ଇନ୍ଦୋରରେ ରାମନବମୀ ଦୁର୍ଘଟଣାରେ ଜୀବନହାନୀ ନେଇ କଲେ ଶୋକବ୍ୟକ୍ତ
“ଏକ କ୍ୱଚିତ ଘଟଣାକ୍ରମରେ ଭାରତୀୟ ରେଳବାଇ ଇତିହାସରେ ଜଣେ ପ୍ରଧାନମନ୍ତ୍ରୀ ଖୁବ୍ କମ୍ ଦିନରେ ଏକା ରେଳଷ୍ଟେସନକୁ ଦୁଇଥର କଲେ ପରିଦର୍ଶନ”
“ଭାରତ ବର୍ତ୍ତମାନ ନୂତନ ଭାବନା ଓ କାର୍ଯ୍ୟଧାରାକୁ ନେଇ କଥା ଆଗଉଛି”
“ବନ୍ଦେ ଭାରତ ଭାରତର ଉତ୍ସାହ ଓ ଉଦ୍ଦୀପନାର ପ୍ରତୀକ । ଏହା ଆମର କୌଶଳ, ଆତ୍ମବିଶ୍ୱାସ ଓ ସାମର୍ଥ୍ୟର ପ୍ରତିନିଧିତ୍ୱ କରିଥାଏ”
“ଗୋଟିଏ ଷ୍ଟେସନ ଗୋଟିଏ ସାମଗ୍ରୀ ଅଧୀନରେ ୬୦୦ ଦୋକାନ କାର୍ଯ୍ୟ କରୁଛି ଓ ଖୁବ୍ କମ୍ ସମୟ ମଧ୍ୟରେ ଏକ ଲକ୍ଷ କାରବାର ହୋଇଛି”
“ଦେଶର ସମସ୍ତ ପରିବାର ନିମନ୍ତେ ଭାରତୀୟ ରେଳବାଇ ସୁବିଧାର ଅନ୍ୟନାମ ସହ ସମାନ ହୋଇଛି”
“ଆଜି ମଧ୍ୟପ୍ରଦେଶ ନିରବଚ୍ଛିନ୍ନ ବିକାଶର ବୀରଗାଥା ଉଲ୍ଲେଖ କରୁଛି”
“ଦିନେ ‘ବୀମାରୁ’ ରାଜ୍ୟ କୁହାଯାଉଥିବା ମଧ୍ୟପ୍ରଦେଶ ରାଜ୍ୟ ବିକାଶର ବିଭିନ୍ନ ମାପଦଣ୍ଡ ଦୃଷ୍ଟିରୁ ପ୍ରଶଂସନୀୟ କାର୍ଯ୍ୟ କରୁଛି”
“ଭାରତର ଗରିବ, ମଧ୍ୟବିତ୍ତ, ଆଦିବାସୀ, ଭାରତରେ ଦଳିତ, ଅନଗ୍ରସର ତଥା ପ୍ରତ୍ୟେକ ଭାରତୀୟ ଆଜି ମୋର ସୁରକ୍ଷା କବଚ ପାଲଟିଛନ୍ତି”
ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ ସ୍ଥଳରେ ପହଞ୍ଚି ରାଣୀ କମଳାପତି -ନୂଆଦିଲ୍ଳୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ନିରୀକ୍ଷଣ କରିବା ସହ ପିଲା ଓ ଟ୍ରେନର କର୍ମଚାରୀଙ୍କ ସହ ମତ ବିନିମୟ କରିଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୦୧.୦୪.୨୦୨୩) ମଧ୍ୟପ୍ରଦେଶର ଭୋପାଳସ୍ଥିତ ରାଣୀକମଳପତି ଷ୍ଟେସନରୁ ଭୋପାଳ-ନୂଆଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ ସ୍ଥଳରେ ପହଞ୍ଚି ରାଣୀ କମଳାପତି -ନୂଆଦିଲ୍ଳୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ନିରୀକ୍ଷଣ କରିବା ସହ ପିଲା ଓ ଟ୍ରେନର କର୍ମଚାରୀଙ୍କ ସହ ମତ ବିନିମୟ କରିଥିଲେ ।

 
.

ପ୍ରଧାନମନ୍ତ୍ରୀ ରାମନବମୀ ଦିନ ଉନ୍ଦୋରର ଏକ ମନ୍ଦିରରେ ଘଟିଥିବା ଦୁଃଖଦ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରି ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ । ସେ ମଧ୍ୟ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

 

ପ୍ରଧାନମନ୍ତ୍ରୀ ପ୍ରଥମେ ବନ୍ଦେ ଭାରତ ଟ୍ରେନ ପାଇଥିବାରୁ ମଧ୍ୟପ୍ରଦେଶ ବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଟ୍ରେନ ଯୋଗୁଁ ଭୋପାଳ ଓ ଦିଲ୍ଲୀ ମଧ୍ୟରେ ଯାତ୍ରା ଅବଧି ହ୍ରାସ ପାଇବା ସହ ଅନ୍ୟାନ୍ୟ ଏକ ସୁବିଧା ଯାତ୍ରୀଙ୍କୁ ପ୍ରଦାନ କରିବ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି ଆଜିର ଯାତ୍ରାସ୍ଥଳ ରାଣୀ କମଳାପତି ଷ୍ଟେସନର ଉଦ୍‌ଘାଟନ କରି ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଥିଲେ । ଦିଲ୍ଲୀକୁ ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରାରମ୍ଭ କରିବାର ସୁଯୋଗ ପାଇଥିବାରୁ ସେ କୃତଜ୍ଞତା ଜଣାଇଥିଲେ । ଖୁବ୍ କମ୍ ଦିନ ମଧ୍ୟରେ ଜଣେ ପ୍ରଧାନମନ୍ତ୍ରୀ ଗୋଟେ ରେଳଷ୍ଟେସନକୁ ଦୁଇଥର ପରିଦର୍ଶନ କରିବା ଭାରତୀୟ ରେଳବାଇ ଇତିହାସରେ ମଧ୍ୟ ବିରଳ ଉଦାହରଣ ବୋଲି ସେ କହିଥିଲେ । ଆତ୍ୟାଧୁନିକ ଭାରତର ଆଜିର କାର୍ଯ୍ୟକ୍ରମ ଏକ ନୂତନ ପରମ୍ପରା ଓ ସ୍ଥିତିର ଉଦାହରଣ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ବିଦ୍ୟାଳୟର ପିଲାମାନଙ୍କର ବାର୍ତ୍ତା ବିନିମୟ ନେଇ କହିବା ସହ ପିଲାମାନଙ୍କ ମନରେ ଟ୍ରେନକୁ ନେଇ କିପରି ଉତ୍ସାହ ଉଦ୍ଦୀପନା ସୃଷ୍ଟି ହୋଇଛି ତା’ର ଅବତାରଣା କରିଥିଲେ । “ଗୋଟିଏ ଦୃଷ୍ଟିରୁ କହିବାକୁ ଗଲେ ବନ୍ଦେ ଭାରତ ହେଉଛି ଭାରତର ଉତ୍ସାହ-ଉଦ୍ଦୀପନାର ଏକ ପ୍ରତୀକ । ଏହା ଆମର “କୌଶଳ ଆତ୍ମବିଶ୍ୱାସ ଓ ସାମର୍ଥକୁ” ପ୍ରତିନିଧିତ୍ୱ କରେ ବୋଲି ସେ କହିଥିଲେ ।

ପର୍ଯ୍ୟଟନ ନେଇ ଏହାର ସୁବିଧା ଉପରେ ଆଲୋକପାତ କରିବା ସହ ଏହି ଟ୍ରେନ ସାଂଚି, ଭୀମ ବେଟକା, ଭୋଜପୁର ଓ ଉଦୟଗିରି ଗୁମ୍ପା ଦେଇ ଯିବ ବୋଲି କହିଥିଲେ । ଏହା କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆୟ ଓ ଆତ୍ମନିଯୁକ୍ତି ମଧ୍ୟ ବୃଦ୍ଧି କରିବ ।

ଏକବିଂଶ ଶତାବ୍ଦୀ ଭାରତର ନୂତନ ଚିନ୍ତାଧାରା ଓ ପଦକ୍ଷେପ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ପୂର୍ବ ସରକାର ମାନେ ନାଗରିକମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ତୃଷ୍ଟୀକରଣକୁ କିପରି ଆପଣାଇଥିଲେ କହିଥିଲେ । ସେମାନେ ଭୋଟବ୍ୟାଙ୍କ ତୁଷ୍ଟୀକରଣ ନେଇ ବ୍ୟସ୍ତ ରହୁଥିଲେ, ଆମେ କିନ୍ତୁ ନାଗରିକମାନଙ୍କ ଆବଶ୍ୟକତା ପୂରଣ ବା ସେମାନଙ୍କ ସନ୍ତୁଷ୍ଠିକରଣ ପାଇଁ ଅଙ୍ଗୀକାରବଦ୍ଧ ବୋଲି କହିଥିଲେ । ରେଳବାଇ ସାଧାରଣ ଜନତା ପରିବାରର ପରିବହନର ମାଧ୍ୟମ ହୋଇଥିôବାବେଳେ ଏହାର ଉନ୍ନୀତିକରଣ ଓ ଆଧୁନିକୀକରଣ ଆଗରୁ କାହିଁକି ହେଉ ନ ଥିଲା ପ୍ରଶ୍ନ  କରିଥିଲେ । 

ସରକାର ସ୍ୱାଧୀନତା ପରେ ଭାରତ ଯେଉଁ ରେଳ ବ୍ୟବସ୍ଥା ପାଇଥିଲା ତାକୁ ସହଜରେ ଉନ୍ନୀତ କରିପାରିଥାନ୍ତେ,  ମାତ୍ର ରାଜନୀତିକ ନ୍ୟସ୍ତ ସ୍ୱାର୍ଥର୍ ଯୋଗୁଁ ରେଳବାଇର ଆଧୁନିକୀକରଣକୁ ବଳି ଦିଆଗଲା । ଏପରିକି ସ୍ୱାଧୀନତା ପ୍ରାପ୍ତିର କେତେ ଯୁଗ ପରେ ମଧ୍ୟ ଉତ୍ତର-ପୂର୍ବାଞ୍ଚଳ ଗୁଡିକର ରେଳ ସଂଯୋଗୀକରଣ ହୋଇ ପାରି ନ ଥିଲା । ମାତ୍ର ତାଙ୍କ ସରକାର ଭାରତୀୟ ରେଳବାଇକୁ ବିଶ୍ୱ ସ୍ତରୀୟ ପରିବହନ ବ୍ୟବସ୍ଥାରେ ପରିଣତ କରିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । ୨୦୧୪ ମସିହା ପୂର୍ବରୁ ଭାରତୀୟ ରେଳବାଇ ଯେଉଁ ନକାରାତ୍ମକ ପ୍ରଚାରର ଶୀକାର ହୋଇଥିଲା ତା’ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଜଗୁଆଳି ବିହୀନ ଫାଟକ ଯୋଗୁଁ ଅନେକ ଦୁର୍ଘଟଣା ଘଟୁଥିଲା ବୋଲି କହିଥିଲେ । ଆଜି ଓସାରିଆ ରେଳପଥଗୁଡିକରେ ଆଉ ଜଗୁଆଳି ବିହନୀ ଫାଟକ ନାହିଁ । ଆଗରୁ ଟ୍ରେନ ଦୁର୍ଘଟଣାରେ ଧନଜୀବନ ହାନୀ ଏକ ଅତି ସାଧାରଣ ଘଟଣା ହୋଇଥିବାବେଳେ ଆଜି ଏହା ଅନେକ ସୁରକ୍ଷିତ । ଯାତ୍ରୀମାନଙ୍କ ସୁରକ୍ଷାକୁ ମଜବୁତ କରିବା ପାଇଁ ଏବେ ‘ମେଡ ଇନ୍ ଇଣ୍ଡିଆ କବଚ’ ଉପରେ ଆଲୋକପାତ କରିଥିଲେ ।

