“୯୧ଟି ଏଫ୍‌ଏମ୍ ଟ୍ରାନ୍ସମିଟର ଉଦ୍‌ଘାଟନ ଫଳରେ ଦେଶରେ ରେଡିଓ ଉଦ୍ୟୋଗରେ ବୈପ୍ଲବିକ ପରିବର୍ତ୍ତନ ଆସିବ”
“ରେଡିଓ ଓ ମନ୍ କି ବାତ୍‌” ମାଧ୍ୟମରେ ମୁଁ ଦେଶର ସମ୍ମିଳିତ ସାମର୍ଥ୍ୟ ଓ ଦେଶବାସୀଙ୍କ ସାମୂହିକ କର୍ତ୍ତବ୍ୟର ଶକ୍ତି ସହିତ ସଂଯୁକ୍ତ ହୋଇପାରିବି”
“ଗୋଟିଏ ଦୃଷ୍ଟିରୁ ମୁଁ ଆପଣମାନଙ୍କର ଆକାଶବାଣୀ ଟିମ୍‌ର ଏକ ଅଂଶ ବିଶେଷ”
“ଯେଉଁମାନେ ନିଜକୁ ଦୂରରେ ରହିଥିବା ଭାବୁଛନ୍ତି ଏବେ ସେମାନେ ଭଲଭାବେ ଯୋଡି ହେବାର ସୁଯୋଗ ପାଇବେ”
“ଡିଜିଟାଲ ଇଣ୍ଡିଆ ରେଡିଓକୁ କେବଳ ନୂଆ ଶ୍ରୋତା ଦେଇନାହିଁ, ଏହା ମଧ୍ୟ ଏକ ନୂଆ ବିଚାର ପ୍ରକ୍ରିୟା ଯୋଗାଇଛି”
“ଏହା ଡିଟିଏଚ୍ କିମ୍ବା ଏଫଏମ୍ ରେଡିଓ, ଯାହା ହେଉ ନା କାହିଁକି ଏହି ଶକ୍ତି ଭବିଷ୍ୟତକୁ ଦେଖିବା ପାଇଁ ଆମକୁ ଏକ ଝରକା ପ୍ରଦାନ କରିଛି; ଆମକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ପଡିବ”
“ସଂଯୋଗର ଯେକୌଣସି ମାଧ୍ୟମ ବା ରୂପ ଦେଶ ଏବଂ ଏହାର ୧୪୦କୋଟି ଲୋକଙ୍କୁ ସମ୍ପୃକ୍ତ କରିବାର ଲକ୍ଷ୍ୟ ରଖିବା ଉଚିତ”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ୯୧ଟି ନୂଆ ଏଫ୍‌ଏମ୍ ରେଡିଓ ଟ୍ରାନ୍ସମିଟର ଉଦ୍‌ଘାଟନ କରିଛନ୍ତି । ଏହି ଟ୍ରାନ୍ସମିଟରର କ୍ଷମତା ପ୍ରତ୍ୟେକ ୧୦୦ଡବ୍ଲ୍ୟ । ଏହା ଫଳରେ ରେଡିଓ ସଂଯୋଗ ବୃଦ୍ଧି ପାଇବ ଓ ଶ୍ରୋତା ଉପକୃତ ହେବେ ।
ଦେଶର ଉତ୍ତର ପୂର୍ବାଞ୍ଚଳର ଲୋକମାନେ ଏହି ସେବା ଦ୍ୱାରା ବିଶେଷ ଉପକୃତ ହେବାକୁ ଥିବାରୁ ସେମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଥିଲେ ।

ନମସ୍କାର ସାର,

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହକର୍ମୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ, ସାଂସଦ, ସାଂସଦମାନେ, ବିଧାୟକମାନେ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ,

ଆଜିର ଏହି କାର୍ଯ୍ୟକ୍ରମରେ ପଦ୍ମ ପୁରସ୍କାର ଗ୍ରହଣ କରିଥିବା ଅନେକ ବ୍ୟକ୍ତିତ୍ୱ ମଧ୍ୟ ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ସେମାନଙ୍କୁ ସମ୍ମାନର ସହିତ ସ୍ୱାଗତ କରୁଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଜି ଆକାଶବାଣୀର ଏଫଏମ ସେବାର ସମ୍ପ୍ରସାରଣ ହେଉଛି । ଆକାଶବାଣୀ ଏଫଏମ ହେବା ଦିଗରେ ଆହୁରି ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆକାଶବାଣୀର ୯୧ ଏଫଏମ ଟ୍ରାନ୍ସମିଟରର ଏହି ଶୁଭାରମ୍ଭ ଦେଶର ୮୫ଟି ଜିଲ୍ଲାର ୨ କୋଟି ଲୋକଙ୍କ ପାଇଁ ଉପହାର ସଦୃଶ ଅଟେ । ଗୋଟିଏ ପ୍ରକାରରେ, ଏହି ଆୟୋଜନରେ ଭାରତର ବିବିଧତା ଭିନ୍ନ ଭିନ୍ନ ରଙ୍ଗର ଝଲକ ମଧ୍ୟ ରହିଛି । ଯେଉଁ ଜିଲ୍ଲାଗୁଡ଼ିକରେ ଉଦଘାଟିତ ହେଉଛି, ଆକାଂକ୍ଷୀ ଜିଲ୍ଲା, ଆକାଂକ୍ଷୀ ବ୍ଲକଗୁଡ଼ିକ ମଧ୍ୟ ଏହି ସେବାଗୁଡ଼ିକର ଲାଭ ପାଇପାରିବେ । ଏହି ସଫଳତା ପାଇଁ ମୁଁ ଆକାଶବାଣୀକୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଏହାର ବହୁତ ଲାଭ ଆମର ଉତ୍ତର-ପୂର୍ବର ଭାଇ ଓ ଭଉଣୀମାନଙ୍କୁ ହେବ, ଯୁବ ବନ୍ଧୁମାନେ ବହୁତ ଉପକୃତ ହେବେ । ଏଥିପାଇଁ ମୁଁ ତାଙ୍କୁ ବିଶେଷ ଭାବରେ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

ଯେତେବେଳେ ରେଡିଓ ଏବଂ ଏଫଏମର ବିଷୟ ଆସେ, ସେତେବେଳେ ଆମେ ଯେଉଁ ପିଢ଼ିର ଲୋକ ଅଟୁ, ଆମ ସମସ୍ତଙ୍କର ସମ୍ପର୍କ ଜଣେ ଉତ୍ସାହୀ ସ୍ରୋତାଙ୍କର ମଧ୍ୟ ରହିଛି, ଏବଂ ମୋ ପାଇଁ ଏହା ଖୁସି ଯେ ମୋର ସମ୍ପର୍କ ଏକ ହୋଷ୍ଟରେ ପରିଣତ ହୋଇଛି । ବର୍ତ୍ତମାନ ଏବେ କିଛିଦିନ ପରେ ରେଡିଓରେ ‘ମନ କୀ ବାତ’ର ୧୦୦ତମ ଅଧ୍ୟାୟ କରିବାକୁ ଯାଉଛି । ‘ମନ କୀ ବାତ’ର ଏହି ଅନୁଭୂତି, ଦେଶବାସୀଙ୍କ ସହ ଏଭଳି ଭାବରେ ଭାବନାତ୍ମକ ସହିତ ଯୋଡ଼ି ହୋଇ ଯାଇଛି । ଏହା କେବଳ ରେଡିଓ ଦ୍ୱାରା ସମ୍ଭବ ହୋଇପାରିଛି । ମୁଁ ଏହି ମାଧ୍ୟମରେ ଦେଶବାସୀଙ୍କ ଶକ୍ତି ସହିତ ଯୋଡ଼ି ହେଲି, ଦେଶର ସାମୂହିକ କର୍ତ୍ତବ୍ୟ ସହିତ ଯୋଡ଼ି ହୋଇପାରିଲି । ସ୍ୱଚ୍ଛ ଭାରତ ଅଭିଯାନ ହେଉ, ବେଟି ବଚାଓ - ବେଟି ପଢ଼ାଓ ହେଉ, କିମ୍ବା ହର ଘର ତ୍ରିରଙ୍ଗା ଅଭିଯାନ ହେଉ ‘ମନ କୀ ବାତ’ର ଏହି ଅଭିଯାନକୁ ଜନ ଆଂଦୋଳନ କରିପାରିଲି । ସେଥିପାଇଁ, ଏକ ଉପାୟରେ ମୁଁ ଆକାଶବାଣୀର ଆପଣଙ୍କ ଟିମର ଏକ ଅଂଶ ଅଟେ ।

ସାଥୀମାନେ,

ଆଜିର ଏହି ଆୟୋଜନର ଆଉ ଏକ ବିଶେଷ କଥା ଅଛି । ଏହା ବଂଚିତ ଲୋକଙ୍କୁ ଅଗ୍ରାଧିକାର ଦେବା ପାଇଁ ସରକାରଙ୍କ ନୀତିକୁ ଆଗକୁ ଆହୁରି ବଢ଼ାଇବ । ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସୁବିଧାର ବଂଚିତ ରହିଥିଲେ, ଯେଉଁମାନଙ୍କୁ ବହୁତ ଦୂରରେ ରହୁଥିବା ବିବେଚନା କରାଯାଉଥିଲା, ଯେଉଁମାନେ ବର୍ତ୍ତମାନ ଆମ ସମସ୍ତଙ୍କ ସହିତ ଆହୁରି ଅଧିକ ସଂଯୁକ୍ତ ହେବେ, ସମୟ ଅନୁସାରେ ଆବଶ୍ୟକ ସୂଚନା ଠିକ ସମୟରେ ପହଂଚାଇବା ହେଉ, ସମ୍ପ୍ରଦାୟ ନିର୍ମାଣ କାର୍ଯ୍ୟ ହେଉ, କୃଷି ସମ୍ବନ୍ଧୀୟ ପାଣିପାଗ ସୂଚନା ହେଉ, କୃଷକ ମାନଙ୍କ ଫସଲ - ଫଳ - ପନିପରିବାର ମୂଲ୍ୟ ବିଷୟରେ ସବିଶେଷ ସୂଚନା ହେଉ, ରାସାୟନିକ ଚାଷ ଦ୍ୱାରା ହେଉଥିବା କ୍ଷୟକ୍ଷତିର ଆଲୋଚନା ହେଉ, ଚାଷ ପାଇଁ ଆଧୁନିକ ଯନ୍ତ୍ର ବିଷୟରେ ଆଲୋଚନା ହେଉ, ମହିଳାମାନଙ୍କ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ନୂତନ ବଜାର ବିଷୟରେ ସୂଚନା ଦେବା ହେଉ, କିମ୍ବା ପୁଣି କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମଗ୍ର ଅଞ୍ଚଳକୁ ସାହାଯ୍ୟ କରିବା, ଏହି ଏଫଏମ ଟ୍ରାନ୍ସମିଟରଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଏହା ବ୍ୟତୀତ ଏଫଏମର ଯେଉଁ ସୂଚନା ମୂଲ୍ୟ ଅଛି ତାହା ନିଶ୍ଚିତ ରହିବ ।

 

ସାଥୀମାନେ,

ଆମ ସରକାର, ନିରନ୍ତର, ଏହିଭଳି ଭାବରେ, ଟେକ୍ନୋଲୋଜିର ଲୋକତାନ୍ତ୍ରିକରଣ, ଗଣତାନ୍ତ୍ରିକରଣ ଏଥିପାଇଁ କାର୍ଯ୍ୟ କରୁଛନ୍ତି । ଭାରତ ନିଜର ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରିପାରିବ, ଏଥିପାଇଁ ଜରୁରୀ ଅଟେ ଯେ କୌଣସି ମଧ୍ୟ ଭାରତୀୟଙ୍କ ନିକଟରେ ଯେପରି ସୁଯୋଗର ଅଭାବ କମ ନ ହୁଏ । ଆଧୁନିକ ଟେକ୍ନୋଲୋଜିକୁ ସମସ୍ତଙ୍କ ପାଇଁ ସୁଲଭ କରାଇବା, ଉପଲବ୍ଧ କରାଇବା, ଏହାର ବହୁତ ବଡ଼ ମାଧ୍ୟମ ଅଟେ । ଆଜି ଭାରତରେ ଯେଉଁଭଳି ଭାବରେ ପ୍ରତ୍ୟେକ ଗ୍ରାମକୁ ଅପ୍ଟିକାଲ ଫାଇବର କିପରି ପହଂଚାଯାଇ ପାରିଛି, ଉଭୟ ମୋବାଇଲ ଏବଂ ମୋବାଇଲ ଡାଟାର ମୂଲ୍ୟ ଏତେ ହ୍ରାସ ପାଇଛି, ଏହା ସୂଚନାକୁ ଅତି ସହଜ କରିପାରିଛି । ଆଜିକାଲି ଆମେ ଦେଖୁଛୁ, ଦେଶର ପ୍ରତ୍ୟେକ କୋଣରେ, ପ୍ରତ୍ୟେକ ଗ୍ରାମରେ ନୂତନ ଡିଜିଟାଲ ଉଦ୍ୟୋଗ ଗଠନ କରାଯାଉଛି, ଗାଁରେ ରହୁଥିବା ଯୁବକମାନେ, ଗାଁରେ ରହୁଥିବାବେଳେ ଡିଜିଟାଲ ଟେକ୍ନୋଲୋଜିର ସୁଯୋଗ ନେଇ କିଛି ରୋଜଗାର କରୁଛନ୍ତି । ସେହିଭଳି ଭାବରେ ଯେତେବେଳେ ଆମର ଛୋଟ ଦୋକାନୀମାନଙ୍କୁ ଏବଂ ରାସ୍ତାଘାଟ ବିକ୍ରେତାମାନଙ୍କୁ ଇଣ୍ଟରନେଟ ଏବଂ ୟୁପିଆଇରୁ ସାହାଯ୍ୟ ମିଳୁଛି, ସେତେବେଳେ ସେମାନେ ମଧ୍ୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଲାଭ ଉଠାଇବା ଆରମ୍ଭ କରି ଦେଇଛନ୍ତି । ଆଜି ଟେକ୍ନୋଲୋଜି ସାହାଯ୍ୟରେ ଆମର ଛୋଟ ମତ୍ସ୍ୟଜୀବୀ ସହକର୍ମୀମାନେ ମଧ୍ୟ ପାଣିପାଗ ସମ୍ବନ୍ଧୀୟ ସଠିକ ସୂଚନା ଠିକ ସମୟରେ ପାଇ ପାରୁଛନ୍ତି । ଆଜି ଟେକ୍ନୋଲୋଜି ସାହାଯ୍ୟରେ ଆମର ଛୋଟ ଉଦ୍ୟୋଗୀମାନେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ସେମାନଙ୍କର ଉତ୍ପାଦ ବିକ୍ରୟ କରିବାରେ ସକ୍ଷମ ହୋଇପାରୁଛନ୍ତି । ଏଥିରେ ସେମାନେ ସରକାରୀ-ଇ-ମାର୍କେଟପ୍ଲେସ ଯଥା ଜିଇଏମ ଠାରୁ ମଧ୍ୟ ସହାୟତା ନେଉଛନ୍ତି ।

ସାଥୀମାନେ,

ବିଗତ ବର୍ଷଗୁଡ଼ିକରେ ଦେଶରେ ଯେଉଁ ବୈଷୟିକ ବିପ୍ଳବ ହୋଇଥିଲା, ତାହା ରେଡିଓ ଏବଂ ବିଶେଷ କରି ଏଫଏମକୁ ମଧ୍ୟ ନୂତନ ଅବତାରରେ ଗଢ଼ିଲା । ଇଣ୍ଟରନେଟ କାରଣରୁ ରେଡିଓ ପଛରେ ନାହିଁ, ବରଂ ଅନଲାଇନ ଏଫଏମ ମାଧ୍ୟମରେ ପୋଡକାଷ୍ଟ ମାଧ୍ୟମରେ ଅଭିନବ ଉପାୟରେ ଆଗକୁ ଆସିଛି । ଅର୍ଥାତ ଡିଜିଟାଲ ଇଣ୍ଡିଆ ମଧ୍ୟ ରେଡିଓକୁ ନୂତନ ସ୍ରୋତାମାନଙ୍କୁ ଦେଇଛି, ଏବଂ ନୂତନ ଚିନ୍ତାଧାରା ମଧ୍ୟ ଦେଇଛି । ଯୋଗାଯୋଗର ପ୍ରତ୍ୟେକ ମାଧ୍ୟମରେ ଆପଣ ଏହି ବିପ୍ଳବ ଦେଖିପାରିବେ । ଉଦାହରଣ ସ୍ୱରୂପ ଆଜି ଦେଶର ସର୍ବବୃହତ ଡିଟିଏଚ ପ୍ଲାଟଫର୍ମ, ଡିଡି ଫ୍ରି ଡିସର ସେବା ୪ କୋଟି ୩୦ ଲକ୍ଷ ଘରେ ପହଂଚିଛି । ଆଜି ଦେଶର କୋଟି କୋଟି ଗ୍ରାମାଞ୍ଚଳରେ ଥିବା ଘରେ ଘରେ, ସୀମା ନିକଟବର୍ତ୍ତୀ ଅଞ୍ଚଳରେ, ଆଜି ବିଶ୍ୱର ପ୍ରତ୍ୟେକ ସୂଚନା, ପ୍ରକୃତ ସମୟରେ ପହଂଚି ପାରୁଛି । ଦଶନ୍ଧି ଧରି ଦୁର୍ବଳ ତଥା ବଂଚିତ ରହିଥିବା ସମାଜର ଲୋକମାନଙ୍କ ଘରେ ମଧ୍ୟ ମାଗଣା ଡିସ ସେବା ମାଧ୍ୟମରେ ଶିକ୍ଷା ଏବଂ ମନୋରଞ୍ଜନର ସୁବିଧା ମିଳିପାରୁଛି । ଏହାଦ୍ୱାରା ସମାଜର ବିଭିନ୍ନ ବିଭାଗ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ହୋଇ ସମସ୍ତଙ୍କୁ ଗୁଣାତ୍ମକ ସୂଚନା ପହଂଚାଇବାରେ ସଫଳତା ମିଳିଛି । ଆଜି ଡିଟିଏଚ ଚାନେଲରେ ବିଭିନ୍ନ ପ୍ରକାରର ଶିକ୍ଷାଗତ ପାଠ୍ୟକ୍ରମ ଉପଲବ୍ଧ ହେଉଛି । ସବୁଠାରୁ ବଡ଼ ବିଶ୍ୱ ବିଦ୍ୟାଳୟର ଜ୍ଞାନ ସିଧାସଳଖ ଆପଣଙ୍କ ଘର ପର୍ଯ୍ୟନ୍ତ ପହଂଚିପାରୁଛି । କରୋନା ସମୟରେ ଏହା ଦେଶର କୋଟି କୋଟି ବିଦ୍ୟାର୍ଥୀମାନଙ୍କୁ ବହୁତ ସାହାଯ୍ୟ କରିଛି । ଡିଟିଏଚ ହେଉ କିମ୍ବା ଏଫଏମ ରେଡିଓ, ଏମାନଙ୍କର ଏହି ଶକ୍ତି ଆମକୁ ଭବିଷ୍ୟତ ଭାରତକୁ ଦେଖିବା ପାଇଁ ଏକ ବଡ଼ ୱିଣ୍ଡୋ ଦେଇଛି । ଏହି ଭବିଷ୍ୟତ ପାଇଁ ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ ।

 

ସାଥୀମାନେ,

ଏଫଏମ ଟ୍ରାନ୍ସମିଟର ଗୁଡ଼ିକ ଦେଶର ସମସ୍ତ ଭାଷାରେ ଏବଂ ବିଶେଷ କରି ୨୭ଟି ଉପଭାଷାରେ ପ୍ରସାରିତ ହେବ । ତାହା ହେଉଛି, ଏହି ସଂଯୋଗୀକରଣ କେବଳ ଯୋଗାଯୋଗର ମାଧ୍ୟମକୁ ସଂଯୋଗ କରୁନାହିଁ ବରଂ ଏହାଦ୍ୱାରା ଲୋକମାନଙ୍କୁ ସଂଯୋଗ କରୁଛି । ଆମ ସରକାର କାର୍ଯ୍ୟ କରୁଥିବା ପଦ୍ଧତିର ଏହା ଏକ ପରିଚୟ ଅଟେ । ପ୍ରାୟତଃ ଯେତେବେଳେ ଆମେ ସଂଯୋଗୀକରଣ ବିଷୟରେ କଥାବାର୍ତ୍ତା କରୁ ସେତେବେଳେ ଆମ ସମ୍ମୁଖରେ ସଡ଼କ, ରେଳ, ବିମାନବନ୍ଦରର ଚିତ୍ର ସମ୍ମୁଖରେ ଆସି ଯାଇଥାଏ । କିନ୍ତୁ ଆମ ସରକାର ଶାରିରୀକ ସଂଯୋଗ ବ୍ୟତୀତ ସାମାଜିକ ସଂଯୋଗକୁ ବୃଦ୍ଧି କରିବା ଉପରେ ସମାନ ଗୁରୁତ୍ୱ ଦେଇଛନ୍ତି । ଆମ ସରକାର, ସାଂସ୍କୃତିକ ସଂଯୋଗ ଏବଂ ବୌଦ୍ଧିକ ସଂଯୋଗକୁ ନିରନ୍ତର ମଜବୁତ କରୁଛନ୍ତି । ଯେମିତି ଗତ ୯ ବର୍ଷ ମଧ୍ୟରେ ଆମେ ପଦ୍ମ ପୁରସ୍କାର, ସାହିତ୍ୟ ଏବଂ କଳା ପୁରସ୍କାର ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରକୃତ ହିରୋମାନଙ୍କୁ ସମ୍ମାନିତ କରିଛୁ । ପୂର୍ବପରି ପଦ୍ମ ସମ୍ମାନ ସୁପାରସି ଆଧାରରେ ନୁହେଁ, ବରଂ ଦେଶ ଏବଂ ସମାଜ ସେବାର ଆଧାର ଉପରେ ଦିଆଯାଉଥିଲା । ଆଜି ଯେଉଁ ପଦ୍ମ ସମ୍ମାନ ପାଇଥିବା ବ୍ୟକ୍ତିମାନେ ଆମ ସହିତ ଯୋଡ଼ି ହୋଇଛନ୍ତି, ସେମାନେ ଏହାକୁ ଭଲ ଭାବରେ ଜାଣିଛନ୍ତି । ଦେଶକୁ ଭିନ୍ନ ଭିନ୍ନ ସ୍ଥାନରେ ଥିବା ତୀର୍ଥସ୍ଥଳୀ, ଧାର୍ମିକ ସ୍ଥାନଗୁଡ଼ିକର ନବୀକରଣ ପରେ ଗୋଟିଏ ରାଜ୍ୟରୁ ଲୋକମାନେ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ପର୍ଯ୍ୟଟନ ସ୍ଥାନ ପରିବର୍ତ୍ତନ କରୁଥିବା ଲୋକଙ୍କ ସଂଖ୍ୟା ଦେଶରେ ସାଂସ୍କୃତିକ ସଂଯୋଗ ବୃଦ୍ଧି ହେବାର ପ୍ରମାଣ ଅଟେ । ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଜଡ଼ିତ ସଂଗ୍ରହାଳୟ ହେଉ, ବାବା ସାହେବ ଆମ୍ବେଦକରଙ୍କ ପଞ୍ଚତୀର୍ଥର ପୁନଃ ନିର୍ମାଣ ହେଉ, ପିଏମ ମିଉଜିୟମ ହେଉ କିମ୍ବା ପୁଣି ଜାତୀୟ ଯୁଦ୍ଧ ସ୍ମାରକୀ ହେଉ- ଏହି ପଦକ୍ଷେପ ଦେଶରେ ବୌଦ୍ଧିକ ତଥା ଭାବପ୍ରବଣତାକୁ ଏକ ନୂତନ ଦିଗ ଦେଇଛି । 

ସାଥୀମାନେ,

 

ସଂଯୋଗୀକରଣ ଯେକୌଣସି ଭାବରେ ମଧ୍ୟ ହେଉ ନା କାହିଁକି, ଏହାର ଉଦେଶ୍ୟ ହେଉଛି- ଦେଶକୁ ଯୋଡ଼ିବା, ୧୪୦ କୋଟି ଦେଶବାସୀଙ୍କୁ ଯୋଡ଼ିବା । ଆକାଶବାଣୀ ଭଳି ସମସ୍ତ ଯୋଗାଯୋଗ ଚାନେଲ ପାଇଁ ମଧ୍ୟ ଏହା ଦୃଷ୍ଟି ହେବା ଉଚିତ, ଏହା ମିଶନ ମଧ୍ୟ ହେବା ଉଚିତ । ମୋତେ ବିଶ୍ୱାସ ଅଛି, ଆପଣ ଏହି ଦୃଷ୍ଟିକୁ ନେଇ ଏହିଭଳି ଭାବରେ ଆଗକୁ ବଢ଼ିବେ, ଆପଣଙ୍କର ଏହି ବିସ୍ତୃତ ସମ୍ବାଦ ମାଧ୍ୟମରେ ଦେଶକୁ ନୂତନ ଶକ୍ତି ପ୍ରଦାନ କରିବ । ପୁଣିଥରେ ମୁଁ ଆକାଶବାଣୀକୁ, ଦେଶର ଦୂର ଦୂରାନ୍ତରେ ଥିବା ମୋର ପ୍ରିୟ ଭାଇ ଭଉଣୀମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି, ଅନେକ ଅନେକ ଶୁଭେଚ୍ଛା ଜଣାଉଛି । 

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Seychelles Honours PM Modi With 'Guardian Of The Blue Horizon' Title

Media Coverage

Seychelles Honours PM Modi With 'Guardian Of The Blue Horizon' Title
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on respecting the diverse cultures of the world
June 29, 2026

The Prime Minister, Shri Narendra Modi, shared a Sanskrit Subhashitam:

“देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥"

The Subhashitam emphasizes that respecting the diverse cultures of the world fosters a sense of trust and cooperation among people, and strengthens mutual understanding and brotherhood.

The Prime Minister wrote on X;

दुनिया की अलग-अलग संस्कृतियों का सम्मान करने से लोगों के बीच विश्वास और सहयोग की भावना बढ़ती है। इससे आपसी समझ और भाईचारा और मजबूत होता है।

देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