୭ ଟି କମ୍ପାନୀର ସୃଷ୍ଟି ଡକ୍ଟର କାଲାମଙ୍କ ଶକ୍ତିଶାଳୀ ଭାରତର ସ୍ପପ୍ନକୁ ଶକ୍ତି ଦେବ ବୋଲି ସେ କହିଛନ୍ତି
ଏହି ୭ ଟି ନୂତନ କମ୍ପାନୀ ଦେଶର ସାମରିକ ଶକ୍ତି ପାଇଁ ଏକ ଦୃଢ ଆଧାର ଗଠନ କରିବେ ବୋଲି ସେ କହିଛନ୍ତି
୬୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବରାଦ ମିଳିବା ଏହି କମ୍ପାନୀଗୁଡିକରେ ଦେଶର ବଢୁଥିବା ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି
ଆଜି ପ୍ରତିରକ୍ଷା କ୍ଷେତ୍ର ଅଦ୍ଭୂତପୂର୍ବ ପାରଦର୍ଶିତା, ବିଶ୍ୱାସ ଏବଂ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଆଭିମୁଖ୍ୟର ସାକ୍ଷୀ ହୋଇଛି
ଗତ ପାଞ୍ଚ ବର୍ଷ ମଧ୍ୟରେ ଆମର ପ୍ରତିରକ୍ଷା ରପ୍ତାନି ୩୨୫ ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି
ପ୍ରତିଯୋଗିତାମୂଳକ ମୂଲ୍ୟ ଆମର ଶକ୍ତି ହୋଇଥିବାବେଳେ ଗୁଣବତ୍ତା ଏବଂ ବିଶ୍ୱସନୀୟତା ଆମର ପରିଚୟ ହେବା ଉଚିତ ବୋଲି ସେ କହିଛନ୍ତି

ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ସାତଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶକୁ ଉତ୍ସର୍ଗ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ଅଭିଭାଷଣ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରକ୍ଷା ମନ୍ତ୍ରୀ ଶ୍ରୀ ରାଜ ନାଥ ସିଂହ ଏବଂ ରକ୍ଷା ରାଜ୍ୟ ମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟ ଅନ୍ୟମାନଙ୍କ ସହିତ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆଜି ବିଜୟାଦଶମୀର ଶୁଭ ଉତ୍ସବ ତଥା ଏହି ଦିନ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପୂଜା କରିବାର ପରମ୍ପରାକୁ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଭାରତରେ ଆମେ ଶକ୍ତିକୁ ସୃଷ୍ଟିର ମାଧ୍ୟମ ଭାବରେ ଦେଖୁ । ସେ କହିଛନ୍ତି ଯେ ସମାନ ଆବେଗ ସହିତ ରାଷ୍ଟ୍ର ଶକ୍ତିଶାଳୀ ଦିଗରେ ଗତି କରୁଛି ।

ସେ ଡଃ. ଏପିଜେ ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଡଃ. କଲାମ ନିଜ ଜୀବନକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବା କହିଥିଲେ ଏବଂ ଯୁଦ୍ଧାସ୍ତ୍ର କାରଖାନାର ପୁନଃ ର୍ନିମାଣ ଏବଂ ୭ ଟି କମ୍ପାନୀ ଗଠନ ତାଙ୍କ ସୁଦୃଢ ଭାରତର ସ୍ୱପ୍ନକୁ ଶକ୍ତି ଦେବ । ନୂତନ ପ୍ରତିରକ୍ଷା କମ୍ପାନୀଗୁଡିକ ବିଭିନ୍ନ ସଂକଳ୍ପଗୁଡିକର ଏକ ଅଂଶ ଯାହାକି ଭାରତର ସ୍ୱାଧୀନତାର ଏହି ଅମୃତ କାଳ ସମୟରେ ଦେଶ ପାଇଁ ଏକ ନୂତନ ଭବିଷ୍ୟତ ଗଢିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି କମ୍ପାନୀଗୁଡିକ ସୃଷ୍ଟି କରିବାର ନିଷ୍ପତ୍ତି ଦୀର୍ଘ ଦିନ ଧରି ଅଟକି ରହିଥିଲା ଏବଂ ଏହି ୭ ଟି ନୂତନ କମ୍ପାନୀ ଭବିଷ୍ୟତରେ ଦେଶର ସାମରିକ ଶକ୍ତି ପାଇଁ ଏକ ଦୃଢ ଆଧାର ସୃଷ୍ଟି କରିବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ । ଭାରତୀୟ ଯୁଦ୍ଧାସ୍ତ୍ର କାରଖାନାର ଗୌରବମୟ ଅତୀତକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହି କମ୍ପାନୀଗୁଡିକର ନବୀକରଣକୁ ଅଣଦେଖା କରାଯାଇଥିଲା, ଯାହା ଦ୍ୱାରା ଅସ୍ତ୍ରଶସ୍ତ୍ର ଆବଶ୍ୟକତା ପାଇଁ ବିଦେଶୀ ଯୋଗାଣକାରୀଙ୍କ ଉପରେ ଦେଶର ର୍ନିଭରଶୀଳତା ଦେଖାଦେଇଥିଲା । ଏହି ପରିସ୍ଥିତିକୁ ପରିବର୍ତ୍ତନ କରିବାରେ ଏହି ୭ ପ୍ରତିରକ୍ଷା କମ୍ପାନୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଏହି ନୂତନ କମ୍ପାନୀଗୁଡ଼ିକ ଆତ୍ମ ନିର୍ଭର ଭାରତ ଲକ୍ଷ୍ୟ ସହିତ ଆମଦାନୀ ବଦଳାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ୬୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଖରିଦ ପାଇଁ ବରାଦ ପାଇବା ଏହି କମ୍ପାନୀଗୁଡିକରେ ଦେଶର ବଢୁଥିବା ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି ।

