ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ସିମ୍ବାୟୋସିସ୍‌ର ଆରୋଗ୍ୟଧାମ
“ଦୂରଦୂରାନ୍ତକୁ ଜ୍ଞାନ ପ୍ରସାରିତ ହେବା ଉଚିତ ଓ ଏହା ସମଗ୍ର ବିଶ୍ୱକୁ ଏକ କୁଟୁମ୍ବ ଭଳି ଯୋଡିବା ଆବଶ୍ୟକ; ଏହାର ଆମର ସଂସ୍କୃତି ହୋଇ ରହିଆସିଛି । ମୁଁ ଖୁସି ଯେ ଯେ ଏହି ପରମ୍ପରା ଏବେ ମଧ୍ୟ ଆମ ଦେଶରେ ବଞ୍ଚିଛି”
“ଦୂରଦୂରାନ୍ତକୁ ଜ୍ଞାନ ପ୍ରସାରିତ ହେବା ଉଚିତ ଓ ଏହା ସମଗ୍ର ବିଶ୍ୱକୁ ଏକ କୁଟୁମ୍ବ ଭଳି ଯୋଡିବା ଆବଶ୍ୟକ; ଏହାର ଆମର ସଂସ୍କୃତି ହୋଇ ରହିଆସିଛି । ମୁଁ ଖୁସି ଯେ ଯେ ଏହି ପରମ୍ପରା ଏବେ ମଧ୍ୟ ଆମ ଦେଶରେ ବଞ୍ଚିଛି”
“ଷ୍ଟାର୍ଟ ଅପ୍ ଇଣ୍ଡିଆ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ମେକ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଭଳି ‘ମିଶନ’ ସବୁ ଆପଣମାନଙ୍କର ଆଶା ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ଏବେ ଭାରତ ନବସୃଜନ ସୃଷ୍ଟି କରି ପ୍ରଗତି ଲାଭ କରିବା ସହ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି”
“ଆପଣମାନଙ୍କ ପିଢି ପୂର୍ବର ପ୍ରତିରକ୍ଷାତ୍ମକ ଓ ନିର୍ଭରଶୀଳ ମନସ୍ତତ୍ୱର କ୍ଷତିକାରକ ପ୍ରଭାବର ସମ୍ମୁଖୀନ ହୋଇ ନ ଥିବାରୁ ସେ ଦୃଷ୍ଟିରୁ ଭାଗ୍ୟବାନ୍‌”
“ଏବେ ସରକାର ଦେଶର ଯୁବବର୍ଗର କ୍ଷମତା ଓ ଶକ୍ତିକୁ ବିଶ୍ୱାସ କରୁଛନ୍ତି । ସେଥିପାଇଁ ଆମେ ଗୋଟିଏ ପରେ ଗୋଟିଏ କ୍ଷେତ୍ରକୁ ଆପଣମାନଙ୍କ ପାଇଁ ଉନ୍ମୁକ୍ତ କରୁଛୁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣେ ସ୍ଥିତ ସିମ୍ବାୟୋସିସ୍ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ଉତ୍ସବକୁ  ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିମ୍ବାୟୋସିସ୍ ଆରୋଗ୍ୟଧାମ ଉଦ୍‌ଘାଟିତ  ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିୟାରି  ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ଅବସରରେ ସିମ୍ବାୟୋସିସ୍ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ, ଶିକ୍ଷକ ଓ ପୂର୍ବତନ ବିଦ୍ୟାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଏହି ଅନୁଷ୍ଠାନର ନୀତିବାକ୍ୟ ହେଲା “ବସୁଧୈବ କୁଟୁମ୍ବକମ୍ ।” ଏଠାରେ ବିଭିନ୍ନ ଦେଶରୁ ଛାତ୍ରଛାତ୍ରୀମାନେ ଆସି ପାଠପଢୁଥିବାରୁ ଏହି ଆଧୁନିକ ଅନୁଷ୍ଠାନ ଭାରତର ପ୍ରାଚୀନ ପରମ୍ପରାର ପ୍ରତିନିଧିତ୍ୱ କରୁଛି ।

ସେ କହିଥିଲେ ଯେ” ଜ୍ଞାନ ଦୂରଦୂରାନ୍ତକୁ ପ୍ରସାରିତ ହେବା ଆବଶ୍ୟକ । ଜ୍ଞାନ ଏକ ମାଧ୍ୟମ ଭାବେ ସମଗ୍ର ପୃଥିବୀକୁ ଗୋଟିଏ କୁଟୁମ୍ବ ଭାବେ ଯୋଡିବା ଉଚିତ ଓ ଏହା ଆମର ସଂସ୍କୃତି ହୋଇ ରହିଆସିଛି । ମୁଁ ଆନନ୍ଦିତ ଯେ ଏହି ପରମ୍ପରା ଏବେ ମଧ୍ୟ ଆମ ଦେଶରେ ବଞ୍ଚିଛି ।”

ପ୍ରଧାନମନ୍ତ୍ରୀ ଏହି ଅବସରରେ ନୂଆ ଭାରତର  ଆତ୍ମବିଶ୍ୱାସ ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ଭାରତ ବିଶ୍ୱର ବୃହତ୍ତମ ଅର୍ଥନୀତି ମଧ୍ୟରୁ ଅନ୍ୟତମ । ଭାରତର ଷ୍ଟାର୍ଟଅପ୍ ପରିତନ୍ତ୍ର ବିଶ୍ୱର ତୃତୀୟ ସର୍ବବୃହତ । “ଷ୍ଟାର୍ଟଅପ ଇଣ୍ଡିଆ, ଷ୍ଟାଣ୍ଡ ଅପ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ମିଶନ ଆଦି ଆପଣମାନଙ୍କର (ଛାତ୍ର ଓ ଯୁବ ସମାଜର) ଆଶା ଆକାଂକ୍ଷାକୁ ପ୍ରତିଫଳିତ କରୁଛି । ଆଜି ଭାରତ ନବସୃଜନ ସୃଷ୍ଟି କରି ପ୍ରଗତି ହାସଲ କରିବା ସହିତ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି ।” ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ କରୋନା ଟିକା ପ୍ରସଙ୍ଗରେ ସମଗ୍ର ବିଶ୍ୱକୁ କିପରି ତାହାର ଶକ୍ତି ଓ ସାମର୍ଥ୍ୟ ଦେଖାଇଲା ତାହା ପୁଣେବାସୀ ଭଲକରି ଜାଣନ୍ତି ।

ସେ ମଧ୍ୟ ଭାରତର ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରିବାକୁ ଯାଇ କହିଥିଲେ, ୟୁକ୍ରେନ ସଙ୍କଟ କାଳରେ ଭାରତ ଯୁଦ୍ଧାଂଚଳରେ ଅଟକି ରହିଥିବା ନିଜର ନାଗରିକମାନଙ୍କୁ “ଅପରେସନ ଗଙ୍ଗା” ମାଧ୍ୟମରେ ନିରାପଦରେ ଫେରାଇ ଆଣୁଛି । “ବିଶ୍ୱର ବଡବଡ ଦେଶମାନେ ଏହା କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଭାରତ ଏଥିରେ ସଫଳ ହୋଇଛି । ଭାରତର ବର୍ଦ୍ଧିତ ପ୍ରଭାବ ଯୋଗୁଁ

 ଆମେ ୟୁକ୍ରେନରୁ ଆମର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନିରାପଦରେ ନିଜ ଦେଶକୁ ଫେରାଇ ଆଣିବାରେ ସଫଳ ହୋଇଛୁ ।”

ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର ପରିବର୍ତ୍ତିତ ମନୋଭାବ ଉପରେ ଗୁରୁତ୍ୱଆରୋପ କରିଥିଲେ । ସେ କହିଥିଲେ ଯେ “ ଆପଣମାନଙ୍କ ପିଢି ଏଥିପାଇଁ ଭାଗ୍ୟବାନ୍ ଯେ ଆପଣମାନେ ପୂର୍ବର ପ୍ରତିରକ୍ଷାତ୍ମକ ଓ ନିର୍ଭରଶୀଳ ମନସ୍ତତ୍ୱର କ୍ଷତିକାରକ ପ୍ରଭାବରେ ପ୍ରଭାବିତ ହୋଇନାହାନ୍ତି । ଦେଶରେ ଯଦି ଏଭଳି ପରିବର୍ତ୍ତନ ଆସିପାରିଛି ସେଥିପାଇଁ ପ୍ରଥମ ଶ୍ରେୟ ଆପଣମାନଙ୍କର ଓ ଯୁବସମାଜର ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକଦା ଯେଉଁସବୁ କ୍ଷେତ୍ର ଆମ ପାଇଁ ଅପହଂଚ ଥିଲା ଏବେ ସେସବୁ କ୍ଷେତ୍ରରେ ଭାରତ ବିଶ୍ୱରେ ନେତୃତ୍ୱ ନେଉଛି । ଭାରତ ଏବେ ବିଶ୍ୱର ଦ୍ୱିତୀୟ ସର୍ବବୃହତ  ମୋବାଇଲ ଫୋନ ନିର୍ମାଣକାରୀ ରାଷ୍ଟ୍ରରେ ପରିଣତ ହୋଇଛି । ସାତବର୍ଷ ପୂର୍ବେ ମାତ୍ର ଦୁଇଟି ମୋବାଇଲ ନିର୍ମାଣକାରୀ କମ୍ପାନୀ ଭାରତରେ ଥିଲା । ଏବେ ଏହି ସଂଖ୍ୟା ୨୦୦ରୁ ଅଧିକରେ ପହଞ୍ଚିଛି । ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଏକଦା ବିଶ୍ୱର ସର୍ବାଧିକ ଆମଦାନୀକାରୀ ରାଷ୍ଟ୍ର ଥିଲା । ଏବେ ସେ ସ୍ଥିତିକୁ ଆମେ ବଦଳାଇ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ବିଦେଶକୁ ରପ୍ତାନୀ କରିବାରେ ସଫଳ ହୋଇଛୁ । ଏବେ ଭାରତରେ ଦୁଇଟି ପ୍ରତିରକ୍ଷା କରିଡର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ଏବଂ ସେଠାରେ ଅତ୍ୟାଧୁନିକ  ଅସ୍ତ୍ରଶସ୍ତ୍ର ସର୍ବାଧିକ ପରିମାଣର ଉତ୍ପାଦିତ ହେବ । ଏହା ଫଳରେ ଭାରତର ପ୍ରତିରକ୍ଷା ଆବଶ୍ୟକତା ପୂରଣ ହୋଇପାରିବ ।

ଏବେ ସରକାର ଦେଶର ବିିଭିନ୍ନ କ୍ଷେତ୍ରକୁ ଉନ୍ମୁକ୍ତ କରିଥିବାରୁ ଛାତ୍ରଛାତ୍ରୀ  ଓ ଯୁବସମାଜ ତାହାର ସୁଯୋଗ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ଜିଓ ସ୍ପାସିଆଲ ସିଷ୍ଟମ, ଡ୍ରୋନ, ସେମି କଣ୍ଡକ୍ଟର ଓ ମହାକାଶ ଟେକ୍‌ନୋଲୋଜି କ୍ଷେତ୍ରରେ ନିକଟରେ ଅଣାଯାଇଥିବା ସଂସ୍କାର ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଦେଶର ସରକାର ବର୍ତ୍ତମାନ ଭାରତର ଯୁବସମାଜର ଶକ୍ତି ଓ ସାମର୍ଥ୍ୟ ଉପରେ ବିଶ୍ୱାସ ପ୍ରକଟ କରୁଛନ୍ତି । ସେଥିପାଇଁ ଆମେ ଆପଣମାନଙ୍କ ନିମନ୍ତେ ଗୋଟିଏ ପରେ ଗୋଟିଏ କ୍ଷେତ୍ରକୁ ଉନ୍ମୁକ୍ତ କରୁଛୁ ।

ପ୍ରଧାନମନ୍ତ୍ରୀ କହିଥିଲେ, “ଆପଣମାନେ ଯେଉଁ କ୍ଷେତ୍ରରେ ଥାଆନ୍ତୁ ନା କାହିଁକି, ଆପଣ ନିଜର ଜୀବିକାର ଲକ୍ଷ୍ୟ ଯେପରି ନିର୍ଦ୍ଧାରଣ କରିଛନ୍ତି, ସେହିଭଳି ଦେଶ ନିମନ୍ତେ ଆପଣମାନଙ୍କର କିଛି ଲକ୍ଷ୍ୟ ରହିବା ଆବଶ୍ୟକ ।”  ସ୍ଥାନୀୟ ସମସ୍ୟାବଳୀର ସୂତ୍ର ବାହା କରିବାକୁ ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ସେ ମଧ୍ୟ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖି ଖୁସି ଓ କର୍ମଠ ରହିବାକୁ କହିଥିଲେ । “ଯେତେବେଳେ ଆମର ଲକ୍ଷ୍ୟ ବ୍ୟକ୍ତିଗତ ଅଭିବୃଦ୍ଧି ସ୍ତରରୁ ଜାତୀୟ ଅଭିବୃଦ୍ଧିକୁ ପ୍ରସାରିତ ହୁଏ, ସେତେବେଳେ ରାଷ୍ଟ୍ରଗଠନରେ ଅଂଶୀଦାର ହେବାର ଭାବନା ଉଦ୍ରେକ ହୋଇଥାଏ” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରତ୍ୟେକ ବର୍ଷ ନିର୍ଦ୍ଦିଷ୍ଟ ବିଷୟବସ୍ତୁକୁ ବାଛି ତା’ଉପରେ କାମ କରିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ତେବେ ଏହି ବିଷୟ ବାଛିବାବେଳେ ଜାତୀୟ ଓ ଆନ୍ତର୍ଜାତିକ ଆବଶ୍ୟକତାକୁ  ପ୍ରଥମେ ମନରେ ରଖିବାକୁ ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ପରିମାଣ ଓ ବିଚାର(ଆଇଡିଆ) ଆଦିକୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ସହ ବିଦ୍ୟାର୍ଥୀମାନେ ‘ସେୟାର’ କରିପାରିବେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."