ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୩୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ୩୫ଟି ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ରାଷ୍ଟ୍ରକୁ ସମର୍ପିତ
ଏବେ ଦେଶର ସମସ୍ତ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ପିଏସଏ ଅକ୍ସିଜେନ ପ୍ଳାଣ୍ଟ
ସରକାରର ମୁଖ୍ୟ ଭାବେ ଲଗାତାର ଯାତ୍ରାର ୨୧ତମ ବର୍ଷରେ ପଦାର୍ପଣ କରିଥିବାରୁ ଦେଶବାସୀ ଏବଂ ଉତ୍ତରଖଣ୍ଡର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
“ଉତ୍ତରଖଣ୍ଡର ମାଟି ସହିତ ମୋର ସମ୍ପର୍କ କେବଳ ହୃଦୟରୁ ନୁହେଁ ବରଂ କାର୍ଯ୍ୟରେ ଜଡ଼ିତ, ଏହା କେବଳ ଏକ ଅନୁଭୂତି ନୁହେଁ ବରଂ ଏକ ଉପାଦାନ”
“ଅତି କମ ସମୟରେ କରୋନା ମହାମାରୀ ବିରୋଧରେ ଲଢ଼ିବା ଲାଗି ଭାରତର ପ୍ରସ୍ତୁତି ଆମ ଦେଶର ସାମର୍ଥ୍ୟକୁ ଦର୍ଶାଉଛି। ମହାମାରୀ ପୂର୍ବରୁ ଦେଶରେ ମାତ୍ର ଗୋଟିଏ ପରୀକ୍ଷାଗାର ଥିବା ବେଳେ ଆମେ ଏବେ ଦେଶରେ ୩୦୦୦ରୁ ଅଧିକ ପରୀକ୍ଷାଗାର ନିର୍ମାଣ କରିସାରିଛୁ”
“ଚାହିଦା ବଢ଼ିଥିବା କାରଣରୁ, ଭାରତ ମେଡ଼ିକାଲ ଅକ୍ସିଜେନ ଉତ୍ପାଦନ ପରିମାଣ ୧୦ ଗୁଣା ବଢ଼ାଇ ଦେଇଛି”
“ଖୁବଶୀଘ୍ର ଭାରତ ଟିକାକରଣରେ ୧୦୦ କୋଟି ଡୋଜ୍ ଅତିକ୍ରମ କରିବ”
“ଏବେ ନାଗରିକମାନେ ସେମାନଙ୍କର ସମସ୍ୟା ନେଇ ଆସନ୍ତୁ ଏବଂ ସରକାର ତା’ର ସମାଧାନ କରନ୍ତୁ, ସେଥିପାଇଁ ଅପେକ୍ଷା କରାଯାଉନାହିଁ। ସରକାରଙ୍କ ମାନସିକତା ଏବଂ ବ୍ୟବସ୍ଥାରୁ ଏପରି ଭ୍ରାନ୍ତଧାରଣା ଦୂର ହୋଇଛି। ଏବେ ସରକାର ନାଗରିକଙ୍କ ପାଖକୁ ଯାଉଛନ୍ତି
ଏହି ସୁବିଧା ସହିତ ବର୍ତ୍ତମାନ ଦେଶର ସବୁ ଜିଲ୍ଲାରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ବିଭିନ୍ନ କେନ୍ଦ୍ର ମନ୍ତ୍ରୀ, ଉତ୍ତରାଖଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ରାଜ୍ୟର ବହୁ ମନ୍ତ୍ରୀ, ସ୍ବାସ୍ଥ୍ୟସେବା କର୍ମୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।
ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ଆଜି ଠାରୁ ଆରମ୍ଭ ହେଉଥିବା ନବରାତ୍ରୀ ପର୍ବ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ମା’ ଶୈଳପୁତ୍ରୀଙ୍କୁ ନବରାତ୍ରୀର ପ୍ରଥମ ଦିନରେ ପୂଜା କରାଯାଇଥାଏ। ଶୈଳପୁତ୍ରୀ ପର୍ବତରାଜ ହିମାଳୟଙ୍କ ପୁତ୍ରୀ।
ଆଜିର ତାରିଖ ତାଙ୍କ ଜୀବନରେ ଗୁରୁତ୍ବପୂର୍ଣ୍ଣ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦ ବର୍ଷ ପୂର୍ବରୁ ଆଜିର ଦିନରେ ସେ ଜନସେବା କରିବାର ଦାୟିତ୍ବ ପାଇଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ କେୟାର୍ସ ପାଣ୍ଠି ଅଧୀନରେ ପ୍ରତିଷ୍ଠା କରାଯାଇଥିବା ୩୫ଟି ପ୍ରେସର ସ୍ବିଙ୍ଗ ଆଡସୋର୍ପସନ (ପିଏସଏ) ଅକ୍ସିଜେନ ପ୍ଲାଣ୍ଟ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ଆଜି ଉତ୍ତରାଖଣ୍ଡର ରିଷିକେଶସ୍ଥିତ ଏମ୍ସ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପ୍ଲାଣ୍ଟଗୁଡ଼ିକୁ ୩୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ସମର୍ପିତ କରିଥିଲେ ପ୍ରଧାନମନ୍ତ୍ରୀ।

ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଉତରାଖଣ୍ଡର ରାଜ୍ୟପାଳ ଲେଫ୍ଟନାଂଟ ଜେନେରାଲ (ଅବସରପ୍ରାପ୍ତ) ଗୁରୁମିତ ସିଂହ ମହାଶୟ, ଯୁବ, ଉର୍ଜ୍ଜାବାନ ଆଉ ଉତ୍ସାହୀ ମୁଖ୍ୟମନ୍ତ୍ରୀ ମୋର ମିତ୍ର ଶ୍ରୀ ପୁସ୍କର ସିଂହ ଧାମୀ ମହାଶୟ, କେନ୍ଦ୍ରମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ମନସୁଖ ମଣ୍ଡଭ୍ୟ ମହାଶୟ, ଶ୍ରୀ ଅଜୟ ଭଟ୍ଟ ମହାଶୟ, ଉତରାଖଣ୍ଡ ବିଧାନସଭାର ବାଚସ୍ପତି ଶ୍ରୀ ପ୍ରେମ ଚନ୍ଦ ଅଗ୍ରୱାଲ ମହାଶୟ, ଉତରାଖଣ୍ଡ ସରକାରରେ ମନ୍ତ୍ରୀ ଆଉ ଆଜି ହେଉଛି ତାଙ୍କର ଜନ୍ମଦିନ ମଧ୍ୟ, ଡକ୍ଟର ଧନ ସିଂହ ରାୱତ ମହାଶୟ, ତାଙ୍କୁ ଜନ୍ମଦିନର ବହୁତ- ବହୁତ ଅଭିନନ୍ଦନ। ଦେଶର ଅନେକ ସ୍ଥାନରୁ ସାମିଲ ହୋଇଥିବା ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଗଣ, ଉପ ରାଜ୍ୟପାଳଗଣ, ରାଜ୍ୟଗୁଡ଼ିକର ଅନ୍ୟ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ ଆଉ ମୋର ପ୍ରିୟ ଭାଇ ଓ ଭଉଣୀମାନେ!!

ଏହି ଦେବଭୂମି ଋଷିମାନଙ୍କର ତପୋସ୍ଥଳୀ ରହି ଆସିଛି । ଯୋଗନଗରୀ ରୂପରେ ଏହା ବିଶ୍ୱର ଲୋକମାନଙ୍କୁ ଆକର୍ଷିତ କରି ଆସିଛି। ମାଆ ଗଙ୍ଗାଙ୍କ ନିକଟରେ, ଆମ ସମସ୍ତଙ୍କୁ ତାଙ୍କର ଆଶୀର୍ବାଦ ମିଳୁଛି। ଆଜିଠାରୁ ନବରାତ୍ରର ପବିତ୍ର ପର୍ବ ମଧ୍ୟ ପ୍ରାରମ୍ଭ ହେଉଛି। ଆଜି ପ୍ରଥମ ଦିନରେ ମାଆ ଶୈଳପୁତ୍ରୀଙ୍କର ପୂଜା ହୋଇଥାଏ । ମାଆ ଶୈଳପୁତ୍ରୀ, ହେଉଛନ୍ତି ହିମାଳୟପୁତ୍ରୀ । ଆଉ ଆଜିକାର ଦିନରେ ମୋର, ଏଠାରେ ଉପସ୍ଥିତ ରହିବା, ଏଠାକୁ ଆସି ଏହି ମାଟିକୁ ପ୍ରଣାମ କରିବା, ଜୀବନରେ ଏହାଠାରୁ ବଳି ବଡ଼ ଧନ୍ୟର ଭାବ ଆଉ କ’ଣ ହୋଇ ପାରେ? ଆଉ ଆଜି ମୁଁ ଯେଉଁ ଉତରାଖଣ୍ଡ ଆସିଛି ତେଣୁ ବିଶେଷ ଭାବେ ଏକ ଶୁଭେଚ୍ଛା ଜଣାଇବାକୁ ମଧ୍ୟ ଚାହୁଁଛି। କାରଣ ଏଥର ଟୋକିଓ ଅଲିମ୍ପିକ୍ସରେ ଏହି ଦେବଭୂମି ମଧ୍ୟ ନିଜର ପତାକା ପ୍ରତିସ୍ଥାପନ କରିଛନ୍ତି ଆଉ ଏଥିପାଇଁ ଆପଣମାନେ ସମସ୍ତେ ହେଉଛନ୍ତି ଅଭିନନ୍ଦନର ଅଧିକାରୀ । ଉତରାଖଣ୍ଡର ଦିବ୍ୟଧାରା ମୋ ଭଳି ଅନେକ ଲୋକଙ୍କର ଜୀବନ ଧାରାକୁ ବଦଳାଇବାରେ ବହୁତ ବଡ଼ ଭୂମିକା ତୁଲାଇଛି। ଏହି ଭୂମି ମୋ ପାଇଁ ଏଥିଲାଗି ହେଉଛି ଗୁରୁତ୍ୱପୂର୍ଣ୍ଣ। ଏହି ଭୂମି ସହିତ ମୋର ସମ୍ପର୍କ ହେଉଛି ମର୍ମର ମଧ୍ୟ, କର୍ମର ମଧ୍ୟ, ସତ୍ୱର ମଧ୍ୟ, ତତ୍ୱର ମଧ୍ୟ।

ସାଥୀଗଣ,

ଯେଭଳି ଏବେ ମୁଖ୍ୟମନ୍ତ୍ରୀ ମହାଶୟ ମନେ ପକାଇ ଦେଲେ ଆଜିକାର ଦିନରେ ହିଁ 20 ବର୍ଷ ପୂର୍ବେ ଜନତାଙ୍କ ସେବାର ଏକ ନୂତନ ଦାୟିତ୍ୱ ମିଳିଥିଲା । ଲୋକମାନଙ୍କ ଗହଣରେ ରହି ଲୋକମାନଙ୍କର ସେବା କରିବାର ମୋର ଯାତ୍ରା ଏମିତିରେ ତ କେତେ ଦଶକ ପୂର୍ବରୁ ହିଁ ଚାଲୁ ରହିଥିଲା। କିନ୍ତୁ ଆଜିଠାରୁ 20 ବର୍ଷ ପୂର୍ବେ ଗୁଜରାଟର ମୁଖ୍ୟମନ୍ତ୍ରୀ ରୂପେ ମୋତେ ନୂତନ ଦାୟିତ୍ୱ ମିଳିଥିଲା। ଏମିତିରେ ଏହା ମଧ୍ୟ ହେଉଛି ଏକ ସଂଯୋଗ ଯେ ଉତରାଖଣ୍ଡର ଗଠନ ବର୍ଷ 2000 ହେଲା, ଆଉ ମୋର ଯାତ୍ରା ଏହାର କିଛି ମାସ ପରେ, ବର୍ଷ 2001ରେ ଆରମ୍ଭ ହେଲା।

ସାଥୀଗଣ,

ସରକାରଙ୍କ ମୁଖିଆ ହିସାବରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଆଉ ପୁଣି ଦେଶର ଲୋକମାନଙ୍କର ଆଶୀର୍ବାଦରୁ ଦେଶର ପ୍ରଧାନମନ୍ତ୍ରୀଙ୍କ ପଦରେ ପହଂଚିବା, ଏହା କେବେ ହେଲେ ମଧ୍ୟ ମୁଁ କଳ୍ପନା କରି ନଥିଲି । 20 ବର୍ଷର ଏହି ଅଖଣ୍ଡ ଯାତ୍ରା, ଆଜି ନିଜର 21ତମ ବର୍ଷରେ ପ୍ରବେଶ କରୁଛି। ଆଉ ଏଭଳି ଗୁରୁତ୍ୱପୂର୍ଣ୍ଣ ବର୍ଷରେ, ଯେଉଁ ମାଟି ମୋତେ ନିରନ୍ତର ନିଜର ସ୍ନେହ ପ୍ରଦାନ କରିଛି, ନିଜରପଣିଆ ଦେଇଛି, ସେଠାକୁ ଆସିବା, ମୁଁ ମୋର ନିଜର ବହୁତ ବଡ଼ ସୌଭାଗ୍ୟ ବୋଲି ଭାବୁଛି । ହିମାଳୟର ଏହି ତପୋଭୂମି, ଯାହା ତପ ଏବଂ ତ୍ୟାଗର ମାର୍ଗ ପ୍ରଦର୍ଶନ କରିଥାଏ, ସେହି ଭୂମିକୁ ଆସି, କୋଟି- କୋଟି ଦେଶବାସୀଙ୍କ ସେବା କରିବାର ମୋର ଯେଉଁ ଦୃଢ଼ ସଂକଳ୍ପ ରହିଲା, ତାହା ଆହୁରି ସୁଦୃଢ଼ ହୋଇଛି। ଏଠାକୁ ଆସି ମୋତେ ଏକ ନୂତନ ଉର୍ଜ୍ଜା ମିଳିଥାଏ।

