“ଭାରତ ଏହାର ଟିକାକରଣ ଅଭିଯାନରେ ଚଳିତବର୍ଷର ପ୍ରଥମ ମାସରେ ପ୍ରଥମ ସପ୍ତାହ ସୁଦ୍ଧା ୧୫୦କୋଟି ଡୋଜ ଟିକାକରଣ କରି ଇତିହାସ ରଚିଛି”
“ବର୍ଷକରୁ କମ୍ ସମୟ ମଧ୍ୟରେ ୧୫୦କୋଟି ମାତ୍ରା ଟିକା ପ୍ରଦାନ ଏକ ଅସାଧାରଣ ସଫଳତା ଓ ଦେଶର ନୂତନ ଇଚ୍ଛାଶକ୍ତିର ପ୍ରତୀକ”
“ଆୟୁଷ୍ମାନ ଭାରତ ସାମଗ୍ରିକ ସ୍ୱାସ୍ଥ୍ୟ ସେବାର ଏକ କମ୍ ବ୍ୟୟ ସାପେକ୍ଷ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ”
“ପିଏମ୍‌ଜେଏୱାଇ ଅଧୀନରେ ଦୁଇକୋଟି ୬୦ଲକ୍ଷରୁ ଅଧିକ ରୋଗୀ ଦେଶର ବିଭିନ୍ନ ହସ୍‌ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଇଛନ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୭.୦୧.୨୦୨୨) କୋଲକାତାସ୍ଥିତ ଚିତ୍ତରଞ୍ଜନ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପଶ୍ଚିମବଙ୍ଗ  ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ, କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ଡକ୍ଟର ସୁବାଷ ସରକାର, ଶ୍ରୀ ଶାନ୍ତନୁ  ଠାକୁର, ଶ୍ରୀ ଜନ ବାର୍ଲା ଓ ଶ୍ରୀ ନିଶୀଥ ପ୍ରାମାଣିକ ଉପସ୍ଥିତ ଥିଲେ ।

ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନୂତନ କ୍ୟାମ୍ପସ ପଶ୍ଚିମବଙ୍ଗର ଜନସାଧାରଣ ବିଶେଷକରି ଗରିବ ଓ ମଧ୍ୟବିତ୍ତ ପରିବାରକୁ କମ୍ ବ୍ୟୟ ସାପେକ୍ଷ ଚିକିତ୍ସା ସୁବିଧା ପ୍ରଦାନ କରିପାରିବେ । “ଦେଶର ପ୍ରତ୍ୟେକ ନାଗରିକ ଯେପରି ଉନ୍ନତ ଚିକିତ୍ସା ପାଇପାରିବେ ସେହି ସଂକଳ୍ପକୁ ଲକ୍ଷ୍ୟ ରଖି ଆମେ ଆଉ ଏକ ଦୃଢ ପଦକ୍ଷେପ ନେଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ୧୫ରୁ ୧୮ବର୍ଷ ପିଲାମାନଙ୍କ ନିମନ୍ତେ  ଟିକାକରଣ ଆରମ୍ଭ କରିଛନ୍ତି । ଏହାଛଡା ଦେଶ ଚଳିତବର୍ଷର ପ୍ରଥମ ମାସର ପ୍ରଥମ ସପ୍ତାହ ସୁଦ୍ଧା ହିଁ ୧୫୦କୋଟି ବିଲିୟନ ଡୋଜ ଟିକା ପ୍ରଦାନ କରି ଇତିହାସ ସୃଷ୍ଟି କରିଛି ।  ୧୫୦କୋଟି ଡୋଜ ଟିକାକରଣ ଏକ ବର୍ଷରୁ ମଧ୍ୟ କମ୍ ସମୟ ମଧ୍ୟରେ ଏକ ଅସାଧାରଣ ସଫଳତା ଓ ଦେଶର ନୂତନ ଇଚ୍ଛାଶକ୍ତିର ପ୍ରତୀକ।

ଏହା ଦେଶର ନୂତନ ଆତ୍ମବିଶ୍ୱାସ, ଆତ୍ମ ନିର୍ଭର ଭାରତ ଓ ଗର୍ବର ସଙ୍କେତ ପ୍ରଦାନ କରୁଛି ବୋଲି ସେ କହିଥିଲେ । ଓମିକ୍ରନ ପ୍ରଜାତି ଯୋଗୁଁ  ମାମଲା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ୧୫୦କୋଟି ଟିକାକରଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସୁଦ୍ଧା ଦେଶର ଶତକଡା ୯୦ପ୍ରତିଶତ ଜନସାଧାରଣ ଟିକାର ପ୍ରଥମ ମାତ୍ରା ନେଇସାରିଛନ୍ତି । ମାତ୍ର ପାଂଚ ଦିନ ମଧ୍ୟରେ ଦେଢକୋଟିରୁ ଅଧିକ ପିଲାଙ୍କୁ ମଧ୍ୟ ଟିକାର ମାତ୍ରା ପ୍ରଦାନ କରାଯାଇଛି । ସେ ଏହାର ଶ୍ରେୟ ସମଗ୍ର ଦେଶ ଓ  ଓ ପ୍ରତ୍ୟେକ ସରକାରଙ୍କୁ ଦେଇଥିଲେ । ସେ ବିଶେଷ କରି ଦେଶର ବୈଜ୍ଞାନିକ, ଟିକାପ୍ରସ୍ତୁତକାରୀ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସଫଳତା ପାଇଁ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗକୁ ଏଗାରକୋଟି ଟିକା ମାଗଣା ଯୋଗାଇ ଦିଆଯାଇଛି । ଦେଢ ହଜାରରୁ ଅଧିକ ଭେଣ୍ଟିଲେଟର, ନଅହଜାରରୁ ଅଧିକ ନୂତନ ଅମ୍ଳଜାନ ସିିଲିଣ୍ଡର ମଧ୍ୟ ଦିଆଯାଇଛି। ରାଜ୍ୟରେ ୪୯ଟି ପିଏସଏ୍ ନୂତନ ଅମ୍ଳଜାନ କାରଖାନା ମଧ୍ୟ କାର୍ଯ୍ୟ କରିଛି ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର  ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତିଷେଧକମୂଳକ ଅଭିଯାନ, କମ୍ ବ୍ୟୟ ସାପେକ୍ଷ ସ୍ୱାସ୍ଥ୍ୟସେବା, ଯୋଗାଣରେ ସ୍ୱାଭାବିକତା ଇତ୍ୟାଦିକୁ ତ୍ୱରାନ୍ୱିତ କରାଯାଇଛି। ଯୋଗ, ଆୟୁର୍ବେଦ, ଫିଟ୍‌ଇଣ୍ଡିଆ ଅଭିଯାନ, ସାର୍ବଜନୀନ ଟିକାକରଣ ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ସ୍ୱଚ୍ଛ ଭାରତ ମିଶନ ଓ ହର ଘର ଜଲ ଯୋଜନା ଉନ୍ନତ ସ୍ୱାସ୍ଥ୍ୟସେବା  ଉପଲବ୍ଧ କରିବାରେ ସହାୟକ ହେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋକମାନଙ୍କ ଭୟ ଯେ କର୍କଟରୋଗ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ଉପରେ ଆର୍ଥିକ ପ୍ରଭାବ ପକାଉଛି । ରୋଗର ଭୟଙ୍କର ଆବର୍ତ୍ତରୁ ମୁକୁଳିବା ପାଇଁ ଦେଶ ସୁଲଭ ଓ ସହଜଲବ୍ଧ ଚିକିତ୍ସା ପାଇଁ ନିରବଚ୍ଛିନ୍ନ ପ୍ରୟାସ କରୁଛି । ଗତ କିଛିବର୍ଷ ମଧ୍ୟରେ କର୍କଟ ଉପଚାର ନିମନ୍ତେ ବ୍ୟବହୃତ ଔଷଧପତ୍ରର ଦରଦାମ ଅନେକଟା ହ୍ରାସ ପାଉଛି ବୋଲି ସେ କହିଥିଲେ । ଆଠହଜାରରୁ ଅଧିକ ଜନଔଷଧି କେନ୍ଦ୍ରରେ ଔଷଧପତ୍ର ଓ ଶଲ୍ୟ ଚିକିତ୍ସା ଉପକରଣ ଖୁବ୍ କମ୍ ଦାମରେ ମିଳୁଛି । ୫୦ରୁ ଅଧିକ କର୍କଟରୋଗ ଔଷଧ ଖୁବ ଶସ୍ତାରେ ଏହି ସବୁ ଦୋକାନରେ ଉପଲବ୍ଧ ହେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ରୋଗୀମାନଙ୍କ ଆବଶ୍ୟକତାକୁ ନେଇ ବେଶ୍ ସମ୍ବେଦନଶୀଳ ଅଛନ୍ତି ।୫୦୦ରୁ ଅଧିକ ଔଷଧର ଦର ନିୟନ୍ତ୍ରଣ ଯୋଗୁଁ ବାର୍ଷିକ ୩ହଜାର କୋଟି ଟଙ୍କା ସଂଚୟ ହୋଇପାରୁଛି । ହୃଦରୋଗୀମାନଙ୍କୁ ହୃଦୟ ସେଣ୍ଟ ଦର ନିୟନ୍ତ୍ରଣ ଯୋଗୁଁ ବାର୍ଷିକ ୪୫୦୦କୋଟି ଟଙ୍କା ସଂଚୟ ହୋଇପାରୁଥିବା ବେଳେ, ବରିଷ୍ଠ ନାଗରିକମାନଙ୍କ ଆଣ୍ଠୁର ଅସ୍ତ୍ରୋପଚାର ଖର୍ଚ୍ଚ ହ୍ରାସ ଯୋଗୁଁ ବାର୍ଷିକ ୧୫ଶହ  କୋଟି ଟଙ୍କା ସଂଚୟ ହେଉଛି । ଜାତୀୟ ଡାଇଲେସିସ୍ କାର୍ଯ୍ୟକ୍ରମ ଯୋଗୁଁ ୧୨ଲକ୍ଷ ଗରିବ ରୋଗୀ ଏହାର ସୁବିଧା ପାଇପାରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ଏକ କମ୍ ବ୍ୟୟସାପେକ୍ଷ ସାମଗ୍ରିକ ସ୍ୱାସ୍ଥ୍ୟସେବା ଯୋଜନା ଭାବେ ବିଶ୍ୱସ୍ତରୀୟ ମର୍ଯ୍ୟାଦା ହାସଲ କରିଛି । ସମଗ୍ର ଦେଶରେ ପିଏମ୍‌-ଜେଏୱାଇ ଅଧୀନରେ ୨କୋଟି ୬୦ଲକ୍ଷରୁ ଅଧିକ ରୋଗୀ ଦେଶରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି । ଏକ ଆକଳନ ଅନୁସାରେ ଏହି ଯୋଜନା ବିନା ରୋଗୀମାନଙ୍କୁ ୫୦ରୁ ୬୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାନ୍ତା । ଆୟୁଷ୍ମାନ ଭାରତ ଯୋଜନାରେ ୧୭ଲକ୍ଷ କର୍କଟ ରୋଗୀ  ଚିକିତ୍ସା ସୁବିଧା ପାଇପାରିଛନ୍ତି ।  ଏହି ଯୋଜନା ଯୋଗୁଁ କର୍କଟ, ମଧୁମେହ ଓ ହାଇପର ଟେନସନ ଇତ୍ୟାଦିକୁ ସଅଳ ଚିହ୍ନଟ କରି ଉପଚାର କରାଯାଇପାରୁଛି । ଏହି ଅଭିଯାନରେ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ରଗୁଡିକ ବିଶେଷ ସହାୟକ ହେଉଛନ୍ତି । ପଶ୍ଚିମବଙ୍ଗରେ ମଧ୍ୟ ପାଂଚହଜାରରୁ ଅଧିକ ଏହିପରି କେନ୍ଦ୍ର  କାର୍ଯ୍ୟ କରୁଛି । ଦେଶରେ ୧୫କୋଟିରୁ  ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଦନ୍ତ, ମୁଖଗହ୍ୱର ଓ ସ୍ତନ କର୍କଟ ରୋଗର ପରୀକ୍ଷା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହା ସୁଦ୍ଧା ଦେଶରେ ମେଡିକାଲ ସ୍ନାତକ ଓ ସ୍ନାତକୋତ୍ତର ସ୍ଥାନ ସଂଖ୍ୟା ପ୍ରାୟ ୯୦ହଜାର ଥିଲା । ଗତ ସାତବର୍ଷ ମଧ୍ୟରେ ଏଥିରେ ଆଉ ୬୦ହଜାର ସ୍ଥାନର ବୃଦ୍ଧି ଘଟିଛି । ୨୦୧୪ ମସିହାରେ ଦେଶର ମାତ୍ର ୬ଟି ଏମ୍ସ ଥିଲାବେଳେ ଏହା ଏହା ୨୨ରେ ପହଂଚିଛି । ଦେଶର ପ୍ରତ୍ୟେକ ଜିଲ୍ଳାରେ ଅନୂନ୍ୟ ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଛି । ୧୯ଟି ରାଜ୍ୟ କର୍କଟ ପ୍ରତିଷ୍ଠାନ, ୨୦ଟି  ତ୍ରିସ୍ତରୀୟ କର୍କଟ  ଯତ୍ନ ପ୍ରତିଷ୍ଠାନ ପାଇଁ ମଞ୍ଜୁରୀ ଓ ୩୦ଟି ପ୍ରତିଷ୍ଠାନରେ କାମ ଚାଲିଥିବାରୁ କର୍କଟ ଉପଚାର ଭିତ୍ତିଭୂମି ଆହୁରି ବୃଦ୍ଧି ପାଇବ । ସେହିପରି ଆୟୁଷ୍କାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ଓ ଆୟୁଷ୍ମାନ  ଭାରତ ଭିତ୍ତିଭୂମି ମିଶନ ଦେଶ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଏକ ଆଧୁନିକ ରୂପ ଦେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ସମସ୍ତ ସାବଧାନତା ଅବଲମ୍ବନ ନିମନ୍ତେ ନିବେଦନ କରିଥିଲେ ।

ସିଏନସିଆଇ ଦ୍ୱିତୀୟ କ୍ୟାମ୍ପସ ପ୍ରଧାନମନ୍ତ୍ରୀଙ୍କ ଦେଶବ୍ୟାପୀ ସ୍ୱାସ୍ଥ୍ୟଯତ୍ନ ସେବାକୁ ଉନ୍ନୀତ କରିବାର ଲକ୍ଷ୍ୟ ଅନୁସାରେ ହୋଇଛି । ସିଏନସିଆଇରେ କର୍କଟ ରୋଗୀଙ୍କ ଭିଡ ଯଥେଷ୍ଟ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହାର ସମ୍ପ୍ରସାରଣ ନିମନ୍ତେ ଅନେକ ଦିନରୁ ଚିନ୍ତା କରାଯାଉଥିଲା । ଏହି ଆବଶ୍ୟକତା ଦ୍ୱିତୀୟ କ୍ୟାମ୍ପସ ଜରିଆରେ ସମ୍ପୂର୍ଣ୍ଣ ହେବ ।

ସିଏନସିଆଇ ଦ୍ୱିତୀୟ କ୍ୟାମ୍ପସ ୫୪୦କୋଟିରୁ ଊର୍ଦ୍ଧ୍ୱ ଅର୍ଥ ବ୍ୟୟରେ ନିର୍ମିତ ହେଉଛି ।ଏଥିରୁ ୪୦୦କୋଟି କେନ୍ଦ୍ର ସରକାର ଦେଉଥିବାବେଳେ, ପଶ୍ଚିମବଙ୍ଗ  ସରକାର  ଅବଶିଷ୍ଟ ଅର୍ଥପ୍ରଦାନ କରିବେ ।  ସେହି କ୍ୟାମ୍ପସ ଏକ ୪୬୦ଶର୍ଯ୍ୟା ବିଶିଷ୍ଟ ଏକ କର୍କଟକେନ୍ଦ୍ର ଯେଉଁଥିରେ ରୋଗ ନିରୂପଣ, ବିଭିନ୍ନ  ପର୍ଯ୍ୟାୟ ଚିହ୍ନଟୀକରଣ, ଉପଚାର ଓ ସେବା ଯତ୍ନ ଅର୍ନ୍ତଭୁକ୍ତ । ଏହି କ୍ୟାମ୍ପସରେ ଅତ୍ୟାଧୁନିକ ଚିକିତ୍ସା ସେବା ଯଥା ନ୍ୟୁକ୍ଲିଅରମେଡିସିନ(ପିଇଟି), ୩.୦ଟେସଲା ଏମଆରଆଇ, ୧୨୮ସ୍ଲାଇସ୍ ସିଟି ସ୍କାନର, ରେଡିଓ ନ୍ୟୁକ୍ଲାଇଡ ଥେରାପୀ ୟୁନିଟ୍‌, ଏଣ୍ଡୋସ୍କୋପି ସୁଟ୍‌, ଆଧୁନିକ ବ୍ରାକୀ ଥେରାପି ୟୁନିଟ୍ ଇତ୍ୟାଦି  ରହିଛି । ଏହା ଦେଶର ବିଶେଷକରି ପୂର୍ବ ଓ ଉତ୍ତରପୂର୍ବାଞ୍ଚଳ ରେ କର୍କଟ ରୋଗୀମାନଙ୍କ ନିମନ୍ତେ ଏକ ଅଗ୍ରଣୀ କର୍କଟ ଗବେଷଣା କେନ୍ଦ୍ରଗୁଡିକ କାର୍ଯ୍ୟ କରିବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 550 Indian peacekeepers in South Sudan awarded UN Medal of Honour

Media Coverage

Over 550 Indian peacekeepers in South Sudan awarded UN Medal of Honour
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the power of unity, mutual cooperation and collective resolve
June 03, 2026

Prime Minister Shri Narendra Modi today shared a Sanskrit Subhashitam, observing that when citizens are bound by the threads of unity and mutual cooperation, the strength of the nation multiplies manifold. Shri Modi highlighted that it is through this collective resolve of the people of India that the country is continuously scaling new heights of progress.

The Prime Minister posted on X:

"जब नागरिक एकजुटता और आपसी सहयोग के सूत्र में बंधते हैं, तो राष्ट्र की शक्ति कई गुना बढ़ जाती है। भारतवासियों के इसी सामूहिक संकल्प से आज देश उन्नति की नित-नई ऊंचाइयों को छू रहा है।

धूमायन्ते व्यपेतानि ज्वलन्ति सहितानि च।
धृतराष्ट्रोल्मुकानीव ज्ञातयो भरतर्षभ॥"

Just as pieces of wood cannot fully display their energy when separated, but burn brightly and produce light and warmth when brought together, in the same way, the progress, prosperity, and strength of a state depend on the unity, mutual cooperation and collective determination of its people.