ନିକଟ ଅତୀତରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ସଂସ୍କାରକୁ ସେ ମନେ ପକାଇ ଦେଇଛନ୍ତି ଯାହା ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱାସ, ସ୍ୱଚ୍ଛତା ଏବଂ ପ୍ରଯୁକ୍ତିବିଦ୍ୟା ଚାଳିତ ଆଭିମୁଖ୍ୟ ସୃଷ୍ଟି କରିଛି । ଜାତୀୟ ସୁରକ୍ଷା ମିଶନରେ ଆଜି ବେସରକାରୀ ଏବଂ ସରକାରୀ କ୍ଷେତ୍ର ହାତ ମିଳାଉଛନ୍ତି ବୋଲି ସେ କହିଛନ୍ତି । ସେ ଉତ୍ତରପ୍ରଦେଶ ଏବଂ ତାମିଲନାଡୁ ପ୍ରତିରକ୍ଷା କରିଡରକୁ ନୂତନ ଆଭିମୁଖ୍ୟର ଉଦାହରଣ ଦେଇଛନ୍ତି । ଯୁବପିଢୀ ଓ ଏମଏସ୍‍ଏମଇ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଥିବାବେଳେ ବିଗତ ବର୍ଷଗୁଡିକରେ ନୀତି ପରିବର୍ତ୍ତନର ଫଳାଫଳକୁ ଦେଶ ଦେଖୁଥିବାର ସେ ଦର୍ଶାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଆମର ପ୍ରତିରକ୍ଷା ରପ୍ତାନି ୩୨୫ ପ୍ରତିଶତ ବୃଦ୍ଧି ପାଇଛି ।

ସେ କହିଛନ୍ତି ଯେ ଏହା ଆମର ଲକ୍ଷ୍ୟ ଯେ ଆମର କମ୍ପାନୀଗୁଡିକ କେବଳ ସେମାନଙ୍କ ଉତ୍ପାଦରେ ପାରଦର୍ଶୀତା ପ୍ରତିଷ୍ଠା କରନ୍ତି ନାହିଁ ବରଂ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ ହୁଅନ୍ତି । ସେ ଅନୁରୋଧ କରିଛନ୍ତି ଯେ ପ୍ରତିଯୋଗିତାମୂଳକ ମୂଲ୍ୟ ଆମର ଶକ୍ତି, ଗୁଣବତ୍ତା ଏବଂ ବିଶ୍ୱସନୀୟତା ଏବଂ ଆମର ପରିଚୟ ହେବା ଉଚିଚ ।  ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଯେକୌଣସି ରାଷ୍ଟ୍ର କିମ୍ବା କୌଣସି କମ୍ପାନୀର ଅଭିବୃଦ୍ଧି ଏବଂ ବ୍ରାଣ୍ଡ ମୂଲ୍ୟ ଏହାର ଆରଆଣ୍ଡଡି ଏବଂ ନୂତନତ୍ୱ ଦ୍ୱାରା ର୍ନିଣ୍ଣୟ କରାଯାଏ । ସେ ନୂତନ କମ୍ପାନୀଗୁଡିକୁ ନିବେଦନ କରିଛନ୍ତି ଯେ ଗବେଷଣା ଏବଂ ନବସୃଜନ ସେମାନଙ୍କ କାର୍ଯ୍ୟ ସଂସ୍କୃତିର ଏକ ଅଂଶ ହେବା ଉଚିତ, ଯାହା ଦ୍ୱାରା ସେମାନେ କେବଳ ଏହାକୁ ଧରିବେ ନାହିଁ ବରଂ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାରେ ନେତୃତ୍ୱ ନେବେ । ଏହି ପୁନଃ ର୍ନିମାଣ ନୂତନ କମ୍ପାନୀଗୁଡିକୁ ନୂତନତ୍ୱ ଏବଂ ପାରଦର୍ଶୀତା ପାଇଁ ଅଧିକ ସ୍ୱାଧୀନତା ପ୍ରଦାନ କରିବ ଏବଂ ନୂତନ କମ୍ପାନୀଗୁଡିକ ଏହିପରି ପ୍ରତିଭାକୁ ଉତ୍ସାହିତ କରିବା ଉଚିତ ବୋଲି ସେ କହିଛନ୍ତି । ପରସ୍ପରର ଗବେଷଣା ଏବଂ ପାରଦର୍ଶିତାକୁ ଏହି କମ୍ପାନୀଗୁଡିକ ମାଧ୍ୟମରେ ଏହି ନୂତନ ଯାତ୍ରାର ଏକ ଅଂଶ ହେବାକୁ ସେ ଷ୍ଟାର୍ଟ ଅପ୍ ମାନଙ୍କୁ ଅନୁରୋଧ କରିଥିଲେ ।

ସେ କହିଛନ୍ତି ଯେ ସରକାର ଏହି ନୂତନ କମ୍ପାନୀଗୁଡ଼ିକୁ କେବଳ ଏକ ଉତ୍ତମ ଉତ୍ପାଦନ ପରିବେଶ ନୁହେଁ ବରଂ ସଂପୂର୍ଣ୍ଣ କାର୍ଯ୍ୟ ସ୍ୱାଧୀନତା ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ କର୍ମଚାରୀଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣରୂପେ ସୁରକ୍ଷିତ ରଖିବାକୁ ସରକାର ନିଶ୍ଚିତ କରିଛନ୍ତି ।

ଉନ୍ନତ କାର୍ଯ୍ୟ ସ୍ୱାଧୀନତା, ଦକ୍ଷତାବୃଦ୍ଧି, ନୂତନ ଅଭିବୃଦ୍ଧି ସମ୍ଭାବନା ଏବଂ ଉଦ୍ଭାବନକୁ ଉନ୍ମୁକ୍ତ କିରବାକୁ ଯୁଦ୍ଧାସ୍ତ୍ର କାରଖାନା ବୋର୍ଡକୁ ଏକ ସରକାରୀ ବିଭାଗରୁ ସାତଟି ୧୦୦% ସରକାରୀ ମାଲିକାନା କର୍ପୋରେଟ୍ ସଂସ୍ଥାରେ ପରିଣତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତଦନୁଯାୟୀ ୭ଟି କମ୍ପାନୀ ଗଠନ ହୋଇଛି ଏବଂ ଏହି କମ୍ପାନୀଗୁଡ଼ିକ ହେଉଛି: ମୁନିସନ୍ ଇଣ୍ଡିଆ ଲିମିଟେଡ୍ (ଏମ୍‍ଆଇଏଲ); ଆରମୋର୍ଡ ଭେଇକିଲ୍‍ ନିଗମ ଲିମିଟେଡ୍ (ଏଭିଏଏନ୍‍ଆଇ); ଆଡଭାନ୍ସ ଉଇପନ ଆଣ୍ଡ ଇକ୍ୟୁପମେଣ୍ଟ ଇଣ୍ଡିଆ ଲିମିଟେଡ୍ (ଏଡବ୍ଲ୍ୟୁଇ ଇଣ୍ଡିଆ); ଟ୍ରୁପ୍ କମ୍ଫଟ୍‍ସ ଲିମିଟେଡ୍ (ଟିସିଏଲ); ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ (ୱାଇଆଇଏଲ୍‍); ଇଣ୍ଡିଆ ଅପ୍ଟେଲ ଲିମିଟେଡ୍ (ଆଇଓଏଲ୍‍) ଏବଂ ଗ୍ଲାଇଡର୍ସ ଇଣ୍ଡିଆ ଲିମିଟେଡ୍ (ଜିଆଇଏଲ୍‍) ।

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore

Media Coverage

Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived