୧୬ଟି ଏଆଇ ଓ ଡିପ୍‌ଟେକ୍‌ ଷ୍ଟାର୍ଟଅପ୍‌ର ପ୍ରତିଷ୍ଠାତା ଓ ସିଇଓ ସେମାନଙ୍କ ଚିନ୍ତାଧାରା ଓ କାର୍ଯ୍ୟ ଉପସ୍ଥାପନ କଲେ
ଏହି ଷ୍ଟାର୍ଟଅପ୍‌ଗୁଡ଼ିକ ସ୍ୱାସ୍ଥ୍ୟସେବା, କୃଷି, ସାଇବର ସୁରକ୍ଷା, ମହାକାଶ ଏବଂ ସାମାଜିକ ସଶକ୍ତୀକରଣ ଭଳି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଯାହା ସମଗ୍ର ଜନସଂଖ୍ୟା ସ୍ତରରେ ପ୍ରଭାବ ସୃଷ୍ଟି କରୁଛି
ପ୍ରଧାନମନ୍ତ୍ରୀ ପ୍ରଭାବଶାଳୀ ସମାଧାନ ସୃଷ୍ଟି କରିବା ପାଇଁ ଉଦ୍ଭାବକମାନଙ୍କୁ ପ୍ରଶଂସା କରିଥିଲେ ଏବଂ ଭାରତର ଆବଶ୍ୟକତା ଅନୁଯାୟୀ ସମାଧାନ ତିଆରି କରିବାକୁ ଅନୁରୋଧ କରିଥିଲେ
ପ୍ରଧାନମନ୍ତ୍ରୀ କୃଷି, ପରିବେଶ ସୁରକ୍ଷା ଏବଂ ମାତୃଭାଷାରେ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହିତ କରିବା ସମେତ ବିଭିନ୍ନ କ୍ଷେତ୍ରରେ ଏଆଇ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାର ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ
ଷ୍ଟାର୍ଟଅପ୍‌ଗୁଡ଼ିକ ଭାରତ ଏଆଇ ଇମ୍ପାକ୍ଟ ସମିଟକୁ ପ୍ରଶଂସା କରିଥିଲେ, ଏହାକୁ ଏଆଇ ବିଷୟରେ ବିଶ୍ୱସ୍ତରୀୟ ଚର୍ଚ୍ଚାକୁ ଆକାର ଦେବାରେ ଦେଶର ବୃଦ୍ଧି ପାଉଥିବା ପ୍ରତିଷ୍ଠାର ପ୍ରତିଫଳନ ବୋଲି କହିଥିଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେବା ତୀର୍ଥଠାରେ ଏଆଇ ଏବଂ ଡିପ୍‌ଟେକ୍‌ ଷ୍ଟାର୍ଟଅପ୍ସ ସିଇଓମାନଙ୍କ ସହିତ ଏକ ଗୋଲଟେବୁଲ ବୈଠକ କରିଛନ୍ତି। ଗୋଲଟେବୁଲରେ ଅଂଶଗ୍ରହଣ କରିଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକରେ ଜନସଂଖ୍ୟାସ୍ତରୀୟ ଆହ୍ବାନଗୁଡ଼ିକର ସମାଧାନ କରୁଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ, ସେମାନେ ଉନ୍ନତ ନିଦାନ, ଜିନ୍ ଥେରାପି ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ଗୁଣାତ୍ମକ ସେବା ଯୋଗାଇବା ନିମନ୍ତେ ପ୍ରଭାବୀ ରୋଗୀ ରେକର୍ଡ ପରିଚାଳନା ଲାଗି ଏଆଇ ବ୍ୟବହାର କରୁଛନ୍ତି। କୃଷିରେ ସେମାନେ ଉତ୍ପାଦକତା ବୃଦ୍ଧି ଓ ଜଳବାୟୁ ବିପଦର ମୁକାବିଲା ପାଇଁ ଭୂସ୍ଥାନିକ ଏବଂ ଗଭୀରଜଳ ବୁଦ୍ଧିମତା ବ୍ୟବହାର କରୁଛନ୍ତି। ଏହି ଗୋଷ୍ଠୀରେ ସାଇବର ସୁରକ୍ଷା, ନୈତିକ ଏଆଇ, ମହାକାଶ, ଶିକ୍ଷା ଓ ନ୍ୟାୟିକ ସେବାରେ ଆଞ୍ଚଳିକ ଭାଷାର ବ୍ୟବହାର ଦ୍ବାରା ସାମାଜିକ ସଶକ୍ତୀକରଣ ଏବଂ ଶିଳ୍ପ ଉତ୍ପାଦକତାକୁ ସୁଦୃଢ଼ କରିବା ପାଇଁ ପାରମ୍ପରିକ ବ୍ୟବସ୍ଥାର ଆଧୁନିକୀକରଣ ଉପରେ କେନ୍ଦ୍ରିତ ଷ୍ଟାର୍ଟଅପମାନେ ଅନ୍ତର୍ଭୁକ୍ତ ଥିଲେ। ମିଳିତଭାବେ ସେମାନେ ଏକ ଇକୋସିଷ୍ଟମର ପ୍ରତିନିଧିତ୍ବ କରୁଛନ୍ତି ଯାହାକି ସ୍ଥାନୀୟ ଆବଶ୍ୟକତାକୁ ପୂରଣ କରିବା ସହ ଏଆଇ-ଚାଳିତ ନବସୃଜନରେ ବିଶ୍ୱ ନେତୃତ୍ୱ ନିର୍ମାଣ କରୁଛି।

ଏଆଇ ଷ୍ଟାର୍ଟଅପ୍‌ଗୁଡିକ କୃତ୍ରିମ ବୁଦ୍ଧିମତ୍ତା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଭାରତର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ। ସେମାନେ ଏହି କ୍ଷେତ୍ରର ଦ୍ରୁତ ପ୍ରସାର ଏବଂ ଅପାର ସମ୍ଭାବନା ଉପରେ ଆଲୋକପାତ କରି ପ୍ରକାଶ କରିଥିଲେ ଯେ ଏଆଇ ନବସୃଜନର ବିଶ୍ୱ ଗତି କ୍ରମଶଃ ଭାରତ ଆଡକୁ ଗତି କରୁଛି। ସେମାନେ କହିଥିଲେ ଯେ ଦେଶ ଏବେ ଏଆଇ ପ୍ରଗତି ପାଇଁ ଏକ ସହାୟକ ଏବଂ ଗତିଶୀଳ ପରିବେଶ ପ୍ରଦାନ କରୁଛି, ବିଶ୍ୱ ଏଆଇ ପ୍ରେକ୍ଷାପଟ୍ଟରେ ନିଜର ଉପସ୍ଥିତିକୁ ଦୃଢ଼ ଭାବରେ ପ୍ରତିଷ୍ଠା କରୁଛି। ସେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀକୁ ମଧ୍ୟ ପ୍ରଶଂସା କରିଥିଲେ, ଏହାକୁ ଏଆଇ ସମ୍ବନ୍ଧୀୟ ବିଶ୍ୱ ଆଲୋଚନାକୁ ଆକାର ଦେବାରେ ଦେଶର ବର୍ଦ୍ଧିତ ପ୍ରତିଷ୍ଠାର ପ୍ରତିଫଳନ ବୋଲି କହିଥିଲେ।

 

ବଡ଼ ବଡ଼ ରିସ୍କ ନେବା ଏବଂ ପ୍ରଭାବଶାଳୀ ସମାଧାନ ସୃଷ୍ଟି କରିବା ପାଇଁ ଉଦ୍ଭାବକମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ବିଭିନ୍ନ କ୍ଷେତ୍ର ଯେପରିକି କୃଷି ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ବିଶେଷକରି ଫସଲ ଉତ୍ପାଦକତା ତଦାରଖ, ସାର ବ୍ୟବହାରଠାରୁ ଆରମ୍ଭ କରି ମୃର୍ତ୍ତିକା ସ୍ବାସ୍ଥ୍ୟରକ୍ଷା ଆଦିରେ ଏଆଇ ପ୍ରଯୁକ୍ତିର ବ୍ୟବହାର ସମ୍ଭାବନା ଉପରେ ସେ ଆଲୋଚନା କରିଥିଲେ। ଭାରତୀୟ ଭାଷା ଓ ସଂସ୍କୃତିର ପ୍ରୋତ୍ସାହନ ଉପରେ ଗୁରୁତ୍ବ ଦେଇ ସେ ମାତୃଭାଷାରେ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ଏଆଇର ବ୍ୟବହାର ଲାଗି ଆହ୍ବାନ କରିଥିଲେ।

ପ୍ରଧାନମନ୍ତ୍ରୀ ଦୃଢ଼ ଡାଟା ପ୍ରଶାସନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ, ଭୁଲ ସୂଚନା ବିରୁଦ୍ଧରେ ଚେତାବନୀ ଦେଇଥିଲେ ଏବଂ ଭାରତର ଆବଶ୍ୟକତା ଅନୁଯାୟୀ ସମାଧାନ ବିକଶିତ କରିବାକୁ ଅନୁରୋଧ କରିଥିଲେ। ୟୁପିଆଇକୁ ସରଳ ଏବଂ ବିସ୍ତାରଯୋଗ୍ୟ ଡିଜିଟାଲ୍ ନବସୃଜନର ଏକ ମଡେଲ୍ ଭାବରେ ବର୍ଣ୍ଣନା କରି, ସେ ଭାରତୀୟ କମ୍ପାନୀଗୁଡ଼ିକ ଉପରେ ବିଶ୍ୱାସ ପ୍ରକାଶ କରିଥିଲେ ଏବଂ ସ୍ଥାନୀୟ ଉତ୍ପାଦଗୁଡ଼ିକ ଉପରେ ଭରସାକୁ ପ୍ରୋତ୍ସାହିତ କରିଥିଲେ। ସେ ମହାକାଶ କ୍ଷେତ୍ରରେ ଘରୋଇ ଭାଗୀଦାରତା ବୃଦ୍ଧି ବିଷୟରେ ମଧ୍ୟ କହିଥିଲେ ଏବଂ ଭାରତୀୟ ଷ୍ଟାର୍ଟଅପ୍ ପ୍ରତି ଦୃଢ଼ ନିବେଶକଙ୍କ ଆଗ୍ରହ ଉଲ୍ଲେଖ କରିଥିଲେ।

 

ଏହି ବୈଠକରେ ଏବ୍ରିଜ୍, ଅଦାଲତ ଏଆଇ, ବ୍ରେନସାଇଟ୍ ଏଆଇ, କ୍ରେଡୋ ଏଆଇ, ଏକା କେୟାର୍, ଗ୍ଲିନ୍, ଇନୋଗଲ୍, ଇନଭିଡିଓ, ମିକୋ, ଓରିଜିନ୍, ପ୍ରୋଫେଜ୍, ରାସେନ୍, ରୁବ୍ରିକ୍, ସାଟସ୍ୟୋର୍, ସୁପରନୋଭା ଏବଂ ସାଇଫା ଏଆଇର ସିଇଓ ଏବଂ ପ୍ରତିଷ୍ଠାତାମାନେ ଉପସ୍ଥିତ ଥିଲେ। ମୁଖ୍ୟ ସଚିବ ଶ୍ରୀ ପି. କେ. ମିଶ୍ର, ମୁଖ୍ୟ ସଚିବ-୨ ଶ୍ରୀ ଶକ୍ତିକାନ୍ତ ଦାସ ଏବଂ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତିନ ପ୍ରସାଦ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'More strict actions to come against paper leaks': PM Modi announces new Bill push in video message

Media Coverage

'More strict actions to come against paper leaks': PM Modi announces new Bill push in video message
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the importance of fostering beneficial thoughts, words, and actions
July 24, 2026

Prime Minister Shri Narendra Modi shared a Sanskrit Subhashitam today, highlighting how continuous practice in thought, word, and action shapes one's character and direction in life.

The Prime Minister wrote on X;

"कर्मणा मनसा वाचा यदभीक्ष्णं निषेवते।

तदेवापहरत्येनं तस्मात् कल्याणमाचरेत्॥"

Whatever a person continuously practices through their actions, thoughts, and words ultimately shapes their personality and draws them in that very direction; therefore, one should always give space only to beneficial subjects in one's thoughts and conversations.