“ଆମର ଆଦିବାସୀ ଭାଇ ଓ ଭଉଣୀମାନେ ଏହି ପରିବର୍ତ୍ତନର ଦାୟିତ୍ୱ ଗ୍ରହଣ କଲେ ଏବଂ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ବଢାଇଲେ”
“ଗୋଧ୍ରାର ଗୋବିନ୍ଦ ଗୁରୁ ବିଶ୍ୱବିଦ୍ୟାଳୟ ଏବଂ ନର୍ମଦା ସ୍ଥିତ ର୍ବିସା ମୁଣ୍ଡା ବିଶ୍ୱବିଦ୍ୟାଳୟ ଉଚ୍ଚଶିକ୍ଷା ପାଇଁ ସର୍ବୋତ୍ତମ ଅନୁଷ୍ଠାନ”
“ପ୍ରଥମ ଥର ପାଇଁ ବିକାଶ ଏବଂ ନୀତି ର୍ନିଦ୍ଧାରଣରେ ଆଦିବାସୀ ସମାଜରେ ଅଂଶଗ୍ରହଣର ଅନୁଭବ ରହିଛି”
“ଆଦିବାସୀଙ୍କ ପାଇଁ ଗର୍ବର ସ୍ଥାନ ଏବଂ ବିଶ୍ୱାସର ସ୍ଥାନର ବିକାଶ ପର୍ଯ୍ୟଟନକୁ ଅନେକ ଉତ୍ସାହ ଦେବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ପଞ୍ଚମାହାଲ ସ୍ଥିତି ଜାମ୍ବୁଘୋଡା ଠାରେ ପ୍ରାୟ ୮୬୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉତ୍ସର୍ଗ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜୁରାଟର ଆଦିବାସୀ ଏବଂ ଆଦିବାସୀ ସମ୍ପ୍ରଦାୟ ପାଇଁ ଆଜି ଏକ ମହତ୍ୱପୂର୍ଣ୍ଣ ଦିନ । ପ୍ରଧାନମନ୍ତ୍ରୀ ଦିନକ ପୂର୍ବରୁ ମାନଗଡ ପରିଦର୍ଶନ କରିବା ସହ ଭାରତର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଗୋବିନ୍ଦ ଗୁରୁ ଏବଂ ହଜାର ହଜାର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ମନେ ପକାଇଥିଲେ ।

ଏହି ଅଞ୍ଚଳ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଜାମ୍ବୁଘୋଡା ଠାରେ ଉପସ୍ଥିତ ରହି ଅତ୍ୟନ୍ତ ଗର୍ବିତ ଥିଲେ ଯାହା ଭାରତର ଆଦିବାସୀ ସମ୍ପ୍ରଦାୟର ମହାନ ବଳିଦାନର ସାକ୍ଷୀ ହୋଇପାରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଆମେ ସମସ୍ତେ ଗର୍ବ ଅନୁଭବ କରୁଛୁ ଏବଂ ସହିଦ ଜୋରିଆ ପରମେଶ୍ୱର, ରୁପ ସିଂହ ନାୟକ, ଗାଲାଲିୟା ନାୟକ, ରାବଜିଦା ନାୟକ ଏବଂ ବାବାରିୟା ଗାଲମା ନାୟକଙ୍କ ଭଳି ଅମର ସହିଦଙ୍କୁ ସାଲ୍ୟୁଟ କରୁଛୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ସମଗ୍ର ଅଞ୍ଚଳର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଦକ୍ଷତା ବିକାଶ ସମ୍ବନ୍ଧୀୟ ଶହ ଶହ କୋଟି ମୂଲ୍ୟର ପ୍ରକଳ୍ପର ଉଦଘାଟନ କରାଯାଉଛି ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହେଉଛି ।  ଗୋବିନ୍ଦ ଗୁରୁ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ପ୍ରଶାସନିକ କ୍ୟାମ୍ପସ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡିକ ଆମ ଆଦିବାସୀ ପିଲାମାନଙ୍କୁ ବହୁତ ସାହାଯ୍ୟ କରିବ ।

ଜାମ୍ବୁଘୋଡାକୁ ଏକ ପବିତ୍ର ସ୍ଥାନ ସହିତ ତୁଳନା କରି ପ୍ରଧାନମନ୍ତ୍ରୀ ଆଦିବାସୀଙ୍କ ସାହସିକତା ଏବଂ ସ୍ୱାଧୀନତା ପାଇଁ ସଂଗ୍ରାମର ଗୌରବମୟ ଇତିହାସକୁ ମନେ ପକାଇଲେ । ସେ ନାଏକଡା ଆନ୍ଦୋଳନ ବିଷୟରେ କହିଥିଲେ ଯାହା ୧୮୫୭ ର ବିପ୍ଳବକୁ ପ୍ରେରଣା ଦେଇଥିଲା । ପରମେଶ୍ୱର ଜୋରିଆ ଏହି ଆନ୍ଦୋଳନକୁ ବିସ୍ତାର କରିଥିଲେ ଏବଂ ରୂପ ସିଂହ ନାୟକ ମଧ୍ୟ ତାଙ୍କ ସହ ଯୋଗ ଦେଇଥିଲେ । ସେ ୧୮୫୭ ର ବିଦ୍ରୋହରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ତାତିଆ ଟୋପେଙ୍କ ସହ ମିଶି ଲଢିଥିଲେ ବୋଲି ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ମନେ ପକାଇଲେ ଯେତେବେଳେ ସେ ବୃକ୍ଷ ସମ୍ମୁଖରେ ପ୍ରଣାମ କରିବାର ସୁଯୋଗ ପାଇଲେ ଯେଉଁଠାରେ ଏହି ସାହସୀମାନଙ୍କୁ ବ୍ରିଟିଶମାନେ ଟାଙ୍ଗି ଦେଇଥିଲେ । ୨୦୧୨ ରେ ସେଠାରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଗୁଜୁରାଟରେ ବହୁ ପୂର୍ବରୁ ସହୀଦଙ୍କ ନାମରେ ନାମକରଣ କରିବାର ଏକ ପରମ୍ପରାକୁ ମନେ ପକାଇଥିଲେ । ଭେଡେକ୍ ଏବଂ ଦାଣ୍ଡିଆପୁରାର ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ସନ୍ଥ ଜୋରିଆ ପରମେଶ୍ୱର ଏବଂ ରୂପ ସିଂହ ନାୟକଙ୍କ ନାମରେ ନାମିତ ହୋଇଥିଲା । ଆଜି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି, ଏହି ବିଦ୍ୟାଳୟଗୁଡ଼ିକ ସଂପୂର୍ଣ୍ଣ ନୂଆ ରୂପ ପାଇଛନ୍ତି । ଏହି ବିଦ୍ୟାଳୟରେ ଉଭୟ ଆଦିବାସୀ ବୀରଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ଉଦଘାଟନ କରାଯାଇଛି ଯାହା ବର୍ତ୍ତମାନ ଉଭୟ ଶିକ୍ଷା ଏବଂ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ସମାଜର ଅବଦାନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ପାଲଟିଛି ବୋଲି ସେ କହିଛନ୍ତି ।

