ପ୍ରଧାନମନ୍ତ୍ରୀ ଆଜି ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ସଶସ୍ତ୍ର ବାହିନୀର ସାହସୀ ପୁରୁଷ ଓ ମହିଳାମାନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। 

ସେ କହିଥିଲେ ଯେ ସଶସ୍ତ୍ର ବାହିନୀ ଜବାନଙ୍କ ଶୃଙ୍ଖଳା, ସଂକଳ୍ପ ଏବଂ ଅଦମ୍ୟ ଉତ୍ସାହ ଦେଶକୁ ସୁରକ୍ଷା ପ୍ରଦାନ କରିବା ସହ ଜନସାଧାରଣଙ୍କୁ ସଶକ୍ତ କରିଥାଏ। ସେମାନଙ୍କ ପ୍ରତିବଦ୍ଧତା ଦେଶ ପ୍ରତି କର୍ତ୍ତବ୍ୟ, ଶୃଙ୍ଖଳା ଏବଂ ନିଷ୍ଠାର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି ସେ ଉଲ୍ଲେଖ କରିଥିଲେ।

ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ସେବାର ସମ୍ମାନ ସ୍ୱରୂପ ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିକୁ ସହାୟତା କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

"ସଶସ୍ତ୍ର ବାହିନୀ ପତାକା ଦିବସରେ, ଆମେ ସାହସୀ ପୁରୁଷ ଏବଂ ମହିଳାମାନଙ୍କୁ ଆମର ଗଭୀର କୃତଜ୍ଞତା ବ୍ୟକ୍ତ କରୁଛୁ ଯେଉଁମାନେ ଆମ ଦେଶକୁ ଅତୁଟ ସାହସର ସହିତ ରକ୍ଷା କରନ୍ତି। ସେମାନଙ୍କର ଶୃଙ୍ଖଳା, ସଂକଳ୍ପ ଏବଂ ଭାବନା ଆମ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ ଏବଂ ଆମ ଦେଶକୁ ସୁଦୃଢ଼ କରିଥାଏ। ସେମାନଙ୍କର ପ୍ରତିବଦ୍ଧତା ଆମ ଦେଶ ପ୍ରତି କର୍ତ୍ତବ୍ୟ, ଶୃଙ୍ଖଳା ଏବଂ ନିଷ୍ଠାର ଏକ ଶକ୍ତିଶାଳୀ ଉଦାହରଣ ଭାବରେ ଛିଡ଼ା ହୋଇଛି। ଆସନ୍ତୁ ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିରେ ମଧ୍ୟ ଯୋଗଦାନ କରିବା"

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi