ବିକଶିତ ଭାରତ ପାଇଁ ବିକଶିତ ହରିୟାଣା, ଏହା ହିଁ ଆମର ସଂକଳ୍ପ: ପ୍ରଧାନମନ୍ତ୍ରୀ
ରାଜ୍ୟରେ ବିଜୁଳି ଉତ୍ପାଦନ ବୃଦ୍ଧି କରିବା ଆମର ଲକ୍ଷ୍ୟ, ବିଜୁଳି ଅଭାବ ଦେଶ ନିର୍ମାଣରେ ବାଧକ ହେବା ଉଚିତ ନୁହେଁ : ପ୍ରଧାନମନ୍ତ୍ରୀ
ଆମ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେସୋଲାର ପ୍ୟାନେଲ ସ୍ଥାପନା ଦ୍ୱାରା ବିଜୁଳି ବିଲ୍ ଶୂନକୁ ହ୍ରାସ କରାଯାଇପାରିବ : ପ୍ରଧାନମନ୍ତ୍ରୀ
ହରିୟାଣାର କୃଷକମାନଙ୍କର ସାମର୍ଥ୍ୟ ବୃଦ୍ଧି ଆମର ଲକ୍ଷ୍ୟ:ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଯମୁନା ନଗରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ହରିୟାଣାବାସୀଙ୍କୁ ଶୁଭେଚ୍ଛା ଜଣାଇ, ଏହାକୁ ମା' ସରସ୍ୱତୀଙ୍କ ଜନ୍ମସ୍ଥାନ, ମନ୍ତ୍ର ଦେବୀଙ୍କ ବାସସ୍ଥାନ, ପଞ୍ଚମୁଖୀ ହନୁମାନ ଜୀଙ୍କ ସ୍ଥାନ ଏବଂ କପାଳମୋଚନ ସାହିବଙ୍କ ଆଶୀର୍ବାଦପ୍ରାପ୍ତ ସ୍ଥାନ ଭାବରେ ସ୍ୱୀକାର କରି ହରିୟାଣାର ପବିତ୍ର ଭୂମିକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ ଏହାକୁ ‘ସଂସ୍କୃତି, ଭକ୍ତି ଏବଂ ସମର୍ପଣର ସଂଗମ’ ଭାବରେ ବର୍ଣ୍ଣନା କରିଥିଲେ। ସେ ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଅବସରରେ ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ସେ ବାବାସାହେବଙ୍କ ଦୂରଦୃଷ୍ଟି ଏବଂ ପ୍ରେରଣାର ସ୍ମୃତିଚାରଣ କରିଥିଲେ, ଯାହା ଭାରତର ବିକାଶ ଯାତ୍ରାରେ ମାର୍ଗଦର୍ଶନ କରିଚାଲିଛି।

ଯମୁନାନଗର କେବଳ ଏକ ସହର ନୁହେଁ ବରଂ ଭାରତର ଶିଳ୍ପ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ପ୍ଲାଇଉଡ୍‌ଠାରୁ ଆରମ୍ଭ କରି ପିତ୍ତଳ ଏବଂ ଇସ୍ପାତ ଶିଳ୍ପ ସହିତ ଅର୍ଥବ୍ୟବସ୍ଥାରେ ଉଲ୍ଲେଖନୀୟ ଯୋଗଦାନ ଦେଇଆସିଛି । ଏହି ଅଞ୍ଚଳର ସାଂସ୍କୃତିକ ଓ ଐତିହାସିକ ମହତ୍ତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ, କପାଳ ମୋଚନ ମେଳା, ଋଷି ବେଦ ବ୍ୟାସଙ୍କ ପବିତ୍ର ଭୂମି ଏବଂ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଶସ୍ତ୍ରାଗାର ସ୍ଥାନର ବିଶେଷ ଭୂମିକା ରହିଛି। ସେ ଯମୁନାନଗର ସହିତ ତାଙ୍କ ବ୍ୟକ୍ତିଗତ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ହରିୟାଣାର ପ୍ରଭାରୀ ଥିବା ସମୟରେ ପଞ୍ଚକୁଲାକୁ ତାଙ୍କର ବାରମ୍ବାର ଗସ୍ତ କରିଥିବା କଥା ମନେ ପକାଇଥିଲେ। ଯେଉଁମାନେ ତାଙ୍କୁ କାର୍ଯ୍ୟରେ ସହଯୋଗ କରିଥିଲେ ଏବଂ କଠିନ ପରିଶ୍ରମ ତଥା ସ୍ଥାୟୀ ପରମ୍ପରାକୁ ଗ୍ରହଣ କରିଥିଲେ ସେ ସେଇ ଉତ୍ସର୍ଗୀକୃତ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

 

କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ହରିୟାଣାରେ ବିକାଶର ଦ୍ୱିଗୁଣିତ ଗତି ଦେଖିବାକୁ ମିଳୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତର ଦୃଷ୍ଟିକୋଣର ଅଂଶ ଭାବରେ ଏକ ବିକଶିତ ହରିୟାଣା ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ହରିୟାଣାବାସୀଙ୍କ ସେବା କରିବା ପାଇଁ ସରକାରଙ୍କ ସମର୍ପଣ ଏବଂ ଅଧିକ ଦ୍ରୁତ ତଥା ବ୍ୟାପକ ଭାବରେ କାର୍ଯ୍ୟ କରି ଏହାର ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବା ଉପରେ ଆଲୋକପାତ କରିଥିଲେ। ଏହି ପ୍ରତିବଦ୍ଧତାର ପ୍ରମାଣ ସ୍ୱରୂପ ସେ ଆଜି ଆରମ୍ଭ ହୋଇଥିବା ଉନ୍ନୟନ ମୂଳକ ପ୍ରକଳ୍ପଗୁଡ଼ିକ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏହି ନୂତନ ବିକାଶ ମୂଳକ ପଦକ୍ଷେପ ପାଇଁ ହରିୟାଣାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ବାବାସାହେବ ଆମ୍ବେଦକରଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗର୍ବ ପ୍ରକାଶ କରି ଶ୍ରୀ ମୋଦୀ ବାବାସାହେବଙ୍କ ବିଶ୍ୱାସ ଉପରେ ଆଲୋକପାତ କରିଥିଲେ ଯେ ଶିଳ୍ପ ବିକାଶ ହେଉଛି ସାମାଜିକ ନ୍ୟାୟର ଏକ ମାର୍ଗ। ବାବାସାହେବ ଭାରତରେ ଛୋଟ ଛୋଟ ଜମିବାଡ଼ି ପ୍ରସଙ୍ଗକୁ ଚିହ୍ନଟ କରିଥିଲେ ଏବଂ ପର୍ଯ୍ୟାପ୍ତ ଚାଷ ଜମି ନଥିବା ଦଳିତମାନେ ଶିଳ୍ପାୟନ ଦ୍ୱାରା ସର୍ବାଧିକ ଲାଭବାନ ହୋଇପାରିବେ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଶିଳ୍ପ ହିଁ ଦଳିତମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ଏବଂ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବ ବୋଲି ସେ ବାବାସାହେବଙ୍କ ଦୃଷ୍ଟିକୋଣକୁ ଉଲ୍ଲେଖ କରିଥିଲେ। ଭାରତର ଶିଳ୍ପାୟନ ପ୍ରୟାସରେ ବାବାସାହେବଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସେ ସ୍ୱିକାର କରିଥିଲେ ଏବଂ ଦେଶର ପ୍ରଥମ ଶିଳ୍ପ ମନ୍ତ୍ରୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ମିଶି ଏହି ଦିଗରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିଥିଲେ ।

ଶିଳ୍ପାୟନ ଏବଂ ଉତ୍ପାଦନ ମଧ୍ୟରେ ଥିବା ସମନ୍ୱୟକୁ ଦୀନବନ୍ଧୁ ଚୌଧୁରୀ ଛୋଟୁରାମ ଜୀ ମଧ୍ୟ ଗ୍ରାମୀଣ ସମୃଦ୍ଧିର ମୂଳଦୁଆ ଭାବରେ ସ୍ୱିକୃତି ଦେଇଥିଲେ ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ଛୋଟୁରାମଜୀଙ୍କ ବିଶ୍ୱାସ ଉପରେ ଆଲୋକପାତ କରିଥିଲେ ଯେ ଗ୍ରାମରେ ପ୍ରକୃତ ସମୃଦ୍ଧି ସେତେବେଳେ ଆସିବ ଯେତେବେଳେ କୃଷକମାନେ କୃଷି ସହିତ କ୍ଷୁଦ୍ର ଶିଳ୍ପ ମାଧ୍ୟମରେ ସେମାନଙ୍କର ଆୟ ବୃଦ୍ଧି କରିବେ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଚୌଧୁରୀ ଚରଣ ସିଂହ ଜୀ, ଯିଏ କି ଗାଁ ଏବଂ କୃଷକମାନଙ୍କ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ଚରଣ ସିଂହଜୀଙ୍କ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ ଯେ ଶିଳ୍ପ ବିକାଶ କୃଷିର ପରିପୂରକ ହେବା ଉଚିତ, କାରଣ ଉଭୟ ଅର୍ଥନୀତିର ପ୍ରମୁଖ ସ୍ତମ୍ଭ ଅଟନ୍ତି।

 

'ମେକ୍ ଇନ୍ ଇଣ୍ଡିଆ' ଏବଂ 'ଆତ୍ମନିର୍ଭର ଭାରତ'ର ସାରମର୍ମ ଉତ୍ପାଦନକୁ ପ୍ରୋତ୍ସାହିତ କରିବାରେ ରହିଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଉତ୍ପାଦନ ଦିଗରେ ସରକାରଙ୍କ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଚଳିତ ବର୍ଷର ବଜେଟ୍ 'ମିଶନ ମାନୁଫାକ୍ଚରିଂ' ଘୋଷଣାରେ ପ୍ରତିଫଳିତ ହୋଇଛି। ଦଳିତ, ପଛୁଆବର୍ଗ, ଅବହେଳିତ ଏବଂ ସୁଯୋଗରୁ ବଞ୍ଚିତ ଯୁବକମାନଙ୍କ ପାଇଁ ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ସେମାନଙ୍କୁ ଅତ୍ୟାବଶ୍ୟକ ତାଲିମ ପ୍ରଦାନ କରିବା, ବ୍ୟବସାୟିକ ଖର୍ଚ୍ଚ ହ୍ରାସ କରିବା, ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସୁଦୃଢ଼ କରିବା, ଶିଳ୍ପଗୁଡ଼ିକୁ ଆଧୁନିକ ଜ୍ଞାନକୌଶଳରେ ଉନ୍ନତ କରିବା ଏବଂ ଭାରତୀୟ ଉତ୍ପାଦକୁ ବିଶ୍ୱସ୍ତରୀୟ କରିବା ଏହି ମିଶନର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ ନିରବଚ୍ଛିନ୍ନ ବିଜୁଳି ଯୋଗାଣର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେବା ସହିତ ଆଜିର କାର୍ଯ୍ୟକ୍ରମର ମହତ୍ତ୍ୱ ଉପରେ ଆଲୋକପାତ କରି ସେ ଦୀନବନ୍ଧୁ ଚୌଧୁରୀ ଛୋଟୁରାମ ଥର୍ମାଲ ପାୱାର ପ୍ଲାଣ୍ଟର ତୃତୀୟ ୟୁନିଟ୍ କାମ ଆରମ୍ଭ କରିବାକୁ ଘୋଷଣା କରିଥିଲେ, ଯାହା ଯମୁନାନଗର ଏବଂ ହରିୟାଣାକୁ ଉପକୃତ କରିବ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଯମୁନାନଗର ଭାରତର ଅଧା ପ୍ଲାଇଉଡ ଉତ୍ପାଦନ କରେ ଏବଂ ଆଲୁମିନିୟମ, ତମ୍ବା ଓ ପିତ୍ତଳ ବାସନ ଉତ୍ପାଦନ ପାଇଁ ଏକ ପ୍ରମୁଖ କେନ୍ଦ୍ର ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯମୁନାନଗରରୁ ପେଟ୍ରୋକେମିକାଲ ପ୍ଲାଣ୍ଟ ଉପକରଣ ଅନେକ ଦେଶକୁ ରପ୍ତାନୀ କରାଯାଏ। ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି କଲେ ଏହି ଶିଳ୍ପଗୁଡ଼ିକ ଉପକୃତ ହେବେ ଏବଂ ‘ମିସନ୍ ମାନୁଫାକ୍ଚରିଂ'କୁ ସହଯୋଗ ମିଳିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଏକ ବିକଶିତ ଭାରତ ଗଠନରେ ବିଜୁଳିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏକ ରାଷ୍ଟ୍ର-ଏକ ଗ୍ରିଡ୍, ନୂତନ କୋଇଲା ଶକ୍ତି ପ୍ଲାଣ୍ଟ, ସୌର ଶକ୍ତି ପ୍ରକଳ୍ପ ଏବଂ ପରମାଣୁ କ୍ଷେତ୍ରର ସମ୍ପ୍ରସାରଣ ଭଳି ପଦକ୍ଷେପ ସମେତ ବିଦ୍ୟୁତ ଉପଲବ୍ଧତା ବୃଦ୍ଧି ପାଇଁ ସରକାରଙ୍କ ବହୁମୁଖୀ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ‘ବିଜୁଳି ଅଭାବ ଯେପରି ଦେଶ ନିର୍ମାଣରେ ବାଧା ସୃଷ୍ଟି ନ କରେ ତାହା ସୁନିଶ୍ଚିତ କରିବା ପାଇଁ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ନିତ୍ୟାନ୍ତ ଜରୁରୀ" ବୋଲି କହିଥିଲେ, ପୂର୍ବ ସରକାରଙ୍କ ଶାସନ ସମୟରେ ୨୦୧୪ ପୂର୍ବରୁ ବାରମ୍ବାର ବ୍ଲାକ୍ ଆଉଟ୍‌କୁ ମନେ ପକାଇ ସେ କହିଥିଲେ ଯେ ଯଦି କଂଗ୍ରେସ କ୍ଷମତାରେ ରହିଥାନ୍ତା ତେବେ ଏଭଳି ସଙ୍କଟ ଜାରି ରହିଥାନ୍ତା। ସେହି ସମୟରେ କାରଖାନା, ରେଳବାଇ ଓ ଜଳସେଚନ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଏହାର ବିଦ୍ୟୁତ ଉତ୍ପାଦନ କ୍ଷମତାକୁ ପ୍ରାୟ ଦ୍ୱିଗୁଣିତ କରିଛି ଏବଂ ବର୍ତ୍ତମାନ ପଡ଼ୋଶୀ ଦେଶଗୁଡ଼ିକୁ ଶକ୍ତି ରପ୍ତାନୀ କରୁଛି ବୋଲି ସେ କହିଥିଲେ। ବର୍ତ୍ତମାନ ୧୬ ହଜାର ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରୁଥିବା ହରିୟାଣା ପାଇଁ ବିଦ୍ୟୁତ୍ ଉତ୍ପାଦନ ଉପରେ ସେମାନଙ୍କ ସରକାରଙ୍କ ପଦକ୍ଷେପର ସୁଫଳ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଆଗାମୀ ବର୍ଷଗୁଡ଼ିକରେ ଏହି କ୍ଷମତାକୁ ୨୪ ହଜାର ମେଗାୱାଟକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ଘୋଷଣା କରିଛନ୍ତି।

ତାପଜ ବିଦ୍ୟୁତ୍ ପ୍ଲାଣ୍ଟରେ ପୁଞ୍ଜିନିବେଶ କରିବା ଏବଂ ନାଗରିକମାନଙ୍କୁ ନିଜେ ବିଦ୍ୟୁତ୍ ଜେନେରେଟର୍ ହେବା ଦିଗରେ ସଶକ୍ତ କରିବା ପାଇଁ ସରକାରଙ୍କ ଦ୍ୱିତୀୟ ଆଭିମୁଖ୍ୟ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ, ଯାହା ଦ୍ୱାରା ବ୍ୟକ୍ତିମାନେ ନିଜ ଛାତ ଉପରେ ସୌର ପ୍ୟାନେଲ୍ ଲଗାଇପାରିବେ, ବିଦ୍ୟୁତ୍ ବିଲ୍ ହ୍ରାସ କରିପାରିବେ ଏବଂ ଅତିରିକ୍ତ ବିଜୁଳି ବିକ୍ରି କରି ରୋଜଗାର ମଧ୍ୟ କରିପାରିବେ। ସେ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ଦେଶରେ ୧.୨୫ କୋଟିରୁ ଅଧିକ ଲୋକ ଏହି ଯୋଜନାରେ ପଞ୍ଜୀକରଣ କରିଛନ୍ତି ଏବଂ ହରିୟାଣାରୁ ଲକ୍ଷ ଲକ୍ଷ ଲୋକ ଏଥିରେ ସାମିଲ ହେବା ପାଇଁ ଆବେଦନ କରିଛନ୍ତି। ଏହି ଯୋଜନାର ସମ୍ପ୍ରସାରଣକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି, ଯାହା ଏକ ବଢୁଥିବା ସେବା ଇକୋସିଷ୍ଟମକୁ ପ୍ରୋତ୍ସାହିତ କରୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ସୌର କ୍ଷେତ୍ର ନୂତନ ଦକ୍ଷତା ସୃଷ୍ଟି କରୁଛି, ଏମଏସଏମଇ ପାଇଁ ସୁଯୋଗ ସୃଷ୍ଟି କରୁଛି ଏବଂ ଯୁବ ନିଯୁକ୍ତି ପାଇଁ ଅନେକ ବାଟ ଉନ୍ମୁକ୍ତ କରିଛି।

 

ଛୋଟ ସହରରେ କ୍ଷୁଦ୍ର ଶିଳ୍ପପାଇଁ ପର୍ଯ୍ୟାପ୍ତ ବିଜୁଳି ଏବଂ ଆର୍ଥିକ ସମ୍ବଳ ସୁନିଶ୍ଚିତ କରିବା ଉପରେ ସରକାର ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍-୧୯ ମହାମାରୀ ସମୟରେ ସରକାର ଏମ୍ଏସ୍ଏମ୍ଇଗୁଡ଼ିକୁ ସହାୟତା କରିବା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ସ୍ୱତନ୍ତ୍ର କ୍ରେଡିଟ୍ କାର୍ଡ ପ୍ରଚଳନ ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କଭରେଜ୍ ବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ସଂଜ୍ଞାକୁ ସଂଶୋଧନ କରାଯାଇଛି, ଯେଉଁଥିରେ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ଅଭିବୃଦ୍ଧି ସହିତ ସରକାରୀ ସହାୟତା ହରାଇବାର ଭୟ ନ ଥାଇ ସମ୍ପ୍ରସାରଣ କରିବାକୁ ଅନୁମତି ଦିଆଯାଇଛି। ନିକଟରେ ମୁଦ୍ରା ଯୋଜନାର ୧୦ ବର୍ଷର ମାଇଲଖୁଣ୍ଟକୁ ସେ ଉଲ୍ଲେଖ କରିଥିଲେ, ଯାହା ଅଧୀନରେ ୩୩ ଲକ୍ଷ କୋଟି ଟଙ୍କାର ବନ୍ଧକ ମୁକ୍ତ ଋଣ ବଣ୍ଟନ କରାଯାଇଛି। ଏହି ଯୋଜନାର ୫୦ ପ୍ରତିଶତରୁ ଅଧିକ ହିତାଧିକାରୀ ଏସସି, ଏସଟି ଏବଂ ଓବିସି ପରିବାରର ବୋଲି ସେ ଗୁରୁତ୍ୱାରୋପ କରିଥିଲେ। କ୍ଷୁଦ୍ର ଉଦ୍ୟୋଗଗୁଡିକୁ ଭାରତର ଯୁବବର୍ଗଙ୍କ ବଡ଼ ସ୍ୱପ୍ନ ପୂରଣ କରିବା ପାଇଁ ସକ୍ଷମ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଉଲ୍ଲେଖ କରିଥିଲେ।

ହରିୟାଣାର କୃଷକମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷକମାନଙ୍କ ସୁଖ ଏବଂ ଦୁଃଖରେ ଏକ ଦୃଢ଼ ଅଂଶୀଦାର ଭାବରେ ଠିଆ ହୋଇଛନ୍ତି। ସେ ହରିୟାଣାର କୃଷକମାନଙ୍କୁ ସଶକ୍ତ କରିବାର ପ୍ରୟାସ ଉପରେ ଆଲୋକପାତ କରି କହିଥିଲେ ଯେ ରାଜ୍ୟ ସରକାର ବର୍ତ୍ତମାନ ଏମଏସପିରେ ୨୪ଟି ଫସଲ କ୍ରୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହରିୟାଣାର ଲକ୍ଷ ଲକ୍ଷ କୃଷକ ଉପକୃତ ହୋଇଛନ୍ତି ଏବଂ ଏହି ଯୋଜନା ଅଧୀନରେ ୯ ହଜାର କୋଟି ଟଙ୍କାରୁ ଅଧିକ ଦାବି କରାଯାଇଛି ବୋଲି ସେ କହିଛନ୍ତି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ମାଧ୍ୟମରେ ହରିୟାଣାର କୃଷକମାନଙ୍କୁ ୬,୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହା ସେମାନଙ୍କ ଜୀବିକା ଏବଂ ଅଭିବୃଦ୍ଧିକୁ ଆହୁରି ସହାୟକ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।

ହରିୟାଣା ସରକାର ଉପନିବେଶକାଳୀନ ଜଳ ଟିକସ ଉଚ୍ଛେଦ କରିବା, କୃଷକମାନଙ୍କୁ କେନାଲ ଜଳ ଉପରେ ଟିକସ ଦେବାରୁ ମୁକ୍ତ କରିବାର ନିଷ୍ପତ୍ତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ଏହି ଟିକସ ଅଧୀନରେ ବକେୟା ୧୩୦ କୋଟି ଟଙ୍କା ମଧ୍ୟ ଛାଡ଼ କରାଯାଇଛି। କୃଷକ ଓ ପଶୁପକ୍ଷୀଙ୍କୁ ନୂଆ ରୋଜଗାର ସୁଯୋଗ ଦେବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୟାସ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ ଗୋବର୍ଦ୍ଧନ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ, ଯାହା କୃଷକମାନଙ୍କୁ ଗୋବର, କୃଷି ଅବଶେଷ ଏବଂ ଅନ୍ୟ ଜୈବିକ ବର୍ଜ୍ୟବସ୍ତୁରୁ ବାୟୋଗ୍ୟାସ ଉତ୍ପାଦନ କରି ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଆୟ ସୃଷ୍ଟି କରିବାରେ ସକ୍ଷମ କରେ। ଚଳିତ ବର୍ଷର ବଜେଟରେ ସାରା ଦେଶରେ ୫୦୦ ଗୋବର୍ଦ୍ଧନ କାରଖାନା ଘୋଷଣା କରାଯାଇଛି ବୋଲି ସେ କହିଛନ୍ତି। ଯମୁନାନଗରରେ ଏକ ନୂତନ ଗୋବର୍ଦ୍ଧନ କାରଖାନାର ଶିଳାନ୍ୟାସ ଉପରେ ସେ ଆଲୋକପାତ କରିଥିଲେ, ଯାହା ମହାନଗର ନିଗମ ପାଇଁ ବାର୍ଷିକ ୩ କୋଟି ଟଙ୍କା ସଞ୍ଚୟ କରିବ। "ଗୋବର୍ଦ୍ଧନ ଯୋଜନା ସ୍ୱଚ୍ଛ ଭାରତ ଅଭିଯାନରେ ମଧ୍ୟ ସହଯୋଗ କରୁଛି, ସ୍ୱଚ୍ଛତା ଏବଂ ସ୍ଥାୟୀତାର ଅଭିଯାନକୁ ଆଗକୁ ବଢ଼ାଉଛି", ବୋଲି ସେ ପୁଣି କହିଥିଲେ ।

ପ୍ରଧାନମନ୍ତ୍ରୀ ବିକାଶ ପଥରେ ହରିୟାଣାର ଦ୍ରୁତ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ ଏବଂ ତାଙ୍କର ପୂର୍ବ ଥର ଗସ୍ତ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ଅଯୋଧ୍ୟାଧାମକୁ ସିଧାସଳଖ ବିମାନସେବା ଉଦଘାଟିତ ହୋଇଥିଲା। ସେ ରେଓ୍ଵାରି ପାଇଁ ନୂତନ ବାଇପାସ୍ ଘୋଷଣା କରିଛନ୍ତି, ଯାହା ବଜାର, ଛକ ଏବଂ ରେଳ କ୍ରସିଂରେ ଟ୍ରାଫିକ୍ ଭିଡ଼କୁ ହ୍ରାସ କରିବ ଏବଂ ଯାନବାହନଗୁଡ଼ିକୁ ସୁରୁଖୁରୁରେ ସହରକୁ ଚଳପ୍ରଚଳ କରିବାକୁ ଅନୁମତି ଦେବ। ୪ ଲେନ୍ ବିଶିଷ୍ଟ ଏହି ବାଇପାସ୍ ଦ୍ୱାରା ଦିଲ୍ଲୀ ଓ ନାରନୌଲ ମଧ୍ୟରେ ଯାତ୍ରା ସମୟରେ ଏକ ଘଣ୍ଟା ହ୍ରାସ ପାଇବ ବୋଲି ସେ ଉଲ୍ଲେଖ କରିବା ସହ ଏହି ସଫଳତା ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

ସେମାନଙ୍କ ପାଇଁ ରାଜନୀତି ହେଉଛି ସେବାର ମାଧ୍ୟମ- ଜନସାଧାରଣ ଓ ଦେଶ ସେବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ, "ଆମ ଦଳ ତା'ର ପ୍ରତିଶ୍ରୁତି ପୂରଣ କରୁଛି, ଯାହା କି ହରିୟାଣାରେ ସ୍ପଷ୍ଟ ପ୍ରତିପାଦିତ ହୋଇଛି", ଯେଉଁଠାରେ ସରକାର ତୃତୀୟ ଥର ପାଇଁ ନିର୍ବାଚିତ ହେବା ପରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଛନ୍ତି। ଜନସାଧାରଣଙ୍କ ବିଶ୍ୱାସ ପ୍ରତି ବିଶ୍ୱାସଘାତକତା ଦର୍ଶାଇ ସେ ବିରୋଧୀ ଶାସିତ ରାଜ୍ୟ ସହ ତୁଳନା କରିଥିଲେ। ସେ ହିମାଚଳ ପ୍ରଦେଶରେ ଲୋକମାନେ ସମ୍ମୁଖୀନ ହେଉଥିବା ସଂଘର୍ଷ ବିଷୟରେ ଆଲୋକପାତ କରିଥିଲେ, ଯେଉଁଠାରେ ବିକାଶ ଏବଂ କଲ୍ୟାଣକାରୀ ପ୍ରକଳ୍ପ ଅଟକି ରହିଛି। କର୍ଣ୍ଣାଟକରେ ବିଜୁଳି, କ୍ଷୀର, ବସ୍ ଭଡ଼ା ଏବଂ ବିହନ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଖର୍ଚ୍ଚ ବଢ଼ୁଥିବା ସେ ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଦେଖାଯାଉଥିବା କର୍ଣ୍ଣାଟକର ବର୍ତ୍ତମାନର ସରକାର ପ୍ରତି ଜନଅସନ୍ତୋଷ ବିଷୟରେ ସେ ଉଲ୍ଲେଖ କରିଥିଲେ ଏବଂ ଦୁର୍ନୀତି ଅଭିଯୋଗକୁ ଉଲ୍ଲେଖ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀମାନେ ମଧ୍ୟ କର୍ଣ୍ଣାଟକର ମାନ୍ୟତାକୁ ଦୁର୍ନୀତିରେ ଏକ ନମ୍ବର ଭାବେ ସ୍ୱୀକାର କରିଛନ୍ତି।

ତେଲେଙ୍ଗାନା ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଅଣଦେଖା କରିବା ସହ ଜଙ୍ଗଲକୁ ବୁଲଡୋଜିଂ କରିବା, ପ୍ରକୃତି ଓ ବନ୍ୟଜନ୍ତୁଙ୍କୁ କ୍ଷତି ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଉଥିବାରୁ ଶ୍ରୀ ମୋଦୀ ତାଙ୍କୁ ସମାଲୋଚନା କରିଛନ୍ତି। ସେ ଶାସନର ଦୁଇଟି ମଡେଲକୁ ତୁଳନା କରି ତାଙ୍କ ଦଳର ମଡେଲକୁ ପ୍ରକୃତ ଏବଂ ଏକ ବିକଶିତ ଭାରତ ଗଠନ ପାଇଁ ସମର୍ପିତ ବୋଲି ବର୍ଣ୍ଣନା କରିଥିବାବେଳେ ବିରୋଧୀମାନେ ପ୍ରତାରଣାକାରୀ ଏବଂ କେବଳ କ୍ଷମତା ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ସେ ଯମୁନାନଗରରେ ଚାଲିଥିବା ପ୍ରୟାସକୁ ପ୍ରଗତି ପାଇଁ ତାଙ୍କ ଦଳର ପ୍ରତିବଦ୍ଧତାର ଏକ ଉଦାହରଣ ଭାବରେ ଆଲୋକପାତ କରିଥିଲେ।

ବୈଶାଖୀର ମହତ୍ତ୍ୱ ଏବଂ ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ୧୦୬ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନିଜ ଜୀବନକୁ ବଳିଦାନ ଦେଇଥିବା ଦେଶପ୍ରେମୀଙ୍କ ସ୍ମୃତିକୁ ସମ୍ମାନିତ କରିବା ସହ ବ୍ରିଟିଶ ଶାସନର ନିଷ୍ଠୁରତା ଉପରେ ଆଲୋକପାତ କରିଥିଲେ। ସେ ଏହି ହତ୍ୟାକାଣ୍ଡର ଆଉ ଏକ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ- ମାନବିକତା ଏବଂ ଦେଶ ପାଇଁ ଠିଆ ହେବାର ଅତୁଟ ଭାବନା, ଯାହାର ଉଦାହରଣ ଶ୍ରୀ ଶଙ୍କରନ ନାୟାର ଦେଇଛନ୍ତି । ପ୍ରସିଦ୍ଧ ଆଇନଜୀବୀ ତଥା ବ୍ରିଟିଶ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ଶଙ୍କରନ ନାୟାର ଇସ୍ତଫା ଦେଇ ବିଦେଶୀ ଶାସନର ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ସେ ଜାଲିଆନାୱାଲାବାଗ ମାମଲାକୁ ଏକାକୀ ଲଢ଼ି ବ୍ରିଟିଶ ସାମ୍ରାଜ୍ୟର ଭିତ୍ତିଭୂମିକୁ ଦୋହଲାଇ ଦେଇଥିଲେ ଏବଂ କୋର୍ଟରେ ଏହାକୁ ଉତ୍ତରଦାୟୀ କରିଥିଲେ। ସେ ଶଙ୍କରନ ନାୟାରଙ୍କ କାର୍ଯ୍ୟକୁ "ଏକ ଭାରତ, ଶ୍ରେଷ୍ଠ ଭାରତ"ର ଏକ ଉଲ୍ଲେଖନୀୟ ଉଦାହରଣ ଭାବରେ ବର୍ଣ୍ଣନା କରିଥିଲେ, ଯେଉଁଥିରେ ଦର୍ଶାଯାଇଛି ଯେ କିପରି କେରଳର ଜଣେ ବ୍ୟକ୍ତି ପଞ୍ଜାବରେ ଏକ ଗଣହତ୍ୟା ପାଇଁ ବ୍ରିଟିଶ ଶକ୍ତି ବିରୋଧରେ ଠିଆ ହୋଇଥିଲେ। ଏହି ଏକତା ଏବଂ ପ୍ରତିରୋଧ ଭାବନା ଭାରତର ସ୍ୱାଧୀନତା ସଂଗ୍ରାମର ପ୍ରକୃତ ପ୍ରେରଣା ଏବଂ ଏକ ବିକଶିତ ଭାରତ ଅଭିମୁଖେ ଯାତ୍ରାରେ ଏକ ପ୍ରେରଣା ଶକ୍ତି ହୋଇ ରହିଛି ବୋଲି ସେ କହିଥିଲେ।

 

ଶଙ୍କରନ ନାୟାରଙ୍କ ଅବଦାନ ବିଷୟରେ ଜାଣିବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ଏବଂ ସମାଜର ସ୍ତମ୍ଭ ଗରିବ, କୃଷକ, ଯୁବକ ଏବଂ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଉପରେ ଗୁରୁତ୍ୱାରୋପ କରି ବକ୍ତବ୍ୟ ଶେଷ କରିଥିଲେ। ସାମୂହିକ ପ୍ରୟାସ ହରିୟାଣାକୁ ବିକାଶ ଦିଗରେ ଆଗେଇ ନେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂହ ସାଇନି, କେନ୍ଦ୍ରମନ୍ତ୍ରୀ ମନୋହର ଲାଲ, ରାଓ ଇନ୍ଦ୍ରଜିତ୍ ସିଂହ, କ୍ରିଷନ ପାଲ ଗୁର୍ଜର ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଏହି ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଶେଷ ବର୍ଗ ପର୍ଯ୍ୟନ୍ତ ବିଜୁଳି ପହଞ୍ଚିବାର ଲକ୍ଷ୍ୟ ରଖି ପ୍ରଧାନମନ୍ତ୍ରୀ ଯମୁନାନଗରଠାରେ ଦୀନବନ୍ଧୁ ଛୋଟୁରାମ ତାପଜ ବିଦ୍ୟୁତ୍ କେନ୍ଦ୍ରର ୮୦୦ ମେଗାୱାଟ ଆଧୁନିକ ତାପଜ ବିଦ୍ୟୁତ୍ ୟୁନିଟ୍‌ର ଶିଳାନ୍ୟାସ କରିଥିଲେ। ପ୍ରାୟ ୮,୪୭୦ କୋଟି ଟଙ୍କା ମୂଲ୍ୟର ୨୩୩ ଏକର ପରିମିତ ଏହି ୟୁନିଟ୍ ହରିୟାଣାର ବିଦ୍ୟୁତ ଆତ୍ମନିର୍ଭରଶୀଳତାକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ଯୋଗାଇବ।

 

ଗୋବର୍ଦ୍ଧନ ଅର୍ଥାତ୍ ଜୈବିକ ଜୈବ-କୃଷି ସମ୍ପଦ ଧନର ସ୍ୱପ୍ନକୁ ଆଗେଇ ନେଇ ପ୍ରଧାନମନ୍ତ୍ରୀ ଯମୁନାନଗରର ମୁକରାବପୁରଠାରେ ଏକ କମ୍ପ୍ରେସ୍‌ଡ ବାୟୋଗ୍ୟାସ ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ। ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୨,୬୦୦ ମେଟ୍ରିକ୍‌ଟନ୍ ହେବ ଏବଂ ସ୍ୱଚ୍ଛ ଶକ୍ତି ଉତ୍ପାଦନ ଏବଂ ପରିବେଶ ସଂରକ୍ଷଣରେ ଯୋଗଦାନ ଦେବା ସହିତ ପ୍ରଭାବଶାଳୀ ଜୈବିକ ବର୍ଜ୍ୟବସ୍ତୁ ପରିଚାଳନାରେ ସହାୟକ ହେବ।

ପ୍ରଧାନମନ୍ତ୍ରୀ ଭାରତମାଳା ପରିଯୋଜନା ଅଧୀନରେ ପ୍ରାୟ ୧ ହଜାର ୭୦ କୋଟି ଟଙ୍କା ବ୍ୟୟରେ ୧୪.୪ କିଲୋମିଟର ରେୱାରୀ ବାଇପାସ୍ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ଏହା ଦ୍ୱାରା ରେଓ୍ଵାରି ସହରରେ ଭିଡ଼ ହ୍ରାସ ପାଇବ, ଦିଲ୍ଲୀ-ନାରନୌଲ ଯାତ୍ରାସମୟ ପ୍ରାୟ ଏକ ଘଣ୍ଟା ହ୍ରାସ ପାଇବ ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ ଓ ସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
With HPV vaccine rollout, AIIMS oncologist says it’s the beginning of the end for cervical cancer in India

Media Coverage

With HPV vaccine rollout, AIIMS oncologist says it’s the beginning of the end for cervical cancer in India
NM on the go

Nm on the go

Always be the first to hear from the PM. Get the App Now!
...
The HPV vaccination campaign, launched from Ajmer, marks a significant step towards empowering the nation’s Nari Shakti: PM Modi in Rajasthan
February 28, 2026
Our government is committed to all-round development: PM
Today, I had the privilege of launching the nationwide HPV vaccination campaign from Ajmer, inaugurating and laying foundation stones for multiple projects and distributing appointment letters to the youth: PM
The HPV vaccination campaign has commenced from Ajmer, this campaign is a significant step towards empowering the Nari Shakti of the country: PM
The double-engine government is moving forward by taking both Rajasthan’s heritage and development together: PM
The campaign to link rivers started by our government will significantly benefit Rajasthan: PM
There is no shortage of sunlight in Rajasthan, this very sunshine is becoming a source of savings and income for the common man: PM
A very significant role is being played by the PM Surya Ghar Free Electricity Scheme, this scheme has the power to change Rajasthan's destiny: PM

भारत माता की जय।

भारत माता की जय।

भारत माता की जय।

तीर्थराज पुष्कर और माता सावित्री की इस पावन भूमि पर, आज मुझे आप सबके बीच आने का, आपके आशीर्वाद प्राप्त करने का अवसर मिला है। इस मंच से मैं सुरसुरा के तेजाजी धाम को, पृथ्वीराज की भूमि अजमेर को प्रणाम करता हूं।

मेरे साथ बोलिए –

तीर्थराज पुष्कर की जय।

तीर्थराज पुष्कर की जय।

वीर तेजाजी महाराज की जय।

वीर तेजाजी महाराज की जय।

भगवान देव नारायण की जय।

भगवान देव नारायण की जय।

वरूण अवतार भगवान झूलेलाल जी की जय।

भगवान झूलेलाल जी की जय।

मंच पर विराजमान राजस्थान के राज्यपाल हरिभाउ बागडे जी, राज्य के लोकप्रिय मुख्यमंत्री श्री भजनलाल शर्मा जी, पूर्व मुख्यमंत्री बहन वसुंधरा जी, केंद्रीय मंत्रिमंडल में मेरे साथी भगीरथ चौधरी जी, उपमुख्यमंत्री प्रेमचंद भैरवा जी, दिया कुमारी जी, संसद में मेरे साथी, भाजपा के प्रदेश अध्यक्ष मदन राठौर जी, उपस्थित अन्य मंत्रिगण, अन्य महानुभाव और राजस्थान के मेरे प्यारे भाई और बहनों। मैं पूज्य संतों का बहुत आभारी हूं, कि हमें आशीर्वाद देने के लिए इतनी बड़ी संख्या में पूज्य संतगण यहां मौजूद हैं।

साथियों,

अजमेर आस्था और शौर्य की धरती है। यहां तीर्थ भी है और क्रांतिवीरों के पदचिन्ह भी हैं। अभी कल ही मैं इजराइल की यात्रा को पूरा करके भारत लौटा हूं। राजस्थान के सपूत मेजर दलपत सिंह के शौर्य को इजराइल के लोग आज भी गौरव से याद करते हैं। मुझे भी इजराइल की संसद में, मेजर दलपत सिंह जी के शौर्य को नमन करने का सौभाग्य मिला। राजस्थान के वीर बाकुरों की, इजराइल के हाइफा शहर को आजाद कराने में जो भूमिका थी, मुझे उसका गौरवगान करने का अवसर मिला है।

साथियों,

कुछ समय पहले ही, राजस्थान में भाजपा की डबल इंजर सरकार को दो साल पूरे हुए हैं, मुझे संतोष है कि आज राजस्थान विकास के नए पथ पर अग्रसर है। विकास के जिन वायदों के साथ भाजपा सरकार आपकी सेवा में आई थी, उन्हें तेजी के साथ पूरा कर रही है। और आज का दिन, विकास के इसी अभियान को तेज करने का दिवस है। थोड़ी देर पहले यहां राजस्थान के विकास से जुड़ी करबी 17 हजार करोड़ रूपयों की परियोजनाओं का शिलान्यास और लोकार्पण हुआ है। सड़क, बिजली, पानी, स्वास्थ्य, शिक्षा, हर क्षेत्र में नई शक्ति जुड़ रही है। ये सारे प्रोजेक्टस राजस्थान की जनता की सुविधा बढ़ाएंगे और राजस्थान के युवाओं के लिए, रोजगार के भी अवसर पैदा करेंगे।