ଦୁଇ ଦଶନ୍ଧି ପୂର୍ବରୁ ଗୁଜୁରାଟର ସେବା କରିବାର ସୁଯୋଗ ଦିଆଯିବା ପରେ ସେ ଉତ୍ତରାଧିକାରୀ ଭାବେ ପୂର୍ବ ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିକାଶର ବ୍ୟବଧାନକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ଆଦିବାସୀ ଅଞ୍ଚଳରେ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଏବଂ ଜଳ ପାଇଁ ମୌଳିକ ସୁବିଧାର ଅଭାବ ଦେଖାଦେଇଥିଲା । ସେ କହିଛନ୍ତି, ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଆମେ ସବକା ପ୍ରୟାସର ଆବେଗରେ କାର୍ଯ୍ୟ କରିଥିଲୁ । ସେ କହିଛନ୍ତି, ଆମର ଆଦିବାସୀ ଭାଇ ଓ ଭଉଣୀମାନେ ଏହି ପରିବର୍ତ୍ତନର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ସରକାର ସେମାନଙ୍କ ସହ ବନ୍ଧୁ ଭାବେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଇଥିଲେ ।  ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି ପରିବର୍ତ୍ତନ ଗୋଟିଏ ଦିନର କାର୍ଯ୍ୟର ଫଳାଫଳ ନୁହେଁ ବରଂ ଏହା ଲକ୍ଷ ଲକ୍ଷ ଆଦିବାସୀ ପରିବାରର ଦିନରାତିର ପ୍ରୟାସ । ପ୍ରଧାନମନ୍ତ୍ରୀ ଆଦିବାସୀ ଅଞ୍ଚଳରୁ ଆରମ୍ଭ ହୋଇଥିବା ପ୍ରଥମରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ୧୦ ହଜାର ନୂତନ ବିଦ୍ୟାଳୟ, ଡଜନେରୁ ଅଧିକ ଏକଲବ୍ୟ ମଡେଲ ସ୍କୁଲ, ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟ ଏବଂ ଆଶ୍ରମ ଶାଳାର ଉଦାହରଣ ଦେଇଛନ୍ତି । ଝିଅମାନଙ୍କୁ ଦିଆଯାଇଥିବା ବସରେ ମାଗଣା ଭ୍ରମଣର ସୁବିଧା ଏବଂ ବିଦ୍ୟାଳୟରେ ପୁଷ୍ଟିକର ଖାଦ୍ୟ ଉପଲବ୍ଧତା ବିଷୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କନ୍ୟା ଶିକ୍ଷା ରଥକୁ ଉଲ୍ଲେଖ କରି ନିଜ ଝିଅମାନଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବା ପାଇଁ ସରକାରଙ୍କ ଉଦ୍ୟମ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷାର ଅନୁପସ୍ଥିତିକୁ ସେ ଅନ୍ୟ ଏକ ଆହ୍ୱାନ ଭାବରେ ଦର୍ଶାଇଛନ୍ତି ଯାହା ଆଦିବାସୀ ଅଞ୍ଚଳକୁ କ୍ଷତି ପହଞ୍ଚାଇଛି ଏବଂ ସୂଚନା ଦେଇଛି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଆଦିବାସୀ ଜିଲ୍ଲାରେ ୧୧ ଟି ବିଜ୍ଞାନ କଲେଜ, ୧୧ ଟି ବାଣିଜ୍ୟ କଲେଜ, ୨୩ ଟି କଳା କଲେଜ ଏବଂ ଶହ ଶହ ଛାତ୍ରାବାସ ଖୋଲାଯାଇଛି ।

