ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ଉନ୍ମୋଚନ ଏବଂ ୬ଜି ଆରଆଣ୍ଡବି ପରୀକ୍ଷାଗାରର ଉଦ୍‍ଘାଟନ କରିଛନ୍ତି
"କଲ ବିଫୋର ୟୁ ଡିଗ୍‍” ଆପ୍‌ର ଶୁଭାରମ୍ଭ କରିଛନ୍ତି
ନିଜର ଅର୍ଥନୀତିକୁ ବଞ୍ଚାଇବା ପାଇଁ ଡିଜିଟାଲ ରୂପାନ୍ତରଣ ଖୋଜୁଥିବା ଦେଶମାନଙ୍କ ପାଇଁ ଭାରତ ଏକ ଆଦର୍ଶ ଅଟେ: ଆଇଟିୟୁ ମହା ସଚିବ
“ଭାରତର ଦୁଇଟି ପ୍ରମୁଖ ଶକ୍ତି ଅଛି - ବିଶ୍ୱାସ ଏବଂ ମାନଦଣ୍ଡ । ବିଶ୍ୱାସ ଏବଂ ମାନଦଣ୍ଡ ବିନା ଆମେ ସବୁ କୋଣକୁ ଜ୍ଞାନକୌଶଳକୁ ନେଇ ପାରିବୁ ନାହିଁ”
“ଭାରତ ପାଇଁ ଟେଲିକମ୍ ଜ୍ଞାନକୌଶଳ ଶକ୍ତିର ଧାରା ନୁହେଁ, ବରଂ ସଶକ୍ତିକରଣ ପାଇଁ ଏକ ମିଶନ”
“ଡିଜିଟାଲ୍ ବିପ୍ଳବର ପରବର୍ତ୍ତୀ ପଦକ୍ଷେପକୁ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି”
“ଆଜି ଉପସ୍ଥାପିତ ଭିଜନ୍ ଡକ୍ୟୁମେଣ୍ଟ ଆସନ୍ତା କିଛି ବର୍ଷ ମଧ୍ୟରେ ୬ଜି କାର୍ଯ୍ୟକାରୀତା ପାଇଁ ଏକ ପ୍ରମୁଖ ଆଧାର ହେବ”
“୫ଜି ଶକ୍ତି ସହିତ ସମଗ୍ର ବିଶ୍ୱର କାର୍ଯ୍ୟ ସଂସ୍କୃତି ବଦଳାଇବା ପାଇଁ ଭାରତ ଅନେକ ଦେଶ ସହିତ କାର୍ଯ୍ୟ କରୁଛି”
“ଆସନ୍ତା ବର୍ଷ ଅକ୍ଟୋବର ମାସରେ ଦିଲ୍ଲୀରେ ଆଇଟିୟୁର ବିଶ୍ୱ ଟେଲି ଯୋଗାଯୋଗ ମାନକ ସମ୍ମିଳନୀ ଅନୁଷ୍ଠିତ ହେବ”
“ଏହି ଦଶନ୍ଧି ହେଉଛି ଭାରତର ସମୟ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମରେ ନୂତନ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘ (ଆଇଟିୟୁ) କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ଉନ୍ମୋଚନ ଏବଂ ୬ଜି ଆରଆଣ୍ଡବି ପରୀକ୍ଷାଗାରର ଶୁଭାରମ୍ଭ କରିଛନ୍ତି । ସେ "କଲ୍‍ ବିଫୋର ୟୁ ଡିଗ୍”’ ଆପ୍‌ର ମଧ୍ୟ ଶୁଭାରମ୍ଭ କରିଥିଲେ । ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇସିଟି) ପାଇଁ ଆଇଟିୟୁ ହେଉଛି ମିଳିତ ଜାତିସଂଘର ସ୍ୱତନ୍ତ୍ର ସଂସ୍ଥା । ମାର୍ଚ୍ଚ ୨୦୨୨ ରେ ଭାରତ କ୍ଷେତ୍ର କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଆଇଟିୟୁ ସହିତ ଏକ ଆୟୋଜକ ଦେଶ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ଏହା ଭାରତ, ନେପାଳ, ଭୁଟାନ, ବାଂଲାଦେଶ, ଶ୍ରୀଲଙ୍କା, ମାଲଦ୍ୱୀପ, ଆଫଗାନିସ୍ତାନ ଏବଂ ଇରାନକୁ ସେବା ଯୋଗାଇବ, ଦେଶ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ପାରସ୍ପରିକ ଲାଭଦାୟକ ଅର୍ଥନୈତିକ ସହଯୋଗ ବୃଦ୍ଧି କରିବ ।

ଆନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘର ମହାସଚିବ ସୁଶ୍ରୀ ଡୋରେନ୍‌-ବୋଗଡାନ ମାର୍ଟିନ୍ ଭାରତରେ ନୂତନ ଆଇଟିୟୁ କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ବିକାଶରେ ସାହାଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯାହା ଭାରତ ଏବଂ ଆଇଟିୟୁର ଦୀର୍ଘ ଇତିହାସରେ ଏକ ନୂତନ ଅଧ୍ୟାୟ ଅଟେ । ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ଅଞ୍ଚଳରେ ଆଟିୟୁର ଉପସ୍ଥିତି ଉନ୍ନତ ଜ୍ଞାନକୌଶଳର ପରିଚୟ, ଦକ୍ଷତା ବିକାଶରେ ଉନ୍ନତି ଆଣିବ ଏବଂ ଉଦ୍ୟୋଗୀତା ଏବଂ ସହଭାଗିତାକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ ଏବଂ ଡିଜିଟାଲ୍ ସେବା, ଦକ୍ଷତା, ସାଇବର ସୁରକ୍ଷା ଏବଂ ଡିଜିଟାଲ୍ ଅନ୍ତର୍ଭୂକ୍ତିକୁ ନେଇ ଭୂମି ଉପରେ ଅଗ୍ରଗତି କରିବାକୁ ମଧ୍ୟ ସେ କହିଛନ୍ତି । ସେ କହିଛନ୍ତି, ଅର୍ଥନୀତିକୁ ବୃଦ୍ଧି କରିବା, ସରକାରୀ ସେବା ଉପରେ ପୁନର୍ବିଚାର କରିବା, ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା, ବାଣିଜ୍ୟକୁ ପୁନଃ ର୍ନିମାଣ କରିବା ଏବଂ ନିଜ ଲୋକଙ୍କୁ ସଶକ୍ତ କରିବା ପାଇଁ ଡିଜିଟାଲ ରୂପାନ୍ତର ଖୋଜୁଥିବା ଦେଶମାନଙ୍କ ପାଇଁ ଭାରତ ଏକ ଆଦର୍ଶ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱର ସବୁଠାରୁ ବଡ ଷ୍ଟାର୍ଟଅପ୍ ଇକୋସିଷ୍ଟମ, ଡିଜିଟାଲ ପେମେଣ୍ଟ ବଜାର ଏବଂ ବୈଷୟିକ କାର୍ଯ୍ୟବଳ ମଧ୍ୟରୁ ଭାରତ ହେଉଛି ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଭାରତକୁ ଜ୍ଞାନକୌଶଳ ନବସୃଜନ ଏବଂ ପରିବର୍ତ୍ତନକାରୀ ସହିତ ଡିଜିଟାଲ୍ କ୍ଷେତ୍ରରେ ଅଗ୍ରଣୀ କରାଇଛି । ଅନ୍ୟମାନଙ୍କ ମଧ୍ୟରେ ଆଧାର, ୟୁପିଆଇ ଭଳି ପଦକ୍ଷେପ ଯାହା ଭାରତକୁ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିଛି ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଏକ ବିଶେଷ ଦିନ ଯାହାକି ହିନ୍ଦୁ କ୍ୟାଲେଣ୍ଡରର ନୂତନ ବର୍ଷକୁ ଚିହ୍ନିତ କରେ ଏବଂ ବିକ୍ରମ ସମ୍ଭତ ୨୦୮୦ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲା । ଭାରତର ବିବିଧତା ତଥା ବିଭିନ୍ନ କ୍ୟାଲେଣ୍ଡରର ଉପସ୍ଥିତି ଉପରେ ନଜର ରଖିବା ଶତାବ୍ଦୀ, ପ୍ରଧାନମନ୍ତ୍ରୀ ମାଲାୟାଲମ୍ କ୍ୟାଲେଣ୍ଡର ଏବଂ ତାମିଲ କ୍ୟାଲେଣ୍ଡରର ଉଦାହରଣ ଦେଇଥିଲେ ଏବଂ କହିଥିଲେ ଯେ ବିକ୍ରମ ସମ୍ଭତ କ୍ୟାଲେଣ୍ଡର ୨୦୮୦ ବର୍ଷରୁ ଚାଲିଆସୁଛି । ସେ ଉଲ୍ଲେଖ କରିଛନ୍ତି ଯେ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ୨୦୨୩ ବର୍ତ୍ତମାନ ପଢାଯାଉଛି କିନ୍ତୁ ବିକ୍ରମ ସମ୍ଭତ ଏହାର ୫୭ ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ । ସେ ଖୁସି ବ୍ୟକ୍ତ କରିଛନ୍ତି ଯେ ଏହି ଶୁଭ ଦିନରେ ଭାରତର ଟେଲିକମ୍ କ୍ଷେତ୍ରରେ ଏକ ନୂତନ ଆରମ୍ଭ ହେଉଛି ଯେଉଁଠାରେ ଆଇଟିୟ୍ରୁ କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ର ଉଦଘାଟିତ ହେଉଛି । ସେ ଏହା ମଧ୍ୟ କହିଛନ୍ତି ଯେ ୬ଜି ପରୀକ୍ଷାଗାର ଏବଂ ଏହି ଜ୍ଞାନକୌଶଳ ସହ ଜଡିତ ଭିଜନ୍ ଡକ୍ୟୁମେଣ୍ଟ ଉନ୍ମୋଚିତ ହୋଇଛି ଯାହା କେବଳ ଡିଜିଟାଲ୍ ଇଣ୍ଡିଆରେ ନୂତନ ଶକ୍ତି ଆଣିବ ନାହିଁ ବରଂ ଗ୍ଲୋବାଲ ସାଉଥ ପାଇଁ ସମାଧାନ ଏବଂ ଉଦ୍ଭାବନ ମଧ୍ୟ ଯୋଗାଇବ । ଏହା ଭାରତର ଉଦ୍ଭାବକ, ଶିଳ୍ପ ଏବଂ ଷ୍ଟାର୍ଟଅପ୍ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ପଦକ୍ଷେପ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡିକର ଆଇଟି କ୍ଷେତ୍ରରେ ସମନ୍ୱୟ ଏବଂ ସହଯୋଗକୁ ମଜବୁତ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଜି -୨୦ ଅଧ୍ୟକ୍ଷ ଭାବରେ ନିଜର ଦାୟିତ୍ୱ ତୁଲାଉଥିବାରୁ ଆଞ୍ଚଳିକ ବିଭେଦ ହ୍ରାସ କରିବା ହେଉଛି ଏହାର ପ୍ରମୁଖ ପ୍ରାଥମିକତା । ପ୍ରଧାନମନ୍ତ୍ରୀ ସମ୍ପ୍ରତି ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀକୁ ସୂଚାଇ ଗ୍ଲୋବାଲ୍ ସାଉଥର ଆବଶ୍ୟକତା ଅନୁଯାୟୀ ଟେକ୍ନୋଲୋଜି, ଡିଜାଇନ୍ ଏବଂ ମାନକ ଉପରେ ଗୁରୁତ୍ୱାରୋପ କରିଛନ୍ତି କାରଣ ଗ୍ଲୋବାଲ୍ ସାଉଥ୍ ବୈଷୟିକ ବିଭାଜନକୁ ଶୀଘ୍ର ଭାଙ୍ଗିବାକୁ ଚେଷ୍ଟା କରୁଛି । ସେ କହିଛନ୍ତି, ଆଇଟିୟୁ କ୍ଷେତ୍ରୀୟ କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ର ଏହି ଦିଗରେ ଏକ ବଡ଼ ପଦକ୍ଷେପ ଏବଂ ଗ୍ଲୋବାଲ୍ ସାଉଥରେ ସର୍ବଭାରତୀୟ ସଂଯୋଗ ଯୋଗାଇବା ପାଇଁ ଭାରତର ଉଦ୍ୟମକୁ ମଧ୍ୟ ଗତି ଦେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ବିଭେଦକୁ ଦୂର କରିବା ପ୍ରସଙ୍ଗରେ ଭାରତଠାରୁ ଆଶା କରିବା ସ୍ୱାଭାବିକ । ସେ କହିଛନ୍ତି ଯେ ଭାରତର ସାମର୍ଥ୍ୟ, ଅଭିନବ ସଂସ୍କୃତି, ଭିତିଭୂମି, କୁଶଳୀ ଏବଂ ଅଭିନବ ମାନବ ଶକ୍ତି ଏବଂ ଏହାର ଅନୁକୂଳ ନୀତି ପରିବେଶ ଏହି ଆଶାର ଆଧାର ଅଟେ । ଭାରତର ଦୁଇଟି ପ୍ରମୁଖ ଶକ୍ତି ଅଛି - ବିଶ୍ୱାସ ଏବଂ ମାନଦଣ୍ଡ । ବିଶ୍ୱାସ ଏବଂ ମାନଦଣ୍ଡ ବିନା ଆମେ ସମସ୍ତ କୋଣକୁ ଜ୍ଞାନକୌଶଳକୁ ନେଇ ପାରିବୁ ନାହିଁ । ଏହି ଦିଗରେ ଭାରତର ଉଦ୍ୟମ ବିଷୟରେ ସମଗ୍ର ବିଶ୍ୱ ଆଲୋଚନା କରୁଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଏହି ଦିଗରେ ଭାରତର ଉଦ୍ୟମ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଶହେ କୋଟିରୁ ଅଧିକ ମୋବାଇଲ୍ ସଂଯୋଗ ସହିତ ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ଯୋଗାଯୋଗ ଗଣତନ୍ତ୍ର ଅଟେ ଏବଂ ଶସ୍ତା ସ୍ମାର୍ଟଫୋନ୍ ଏବଂ ତଥ୍ୟ ଉପଲବ୍ଧତା ପାଇଁ ଏହି ପରିବର୍ତ୍ତନକୁ ଶ୍ରେୟ ଦେଇଛି । ସେ କହିଛନ୍ତି, ୟୁପିଆଇ ମାଧ୍ୟମରେ ଭାରତରେ ପ୍ରତି ମାସରେ ୮୦୦ କୋଟିରୁ ଅଧିକ ଡିଜିଟାଲ ପେମେଣ୍ଟ କରାଯାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ପ୍ରତିଦିନ ୭ କୋଟିରୁ ଅଧିକ ଇ-ପ୍ରାମାଣିକରଣ ହୋଇଥାଏ । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଭାରତରେ କୋ-ୱିନ୍ ପ୍ଲାଟଫର୍ମ ମାଧ୍ୟମରେ ୨୨୦ କୋଟିରୁ ଅଧିକ ଟିକା ଦିଆଯାଇଥିଲା । ବିଗତ କିଛି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଭାରତ ନିଜ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିଛି । ସେ ସୂଚନା ଦେଇଛନ୍ତି ଯେ ଜନ ଧନ ଯୋଜନା ମାଧ୍ୟମରେ ଆମେରିକାର ସମୁଦାୟ ଜନସଂଖ୍ୟା ଅପେକ୍ଷା ଭାରତ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସଫଳ ହୋଇଛି ଯାହା ପରେ ୟୁନିକ ଡିଜିଟାଲ ପରିଚୟ କିମ୍ବା ଆଧାର ମାଧ୍ୟମରେ ପ୍ରାମାଣିକୃତ ହୋଇଥିଲା ଏବଂ ମୋବାଇଲ୍ ଫୋନ୍ ମାଧ୍ୟମରେ ଶହେ କୋଟିରୁ ଅଧିକ ଲୋକଙ୍କୁ ସଂଯୋଗ କରିବାରେ ସାହାଯ୍ୟ କରିଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ପାଇଁ ଟେଲିକମ୍ ଜ୍ଞାନକୌଶଳ ଶକ୍ତିର ଧାରା ନୁହେଁ, ବରଂ ସଶକ୍ତିକରଣ ପାଇଁ ଏକ ମିଶନ । ସେ କହିଛନ୍ତି ଯେ ଡିଜିଟାଲ୍ ଜ୍ଞାନକୌଶଳ ଭାରତରେ ସର୍ବଭାରତୀୟ ଏବଂ ସମସ୍ତଙ୍କ ପାଇଁ ଉପଲବ୍ଧ । ଗତ କିଛି ବର୍ଷ ମଧ୍ୟରେ ଭାରତରେ ଡିଜିଟାଲ ଅନ୍ତର୍ଭୂକ୍ତିର ଏକ ବଡ଼ ଧରଣର ଘଟଣା ଘଟିଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୧୪ ପୂର୍ବରୁ ବ୍ରଡବ୍ୟାଣ୍ଡ ସଂଯୋଗରେ ଭାରତରେ ୬୦ ନିୟୁତ ବ୍ୟବହାରକାରୀ ଥିଲେ କିନ୍ତୁ ଆଜି ଏହି ସଂଖ୍ୟା ୮୦୦ ନିୟୁତରୁ ଅଧିକ ହୋଇଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୪ ପୂର୍ବରୁ ୨୫ କୋଟି ତୁଳନାରେ ଭାରତରେ ଇଣ୍ଟରନେଟ ସଂଯୋଗ ସଂଖ୍ୟା ୮୫ କୋଟିରୁ ଅଧିକ ହୋଇଛି ।

ଭାରତରେ ଇଣ୍ଟରନେଟ୍ ବ୍ୟବହାରର ଗ୍ରାମୀଣ ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ସହରାଞ୍ଚଳକୁ ଅତିକ୍ରମ କରିଛି ଯାହା ସୂଚାଇ ଦେଇଛି ଯେ ଡିଜିଟାଲ୍ ଶକ୍ତି ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିଛି । ସେ ସୂଚନା ଦେଇଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ସରକାରୀ ଏବଂ ବେସରକାରୀ ସଂସ୍ଥା ଦ୍ୱାରା ଭାରତରେ ୨୫ ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବର ବିଛାଯାଇଛି । ଶ୍ରୀ ମୋଦି କହିଛନ୍ତି, ଅପ୍ଟିକାଲ ଫାଇବର ଦ୍ୱାରା ୨ ଲକ୍ଷ ଗ୍ରାମ ପଞ୍ଚାୟତ ସଂଯୋଗ ହୋଇଛି ଏବଂ ୫ ଲକ୍ଷ ଜନ ସେବା କେନ୍ଦ୍ର ଡିଜିଟାଲ ସେବା ଯୋଗାଉଛି ଯେଉଁଠାରେ ଡିଜିଟାଲ ଅର୍ଥବ୍ୟବସ୍ଥା ଅନ୍ୟ ଅର୍ଥ ବ୍ୟବସ୍ଥା ଅପେକ୍ଷା ଅଢେଇ ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ ଅଣ ଡିଜିଟାଲ କ୍ଷେତ୍ରକୁ ସମର୍ଥନ କରୁଛି ଏବଂ ସେ ଏହାକୁ ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟର ପ୍ଲାନର ଉଦାହରଣ ଦେଇ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ "କଲ ବିୟୋର ୟୁ ଡିଗ୍‍” ଆପ୍ ଏହି ଚିନ୍ତାଧାରାକୁ ପ୍ରତିଫଳିତ କରିଥାଏ । ଏହା ଅନାବଶ୍ୟକ ଖନନ ଏବଂ କ୍ଷୟକ୍ଷତିର ଉଦାହରଣକୁ ହ୍ରାସ କରିବ ।

