ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୩୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ୩୫ଟି ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ରାଷ୍ଟ୍ରକୁ ସମର୍ପିତ
ଏବେ ଦେଶର ସମସ୍ତ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ପିଏସଏ ଅକ୍ସିଜେନ ପ୍ଳାଣ୍ଟ
ସରକାରର ମୁଖ୍ୟ ଭାବେ ଲଗାତାର ଯାତ୍ରାର ୨୧ତମ ବର୍ଷରେ ପଦାର୍ପଣ କରିଥିବାରୁ ଦେଶବାସୀ ଏବଂ ଉତ୍ତରଖଣ୍ଡର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
“ଉତ୍ତରଖଣ୍ଡର ମାଟି ସହିତ ମୋର ସମ୍ପର୍କ କେବଳ ହୃଦୟରୁ ନୁହେଁ ବରଂ କାର୍ଯ୍ୟରେ ଜଡ଼ିତ, ଏହା କେବଳ ଏକ ଅନୁଭୂତି ନୁହେଁ ବରଂ ଏକ ଉପାଦାନ”
“ଅତି କମ ସମୟରେ କରୋନା ମହାମାରୀ ବିରୋଧରେ ଲଢ଼ିବା ଲାଗି ଭାରତର ପ୍ରସ୍ତୁତି ଆମ ଦେଶର ସାମର୍ଥ୍ୟକୁ ଦର୍ଶାଉଛି। ମହାମାରୀ ପୂର୍ବରୁ ଦେଶରେ ମାତ୍ର ଗୋଟିଏ ପରୀକ୍ଷାଗାର ଥିବା ବେଳେ ଆମେ ଏବେ ଦେଶରେ ୩୦୦୦ରୁ ଅଧିକ ପରୀକ୍ଷାଗାର ନିର୍ମାଣ କରିସାରିଛୁ”
“ଚାହିଦା ବଢ଼ିଥିବା କାରଣରୁ, ଭାରତ ମେଡ଼ିକାଲ ଅକ୍ସିଜେନ ଉତ୍ପାଦନ ପରିମାଣ ୧୦ ଗୁଣା ବଢ଼ାଇ ଦେଇଛି”
“ଖୁବଶୀଘ୍ର ଭାରତ ଟିକାକରଣରେ ୧୦୦ କୋଟି ଡୋଜ୍ ଅତିକ୍ରମ କରିବ”
“ଏବେ ନାଗରିକମାନେ ସେମାନଙ୍କର ସମସ୍ୟା ନେଇ ଆସନ୍ତୁ ଏବଂ ସରକାର ତା’ର ସମାଧାନ କରନ୍ତୁ, ସେଥିପାଇଁ ଅପେକ୍ଷା କରାଯାଉନାହିଁ। ସରକାରଙ୍କ ମାନସିକତା ଏବଂ ବ୍ୟବସ୍ଥାରୁ ଏପରି ଭ୍ରାନ୍ତଧାରଣା ଦୂର ହୋଇଛି। ଏବେ ସରକାର ନାଗରିକଙ୍କ ପାଖକୁ ଯାଉଛନ୍ତି
ଏହି ସୁବିଧା ସହିତ ବର୍ତ୍ତମାନ ଦେଶର ସବୁ ଜିଲ୍ଲାରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ବିଭିନ୍ନ କେନ୍ଦ୍ର ମନ୍ତ୍ରୀ, ଉତ୍ତରାଖଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ରାଜ୍ୟର ବହୁ ମନ୍ତ୍ରୀ, ସ୍ବାସ୍ଥ୍ୟସେବା କର୍ମୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।
ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ଆଜି ଠାରୁ ଆରମ୍ଭ ହେଉଥିବା ନବରାତ୍ରୀ ପର୍ବ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ମା’ ଶୈଳପୁତ୍ରୀଙ୍କୁ ନବରାତ୍ରୀର ପ୍ରଥମ ଦିନରେ ପୂଜା କରାଯାଇଥାଏ। ଶୈଳପୁତ୍ରୀ ପର୍ବତରାଜ ହିମାଳୟଙ୍କ ପୁତ୍ରୀ।
ଆଜିର ତାରିଖ ତାଙ୍କ ଜୀବନରେ ଗୁରୁତ୍ବପୂର୍ଣ୍ଣ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦ ବର୍ଷ ପୂର୍ବରୁ ଆଜିର ଦିନରେ ସେ ଜନସେବା କରିବାର ଦାୟିତ୍ବ ପାଇଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ କେୟାର୍ସ ପାଣ୍ଠି ଅଧୀନରେ ପ୍ରତିଷ୍ଠା କରାଯାଇଥିବା ୩୫ଟି ପ୍ରେସର ସ୍ବିଙ୍ଗ ଆଡସୋର୍ପସନ (ପିଏସଏ) ଅକ୍ସିଜେନ ପ୍ଲାଣ୍ଟ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ଆଜି ଉତ୍ତରାଖଣ୍ଡର ରିଷିକେଶସ୍ଥିତ ଏମ୍ସ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପ୍ଲାଣ୍ଟଗୁଡ଼ିକୁ ୩୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ସମର୍ପିତ କରିଥିଲେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ କେୟାର୍ସ ପାଣ୍ଠି ଅଧୀନରେ ପ୍ରତିଷ୍ଠା କରାଯାଇଥିବା ୩୫ଟି ପ୍ରେସର ସ୍ବିଙ୍ଗ ଆଡସୋର୍ପସନ (ପିଏସଏ) ଅକ୍ସିଜେନ ପ୍ଲାଣ୍ଟ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ଆଜି ଉତ୍ତରାଖଣ୍ଡର ରିଷିକେଶସ୍ଥିତ ଏମ୍ସ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପ୍ଲାଣ୍ଟଗୁଡ଼ିକୁ ୩୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ସମର୍ପିତ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ସୁବିଧା ସହିତ ବର୍ତ୍ତମାନ ଦେଶର ସବୁ ଜିଲ୍ଲାରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ବିଭିନ୍ନ କେନ୍ଦ୍ର ମନ୍ତ୍ରୀ, ଉତ୍ତରାଖଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ରାଜ୍ୟର ବହୁ ମନ୍ତ୍ରୀ, ସ୍ବାସ୍ଥ୍ୟସେବା କର୍ମୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ଆଜି ଠାରୁ ଆରମ୍ଭ ହେଉଥିବା ନବରାତ୍ରୀ ପର୍ବ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ମା’ ଶୈଳପୁତ୍ରୀଙ୍କୁ ନବରାତ୍ରୀର ପ୍ରଥମ ଦିନରେ ପୂଜା କରାଯାଇଥାଏ। ଶୈଳପୁତ୍ରୀ ପର୍ବତରାଜ ହିମାଳୟଙ୍କ ପୁତ୍ରୀ। “ଆଜି ମୁଁ ଏଠାକୁ ଆସି, ହିମାଳୟର ପବିତ୍ର ଭୂମିରେ, ଏହି ମାଟିକୁ ପ୍ରଣାମ କରୁଛି, ଜୀବନରେ ଏହାଠାରୁ ବଡ଼ ଆଶୀର୍ବାଦ ଆଉ କ’ଣ ହୋଇପାରେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅଲିମ୍ପିକ୍ସ ଏବଂ ପାରାଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଲାଗି ସେ ରାଜ୍ୟକୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରାଖଣ୍ଡ ସହିତ ତାଙ୍କ ସମ୍ପର୍କର ବନ୍ଧନ କେବଳ ହୃଦୟରେ ନୁହେଁ, ବରଂ କାର୍ଯ୍ୟରେ ମଧ୍ୟ ପ୍ରତିଫଳିତ ହୋଇଛି, ଏହା କେବଳ ଅନୁଭୂତି ନୁହେଁ ଏକ ଉପାଦାନ ମଧ୍ୟ।

ଆଜିର ତାରିଖ ତାଙ୍କ ଜୀବନରେ ଗୁରୁତ୍ବପୂର୍ଣ୍ଣ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦ ବର୍ଷ ପୂର୍ବରୁ ଆଜିର ଦିନରେ ସେ ଜନସେବା କରିବାର ଦାୟିତ୍ବ ପାଇଥିଲେ। ସେ ଆହୁରି କହିଥିଲେ ଯେ ଲୋକମାନଙ୍କୁ ସେବା କରିବାର ଏହି ଯାତ୍ରା, ଲୋକମାନଙ୍କ ମଧ୍ୟରେ ରହିବାର ଏହି ଯାତ୍ରା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଚାଲି ଆସିଛି, କିନ୍ତୁ ୨୦ ବର୍ଷ ପୂର୍ବରୁ ଆଜିର ଦିନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ଦାୟିତ୍ବ ମିଳିଥିଲା। ଏହି ଯାତ୍ରାର ଆରମ୍ଭ ସହିତ ଉତ୍ତରାଖଣ୍ଡର ସଂଯୋଗ ରହିଥିବା ସେ ଉଲ୍ଲେଖ କରିଥିଲେ। ଉତ୍ତରାଖଣ୍ଡ ଏକ ସ୍ବତନ୍ତ୍ର ରାଜ୍ୟ ହେବାର କିଛି ମାସ ପରେ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ। ସେ କହିଥିଲେ ଯେ, ଲୋକମାନଙ୍କ ଆଶୀର୍ବାଦ ବଳରେ ସେ ପ୍ରଧାନମନ୍ତ୍ରୀ ପଦବୀ ପର୍ଯ୍ୟନ୍ତ ପହଞ୍ଚି ପାରିବେ ବୋଲି ସେ କେବେ ବି କଳ୍ପନା କରିନଥିଲେ। ସରକାରଙ୍କ ମୁଖ୍ୟ ଭାବେ ଏହି କ୍ରମାଗତ ଯାତ୍ରା ପାଇଁ ସେ ଉତ୍ତରାଖଣ୍ଡ ଏବଂ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଯୋଗ ଏବଂ ଆୟୁର୍ବେଦ ଭଳି ଜୀବନ ରକ୍ଷାକାରୀ ଶକ୍ତି ସୁଦୃଢ଼ ହୋଇଥିବା ମାଟିରୁ ଦେଶକୁ ଅକ୍ସିଜେନ୍ ପ୍ଲାଣ୍ଟ ସମର୍ପିତ ହେଉଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅତି କମ ସମୟରେ କରୋନା ମହାମାରୀ ବିରୋଧରେ ଲଢ଼ିବା ଲାଗି ଭାରତର ପ୍ରସ୍ତୁତି ଆମ ଦେଶର ସାମର୍ଥ୍ୟକୁ ଦର୍ଶାଉଛି। ମହାମାରୀ ପୂର୍ବରୁ ଦେଶରେ ମାତ୍ର ଗୋଟିଏ ପରୀକ୍ଷାଗାର ଥିବା ବେଳେ ଆମେ ଏବେ ଦେଶରେ ୩୦୦୦ରୁ ଅଧିକ ପରୀକ୍ଷାଗାର ନିର୍ମାଣ କରିସାରିଛୁ। ମାସ୍କ ଓ କିଟ ଭଳି ସାମଗ୍ରୀର ଆମଦାନୀକାରୀରୁ ଭାରତ ଏବେ ରପ୍ତାନିକାରୀ ପାଲଟିଛି। ଦେଶର ଉପାନ୍ତ ଇଲାକାରେ ମଧ୍ୟ ନୂଆ ଭେଣ୍ଟିଲେଟର ସୁବିଧା ଉପଲବ୍ଧ କରାଯାଇ ପାରିଛି। ମେଡ୍ ଇନ୍ ଇଣ୍ଡିଆ କରୋନା ଟିକା ଉତ୍ପାଦନ କରିବାରେ ଭାରତ ଦ୍ରୁତ ଏବଂ ବ୍ୟାପକ ପ୍ରଗତି ହାସଲ କରିପାରିଛି। ଭାରତ ବିଶ୍ବର ସର୍ବବୃହତ ଏବଂ ଦ୍ରୁତ କରୋନା ଟିକାକରଣ ଅଭିଯାନ କାର୍ଯ୍ୟକାରୀ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଆଜି ଯାହା କରିଛି ତାହା ଆମ ପ୍ରତିବଦ୍ଧତା, ଆମର ସେବା ଏବଂ ଆମ ସଦ୍ଭାବର ପ୍ରତୀକ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଧାରଣ ଦିନରେ ଭାରତ ୯୦୦ ମେଟ୍ରିକ ଟନ୍ ତରଳ ମେଡ଼ିକାଲ ଅକ୍ସିଜେନ ଦୈନିକ ଉତ୍ପାଦନ କରୁଥିଲା। ଚାହିଦା ବଢ଼ିବା ପରେ, ଭାରତ ଏବେ ଦଶଗୁଣା ଅଧିକ ମେଡ଼ିକାଲ ଅକ୍ସିଜେନ ଉତ୍ପାଦନ କରୁଛି। ସେ ଆହୁରି କହିଥିଲେ ଯେ ବିଶ୍ବର ଯେକୌଣସି ରାଷ୍ଟ୍ର ପାଇଁ ଏହା ଏକ କଳ୍ପନାତୀତ ଲକ୍ଷ୍ୟ ହୋଇଥିବା ବେଳେ ଭାରତ ଏହାକୁ ହାସଲ କରିପାରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା ୯୩ କୋଟି ଡୋଜ୍ କୋଭିଡ ଟିକା ଦିଆଯିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଖୁବଶୀଘ୍ର ଭାରତ ୧୦୦ କୋଟି ମାର୍କ ଅତିକ୍ରମ କରିବ। ‍ସେ କହିଥିଲେ ଯେ, କୋଓ୍ବିନ୍ ପ୍ଲାଟଫର୍ମ ପ୍ରସ୍ତୁତ କରି ଭାରତ ସାରା ବିଶ୍ବକୁ ଏହା ଦେଖାଇ ଦେଇଛି ଯେ କେତେ ବ୍ୟାପକ ଆକାରରେ ଟିକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ନାଗରିକମାନେ ସେମାନଙ୍କର ସମସ୍ୟା ନେଇ ଆସନ୍ତୁ ଏବଂ ସରକାର ତା’ର ସମାଧାନ କରନ୍ତୁ, ସେଥିପାଇଁ ଅପେକ୍ଷା କରାଯାଉନାହିଁ। ସରକାରଙ୍କ ମାନସିକତା ଏବଂ ବ୍ୟବସ୍ଥାରୁ ଏପରି ଭ୍ରାନ୍ତଧାରଣା ଦୂର ହୋଇଛି। ଏବେ ସରକାର ନାଗରିକଙ୍କ ପାଖକୁ ଯାଉଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୬-୭ ବର୍ଷ ପୂର୍ବରୁ, ମାତ୍ର କେତେକ ରାଜ୍ୟରେ ଏମ୍ସ ସୁବିଧା ରହିଥିଲା, ଆଜି ପ୍ରତ୍ୟେକ ରାଜ୍ୟରେ ଏମ୍ସ ପ୍ରତିଷ୍ଠା କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି। ସେ କହିଥିଲେ ଯେ ୬ଟି ଏମ୍ସରୁ ଆଗକୁ ଯାଇ ଆମେ ୨୨ଟି ଏମ୍ସର ଏକ ଦୃଢ଼ ନେଟଓ୍ବର୍କ ପ୍ରତିଷ୍ଠା ଦିଗରେ ଅଗ୍ରସର ହେଉଛୁ। ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତିକମରେ ଗୋଟିଏ ମେଡ଼ିକାଲ କଲେଜ ପ୍ରତିଷ୍ଠା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଥିଲେ। ସେ ସ୍ମରଣ କରି କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଉତ୍ତରାଖଣ୍ଡ ଗଠନର ସ୍ବପ୍ନ ପୂରଣ କରିଥିଲେ। ଶ୍ରୀ ଅଟଳ ବିହାରୀ ବାଜପେୟୀ ବିଶ୍ବାସ କରୁଥିଲେ ଯେ ବିକାଶ ସହିତ ଯୋଗାଯୋଗର ସିଧାସଳଖ ସମ୍ପର୍କ ରହିଛି। ତାଙ୍କର ପ୍ରେରଣା କ୍ରମେ, ଆଜି ଦେଶରେ ଅତି ଦ୍ରୁତ ଏବଂ ବ୍ୟାପକ ଭାବେ ଯୋଗାଯୋଗ ଭିତ୍ତିଭୂମି ବିକଶିତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜଳ ଜୀବନ ମିଶନ ପୂର୍ବରୁ, ୨୦୧୯ରେ ଉତ୍ତରାଖଣ୍ଡର ୧ ଲକ୍ଷ ୩୦ ହଜାର ପରିବାରକୁ ପାନୀୟ ଜଳ ସଂଯୋଗ ମିଳିଥିବା ବେଳେ ବର୍ତ୍ତମାନ ରାଜ୍ୟର ୭ ଲକ୍ଷ ୧୦ ହଜାର ପରିବାରକୁ ପାଇପ ଜଳ ସଂଯୋଗ ମିଳିପାରିଛି। ମାତ୍ର ୨ ବର୍ଷ ମଧ୍ୟରେ, ରାଜ୍ୟରେ ପ୍ରାୟ ୬ ଲକ୍ଷ ପରିବାରକୁ ଜଳ ସଂଯୋଗ ମିଳିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ପ୍ରତ୍ୟେକ ସେନା ଯବାନ, ପୂର୍ବତନ ସେନା କର୍ମଚାରୀଙ୍କ ହିତରକ୍ଷା ପାଇଁ ଗମ୍ଭୀରତାର ସହିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓ୍ବାନ ରେଙ୍କ ଓ୍ବାନ ପେନସନ ପାଇଁ ଆମ ସେନାବାହିନୀ ଭାଇମାନଙ୍କର ଦୀର୍ଘ ୪୦ ବର୍ଷର ଦାବି ସରକାର ପୂରଣ କରିଛନ୍ତି।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Lauds PV Sindhu For Japan Open, Women's Cricket Team On Lord's Win

Media Coverage

PM Modi Lauds PV Sindhu For Japan Open, Women's Cricket Team On Lord's Win
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights noble character as the foundation of respect, trust, and effective leadership
July 27, 2026

Prime Minister Shri Narendra Modi shared a Sanskrit Subhashitam today, highlighting how a person of noble character earns respect in society and is regarded as worthy of every responsibility.

The Prime Minister wrote on X;

"शीलवान् पूजितो लोके शीलवान् साधुसम्मतः।

शीलवान् सर्वकर्मार्हः शीलवान् प्रियदर्शनः॥"

A person of noble character earns respect in society and the esteem of the virtuous. Through integrity, humility and disciplined conduct, such an individual is regarded as worthy of every responsibility. Their personality is admirable, inspiring and worthy of emulation. In truth, noble character is the true foundation of lasting success, effective leadership, and enduring trust.