ଦେଶରେ ଭିତ୍ତିଭୂମି ବିକାଶର ବର୍ତ୍ତମାନର ଗତି ଏବଂ ବ୍ୟାପକତା ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ସହ ଠିକ୍ ମେଳ ଖାଉଛି
"ସେଦିନ ଦୂର ନୁହେଁ ଯେତେବେଳେ ବନ୍ଦେ ଭାରତ ଦେଶର ପ୍ରତ୍ୟେକ ପ୍ରାନ୍ତକୁ ସଂଯୋଗ କରିବ"
"ଜି - ୨୦ ସଫଳତା ଭାରତର ଗଣତନ୍ତ୍ର, ଜନସଂଖ୍ୟା ଏବଂ ବିବିଧତାର ଶକ୍ତି ପ୍ରଦର୍ଶନ କରିଛି"
"ଭାରତ ଏହାର ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତା ଗୁଡିକ ଉପରେ ଏକା ସହିତ କାର୍ଯ୍ୟ କରୁଛି"
ଆଗାମୀ ଦିନରେ ଅମୃତ ଭାରତ ଷ୍ଟେସନ ନୂଆ ଭାରତର ପରିଚୟ ପାଲଟିବ
ଏବେ ରେଳ ଷ୍ଟେସନର ଜନ୍ମଦିନ ପାଳନର ପରମ୍ପରାକୁ ଆହୁରି ବ୍ୟାପକ କରାଯିବ ଏବଂ ଏଥିରେ ଅଧିକରୁ ଅଧିକ ଲୋକ ସାମିଲ ହେବେ
ରେଳବାଇର ପ୍ରତ୍ୟେକ କର୍ମଚାରୀଙ୍କୁ ସହଜ ଯାତ୍ରା ପ୍ରତି ନିରନ୍ତର ସମ୍ବେଦନଶୀଳ ରହିବାକୁ ପଡିବ ଏବଂ ଯାତ୍ରୀ ମାନଙ୍କୁ ଏକ ଭଲ ଅନୁଭୂତି ପ୍ରଦାନ କରିବାକୁ ପଡିବ
ଭାରତୀୟ ରେଳବାଇ ଏବଂ ସମାଜରେ ପ୍ରତ୍ୟେକ ସ୍ତରରେ ଘଟୁଥିବା ପରିବର୍ତ୍ତନ ଏକ ବିକଶିତ ଭାରତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ମୋର ବିଶ୍ୱାସ ରହିଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସମଗ୍ର ଦେଶରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ରେଳ ଯାତ୍ରୀ ମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ । ପ୍ରଧାନମନ୍ତ୍ରୀ ପତାକା ପ୍ରଦର୍ଶନ କରିବା ପରେ ଚଳାଚଳ ଆରମ୍ଭ କରିଥିବା ନୂତନ ଟ୍ରେନ୍ ଗୁଡ଼ିକ ହେଉଛି:

୧. ଉଦୟପୁର - ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌

୨. ତିରୁନେଲଭେଲି - ମଦୁରାଇ - ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌

୩. ହାଇଦ୍ରାବାଦ - ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌

୪. ବିଜୟୱାଡା - ଚେନ୍ନାଇ (ଭାୟା ରେନିଗୁଣ୍ଟା) ବନ୍ଦେ ଭାରତ ଏକ୍ସପ୍ରେସ୍‌

୫. ପାଟନା - ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌

୬. କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ

୭. ରାଉରକେଲା - ଭୁବନେଶ୍ୱର - ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌

୮. ରାଂଚି - ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌

୯. ଜାମନଗର - ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଏହି ଅବସରରେ ପ୍ରଧାନମନ୍ତ୍ରୀ ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିି ଏହା ଦେଶରେ ଆଧୁନିକ ଯୋଗାଯୋଗର ଏକ ଅଭୂତପୂର୍ବ ଅବସର ବୋଲି କହିଥିଲେ । ଦେଶରେ ଭିତ୍ତିଭୂମି ବିକାଶର ଏହି ଗତି ଏବଂ ବ୍ୟାପକତା ୧୪୦ କୋଟି ଭାରତୀୟ ମାନଙ୍କର ଆକାଂକ୍ଷା ସହ ସମାନ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆରମ୍ଭ ହୋଇଥିବା ଟ୍ରେନ୍ ଗୁଡ଼ିକ ଅଧିକ ଆଧୁନିକ ଏବଂ ଆରାମଦାୟକ । ସେ କହିଛନ୍ତି ଯେ ଏହି ବନ୍ଦେ ଭାରତ ଟ୍ରେନ୍ ଗୁଡିକ ନୂତନ ଭାରତର ନୂତନ ଉତ୍ସାହର ପ୍ରତୀକ । ବନ୍ଦେ ଭାରତ ଟ୍ରେନ୍‌ରେ ୧ କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି ବୋଲି ସେ ସୂଚନା ଦେବା ସହ ବନ୍ଦେ ଭାରତକୁ ନେଇ ବଢୁଥିବା ଉତ୍ସାହ ଉପରେ ଖୁସି ବ୍ୟକ୍ତ କରିଥିଲେ ।

 

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୫ଟି ବନ୍ଦେ ଭାରତ ଟ୍ରେନ୍ ଲୋକଙ୍କୁ ସେବା ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିରେ ଆଜି ଆଉ ୯ଟି ବନ୍ଦେ ଭାରତ ଯୋଡ଼ି ହେବାକୁ ଯାଉଛି ଏବଂ ସେ କହିଛନ୍ତି ଯେ ବନ୍ଦେ ଭାରତ ଦେଶର ପ୍ରତ୍ୟେକ ପ୍ରାନ୍ତକୁ ସଂଯୋଗ କରିବାର ଦିନ ଦୂର ନୁହେଁ । ଯେଉଁମାନେ ସମୟ ସଞ୍ଚୟ କରିବାକୁ ଚାହୁଁଛନ୍ତି ଏବଂ ସେହି ସମାନ ଦିନରେ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବନ୍ଦେ ଭାରତର ଉପଯୋଗୀତା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ବନ୍ଦେ ଭାରତ ସହ ଜଡିତ ସ୍ଥାନ ଗୁଡିକରେ ପର୍ଯ୍ୟଟନ ବୃଦ୍ଧି ଫଳରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ସେ ଆଲୋକପାତ କରିଥିଲେ ।

ଦେଶର ସଫଳତା ପାଇଁ ପ୍ରତ୍ୟେକ ନାଗରିକ ଗର୍ବ ଅନୁଭବ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଆଶା ଓ ଆତ୍ମବିଶ୍ୱାସର ବାତାବରଣ ଉପରେ ଆଲୋକପାତ କରିଛନ୍ତି । ସେ ଚନ୍ଦ୍ରଯାନ - ୩ ଏବଂ ଆଦିତ୍ୟ ଏଲ୍ - ୧ର ଐତିହାସିକ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ । ସେହିଭଳି ଜି - ୨୦ ସଫଳତା ଭାରତର ଗଣତନ୍ତ୍ର, ଜନସଂଖ୍ୟା ଓ ବିବିଧତାର ଶକ୍ତିକୁ ପ୍ରଦର୍ଶିତ କରିଛି ବୋଲି ସେ କହିଥିଲେ ।