ଆଜିର ଭାରତ ଡିଜିଟାଲ୍ ବିପ୍ଳବର ପରବର୍ତ୍ତୀ ପଦକ୍ଷେପ ଆଡକୁ ଦ୍ରୁତ ଗତିରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ଦ୍ରୁତତମ ୫ଜି କାର୍ଯ୍ୟକାରୀ ହୋଇଥିବା ଦେଶ, କାରଣ ମାତ୍ର ୧୨୦ ଦିନରେ ୧୨୫ ରୁ ଅଧିକ ସହରରେ ୫ଜି ସେବା ଆରମ୍ଭ ହୋଇଛି ଏବଂ ୫ଜି ସେବା ଦେଶର ପ୍ରାୟ ୩୫୦ ଟି ଜିଲ୍ଲାରେ ପହଞ୍ଚିଛି । ଭାରତର ଆତ୍ମବିଶ୍ୱାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୫ଜି କାର୍ଯ୍ୟକାରୀ ହେବାର ୬ ମାସ ପରେ ଭାରତ ୬ଜି ଉପରେ ଆଲୋଚନା କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଉପସ୍ଥାପିତ ହୋଇଥିବା ଭିଜନ୍ ଡକ୍ୟୁମେଣ୍ଟ ଅ।ସନ୍ତା କିଛି ବର୍ଷ ମଧ୍ୟରେ ୬ଜି କାର୍ଯ୍ୟକାରୀ ପାଇଁ ଏକ ପ୍ରମୁଖ ଆଧାର ହେବ ।