ଭାଇ ଓ ଭଉଣୀମାନେ,

ଯୋଗ ଏବଂ ଆୟୁର୍ବେଦର ଶକ୍ତି ଦ୍ୱାରା ଯେଉଁ କ୍ଷେତ୍ର ଜୀବନକୁ ଆରୋଗ୍ୟ କରିବାର ସମାଧାନ ଦେଇଛି, ସେହିଠାରୁ ଆଜି ସମଗ୍ର ଦେଶରେ ଅନେକ ନୂତନ ଅକ୍ସିଜେନ ପ୍ଲାଂଟ୍ସର ଲୋକାର୍ପଣ ହୋଇଛି। ଏହା ଦ୍ୱାରା ଦେଶର ଭିନ୍ନ- ଭିନ୍ନ ରାଜ୍ୟଗୁଡ଼ିକୁ ଅକ୍ସିଜେନ ପ୍ଲାଂଟ୍ସର ନୂତନ ସୁବିଧା ପାଇଁ ମୁଁ ଆପଣ ସମସ୍ତଙ୍କୁ, ଦେଶବାସୀଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି।

ସାଥୀଗଣ,

ଶହେ ବର୍ଷର ଏହି ସବୁଠାରୁ ବଡ଼ ସଙ୍କଟର ସାମ୍ନା ଆମେ ଭାରତୀୟମାନେ ଯେଉଁଭଳି ଭାବେ ସାହସର ସହିତ କରୁଛୁ, ଏହାକୁ ଦୁନିଆ ଖୁବ୍ ସୂକ୍ଷ୍ମତାର ଦୃଷ୍ଟିରେ ଦେଖୁଛି । କରୋନା ସହିତ ଲଢ଼ିବା ପାଇଁ ଏତେ କମ୍ ସମୟ ମଧ୍ୟରେ ଭାରତ ଯେଉଁସବୁ ସୁବିଧା ପ୍ରସ୍ତୁତ କରିଛି, ତାହା ଆମ ଦେଶର ସାମର୍ଥ୍ୟକୁ ଦର୍ଶାଉଛି। କେବଳ ଗୋଟିଏ ପରୀକ୍ଷାଗାରରୁ ପ୍ରାୟ 3 ହଜାର ପରୀକ୍ଷଣ ଲ୍ୟାବ୍ସର ନେଟୱର୍କ ପ୍ରସ୍ତୁତ କରିବା, ମାସ୍କ ଏବଂ କିଟ୍ ର ଆମଦାନୀ ଦ୍ୱାରା ଆରମ୍ଭ ହୋଇଥିବା ଆମର ଜୀବନ ଆଜି ରପ୍ତାନୀ କରିବାର ପଥକୁ ଦ୍ରୁତ ଗତିରେ ଅତିକ୍ରମ କରୁଛି। ଦେଶର ଦୂର- ଦୂରାନ୍ତର ଅଂଚଳରେ ମଧ୍ୟ ନୂତନ ଭେଂଟିଲେଟର୍ସର ସୁବିଧା, ମେଡ୍ ଇନ୍ ଇଣ୍ଡିଆ କରୋନା ଟିକାର ଦ୍ରୁତ ଗତିରେ ଏବଂ ବୃହତ ମାତ୍ରାରେ ପ୍ରସ୍ତୁତ, ଦୁନିଆର ସବୁଠାରୁ ବଡ଼ ଏବଂ ସବୁଠାରୁ ଦ୍ରୁତ ଟିକାକରଣ ଅଭିଯାନ ଯାହାକୁ ଭାରତ କରି ଦେଖାଇଛି, ତାହା ହେଉଛି ଆମର ସଂକଳ୍ପ ଶକ୍ତି, ଆମର ସେବାଭାବ, ଆମର ଏକଜୁଟତାର ପ୍ରତୀକ।

ଭାଇ ଓ ଭଉଣୀମାନେ,

ଭାରତର କରୋନା ସହିତ ଲଢ଼େଇ ପାଇଁ, ଏକ ବଡ଼ ଆହ୍ୱାନ ଭାବେ ଆମର ଜନସଂଖ୍ୟା ହିଁ ତ ଥିଲା, ଭାରତର ବିବିଧ ଭୂଗୋଳ ମଧ୍ୟ ବଡ଼ ଆହ୍ୱାନ ଭାବେ ରହି ଆସିଛି। ଅକ୍ସିଜେନର ଯୋଗାଣ ଠାରୁ ନେଇ ଟିକା ପର୍ଯ୍ୟନ୍ତ, ଏହି ଦୁଇଟି ଯାକ ଆହ୍ୱାନ ଦେଶ ସମ୍ମୁଖରେ ଆସିଲା, ନିରନ୍ତର ଭାବେ ଆସିଚାଲିଲା। ଦେଶ ଏଗୁଡ଼ିକ ସହିତ କିଭଳି ଭାବେ ଲଢ଼େଇ କଲା, ଏହାକୁ ଜାଣିବା, ଏହାକୁ ବୁଝିବା, ହେଉଛି ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ବହୁତ ଜରୁରୀ।

ସାଥୀଗଣ,

ସାଧାରଣ ଦିନମାନଙ୍କରେ ଭାରତରେ ଗୋଟିଏ ଦିନରେ 900 ମେଟ୍ରିକ ଟନ୍, ତରଳ ମେଡିକାଲ ଅକ୍ସିଜେନ ଉତ୍ପାଦନ ହୋଇଥାଏ। ଆବଶ୍ୟକତା ବଢ଼ିବା ଫଳରେ ଭାରତରେ ମେଡିକାଲ ଅକ୍ସିଜେନ ଉତ୍ପାଦନ 10 ଗୁଣରୁ ମଧ୍ୟ ଅଧିକ ବୃଦ୍ଧି କଲେ। ଏହା ଦୁନିଆର କୌଣସି ମଧ୍ୟ ଦେଶ ପାଇଁ ଅକଳ୍ପନୀୟ ଲକ୍ଷ୍ୟ ଥିଲା, କିନ୍ତୁ ଭାରତ ଏହାକୁ ହାସଲ କରି ଦେଖାଇଲା।