ନାରୀ ଶକ୍ତି ବନ୍ଦନ ଆଇନ୍‌କୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ବୋଲି ସେ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଉଲ୍ଲେଖ କରିଛନ୍ତି ଯେ ଅନେକ ରେଳ ଷ୍ଟେସନ ମହିଳା କର୍ମକର୍ତ୍ତାଙ୍କ ଦ୍ୱାରା ପରିଚାଳିତ ହେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଆତ୍ମବିଶ୍ୱାସୀ ଭାରତ ତା'ର ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତା ଉପରେ ଏକା ସହିତ କାର୍ଯ୍ୟ କରୁଛି । ଭିତ୍ତିଭୂମି ବିକାଶରେ ନିରବଚ୍ଛିନ୍ନ ସମନ୍ୱୟ ରକ୍ଷା କରିବା ଏବଂ ପରିବହନ ଏବଂ ରପ୍ତାନୀ ସମ୍ବନ୍ଧୀୟ ଶୁଳ୍କ ହ୍ରାସ ପାଇଁ ନୂତନ ଲଜିଷ୍ଟିକ୍ ନୀତି ପାଇଁ ସେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ମାଷ୍ଟରପ୍ଲାନ୍ ବିଷୟରେ ଉଲ୍ଲେଖ କରିଥିଲେ । ଏକ ପରିବହନ ମାଧ୍ୟମ ଅନ୍ୟ ମାଧ୍ୟମକୁ ସମର୍ଥନ କରିବା ଉଚିତ ବୋଲି ସେ ବହୁବିଧ ସଂଯୋଗ ବିଷୟରେ ମଧ୍ୟ କହିଥିଲେ । ଏସବୁ ସାଧାରଣ ନାଗରିକ ମାନଙ୍କର ଯାତାୟାତକୁ ସହଜ କରିବା ନିମନ୍ତେ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସାଧାରଣ ନାଗରିକ ମାନଙ୍କର ଜୀବନରେ ରେଳବାଇର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ପୂର୍ବ ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପ୍ରତି ଅବହେଳା ପାଇଁ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ । ଭାରତୀୟ ରେଳବାଇର ରୂପାନ୍ତରଣ ପାଇଁ ବର୍ତ୍ତମାନର ସରକାରଙ୍କ ପ୍ରୟାସ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ବର୍ଦ୍ଧିତ ବଜେଟ ବିଷୟରେ ସୂଚନା ଦେଇଥିଲେ, ସେ କହିଥିଲେ ଯେ, ଚଳିତ ବର୍ଷର ରେଳ ବଜେଟ ୨୦୧୪ର ରେଳ ବଜେଟ୍ ଠାରୁ ୮ ଗୁଣ ଅଧିକ । ସେହି ଭଳି ଦୋହରୀକରଣ, ବିଦ୍ୟୁତୀକରଣ ଓ ନୂଆ ମାର୍ଗ ପାଇଁ କାମ ଚାଲିଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ବିକଶିତ ହେଉଥିବା ଏକ ଭାରତକୁ ଏବେ ଏହାର ରେଳ ଷ୍ଟେସନର ଆଧୁନିକୀକରଣ କରିବାକୁ ପଡିବ । ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଭାରତରେ ପ୍ରଥମ ଥର ପାଇଁ ରେଳ ଷ୍ଟେସନର ବିକାଶ ଓ ଆଧୁନିକୀକରଣ ପାଇଁ ଅଭିଯାନ ଆରମ୍ଭ ହୋଇଛି । ଆଜି ରେଳ ଯାତ୍ରୀ ମାନଙ୍କର ସୁବିଧା ପାଇଁ ଦେଶରେ ରେକର୍ଡ ସଂଖ୍ୟକ ଫୁଟଓଭର ବ୍ରିଜ୍‌, ଲିଫ୍ଟ ଓ ଏସ୍କେଲେଟର ନିର୍ମାଣ କରାଯାଉଛି । 

କିଛି ଦିନ ତଳେ ଦେଶର ୫୦୦ରୁ ଅଧିକ ପ୍ରମୁଖ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ଆରମ୍ଭ ହୋଇଛି । ଅମୃତ କାଳ ସମୟରେ ନିର୍ମିତ ଏହି ନୂତନ ଷ୍ଟେସନ ଗୁଡ଼ିକୁ ଅମୃତ ଭାରତ ଷ୍ଟେସନ କୁହାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଗାମୀ ଦିନରେ ଏହି ଷ୍ଟେସନ ଗୁଡ଼ିକ ନୂଆ ଭାରତର ପରିଚୟ ପାଲଟିବ ବୋଲି ସେ କହିଛନ୍ତି ।

