କାର ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରି ସେ ସୂଚନା ଦେଇଛନ୍ତି ଦେଶରୁ ୪୦ ହଜାର ନିୟମକୁ ରଦ୍ଦ କରିଛି ଓ ଶହ ଶହ ବ୍ୟବସ୍ଥାକୁ ଅପରାଧ ସୂଚୀରୁ ହଟାଇଛନ୍ତି । ଏହି ନିୟମଗୁଡିକ କିପରି ଉଦ୍ୟୋଗୀମାନଙ୍କୁ ହଇରାଣ କରିବା ପାଇଁ ବ୍ୟବହୃତ ହେଉଥିଲା ତାହା ସେ ସ୍ମରଣ କରିଛନ୍ତି । ଆଜି ଦେଶ ନିଯୁକ୍ତି ସୃଷ୍ଟିକାରୀଙ୍କ ସହ ଛିଡା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ୪୨ କେନ୍ଦ୍ରୀୟ ଅଧିନିୟମରେ ସଂସ୍କାର ପାଇଁ ଜନ ବିଶ୍ୱାସ ବିଲ ଆଗତ କରିବା ସହ ଉଦ୍ୟୋଗୀଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ପାଇଁ ବିବାଦ ସେ ବିଶ୍ୱାସ ଯୋଜନା ଆରମ୍ଭ କରିଛନ୍ତି । ଚଳିତ ବର୍ଷ ବଜେଟରେ ଟିକସ ହାରରେ ସଂସ୍କାର କରାଯାଇଛି ଯାହାଦ୍ୱାରା କର୍ମଚାରୀ ଓ ଉଦ୍ୟୋଗୀଙ୍କ ସଞ୍ଚୟ ବଢିବ ବୋଲି ସେ ଉଲ୍ଲେଖ କରିଛନ୍ତି । 

ଦେଶର ପ୍ରତ୍ୟେକ ସମ୍ପ୍ରଦାୟ ଏବଂ ଆଦର୍ଶର ସ୍ୱତନ୍ତ୍ରତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଭଳି ଦେଶ ପାଇଁ ବିକାଶ ଏବଂ ଐତିହ୍ୟ ସମ ଗୁରୁତ୍ୱପୂର୍ଣ୍ଣ । ଶ୍ରୀ ମୋଦୀ ଏହି ବୈଶିଷ୍ଟ୍ୟର ଶ୍ରେୟ ଭାରତରେ ଐତିହ୍ୟ ଓ ଆଧୁନିକତାର ବିକାଶର ସମୃଦ୍ଧ ପଥକୁ ଦେଇଛନ୍ତି । ଦେଶ ଭୌତିକ ଭିତ୍ତିଭୂମି ଏବଂ ସାମାଜିକ ଭିତ୍ତିଭୂମି ଉଭୟ ଦିଗରେ କାର୍ଯ୍ୟ କରୁଛି । ଆମେ ପ୍ରାଚୀନ ପାରମ୍ପରିକ ପର୍ବ ପାଳନ କରିବା ସହ ଡିଜିଟାଲ ପେମେଣ୍ଟ ବ୍ୟବହାର କରୁଛୁ । ଚଳିତ ବର୍ଷର ବଜେଟ୍ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ନୂଆ ପ୍ରଯୁକ୍ତି ମାଧ୍ୟମରେ ପ୍ରାଚୀନ ଅଭିଲେଖଗୁଡିକର ଡିଜିଟାଇଜେସନ୍ ପାଇଁ ଘୋଷଣା କରାଯାଇଛି । ସମାଜର ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ ସେମାନଙ୍କର ପ୍ରାଚୀନ ଗ୍ରନ୍ଥଗୁଡିକୁ ଡିଜିଟାଇଜ କରିବାକୁ ଅନୁରୋଧ ଅନୁରୋଧ କରାଯାଇଛି । ଯୁବପୀଢିଙ୍କୁ ଏହି ଅଭିଯାନରେ ସାମିଲ କରି ବୋହରା ସମ୍ପ୍ରଦାୟ ଏଥିରେ ସାମିଲ ହୋଇପାରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ପରିବେଶ ସୁରକ୍ଷା, ମିଲେଟକୁ ପ୍ରୋତ୍ସାହନ ଓ ଭାରତର ଜି- ୨୦ ଅଧ୍ୟକ୍ଷତା ଭଳି କାର୍ଯ୍ୟକ୍ରମ ସମ୍ପର୍କରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବୋହରା ସମ୍ପ୍ରଦାୟ ଏହି କାର୍ଯ୍ୟକ୍ରମଗୁଡିକରେ ଜନଭାଗିଦାରୀକୁ ପ୍ରୋତ୍ସାହିତ କରିପାରିବ ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ବୋହରା ସମ୍ପ୍ରଦାୟର ଲୋକମାନେ ବିଦେଶ ମାଟିରେ ଉନ୍ନତ ଭାରତର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟ କରିପାରିବେ । ଦାଉଦି ବୋହରା ସମ୍ପ୍ରଦାୟ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିବ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବୀଶ, ପରମ ପୂଜ୍ୟ ସୈଦାନା ମୁଫଦ୍ଦଲ ସୈଫୁଦ୍ଦିନ ଓ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀମାନଙ୍କ ସହ ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
E-Samudra: India’s digital push to reshape maritime governance

Media Coverage

E-Samudra: India’s digital push to reshape maritime governance
NM on the go

Nm on the go

Always be the first to hear from the PM. Get the App Now!
...
PM to release the Autobiography of Former President Shri Ram Nath Kovind on 12 August
August 11, 2026
Title of the Autobiography: “Triumph of the Indian Republic: My Life, My Struggles”

Prime Minister Shri Narendra Modi will release the autobiography of former President of India, Shri Ram Nath Kovind, titled “Triumph of the Indian Republic: My Life, My Struggles”, on 12 August, 2026, at 9:30 AM at Vigyan Bhavan, New Delhi. Prime Minister will also address the gathering on the occasion.

The release of the autobiography by the Prime Minister will mark a significant occasion celebrating the life and contributions of one of India’s most distinguished public figures. The autobiography offers a deeply personal account of Shri Ram Nath Kovind’s remarkable life journey, tracing his experiences, struggles and achievements from his early years to his distinguished public life and eventual service as the 14th President of India. The book provides insights into the values, experiences and circumstances that shaped his journey and public service.