୭ ଟି କମ୍ପାନୀର ସୃଷ୍ଟି ଡକ୍ଟର କାଲାମଙ୍କ ଶକ୍ତିଶାଳୀ ଭାରତର ସ୍ପପ୍ନକୁ ଶକ୍ତି ଦେବ ବୋଲି ସେ କହିଛନ୍ତି
ଏହି ୭ ଟି ନୂତନ କମ୍ପାନୀ ଦେଶର ସାମରିକ ଶକ୍ତି ପାଇଁ ଏକ ଦୃଢ ଆଧାର ଗଠନ କରିବେ ବୋଲି ସେ କହିଛନ୍ତି
୬୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବରାଦ ମିଳିବା ଏହି କମ୍ପାନୀଗୁଡିକରେ ଦେଶର ବଢୁଥିବା ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି
ଆଜି ପ୍ରତିରକ୍ଷା କ୍ଷେତ୍ର ଅଦ୍ଭୂତପୂର୍ବ ପାରଦର୍ଶିତା, ବିଶ୍ୱାସ ଏବଂ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଆଭିମୁଖ୍ୟର ସାକ୍ଷୀ ହୋଇଛି
ଗତ ପାଞ୍ଚ ବର୍ଷ ମଧ୍ୟରେ ଆମର ପ୍ରତିରକ୍ଷା ରପ୍ତାନି ୩୨୫ ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି
ପ୍ରତିଯୋଗିତାମୂଳକ ମୂଲ୍ୟ ଆମର ଶକ୍ତି ହୋଇଥିବାବେଳେ ଗୁଣବତ୍ତା ଏବଂ ବିଶ୍ୱସନୀୟତା ଆମର ପରିଚୟ ହେବା ଉଚିତ ବୋଲି ସେ କହିଛନ୍ତି

ନମମସ୍କାର!

ଦେଶର ସୁରକ୍ଷା ସହିତ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଆମ ସହିତ ସାମିଲ ହୋଇଥିବା ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମାନ ରାଜନାଥ ସିଂହ ମହାଶୟ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀମାନ ଅଜୟ ଭଟ୍ଟ ମହାଶୟ, ପ୍ରତିରକ୍ଷା ମନ୍ତ୍ରଣାଳୟର ସମସ୍ତ ଅଧିକାରୀଗଣ, ଏବଂ ସାରା ଦେଶରୁ ସାମିଲ ହୋଇଥିବା ସମସ୍ତ ସାଥୀଗଣ!

ଏବେ ଦୁଇ ଦିନ ପୂର୍ବରୁ ହିଁ ନବରାତ୍ରୀ ପର୍ବ ଅବସରରେ ଅଷ୍ଟମୀ ଦିନ ମୋତେ ଦେଶକୁ ଏକ ବହୁତ ବ୍ୟାପକ ଯୋଜନାକୁ ନେଇ ଗତିଶକ୍ତି ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିବାର ଅବସର ମିଳିଲା ଆଉ ଆଜି ବିଜୟାଦଶମୀର ପବିତ୍ର ପର୍ବରେ ଦେଶକୁ ସଶକ୍ତ କରିବା ପାଇଁ, ରାଷ୍ଟ୍ରକୁ ଅଜେୟ କରିବା ପାଇଁ ଯେଉଁ ଲୋକ ଦିନ-ରାତି  ନିୟୋଜିତ କରିଛନ୍ତି, ସେମାନଙ୍କ ସାମର୍ଥ୍ୟରେ ଆହୁରି ଅଧିକ ଆଧୁନିକତା ଆଣିବା ପାଇଁ ଏକ ନୂତନ ଦିଗରେ ଅଗ୍ରସର ହେବାର ସୁଯୋଗ ଆଉ ତାହା ମଧ୍ୟ ବିଜୟାଦଶମୀର ପବିତ୍ର ପର୍ବରେ, ଏହା ନିଜକୁ ନିଜ ମଧ୍ୟରେ ହିଁ ଶୁଭ ସଙ୍କେତ ନେଇ କରି ଆସିଛି। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଭାରତର ମହାନ ପରମ୍ପରା ସହିତ ଶସ୍ତ୍ର ପୂଜନ ସହିତ କରାଯାଇଛି। ଆମେ ଶକ୍ତିକୁ ସୃଜନର ମାଧ୍ୟମ ଭାବେ ଗ୍ରହଣ କରିଥାଉ। ଏହି ଭାବନାର ସହିତ, ଆଜି ଦେଶ ନିଜର ସାମର୍ଥ୍ୟକୁ ବୃଦ୍ଧି କରୁଛି, ଆଉ ଆପଣ ସମସ୍ତେ ହେଉଛନ୍ତି ଦେଶର ଏହି ସଂକଳ୍ପର ସାରଥୀ । ମୁଁ ଆପଣ ସମସ୍ତଙ୍କୁ, ଏବଂ ସମଗ୍ର ଦେଶକୁ ଏହି ଅବସରରେ ପୁଣିଥରେ ବିଜୟା ଦଶମୀର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।

