ଭାରତର ବିକାଶ କାହାଣୀ ଓ ଭଲିବଲ ଖେଳ ମଧ୍ୟରେ ଅନେକ ସମାନତା ରହିଛି । ଭଲିବଲ ଆମକୁ ଶିଖାଏ ଯେ କୌଣସି ବିଜୟ ଏକୁଟିଆ ହାସଲ କରିହେବ ନାହିଁ ଓ ଆମର ସଫଳତା ସମନ୍ବୟ, ବିଶ୍ବାସ ଓ ଦଳ ପାଇଁ ପ୍ରସ୍ତୁତି ଉପରେ ନିର୍ଭର କରେ : ପ୍ରଧାନମନ୍ତ୍ରୀ
ପ୍ରତ୍ୟେକଙ୍କ ନିଜସ୍ୱ ଭୂମିକା ଏବଂ ଦାୟିତ୍ୱ ଅଛି, ଏବଂ ଆମେ ସେତେବେଳେ ସଫଳ ହେଉ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ନିଜ ଦାୟିତ୍ୱକୁ ଗମ୍ଭୀରତାର ସହିତ ନିଅନ୍ତି; ଠିକ୍ ଏହିପରି ଭାବରେ ଆମ ଦେଶ ପ୍ରଗତି କରୁଛି: ପ୍ରଧାନମନ୍ତ୍ରୀ
୨୦୧୪ ପରଠାରୁ, ବିଭିନ୍ନ କ୍ରୀଡ଼ାରେ ଭାରତର ପ୍ରଦର୍ଶନରେ ନିରନ୍ତର ଉନ୍ନତ ଆସିଛି ଏବଂ ଯେତେବେଳେ ଆମେ ‘ଜେନ-ଜି’ଙ୍କୁ ଖେଳ ପଡ଼ିଆରେ ତ୍ରିରଙ୍ଗା ଉଡ଼ାଉଥିବାର ଦେଖୁ, ସେତେବେଳେ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁ : ପ୍ରଧାନମନ୍ତ୍ରୀ
୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ଦେଶ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ମଧ୍ୟ ସମସ୍ତ ପ୍ରୟାସ କରୁଛି: ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣାସୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୨ତମ ଜାତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବାରାଣାସୀର ସାଂସଦ ଭାବରେ ସେ ସମସ୍ତ ଖେଳାଳିଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଖୁସି ଅନୁଭବ କରୁଛନ୍ତି। ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ଆଜି ବାରାଣସୀରେ ଆରମ୍ଭ ହେଉଛି। ଖେଳାଳିମାନେ ଅକ୍ଲାନ୍ତ ପରିଶ୍ରମ ପରେ ଏହି ଜାତୀୟ ଟୁର୍ଣ୍ଣାମେଣ୍ଟରେ ପହଞ୍ଚିଛନ୍ତି ଏବଂ ଆଗାମୀ ଦିନରେ ବାରାଣାସୀର ଭୂମିରେ ସେମାନଙ୍କର କଠିନ ପରିଶ୍ରମର ପରୀକ୍ଷଣ କରାଯିବ। ସେ କହିଛନ୍ତି ଯେ ଦେଶର ୨୮ଟି ରାଜ୍ୟର ଦଳ ଏକାଠି ହୋଇଛନ୍ତି, ଯାହାକି ଏକ ଭାରତ, ଶ୍ରେଷ୍ଠ ଭାରତର ଏକ ସୁନ୍ଦର ଚିତ୍ର ଉପସ୍ଥାପନ କରୁଛି। ପ୍ରଧାନମନ୍ତ୍ରୀ  ଏହି ଚାମ୍ପିଅନସିପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ।
ବାରାଣାସୀରେ ପ୍ରଚଳିତ ଏକ ପ୍ରବାଦକୁ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ ଖେଳାଳିମାନେ ଏବେ ବାରାଣାସୀରେ ପହଞ୍ଚିଛନ୍ତି । ଧୀରେ ଧୀରେ ସହରକୁ ଭଲ ଭାବରେ ଜାଣିପାରିବେ। ବାରାଣାସୀ ହେଉଛି କ୍ରୀଡାପ୍ରେମୀଙ୍କ ସହର, ଯେଉଁଠାରେ କୁସ୍ତି, କୁସ୍ତି ଆଖଡ଼ା, ମୁଷ୍ଟିଯୁଦ୍ଧ, ଡଙ୍ଗା ଦୌଡ଼ ଏବଂ କବାଡି ବହୁତ ଲୋକପ୍ରିୟ। ସେ କହିଥିଲେ ଯେ ବାରାଣାସୀ ଅନେକ ଜାତୀୟ ସ୍ତରୀୟ ଖେଳାଳି ସୃଷ୍ଟି କରିଛି, ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ୟୁପି କଲେଜ ଏବଂ କାଶୀ ବିଦ୍ୟାପୀଠ ଭଳି ପ୍ରତିଷ୍ଠାନର ଖେଳାଳିମାନେ ରାଜ୍ୟ ଏବଂ ଜାତୀୟ ସ୍ତରରେ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି। ହଜାର ହଜାର ବର୍ଷ ଧରି ବାରାଣାସୀ ଜ୍ଞାନ ଏବଂ କଳା ଅନ୍ବେଷଣକାରୀଙ୍କୁ ସ୍ୱାଗତ କରିଆସିଛି। ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ସମୟରେ ବାରାଣାସୀର ଆତ୍ମା ଅକ୍ଷୁର୍ଣ୍ଣ ରହିବ, ଦର୍ଶକମାନେ ଖେଳାଳିମାନଙ୍କୁ ଉତ୍ସାହିତ କରିବେ ଏବଂ ବାରାଣସୀର ସମୃଦ୍ଧ ଆତିଥ୍ୟ ପରମ୍ପରାର ଅନୁଭବ କରିବେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଲିବଲ୍ ଏକ ସାଧାରଣ ଖେଳ ନୁହେଁ ବରଂ ସନ୍ତୁଳନ ଏବଂ ସହଯୋଗର ଖେଳ, ଯାହା ସର୍ବଦା ବଲକୁ ଶୂନ୍ୟରେ ଉଠାଇ ରଖିବାର ପ୍ରୟାସରେ ଦୃଢ଼ ପ୍ରତିଫଳିତ ହୁଏ। ସେ ବ୍ୟାଖ୍ୟା କରିଥିଲେ ଯେ ଭଲିବଲ୍ ଖେଳାଳିମାନଙ୍କୁ ଏକ ଦଳଗତ ମନୋଭାବ ସହିତ ଏକତ୍ରିତ କରେ, ଯେଉଁଠାରେ ପ୍ରତ୍ୟେକ ଖେଳାଳି "ଦଳ ପ୍ରଥମେ" ମନ୍ତ୍ର ଦ୍ୱାରା ଅନୁପ୍ରାଣିତ ହୁଅନ୍ତି। ସେ କହିଥିଲେ ଯେ ପ୍ରତ୍ୟେକ ଖେଳାଳିଙ୍କ ପାଖରେ ଭିନ୍ନ ଭିନ୍ନ ଦକ୍ଷତା ଥାଏ, ସମସ୍ତେ ନିଜ ଦଳର ବିଜୟ ପାଇଁ ଖେଳନ୍ତି। ଭାରତର ବିକାଶ କାହାଣୀ ଏବଂ ଭଲିବଲ୍ ମଧ୍ୟରେ ଥିବା ସାଦୃଶ୍ୟକୁ ଦର୍ଶାଇ ଶ୍ରୀ ମୋଦୀ କହିଥିଲେ ଯେ ଏହି ଖେଳ ଶିକ୍ଷା ଦିଏ ଯେ କୌଣସି ବିଜୟ ଏକା ହାସଲ ହୁଏ ନାହିଁ, ବରଂ ସମନ୍ୱୟ, ବିଶ୍ୱାସ ଏବଂ ଦଳୀୟ ପ୍ରସ୍ତୁତି ଉପରେ ନିର୍ଭର କରେ। ପ୍ରତ୍ୟେକଙ୍କର ନିର୍ଦ୍ଦିଷ୍ଟ ଭୂମିକା ଏବଂ ଦାୟିତ୍ୱ ଅଛି, ଏବଂ ସଫଳତା ସେତେବେଳେ ହିଁ ମିଳିଥାଏ ଯେତେବେଳେ ସମସ୍ତେ ନିଜର ଦାୟିତ୍ୱକୁ ଗମ୍ଭୀରତାର ସହିତ ନିଅନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ବି ଠିକ ଏହିପରି ଭାବରେ ପ୍ରଗତି କରୁଛି। ସ୍ୱଚ୍ଛତା ଠାରୁ ଡିଜିଟାଲ ପେମେଣ୍ଟ ପର୍ଯ୍ୟନ୍ତ, "ଏକ ପେଡ୍ ମା କେ ନାମ" ଠାରୁ ବିକଶିତ ଭାରତ ପାଇଁ ଅଭିଯାନ ପର୍ଯ୍ୟନ୍ତ, ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ରାଜ୍ୟ ସାମୂହିକ ଚେତନା ଏବଂ "ଭାରତ ପ୍ରଥମେ" ଭାବନା ସହିତ କାର୍ଯ୍ୟ କରୁଛନ୍ତି।
 

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଆଜି ସମଗ୍ର ବିଶ୍ୱ ଭାରତର ବିକାଶ ଏବଂ ଅର୍ଥନୀତିକୁ ପ୍ରଶଂସା କରୁଛି। ଏହି ପ୍ରଗତି କେବଳ ଆର୍ଥିକ କ୍ଷେତ୍ରରେ ସୀମିତ ନୁହେଁ ବରଂ କ୍ରୀଡ଼ା ଜଗତରେ ପ୍ରଦର୍ଶିତ ଆତ୍ମବିଶ୍ୱାସରେ ମଧ୍ୟ ପ୍ରତିଫଳିତ ହୋଇଛି। ସେ କହିଥିଲେ ଯେ ୨୦୧୪ ପରଠାରୁ, ବିଭିନ୍ନ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ନିରନ୍ତର ଉନ୍ନତ ହୋଇଛି ଏବଂ ଜେନ-ଜି ଆଥଲେଟମାନଙ୍କୁ ପଡ଼ିଆରେ ତ୍ରିରଙ୍ଗା ଉଡ଼ାଉଥିବା ଦେଖି ଗର୍ବ ଅନୁଭବ ହେଉଛି ।
ପ୍ରଧାନମନ୍ତ୍ରୀ ମନେପକାଇଥିଲେ ଯେ, ଗୋଟିଏ ସମୟ ଥିଲା ଯେତେବେଳେ ସରକାର ଏବଂ ସମାଜ ଉଭୟ କ୍ରୀଡା ପ୍ରତି ଉଦାସୀନ ଥିଲେ, ଯାହା ଫଳରେ କ୍ରୀଡାବିତଙ୍କ ଭବିଷ୍ୟତ ବିଷୟରେ ଅନିଶ୍ଚିତତା ସୃଷ୍ଟି ହୋଇଥିଲା ଏବଂ ବହୁତ କମ୍ ଯୁବକ କ୍ରୀଡାକୁ କ୍ୟାରିୟର ଭାବରେ ଗ୍ରହଣ କରୁଥିଲେ। କିନ୍ତୁ  ଗତ ଦଶନ୍ଧିରେ କ୍ରୀଡା ପ୍ରତି ସରକାର ଏବଂ ସମାଜ ଉଭୟଙ୍କ ମନୋଭାବରେ ପରିବର୍ତ୍ତନ ଦେଖାଦେଇଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ସରକାର କ୍ରୀଡା ବଜେଟରେ ଯଥେଷ୍ଟ ବୃଦ୍ଧି କରିଛନ୍ତି ଏବଂ ଆଜି ଭାରତର କ୍ରୀଡା ମଡେଲ "ଖେଳାଳି-କୈନ୍ଦ୍ରିକ" ହୋଇଯାଇଛି, ଯାହା ପ୍ରତିଭା ଚିହ୍ନଟ, ବୈଜ୍ଞାନିକ ପଦ୍ଧତିରେ ତାଲିମ, ପୁଷ୍ଟିସାର ଏବଂ ସ୍ୱଚ୍ଛ ଚୟନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି, ଯାହା ସୁନିଶ୍ଚିତ କରୁଛି ଯେ ପ୍ରତ୍ୟେକ ସ୍ତରରେ କ୍ରୀଡାବିତଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଉଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଦେଶ ସଂସ୍କାର ଏକ୍ସପ୍ରେସରେ ସବାର ହୋଇଛି ଓ ଏହା ସହିତ ସବୁ କ୍ଷେତ୍ର ଓ ସବୁ ପ୍ରଗତି ରୂପକ ଗନ୍ତବ୍ୟ ଯୋଡ଼ିହୋଇଛି ଓ ଏହା ମଧ୍ୟରୁ କ୍ରୀଡ଼ା କ୍ଷେତ୍ର ଗୋଟିଏ । ସେ କହିଥିଲେ  ଯେ ସରକାର ଜାତୀୟ କ୍ରୀଡ଼ା ପ୍ରଶାସନ ଆଇନ ଏବଂ ଖେଲୋ ଇଣ୍ଡିଆ ନୀତି ୨୦୨୫ ସମେତ କ୍ରୀଡ଼ା କ୍ଷେତ୍ରରେ ଅନେକ ପ୍ରମୁଖ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି। ଏହା ପ୍ରତିଭା ପାଇଁ ସୁଯୋଗ ପ୍ରଦାନ କରିବ ଏବଂ କ୍ରୀଡ଼ା ସଂଗଠନଗୁଡ଼ିକରେ ସ୍ୱଚ୍ଛତା ବୃଦ୍ଧି କରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ବ୍ୟବସ୍ଥାଗୁଡ଼ିକ ଯୁବପିଢ଼ିଙ୍କୁ ଏକକାଳୀନ କ୍ରୀଡ଼ା ଏବଂ ଶିକ୍ଷା ଉଭୟକୁ ଅନୁସରଣ କରିବାର ସୁଯୋଗ ପ୍ରଦାନ କରିବ।
ଶ୍ରୀ ମୋଦୀ କହିଛନ୍ତି ଯେ ଟିଓପି ଭଳି ପଦକ୍ଷେପଗୁଡ଼ିକ ଭାରତରେ କ୍ରୀଡ଼ା ଦୃଶ୍ୟପଟକୁ ପରିବର୍ତ୍ତନ କରୁଛି, ଦୃଢ଼ ଭିତ୍ତିଭୂମି ନିର୍ମାଣ, ପାଣ୍ଠି ବ୍ୟବସ୍ଥା ବିକାଶ ଏବଂ ଯୁବ ଖେଳାଳିମାନଙ୍କୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ ଉପରେ ଧ୍ୟାନ ଦେଉଛି। ସେ ଉଲ୍ଲେଖ କରିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ, ଭାରତ ବିଭିନ୍ନ ସହରରେ ୨୦ରୁ ଅଧିକ ପ୍ରମୁଖ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରିଛି, ଯେଉଁଥିରେ ଫିଫା ୧୭ ବର୍ଷରୁ କମ୍ ବିଶ୍ୱକପ୍, ହକି ବିଶ୍ୱକପ୍ ଏବଂ ପ୍ରମୁଖ ଚେସ୍ ଟୁର୍ଣ୍ଣାମେଣ୍ଟ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତରେ ଅନୁଷ୍ଠିତ ହେବ, ଏବଂ ଦେଶ ୨୦୩୬ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରିବାକୁ ମଧ୍ୟ ଚେଷ୍ଟା କରୁଛି, ଯାହାର ଲକ୍ଷ୍ୟ ଅଧିକ ଖେଳାଳିଙ୍କୁ ପ୍ରତିଯୋଗିତା କରିବା ପାଇଁ ଅଧିକ ସୁଯୋଗ ପ୍ରଦାନ କରିବା।"
ସ୍କୁଲ ସ୍ତରରେ ମଧ୍ୟ ଯୁବ ଖେଳାଳିମାନଙ୍କୁ ଅଲିମ୍ପିକ୍ କ୍ରୀଡା ସହିତ ପରିଚିତ କରାଇବା ପାଇଁ ପ୍ରୟାସ କରାଯାଉଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ଖେଲୋ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଶହ ଶହ ଯୁବପିଢିଙ୍କୁ ଜାତୀୟ ସ୍ତରରେ ଆଗକୁ ବଢ଼ିବାର ସୁଯୋଗ ଦିଆଯାଇଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ସାଂସଦ ଖେଳ ମହୋତ୍ସବ କିଛି ଦିନ ପୂର୍ବରୁ ଉଦଯାପିତ ହୋଇଛି, ଯେଉଁଥିରେ ପ୍ରାୟ ୧ କୋଟି ଯୁବକ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ। ବାରାଣାସୀର ସାଂସଦ ଭାବରେ, ସେ ଗର୍ବର ସହିତ ଘୋଷଣା କରିଥିଲେ ଯେ ସାଂସଦ ଖେଳ ମହୋତ୍ସବ ସମୟରେ ବାରାଣାସୀର ପ୍ରାୟ ୩ ଲକ୍ଷ ଯୁବକ ନିଜର ଶକ୍ତି ଏବଂ ଦକ୍ଷତା ପ୍ରଦର୍ଶନ କରିଥିଲେ।
 

କ୍ରୀଡ଼ା ଭିତ୍ତିଭୂମିରେ ହେଉଥିବା ପରିବର୍ତ୍ତନରୁ ବାରାଣାସୀ ମଧ୍ୟ ଉପକୃତ ହେଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଆଧୁନିକ କ୍ରୀଡା ସୁବିଧା ବିକଶିତ ହେଉଛି ଏବଂ ବିଭିନ୍ନ କ୍ରୀଡା ପାଇଁ ଷ୍ଟାଡିୟମ ନିର୍ମାଣ କରାଯାଉଛି। ସେ କହିଥିଲେ ଯେ ନୂତନ କ୍ରୀଡା କମ୍ପ୍ଲେକ୍ସ ଆଖପାଖ ଜିଲ୍ଲାରୁ ଖେଳାଳିମାନଙ୍କୁ ତାଲିମ ସୁଯୋଗ ପ୍ରଦାନ କରୁଛି। ସିଗ୍ରା ଷ୍ଟାଡିୟମ, ଯେଉଁଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ତାହା ଏବେ ଅନେକ ଆଧୁନିକ ସୁବିଧାରେ ସଜ୍ଜିତ।
ଏହି ମେଗା ଇଭେଣ୍ଟ ପାଇଁ ବାରାଣାସୀର ପ୍ରସ୍ତୁତି ଉପରେ ସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ମାଧ୍ୟମରେ ଦେଶର କ୍ରୀଡା ମାନଚିତ୍ରରେ ସ୍ଥାନ ପାଇବା ସହର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ମନେ ପକାଇଲେ ଯେ ଏହି ଚାମ୍ପିଅନସିପ୍ ପୂର୍ବରୁ, ବାରାଣାସୀ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରିଛି ଯାହା ସ୍ଥାନୀୟ ଲୋକଙ୍କୁ ସୁଯୋଗ ପ୍ରଦାନ କରିଛି ଏବଂ ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିଛି, ଯେଉଁଥିରେ ଜି-୨୦ ବୈଠକ, କାଶୀ ତାମିଲ ସଙ୍ଗମମ୍ ଏବଂ କାଶୀ ତେଲୁଗୁ ସଙ୍ଗମମ ପରି ସାଂସ୍କୃତିକ ମହୋତ୍ସବ, ପ୍ରବାସୀ ଭାରତୀୟ ଦିବସ ଏବଂ ସାଂଘାଇ ସହଯୋଗ ସଂଗଠନର ସାଂସ୍କୃତିକ ରାଜଧାନୀ ଭାବରେ ବାରାଣାସୀର ନାମକରଣ ଅନ୍ତର୍ଭୁକ୍ତ। ସେ କହିଛନ୍ତି ଯେ ଏହି ଚାମ୍ପିଅନସିପ୍ ଏହି ସଫଳତାଗୁଡ଼ିକୁ ଯୋଡିଥାଏ, ଏବଂ ଏପରି କାର୍ଯ୍ୟକ୍ରମ ବାରାଣାସୀକୁ ପ୍ରମୁଖ କାର୍ଯ୍ୟକ୍ରମ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ପ୍ରତିଷ୍ଠା କରୁଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାରାଣାସୀ ବର୍ତ୍ତମାନ ସୁସ୍ୱାଦୁ ଋତୁକାଳୀନ ଖାଦ୍ୟ ସହିତ ସୁଖଦ ଥଣ୍ଡା ପାଗ ଉପଭୋଗ କରୁଛି । ସେ ମଧ୍ୟ ମଲାଇଓ ଉପଭୋଗ କରିବାକୁ ପରାମର୍ଶ ଦେଇଥିଲେ। ସେ ଅଂଶଗ୍ରହଣକାରୀମାନଙ୍କୁ ବାବା ବିଶ୍ୱନାଥଙ୍କୁ ଦର୍ଶନ କରିବାକୁ, ଗଙ୍ଗାରେ ଡଙ୍ଗା ବିହାର କରିବାକୁ ଏବଂ ସହରର ଐତିହ୍ୟକୁ ଅନୁଭବ କରିବାକୁ ମଧ୍ୟ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଶେଷ କରି କ୍ରୀଡାବିତମାନଙ୍କୁ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିଲେ ଏବଂ ଆଶା ପ୍ରକାଶ କରିଥିଲେ ଯେ ବାରାଣାସୀର ମାଟିରୁ ପାଇଥିବା ପ୍ରତ୍ୟେକ ସ୍ପାଇକ୍, ବ୍ଲକ୍ ଏବଂ ପଏଣ୍ଟ ଭାରତର କ୍ରୀଡା ଆକାଂକ୍ଷାକୁ ଆହୁରି ଉପରକୁ ଉଠାଇବ । ସେ ପୁଣିଥରେ ସମସ୍ତଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ।
 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାରାଣାସୀ ବର୍ତ୍ତମାନ ସୁସ୍ୱାଦୁ ଋତୁକାଳୀନ ଖାଦ୍ୟ ସହିତ ସୁଖଦ ଥଣ୍ଡା ପାଗ ଉପଭୋଗ କରୁଛି । ସେ ମଧ୍ୟ ମଲାଇଓ ଉପଭୋଗ କରିବାକୁ ପରାମର୍ଶ ଦେଇଥିଲେ। ସେ ଅଂଶଗ୍ରହଣକାରୀମାନଙ୍କୁ ବାବା ବିଶ୍ୱନାଥଙ୍କୁ ଦର୍ଶନ କରିବାକୁ, ଗଙ୍ଗାରେ ଡଙ୍ଗା ବିହାର କରିବାକୁ ଏବଂ ସହରର ଐତିହ୍ୟକୁ ଅନୁଭବ କରିବାକୁ ମଧ୍ୟ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଶେଷ କରି କ୍ରୀଡାବିତମାନଙ୍କୁ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିଲେ ଏବଂ ଆଶା ପ୍ରକାଶ କରିଥିଲେ ଯେ ବାରାଣାସୀର ମାଟିରୁ ପାଇଥିବା ପ୍ରତ୍ୟେକ ସ୍ପାଇକ୍, ବ୍ଲକ୍ ଏବଂ ପଏଣ୍ଟ ଭାରତର କ୍ରୀଡା ଆକାଂକ୍ଷାକୁ ଆହୁରି ଉପରକୁ ଉଠାଇବ । ସେ ପୁଣିଥରେ ସମସ୍ତଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ପୃଷ୍ଠଭୂମି
୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁଆରୀ ୪ ରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟ ଓ ସଂସ୍ଥାକୁ ପ୍ରତିନିଧିତ୍ୱ କରୁଥିବା ୫୮ଟି ଦଳର ୧୦୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ। ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଭାରତୀୟ ଭଲିବଲର ଉଚ୍ଚସ୍ତରୀୟ ପ୍ରତିଯୋଗିତା, ଉତ୍କୃଷ୍ଟ କ୍ରୀଡ଼ା ମନୋଭାବ ସହ ଉଦୀୟମାନ ପ୍ରତିଭାମାନଙ୍କର ଦକ୍ଷତା ଦେଖିବାକୁ ମିଳିବ ବୋଲି ଆଶା ପ୍ରକାଶ କରାଯାଉଛି।
ବାରାଣାସୀରେ ୭୨ତମ ଜାତୀୟ ଭଲିବଲ୍ ପ୍ରତିଯୋଗିତା ଆୟୋଜନ ହେବା ଦ୍ୱାରା ସହରର କ୍ରୀଡା ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ କ୍ରୀଡା ବିକାଶକୁ ପ୍ରୋତ୍ସାହନ ଦେବା ପ୍ରତି ପ୍ରଶାସନର ଗୁରୁତ୍ୱକୁ ସ୍ପଷ୍ଟ ଭାବେ ଦର୍ଶାଉଛି। ଏହା ସହିତ ଦେଶସ୍ତରୀୟ ପ୍ରମୁଖ କ୍ରୀଡା ଇଭେଣ୍ଟ ଆୟୋଜନରେ ବାରାଣାସୀର ଭୂମିକାକୁ ଆହୁରି ସୁଦୃଢ଼ କରୁଛି। ସାଂସ୍କୃତିକ ଓ କ୍ରୀଡା ସମାରୋହ ଆୟୋଜନର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଏହାର ବର୍ଦ୍ଧିତ ଭୂମିକା ସହିତ ମେଳ ଖାଉଛି।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Kamal Haasan Backs PM Modi's Call To Save Energy Amid US-Iran War: 'India Will Emerge Stronger'

Media Coverage

Kamal Haasan Backs PM Modi's Call To Save Energy Amid US-Iran War: 'India Will Emerge Stronger'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in China mining accident
May 23, 2026

Prime Minister Shri Narendra Modi today expressed deep sadness over the tragic loss of lives resulting from a mining accident in the Shanxi Province of China.

On behalf of the people of India, the Prime Minister extended his heartfelt condolences to President Xi Jinping and the people of China. Shri Modi prayed that the bereaved families find strength in this tragic hour, while also wishing for the early and safe recovery of all remaining missing persons.

The Prime Minister posted on X:

"Saddened by the loss of lives in a mining accident in Shanxi Province in China. On behalf of the people of India, my condolences to President Xi Jinping and the people of China. May the bereaved families find strength in this tragic hour. Praying for the early and safe recovery of all remaining missing persons."