ବିଗତ କିଛି ବର୍ଷହେଲା ରୋଜଗାର ମେଳା ଏକ ଅନୁଷ୍ଠାନରେ ପରିଣତ ବୋଇଛି, ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଯୁବକଯୁବତୀ ବିଭିନ୍ନ ସରକାରୀ ବିଭାଗରୁ ନିଯୁକ୍ତି ପତ୍ର ପାଉଛନ୍ତି: ପ୍ରଧାନମନ୍ତ୍ରୀ
ଆଜି ଭାରତ ବିଶ୍ବର ସବୁଠୁ ଯୁବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ, ଆମ ସରକାର ନିୟମିତଭାବେ ଭାରତର ଯୁବପିଢି ପାଇଁ ଦେଶ ବିଦେଶରେ ନୂଆ ନୂଆ ସୁଯୋଗ ସୃଷ୍ଟି କରିବାକୁ ଉଦ୍ୟମ କରିଚାଲିଛନ୍ତି: ପ୍ରଧାନମନ୍ତ୍ରୀ
ଆଜି ଭାରତ ସରକାର ବିଭିନ୍ନ ଦେଶମାନଙ୍କ ସହ ବାଣିଜ୍ୟ ଓ ଗତିଶୀଳତା ରାଜିନାମା କରୁଛନ୍ତି, ଯାହାକି ଭାରତୀୟ ଯୁବପିଢିଙ୍କ ପାଇଁ ଅଗଣିତ ସୁଯୋଗ ଖୋଲିଦେବ: ପ୍ରଧାନମନ୍ତ୍ରୀ
ଦେଶରେ ଜୀବନଧାରଣ ଓ ବ୍ୟବସାୟକୁ ସରଳ କରିବା ଲକ୍ଷ୍ୟରେ ଭାରତ ଆଜି ଏକ ସଂସ୍କାର ଏକ୍ସପ୍ରେସରେ ସବାର ହୋଇଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୮ତମ ରୋଜଗାର ମେଳାକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଲୋକଙ୍କ ଜୀବନରେ ନୂଆ ଆନନ୍ଦ ଆଣି ବର୍ଷ ୨୦୨୬ ଆରମ୍ଭ ହୋଇଛି । ଏହା ସହିତ ନାଗରିକଙ୍କୁ ସେମାନଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ସହ ମଧ୍ୟ ଯୋଡ଼ିଛି। ଏହି ସମୟ ଗଣତନ୍ତ୍ର ଦିବସ ପରି ମହାନ ସମାରୋହ ସହ ମେଳ ଖାଉଛି। ସେ କହିଥିଲେ ଯେ, ୨୩ ଜାନୁଆରୀ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଦେଶ ପରାକ୍ରମ ଦିବସ ପାଳନ କରିଥିଲା, ୨୫ ଜାନୁଆରୀରେ ଦେଶ ଜାତୀୟ ଭୋଟର ଦିବସ ପାଳନ କରିବ ଓ ତା’ ପରଦିନ ଗଣତନ୍ତ୍ର ଦିବସ ପାଳନ କରାଯିବ।  ଆଜି ଦିନଟି ମଧ୍ୟ ଗୁରୁତ୍ବପୂର୍ଣ୍ଣ କାରଣ ଆଜି ସମ୍ବିଧାନ ‘ଜନ ଗଣ ମନ’କୁ ଜାତୀୟ ସଂଗୀତ ଓ ‘ବନ୍ଦେ ମାତରମ୍’କୁ ଜାତୀୟ ଗୀତ ମାନ୍ୟତା ପ୍ରଦାନ କରିଥିଲା। ଆଜିର ଦିନରେ ପ୍ରାୟ ୬୧ ହଜାର ଯୁବକଯୁବତୀ ସରକାରୀ ସେବା ପାଇଁ ନିଯୁକ୍ତିପତ୍ର ଗ୍ରହଣ ସହ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରୁଛନ୍ତି। ଶ୍ରୀ ମୋଦୀ ଏସବୁ ନିଯୁକ୍ତି ପତ୍ରକୁ ରାଷ୍ଟ୍ରନିର୍ମାଣ ଲାଗି ଏକ ଆମନ୍ତ୍ରଣ ଓ ବିକଶିତ ଭାରତ ନିର୍ମାଣ ଲାଗି ଏକ ଶପଥପତ୍ର ଭାବେ ବର୍ଣ୍ଣନା କରିଥିଲେ।  