ସାଥୀଗଣ,

ଏଠାରେ ଉପସ୍ଥିତ କେତେକ ମହାନୁଭବ ଏହି କଥା ସହିତ ପରିଚିତ ଯେ, ଅକ୍ସିଜେନର ଉତ୍ପାଦନ ସହିତ ହିଁ ତାହାର ପରିବହନ ମଧ୍ୟ କେତେ ବଡ଼ ଆହ୍ୱାନ ହୋଇଥାଏ । ଅକ୍ସିଜେନ ଉତ୍ପାଦନକୁ ଏମିତି ହିଁ କୌଣସି ଟ୍ୟାଙ୍କରରେ ଭରି ନିଆଯାଇ ପାରେ ନାହିଁ । ଏଥିପାଇଁ ବିଶେଷ ଧରଣର ଟ୍ୟାଙ୍କରର ଆବଶ୍ୟକତା ରହିଥାଏ । ଭାରତରେ ଅକ୍ସିଜେନ ଉତ୍ପାଦନର କାର୍ଯ୍ୟ ସବୁଠାରୁ ଅଧିକ ପୂର୍ବ ଭାରତରେ ହୋଇଥାଏ, କିନ୍ତୁ ଏହା ହେଉଛି ଅସୁବିଧା ଯେ ସବୁଠାରୁ ଅଧିକ ପରିମାଣରେ ଆବଶ୍ୟକତା ପଡ଼ିଲା ଉତର ଏବଂ ପଶ୍ଚିମ ଭାରତକୁ ।

ଭାଇ ଓ ଭଉଣୀମାନେ,

ଲଜିଷ୍ଟିକର ଏତେ ବଡ଼ ଆହ୍ୱାନ ସହିତ ଲଢ଼ି ଦେଶ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ କରିଛି । ଦେଶ ଏବଂ ଦୁନିଆରେ ଦିନ-ରାତି ଯେଉଁଠାରୁ ମଧ୍ୟ ସମ୍ଭବ ହୋଇ ପାରିବ, ସେହିଠାରୁ ଅକ୍ସିଜେନ ପ୍ଲାଂଟ୍ସ, ଅକ୍ସିଜେନ ଟ୍ୟାଙ୍କର ବ୍ୟବସ୍ଥା କରାଗଲା । ସ୍ୱତନ୍ତ୍ର ଅକ୍ସିଜେନ ଟ୍ରେନ ଚଲାଗଲା, ଖାଲି ଟ୍ୟାଙ୍କରକୁ ଦ୍ରୁତ ଗତିରେ ପହଂଚାଇବା ପାଇଁ ବାୟୁସେନାର ବିମାନ ନିୟୋଜିତ କରାଗଲା । ଉତ୍ପାଦନ ବୃଦ୍ଧି କରିବା ପାଇଁ ଡିଆରଡିଓ ମାଧ୍ୟମରେ ଦ୍ରୁତ ଗତିରେ ଟେକ୍ନୋଲୋଜିକୁ ଲଗାଗଲା । ପିଏମ କେୟାର୍ସ ଦ୍ୱାରା ଦେଶରେ ପିଏସଏ ଅକ୍ସିଜେନ ପ୍ଲାଂଟ୍ସ ନିର୍ମାଣ କରିବା ଉପରେ କାର୍ଯ୍ୟ ଦ୍ରୁତ ଗତିରେ ହେଲା, ଏକ ଲକ୍ଷରୁ ଅଧିକ ଅକ୍ସିଜେନ କନସେନଟ୍ରେଟର ପାଇଁ ମଧ୍ୟ ଅର୍ଥ ଦିଆଗଲା।

ସାଥୀଗଣ,

ଭବିଷ୍ୟତରେ କରୋନା ସହିତ ଲଢ଼େଇରେ ଆମର ପ୍ରସ୍ତୁତି ଆହୁରି ମଧ୍ୟ ମାର୍ଜିତ ହେଉ, ଏଥିପାଇଁ ସମଗ୍ର ଦେଶରେ ପିଏସଏ ଅକ୍ସିଜେନ ପ୍ଲାଂଟ୍ସର ନେଟୱର୍କ ପ୍ରସ୍ତୁତ ହେଉଅଛି। ବିଗତ କିଛି ମାସ ମଧ୍ୟରେ ପିଏମ କେୟାର୍ସ ଦ୍ୱାରା ସ୍ୱୀକୃତ 1150 ରୁ ଅଧିକ ଅକ୍ସିଜେନ ପ୍ଲାଂଟର କାର୍ଯ୍ୟ କରିବା ଆରମ୍ଭ କରି ଦେଇଛି । ଏବେ ଦେଶର ପ୍ରତ୍ୟେକ ଜିଲା, ପିଏମ କେୟାର୍ସ ମାଧ୍ୟମରେ ପ୍ରସ୍ତୁତ କରାଯାଇଥିବା ଅକ୍ସିଜେନ ପ୍ଲାଂଟ୍ସ ଦ୍ୱାରା ପରିବ୍ୟାପ୍ତ ହୋଇଯାଇଛି । ପିଏମ କେୟାର୍ସ ସହଯୋଗରେ ନିର୍ମିତ ଏହି ଅକ୍ସିଜେନ ପ୍ଲାଂଟ୍ସଗୁଡ଼ିକୁ ଯେତେବେଳେ ଯୋଡ଼ି ଦେବେ, ସେତେବେଳେ କେନ୍ଦ୍ର ସରକାର, ରାଜ୍ୟ ସରକାରଏ ସମସ୍ତଙ୍କ ପ୍ରୟାସ ଦ୍ୱାରା ଦେଶକୁ ପ୍ରାୟ 4 ହଜାର ନୂତନ ଅକ୍ସିଜେନ ପ୍ଲାଂଟ୍ସ ମିଳିବାକୁ ଯାଉଛି । ଅକ୍ସିଜେନର ଆହ୍ୱାନର ମୁକାବିଲା କରିବାରେ ଏବେ ଦେଶ ଏବଂ ଦେଶର ହାସ୍ପାତାଳ, ପୂର୍ବାପେକ୍ଷା କେତେ ଅଧିକ ସକ୍ଷମ ହୋଇ ପାରିଛନ୍ତି।

