“Nation is inching towards the goal of Vikist Bharat with modernization and expansion of Vande Bharat trains in the country”
“Rapid development of Southern states is imperative to accomplish the goal of Viksit Bharat”
“National Capital Region (NCR) is becoming an example of PM Gatishakti's vision to change the country's infrastructure with modern trains, network of expressways and expansion of air services”
“Vande Bharat is the new face of modernization of Indian Railways”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନୋଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍ ମେରଠ-ଲକ୍ଷ୍ନୌ, ମଦୁରାଇ-ବେଙ୍ଗାଲୁରୁ ଏବଂ ଚେନ୍ନାଇ-ନାଗରକୋଇଲ ଭଳି ତିନୋଟି ମାର୍ଗରେ ଯୋଗାଯୋଗରେ ଉନ୍ନତି ଆଣିବ। ଏହି ଟ୍ରେନ୍ ଗୁଡ଼ିକ ଉତ୍ତରପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଯୋଗାଯୋଗକୁ ପ୍ରୋତ୍ସାହିତ କରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମଦୁରାଇ-ବେଙ୍ଗାଲୁରୁ, ଚେନ୍ନାଇ-ନାଗରକୋଇଲ ଏବଂ ମେରଠ-ଲକ୍ଷ୍ନୌ ବନ୍ଦେ ଭାରତ ଟ୍ରେନ୍ ଚଳାଚଳକୁ ଆଜି ପତାକା ଦେଖାଇ ଶୁଭାରମ୍ଭ ଯିବା ସହିତ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଭାରତର ବିକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଲେଖାଯାଉଛି । ଦେଶରେ ବନ୍ଦେ ଭାରତ ଟ୍ରେନ୍ ର ଆଧୁନିକୀକରଣ ଓ ସମ୍ପ୍ରସାରଣ ସହିତ ଦେଶ ବିକଶିତ ଭାରତ ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ । ଆଜି ଠାରୁ ୩ଟି ନୂଆ ବନ୍ଦେ ଭାରତ ଟ୍ରେନ୍ କୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଦେଶର ଗୁରୁତ୍ୱପୂର୍ଣ୍ଣ ସହର ତଥା ଐତିହାସିକ ସହରଗୁଡ଼ିକୁ ଯୋଗାଯୋଗ ପ୍ରଦାନ କରିଛି । ‘‘ମନ୍ଦିର ନଗରୀ ମଦୁରାଇ ବର୍ତ୍ତମାନ ଆଇଟି ନଗର ବେଙ୍ଗାଲୁରୁ ସହିତ ଯୋଡ଼ି ହୋଇଛି’’, ବୋଲି ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା କେବଳ ଯୋଗାଯୋଗକୁ ସହଜ କରିବ ନାହିଁ, ବରଂ ବିଶେଷ ଭାବେ ସପ୍ତାହାନ୍ତ ଓ ପର୍ବପର୍ବାଣୀ ସମୟରେ ତୀର୍ଥଯାତ୍ରୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହେବ । ଚେନ୍ନାଇ-ନାଗରକୋଇଲ ମାର୍ଗ ଛାତ୍ରଛାତ୍ରୀ, କୃଷକ ଏବଂ ଆଇଟି ପ୍ରଫେସନାଲମାନଙ୍କୁ ବ୍ୟାପକ ଭାବେ ଉପକୃତ କରିବ । ବନ୍ଦେ ଭାରତ ଟ୍ରେନ୍ ସହ ଜଡ଼ିତ ସ୍ଥାନରେ ପର୍ଯ୍ୟଟନର ଅଭିବୃଦ୍ଧି ଉପରେ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଏହା ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ ଏବଂ ନିଯୁକ୍ତି ସୁଯୋଗର ଅଭିବୃଦ୍ଧିକୁ ସୂଚିତ କରେ । ୩ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ପାଇଁ ସେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଦକ୍ଷିଣ ରାଜ୍ୟଗୁଡ଼ିକର ଦ୍ରୁତ ବିକାଶ ଜରୁରୀ । ସମଗ୍ର ଦକ୍ଷିଣ ଭାରତ ସହିତ ତାମିଲନାଡୁର ବିକାଶ ସରକାରଙ୍କ ପ୍ରାଥମିକତା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘‘ଦକ୍ଷିଣ ଭାରତ ହେଉଛି ପ୍ରଚୁର ପ୍ରତିଭା, ସମ୍ବଳ ଏବଂ ସୁଯୋଗର ଦେଶ’’। ସେ କହିଛନ୍ତି ଯେ ରେଳବାଇର ବିକାଶ ଯାତ୍ରା ସରକାରଙ୍କ ପ୍ରତିବଦ୍ଧତାର ଏକ ଉଦାହରଣ । ଚଳିତ ବର୍ଷ ତାମିଲନାଡୁର ରେଳ ବଜେଟ ପାଇଁ ୬୦୦୦ କୋଟି ରୁ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି, ଯାହା କି ୨୦୧୪ ତୁଳନାରେ ୭ ଗୁଣ ଅଧିକ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ପରେ ତାମିଲନାଡୁରେ ମୋଟ ବନ୍ଦେ ଭାରତ ଟ୍ରେନ୍ ସଂଖ୍ୟା ୮କୁ ବୃଦ୍ଧି ପାଇବ। ସେହିପରି କର୍ଣ୍ଣାଟକ ପାଇଁ ଚଳିତ ବର୍ଷର ବଜେଟରେ ୭୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି, ଯାହା କି ୨୦୧୪ ତୁଳନାରେ ୯ ଗୁଣ ଅଧିକ। ଆଜି କର୍ଣ୍ଣାଟକକୁ ୮ଟି ବନ୍ଦେ ଭାରତ ଟ୍ରେନ୍ ସଂଯୋଗ କରୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଅତୀତର ବଜେଟ୍ ସହିତ ତୁଳନା କରି କହିଛନ୍ତି ଯେ ବଜେଟରେ ବହୁଗୁଣ ବୃଦ୍ଧି ତାମିଲନାଡୁ ଏବଂ କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ରେଳ ଚଳାଚଳକୁ ଆହୁରି ସୁଦୃଢ଼ କରିଛି। ରେଳ ଧାରଣାର ଉନ୍ନତିକରଣ, ବିଦ୍ୟୁତୀକରଣ କରାଯିବା ସହ ରେଳ ଷ୍ଟେସନର ଆଧୁନିକୀକରଣ କରାଯାଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଲୋକଙ୍କ ସହଜ ଜୀବନଧାରଣରେ ସୁଧାର ଆଣିଛି ଏବଂ ବ୍ୟବସାୟିକ ସୁଗମତା ମଧ୍ୟ ସୃଷ୍ଟି କରିଛି ।