ବର୍ତ୍ତମାନ ଗ୍ରହଣ କରାଯାଉଥିବା ପଦକ୍ଷେପ ମଧ୍ୟରେ କେବଳ ସୁରକ୍ଷା  ଦୁର୍ଘଟଣାକୁ ନେଇ ସୀମିତ ନୁହେଁ, ବରଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ତତ୍‌କ୍ଷଣାତ ମୁକାବିଲା କରାଯାଉଛି ଯାହାକି ମହିଳା ମାନଙ୍କ ନିମନ୍ତେ ଯଥେଷ୍ଟ ସୁବିଧାଜନକ ହୋଇଛି ବୋଲି ସେ କହିଥିଲେ । ସ୍ୱଚ୍ଛତା, ସମୟାନୁବର୍ତ୍ତିତା ଓ ଟିକେଟ କଲାବଜାରୀ କ୍ଷେତ୍ରରେ ବୈଷୟିକ ଜ୍ଞାନ ପ୍ରୟୋଗ ଯୋଗୁଁ ଏହି ଯାତ୍ରୀମାନଙ୍କ ପାଇଁ ଏହା ବେଶ୍ ସୁବିଧାଜନକ ହୋଇପାରିଛି।

 ‘ଗୋଟିଏ ଷ୍ଟେସନ ଗୋଟିଏ ସାମଗ୍ରୀ’ ପଦକ୍ଷେପ ଯୋଗୁଁ ସ୍ଥାନୀୟ କାରିଗରମାନଙ୍କ ଜିନିଷପତ୍ର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାରେ ରେଳବାଇ ଏକ ମଜବୁତ ପରିବହନ ମାଧ୍ୟମ ପାଲଟିଛି । ଏହି ଯୋଜନା ଯୋଗୁଁ ଯାତ୍ରୀମାନେ ଜିଲ୍ଲାର ସ୍ଥାନୀୟ ସାମଗ୍ରୀ ଯଥା ହସ୍ତ କଳାକୃତି, ବାସନକୁସନ,କପଡା, ଚିତ୍ର ଇତ୍ୟାଦି ଷ୍ଟେସନରୁ ହିଁ କିଣିପାରିବେ । ୬୦୦ ଦୋକାନ କାର୍ଯ୍ୟ ଆରମ୍ଭ କରି ସାରିଥିବାବେଳେ ଏକ ଲକ୍ଷରୁ ଅଧିକ କିଣାବିକା କାର୍ଯ୍ୟ ସମ୍ପନ୍ନ ହୋଇଛି ।

“ଆଜି ଭାରତୀୟ ରେଳବାଇ ଦେଶର ସାଧାରଣ ପରିବାରଙ୍କ ନିମନ୍ତେ ସୁବିଧା ମାଧ୍ୟମ ହୋଇଉଠିଛି । ରେଳଷ୍ଟେସନ ଆଧୁନିକୀକରଣ, ୬୦୦ଷ୍ଟେସନରେ ୱାଇ ଫାଇ ସୁବିଧା ଓ ୯୦୦ ଷ୍ଟେସନ ସିସିଟିଭି ଭଳି ବ୍ୟବସ୍ଥାର ସେ ଉଦାହରଣ ଦେଇଥିଲେ । ଦେଶର ଯୁବାଗୋଷ୍ଠୀ ମଧ୍ୟରେ ବନ୍ଦେ ଭାରତର ଲୋକପ୍ରିୟତା ଓ ଦେଶର ସବୁଆଡେ ଏହାର ଚାହିଦା ଉପରେ ସେ ଆଲୋକପାତ କରିଥିଲେ ।

ଚଳିତବର୍ଷ ବଜେଟ୍‌ରେ ରେଳବାଇ ପାଇଁ ହୋଇଥିବା ରେକର୍ଡ ବ୍ୟୟବରାଦ ଉପରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଯେତେବେଳେ ଇଚ୍ଛା ଶକ୍ତି ଅଛି ଓ ଅଭିପ୍ରାୟ ସ୍ପଷ୍ଟ ଓ ସଂକଳ୍ପ ଅଟଳ, ସେତେବେଳେ ନୂତନ ପଥ ବାହାରିବ ବୋଲି ସେ କହିଥିଲେ । ଗତ ନଅବର୍ଷ ମଧ୍ୟରେ ରେଳବଜେଟ୍ ଅଟକଳ ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଇଛି । ଏଥର ମଧ୍ୟପ୍ରଦେଶ ରେଳ ବଜେଟ୍ ବାବଦକୁ ୧୩ହଜାର କୋଟି ଟଙ୍କା ପାଇଥିବାବେଳେ ୨୦୧୪ ମସିହା ଆଗରୁ ଏହା ମାତ୍ର ଛଅ ଶହ କୋଟି ଟଙ୍କା ଥିଲା ।

ରେଳ ଆଧୁନିକୀକରଣର ଉଦାହାରଣ ଦେଇ ପ୍ରଧାନମନ୍ତ୍ରୀ କିପରି ପ୍ରତିଦିନ ଦେଶର କୌଣସି ନା କୌଣସି ସ୍ଥାନରେ ଶତପ୍ରତିଶତ ରେଳପଥ ବିଦ୍ୟୁତିକରଣ ଖବର ଉପରେ ଆଲୋକପାତ କରିଥିଲେ । ଦେଶରେ ରେଳବାଇ ବିଦ୍ୟୁତିକରଣ ହୋଇଥିବା ଏଗାରଟି ରାଜ୍ୟ ମଧ୍ୟରେ ମଧ୍ୟପ୍ରଦେଶ ରହିଛି ବୋଲି ସେ କହିଥିଲେ । ୨୦୧୪ ମସିହାରେ ବାର୍ଷିକ ହାରାହାରି ବିଦ୍ୟୁତୀକରଣ ୬୦୦କିଲୋମିଟର ଥିବାବେଳେ ତାହା ଏବେ ୬ହଜାର କିଲୋମିଟରକୁ ବୃଦ୍ଧି ପାଇଛି ବୋଲି ଶ୍ରୀ ମୋଦୀ କହିଥିଲେ ।

“ଆଜି ମଧ୍ୟପ୍ରଦେଶ ନିରବଚ୍ଛିନ୍ନ ବିକାଶର ନୂତନ ଗାଥା ଉଲ୍ଲେଖ କରୁଛି । ସେ କୃଷି ହେଉ ବା ଶିଳ୍ପ, ଆଜି ମଧ୍ୟପ୍ରଦେଶର ମଜବୁତିକରଣ ଦେଶର ମଜବୁତୀକରଣକୁ ସମ୍ପ୍ରସାରିତ ହେଉଛି ବୋଲିି ପ୍ରଧାନମନ୍ତ୍ରୀ କହିଥିଲେ । ଦିନେ ଏହି ରାଜ୍ୟକୁ “ବିମାରୁ”  ଆଖ୍ୟା ଦିଆଯାଉଥିବା ବେଳେ ଆଜି ମଧ୍ୟପ୍ରଦେଶ ବିକାଶର ସମସ୍ତ ମାପଦଣ୍ଡ ପୂରଣ କରି ପ୍ରଶଂସନୀୟ କାର୍ଯ୍ୟ କରିଥିବା ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଗରିବଙ୍କୁ ଆବାସ ଉପଲବ୍ଧ କରାଇବାରେ ଆଜି ମଧ୍ୟପ୍ରଦେଶ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଆଗରେ ରହିଛି । ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇବାରେ ମଧ୍ୟ ମଧ୍ୟପ୍ରଦେଶ ଖୁବ୍ ଭଲ କାମ କରୁଛି । ଗହମ ସମେତ ଅନେକ ଫସଲ ଉତ୍ପାଦନରେ ମଧ୍ୟ ମଧ୍ୟପ୍ରଦେଶର ଚାଷୀମାନେ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ଶିଳ୍ପ ସମେତ ଅନେକ ବିଷୟରେ ଆଗୁଆ ରହି ମଧ୍ୟପ୍ରଦେଶ ଏହାର ଯୁବାଗୋଷ୍ଠୀ ନିମନ୍ତେ ଅସୀମ ସୁଯୋଗ ସୃଷ୍ଟି କରୁଛି ।

ଉଭୟ ଦେଶ ଭିତରେ ଓ ବାହାରୋ  ତାଙ୍କ ଛବି ଖରାପ କରିବାରେ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ସାବଧାନ ରହିବାକୁ ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ଭାରତର ଗରିବ, ଭାରତର ମଧ୍ୟବିତ୍ତ, ଭାରତର ଆଦିବାସୀ, ଭାରତର ଦଳିତ-ଅନଗ୍ରସର, ପ୍ରତ୍ୟେକ ଭାରତୀୟ ମୋ ପାଇଁ ସୁରକ୍ଷା କବଚ ବୋଲି ସେ କହିଥିଲେ।  ଜନସାଧାରଣଙ୍କୁ ଦେଶର ବିକାଶ ପ୍ରତି ବ୍ରତୀ ହେବାକୁ ଆହ୍ୱାନ ଦେଇ ସେ ବିକଶିତ ଭାରତରେ  ଆମକୁ ମଧ୍ୟପ୍ରଦେଶର ଭୂମିକାକୁ ଆହୁରି ଆଗକୁ ନେବାକୁ ହେବ । ନୂତନ ବନ୍ଦେ ଭାରତର ଏକ୍ସପ୍ରେସ ଏହି ସଂକଳ୍ପର ଅଂଶ ବୋଲି କହି ସେ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହ୍ୱାନ ଓ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି:-

ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରୀ ପରିବହନ ଅଭିଜ୍ଞତା ନେଇ ଦେଶରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଭୋପାଳର ରାଣୀ କମଳାପତି ରେଳଷ୍ଟେସନ ଓ ନୂଆଦିଲ୍ଳୀ ରେଳଷ୍ଟେସନ ମଧ୍ୟରେ ନୂତନ ଟ୍ରେନ ହେଉଛି ଦେଶର ଏକାଦଶ ବନ୍ଦେ ଭାରତ ସେବା ଓ ଦ୍ୱାଦଶ ବନ୍ଦେ ଭାରତ ଟ୍ରେନ । ଭାରତରେ ନିର୍ମିତ ବନ୍ଦେ ଭାରତ ଟ୍ରେନ ଅତ୍ୟାଧୁନିକ ଯାତ୍ରୀ ସୁବିଧା ସମ୍ପନ୍ନ ।  ଏହା ଦୃତ, ଅଧିକ ଆରାମ ଓ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ସହ ଆଞ୍ଚଳିକ, ଆର୍ଥିକ ବିକାଶ ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s pitch for a new role for Indian colleges: build global ambition

Media Coverage

PM Modi’s pitch for a new role for Indian colleges: build global ambition
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting prayers for peace, well-being, and harmony with nature
September 07, 2026

Prime Minister Shri Narendra Modi shared a Sanskrit Subhashitam today, highlighting prayers for peace, well-being, and harmony with nature.

The Prime Minister wrote on X;

"शं नो वातः पवतां शं नस्तपतु सूर्यः।

शं नः कनिक्रदद् देवः पर्जन्योऽभिवर्षतु॥"

May the wind blow for us in a peaceful, wholesome, and purifying way. May the Sun shine upon us as a source of well-being and blessing. May it's warmth and light bring us comfort and joy. And may the divine Rain-God, Parjanya, shower life-giving and auspicious rain upon us.