ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ଟିମର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଶୃଙ୍ଖଳରେ କହିଛନ୍ତି;

“ପରିଶ୍ରମୀ @NDRFHQ ଟିମକୁ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଉଛି । ସାଧାରଣତଃ ଆହ୍ୱାନମୂଳକ ପରିସ୍ଥିତିରେ ଉଦ୍ଧାର ଓ ରିଲିଫ ଅଭିଯାନଗୁଡିକରେ ସେମାନେ ଅଗ୍ରଣୀ ଭୂମିକା ତୁଲାନ୍ତି । ଏନଡିଆରଏଫର ସାହସ ଓ କର୍ତ୍ତବ୍ୟପରାୟଣତା ବେଶ ପ୍ରେରଣାଦାୟୀ । ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭକାମନା ଜଣାଉଛି ।

ସରକାର ଓ ନୀତି ନିର୍ଦ୍ଧାରକଙ୍କ ପାଇଁ ବିପର୍ଯ୍ୟୟ ପ୍ରବନ୍ଧନ ବେଶ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ବିପର୍ଯ୍ୟୟ ପ୍ରଶମନ ପାଇଁ ବିପର୍ଯ୍ୟୟ ପ୍ରବନ୍ଧନ ଦଳର ତ୍ୱରିତ ପ୍ରତିକ୍ରିୟା ସହିତ ଆମକୁ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ସମ୍ପର୍କରେ ଚିନ୍ତା କରିବାକୁ ପଡିବ ଓ ଏହି ପ୍ରସଙ୍ଗରେ ଗବେଷଣା ସମ୍ପର୍କରେ ଧ୍ୟାନ ଦେବାକୁ ହେବ ।

ଭାରତ ‘ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ମଞ୍ଚ’ ଗଠନ କରି ପ୍ରୟାସ ଆରମ୍ଭ କରିଛି । ଯେକୌଣସି ଆହ୍ୱାନମୂଳକ ପରିସ୍ଥିତିରେ ଅଧିକରୁ ଅଧିକ ଜୀବନ ଓ ସମ୍ପତ୍ତି ରକ୍ଷା କରିବା ପାଇଁ ଆମେ ଆମ ଏନଡିଆରଏଫ ଦଳଗୁଡିକର ଦକ୍ଷତା ବୃଦ୍ଧି କରିବାକୁ ଉଦ୍ୟମ କରୁଛୁ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Built for tomorrow's wars: How India's new turbojet engine changes the missile and drone equation

Media Coverage

Built for tomorrow's wars: How India's new turbojet engine changes the missile and drone equation
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026