ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛଟ ପୂଜାର ସନ୍ଧ୍ୟା ଅର୍ଘ୍ୟର ପବିତ୍ର ରୀତି ପାଇଁ ଦେଶବାସୀଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରୀ ମୋଦୀ ଏହି ଅବସରରେ ଛଟ ମାତାଙ୍କ ପ୍ରତି ଉତ୍ସର୍ଗୀକୃତ ଭକ୍ତିଗୀତ ମଧ୍ୟ ଶେୟାର କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;

“ସମଗ୍ର ଦେଶରେ ଶ୍ରଦ୍ଧାଳୁମାନଙ୍କୁ ଛଟ ମହାପର୍ବ ସନ୍ଧ୍ୟା ଅର୍ଘ୍ୟର ଅନେକ ଶୁଭକାମନା । ଏହି ପବିତ୍ର ଅବସରରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବାର ପରମ୍ପରା ବେଶ ସ୍ୱତନ୍ତ୍ର । ସୂର୍ଯ୍ୟଦେବଙ୍କ କୃପାରୁ ସମସ୍ତଙ୍କର କଲ୍ୟାଣ ହେଉ, ସମସ୍ତଙ୍କ ଜୀବନରେ ସୁଖ-ସମୃଦ୍ଧି ଏବଂ ସଫଳତା ରହୁ, ଏହା ମୋର କାମନା । ଜୟ ଛଟି ମାତା !

https://m.youtube.com/watch?v=er0EO-Zp904

https://m.youtube.com/watch?v=OrlnX9zM5-k&pp=0gcJCR4Bo7VqN5tD