ଆଦିବାସୀ ଅଞ୍ଚଳରେ ୨୦-୨୫ ବର୍ଷ ପୂର୍ବେ ବିଦ୍ୟାଳୟର ଘୋର ଅଭାବକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଏଠାରେ ୨ ଟି ଆଦିବାସୀ ବିଶ୍ୱବିଦ୍ୟାଳୟ, ଗୋଧ୍ରା ସ୍ଥିତ ଗୋବିନ୍ଦ ଗୁରୁ ବିଶ୍ୱବିଦ୍ୟାଳୟ ଏବଂ ନର୍ମଦା ସ୍ଥିତ ର୍ବିସା ମୁଣ୍ଡା ବିଶ୍ୱବିଦ୍ୟାଳୟ ଅଛି ଯାହା ଉଚ୍ଚଶିକ୍ଷାର ସର୍ବୋତ୍ତମ ଅନୁଷ୍ଠାନ । ନୂତନ କ୍ୟାମ୍ପସ ଉଦଘାଟନ ପରେ ଗୋବିନ୍ଦ ଗୁରୁ ବିଶ୍ୱବିଦ୍ୟାଳୟର ସୁବିଧା ଆହୁରି ସମ୍ପ୍ରସାରିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଅହମ୍ମଦାବାଦର ଦକ୍ଷତା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ପଞ୍ଚମହଲ ସମେତ ସମସ୍ତ ଆଦିବାସୀ ଅଞ୍ଚଳର ଯୁବକମାନଙ୍କୁ ମଧ୍ୟ ଉପକୃତ କରିବ । ଏହା ହେଉଛି ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ଯାହା ଡ୍ରୋନ୍ ପାଇଲଟ୍ ଲାଇସେନ୍ସ ପ୍ରଦାନ ପାଇଁ ମାନ୍ୟତା ପାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଗତ ଦଶନ୍ଧି ମଧ୍ୟରେ ଆଦିବାସୀ ଜିଲ୍ଲାର ସାମଗ୍ରିକ ବିକାଶରେ ବନବନ୍ଧୁ କଲ୍ୟାଣ ଯୋଜନା ଯେଉଁ ବିରାଟ ଭୂମିକା ଗ୍ରହଣ କରିଛି ତାହା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୧୪-୧୫ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନରେ ଆଦିବାସୀ ଅଞ୍ଚଳରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏଥିସହ ଗୁଜୁରାଟ ସରକାର ଆସନ୍ତା ବର୍ଷରେ ଆହୁରି ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ସାମଗ୍ରିକ ବିକାଶ ବିଷୟରେ ସୂଚନା ଦେଇ ପାଇପ୍ ଜଳ ସୁବିଧା, କ୍ଷୁଦ୍ର ଜଳସେଚନ ଏବଂ ଆଦିବାସୀ ଅଞ୍ଚଳରେ ଦୁଗ୍ଧ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ । ଆଦିବାସୀ ଭଉଣୀମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟ ବଢାଇବା ପାଇଁ ସଖୀ ମଣ୍ଡଳ ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଗୁଜୁରାଟରେ ଦ୍ରୁତ ଶିଳ୍ପାୟନରୁ ଆଦିବାସୀ ଯୁବକମାନେ ଲାଭ ଉଠାଇବା ଉଚିତ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଧନ୍ଦାମୂଳକ କେନ୍ଦ୍ର, ଆଇଟିଆଇ ଏବଂ କିଷାନ୍ ବିକାଶ କେନ୍ଦ୍ର ପରି ଅନେକ ଆଧୁନିକ ତାଲିମ କେନ୍ଦ୍ର ଖୋଲିବା ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ପ୍ରାୟ ୧୮ ଲକ୍ଷ ଆଦିବାସୀ ଯୁବକଙ୍କୁ ତାଲିମ ଦେବାରେ ଏବଂ ଚାକିରି ପାଇବାରେ ସାହାଯ୍ୟ କରିଛି ।

୨୦-୨୫ ବର୍ଷ ପୂର୍ବେ ସିକିଲ ସେଲ୍‍ ରୋଗର ବିପଦକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଆଦିବାସୀ ଜିଲ୍ଲାଗୁଡ଼ିକରେ ସ୍ୱାସ୍ଥ୍ୟକେନ୍ଦ୍ରର ଅଭାବ ରହିଛି ଏବଂ ବଡ଼ ଡାକ୍ତରଖାନା ଏବଂ ମେଡିକାଲ କଲେଜଗୁଡ଼ିକରେ ଦୁର୍ବଳ ବ୍ୟବସ୍ଥା ରହିଛି । ସେ କହିଛନ୍ତି ଯେ ଆଜି ଡବଲ ଇଞ୍ଜିନ ସରକାର ଗ୍ରାମ ସ୍ତରରେ ଶହ ଶହ ଛୋଟ ଡାକ୍ତରଖାନା ପ୍ରତିଷ୍ଠା କରିଛନ୍ତି ଏବଂ ଆଦିବାସୀ ଅଞ୍ଚଳରେ ୧୪୦୦ ରୁ ଅଧିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଖୋଲିଛନ୍ତି । ସେ କହିଛନ୍ତି ଯେ ଗୋଧ୍ରା ମେଡିକାଲ କଲେଜର ନୂତନ କୋଠା ର୍ନିମାଣ କାର୍ଯ୍ୟ ଦାହୋଡ, ବନାସକଣ୍ଠ ଏବଂ ଭାଲସାଦରେ ର୍ନିମିତ ମେଡିକାଲ କଲେଜ ଉପରେ ଚାପକୁ ହ୍ରାସ କରିବ ।