ଭାରତରେ ସଫଳତାର ସହ ବିକଶିତ ଟେଲିକମ୍ ଜ୍ଞାନକୌଶଳ ବିଶ୍ୱର ଅନେକ ଦେଶର ଦୃଷ୍ଟି ଆକର୍ଷଣ କରୁଛି ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୪ଜି ପୂର୍ବରୁ ଭାରତ କେବଳ ଟେଲିକମ୍ ଜ୍ଞାନକୌଶଳର ଉପଭୋକ୍ତା ଥିଲା, କିନ୍ତୁ ଆଜି ଏହା ବିଶ୍ୱରେ ଟେଲିକମ୍ ଜ୍ଞାନକୌଶଳର ସବୁଠାରୁ ବଡ ରପ୍ତାନିକାରୀ ହେବା ଦିଗରେ ଗତି କରୁଛି । ୫ଜି ଶକ୍ତି ସହିତ ସମଗ୍ର ବିଶ୍ୱର କାର୍ଯ୍ୟ ସଂସ୍କୃତି ବଦଳାଇବା ପାଇଁ ଭାରତ ଅନେକ ଦେଶ ସହ କାର୍ଯ୍ୟ କରୁଛି ବୋଲି ଦର୍ଶାଇ ସେ କହିଛନ୍ତି ଯେ ୫ଜି ସହିତ ଜଡିତ ସୁଯୋଗ, ବ୍ୟବସାୟ ମଡେଲ ଏବଂ ନିଯୁକ୍ତି ସମ୍ଭାବନାକୁ ହୃଦୟଙ୍ଗମ କରିବାରେ ଏହା ବହୁ ଦୂର ଯିବ । ଏହି ୧୦୦ ଟି ନୂତନ ପରୀକ୍ଷାଗାର ଭାରତର ଅନନ୍ୟ ଆବଶ୍ୟକତା ଅନୁଯାୟୀ ୫ଜି ପ୍ରୟୋଗର ବିକାଶରେ ସାହାଯ୍ୟ କରିବ । ୫ଜି ସ୍ମାର୍ଟ ଶ୍ରେଣୀଗୃହ, କୃଷି, ପରିବହନ କ୍ଷେତ୍ରରେ ବୁଦ୍ଧିମତା ବ୍ୟବସ୍ଥା କିମ୍ବା ସ୍ୱାସ୍ଥ୍ୟସେବା ପ୍ରୟୋଗ ହେଉ, ଭାରତ ପ୍ରତ୍ୟେକ ଦିଗରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତର ୫ଜି ମାନକ ବିଶ୍ୱର ୫ଜି ବ୍ୟବସ୍ଥାର ଏକ ଅଂଶ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭବିଷ୍ୟତର ଜ୍ଞାନକୌଶଳର ମାନକକରଣ ପାଇଁ ଭାରତ ମଧ୍ୟ ଆଟିୟୁ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବ । ଶ୍ରୀ ମୋଦୀ କହିଛନ୍ତି ଯେ ନୂତନ ଭାରତୀୟ ଆଇଟିୟୁ କ୍ଷେତ୍ର କାର୍ଯ୍ୟାଳୟ ମଧ୍ୟ ୬ଜି ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ । ଆସନ୍ତା ବର୍ଷ ଅକ୍ଟୋବର ମାସରେ ଦିଲ୍ଲୀରେ ଆଇଟିୟୁ ବିଶ୍ୱ ଟେଲି ଯୋଗାଯୋଗ ମାନକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଘୋଷଣା କରି ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଭାରତର ବିକାଶର ଗତି ଉପରେ ଆଲୋକପାତ କରିଥିଲେ ଏବଂ ଆଇଟିୟୁର ଏହି କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିଶ୍ୱାସ ପ୍ରକାଶ କରିଥିଲେ । ଏହି ଦଶନ୍ଧି ହେଉଛି ଭାରତର ବୈଷୟିକ ସମୟ । ଭାରତର ଟେଲିକମ୍ ଏବଂ ଡିଜିଟାଲ୍ ମଡେଲ୍ ସୁଗମ, ନିରାପଦ ଏବଂ ସ୍ୱଚ୍ଛ ଏବଂ ଦକ୍ଷିଣ ଏସିଆର ସମସ୍ତ ବନ୍ଧୁ ଦେଶ ଏହାର ଫାଇଦା ଉଠାଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର, କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦେବୁଂଶି ଚୌହାନ ଏବଂ ଆନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘର ମହା ସଚିବ ଶ୍ରୀମତୀ ଡୋରେନ-ବେଗଡାନ ମାର୍ଟିନ ଉପସ୍ଥିତ ଥିଲୋ

ପୃଷ୍ଠଭୂମି

ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇସିଟି) ପାଇଁ ଆଇଟିୟୁ ହେଉଛି ମିଳିତ ଜାତିସଂଘର ସ୍ୱତନ୍ତ୍ର ସଂସ୍ଥା । ମୁଖ୍ୟ କାର୍ଯ୍ୟାଳୟ ଜେନେଭାରେ ଅବସ୍ଥିତ । ଏହାର କ୍ଷେତ୍ରୀୟ ଦପ୍ତର, ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସ୍ଥାନୀୟ କାର୍ଯ୍ୟାଳୟର ଏକ ନେଟୱାର୍କ ଅଛି । ସ୍ଥାନୀୟ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଆଇଟିୟୁ ସହିତ ମାର୍ଚ୍ଚ ୨୦୨୨ ରେ ଭାରତ ଏକ ଆୟୋଜକ ଦେଶ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ଭାରତରେ ସ୍ଥାନୀୟ କାର୍ଯ୍ୟାଳୟରେ ଏକ ନବସୃଜନ କେନ୍ଦ୍ର ରଖାଯିବା ପାଇଁ ଯୋଜନା କରିଥିଲା, ଯାହାକି ଆଇଟିୟୁ ର ଅନ୍ୟାନ୍ୟ କ୍ଷେତ୍ର କାର୍ଯ୍ୟାଳୟ ମଧ୍ୟରେ ଏହାକୁ ସ୍ୱତନ୍ତ୍ର କରିଛି । ଭାରତ ଦ୍ୱାରା ସମ୍ପୁର୍ଣ୍ଣ ଅନୁଦାନ ପ୍ରାପ୍ତ ସ୍ଥାନୀୟ ଦପ୍ତର, ନୂଆଦିଲ୍ଲୀର ମେହେରୋଲି ସ୍ଥିତ ସେଣ୍ଟର ଫର୍‍ ଡେଭଲପମେଣ୍ଟ ଅଫ୍‍ ଟେଲିମାଟିକ୍ସ (ସି-ଡଟ୍‍) ସୌଧର ଦ୍ୱିତୀୟ ମହଲାରେ ଅବସ୍ଥିତ । ଏହା ଭାରତ, ନେପାଳ, ଭୁଟାନ, ବାଂଲାଦେଶ, ଶ୍ରୀଲଙ୍କା, ମାଲଦ୍ୱୀପ, ଆଫଗାନିସ୍ତାନ ଏବଂ ଇରାନକୁ ସେବା ଯୋଗାଇବ, ଦେଶ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ପାରସ୍ପରିକ ଲାଭଦାୟକ ଅର୍ଥନୈତିକ ସହଯୋଗ ବୃଦ୍ଧି କରିବ ।

ଟେକ୍ନୋଲୋଜି ଇନୋଭେସନ୍ ଗ୍ରୁପ୍ ଅଫ୍‍ ୬ଜି (ଟିଆଇଜି-୬ଜି) ଦ୍ୱାରା ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇଛି ଯାହାକି ନଭେମ୍ବର ୨୦୨୧ ରେ ଭାରତରେ ୬ଜି ଯୋଜନାର ରୋଡମ୍ୟାପ୍‍ ଏବଂ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଲାଗି ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ, ଗବେଷଣା ଏବଂ ବିକାଶ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ମାନକ ସଂସ୍ଥା, ଟେଲିକମ୍ ସେବା ପ୍ରଦାନକାରୀ ଏବଂ ଶିଳ୍ପ ସଦସ୍ୟମାନଙ୍କୁ ନେଇ ଗଠିତ ହୋଇଥିଲା । ୬ଜି ପରୀକ୍ଷାଗାର ଶିକ୍ଷା ଅନୁଷ୍ଠାନ, ଶିଳ୍ପ, ଷ୍ଟାର୍ଟ ଅପ୍‌, ଏମ୍‌ଏସ୍‌ଏମ୍‌ଇ, ଶିଳ୍ପ ଇତ୍ୟାଦି ସହାୟତା ପ୍ରଦାନ କରିବ, ବିକାଶଶୀଳ ଆଇସିଟି ଜ୍ଞାନକୌଶଳର ପରୀକ୍ଷଣ ଏବଂ ବୈଧତା ପାଇଁ ଏହା ଏକ ପ୍ଲାଟଫର୍ମ । ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ଏବଂ ୬ଜି ପରୀକ୍ଷାଗାର ଦେଶରେ ନବସୃଜନ, ଦକ୍ଷତା ବିକାଶ ଏବଂ ଦ୍ରୁତ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ସକ୍ଷମ ପରିବେଶ ଯୋଗାଇବ ।

ପ୍ରଧାନମନ୍ତ୍ରୀ ଗତି ଶକ୍ତି ଅଧୀନରେ ସମନ୍ୱିତ ଯୋଜନା ଏବଂ ଭିତ୍ତିଭୂମି ସଂଯୋଗୀକରଣ ପ୍ରକଳ୍ପର ସମନ୍ୱିତ କାର୍ଯ୍ୟାନ୍ୱୟନର ପ୍ରଧାନମନ୍ତ୍ରୀଙ୍କ ଦୂର ଦୃଷ୍ଟିକୁ ଉଦାହରଣ ଦେଇ କୁହାଯାଇଛି ଯେ କଲ୍‍ ବିଫୋର ୟୁ ଡିଗ୍‍ (ସିବିୟୁଡି) ଆପ୍ ହେଉଛି ଅପ୍ଟିକାଲ୍ ଫାଇବର କେବୁଲ ପରି ଅନ୍ତର୍ନିହିତ ସମ୍ପତ୍ତିର କ୍ଷତି ରୋକିବା ପାଇଁ ଧାର୍ଯ୍ୟ ହୋଇଥିବା ଏକ ଉପକରଣ, ଯାହା ଅସମନ୍ୱିତ ଖନନ ହେତୁ ଘଟିଥାଏ, ଦେଶକୁ ପ୍ରତିବର୍ଷ ପ୍ରାୟ ୩୦୦୦ କୋଟି ଟଙ୍କା କ୍ଷତି ଘଟାଇଥାଏ । ମୋବାଇଲ୍ ଆପ୍ ସିବିୟୁଡି ଖନନକାରୀ ଏବଂ ସମ୍ପତ୍ତି ମାଲିକମାନଙ୍କୁ ଏସଏମଏସ / ଇମେଲ୍ ସୂଚନା ମାଧ୍ୟମରେ ସୂଚନା ପ୍ରଦାନ କରିବ ଏବଂ କଲ୍ କରିବାକୁ ସୂଚାଇବ, ଯାହା ଦ୍ୱାରା ଦେଶରେ ଭୂତଳ ସମ୍ପତ୍ତିର ନିରାପତ୍ତା ସୁନିଶ୍ଚିତ ହେବା ସହିତ ଯୋଜନାବଦ୍ଧ ଖନନ ହେବ ।

ସିବିୟୁଡି, ଯାହା ଦେଶର ଶାସନରେ "ସାମଗ୍ରିକ ସରକାରୀ ଆଭିମୁଖ୍ୟ” ଗ୍ରହଣ କରିବାକୁ ବର୍ଣ୍ଣନା କରେ, ବ୍ୟବସାୟ କରିବାରେ ସହଜତା ବୃଦ୍ଧି କରି ସମସ୍ତ ହିତାଧିକାରୀଙ୍କୁ ଲାଭ ଦେବ । ସଡକ, ଟେଲିକମ୍‌, ଜଳ, ଗ୍ୟାସ୍ ଏବଂ ବିଦ୍ୟୁତ ଭଳି ଅତ୍ୟାବଶ୍ୟକ ସେବାରେ ବ୍ୟାଘାତ ହ୍ରାସ ହେତୁ ଏହା ସମ୍ଭାବ୍ୟ ବ୍ୟବସାୟିକ କ୍ଷତି ହ୍ରାସ କରିବ ଏବଂ ନାଗରିକଙ୍କ ଅସନ୍ତୋଷକୁ କମ୍ କରିବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's pace of economic growth shows that its Viksit Bharat dream is not out of reach

Media Coverage

India's pace of economic growth shows that its Viksit Bharat dream is not out of reach
NM on the go

Nm on the go

Always be the first to hear from the PM. Get the App Now!
...
PM chairs valedictory session of National Departmental Summit on Water
September 02, 2026
This marks the first in a series of Summits envisioned by PM to strengthen spirit of Team India and deepen cooperative federalism
PM stresses adoption of a continuous process of review and follow up to act on actionable and time-bound outcomes
Emphasising Jan Bhagidari, PM calls for promoting Jal Utsav to deepen public awareness on water conservation
PM calls for greater adoption of water-saving technologies and learning from global best practices
PM calls for robust water data governance through effective use of AI
PM suggests structured inter-State Study-visits involving public representatives, officials and farmers on water related issues

Prime Minister Shri Narendra Modi today chaired the valedictory session of the two-day National Departmental Summit on Water, organised by the Ministry of Jal Shakti. The Summit is the first in a series of Departmental Summits envisioned by Prime Minister to strengthen the spirit of Team India, deepen cooperative federalism and foster collective ownership of national priorities through closer collaboration between the Centre and the States. It brought together Ministers and senior officials from States and Union Territories for focused deliberations on various dimensions of India’s water security.

Prime Minister appreciated the intensive two-day deliberations and emphasised that the actionable and time-bound action points emerging from the Summit should be pursued through a continuous process of review and learning. He suggested that the Summit should not remain a one-time exercise and called for a continuous process of review and follow-up.

Prime Minister called for sensitising Urban Local Bodies to the challenges arising from urbanisation, including population growth and future water requirements, and suggested organising similar Chintan Shivirs for Urban Local Bodies. He called for greater adoption of water-saving technologies. He also suggested dedicated exhibitions and workshops, including exposure to global best practices, to enable Indian manufacturers and stakeholders to develop and scale efficient solutions.

Emphasising Jan Bhagidari, Prime Minister suggested promoting “Jal Utsav” to create greater awareness among people. Prime Minister called for making de-silting a regular programme and developing clear criteria and SOPs for de-silting. On dam safety, he stressed rigorous preparedness before every monsoon, adherence to prescribed precautions and creating awareness among school students, including through suitable incorporation in educational curricula.

Prime Minister further called for strengthening knowledge and capacity on water management and governance in universities and higher educational institutions. He suggested structured inter-State study-visits involving public representatives, officials and farmers to facilitate practical learning and replication of successful interventions.

Prime Minister called for robust water data governance, with water-sector data brought together, systematically managed, analysed and effectively utilised. He recommended the use of AI for data collection and analysis through a uniform format. He also stressed anticipatory and integrated planning to address water scarcity through suitable utilisation of treated water for agriculture and industrial purposes.

Drawing upon his experience as Chief Minister of Gujarat, Prime Minister noted that instances of water scarcity could be transformed into opportunities through systematic planning, commitment and deployment of adequate resources and capable officers.

Union Minister for Jal Shakti Shri C. R. Patil highlighted four key outcomes of the summit: accelerated completion of water infrastructure projects; strengthening water conservation as a sustained people’s movement; ensuring long-term sustainability of drinking-water sources; and institutionalising effective operation and maintenance of rural drinking-water schemes.