ସାଥୀଗଣ,

ଆଜି ହିଁ ହେଉଛି ପୂର୍ବତନ ରାଷ୍ଟ୍ରପତି, ଭାରତରତ୍ନ, ଡକ୍ଟର ଏ.ପି.ଜେ. ଅବଦୁଲ କଲାମ ମହାଶୟଙ୍କର ଜୟନ୍ତୀ। କଲାମ ସାହାବ ଯେଉଁଭଳି ଭାବେ ନିଜ ଜୀବନକୁ ଶକ୍ତିଶାଳୀ ଭାରତର ନିର୍ମାଣ ପାଇଁ ସମର୍ପିତ କରିଥିଲେ, ଏହା ଆମ ସମସ୍ତଙ୍କ ପାଇଁ ହେଉଛି ପ୍ରେରଣାଦାୟୀ। ପ୍ରତିରକ୍ଷା କ୍ଷେତ୍ରରେ ଆଜି ଯେଉଁ 7ଟି ନୂତନ କମ୍ପାନୀ କାର୍ଯ୍ୟକ୍ଷମ ହେବାକୁ ଯାଉଛନ୍ତି, ସେହି ସାମର୍ଥ୍ୟ ରାଷ୍ଟ୍ରକୁ ଅନେକ ସଂକଳ୍ପ ଏବଂ ଦୃଢ଼ତା ପ୍ରଦାନ କରିବ।

ସାଥୀଗଣ,

ଚଳିତ ବର୍ଷ ଭାରତ ନିଜ ସ୍ୱାଧୀନତାର 75 ବର୍ଷରେ ପ୍ରବେଶ କରିଛି। ସ୍ୱାଧୀନତାର ଏହି ଅମୃତ କାଳରେ ଦେଶ ଏକ ନୂତନ ଭବିଷ୍ୟତର ନିର୍ମାଣ ପାଇଁ ନୂତନ ସଂକଳ୍ପ ନେଉଛି। ଆଉ ଯେଉଁ କାର୍ଯ୍ୟ ଦଶକ- ଦଶକ ଧରି ଅଟକି ରହିଥିଲା, ତାହାକୁ ମଧ୍ୟ ପୂରଣ କରୁଛି। 41ଟି ଗୋଳାବାରୁଦ କାରଖାନା (ଅର୍ଡିନାନ୍ସ ଫ୍ୟାକ୍ଟ୍ରି)କୁ ନୂତନ ସ୍ୱରୂପ କରାଯିବାର ନିଷ୍ପତି, 7ଟି ନୂତନ କମ୍ପାନୀର ଶୁଭାରମ୍ଭ, ଦେଶର ଏହି ସଂକଳ୍ପ ଯାତ୍ରାର ହେଉଛି ଅଂଶ। ଏହି ନିଷ୍ପତି ବିଗତ 15-20 ବର୍ଷ ଧରି ଅଟକି ରହିଥିଲା । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଏହି ସମସ୍ତ ସାତୋଟି ଯାକ କମ୍ପାନୀ ଆଗାମୀ ସମୟରେ ଭାରତର ସୈନ୍ୟ ଶକ୍ତିର ଏକ ବହୁତ ବଡ଼ ଆଧାର ପାଲଟିବ।