 

ସବକା ପ୍ରୟାସ ହେତୁ ଆଦିବାସୀ ଜିଲ୍ଲାର ପ୍ରତ୍ୟେକ ଗାଁରେ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ସହିତ ଭଲ ରାସ୍ତା ପହଞ୍ଚିଛି ।  ସେ ସୂଚନା ଦେଇଛନ୍ତି ଯେ ଡାଙ୍ଗ ହେଉଛି ଗୁଜୁରାଟର ପ୍ରଥମ ଆଦିବାସୀ ଜିଲ୍ଲା ଯେଉଁଠାରେ ୨୪ ଘଣ୍ଟା ବିଦ୍ୟୁତ ରହୁଛି । ଯାହା ଦ୍ୱାରା ଆଦିବାସୀ ଅଞ୍ଚଳରେ ଶିଳ୍ପ ବିସ୍ତାର ହୋଇଥିଲା । ଗୁଜୁରାଟରେ ସ୍ୱର୍ଣ୍ଣ କରିଡର ସହିତ ଟୁଇନ୍‍ ସିଟି ବିକାଶ କରାଯାଉଛି । ହାଲୋଲ-କାଲୋଲରେ ଶିଳ୍ପ ବିକାଶ ଦ୍ରୁତ ଗତିରେ ଘଟୁଛି ବୋଲି ସେ ସୂଚନା ଦେଇଛନ୍ତି ।

ଭାରତରେ ଆଦିବାସୀ ସମାଜର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବିଜେପି ସରକାର ହିଁ ପ୍ରଥମ ଥର ପାଇଁ ଆଦିବାସୀ ସମାଜ ପାଇଁ ଏକ ପୃଥକ ମନ୍ତ୍ରଣାଳୟ ଗଠନ କରିଥିଲେ ଏବଂ ବନ ଧନ ଭଳି ଏକ ସଫଳ ଯୋଜନା କାର୍ଯ୍ୟକାରୀ କରିଥିଲେ । ବ୍ରିଟିଶ ଯୁଗରୁ ଚାଲିଆସୁଥିବା ବାଉଁଶଚାଷ ଓ ବିକ୍ରୟ ଉପରେ ନିଷେଧାଦେଶ ପାଇଁ ଥିବା ଆଇନ୍‍କୁ ସମାପ୍ତ କରିଛନ୍ତି । ସରକାର ଜଙ୍ଗଲଜାତ ଦ୍ରବ୍ୟର ନିୟମିତ ଅବହେଳାକୁ ସମାପ୍ତ ସହିତ ୮୦ରୁ ଅଧିକ ଜଙ୍ଗଲଜାତ ସାମଗ୍ରୀ ଉତ୍ପାଦନ କରୁଥିବା ଆଦିବାସୀମାନଙ୍କୁ ଏମଏସପି ସୁବିଧା ପ୍ରଦାନ କରି ସରକାର ଏହାର ଉଦାହରଣ ଦେଇଛନ୍ତି ଏବଂ ସେମାନଙ୍କ ଜୀବନକୁ ସହଜ କରୁଥିବାବେଳେ ଆଦିବାସୀମାନଙ୍କ ଗର୍ବ ବଢାଇବା ଦିଗରେ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମ ଥର ପାଇଁ ଆଦିବାସୀ ସମାଜରେ ବିକାଶ ଏବଂ ନୀତି ର୍ନିଦ୍ଧାରଣରେ ଅଂଶଗ୍ରହଣ କରିବାର ଅନୁଭବ ରହିଛି । ଭଗବାନ୍ ର୍ବିସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରିବାକୁ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସେ ସୂଚନା ଦେଇଛନ୍ତି ।

ଗରିବ, ତଳ ସ୍ତରରେ ରହୁଥିବା, ପଛୁଆ ଏବଂ ଆଦିବାସୀ ସମ୍ପ୍ରଦାୟ ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ନିରନ୍ତର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ମଧ୍ୟ ସୂଚାଇ ଦେଇଛନ୍ତି । ମାଗଣା ରାସନ ଯୋଜନା, ମାଗଣା କୋଭିଡ ଟିକା, ଗରିବଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା, ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପାଇବାରେ ସାହାଯ୍ୟ କରିବା ଏବଂ କ୍ଷୁଦ୍ର ଚାଷୀଙ୍କ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ସାର, ମଞ୍ଜି, ବିଦ୍ୟୁତ୍‍ ବିଲ୍‍ ଲାଗି ଋଣ ପାଇବା ବିଷୟରେ ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଛନ୍ତି । ପକ୍କା ଘର, ଶୌଚାଳୟ, ଗ୍ୟାସ୍ ସଂଯୋଗ ଏବଂ ଜଳ ସଂଯୋଗ ଭଳି ପ୍ରତ୍ୟକ୍ଷ ସହାୟତା କିମ୍ବା ସୁବିଧା ହେଉ, ଏହାର ସବୁଠାରୁ ବଡ ହିତାଧିକାରୀ ହେଉଛନ୍ତି ଆଦିବାସୀ, ଦଳିତ ଏବଂ ପଛୁଆ ପରିବାର ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଭାରତର ସଂସ୍କୃତି ଏବଂ ବିଶ୍ୱାସକୁ ବଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆଦିବାସୀ ବୀରମାନଙ୍କ ଇତିହାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଚମ୍ପାନର୍‌, ପାଭଗଡ, ସୋମନାଥ ଏବଂ ହଳଦିଘାଟିର ଉଦାହରଣ ଦେଇଛନ୍ତି । ସେ ମନ୍ତବ୍ୟ ଦେଇଛନ୍ତି, ବର୍ତ୍ତମାନ ପାଭଗଡ ମନ୍ଦିରର ନବୀକରଣ କରାଯାଇଛି ଏବଂ ପତାକା ପୂର୍ଣ୍ଣ ଗୌରବରେ ଉତ୍ତୋଳନ କରାଯାଇଛି । ସେହିଭଳି ଅମ୍ବାଜୀ ମାତାଙ୍କ ଧାମ ହେଉ କିମ୍ବା ଦେବମୋଗ୍ରା ମା'ଙ୍କ ମନ୍ଦିର ହେଉ, ସେମାନଙ୍କ ବିକାଶ ପାଇଁ ନିରନ୍ତର ଉଦ୍ୟମ ମଧ୍ୟ କରାଯାଉଛି ।

ରୋଜଗାର ବୃଦ୍ଧି ପାଇଁ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ସ୍ୱୀକୃତି ଦେଇଥିଲେ । ସେ ପଞ୍ଚମାହଲ ପରି ସ୍ଥାନ ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ପର୍ଯ୍ୟଟନ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମୃଦ୍ଧ, ଚମ୍ପାନର୍‌-ପାଭଗଡ ଯାହା ପ୍ରାଚୀନ ସ୍ଥାପତ୍ୟ, ଜମ୍ବୁଘୋଡାର ବନ୍ୟଜନ୍ତୁ, ହାଥନି ମାତା ଜଳପ୍ରପାତ, ଧନପୁରୀର ଇକୋ ପର୍ଯ୍ୟଟନ ସ୍ଥଳୀ, କାଡା ଡ୍ୟାମ୍‌, ଧନେଶ୍ୱରୀ ମାତା ମନ୍ଦିର ଏବଂ ପ୍ରସିଦ୍ଧ  ଜଣ୍ଡ ହନୁମାନ ଜୀ ସଂକ୍ରାନ୍ତରେ ଉଲ୍ଲେଖ କରିଛନ୍ତି ଯେ ଆଗାମୀ ଦିନରେ ଏହି ସ୍ଥାନଗୁଡିକ ପର୍ଯ୍ୟଟନ ସର୍କିଟ ଭାବରେ ବିକଶିତ ହେବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସେ କହିଛନ୍ତି, ଆଦିବାସୀମାନଙ୍କ ପାଇଁ ଗର୍ବର ସ୍ଥାନ ଏବଂ ବିଶ୍ୱାସର ସ୍ଥାନର ବିକାଶ ପର୍ଯ୍ୟଟନ ପାଇଁ ଅନେକ ଉତ୍ସାହ ଦେବ ।

ସମ୍ବୋଧନ ସମାପ୍ତ କରି ପ୍ରଧାନମନ୍ତ୍ରୀ ଡବଲ ଇଞ୍ଜିନ ସରକାରର ବିକାଶର ବ୍ୟାପକ ପରିସରକୁ ପ୍ରଶଂସା କରିବା ସହିତ ବିକାଶର ଲାଭ ସମସ୍ତଙ୍କ ପାଖରେ ପହଞ୍ଚିଥିବା କହିଛନ୍ତି । ଆମର ଉଦ୍ଦେଶ୍ୟ ସ୍ପଷ୍ଟ, କଠିନ ପରିଶ୍ରମ ଏବଂ ନିଷ୍ଠାର ସହିତ ତଳ ସ୍ତରରେ ପରିବର୍ତ୍ତନ ଆଣିବା ।  ମିଳିତ ଭାବେ ଆମେ ଏକ ବିକଶିତ ଗୁଜୁରାଟ ଏବଂ ଏକ ବିକଶିତ ଭାରତ ଗଠନ କରିବୁ ବୋଲି ସେ କହିଛନ୍ତି ।

ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ସାଂସଦ ଏବଂ ଗୁଜରାଟ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ପଞ୍ଚମାହଲର ଜାମ୍ବୁଘୋଡା ଠାରେ ପ୍ରାୟ ୮୬୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉତ୍ସର୍ଗ କରିଥିଲେ । ସେ ଶ୍ରୀ ଗୋବିନ୍ଦ ଗୁରୁ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ, ଗୋଧ୍ରା, ସନ୍ତଣ୍ଟଜୋରିଆ ପରମେଶ୍ୱର ପ୍ରାଥମିକ ବିଦ୍ୟାଳୟ ଏବଂ ଭଡେକ ଗ୍ରାମରେ ଅବସ୍ଥିତ ମେମୋରିଆଲ ଏବଂ ଦାଣ୍ଡିଆପୁରା ଗ୍ରାମରେ ଅବସ୍ଥିତ ରାଜା ରୂପ ସିଂହ ନାୟକ ପ୍ରାଥମିକ ବିଦ୍ୟାଳୟ ଏବଂ ମେମୋରିଆଲକୁ ଉତ୍ସର୍ଗ କରିଥିଲେ ।

ପ୍ରଧାନମନ୍ତ୍ରୀ ଗୋଧ୍ରା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ର୍ନିମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏଥିସହ ସେ ୬୮୦ କୋଟି ଟଙ୍କାର ଅଧିକ ମୂଲ୍ୟରେ ଗୋଧ୍ରା ମେଡିକାଲ କଲେଜ ଏବଂ କୌଶଲ୍ୟା - ଦି ସ୍କିଲ ୟୁନିଭରସିଟିର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership