ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁରୁଷ ହକି ଏସିଆ କପ ୨୦୨୫ର ପୂର୍ବ ସନ୍ଧ୍ୟାରେ ଏସିଆର ସମସ୍ତ ଅଂଶଗ୍ରହଣକାରୀ ଦଳ, ଖେଳାଳୀ, ଅଧିକାରୀ ଏବଂ ସମର୍ଥକଙ୍କୁ ତାଙ୍କର ହୃଦୟସ୍ପର୍ଶୀ ଶୁଭକାମନା ଜଣାଇଛନ୍ତି । ଏହା ଆସନ୍ତା କାଲି, ଅଗଷ୍ଟ ୨୯ ତାରିଖରେ ବିହାରର ଐତିହାସିକ ସହର ରାଜଗିରରେ ଆରମ୍ଭ ହେବ । ଏହି ଅବସରରେ ଶ୍ରୀ ମୋଦୀ ବିହାରକୁ ପ୍ରଶଂସା କରି କହିଛନ୍ତି ଯେ, ସାମ୍ପ୍ରତିକ ସମୟରେ ଏକ ସ୍ପନ୍ଦନଶୀଳ କ୍ରୀଡା କେନ୍ଦ୍ର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ବିହାର ଖେଲୋ ଇଣ୍ଡିଆ ଯୁବ କ୍ରୀଡା ୨୦୨୫, ଏସିଆ ରଗ୍‌ବି ୟୁ୨୦ ସେଭେନ୍ସ ଚାମ୍ପିଅନ୍‌ସିପ୍ ୨୦୨୫, ଆଇଏସ୍‌ଟିଏଏଫ୍ ସେପାକଟକ୍ର ବିଶ୍ୱକପ ୨୦୨୪ ଏବଂ ମହିଳା ଏସୀୟ ଚାମ୍ପିଅନ୍‌ସିପ ୨୦୨୪ ଭଳି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି ।

ଏକ୍ସରେ ଭିନ୍ନ ଭିନ୍ନ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆସନ୍ତା କାଲି, ଅଗଷ୍ଟ ୨୯ (ଯାହା ଜାତୀୟ କ୍ରୀଡା ଦିବସ ଏବଂ ମେଜର ଧ୍ୟାନ ଚାନ୍ଦଙ୍କ ଜୟନ୍ତୀ ମଧ୍ୟ), ପୁରୁଷ ହକି ଏସିଆ କପ୍ ୨୦୨୫ ବିହାରର ଐତିହାସିକ ସହର ରାଜଗିରରେ ଆରମ୍ଭ ହେଉଛି । ମୁଁ ଏସିଆର ସମସ୍ତ ଅଂଶଗ୍ରହଣକାରୀ ଦଳ, ଖେଳାଳୀ, ଅଧିକାରୀ ଏବଂ ସମର୍ଥକମାନଙ୍କୁ ମୋର ଶୁଭକାମନା ଜଣାଉଛି ।”

“ହକି ସର୍ବଦା ଭାରତ ଏବଂ ଏସିଆର ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସିଛି । ମୁଁ ନିଶ୍ଚିତ ଯେ, ଏହି ଟୁର୍ଣ୍ଣାମେଣ୍ଟ ରୋମାଞ୍ଚକର ମ୍ୟାଚ, ଅସାଧାରଣ ପ୍ରତିଭାର ପ୍ରଦର୍ଶନ ଏବଂ ସ୍ମରଣୀୟ ମୁହୂର୍ତ୍ତରେ ପରିପୂର୍ଣ୍ଣ ହେବ, ଯାହା ଭବିଷ୍ୟତ ପିଢ଼ିର କ୍ରୀଡା ପ୍ରେମୀମାନଙ୍କୁ ପ୍ରେରଣା ଦେବ ।”

“ଏହା ବହୁତ ଆନନ୍ଦର ବିଷୟରେ ବିହାର ପୁରୁଷ ହକି ଏସିଆ କପ ୨୦୨୫ ଆୟୋଜନ କରୁଛି । ସାମ୍ପ୍ରତିକ ସମୟରେ, ବିହାର ଏକ ସ୍ପନ୍ଦନଶୀଳ କ୍ରୀଡା କେନ୍ଦ୍ର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବିହାର ଖେଲୋ ଇଣ୍ଡିଆ ଯୁବ କ୍ରୀଡା ୨୦୨୫, ଏସିଆ ରଗ୍‌ବି ୟୁ୨୦ ସେଭେନ୍ସ ଚାମ୍ପିଅନ୍‌ସିପ୍ ୨୦୨୫, ଆଇଏସ୍‌ଟିଏଏଫ୍ ସେପାକଟକ୍ର ବିଶ୍ୱକପ ୨୦୨୪ ଏବଂ ମହିଳା ଏସୀୟ ଚାମ୍ପିଅନ୍‌ସିପ ୨୦୨୪ ଭଳି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି । ଏହି ନିରନ୍ତର ଗତି ବିହାରର ବର୍ଦ୍ଧିତ ଭିତ୍ତଭୂମି, ତୃଣମୂଳ ସ୍ତରର ଉତ୍ସାହ ଏବଂ ବିବିଧ କ୍ରୀଡା ଶୃଙ୍ଖଳାରେ ପ୍ରତିଭାକୁ ପୋଷଣ କରିବା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।”

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Water conservation in India: The community as custodian

Media Coverage

Water conservation in India: The community as custodian
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 21, 2026
March 21, 2026

Empowering Bharat Holistically: Health, Finance, Heritage & Export Growth Under the Leadership of PM Modi