ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଜୀଙ୍କ ଶୁଭେଚ୍ଛା ପାଇଁ ହୃଦୟର ସହ କୃତଜ୍ଞତା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଅବସର ଦେଶ ପାଇଁ ଆହୁରି ଅଧିକ ସମର୍ପଣ, ବିଶ୍ୱସ୍ତତା ଏବଂ ପ୍ରତିବଦ୍ଧତା ସହିତ କାମ କରିବା ପାଇଁ ପ୍ରେରଣା ପ୍ରଦାନ କରେ ।
ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ‘ସବକା ସାଥ୍, ସବକା ବିକାଶ’ ମନ୍ତ୍ର ସହିତ ସରକାର ଭାରତର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;
“ଶୁଭେଚ୍ଛା ପାଇଁ ଆପଣଙ୍କୁ ହୃଦୟର ସହିତ କୃତଜ୍ଞତା ମାନନୀୟ ହରିବଂଶ ଜୀ । ଏହି ଅବସର ଦେଶପାଇଁ ଅଧିକ ସମର୍ପଣ, ନିଷ୍ଠା ଏବଂ ପ୍ରତିବଦ୍ଧତାର ସହ କାମ କରିବାର ପ୍ରେରଣା ଦେଇଥାଏ । ‘ସବକା ସାଥ୍, ସବକା ବିକାଶ’ ମନ୍ତ୍ର ସହିତ ଆମେ ଭାରତ ବର୍ଷର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ ।
@harivansh1956”
शुभकामनाओं के लिए आपका हृदय से आभार माननीय हरिवंश जी। यह अवसर देश के लिए और अधिक समर्पण, निष्ठा एवं प्रतिबद्धता के साथ कार्य करने की प्रेरणा देता है। 'सबका साथ, सबका विकास' के मंत्र के साथ हम भारतवर्ष के चौतरफा विकास के लिए प्रतिबद्ध हैं।@harivansh1956 https://t.co/LJLQfLZ08Q
— Narendra Modi (@narendramodi) June 10, 2026


