“୯୧ଟି ଏଫ୍‌ଏମ୍ ଟ୍ରାନ୍ସମିଟର ଉଦ୍‌ଘାଟନ ଫଳରେ ଦେଶରେ ରେଡିଓ ଉଦ୍ୟୋଗରେ ବୈପ୍ଲବିକ ପରିବର୍ତ୍ତନ ଆସିବ”
“ରେଡିଓ ଓ ମନ୍ କି ବାତ୍‌” ମାଧ୍ୟମରେ ମୁଁ ଦେଶର ସମ୍ମିଳିତ ସାମର୍ଥ୍ୟ ଓ ଦେଶବାସୀଙ୍କ ସାମୂହିକ କର୍ତ୍ତବ୍ୟର ଶକ୍ତି ସହିତ ସଂଯୁକ୍ତ ହୋଇପାରିବି”
“ଗୋଟିଏ ଦୃଷ୍ଟିରୁ ମୁଁ ଆପଣମାନଙ୍କର ଆକାଶବାଣୀ ଟିମ୍‌ର ଏକ ଅଂଶ ବିଶେଷ”
“ଯେଉଁମାନେ ନିଜକୁ ଦୂରରେ ରହିଥିବା ଭାବୁଛନ୍ତି ଏବେ ସେମାନେ ଭଲଭାବେ ଯୋଡି ହେବାର ସୁଯୋଗ ପାଇବେ”
“ଡିଜିଟାଲ ଇଣ୍ଡିଆ ରେଡିଓକୁ କେବଳ ନୂଆ ଶ୍ରୋତା ଦେଇନାହିଁ, ଏହା ମଧ୍ୟ ଏକ ନୂଆ ବିଚାର ପ୍ରକ୍ରିୟା ଯୋଗାଇଛି”
“ଏହା ଡିଟିଏଚ୍ କିମ୍ବା ଏଫଏମ୍ ରେଡିଓ, ଯାହା ହେଉ ନା କାହିଁକି ଏହି ଶକ୍ତି ଭବିଷ୍ୟତକୁ ଦେଖିବା ପାଇଁ ଆମକୁ ଏକ ଝରକା ପ୍ରଦାନ କରିଛି; ଆମକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ପଡିବ”
“ସଂଯୋଗର ଯେକୌଣସି ମାଧ୍ୟମ ବା ରୂପ ଦେଶ ଏବଂ ଏହାର ୧୪୦କୋଟି ଲୋକଙ୍କୁ ସମ୍ପୃକ୍ତ କରିବାର ଲକ୍ଷ୍ୟ ରଖିବା ଉଚିତ”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ୯୧ଟି ନୂଆ ଏଫ୍‌ଏମ୍ ରେଡିଓ ଟ୍ରାନ୍ସମିଟର ଉଦ୍‌ଘାଟନ କରିଛନ୍ତି । ଏହି ଟ୍ରାନ୍ସମିଟରର କ୍ଷମତା ପ୍ରତ୍ୟେକ ୧୦୦ଡବ୍ଲ୍ୟ । ଏହା ଫଳରେ ରେଡିଓ ସଂଯୋଗ ବୃଦ୍ଧି ପାଇବ ଓ ଶ୍ରୋତା ଉପକୃତ ହେବେ ।
ଦେଶର ଉତ୍ତର ପୂର୍ବାଞ୍ଚଳର ଲୋକମାନେ ଏହି ସେବା ଦ୍ୱାରା ବିଶେଷ ଉପକୃତ ହେବାକୁ ଥିବାରୁ ସେମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ୯୧ଟି ନୂଆ ଏଫ୍‌ଏମ୍  ରେଡିଓ ଟ୍ରାନ୍ସମିଟର ଉଦ୍‌ଘାଟନ କରିଛନ୍ତି । ଏହି ଟ୍ରାନ୍ସମିଟରର କ୍ଷମତା ପ୍ରତ୍ୟେକ ୧୦୦ଡବ୍ଲ୍ୟ । ଏହା ଫଳରେ ରେଡିଓ ସଂଯୋଗ ବୃଦ୍ଧି ପାଇବ ଓ ଶ୍ରୋତା ଉପକୃତ ହେବେ ।

ଏହି ଅବସରରେ ଉଦ୍‌ବୋଧନ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ସଭାରେ ଉପସ୍ଥିତ ଥିବା ଅନେକ ପଦ୍ମ ପୁରସ୍କାର ବିଜେତାଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଦିବସଟି ଆକାଶବାଣୀର ଏଫ୍‌ଏମ୍ ସେବା ପ୍ରସାରଣ କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହା ଯଥାର୍ଥରେ ସର୍ବଭାରତୀୟ ବା ଅଲ ଇଣ୍ଡିଆ ଏଫଏମ୍ ସେବା ହେବାକୁ ଯାଇଛି । ଆଜି ଉଦ୍‌ଘାଟିତ ହୋଇଥିବା ୯୧ଟି ଏଫ୍‌ଏମ୍ ଟ୍ରାନ୍ସମିଟର ଦେଶର ୮୫ଜିଲ୍ଳାର ଦୁଇକୋଟି ଜନତାଙ୍କ ପାଇଁ ଏକ ଉପହାର ସଦୃଶ । ଏହା ଭାରତର ବିବିଧତା ଓ ବର୍ଣ୍ଣାଳୀର ସ୍ପର୍ଶ ପ୍ରଦାନ କରୁଛି। ସେ ଆହୁରି କହିଥିଲେ ଯେ ଏହି ୯୧ଟି ଏଫ୍‌ଏମ୍ ଟ୍ରାନ୍ସମିଟର ଦେଶର ଆକାଂକ୍ଷୀ ଜିଲ୍ଳା ଓ ବ୍ଲକମାନଙ୍କୁ ଏଫ୍‌ଏମ୍ ରେଡିଓ ସେବା ଯୋଗାଇବ । ଏହି ସଫଳତା ପାଇଁ ଆକାଶବାଣୀ କର୍ତ୍ତୃପକ୍ଷଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ଦେଶର ଉତ୍ତର ପୂର୍ବାଞ୍ଚଳର ଲୋକମାନେ ଏହି ସେବା ଦ୍ୱାରା ବିଶେଷ ଉପକୃତ ହେବାକୁ ଥିବାରୁ ସେମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଥିଲେ ।

 

            ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ରେଡିଓ ସହିତ ବର୍ତ୍ତମାନ ପିଢିର ଆବେଗାତ୍ମକ ସଂଯୋଗ ସମ୍ପର୍କରେ କହିଥିଲେ । ସେ କହିଥିଲେ, “ମୋ ପାଇଁ ଏହା ଏକ ଅତିରିକ୍ତ ଆନନ୍ଦ ଆଣିଛି ଏବଂ ସେଇଟି ହେଲା ଜଣେ ହୋଷ୍ଟ(ଉପସ୍ଥାପକ)ଭାବେ ରେଡିଓ ସହିତ ମୁଁ ସମ୍ପୃକ୍ତ ।” ତାଙ୍କର ଆଗାମୀ ମାସିକ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ “ମନ୍ କି ବାତ୍‌” ସମ୍ପର୍କରେ ସେ କହିଛନ୍ତି ଯେ “ଦେଶବାସୀଙ୍କ ସହ ଯେଉଁ ଭାବ ପ୍ରବଣତାର ସହିତ ମୁଁ ସମ୍ପୃକ୍ତ ହୋଇପାରୁଛି ତାହା କେବଳ ରେଡିଓ ଯୋଗୁଁ ସମ୍ଭବ ହେଉଛି । ଏହା ମାଧ୍ୟମରେ ମୁଁ ଦେଶର ସାମର୍ଥ୍ୟ ଓ ଦେଶବାସୀଙ୍କ କର୍ତ୍ତବ୍ୟର ସମ୍ମିଳିତ ଶକ୍ତି ସହିତ ସଂଯୁକ୍ତ ହୋଇପାରୁଛି ।”

ଏ ସମ୍ପର୍କରେ କେତେକ ଉଦାହରଣ ଦେଇ ସେ କହିଛନ୍ତି ଯେ ସ୍ୱଚ୍ଛ ଭାରତ, ବେଟି ବଚାଓ ଓ ବେଟି ପଢାଓ ଓ ହର୍ ଘର୍ ତିରଙ୍ଗା ଭଳି କାର୍ଯ୍ୟକ୍ରମ ସବୁ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ଆନ୍ଦୋଳନରେ ପରିଣତ ହୋଇଛି । “ସେ ଦୃଷ୍ଟିରୁ ଗୋଟିଏ ବିଚାରରେ ମୁଁ ଆପଣଙ୍କ ଆକାଶବାଣୀ ଟିମ୍‌ର ଜଣେ ସଦସ୍ୟ ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଉଦ୍‌ଘାଟିତ ହୋଇଥିବା ୯୧ଟି ଏଫ୍‌ଏମ୍ ଟ୍ରାନ୍ସମିଟର ପଛରେ ସରକାରଙ୍କ ନୀତି ଓ ଆଦର୍ଶ ହେଲା ଦେଶର ଯେଉଁ ଅଞ୍ଚଳର ଲୋକେ ଆକାଶବାଣୀ ସେବାରୁ ବଂଚିତ ହୋଇ ରହିଛନ୍ତି ସେମାନଙ୍କୁ ସେ ସୁବିଧା ଯୋଗାଇବା ।ଏଣିକି ସେମାନେ ଆଉ ରେଡିଓ ସେବାରୁ ବଞ୍ôଚତ ହେବେ ନାହିଁ । ଯେଉଁମାନେ ଆଗରୁ ନିଜକୁ ଦୂର ବୋଲି ବିଚାର କରୁଥିଲେ ଏବେ ସେମାନେ ନିକଟତର ହୋଇ ନିଜକୁ ଭଲଭାବେ ସଂଯୁକ୍ତ କରିପାରିବେ ।

 

ଏଫ୍‌ଏମ୍ ଟ୍ରାନ୍ସମିଟର ଲାଭ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ଠିକ୍ ସମୟରେ ଲୋକଙ୍କ ପାଖରେ ପହଞ୍ଚାଇବା, ଗୋଷ୍ଠୀ ନିର୍ମାଣ ଉଦ୍ୟମ, ଚାଷବାସ ପାଇଁ ପାଣିପାଗ ସୂଚନା ପ୍ରଦାନ, ଖାଦ୍ୟ ଓ ପନିପରିବାର ଦରଦାମ ସଂକ୍ରାନ୍ତ ସୂଚନା ପ୍ରଦାନ, ଚାଷରେ ରାସାୟନିକ ସାର ପ୍ରୟୋଗରୁ ଘଟୁଥିବା କ୍ଷତି ସମ୍ପର୍କରେ ଆଲୋଚନା, ଚାଷବାସ ପାଇଁ ଅଗ୍ରଣୀ ଯନ୍ତ୍ରପାତିର ବ୍ୟବହାର, ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନୂଆ ମାର୍କେଟ ନୀତି ସମ୍ପର୍କରେ ସୂଚନା ପ୍ରଦାନ ତଥା ପ୍ରାକୃତିକ ବିପଦ ସମୟରେ ସବୁ ଲୋକଙ୍କୁ ଖବର ଦେଇ ସାହାଯ୍ୟ ସହଯୋଗ କରିବା ସମ୍ଭବ ହେବ । ଏହାଛଡା ଏଫ୍‌ଏମ୍ ଟ୍ରାନ୍ସମିଟର ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ସେ କହିଥିଲେ ।

            ପ୍ରଧାନମନ୍ତ୍ରୀ କହିଲେ ଯେ ଟେକ୍‌ନୋଲୋଜିର ଗଣତାନ୍ତ୍ରିକୀକରଣ ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । “ଭାରତକୁ ଉପରକୁ ଉଠିବାକୁ ହେଲେ କୌଣସି ଭାରତୀୟ ସୁଯୋଗର ଅଭାବ ଅନୁଭବ କରିବା ଉଚିତ ନୁହେଁ । ସମସ୍ତେ ଅତ୍ୟାଧୁନିକ ଟେକ୍‌ନୋଲୋଜିର ସୁବିଧାସୁଯୋଗ ପାଇବା ଆବଶ୍ୟକ । ଏହା ମଧ୍ୟ ସୁଲଭ ହେବା ଆବଶ୍ୟକ । ତେବେ ଯାଇ ସମସ୍ତେ ସୁଯୋଗର ଉପଯୋଗ କରି ଆଗକୁ ବଢିପାରିବେ”  ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଫାଇବର ଅପ୍‌ଟି୍‌କ୍ସ ମାଧ୍ୟମରେ ଗ୍ରାମଞ୍ଚଳକୁ ଅତି ଶସ୍ତାରେ ଡାଟା ପ୍ରେରଣ ସମ୍ଭବ ହେଉଛି । ଏହା ଦ୍ୱାରା ଲୋକେ ସୂଚନା ସେବା ସହଜରେ ପାଇପାରୁଛନ୍ତି । ଏହା ଫଳରେ ଗ୍ରାମାଞ୍ଚଳରେ ଡିଜିଟାଲ ଉଦ୍ୟମିତା ବଢିଛି । ସେହିଭଳି ୟୁପିଆଇ ମଧ୍ୟ କ୍ଷୁଦ୍ର ବ୍ୟବସାୟୀ, ଷ୍ଟ୍ରୀଟ ଭେଣ୍ଡର ଓ ସେହିଭଳି ବୃତ୍ତିରେ ଥିବା ଲୋକଙ୍କୁ ବ୍ୟାଙ୍କ ସେବାର ସୁଯୋଗ ଯୋଗାଉଛି ।

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ବିଗତ କେତେ ବର୍ଷ ମଧ୍ୟରେ ଦେଶର ଗ୍ରାମାଞ୍ଚଳରେ ଯେଉଁ ପ୍ରଯୁକ୍ତିଗତ ବିପ୍ଳବ ଆରମ୍ଭ ହୋଇଛି ତାହା ରେଡିଓ, ବିଶେଷକରି ଏଫ୍‌ଏମ୍‌ର ଚାହିଦା ବୃଦ୍ଧି କରିଛି । ନୂଆ ରୂପରେ ଏହାର ଆତ୍ମପ୍ରକାଶ ଘଟିଛି । ଇଣ୍ଟରନେଟର ବିକାଶ ସହିତ ରେଡିଓ ଅଗ୍ରଭାଗକୁ ଆସିବା ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି । ପଡ୍‌କାଷ୍ଟ ଓ ଅନ୍‌ଲାଇନରେ ଏଫ୍‌ଏମ୍ ସେବା ମିଳୁଛି । ଡିଜିଟାଲ ଇଣ୍ଡିଆ କେବଳ ନୂଆ ଶ୍ରୋତା ଦେଇନାହିଁ ଏକ ନୂଆ ବିଚାରଧାରା ମଧ୍ୟ ପ୍ରଦାନ କରିଛି । ଏହି ପ୍ରକାର ବିପ୍ଳବ ପ୍ରତ୍ୟେକ ପ୍ରସାରଣ ମାଧ୍ୟମରେ ଦେଖା ଯିବ ବୋଲି ସେ କହିଛନ୍ତି । ସେ ଆହୁରି ସୂଚନା ଦେଇଛନ୍ତି ଯେ ଡିଡି ଫ୍ରି ଡିସ୍ (ଦେଶର ବୃହତ୍ ଡିଟିଏଚ୍ ପ୍ଲାଟଫର୍ମ) ଦେଶର ୪କୋଟି ୩୦ଲକ୍ଷ ଘରେ ଏବେ ଉପଲବ୍ଧ । ଏହା ମାଧ୍ୟମରେ ଲୋକେ ଠିକ୍ ସମୟରେ ଦେଶବିଦେଶର ଖବର ପାଉଛନ୍ତି । ଦେଶର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସୀମାନ୍ତ ଇଲାକା ଯାଏ ସବୁଠି ଏହି ସୁବିଧା ଉପଲବ୍ଧ । ଯେଉଁ ବର୍ଗ, ସମାଜ ଓ ପରିବାର ପିଢିପିଢି ଧରି ଶିକ୍ଷା ଓ ମନୋରଞ୍ଜନରୁ ବଞ୍ଚିତ ହେଉଥିଲେ ଏବେ ସେମାନଙ୍କ ପାଖରେ ତାହା ପହଞ୍ଚୁଛି । ଏହା ଫଳରେ ସମାଜରେ ବିଭିନ୍ନ ବର୍ଗଙ୍କ ମଧ୍ୟରେ ଥିବା ତାରତମ୍ୟ ଦୂର ହୋଇଛି ଓ ସମସ୍ତେ ଉତ୍ତମମାନର ସୂଚନା ପାଇପାରୁଛନ୍ତି । ଏବେ ଡିଟିଏଚ୍‌ରେ ବିଭିନ୍ନ ପ୍ରକାର ପାଠ୍ୟକ୍ରମ ଉପଲବ୍ଧ ହେଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଏକ ବିଶ୍ୱବିଦ୍ୟାଳୟଠାରୁ ଅଧିକ ପାଠ ଆମ ଘରକୁ ପଠାଉଛି । ଏହା ଫଳରେ ଦେଶର କୋଟି କୋଟି ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । କରୋନା ମହାମାରୀ ସମୟରେ ଆମେ ଏହା ଅଭିଜ୍ଞତା ଅର୍ଜନ କରିଛୁ । ଏହା ଡିଟିଏଚ୍ ହେଉ ଅଥବା ଏଫଏମ୍ ରେଡିଓ ଏହି କ୍ଷମତା ଆମକୁ ଭବିଷ୍ୟତର ଭାରତକୁ ଦେଖିବାକୁ ଏକ ଝରକା ପ୍ରଦାନ କରିଛି । ଆମକୁ ଏହି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ପଡିବ ବୋଲି ସେ କହିଛନ୍ତି ।

ଦେଶର ଭାଷାଗତ ବିବିଧତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଫ୍‌ଏମ୍ ଟ୍ରାନ୍ସମିଶନ ସବୁ ଭାରତୀୟ ଭାଷା ସମେତ ୨୭ଟି ଉପଭାଷାରେ କରାଯିବ । ଏହି ସଂଯୋଗ ବ୍ୟବସ୍ଥା କେବଳ ଯୋଗାଯୋଗର ଯନ୍ତ୍ର ବା ଟୁଲ୍ସକୁ ସଂଯୋଗ କରିବ ନାହିଁ ; ଏହା ମଧ୍ୟ ଲୋକଙ୍କୁ ଯୋଡିବ । ଏହା ସରକାରଙ୍କ କର୍ମ ସଂସ୍କୃତିର ଏକ ପ୍ରତିଫଳନ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ସାମାଜିକ ସଂଯୋଗ ସହିତ ଭୌତିକ ସଂଯୋଗ ଉପରେ ମଧ୍ୟ କାମ କରୁଛନ୍ତି । ଏହା ସହିତ ସାଂସ୍କୃତିକ ଓ ବୌଦ୍ଧିକ ସଂଯୋଗକୁ ମଜବୁତ୍ କରାଯାଉଛି । ଏଥିପାଇଁ ପଦ୍ମ ଭଳି ବିଭିନ୍ନ ସରକାରୀ ପୁରସ୍କାରକୁ ବାଛ ବିଚାର ରହିତ କରି ଜନତାଙ୍କ ପୁରସ୍କାରରେ ପରିଣତ କରାଯାଇଛି ।  ଏହା ମାଧ୍ୟମରେ ଦେଶ ଓ ସମାଜର ପ୍ରକୃତ ନାୟକ, ଯୋଗ୍ୟ ବ୍ୟକ୍ତିମାନେ ହିଁ ସମ୍ମାନୀତ ହେଉଛନ୍ତି । ଏବେ ପଦ୍ମ ପୁରସ୍କାରରେ ପୂର୍ବଭଳି ସୁପାରିସ ବ୍ୟବସ୍ଥା ନାହିଁ । ବ୍ୟକ୍ତିର ସେବା, କାମ ଏବଂ ସମାଜ ତଥା ଦେଶ ପ୍ରତି  ତାହାର ଅବଦାନକୁ ବିଚାରକୁ ନେଇ ଏହି ପୁରସ୍କାର ପ୍ରଦାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପର୍ଯ୍ୟଟନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରେ ଧାର୍ମିକ ପୀଠ ଓ ତୀର୍ଥସ୍ଥଳ ଆଦିର ବିକାଶ ହେବା ପରେ ତୀର୍ଥାଟନ / ପର୍ଯ୍ୟଟନ ବଢିଛି । ଅଧିକରୁ ଅଧିକ ଲୋକଙ୍କୁ ଦେଶ ବିଦେଶରୁ ଏସବୁ ସ୍ଥଳକୁ ଆସୁଛନ୍ତି । ଏହା ଆମ ସାଂସ୍କୃତିକ ସଂଯୋଗର ପ୍ରମାଣ ବହନ କରୁଛି । ଏହି ଅବସରରେ ସେ ଆଦିବାସୀ ମୁକ୍ତି ସଂଗ୍ରାମୀଙ୍କ ସଂଗ୍ରହାଳୟ, ବାବା ସାହେବ ଆମ୍ବେଦକରଙ୍କ ପଂଚତୀର୍ଥ, ଜାତୀୟ ଯୁଦ୍ଧ ସ୍ମାରକ ଓ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଆଦିର ଉଦାହରଣ ଦେଇଥିଲେ । ଏହା ଫଳରେ ଦେଶର ବୌଦ୍ଧିକ ଓ ଆବେଗାତ୍ମକ ସଂଯୋଗରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଥିବା ସେ କହିଥିଲେ ।

            ନିଜର ଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଆକାଶବାଣୀ ଭଳି ସବୁ ଯୋଗାଯୋଗ ଚାନେଲ ଓ ସରକାରୀ ଗଣମାଧ୍ୟମର ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ସେ ସ୍ପଷ୍ଟ କରି ଦେଇଥିଲେ ଯେ ସଂଯୋଗ ବ୍ୟବସ୍ଥା ଯାହାହେଉ ନା କାହିଁକି, ସେସବୁର ଉଦ୍ଦେଶ୍ୟ ହେଲା ଦେଶକୁ ଓ ଏହାର ୧୪୦କୋଟି ଲୋକଙ୍କୁ ଯୋଡିବା । ସବୁ ସମ୍ପୃକ୍ତ ପକ୍ଷ ଏହି ଲକ୍ଷ୍ୟ ନେଇ ଆଗକୁ ବଢିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।  ସେ କହିଥିଲେ ନିରନ୍ତର ଆଲୋଚନା ଓ ମତ ବିନିମୟ ମାଧ୍ୟମରେ ଦେଶକୁ ଆଗେଇ ନେବା ସହଜ ହେବ ।

ପୃଷ୍ଠଭୂମି :-ସରକାର ଦେଶର ଏଫ୍‌ଏମ୍ ରେଡିଓ ସେବାର ପରିସର ବଢାଇବାକୁ ଆଉ ୯୧ଟି ନୂଆ ୧୦୦ ୱାଟ ବିଶିଷ୍ଟ ଏଫ୍‌ଏମ୍ ଟ୍ରାନ୍ସମିଟର ସ୍ଥାପନ କରିଛନ୍ତି । ଏହା ଦେଶର ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୮୫ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି । ଏଥିରେ ଆକାଂକ୍ଷୀ ଜିଲ୍ଲାକୁ ଅଗ୍ରାଧିକାର ଦିଆଯାଇଛି । ଓଡିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ, ଆସାମ, ମେଘାଳୟ, ନାଗାଲାଣ୍ଡ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ତେଲଙ୍ଗାନା, କେରଳ, ଛତିଶଗଡ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଲଦାଖ ଓ ଆଣ୍ଡାମାନ ନିକୋବରରେ ଏହି ଏଫ୍‌ଏମ୍ ଟ୍ରାନ୍ସମିଟର ସ୍ଥାପନ କରାଯାଇଛି । ଏହା ଦ୍ୱାରା ଦୁଇ କୋଟି ଲୋକ ରେଡିଓ କାର୍ଯ୍ୟକ୍ରମ ଶୁଣିବାର ସୁଯୋଗ ପାଇବେ । ଅତିରକ୍ତିଭାବେ ୩୫ହଜାର ବର୍ଗ କି.ମି. ଇଲାକାରେ ରେଡିଓ ସେବା ପହଞ୍ଚିବ । ଆଗରୁ ଏସବୁ ସ୍ଥାନରେ ରେଡିଓ ଶୁଭୁ ନ ଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରେଡିଓର ଯୋଗାଯୋଗ ଦକ୍ଷତା ଉପରେ ଦୃଢ ବିଶ୍ୱାସ । ଏହା ମାଧ୍ୟମରେ ଅଧିକ ଲୋକଙ୍କ ପାଖରେ ସହଜରେ ପହଞ୍ଚି ହେବ ବୋଲି ସେ ବିଚାର କରନ୍ତି । ଏପ୍ରିଲ ୩୦ରେ ତାଙ୍କର ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ର ୧୦୦ତମ ଅଧ୍ୟାୟର ପ୍ରସାରଣ ପୂର୍ବରୁ ଏହି ନୂଆ ଏଫ୍‌ଏମ୍ ଟ୍ରାନ୍ସମିଟରଗୁଡିକ କାର୍ଯ୍ୟକ୍ଷମ ହୋଇଛି ।

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Merchandise Exports Defy Global Headwinds, Rise 15 Per Cent In April–14 June Period

Media Coverage

India's Merchandise Exports Defy Global Headwinds, Rise 15 Per Cent In April–14 June Period
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Smt. Bhavnaben Patel
June 22, 2026

The Prime Minister, Shri Narendra Modi has expressed sadness over the passing of Smt. Bhavnaben Patel, wife of Shri Prabhulbhai Patel, Administrator of the Union Territory of Dadra and Nagar Haveli and Daman and Diu.

The Prime Minister said that he had shared a close acquaintance and cordial relationship with the family for many years.

Shri Modi extended his heartfelt condolences to the bereaved family and prayed that the Almighty grants peace to the departed soul.

The Prime Minister wrote on X;