ସେ କହିଥିଲେ ଯେ ଏମାନଙ୍କ ମଧ୍ୟରୁ କିଛି ଜାତୀୟ ସୁରକ୍ଷାକୁ ସୁଦୃଢ କରିବେ, ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସଶକ୍ତ କରିବେ, ଆର୍ଥିକ ସେବାକୁ ସଦୃଢ କରିବେ ଏବଂ ଶକ୍ତି ନିରାପତ୍ତା ସୁନିଶ୍ଚିତ କରି ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସମସ୍ତ ଯୁବଜନତାଙ୍କୁ ସେ ନିଜର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। 
ଯୁବପିଢ଼ିଙ୍କୁ ଦକ୍ଷତା ସହିତ ଯୋଡ଼ିବା ଏବଂ ସେମାନଙ୍କୁ ନିଯୁକ୍ତି ତଥା ଆତ୍ମନିଯୁକ୍ତି ସୁଯୋଗ ପ୍ରଦାନ କରିବା ସରକାରଙ୍କ ପାଇଁ ପ୍ରାଥମିକତା ବୋଲି ଶ୍ରୀ ମୋଦୀ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ, ସରକାରୀ ନିଯୁକ୍ତିକୁ ଏକ ମିଶନ ମୋଡ୍‌ରେ ରଖିବା ପାଇଁ ଏହି ରୋଜଗାର ମେଳା ଆରମ୍ଭ କରାଯାଇଥିଲା ଏବଂ ଗତ କିଛି ବର୍ଷ ଧରି ଏହା ଏକ ଅନୁଷ୍ଠାନରେ ପରିଣତ ହୋଇଛି। ଏହି ପଦକ୍ଷେପ ମାଧ୍ୟମରେ ଲକ୍ଷ ଲକ୍ଷ ଯୁବକ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପତ୍ର ପାଇଛନ୍ତି। ଏହି ମିଶନକୁ ଆଗକୁ ବଢାଇ ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ, ଆଜି ସାରା ଦେଶରେ ଚାଳିଶରୁ ଅଧିକ ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେଉଛି। ସେ ସେହି ସମସ୍ତ ସ୍ଥାନରେ ଉପସ୍ଥିତ ଯୁବକଯୁବତୀମାନଙ୍କୁ ବିଶେଷ ଭାବରେ ଅଭିନନ୍ଦନ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ, "ଭାରତ ଆଜି ବିଶ୍ୱର ଯୁବ ଦେଶମାନଙ୍କ ମଧ୍ୟରୁ ଗୋଟିଏ, ଏବଂ ସରକାର ଘରୋଇ ତଥା ବିଶ୍ୱ ସ୍ତରରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାକୁ ନିରନ୍ତର ପ୍ରୟାସ କରୁଛନ୍ତି।" ଭାରତ ସରକାର ଅନେକ ଦେଶ ସହିତ ବାଣିଜ୍ୟ ଏବଂ ପରିବହନ ଚୁକ୍ତି ସ୍ୱାକ୍ଷର କରୁଛନ୍ତି, ଯାହା ଭାରତୀୟ ଯୁବକଯୁବତୀମାନଙ୍କ ପାଇଁ ଅଗଣିତ ନୂତନ ସୁଯୋଗର ଦ୍ବାର ଖୋଲି ଦେଉଛି।
 

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ସାମ୍ପ୍ରତିକ ସମୟରେ, ଭାରତ ଆଧୁନିକ ଭିତ୍ତିଭୂମିରେ ଅଭୂତପୂର୍ବ ନିବେଶ କରିଛି, ଯାହା ଦ୍ବାରା ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ପାଇଛି। ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଦ୍ରୁତ ଗତିରେ ବିସ୍ତାର ହେଉଛି, ପ୍ରାୟ ଦୁଇ ଲକ୍ଷ ପଞ୍ଜୀକୃତ ଷ୍ଟାର୍ଟଅପ୍ ପ୍ରାୟ ୨୧ ଲକ୍ଷରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦେଉଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ଡିଜିଟାଲ ଇଣ୍ଡିଆ ଏକ ନୂତନ ଅର୍ଥନୀତିକୁ ଜନ୍ମ ଦେଇଛି ଏବଂ ଭାରତ ଆନିମେସନ, ଡିଜିଟାଲ ମିଡିଆ ତଥା ଅନ୍ୟାନ୍ୟ ଅନେକ କ୍ଷେତ୍ର ପାଇଁ ଏକ ବିଶ୍ୱ କେନ୍ଦ୍ର ଭାବରେ ଉଭା ହେଉଛି। ଭାରତର ସୃଜନଶୀଳ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହା ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ପ୍ରଦାନ କରୁଛି।
ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତ ଉପରେ ବଢିଚାଲିଥିବା ବିଶ୍ବର ବିଶ୍ବାସ ଯୁବପିଢି ପାଇଁ ନୂଆ ନୂଆ ସୁଯୋଗ ସୃଷ୍ଟି କରୁଛି। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଭାରତ ବିଶ୍ୱର ଏକମାତ୍ର ପ୍ରମୁଖ ଅର୍ଥନୀତି ଯାହା ଏକ ଦଶନ୍ଧି ମଧ୍ୟରେ ନିଜର ଜିଡିପିକୁ ଦ୍ବିଗୁଣିତ କରିଛି ଏବଂ ଆଜି ୧୦୦ରୁ ଅଧିକ ଦେଶ ବିଦେଶୀ ପ୍ରତ୍ୟକ୍ଷ ନିବେଶ ମାଧ୍ୟମରେ ଭାରତରେ ନିବେଶ କରୁଛନ୍ତି। ସେ କହିଥିଲେ ଯେ ଭାରତ ୨୦୧୪ ପୂର୍ବ ଦଶନ୍ଧି ତୁଳନାରେ ଅଢ଼େଇ ଗୁଣରୁ ଅଧିକ ବିଦେଶୀ ପ୍ରତ୍ୟକ୍ଷ ନିବେଶ ପାଇଛି ଏବଂ ଅଧିକ ବିଦେଶୀ ନିବେଶ ଭାରତର ଯୁବପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରେ।
 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଇଲେକ୍ଟ୍ରୋନିକ୍ସ, ଔଷଧ ଏବଂ ଟୀକା, ପ୍ରତିରକ୍ଷା ତଥା ଅଟୋମୋବାଇଲ୍ ଭଳି କ୍ଷେତ୍ରରେ ଉତ୍ପାଦନ ଓ ରପ୍ତାନିରେ ଅଭୂତପୂର୍ବ ଅଭିବୃଦ୍ଧି ସହିତ ଭାରତ ବିଶ୍ବର ଏକ ପ୍ରମୁଖ ଉତ୍ପାଦନ ଶକ୍ତି ଭାବରେ ଉଭା ହେଉଛି। ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୨୦୧୪ ପରଠାରୁ ଛଅ ଗୁଣ ବୃଦ୍ଧି ପାଇଛି ଓ ବର୍ତ୍ତମାନ ୧୧ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ସେହିପରି  ଇଲେକ୍ଟ୍ରୋନିକ୍ସ ରପ୍ତାନି ୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଆହୁରି ମଧ୍ୟ ଅଟୋ-ଶିଳ୍ପ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର ମଧ୍ୟରୁ ଗୋଟିଏ ହୋଇସାରିଛି, ୨୦୨୫ରେ ଦୁଇ ଚକିଆ ଯାନ ବିକ୍ରୟ ୨ କୋଟି ୟୁନିଟ୍ ଅତିକ୍ରମ କରିଛି। ଆୟକର ଛାଡ଼ ସୀମା ବୃଦ୍ଧି ଏବଂ ଜିଏସଟି ହ୍ରାସ ଯୋଗୁଁ ନାଗରିକଙ୍କ ବଢିଥିବା କ୍ରୟ ଶକ୍ତିକୁ ଏହା ଦର୍ଶାଉଛି। ଏସବୁ ଉଦାହରଣଗୁଡ଼ିକ ଦେଶରେ ବ୍ୟାପକ ନିଯୁକ୍ତି ସୃଷ୍ଟିକୁ ପ୍ରତିଫଳିତ କରେ ବୋଲି ସେ କହିଥିଲେ।
ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଏହି କାର୍ଯ୍ୟକ୍ରମରେ ୮,୦୦୦ ରୁ ଅଧିକ ଝିଅ ନିଯୁକ୍ତି ପତ୍ର ପାଇଛନ୍ତି । ଗତ ୧୧ବର୍ଷ ମଧ୍ୟରେ କାର୍ଯ୍ୟଶକ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ ପ୍ରାୟ ଦ୍ୱିଗୁଣିତ ହୋଇଛି। ମୁଦ୍ରା ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ଯୋଜନା ମହିଳାମାନଙ୍କୁ ଯଥେଷ୍ଟ ଲାଭ ଦେଇଛି, ମହିଳା ଆତ୍ମନିଯୁକ୍ତି ପ୍ରାୟ ୧୫ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଆଜି ବହୁ ସଂଖ୍ୟକ ମହିଳା ଷ୍ଟାର୍ଟଅପ୍ ସହିତ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ନିର୍ଦ୍ଦେଶକ ଏବଂ ପ୍ରତିଷ୍ଠାତା ଅଛନ୍ତି। ଆହୁରି ମଧ୍ୟ ଅନେକ ମହିଳା ଗାଁରେ ସମବାୟ ଏବଂ ସ୍ୱୟଂସହାୟକ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି। 
 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଭୟ ଜୀବନଯାପନ ଓ ବ୍ୟବସାୟକୁ ସରଳ କରିବା ଲକ୍ଷ୍ୟରେ ଭାରତ ଆଜି ଏକ ସଂସ୍କାର ଏକ୍ସପ୍ରେସରେ ବସିଛି। ପରବର୍ତ୍ତି ପିଢିର ଜିଏସଟି ସଂସ୍କାର  ଯୁବ ଶିଳ୍ପଦ୍ୟୋଗୀ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥାମାନଙ୍କୁ ଉପକୃତ କରିଛି। ସେହିପରି ଐତିହାସିକ ଶ୍ରମ ସଂସ୍କାର ଶ୍ରମିକ ଓ କର୍ମଚାରୀମାନଙ୍କ ସାମାଜିକ ସୁରକ୍ଷାକୁ ସୁଦୃଢ କରିବା ସହ ବ୍ୟବସାୟଗୁଡ଼ିକୁ ବି ଉପକୃତ କରିଛି। ସେ କହିଥିଲେ ଯେ, ନୂଆ ଶ୍ରମ ଆଇନ ସାମାଜିକ ସୁରକ୍ଷାରୁ ସଂପ୍ରସାରିତ ଓ ସଶକ୍ତ କରିଛି। 
ନବନିଯୁକ୍ତମାନଙ୍କୁ ସରକାରୀ କାର୍ଯ୍ୟାଳୟ ଏବଂ ପ୍ରକ୍ରିୟାକୁ ନେଇ ସେମାନଙ୍କର ଅତୀତର ଅଭିଜ୍ଞତା ମନେପକାଇବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ଏହା ସହ ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ନାଗରିକମାନେ ଯେପରି, ସେସବୁ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହା ନିଶ୍ଚିତ କରିବାକୁ ଆହ୍ବାନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ସରକାରଙ୍କ ଅଂଶ ଭାବରେ, ସେମାନଙ୍କୁ ଜନ କଲ୍ୟାଣକୁ ସର୍ବାଧିକ କରିବା ପାଇଁ ନିଜ ସ୍ତରରେ ଛୋଟ ଛୋଟ ଉନ୍ନତି କରିବାକୁ ପଡିବ। ସେ ଏହା ମଧ୍ୟ କହିଥିଲେ ଯେ, ନୀତିଗତ ସଂସ୍କାର ସହିତ, ସ୍ବଚ୍ଛ ଜୀବନଯାପନ ଏବଂ ବ୍ୟବସାୟ କରିବାର ସହଜତାକୁ ସରକାରୀ କର୍ମଚାରୀମାନଙ୍କ ସଚୋଟତା ସୁଦୃଢ଼ କରେ। ଶ୍ରୀ ମୋଦୀ ସେମାନଙ୍କୁ ମନେ ପକାଇଥିଲେ ଯେ, ଆଜିକାଲି ପ୍ରଯୁକ୍ତିରେ ଦ୍ରୁତ ପରିବର୍ତ୍ତନ ହେଉଛି ଓ ତାହା ସହିତ ଦେଶର ଆବଶ୍ୟକତା ଏବଂ ପ୍ରାଥମିକତା ମଧ୍ୟ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ତେଣୁ, ସେମାନଙ୍କୁ ନିରନ୍ତର ନିଜକୁ ଅପଡେଟ୍ କରିବାକୁ ପଡିବ। ସେ ସେମାନଙ୍କୁ ଆଇ-ଗଟ୍ କର୍ମଯୋଗୀ ଭଳି ପ୍ଲାଟଫର୍ମର ପୂର୍ଣ୍ଣ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ, ଯାହା ପୂର୍ବରୁ ପ୍ରାୟ ୧.୫ କୋଟି ସରକାରୀ କର୍ମଚାରୀଙ୍କୁ ସଶକ୍ତ କରିଛି। ତାଙ୍କ ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କୁ "ନାଗରିକ ଦେବୋ ଭବ" ଭାବନା ସହ କାମ କରିବାକୁ ଆହ୍ୱାନ କରିଥିଲେ ଓ ପୁଣି ଥରେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।


ପୃଷ୍ଠଭୂମି
ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ରହିଆସିଛି। ଏହି ସଂକଳ୍ପକୁ ସାକାର କରିବା ପାଇଁ ରୋଜଗାର ମେଳା ଏକ ପ୍ରମୁଖ ପଦକ୍ଷେପ। ଏହାର ସ୍ଥାପନା ପରଠାରୁ, ସାରା ଦେଶରେ ଅନୁଷ୍ଠିତ ରୋଜଗାର ମେଳା ମାଧ୍ୟମରେ ୧୧ ଲକ୍ଷରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।
୧୮ତମ ରୋଜଗାର ମେଳା ଦେଶର ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା। ସାରା ଭାରତରୁ ମନୋନୀତ ପ୍ରାର୍ଥୀମାନେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୋଗଦେବେ, ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଇତ୍ୟାଦି। 
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Chronic therapies power 11% growth in Indian pharma market in May

Media Coverage

Chronic therapies power 11% growth in Indian pharma market in May
NM on the go

Nm on the go

Always be the first to hear from the PM. Get the App Now!
...
Visit of Prime Minister to France and Slovakia (June 13-18, 2026)
June 09, 2026

At the invitation of the President of France, H.E. Mr. Emmanuel Macron, Prime Minister Shri Narendra Modi will be undertaking an official visit to France from 13 - 14 June 2026 (Nice), and 16 – 19 June, 2026 (Evian and Paris), as also to Slovakia from 14 – 16 June, 2026. In the first leg of the visit, Prime Minister will visit Nice for a bilateral meeting with President Macron on 14 June. Both leaders will review the full spectrum of the India-France bilateral relationship, which was elevated to the level of a Special Global Strategic Partnership earlier this year. In Nice, both leaders will also jointly inaugurate the 'Bharat Innovates' event, which will bring together top innovation startups and Venture Capital funds from India, France, and other countries. Being held during the India-France Year of Innovation, this signature event reinforces the vibrant innovation partnership that exists between the two countries.

On the second leg of his visit, at the invitation of the Prime Minister of the Slovak Republic, H.E. Mr. Robert Fico, Prime Minister Shri Narendra Modi will pay a State Visit to the Slovak Republic from 14 – 16 June 2026. This will be the first-ever visit by an Indian Prime Minister to Slovakia since its independence in 1993. The visit follows Hon’ble Rashtrapatiji’s State Visit to Slovakia in April 2025 and Slovak President H.E. Mr. Peter Pellegrini’s visit to India for the AI Impact Summit in February 2026. Prime Minister will hold talks with Prime Minister Fico, and explore new avenues of cooperation. Prime Minister will also meet President Pellegrini. The visit will reaffirm India's commitment towards strengthening its bilateral relationship with Slovakia in various sectors, including trade, investment, and automobile and railway manufacturing.

On the third leg of the visit, Prime Minister will participate in the G7 Summit in Evian, France, on 16 - 17 June 2026. During the Summit, he will exchange views with G7 leaders, and those from invited partner countries and International Organizations, participating in the summit sessions on - Forging New Partnerships and Rebuilding International Solidarity; Reviving Balanced, Shared and Sustainable Economic Growth for all; and Ensuring a Safe, Rapid and Efficient Rollout of AI. On the sidelines of the summit, Prime Minister will also hold bilateral meetings with several world leaders.

On the final leg of the visit, Prime Minister will visit Paris on 18 June 2026 for further bilateral engagements, and to attend the VivaTech Summit, Europe's largest technology and startup event. Prime Minister is also expected to address the members of the Indian community in Paris.

Prime Minister’s upcoming visit to Europe will further deepen India’s partnership with France, Slovakia, and the G7. Prime Minister’s presence at the G7 reflects India’s standing as a leading voice of the Global South and a key partner in addressing global challenges. Prime Minister's participation in both Bharat Innovates and the Vivatech Summit will spotlight India as a global hub for innovation, digital transformation and entrepreneurship, and is expected to catalyse new partnerships between Indian, French and European technology ecosystems. The visit will also reaffirm India's commitment towards advancing its broader strategic partnership with the European Union.