ମେରଠ-ଲକ୍ଷ୍ନୌ ମାର୍ଗରେ ନୂଆ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଏଥିପାଇଁ ପଶ୍ଚିମ ଉତ୍ତରପ୍ରଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିପ୍ଳବର ଭୂମି ମେରଠ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ଅଞ୍ଚଳରେ ଆଜି ବିକାଶର ଏକ ନୂତନ ବିପ୍ଳବ ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆରଆରଟିଏସ୍ ମେରଠକୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସହିତ ସଂଯୋଗ କରିବାରେ ସାହାଯ୍ୟ କରିଥିବା ବେଳେ ଏବେ ବନ୍ଦେ ଭାରତ ପ୍ରଚଳନ ସହିତ ରାଜ୍ୟର ରାଜଧାନୀ ଲକ୍ଷ୍ନୌର ଦୂରତା ମଧ୍ୟ ହ୍ରାସ ପାଇଛି । ଆଧୁନିକ ଟ୍ରେନ୍, ଏକ୍ସପ୍ରେସ୍ ୱେର ନେଟୱର୍କ ଏବଂ ବିମାନ ସେବାର ସମ୍ପ୍ରସାରଣ ସହିତ ପ୍ରଧାନମନ୍ତ୍ରୀ ଗତିଶକ୍ତିଙ୍କ ଦୃଷ୍ଟିକୋଣ ଦେଶର ଭିତ୍ତିଭୂମିକୁ କିପରି ବଦଳାଇବ ତାହାର ଏକ ଉଦାହରଣ ପାଲଟିଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

 

ବନ୍ଦେ ଭାରତ ହେଉଛି ଭାରତୀୟ ରେଳବାଇ ଆଧୁନିକୀକରଣର ନୂଆ ଚେହେରା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରତ୍ୟେକ ସହର ଏବଂ ପ୍ରତ୍ୟେକ ମାର୍ଗରେ ବନ୍ଦେ ଭାରତର ଚାହିଦା ଉପରେ ଆଲୋକପାତ କରି ସେ କହିଥିଲେ ଯେ ହାଇସ୍ପିଡ୍ ଟ୍ରେନ୍ ଆସିବା ଦ୍ୱାରା ଲୋକମାନେ ସେମାନଙ୍କ ବ୍ୟବସାୟ ଓ ରୋଜଗାର ଏବଂ ସେମାନଙ୍କ ସ୍ୱପ୍ନକୁ ବିସ୍ତାର କରିବା ପାଇଁ ନିଜ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିଛନ୍ତି। ଆଜି ସମଗ୍ର ଦେଶରେ ୧୦୨ଟି ବନ୍ଦେ ଭାରତ ରେଳ ଚଳାଚଳ କରୁଛି ଏବଂ ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ଲୋକ ଏହି ଟ୍ରେନରେ ଯାତ୍ରା କରିଛନ୍ତି । ଏହି ସଂଖ୍ୟା କେବଳ ବନ୍ଦେ ଭାରତ ଟ୍ରେନର ସଫଳତାର ପ୍ରମାଣ ନୁହେଁ ବରଂ ଭାରତର ଆକାଂକ୍ଷା ଓ ସ୍ୱପ୍ନର ପ୍ରତୀକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

 

ଆଧୁନିକ ରେଳ ଭିତ୍ତିଭୂମି ବିକଶିତ ଭାରତର ପରିକଳ୍ପନାରେ ଏକ ଶକ୍ତିଶାଳୀ ସ୍ତମ୍ଭ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ରେଳ ଲାଇନର ଦୋହରୀକରଣ ଏବଂ ବିଦ୍ୟୁତୀକରଣ, ନୂତନ ଟ୍ରେନ୍ ଚଳାଚଳ ଏବଂ ନୂତନ ମାର୍ଗ ନିର୍ମାଣ ବିଷୟରେ ଉଲ୍ଲେଖ କରିଥିଲେ । ଚଳିତ ବର୍ଷ ବଜେଟରେ ରେଳବାଇକୁ ୨.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଆବଣ୍ଟନ କରାଯାଇଛି ଏବଂ ସରକାର ଭାରତୀୟ ରେଳବାଇର ପୁରୁଣା ଭାବମୂର୍ତ୍ତିକୁ ପରିବର୍ତ୍ତନ କରିବା ପାଇଁ ହାଇଟେକ୍ ସେବା ସହିତ ସଂଯୋଗ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ସମ୍ପ୍ରସାରଣ ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବନ୍ଦେ ଭାରତ ସହିତ ଅମୃତ ଭାରତ ଟ୍ରେନର ମଧ୍ୟ ସମ୍ପ୍ରସାରଣ କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବନ୍ଦେ ଭାରତର ସ୍ଲିପର ସଂସ୍କରଣ ଖୁବ୍ ଶୀଘ୍ର ଆରମ୍ଭ ହେବ। ଲୋକଙ୍କ ସୁବିଧା ପାଇଁ ନମୋ ଭାରତ ଟ୍ରେନ୍ ଚଳାଚଳ କରାଯାଉଛି ଏବଂ ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଖୁବଶୀଘ୍ର ବନ୍ଦେ ମେଟ୍ରୋ ଆରମ୍ଭ କରାଯିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସହରଗୁଡ଼ିକୁ ସର୍ବଦା ସେମାନଙ୍କ ରେଳ ଷ୍ଟେସନ ଦ୍ୱାରା ପରିଚିତ ହୋଇଛନ୍ତି । ଅମୃତ ଭାରତ ଷ୍ଟେସନ ଯୋଜନାରେ ରେଳ ଷ୍ଟେସନର ଉନ୍ନତି ହେବା ସହ ସହରକୁ ଏକ ନୂଆ ପରିଚୟ ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି । ଦେଶର ୧୩୦୦ରୁ ଅଧିକ ରେଳ ଷ୍ଟେସନର ନବୀକରଣ କରାଯାଉଛି ଏବଂ କେତେକ ଷ୍ଟେସନକୁ ବିମାନବନ୍ଦର ଭଳି ନିର୍ମାଣ କରାଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଛୋଟ ଛୋଟ ଷ୍ଟେସନଗୁଡ଼ିକୁ ମଧ୍ୟ ଅତ୍ୟାଧୁନିକ ସୁବିଧା ସହିତ ବିକଶିତ କରାଯାଉଛି, ଯାହା ଫଳରେ ଯାତ୍ରା ସହଜତା ବୃଦ୍ଧି ପାଇବ ।

