ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୨୦୨୨-୨୩ ଆର୍ଥିକ ବର୍ଷରେ ସୂକ୍ଷ୍ମ ଓ ଲଘୁ ଉଦ୍ୟୋଗ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା (ସିଜିଟିଏମଏସଇ) ଏକ ଲକ୍ଷ କୋଟି ଟଙ୍କା ଛୁଇଁଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆମ ଅର୍ଥନୀତିକୁ ଉଚ୍ଚତାର ନୂତନ ଶିଖରକୁ ନେବା ପାଇଁ ଯୁବପୀଢିଙ୍କ ଉଦ୍ୟୋଗୀ ମନୋଭାବ ଉପରେ ବାଜି ଲଗାଉଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଏମଏସଏମଇ ମନ୍ତ୍ରଣାଳୟର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆମ ଅର୍ଥନୀତିକୁ ଉଚ୍ଚତାର ନୂତନ ଶିଖରକୁ ନେବା ପାଇଁ ଯୁବପୀଢିଙ୍କ ଉଦ୍ୟୋଗୀ ମନୋଭାବ ଉପରେ ବାଜି ଲଗାଉଛୁ ।”
We are betting on the entrepreneurial zeal of our youth to propel our economy to even greater heights. https://t.co/58oWmR1D5s
— Narendra Modi (@narendramodi) March 30, 2023