ସାଥୀଗଣ,

ଆମର ଗୋଳାବାରୁଦ କାରଖାନାଗୁଡ଼ିକୁ କେବେ ବିଶ୍ୱର ଶକ୍ତିଶାଳୀ ସଂସ୍ଥା ଭାବେ ଗଣନା କରାଯାଉଥିଲା। ଏହି କମ୍ପାନୀଗୁଡ଼ିକ ପାଖରେ ଶହେ- ଦେଢ଼ଶହ ବର୍ଷରୁ ଅଧିକ ଅନୁଭବ ରହିଛି। ବିଶ୍ୱଯୁଦ୍ଧ ସମୟରେ ଭାରତର ଗୋଳାବାରୁଦ କାରଖାନାର ଶକ୍ତି ଓ ପ୍ରଦର୍ଶନ ବିଶ୍ୱ ଦେଖିଛି। ଆମ ପାଖରେ ଉନ୍ନତ ସଂସାଧନ ସବୁ ଥିଲା, ବିଶ୍ୱସ୍ତରୀୟ ଦକ୍ଷତା ଥିଲା। ସ୍ୱାଧୀନତା ପରେ ଏହି କମ୍ପାନୀଗୁଡ଼ିକୁ ଉନ୍ନତ କରିବାର ଆବଶ୍ୟକତା ଥିଲା, ନୂତନ ଟେକ୍ନୋଲୋଜିକୁ ଗ୍ରହଣ କରିବାର ଥିଲା! କିନ୍ତୁ ଏହା ଉପରେ ଅଧିକ ଧ୍ୟାନ ଦିଆଗଲା ନାହିଁ। ସମୟ ସହିତ, ଭାରତ ନିଜର ସାମରିକ ଆବଶ୍ୟକତା ପାଇଁ ବିଦେଶ ଉପରେ ନିର୍ଭର କରି ଚାଲିଲା। ଏହି ସ୍ଥିତିରେ ପରିବର୍ତନ ଆଣିବା ପାଇଁ 7ଟି ନୂତନ ପ୍ରତିରକ୍ଷା କମ୍ପାନୀ ବହୁତ ବଡ଼ ଭୂମିକା ତୁଲାଇବ ।

ସାଥୀଗଣ,

ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଦେଶର ଲକ୍ଷ୍ୟ ହେଉଛି ଭାରତକୁ ନିଜ ଶକ୍ତି ଅନୁସାରେ ଭାରତୀୟ ସୈନ୍ୟକୁ ବିଶ୍ୱର ବଡ଼ ଶକ୍ତି ଭାବେ ଗଢ଼ି ତୋଳିବା, ଭାରତରେ ଆଧୁନିକ ପ୍ରତିରକ୍ଷା ଶିଳ୍ପର ବିକାଶ ହେଉ। ବିଗତ ସାତ ବର୍ଷରେ ଦେଶ ‘ମେକ ଇନ ଇଣ୍ଡିଆ’ର ମନ୍ତ୍ର ସହିତ ନିଜର ଏହି ସଂକଳ୍ପକୁ ଆଗକୁ ବଢ଼ାଇବାର କାର୍ଯ୍ୟ କରିଛି। ଆଜି ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଯେତିକି ପାରଦର୍ଶିତା ଆସିଛି, ବିଶ୍ୱାସ ଆସିଛି ଏବଂ ଟେକ୍ନୋଲୋଜି ପରିଚାଳିତ ଅଭିବ୍ୟକ୍ତି ଆସିଛି, ଏହା ପୂର୍ବରୁ କେବେ ନ ଥିଲା। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆମର ପ୍ରତିରକ୍ଷା କ୍ଷେତ୍ରରେ ଏତେ ବଡ଼ ସଂସ୍କାର ହେବାକୁ ଯାଉଛି, ଅଟକାଇ ରଖିବା, ଝୁଲାଇ ରଖିବା ଭଳି ନୀତି ବଦଳରେ ଏକକ ବାତାୟାନ ବା ସିଙ୍ଗଲ ୱିଣ୍ଡୋର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଆମର ଉଦ୍ୟୋଗର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଆମର ନିଜସ୍ୱ ଭାରତୀୟ କମ୍ପାନୀ ପ୍ରତିରକ୍ଷା ଉଦ୍ୟୋଗରେ ମଧ୍ୟ ନିଜ ପାଇଁ ସମ୍ଭାବନା ଖୋଜିବା ଆରମ୍ଭ କରିଛନ୍ତି, ଆଉ ଏବେ ଘରୋଇ କ୍ଷେତ୍ର ଏବଂ ସରକାର, ଏକାଠି ମିଳିମିଶି ରାଷ୍ଟ୍ରର ସୁରକ୍ଷା ମିଶନରେ ଆଗକୁ ବଢ଼ୁଛନ୍ତି।

ୟୁପି ଏବଂ ତମିଲନାଡ଼ୁରେ ପ୍ରତିରକ୍ଷା କରିଡରର ଉଦାହରଣ ଆମ ସାମ୍ନାରେ ରହିଛି। ଏତେ କମ ସମୟରେ ବଡ଼- ବଡ଼ କମ୍ପାନୀଗୁଡ଼ିକ ‘ମେକ ଇନ ଇଣ୍ଡିଆ’ରେ ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ଏହାଦ୍ୱାରା ଦେଶରେ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ମଧ୍ୟ ପ୍ରସ୍ତୁତ ହେଉଛି, ଆଉ ଯୋଗାଣ ଶୃଙ୍ଖଳ ରୂପରେ ଅନେକ ଏମଏସଏମଇଗୁଡ଼ିକ ପାଇଁ ମଧ୍ୟ ନୂତନ ସମ୍ଭାବନା ସୃଷ୍ଟି ହେଉଛି। ଦେଶରେ ଯେଉଁ ନୀତିଗତ ପରିବର୍ତନ କରାଯାଉଛି, ତାହାର ପରିଣାମ ସ୍ୱରୂପ ଏହା ହେଉଛି ଯେ ବିଗତ 5 ବର୍ଷରେ ଆମର ପ୍ରତିରକ୍ଷା ରପ୍ତାନୀ ତିନି ଶହ ପଚିଶ ପ୍ରତିଶତରୁ ମଧ୍ୟ ଅଧିକ ବୃଦ୍ଧି ପାଇଛି।

ସାଥୀଗଣ,

କିଛି ସମୟ ପୂର୍ବେ ହିଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଭଳି 100ରୁ ଅଧିକ ସାମରିକ ଉପକରଣର ସୂଚୀ ଜାରି କରିଥିଲା, ଯାହାକୁ ଏବେ ଆଉ ବାହାରୁ ଆମଦାନୀ କରାଯିବ ନାହିଁ। ଏହି ନୂତନ କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ଦେଶ ଏବେଠାରୁ ହିଁ 65 ହଜାର କୋଟି ଟଙ୍କାର ଉପକରଣ କିଣିବା ପାଇଁ ବରାଦ କରିଛି। ଏହା ଆମ ପ୍ରତିରକ୍ଷା ଉଦ୍ୟୋଗ ଉପରେ ଦେଶର ବିଶ୍ୱାସକୁ ପ୍ରତିପାଦିତ କରୁଛି। ବୃଦ୍ଧି ପାଉଥିବା ବିକାଶ ଦୃଷ୍ଟିଗୋଚର ହେଉଛି। ଗୋଟିଏ କମ୍ପାନୀ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକର ଆବଶ୍ୟକତାକୁ ପୂରଣ କରିବ, ସେତେବେଳେ ଅନ୍ୟ କମ୍ପାନୀ ସେନା ପାଇଁ ଯାନବାହାନ ଉତ୍ପାଦନ କରିବ। ଏହିଭଳି, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସରଞ୍ଜାମ ହେଉ, ସେନାବାହିନୀର ଆରାମଦାୟକ ସାମଗ୍ରୀ ହେଉ, ଅପଟିକାଲ ଇଲେକ୍ଟ୍ରୋନିକ୍ସ ହେଉ, ଅବା ପୁଣି ପାରାଚ୍ୟୁଟ ହେଉ- ଆମର ଲକ୍ଷ୍ୟ ହେଉଛି ଭାରତର ହିଁ କମ୍ପାନୀ ନା କେବଳ ଏହି କ୍ଷେତ୍ରରେ ଦକ୍ଷତା ହାସଲ କରୁ, ବରଂ ବିଶ୍ୱର ଏକ ବ୍ରାଣ୍ଡ ହେଉ। ପ୍ରତିଦ୍ୱନ୍ଦିତାମୂଳକ ଦର ହେଉଛି ଆମର ଶକ୍ତି, ଗୁଣାତ୍ମକ ଏବଂ ବିଶ୍ୱସନୀୟତା ଆମର ପରିଚୟ ହେବା ଦରକାର।

ସାଥୀଗଣ,

ମୋର ବିଶ୍ୱାସ ରହିଛି ଯେ ଏହି ନୂତନ ବ୍ୟବସ୍ଥା ଦ୍ୱାରା, ଆମର ଏଠାରେ ଗୋଳାବାରୁଦ କାରଖାନାରେ ଯେଉଁ ପ୍ରତିଭା ଅଛନ୍ତି, ଯାହା କିଛି ନୂଆ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ନିଜ ପ୍ରତିଭା ଦେଖାଇବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳିବ। ଯେତେବେଳେ ଏହି ପ୍ରକାରର ବିଶେଷଜ୍ଞମାନଙ୍କୁ ନବସୃଜନର ସୁଯୋଗ ମିଳିଥାଏ, କିଛି କରି ଦେଖାଇବାର ସୁଯୋଗ ମିଳିଥାଏ, ସେତେବେଳେ ବହୁତ ଚମତ୍କାର କରି ଦେଖାଇ ଥାଆନ୍ତି । ଆପଣ ନିଜର ବିଶେଷଜ୍ଞମାନଙ୍କ ଦ୍ୱାରା, ଯେଉଁ ଉତ୍ପାଦ ପ୍ରସ୍ତୁତ କରି ଦେଖାଇବେ, ତାହା ଭାରତର ପ୍ରତିରକ୍ଷା କ୍ଷେତ୍ରର କ୍ଷମତା ବୃଦ୍ଧି କରିବ, ଏହା ସହିତ ସ୍ୱାଧୀନତା ପରେ ଯେଉଁ ଏକ ବ୍ୟବଧାନ ସୃଷ୍ଟି ହୋଇଥିଲା, ତାହା ମଧ୍ୟ ଦୂର ହୋଇ ପାରିବ ।

ସାଥୀଗଣ,

ଏକବିଂଶ ଶତାବ୍ଦୀରେ କୌଣସି ମଧ୍ୟ ଦେଶ ହେଉ ଅବା କୌଣସି ମଧ୍ୟ କମ୍ପାନୀ, ତାହାର ଅଭିବୃଦ୍ଧି ଏବଂ ବ୍ରାଣ୍ଡମୂଲ୍ୟ ତାହାର ଗବେଷଣା ଏବଂ ନବସୃଜନ ଦ୍ୱାରା ସୃଷ୍ଟି ହୋଇଥାଏ। ସଫ୍ଟଓୟାରରୁ ନେଇ ମହାକାଶ କ୍ଷେତ୍ର ପର୍ଯ୍ୟନ୍ତ, ଭାରତର ଅଭିବୃଦ୍ଧି, ଭାରତର ନୂତନ ପରିଚୟ ହେଉଛି ଏହାର ସବୁଠାରୁ ବଡ଼ ଉଦାହରଣ। ଏଥିପାଇଁ, ମୋର ସମସ୍ତ ସାତୋଟି କମ୍ପାନୀଗୁଡ଼ିକୁ ମଧ୍ୟ ବିଶେଷ ଅନୁରୋଧ ଯେ ଗବେଷଣା ଏବଂ ନବସୃଜନ ଆପଣଙ୍କର କାର୍ଯ୍ୟ ସଂସ୍କୃତିର ଅଂଶ ହେବା ଉଚିତ। ଏହାକୁ ପ୍ରାଥମିକତା ମିଳିବା ଉଚିତ। ଆପଣମାନଙ୍କୁ କେବଳ ବିଶ୍ୱର ବଡ଼ କମ୍ପାନୀ ସହିତ ତୁଳନା କରାଯିବା ଉଚିତ ନୁହେଁ ବରଂ ଭବିଷ୍ୟତର ଟେକ୍ନୋଲୋଜିର ମଧ୍ୟ ନେତୃତ୍ୱ ନେବାର ଅଛି। ଏଥିପାଇଁ, ଏହା ଜରୁରୀ ଯେ ଆପଣ ନୂଆକିଛି ଚିନ୍ତା କରନ୍ତୁ, ଗବେଷଣା ଚିନ୍ତାଧାରା ସମ୍ପନ୍ନ ଯୁବକମାନଙ୍କୁ ଅଧିକରୁ ଅଧିକ ସୁଯୋଗ ଦିଅନ୍ତୁ, ସେମାନଙ୍କୁ ଚିନ୍ତା କରିବା ପାଇଁ ସ୍ୱାଧୀନତା ପ୍ରଦାନ କରନ୍ତୁ। ମୁଁ ଦେଶର ଷ୍ଟାର୍ଟ-ଅପ୍ସମାନଙ୍କୁ ମଧ୍ୟ କହିବି, ଏହି ସାତୋଟି କମ୍ପାନୀ ମାଧ୍ୟମରେ ଆଜି ଦେଶ ଯେଉଁ ନୂତନ ଶୁଭାରମ୍ଭ କରିଛି, ଆପଣ ସମସ୍ତେ ଏହାର ଅଂଶ ପାଲଟନ୍ତୁ। ଆପଣଙ୍କର ଗବେଷଣା, ଆପଣଙ୍କ ଉତ୍ପାଦ କିଭଳି ଏହି କମ୍ପାନୀ ସହିତ ମିଶି ଜଣେ ଅନ୍ୟ ଜଣଙ୍କର କ୍ଷମତା ଦ୍ୱାରା ଲାଭାନ୍ୱିତ ହୋଇ ପାରିବେ, ଏହା ଉପରେ ଆପଣମାନଙ୍କୁ ଚିନ୍ତା କରିବା ଉଚିତ।

ସାଥୀଗଣ,

ସରକାର ସମସ୍ତ କମ୍ପାନୀଗୁଡ଼ିକୁ ଏକ ଉନ୍ନତ ଉତ୍ପାଦନ ବାତାବରଣ ଦେବା ସହିତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ସ୍ୱାୟତତା ମଧ୍ୟ ଦେଇଛି। ଏହା ସହିତ ହିଁ, ଏହା ମଧ୍ୟ ସୁନିଶ୍ଚିତ କରାଯାଇଛି ଯେ ଏହି କମ୍ପାନୀଗୁଡ଼ିକର କର୍ମଚାରୀମାନଙ୍କର ହିତ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଦେଶକୁ ଆପଣଙ୍କ ଅଭିଜ୍ଞତାରୁ ବହୁତ ଲାଭ ମିଳିବ, ଆଉ ଆମେ ସମସ୍ତେ ମିଳିମିଶି ଆତ୍ମନିର୍ଭର ଭାରତର ନିଜ ସଂକଳ୍ପକୁ ପୂରଣ କରିବା।

ଏହି ଭାବନାର ସହିତ ପୁଣିଥରେ ଆପଣ ସମସ୍ତଙ୍କୁ ବିଜୟାଦଶମୀର ବହୁତ- ବହୁତ ଶୁଭକାମନା। ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rashtrapati Bhavan replaces colonial-era texts with Indian literature in 11 classical languages

Media Coverage

Rashtrapati Bhavan replaces colonial-era texts with Indian literature in 11 classical languages
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets citizens on National Voters’ Day
January 25, 2026
PM calls becoming a voter an occasion of celebration, writes to MY-Bharat volunteers

The Prime Minister, Narendra Modi, today extended greetings to citizens on the occasion of National Voters’ Day.

The Prime Minister said that the day is an opportunity to further deepen faith in the democratic values of the nation. He complimented all those associated with the Election Commission of India for their dedicated efforts to strengthen India’s democratic processes.

Highlighting the importance of voter participation, the Prime Minister noted that being a voter is not only a constitutional privilege but also a vital duty that gives every citizen a voice in shaping India’s future. He urged people to always take part in democratic processes and honour the spirit of democracy, thereby strengthening the foundations of a Viksit Bharat.

Shri Modi has described becoming a voter as an occasion of celebration and underlined the importance of encouraging first-time voters.

On the occasion of National Voters’ Day, the Prime Minister said has written a letter to MY-Bharat volunteers, urging them to rejoice and celebrate whenever someone around them, especially a young person, gets enrolled as a voter for the first time.

In a series of X posts; Shri Modi said;

“Greetings on #NationalVotersDay.

This day is about further deepening our faith in the democratic values of our nation.

My compliments to all those associated with the Election Commission of India for their efforts to strengthen our democratic processes.

Being a voter is not just a constitutional privilege, but an important duty that gives every citizen a voice in shaping India’s future. Let us honour the spirit of our democracy by always taking part in democratic processes, thereby strengthening the foundations of a Viksit Bharat.”

“Becoming a voter is an occasion of celebration! Today, on #NationalVotersDay, penned a letter to MY-Bharat volunteers on how we all must rejoice when someone around us has enrolled as a voter.”

“मतदाता बनना उत्सव मनाने का एक गौरवशाली अवसर है! आज #NationalVotersDay पर मैंने MY-Bharat के वॉलंटियर्स को एक पत्र लिखा है। इसमें मैंने उनसे आग्रह किया है कि जब हमारे आसपास का कोई युवा साथी पहली बार मतदाता के रूप में रजिस्टर्ड हो, तो हमें उस खुशी के मौके को मिलकर सेलिब्रेट करना चाहिए।”