India is ready to protect humanity with not one but two 'Made in India' coronavirus vaccines: PM Modi
When India took stand against terrorism, the world too got the courage to face this challenge: PM
Whenever anyone doubted Indians and India's unity, they were proven wrong: PM Modi
Today, the whole world trusts India: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ଦେଶଗୁଡ଼ିକରେ କରୋନା ମହାମାରୀ ବେଳେ ସେମାନଙ୍କ ଭୂମିକା ପାଇଁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ବିଭିନ୍ନ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କ ସହ କଥା ହେବାବେଳେ ସେମାନେ ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା କରିଥାନ୍ତି । ଏହି ସମୟରେ ସେ ବହୁତ ଗର୍ବ ଅନୁଭବ କରିଥାନ୍ତି । ସେମାନଙ୍କ ରାଷ୍ଟ୍ରରେ ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ସାଧାରଣ ନାଗରିକ ଭାବେ ଭାରତୀୟଙ୍କ ଯୋଗଦାନକୁ ନେତାମାନେ ଭୂୟସୀ ପ୍ରଶଂସା କରିଛନ୍ତି । କୋଭିଡ ବିରୋଧରେ ଭାରତର ଲଢ଼େଇରେ ପ୍ରବାସୀ ଭାରତୀୟଙ୍କ ଅବଦାନକୁ ମୋଦୀ ପ୍ରଶଂସା କରିଛନ୍ତି ।

ୱାଇ୨କେ ସଂକଟର ମୁକାବିଲା କ୍ଷେତ୍ରରେ ଭାରତର ଭୂମିକା ଏବଂ ଭାରତୀୟ ଔଷଧ ଶିଳ୍ପ ଦ୍ୱାରା ହୋଇଥିବା ପ୍ରଗତି ବାବଦରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଦକ୍ଷତାଗୁଡ଼ିକ ସବୁବେଳେ ମାନବତା ପାଇଁ ଲାଭଦାୟକ ହୋଇଛି । ଅନ୍ତର୍ଜାତୀୟ ଆହ୍ୱାନଗୁଡ଼ିକୁ ଲାଘବ କରିବା କ୍ଷେତ୍ରରେ ଭାରତ ସବୁବେଳେ ଆଗରେ ରହିଆସିଛି । ଉପନିବେଶବାଦ ଓ ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତର ଅଗ୍ରଣୀ ଭୂମିକା ଏହିସବୁ ସମସ୍ୟାର ସାମ୍ନା କରିବା ପାଇଁ ବିଶ୍ୱକୁ ଶକ୍ତି ପ୍ରଦାନ କରିଛି ।

ଭାରତ, ଏହାର ଖାଦ୍ୟ, ଫ୍ୟାସନ, ପାରିବାରିକ ମୂଲ୍ୟବୋଧ ଏବଂ ବ୍ୟବସାୟିକ ମୂଲ୍ୟବୋଧରେ ବିଶ୍ୱ ଯେଉଁ ଦୃଢ଼ ବିଶ୍ୱାସ ରଖିଛି, ତାହାର ଅଧିକ ଶ୍ରେୟ ପ୍ରବାସୀ ଭାରତୀୟଙ୍କୁ ଯାଉଛି । ପ୍ରବାସୀ ଭାରତୀୟଙ୍କ ଆଚରଣ ଭାରତୀୟ ମୂଲ୍ୟବୋଧ ପ୍ରତି ଏକ ଆଗ୍ରହ ସୃଷ୍ଟି କଲା ଏବଂ ଏହା ଏକ ଜିଜ୍ଞାସା ରୂପ ନେଇ ଶେଷରେ ସମ୍ମିଳନୀରେ ପରିଣତ ହେଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଆଜି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଥିବାରୁ ବିଦେଶରେ ଥିବା ଭାରତୀୟମାନଙ୍କର ଏ ବାବଦରେ ପ୍ରମୁଖ ଭୂମିକା ରହିଛି । କାରଣ ସେମାନେ ଭାରତରେ ଉତ୍ପାଦିତ ହେଉଥିବା ସାମଗ୍ରୀ ବ୍ୟବହାର କଲେ ଭାରତୀୟ ଉତ୍ପାଦ ଉପରେ ଅଧିକ ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରିବ।

ମହାମାରୀ ମୁକାବିଲା କ୍ଷେତ୍ରରେ ଭାରତର ଦକ୍ଷ ପ୍ରତିକ୍ରିୟା ସଂକ୍ରାନ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ସମୁଖରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ଭୂତାଣୁ ବିରୋଧରେ ଏ ପ୍ରକାର ଗଣତାନ୍ତ୍ରିକ ଲଢ଼େଇର ଉଦାହରଣ ବିଶ୍ୱର ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ପିପିଇ କିଟ, ମାସ୍କ, ଭେଣ୍ଟିଲେଟର କିମ୍ବା ପରୀକ୍ଷଣ କିଟ ଭଳି ଜଟିଳ ଜିନିଷ ଉପରେ ନିର୍ଭରଶୀଳତା ସତ୍ତ୍ୱେ ଭାରତ ଆତ୍ମନିର୍ଭର ହେବା ପାଇଁ ଏହାର ସାମର୍ଥ୍ୟକୁ ବିକଶିତ କଲା ଏବଂ ଅନେକ ସାମଗ୍ରୀ ବିଦେଶକୁ ରପ୍ତାନି କଲା । ସର୍ବନିମ୍ନ ମୃତ୍ୟୁ ହାର ଏବଂ ଦ୍ରୁତତମ ଆରୋଗ୍ୟ ହାର ଥିବା ଦେଶ ମଧ୍ୟରେ ଆଜି ଭାରତ ରହିଛି। ବିଶ୍ୱର ଫାର୍ମାସି ଭାବେ ଭାରତ ବିଶ୍ୱକୁ ସାହାଯ୍ୟ କରୁଛି ଏବଂ ସମଗ୍ର ବିଶ୍ୱ ଭାରତକୁ ଦେଖୁଛି । କାହିଁକି ନା ଦେଶ ଦୁଇଟି ସ୍ୱଦେଶୀ ବିକଶିତ ଟିକା ସହିତ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଛି ।

 

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ମାଧ୍ୟମରେ ଦୁର୍ନୀତିକୁ ନିୟନ୍ତ୍ରଣ କରିବାରେ ଭାରତର ପ୍ରଗତି ନେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ କରୋନା ମହାମାରୀ ସମୟରେ ଏହି ଡିବିଟିକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଥିବା ସେ ଦର୍ଶାଇଛନ୍ତି । ସେହିଭଳି ଗରିବଙ୍କ ସଶକ୍ତୀକରଣ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଗ୍ରଗତି ଦେଶକୁ ଲାଭ ଦେଉଛି ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଆଜିର ଭାରତର ମହାକାଶ କାର୍ଯ୍ୟକ୍ରମ, ଟେକ ଷ୍ଟାର୍ଟ ଅପ ଇକୋସିଷ୍ଟମ, ଏହାର ‘ୟୁନିକର୍ନ’ ଭାରତର ନିରକ୍ଷରତାର ପୁରୁଣା କାହାଣୀକୁ ପଲଟାଇ ଦେଇଛି। ଶିକ୍ଷାଠାରୁ ଆରମ୍ଭ କରି ଉଦ୍ୟୋଗ ପର୍ଯ୍ୟନ୍ତ ଗତ କିଛିମାସ ମଧ୍ୟରେ ହୋଇଥିବା ସଂସ୍କାରର ଲାଭ ଉଠାଇବାକୁ ସେ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଉତ୍ପାଦନକୁ ଲୋକପ୍ରିୟ କରାଇବା ପାଇଁ ଉତ୍ପାଦନ ଲିଙ୍କଡ ସବସିଡି ସ୍କିମ ସଂକ୍ରାନ୍ତରେ ବିଶେଷ ଭାବେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ମାତୃଭୂମିରୁ ସବୁପ୍ରକାର ସମର୍ଥନ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। କରୋନା ବ୍ୟାପିବା ବେଳେ 45 ଲକ୍ଷରୁ ଅଧିକ ଭାରତୀୟଙ୍କୁ ବନ୍ଦେ ଭାରତ ମିଶନ ଜରିଆରେ ଉଦ୍ଧାର କରାଯାଇଥିବା ସେ କହିଛନ୍ତି। ତା’ଛଡ଼ା ପ୍ରବାସୀ ଭାରତୀୟଙ୍କ ଚାକିରି ସୁରକ୍ଷିତ ରଖିବା ପାଇଁ କୂଟନୈତିକ ଉଦ୍ୟମ କରାଯାଇଥିବା ସଂକ୍ରାନ୍ତରେ ମଧ୍ୟ ସେ ସୂଚନା ଦେଇଥିଲେ। ଉପସାଗରୀୟ ଓ ଅନ୍ୟାନ୍ୟ ଅଞ୍ଚଳରୁ ପ୍ରବାସୀଙ୍କ ଫେରିବା ନିମନ୍ତେ ନିଯୁକ୍ତି ସହାୟତା ପାଇଁ କୁଶଳୀ ଶ୍ରମିକ ଆଗମନ ଡାଟାବେସ (ସ୍ୱଦେଶ) ଭଳି ପଦକ୍ଷେପ ନିଆଯାଇଛି । ପ୍ରବାସୀ ଭାରତୀୟଙ୍କ ସହ ଉତ୍ତମ ଯୋଗାଯୋଗ ଏବଂ ସମ୍ପର୍କ ରକ୍ଷା ପାଇଁ ‘ଅନ୍ତର୍ଜାତୀୟ ପ୍ରବାସୀ ରିସ୍ତା’ ପୋର୍ଟାଲ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ରିପବ୍ଲିକ ଅଫ ସୁରିନାମର ମାନ୍ୟବର ରାଷ୍ଟ୍ରପତି ମହାମହିମ ଶ୍ରୀ ଚନ୍ଦ୍ରିକାପ୍ରସାଦ ସାନ୍ତୋଖିଙ୍କୁ ତାଙ୍କ ନେତୃତ୍ୱ ତଥା ମୁଖ୍ୟ ସମ୍ଭାଷଣ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ତାଙ୍କୁ ଶୀଘ୍ର ସାକ୍ଷାତ କରିବା ପାଇଁ ସେ ଆଶାବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ ପ୍ରବାସୀ ଭାରତୀୟ ସମ୍ମାନ ଏବଂ କୁଇଜ ପ୍ରତିଯୋଗିତାର ବିଜେତାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ।

ଦେଶ ସ୍ୱାଧୀନତାର 75ତମ ବାର୍ଷିକୀ ପାଳନ ଉତ୍ସବରେ ଭାଗନେବାକୁ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ କହିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ରଖିଥିବା ପ୍ରବାସୀ ଭାରତୀୟଙ୍କ ବାବଦରେ ବଖାଣିବା ଏବଂ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା ଲାଗି ଏକ ପୋର୍ଟାଲ, ଏକ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରବାସୀ ଭାରତୀୟ ଏବଂ ଇଣ୍ଡିଆନ ମିଶନରେ ଥିବା ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ ।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"