ରେଳବାଇ ରେଳ ଷ୍ଟେସନ ପ୍ରତିଷ୍ଠାର 'ସ୍ଥାପନା ଦିବସ' ପାଳନ କରିବା ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ଏବଂ କୋଏମ୍ବାଟୁର, ଛତ୍ରପତି ଶିବାଜୀ ଟର୍ମିନାସ୍ ଏବଂ ମୁମ୍ବାଇରେ ଏହି ଉତ୍ସବ ବିଷୟରେ ଉଲ୍ଲେଖ କରିଥିଲେ । କୋଏମ୍ବାଟୁର ରେଳ ଷ୍ଟେସନକୁ ୧୫୦ ବର୍ଷ ପୂରଣ ହୋଇଛି । ଏବେ ରେଳ ଷ୍ଟେସନର ଜନ୍ମଦିନ ପାଳନର ଏହି ପରମ୍ପରାକୁ ଆହୁରି ବ୍ୟାପକ କରାଯିବ ଏବଂ ଏଥିରେ ଅଧିକରୁ ଅଧିକ ଲୋକ ସାମିଲ ହେବେ ବୋଲି ସେ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଭାରତ ଶ୍ରେଷ୍ଠ ଭାରତର ସ୍ୱପ୍ନକୁ ଦେଶ ସଂକଳ୍ପରୁ ସିଦ୍ଧିର ମାଧ୍ୟମରେ ପରିଣତ କରିଛି । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ହେଲେ ପ୍ରତ୍ୟେକ ରାଜ୍ୟର ଏବଂ ପ୍ରତ୍ୟେକ ରାଜ୍ୟର ଜନସାଧାରଣଙ୍କ ବିକାଶ ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ରେଳ ମନ୍ତ୍ରୀଙ୍କର ନିଜ ରାଜ୍ୟରେ ରେଳ ବିକାଶକୁ ଗୁରୁତ୍ୱ ଦେବାର ସ୍ୱାର୍ଥପର ଚିନ୍ତାଧାରା ଦେଶକୁ ବହୁତ କ୍ଷତି ପହଞ୍ଚାଇଛି ଏବଂ ବର୍ତ୍ତମାନ ଆମେ କୌଣସି ରାଜ୍ୟକୁ ପଛୁଆ ରଖି ପାରିବୁ ନାହିଁ । "ଆମକୁ ସବ୍‌କା ସାଥ୍‌, ସବକା ବିକାଶର ଏକ ପରିକଳ୍ପନା ସହିତ ଆଗକୁ ବଢ଼ିବାକୁ ପଡିବ ବୋଲି ସେ କହିଛନ୍ତି ।

କଠିନ ପରିଶ୍ରମୀ ରେଳ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଯାତ୍ରୀମାନଙ୍କ ପାଇଁ ପ୍ରତ୍ୟେକ ଯାତ୍ରାକୁ ସ୍ମରଣୀୟ କରିବାକୁ କହିଥିଲେ । ରେଳବାଇର ପ୍ରତ୍ୟେକ କର୍ମଚାରୀଙ୍କୁ ସହଜ ଯାତ୍ରା ପ୍ରତି ନିରନ୍ତର ସମ୍ବେଦନଶୀଳ ରହିବାକୁ ପଡିବ ଏବଂ ଯାତ୍ରୀ ମାନଙ୍କୁ ଏକ ଭଲ ଅନୁଭୂତି ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରେଳବାଇର ସ୍ୱଚ୍ଛତାର ନୂତନ ମାନଦଣ୍ଡକୁ ପ୍ରତ୍ୟେକ ନାଗରିକ ଦେଖିଛନ୍ତି । ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଅକ୍ଟୋବର ୧ ତାରିଖ ପୂର୍ବାହ୍ନ ୧୦ଟାରେ ପ୍ରସ୍ତାବିତ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଅକ୍ଟୋବର ୨ରୁ ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଖଦି ଓ ସ୍ୱଦେଶୀ ଦ୍ରବ୍ୟ କ୍ରୟରେ ନିଜକୁ ପୁନଃ ସମର୍ପଣ କରିବା ସହ ସ୍ଥାନୀୟ ଜିନିଷ ପାଇଁ ଅଧିକ ଆଗ୍ରହ ପ୍ରକାଶ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