 

‘‘ଯେତେବେଳେ ରେଳ, ସଡ଼କ ପଥ ଏବଂ ଜଳପଥ ଭଳି ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ ହୁଏ, ସେତେବେଳେ ଦେଶ ସୁଦୃଢ଼ ହୁଏ’’, ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଦ୍ୱାରା ଦେଶର ସାଧାରଣ ନାଗରିକମାନେ ଉପକୃତ ହୋଇଥା’ନ୍ତି ସେ ଗରିବ ହୁଅନ୍ତୁ କିମ୍ବା ମଧ୍ୟବିତ୍ତ । ଦେଶରେ ଆଧୁନିକ ଭିତ୍ତିଭୂମିର ବିକାଶ ଜରିଆରେ ଆଜି ଗରିବ ଓ ମଧ୍ୟବିତ୍ତଙ୍କୁ ସଶକ୍ତ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ। ଭିତ୍ତିଭୂମି ର ସମ୍ପ୍ରସାରଣ ସହିତ ଗ୍ରାମମାନଙ୍କରେ ନିଯୁକ୍ତି ସୁଯୋଗ ବୃଦ୍ଧି ଏବଂ ନୂତନ ସୁଯୋଗ ପହଞ୍ଚିବାର ଉଦାହରଣ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଗାଁରେ ନୂତନ ସମ୍ଭାବନାର ଆବିର୍ଭାବ ପାଇଁ ଶସ୍ତା ଡାଟା ଏବଂ ଡିଜିଟାଲ୍ ଭିତ୍ତିଭୂମିକୁ ଶ୍ରେୟ ଦେଇଛନ୍ତି। ରେକର୍ଡ ସଂଖ୍ୟାରେ ଡାକ୍ତରଖାନା, ଶୌଚାଳୟ ଓ ପକ୍କା ଘର ନିର୍ମାଣ ହେଲେ ଦେଶର ବିକାଶର ସୁଫଳ ଗରିବ ଲୋକ ମଧ୍ୟ ପାଇଥାନ୍ତି। ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ଶିଳ୍ପ ଭଳି ଭିତ୍ତିଭୂମି ବିକାଶ ହେଲେ ଏହା ଯୁବପିଢ଼ିଙ୍କ ପ୍ରଗତିର ସମ୍ଭାବନାକୁ ମଧ୍ୟ ବଢ଼ାଇଥାଏ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ଅନେକ ପ୍ରୟାସ ଯୋଗୁଁ ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳିବାରେ ସକ୍ଷମ ହୋଇଛନ୍ତି।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେଳବାଇ ବର୍ଷ ବର୍ଷ ଧରି ଦଶନ୍ଧି ପୁରୁଣା ସମସ୍ୟାର ସମାଧାନ ଲାଗି କଠିନ ପରିଶ୍ରମ କରିବା ସହ ନୂଆ ଆଶା ସୃଷ୍ଟି କରିଛି । ସେ ସ୍ୱୀକାର କରିଛନ୍ତି ଯେ ଭାରତକୁ ଏହି ଦିଗରେ ବହୁତ ଆଗକୁ ଯିବାକୁ ଅଛି ଏବଂ ଭାରତୀୟ ରେଳବାଇ ଗରିବ ହୁଅନ୍ତୁ କିମ୍ବା ମଧ୍ୟବିତ୍ତ ସମସ୍ତଙ୍କ ପାଇଁ ଆରାମଦାୟକ ଯାତ୍ରାର ଗ୍ୟାରେଣ୍ଟି ନଦେବା ପର୍ଯ୍ୟନ୍ତ ଅଟକିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦେଶରେ ଭିତ୍ତିଭୂମିର ବିକାଶ ଦାରିଦ୍ର୍ୟ ଦୂରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି । ତିନିଟି ନୂଆ ବନ୍ଦେ ଭାରତ ଟ୍ରେନ୍ ପାଇଁ ସେ ପୁଣି ଥରେ ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀ ବେନ ପଟେଲ, ତାମିଲନାଡ଼ୁ ରାଜ୍ୟପାଳ ଶ୍ରୀ ଆରଏନ ରବି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ମେରଠ ସିଟି - ଲକ୍ଷ୍ନୌ ବନ୍ଦେ ଭାରତ ଟ୍ରେନ ଯାତ୍ରୀମାନଙ୍କୁ ଦୁଇ ସହର ମଧ୍ୟରେ ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ୧ ଘଣ୍ଟା ସଞ୍ଚୟ କରିବାରେ ସାହାଯ୍ୟ କରିବ । ସେହିପରି ଚେନ୍ନାଇ ଏଗମୋର- ନାଗରକୋଏଲ ବନ୍ଦେ ଭାରତ ଏବଂ ମଦୁରାଇ-ବେଙ୍ଗାଲୁରୁ ବନ୍ଦେ ଭାରତ ଟ୍ରେନ୍ ଯଥାକ୍ରମେ ୨ ଘଣ୍ଟାରୁ ଅଧିକ ଏବଂ ପ୍ରାୟ ୧ ଘଣ୍ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଯାତ୍ରା ସମୟ କମାଇବ ।

 

 

 

ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଦ୍ରୁତ ଏବଂ ଆରାମରେ ଯାତ୍ରା କରିବା ପାଇଁ ବିଶ୍ୱସ୍ତରୀୟ ଅଭିଜ୍ଞତା ପ୍ରଦାନ କରିବ ଏବଂ ତିନୋଟି ରାଜ୍ୟ - ଉତ୍ତର ପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକକୁ ସେବା ଯାଗାଇବ । ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଦ୍ୱାରା ନିୟମିତ ଯାତ୍ରୀ, କର୍ମଜୀବୀ, ବ୍ୟବସାୟୀ ଏବଂ ଛାତ୍ର ସମୁଦାୟର ଆବଶ୍ୟକତାକୁ ବହୁ ମାତ୍ରାରେ ପୂରଣ କରିବା ପାଇଁ ରେଳ ସେବାର ଏକ ନୂତନ ମାନଦଣ୍ଡ ଆରମ୍ଭ ହେବ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings to all civil servants on Civil Services Day
April 21, 2026

The Prime Minister, Shri Narendra Modi extended greetings to all civil servants on Civil Services Day, today. Shri Modi remarked that this is an occasion to further strengthen the resolve to work towards good governance and nation building. "From the grassroots to policy-making, the efforts of civil servants touch countless lives and contribute to India’s progress. May our civil servants continue to serve with excellence, compassion and innovation, upholding the highest standards of duty", Shri Modi said.

Shri Modi posted on X:

"Greetings to all civil servants on Civil Services Day. This is an occasion to further strengthen the resolve to work towards good governance and nation building. From the grassroots to policy-making, the efforts of civil servants touch countless lives and contribute to India’s progress. May our civil servants continue to serve with excellence, compassion and innovation, upholding the highest standards of duty."