साथियों,

भाजपा की डबल इंजर सरकार लगातार युवा शक्ति को सशक्त कर रही है। दो साल पहले तक राजस्थान से भर्तियों में भ्रष्टाचार और पेपर लीक की ही खबरें चमकती रहती थीं, आती रहती थीं। अब राजस्थान में पेपर लीक पर लगाम लगी है, दोषियों पर सख्त कार्रवाई हो रही है। आज यहां इसी मंच से राजस्थान के 21 हजार से अधिक युवाओं को नियुक्ति पत्र भी सौंपे गए हैं। ये बहुत बड़ा बदलाव आया है। मैं इस बदलाव के लिए, नई नौकरियों के लिए, विकास के सभी कामों के लिए, राजस्थान के आप सभी लोगों को बहुत-बहुत बधाई देता हूं।

साथियों,

आज वीरांगनाओं की इस धरती से, मुझे देशभर की बेटियों के लिए एक अहम अभियान शुरू करने का अवसर मिला है। यहां अजमेर से HPV वैक्सीनेशन अभियान शुरू हुआ है। ये अभियान, देश की नारीशक्ति को सशक्त करने की दिशा में अहम कदम है।

साथियों,

हम सब जानते हैं कि परिवार में जब मां बीमार होती है, तो घर बिखर सा जाता है। अगर मां स्वस्थ है, तो परिवार हर संकट का सामना करने में सक्षम रहता है। इसी भाव से, भाजपा सरकार ने महिलाओं को संबल देने वाली अनेक योजनाएं चलाई हैं।

साथियों,

हमने 2014 से पहले का वो दौर देखा है, जिसमें शौचालय के अभाव में बहनों-बेटियों को कितनी पीड़ा, कितना अपमान झेलना पड़ता था। बच्चियां स्कूल छोड़ देती थीं, क्योंकि वहां अलग टॉयलेट की सुविधा नहीं होती थी। गरीब बेटियां सेनिटरी पैड्स नहीं ले पाती थीं। पहले जो सत्ता में रहे, उनके लिए ये छोटी बातें थीं। इसलिए इन समस्याओं की चर्चा तक नहीं होती थी। लेकिन हमारे लिए ये बहनों-बेटियों को बीमार करने वाला, उनके अपमान से जुड़ा संवेदनशील मसला था। इसलिए, हमने इनका मिशन मोड पर समाधान किया।

साथियों,

गर्भावस्था के दौरान कुपोषण माताओं के जीवन के लिए बहुत बड़ा खतरा होता था। हमने सुरक्षित मातृत्व के लिए योजना चलाई, मां को पोषक आहार मिले, इसके लिए पांच हज़ार रुपए बहनों के खाते में जमा करने की योजना शुरु की। मां धुएं में खांसती रहती थी, लेकिन उफ्फ तक नहीं करती थी। हमने कहा ये नहीं चलेगा। और इसलिए उज्जवला गैस योजना बनाई गई। ये सब इसलिए संभव हुआ, क्योंकि भाजपा सरकार, सत्ता भाव से नहीं, संवेदनशीलता के साथ काम करती है।

साथियों,

21वीं सदी का एक चौथाई हिस्सा बीत चुका है। आज का समय राजस्थान के विकास के लिए बड़ा महत्वपूर्ण है। भाजपा की डबल इंजन सरकार, राजस्थान की विरासत और विकास, दोनों को साथ लेकर चल रही है। हम सब जानते हैं, अच्छी सड़क, अच्छी रेल और हवाई सुविधा सिर्फ सफर आसान नहीं करती, वो पूरे इलाके की किस्मत बदल देती है। जब गांव-गांव तक अच्छी सड़क पहुँचती है, तो किसान अपनी फसल सही दाम पर बेच पाता है। व्यापारी आसानी से अपना सामान बाहर भेज पाते हैं। और हमारा अजमेर-पुष्कर तो, उसकी पर्यटन की ताकत कौन नहीं जानता। अच्छी कनेक्टिविटी का पर्यटन पर सबसे अच्छा असर पड़ता है। जब सफर आसान होता है, तो ज्यादा लोग घूमने आते हैं।

और साथियों,

जब पर्यटक आते हैं तो स्वाभाविक है होटल चलते हैं, ढाबे चलते हैं, कचौड़ी और दाल बाटी ज्यादा बिकती है, यहां राजस्थान के कारीगरों का बनाया सामान बिकता है, टैक्सी चलती है, गाइड को काम मिलता है। यानी एक पर्यटक कई परिवारों की रोज़ी-रोटी बन जाता है। इसी सोच के साथ हमारी सरकार, राजस्थान में आधुनिक कनेक्टिविटी पर बहुत बल दे रही है।

साथियों,

जैसे-जैसे राजस्थान में कनेक्टिविटी का विस्तार हो रहा है, वैसे-वैसे यहां निवेश के लिए भी अवसर लगातार बढ़ते जा रहे हैं। दिल्ली-मुंबई इंडस्ट्रियल कॉरिडोर के इर्द-गिर्द उद्योगों के लिए एक बहुत ही शानदार इंफ्रास्ट्रक्चर बनाया जा रहा है। यानी राजस्थान को अवसरों की भूमि बनाने के लिए, डबल इंजन सरकार हर संभव, अनेक विध काम कर रही है।

साथियों,

राजस्थान की माताएं अपने बच्चों को पालने में ही, राष्ट्र भक्ति का संस्कार देती हैं। राजस्थान की ये धरा जानती है कि देश का सम्मान क्या होता है, और इसीलिए आज राजस्थान की इस धरा पर, मैं आप लोगों से एक और बात कहने आया हूं।

साथियों,

हाल में ही, दिल्ली में, दुनिया का सबसे बड़ा AI सम्मेलन हुआ, Artificial Intelligence इसमें दुनिया के अनेक देशों के प्रधानमंत्री, अनेक देशों के राष्ट्रपति, अनेक देशों के मंत्रि, उस कार्यक्रम में आए थे। दुनिया की बड़ी-बड़ी कंपनियां, उन कंपनियों के कर्ता-धर्ता वो भी एक छत के नीचे इकट्ठे हुए थे। सबने भारत की खुले मन से प्रशंसा की। मैं जरा राजस्थान के मेरे भाई-बहनों से पूछना चाहता हूं। जब दुनिया के इतने सारे लोग, भारत की प्रशंसा करते हैं, ये सुनकर के आपको गर्व होता है की नहीं होता है? आपको गर्व होता है कि नहीं होता है? आपको अभिमान होता है कि नहीं होता है? आपका माथा ऊंचा हुआ या नहीं हुआ? आपका सीना चौड़ा हुआ कि नहीं हुआ?

साथियों,

आपको गर्व हुआ, लेकिन हताशा निराशा में डूबी, लगातार पराजय के कारण थक चुकी कांग्रेस ने क्या किया, ये आपने देखा है। दुनियाभर के मेहमानों के सामने, कांग्रेस ने देश को बदनाम करने की कोशिश की। इन्होंने विदेशी मेहमानों के सामने देश को बेइज्जत करने के लिए पूरा ड्रामा किया।

साथियों,

कांग्रेस, पूरे देश में ल्रगातार हार रही है, और गुस्से में वो इसका बदला, वो भारत को बदनाम करके ले रही है। कभी कांग्रेस, INC यानी इंडियन नेशनल कांग्रेस थी, लेकिन अब INC नहीं बची है, इंडियन नेशनल कांग्रेस नहीं बची है, आज वो INC के बजाय MMC, MMC बन गई है। MMC यानी मुस्लिम लीगी माओवादी कांग्रेस हो चुकी है।

राजस्थान के मेरे वीरों,

इतिहास गवाह है, मुस्लिम लीग भारत से नफरत करती थी, और इसलिए मुस्लिम लीग ने देश बांट दिया। आज कांग्रेस भी वही कर रही है। माओवादी भी, भारत की समृद्धि, हमारे संविधान और हमारे सफल लोकतंत्र से नफरत करते हैं, ये घात लगाकर हमला करते हैं, कांग्रेस भी घात लगाकर, देश को बदनाम करने के लिए कहीं भी घुस जाती है। कांग्रेस के ऐसे कुकर्मों को देश कभी माफ नहीं करेगा।

साथियों,

देश को बदनाम करना, देश की सेनाओं को कमजोर करना, ये कांग्रेस की पुरानी आदत रही है। आप याद कीजिए, यही कांग्रेस है, जिसने हमारी सेना के जवानों को हथियारों और वर्दी तक के लिए तरसा कर रखा था। ये वही कांग्रेस है, जिसने सालों तक हमारे सैनिक परिवारों को वन रैंक वन पेंशन से वंचित रखा था। ये वही कांग्रेस है, जिसके जमाने में विदेशों से होने वाले रक्षा सौदों में बड़े-बड़े घोटाले होते थे।

साथियों,

बीते 11 वर्षों में भारत की सेना ने हर मोर्चे पर आतंकियों पर, देश के दुश्मनों पर करारा प्रहार किया। हमारी सेना, हर मिशन, हर मोर्चे में विजयी रही। सर्जिकल स्ट्राइक से लेकर ऑपरेशन सिंदूर तक, वीरता का लोहा मनवाया, लेकिन कांग्रेस के नेताओं ने इसमें भी दुश्मनों के झूठ को ही आगे बढ़ाया। देश के लिए जो भी शुभ है, जो भी अच्छा है, जो भी देशवासियों का भला करने वाला है, कांग्रेस उस सबका विरोध करती है। इसलिए, देश आज कांग्रेस को सबक सिखा रहा है।

साथियों,

राजस्थान में तो आपने कांग्रेस के कुशासन को करीब से अनुभव किया है। यहां जितने दिन कांग्रेस की सरकार रही, वो भ्रष्टाचार करने और आपसी लड़ाई-झगड़े में ही उलझी रही। कांग्रेस ने हमारे किसानों को भी हमेशा धोखा दिया है। आप याद कीजिए, कांग्रेस ने दशकों तक सिंचाई की परियोजनाओं को कैसे लटकाए रखा। इसका राजस्थान के किसानों को बहुत अधिक नुकसान हुआ है। ERCP परियोजना को कांग्रेस की सरकारों ने केवल फाइलों और घोषणाओं में उलझाकर रखा। हमारी सरकार ने आते ही इस स्कीम को फाइलों से निकालकर धरातल पर उतारने का प्रयास किया है।

साथियों,

हमारी सरकार ने नदियों को जोड़ने का जो अभियान शुरु किया है, उसका बहुत अधिक फायदा राजस्थान को मिलना तय है। संशोधित पार्वती-कालीसिंध-चंबल लिंक परियोजना हो, यमुना-राजस्थान लिंक प्रोजेक्ट हो, डबल इंजन सरकार ऐसी अनेक सिंचाई परियोजनाओं का लाभ किसानों तक पहुंचाने के लिए प्रतिबद्ध है। आज भी झालावाड़, बारां, कोटा और बूंदी जिले के लिए पानी की अनेक परियोजनाओं पर काम शुरु हुआ है। हमारा प्रयास है, कि राजस्थान में भूजल का स्तर भी ऊपर उठे।

साथियों,

भाजपा सरकार, राजस्थान के सामर्थ्य को समझते हुए, योजनाएं बना रही है, उन्हें लागू कर रही है। मुझे खुशी है कि राजस्थान अब, सूरज की ताकत से समृद्धि कमाने वाली धरती बन गया है। हम सब जानते हैं, हमारे राजस्थान में धूप की कोई कमी नहीं। अब यही धूप, सामान्य मानवी के घर की बचत और कमाई का साधन बन रही है। और इसमें बहुत बड़ी भूमिका है, प्रधानमंत्री सूर्यघर मुफ्त बिजली योजना की। इस योजना में राजस्थान का भाग्य बदलने की ताकत है। इस योजना में भाजपा सरकार लोगों को अपनी छत पर सोलर पैनल लगाने के लिए 78 हजार रुपए की सहायता देती है। सरकार सीधे आपके बैंक खाते में पैसे भेजती है। आजादी के बाज सब बजट, सब योजनाएं देख लीजिए, जिसमें मध्यम वर्ग को सबसे ज्यादा लाभ होने वाला है, ऐेसी योजना कभी नजर नहीं आएगी, आज इन परिवारों को सोलर पैनल लगाने के लिए 78 हजार रुपए सीधा सरकार देती है। सबसे अधिक लाभ मध्यम वर्ग के लोग ले रहे हैं। और जिससे घर पर एक छोटा सा बिजली घर तैयार हो जाता है। दिन में सूरज की रोशनी से बिजली बनती है, घर में वही बिजली काम आती है और जो ज्यादा बिजली बनती है, वो बिजली ग्रिड में जाती है। और जिस घर में बिजली बनी होती है, उसे भी इसका लाभ मिलता है।

साथियों,

आज राजस्थान में सवा लाख से अधिक परिवार इस योजना से जुड़ चुके हैं। और इस योजना की वजह से, कई घरों का बिजली बिल लगभग जीरो आ रहा है। यानी खर्च कम हुआ है, बचत ज़्यादा हुई है।

साथियों,

विकसित राजस्थान से विकसित भारत के मंत्र पर हम लगातार काम कर रहे हैं। आज जिन योजनाओं पर काम शुरू हुआ है, वो विकसित राजस्थान की नींव को और अधिक मजबूत करेंगे। जब राजस्थान विकसित होगा, तो यहां के हर परिवार का जीवन समृद्ध होगा। आप सभी को एक बार फिर, विकास परियोजनाओं के लिए बहुत-बहुत शुभकामनाएं। मेरे साथ बोलिये-

भारत माता की जय!

भारत माता की जय!

वंदे मातरम के 150 साल देश मना रहा है। मेरे साथ बोलिये-

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

वंदे मातरम।

बहुत-बहुत धन्यवाद।