 

ଭାରତୀୟ ରେଳବାଇ ଏବଂ ସମାଜରେ ପ୍ରତ୍ୟେକ ସ୍ତରରେ ଘଟୁଥିବା ପରିବର୍ତ୍ତନ ଏକ ବିକଶିତ ଭାରତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ମୋର ବିଶ୍ୱାସ ରହିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପ୍ତ କରି କହିଥିଲେ । .

ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରଗଣ, ସାଂସଦ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଏହି ୯ଟି ଟ୍ରେନ୍ ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ୧୧ଟି ରାଜ୍ୟରେ ଯୋଗାଯୋଗ ବୃଦ୍ଧି କରିବ ।

ଏହି ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସେମାନଙ୍କ ଚଳାଚଳ ମାର୍ଗରେ ଦ୍ରୁତତମ ଟ୍ରେନ୍ ହେବ ଏବଂ ଯାତ୍ରୀଙ୍କ ଯଥେଷ୍ଟ ସମୟ ସଞ୍ଚୟ କରିବାରେ ସହାୟକ ହେବ । ଏହି ମାର୍ଗରେ ଚଳାଚଳ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ରାଉରକେଲା - ଭୁବନେଶ୍ୱର - ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରାୟ ୩ ଘଣ୍ଟା ଦ୍ରୁତ ହେବ । ହାଇଦ୍ରାବାଦ - ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଆଗୁଆ ଚାଲିବ । ତିରୁନେଲଭେଲି - ମଦୁରାଇ - ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ୨ ଘଣ୍ଟା ଅଧିକ ସମୟ ଆଗୁଆ ଚାଲିବ । ରାଞ୍ଚି- ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌, ପାଟନା - ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ଜାମନଗର - ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରାୟ ୧ ଘଣ୍ଟା; ଏବଂ ଉଦୟପୁର - ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ ପ୍ରାୟ ଅଧ ଘଣ୍ଟା ଦ୍ରୁତ ଗତିରେ ଚାଲିବ ।

ଦେଶର ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳୀ ଗୁଡ଼ିକର ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ରାଉରକେଲା - ଭୁବନେଶ୍ୱର - ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ତିରୁନେଲଭେଲି - ମଦୁରାଇ - ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସହର ପୁରୀ ଏବଂ ମଦୁରାଇକୁ ସଂଯୋଗ କରିବ । ଏଥି ସହିତ ବିଜୟୱାଡ଼ା - ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ରେନିଗୁଣ୍ଟା ମାର୍ଗ ଦେଇ ଚଳାଚଳ କରିବ ଏବଂ ତିରୁପତି ତୀର୍ଥସ୍ଥଳକୁ ସଂଯୋଗ ପ୍ରଦାନ କରିବ ।

ଏହି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଦେଶରେ ରେଳ ସେବାର ଏକ ନୂତନ ମାନଦଣ୍ଡ ଆରମ୍ଭ କରିବ । କବଚ ଟେକ୍ନୋଲୋଜି ସମେତ ବିଶ୍ୱସ୍ତରୀୟ ସୁବିଧା ଏବଂ ଉନ୍ନତ ନିରାପତ୍ତା ବୈଶିଷ୍ଟ୍ୟରେ ସଜ୍ଜିତ ଏହି ଟ୍ରେନ୍ ସାଧାରଣ ଲୋକ, ପେଶାଦାର, ବ୍ୟବସାୟୀ, ଛାତ୍ର ସମୁଦାୟ ଏବଂ ପର୍ଯ୍ୟଟକ ମାନଙ୍କୁ ଆଧୁନିକ, ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ମାଧ୍ୟମ ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.