ସାଥୀଗଣ,

ଏହା ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ହେଉଛି ଗର୍ବର ବିଷୟ ଯେ କରୋନା ଟିକାର 93 କୋଟି ଡୋଜ୍ ଦିଆଯାଇ ସାରିଲାଣି। ବହୁତ ଶୀଘ୍ର ଆମେ 100 କୋଟି ସଂଖ୍ୟାକୁ ଅତିକ୍ରମ କରିପାରିବା, ଅତିକ୍ରମ କରିଯିବା । ଭାରତ ଯେଉଁ କୋୱିନ ପ୍ଲାଟଫର୍ମର ନିର୍ମାଣ କରି ସମଗ୍ର ଦୁନିଆକୁ ପଥ ପ୍ରଦର୍ଶନ କରୁଛି ଯେ ଏତେ ବଡ଼ ମାତ୍ରାରେ ଟିକାକରଣ କିଭଳି କରାଯିବା ସମ୍ଭବ। ପାହାଡ଼ ହେଉ ଅବା ମରୁଭୂମି, ଜଙ୍ଗଲ ହେଉ ଅବା ସମୁଦ୍ର, 10 ଜଣ ଲୋକ ହୁଅନ୍ତୁ ଅବା  10ଲକ୍ଷ, ପ୍ରତ୍ୟେକ କ୍ଷେତ୍ର ପର୍ଯ୍ୟନ୍ତ ଆଜି ଆମେ ସମ୍ପୂର୍ଣ୍ଣ ସୁରକ୍ଷାର ସହିତ ଟିକା ପହଂଚାଉଛୁ। ଏଥିପାଇଁ ସମଗ୍ର ଦେଶରେ 1 ଲକ୍ଷ 30 ହଜାରରୁ ମଧ୍ୟ ଅଧିକ ଟିକାକରଣ କେନ୍ଦ୍ରମାନ ସ୍ଥାପନ କରାଯାଇଛି। ଏଠାରେ ରାଜ୍ୟ ସରକାରଙ୍କ ପ୍ରଭାବୀ ପରିଚାଳନା କାରଣରୁ ଉତରାଖଣ୍ଡରେ ମଧ୍ୟ ଖୁବ୍ ଶୀଘ୍ର ଶତ-ପ୍ରତିଶତ ପ୍ରଥମ ଡୋଜର ସେପାନକୁ ପୂରଣ କରିବାକୁ ଯାଉଛି, ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀ ମହାଶୟଙ୍କୁ, ତାଙ୍କର ସମଗ୍ର ଟିମ୍ କୁ, ଏଠାକାର ସମସ୍ତ ଛୋଟ- ବଡ଼ ସରକାରଙ୍କ ସାଥୀମାନଙ୍କୁ ମୁଁ ହୃଦୟର ସହିତ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି।

ଭାଇ ଓ ଭଉଣୀମାନେ,

ଯେଉଁଠାରେ ତରାଇ ଭଳି ସମତଳ ଭୂମି ରହିଛି। ସେଠାରେ ବୋଧହୁଏ ଏହି ସବୁ କାର୍ଯ୍ୟ କରିବାରେ ସରଳତା ରହିଥାଏ। ମୁଁ ଏହି ଧରଣୀ ସହିତ ବହୁତ ଯୋଡ଼ି ହୋଇ ରହିଛି। ଏଠାରେ ଟିକା ପହଂଚାଇବା ମଧ୍ୟ କେତେ କଷ୍ଟକର ହୋଇଥାଏ । ହିମାଳୟର ପାହାଡ଼ର ସେପଟେ ପହଂଚି ଲୋକମାନଙ୍କ ପାଖରେ ପହଂଚିବା, କେତେ ପରିମାଣରେ କଷ୍ଟସାଧ୍ୟ ହୋଇଥାଏ । ଏହା ଆମେ ଭଲ ଭାବେ ଜାଣିଛୁ। ଏହା ପରେ ମଧ୍ୟ ଏତେ ବଡ଼ ସିଦ୍ଧି ପ୍ରାପ୍ତ କରିବା ବାସ୍ତବରେ ଆପଣମାନେ ସମସ୍ତେ ହେଉଛନ୍ତି ଅଭିନନ୍ଦନର ପାତ୍ର ।

ଭାଇ ଓ ଭଉଣୀମାନେ,

ଏକବିଂଶ ଶତାବ୍ଦୀର ଭାରତ, ଜନତାଙ୍କ ଆଶା ଆକାଂକ୍ଷା, ଜନତାଙ୍କ ଆବଶ୍ୟକତା ଗୁଡ଼ିକର ପୂର୍ଣ୍ଣ ସମାଧାନ କରିକି ହିଁ ଆଗକୁ ବଢ଼ିବ। ଆଜି ସରକାର ଏହି କଥା ପାଇଁ ଅପେକ୍ଷା କରୁ ନାହାଁନ୍ତି ଯେ ନାଗରିକ ତାଙ୍କ ପାଖକୁ କିଛି ସମସ୍ୟାକୁ ଧରି ଆସିବ, ତେବେ ଯାଇ କୌଣସି ପଦକ୍ଷେପ ଗ୍ରହଣ କରାଯିବ। ସରକାରୀ ଚିନ୍ତାଧାରା ଆଉ ବ୍ୟବସ୍ଥାରୁ ଆମେ ଏହି ଭ୍ରମ ଧାରଣାକୁ ବାହାରକୁ ବାହାର କରୁଛୁ। ଏବେ ସରକାର ନାଗରିକମାନଙ୍କ ପାଖକୁ ଯାଉଛନ୍ତି। ଗରିବଙ୍କ ପାଇଁ ପକ୍କା ଘର ହେଉ, ବିଜୁଳି ହେଉ, ପାଣି, ଶୌଚାଳୟ ଏବଂ ଗ୍ୟାସ ସଂଯୋଗ ହେଉ, 80 କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ରାସନ ମିଳୁ, କୃଷକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ହଜାର-ହଜାର, କୋଟି- କୋଟି ଟଙ୍କା ପଠାଇବାକୁ ହେଉ, ପେନସନ ଏବଂ ବୀମାର ସୁବିଧା ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପହଂଚାଇବାର ପ୍ରୟାସ ହେଉ, ଜନହିତର ଏଭଳି ଲାଭ, ଏହି କାରଣରୁ ଦ୍ରୁତ ଗତିରେ ସଠିକ୍ ହକଦାରମାନଙ୍କ ପାଖରେ ପହଂଚିଛି ।

ସାଥୀଗଣ,

ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଭାରତ ଏହି ଦୃଷ୍ଟିକୋଣ ସହିତ ଆଗକୁ ବଢ଼ୁଛି । ଏହାଦ୍ୱାରା ଗରିବ ଏବଂ ମଧ୍ୟମବର୍ଗଙ୍କର ସଂଚୟ ମଧ୍ୟ ହେଉଛି ଆଉ ତାହାଙ୍କୁ ସୁବିଧାମାନ ମଧ୍ୟ ମିଳି ପାରୁଛି। ପୂର୍ବେ ଯଦି କାହାକୁ କେଣସି ଗୁରୁତର ରୋଗ ହେଉଥିଲା, ତେବେ ସେ ଆର୍ôଥକ ସହାୟତା ପାଇଁ ଏଠାରେସେଠାରେ ନେତା କିମ୍ବା ସରକାରୀ ଅଫିସର ଘେରା ଲଗାଉଥିଲା। ଆୟୁଷ୍ମାନ ଭାରତ ଏହି ଅସୁବିଧାକୁ ସବୁଦିନ ପାଇଁ ସମାପ୍ତ କରିଦେଲା। ହସ୍ପାତାଳ ବାହାରେ ଲମ୍ବା ଲାଇନ, ଚିକିତ୍ସାରେ ହେବାକୁ ଥିବା ବିଳମ୍ବ, ମେଡିକାଲ ଇତିହାସର ଅଭାବ, ଏହି କାରଣରୁ କେତେ ହିଁ ଲୋକ ବ୍ୟସ୍ତ ବିବ୍ରତ ହୋଇ ରହୁଥିଲେ। ଏବେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଏହାକୁ ପ୍ରଥମ ଥର ପାଇଁ ଏହାର ସମାଧାନ କରିବାର ମଧ୍ୟ ପ୍ରୟାସ ଆରମ୍ଭ ହୋଇ ସାରିଛି।

ସାଥୀଗଣ,

ଛୋଟ- ଛୋଟ ଉପଚାର କରିବା ପାଇଁ, ରୋଗ ସମୟରେ ରୁଟିନ ଚେକ୍ ଅପ୍ ପାଇଁ ବାରମ୍ବାର ଯିବା-ଆସିବା କରିବା କେତେ ଯେ କଷ୍ଟକର, ଏହା ଉତରାଖଣ୍ଡର ଲୋକମାନଙ୍କ ଅପେକ୍ଷା ଆଉ କିଏ ଅଧିକ ଭଲ ଭାବେ ବୁଝି ପାରିବ। ଲୋକମାନଙ୍କର ଏହି ଅସୁବିଧାକୁ ଦୂର କରିବା ପାଇଁ ଏବେ ଇ-ସଂଜିବନୀ ଆପ୍ ର ସୁବିଧା ଦିଆଯାଇଛି। ଏହାଦ୍ୱାରା, ଗାଁରେ ନିଜ ଘରେ ବସି- ବସି ରୋଗୀ, ସହର ମାନଙ୍କରେ ଥିବା ହସ୍ପିଟାଲର ଡାକ୍ତରଙ୍କ ସହିତ ପରାମର୍ଶ ନେଉଛନ୍ତି। ଏହାର ଲାଭ ଏବେ ଉତରାଖଣ୍ଡର ଲୋକମାନେ ମଧ୍ୟ ଉଠାଇବା ଆରମ୍ଭ କରିଛନ୍ତି।

ଭାଇ ଓ ଭଉଣୀମାନେ,

ସ୍ୱାସ୍ଥ୍ୟ ସୁବିଧା ସମସ୍ତଙ୍କ ପର୍ଯ୍ୟନ୍ତ ପହଂଚାଇବା ପାଇଁ ଶେଷ ମାଇଲରେ ଯୋଗାଣ ସହିତ ଜଡ଼ିତ ଏକ ସଶକ୍ତ ସ୍ୱାସ୍ଥ୍ୟ ଭିତିଭୂମି ମଧ୍ୟ ବହୁତ ଜରୁରୀ ହୋଇଥାଏ । 6-7 ବର୍ଷ ପୂର୍ବ ପର୍ଯ୍ୟନ୍ତ କେବଳ କିଛି ରାଜ୍ୟ ପର୍ଯ୍ୟନ୍ତ ହିଁ ଏମ୍ସର ସୁବିଧା ଥିଲା, ଆଜି ପ୍ରତ୍ୟେକ ରାଜ୍ୟକୁ ଏମ୍ସ ପହଂଚାଇବାର କାର୍ଯ୍ୟ ଚାଲୁ ରହିଛି । 6 ଟି ଏମ୍ସରୁ ଆଗକୁ ବଢ଼ି 22ଟି ଏମ୍ସର ସଶକ୍ତ ନେଟୱର୍କ ନିର୍ମାଣ କରିବା ଦିଗରେ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ । ସରକାରଙ୍କର ଏହା ମଧ୍ୟ ହେଉଛି ଲକ୍ଷ୍ୟ ଯେ ଦେଶର ପ୍ରତ୍ୟେକ ଜିଲାରେ ଅତି କମରେ  ଗୋଟିଏ ମେଡିକାଲ କଲେଜ ନିଶ୍ଚିତ ଭାବେ ରହୁ। ଏଥିପାଇଁ ବିଗତ 7 ବର୍ଷ ମଧ୍ୟରେ ଦେଶରେ 170ଟି ନୂତନ ମେଡିକାଲ କଲେଜ ଆରମ୍ଭ କରାଯାଇଛି । ଡଜନ- ଡଜନ ନୂତନ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଠାରେ ମୋର ଉତରାଖଣ୍ଡରେ ମଧ୍ୟ ରୁଦ୍ରପୁର, ହରିଦ୍ୱାର ଏବଂ ପିଥୌରାଗଡ଼ରେ ନୂତନ ମେଡିକାଲ କଲେଜ ପାଇଁ ମଞ୍ଜୁରୀ ଦିଆ ଯାଇଛି।

ସାଥୀଗଣ,

ଉତରାଖଣ୍ଡର ନିର୍ମାଣର ସ୍ୱପ୍ନକୁ ଅଟଳ ମହାଶୟ ପୂରଣ କରିଥିଲେ। ଅଟଳ ମହାଶୟ ମାନୁଥିଲେ ଯେ ଯୋଗାଯୋଗର ସିଧାସଳଖ ସଂଯୋଗ ବିକାଶ ସହିତ ରହିଛି। ତାଙ୍କରି ପ୍ରେରଣାରୁ ଆଜି ଦେଶରେ ଯୋଗାଯୋଗର ଭିତିଭୂମି ପାଇଁ ଅଦ୍ଭୂତପୂର୍ବ ଗତି ଏବଂ ମାପ ଅନୁସାରେ କାର୍ଯ୍ୟ ହେଉଛି। ମୁଁ ସନ୍ତୋଷ ଅନୁଭବ କରୁଛି ଯେ ଉତରାଖଣ୍ଡର ସରକାର ଏହି ଦିଗରେ ଗମ୍ଭୀରତାର ସହିତ କାର୍ଯ୍ୟ କରୁଛନ୍ତି । ବାବା କେଦାରଙ୍କ ଆଶୀର୍ବାଦରୁ କେଦାରଧାମର ଭବ୍ୟତାକୁ ଆହୁରି ଆଗକୁ ବଢ଼ାଯାଉଛି, ସେଠାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ନୂତନ ସୁବିଧାମାନ ବିକଶିତ କରାଯାଉଛି । ମୁଁ ମଧ୍ୟ କେତେଥର ଡ୍ରୋନ କ୍ୟାମେରା ମାଧ୍ୟମରେ ଏହି କାର୍ଯ୍ୟଗୁଡ଼ିକର ସମୀକ୍ଷା କରି ଚାଲୁଛି । ଚାରିଧାମକୁ ଯୋଡ଼ିବା ଭଳି ସବୁ ଦିନିଆ ସଡ଼କ ଉପରେ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି। ଚାରଧାମ ପରିଯୋଜନା, ଦେଶ ଏବଂ ଦୁନିଆରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ବହୁତ ବଡ଼ ସୁବିଧା ହିଁ ନିର୍ମାଣ କରୁଛି, ଗଢ଼ୱାଲ ଏବଂ କୁମାଉଁର ଆହ୍ୱାନପୂର୍ଣ୍ଣ ଅଂଚଳଗୁଡ଼ିକୁ ମଧ୍ୟ ପରସ୍ପର ମଧ୍ୟରେ ଯୋଡ଼ୁଛି। କୁମାଉଁରେ ଚାରଧାମ ରୋଡ଼୍ ର ପ୍ରାୟ ଦେଢ଼ଶହ କିଲୋମିଟର ଅଂଶ ଫଳରେ ଏହି ଅଂଚଳକୁ ବିକାଶର ନୂତନ ଦିଗ ମିଳିବାକୁ ଯାଉଛି। ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ଲାଇନ ଦ୍ୱାରା ମଧ୍ୟ ଉତରାଖଣ୍ଡର ରେଳ ଯୋଗାଯୋଗକୁ ଆହୁରି ସଂପ୍ରସାରଣ ମିଳି ପାରିବ। ସଡ଼କ ଏବଂ ରେଳ ବ୍ୟତୀତ ଆକାଶ ମାର୍ଗରେ ଯୋଗାଯୋଗକୁ ନେଇ ହୋଇଥିବା କାର୍ଯ୍ୟଗୁଡ଼ିକ ପାଇଁ ଲାଭ ମଧ୍ୟ ଉତରାଖଣ୍ଡକୁ ମିଳିଛି। ଡେରାଡୁନ ବିମାନବନ୍ଦରର କ୍ଷମତାକୁ 250 ଯାତ୍ରୀଙ୍କ ଠାରୁ ବୃଦ୍ଧି କରି 1200 ପର୍ଯ୍ୟନ୍ତ ପହଂଚାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀମାନ ଧାମୀ ମହାଶୟଙ୍କର ଉତ୍ସାହୀ ଏବଂ ଉର୍ଜ୍ଜାବାନ ନେତୃତ୍ୱରେ ଉତରାଖଣ୍ଡରେ ହେଲିପୋର୍ଟ ଭିତିଭୂମିକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି।

ସାଥୀଗଣ,

ଜଳ ସଂଯୋଗକୁ ନେଇ ମଧ୍ୟ ଉତରାଖଣ୍ଡରେ ଆଜି ପ୍ରଶଂସନୀୟ କାର୍ଯ୍ୟ ହେଉଛି। ଏହାର ବହୁତ ବଡ଼ ଲାଭ ଏଠାକାର ମହିଳାମାନଙ୍କୁ ମିଳିବା ଆରମ୍ଭ ହୋଇଛି, ସେମାନଙ୍କର ଜୀବନ ଆହୁରି ସହଜ ହୋଇଛି । 2019ରେ ଜଳ ଜୀବନ ମିଶନ ଆରମ୍ଭ ହେବା ପୂର୍ବରୁ ଉତରାଖଣ୍ଡର କେବଳ 1 ଲକ୍ଷ 30 ହଜାର ଘରେ ହିଁ ପାଇପ ମାଧ୍ୟମରେ ଜଳ ପହଂଚୁଥିଲା। ଆଜି ଉତରାଖଣ୍ଡର 7 ଲକ୍ଷ 10 ହଜାରରୁ ଅଧିକ ଘରେ ପାଇପ ମାଧ୍ୟମରେ ଜଳ ପହଂଚିବାରେ ଲାଗିଛି। ଅର୍ଥାତ କେବଳ 2 ବର୍ଷ ମଧ୍ୟରେ ରାଜ୍ୟର ପ୍ରାୟ- ପ୍ରାୟ 6 ଲକ୍ଷ ଘରକୁ ପାଇପ ଯୋଗେ ଜଳ ସଂଯୋଗ ବ୍ୟବସ୍ଥା ମିଳିଛି। ଯେଭଳି ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମିଳିଥିବା ଗ୍ୟାସ ସଂଯୋଗ ମହିଳାମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି, ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ନିର୍ମାଣ କରାଯାଇଥିବା ଶୌଚାଳୟ ମହିଳାମାନଙ୍କୁ ସୁବିଧା, ସୁରକ୍ଷା ଏବଂ ସମ୍ମାନ ଦେଲା, ସେମିତି ହିଁ ଜଳ ଜୀବନ ମିଶନ ଦ୍ୱାରା ହେଉଥିବା ଜଳର ସଂଯୋଗ, ମହିଳାମାନଙ୍କୁ ଖୁବ୍ ଆଶ୍ୱସ୍ତି ପ୍ରଦାନ କରୁଛି।

ସାଥୀଗଣ,

ଉତ୍ତରାଖଣ୍ଡର ଦେଶର ସୁରକ୍ଷା କ୍ଷେତ୍ରରେ ବହୁତ ବଡ଼ ଭୂମିକା ରହିଛି । ଏଠାରେ ଥିବା ବୀର ଯୁବକ, ସାହସୀ ଝିଅମାନେ ହେଉଛନ୍ତି ଭାରତୀୟ ସୁରକ୍ଷା ବାହିନୀର ଗର୍ବ, ଗୌରବ ଏବଂ ସମ୍ମାନ। ଆମ ସରକାର ମଧ୍ୟ ପ୍ରତ୍ୟେକ ସୈନିକ, ପ୍ରତ୍ୟେକ ପୂର୍ବତନ ସୈନିକଙ୍କ ସ୍ୱାର୍ଥ ପାଇଁ ଅତ୍ୟନ୍ତ ଗମ୍ଭୀରତାର ସହ କାର୍ଯ୍ୟ କରୁଛନ୍ତି । ଏଇ ହେଉଛି ଆମର ସରକାର ଯିଏ ‘ୱାନ- ରାଙ୍କ୍ ୱାନ୍ ପେନସନ’ କାର୍ଯ୍ୟକାରୀ କରି ଆମର ସୈନିକ ଭାଇମାନଙ୍କର 40 ବର୍ଷର ଦାବି ପୂରଣ କରିଛନ୍ତି । ଆଉ ଆମର ଧାମୀ ମହାଶୟ ନିଜେ ମଧ୍ୟ ଜଣେ ସୈନିକଙ୍କ ପୁତ୍ର । ସେ ଏହା ମଧ୍ୟ କହୁଥିଲେ ଯେ, ‘ୱାନ- ରାଙ୍କ୍ ୱାନ୍ ପେନସନ’ ଏହି ନିଷ୍ପତ୍ତି ସୈନିକମାନଙ୍କୁ କେତେ ବଡ଼ ସାହାୟତା କରିଛି।

ସାଥୀଗଣ,

ଇଏ ହେଉଛି ଆମ ସରକାର ଯିଏ ଦିଲ୍ଲୀରେ ହିଁ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରି ଦେଶର ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଇ ହେଉଛନ୍ତି,  ଆମ ସରକାର ଯିଏ କି ଯୁଦ୍ଧ ସହିଦ ମାନଙ୍କ କଲ୍ୟାଣ ପାଣ୍ଠିର ଲାଭ ସେନା ବାହିନୀର ତଥା ନୌବାହିନୀ ଏବଂ ବାୟୁସେନା ପାଇଁ ନିଶ୍ଚିତ କରିଛନ୍ତି । ଇଏ ହେଉଛନ୍ତି ଆମ ସରକାର, ଯିଏ ହିଁ ଗତ 4 ଦଶନ୍ଧି ଧରି ଜେସିଓ (JCO) ଏବଂ ଅନ୍ୟାନ୍ୟ ରାଙ୍କର ପଦୋନ୍ନତି ସମ୍ବନ୍ଧରେ ରହିଥିବା ସମସ୍ୟାର ସମାଧାନ କରିଛନ୍ତି । ପୂର୍ବତନ ସୈନିକ ମାନେ ପେନସନ ସହିତ ଜଡିତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ, ଏଥିପାଇଁ ଆମେ ମଧ୍ୟ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାରକୁ ବୃଦ୍ଧି କରୁଛୁ।

ସାଥୀଗଣ,

ଯେତେବେଳେ ସେନାର ସାହସୀ ସୈନିକମାନଙ୍କ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର, ନିଜକୁ ରକ୍ଷା କରିବା ପାଇଁ ଆଧୁନିକ ଉପକରଣ ଥାଏ, ସେତେବେଳେ ସେମାନେ  ସେତିକି ସହଜରେ ଶତ୍ରୁ ସହିତ ମୁକାବିଲା କରିବାକୁ ସକ୍ଷମ ହୋଇଥାନ୍ତି । ଏପରି ସ୍ଥାନରେ ଯେଉଁଠାରେ ପାଗ ସବୁବେଳେ ଖରାପ ରହିଥାଏ, ସେଠାରେ ମଧ୍ୟ ଆଧୁନିକ ଉପକରଣ ଦ୍ବାରା ସେମାନଙ୍କୁ ବହୁତ ସାହାୟତା ମିଳିଥାଏ। ଆମ ସରକାର ପ୍ରତିରକ୍ଷା କ୍ଷେତ୍ରରେ ଯେଉଁ ଆତ୍ମନିର୍ଭର ଅଭିଯାନ ଚଲାଇଛନ୍ତି, ତାହା  ମଧ୍ୟ ଆମର ସୈନିକ ସାଥୀମାନଙ୍କୁ ବହୁତ ସାହାଯ୍ୟ କରିବ। ଆଉ ନିଶ୍ଚିତ ଭାବେ ସରକାରଙ୍କ ଏହି ସମସ୍ତ ପ୍ରୟାସ ଉତ୍ତରାଖଣ୍ଡ ପାଇଁ ଲାଭଜନକ ହେବ, ଏଠାକାର ଲୋକମାନଙ୍କୁ ମଧ୍ୟ ଲାଭ ମିଳିବ।

ଭାଇ  ଭଉଣୀମାନେ,

ଆମେ ଦଶକ ଦଶକ ଧରି ଦେବଭୂମିକୁ ଅବହେଳା ମଧ୍ୟରୁ ବାହାର କରିବା ପାଇଁ ବହୁତ ସଚ୍ଚୋଟତା ଏବଂ ଅତ୍ୟନ୍ତ ଆନ୍ତରିକତାର ସହିତ ପ୍ରୟାସ କରୁଛୁ । ଉନ୍ନତ ଭିତ୍ତିଭୂମି ନିର୍ମାଣ କରିବା ସହିତ, ନିଛାଟିଆ ଗ୍ରାମଗୁଡିକରେ ପୁନର୍ବାର ଜନସଂଖ୍ୟା ବଢିବାରେ ଲାଗିଲାଣି। କରୋନା ସମୟରେ, ମୁଁ ଏଠାରେ ଅନେକ ଯୁବକ ଏବଂ କୃଷକଙ୍କ ସହ ବହୁଥର ଆଲୋଚନା କରିଛି। ଯେତେବେଳେ ସେମାନେ କହୁଛନ୍ତି ଯେ ରାସ୍ତାଟି ତାଙ୍କ ଘରେ ପାଖକୁ ପହଞ୍ଚିଛି, ଏବେ ସେମାନେ ଘରେ ରହିବାରୁ ମୁକ୍ତ ହୋଇଛନ୍ତି, ଏହା ଶୁଣିବା ଦ୍ବାରା ମନକୁ ବହୁତ ସନ୍ତୋଷ ମିଳିଥାଏ। ନୂତନ ଭିତ୍ତିଭୂମି ସହିତ କୃଷି, ପର୍ଯ୍ୟଟନ-ତୀର୍ଥଯାତ୍ରା ଏବଂ ଶିଳ୍ପ ପାଇଁ ଯୁବକମାନଙ୍କ ନିମନ୍ତେ ଅନେକ ନୂତନ ସୁଯୋଗର ଦ୍ବାର ଉନ୍ମୁକ୍ତ ହେବାବାକୁ ଯାଉଛି।

ସାଥୀଗଣ,

ଏଠାରେ ଉତ୍ତରାଖଣ୍ଡରେ ଯୁବକମାନେ ବହୁତ ଉର୍ଜାରେ ଭରପୁର ଏକ ଉତ୍ସାହୀ ଟିମ୍ ଅଛନ୍ତି। ଆଗାମୀ କିଛି ବର୍ଷ ମଧ୍ୟରେ, ଉତ୍ତରାଖଣ୍ଡ ଏହାର ପ୍ରତିଷ୍ଠାର 25 ବର୍ଷରେ ପ୍ରବେଶ କରିବ। ଉତ୍ତରାଖଣ୍ଡକୁ ଖୁବ୍ ନିକଟ ଭବିଷ୍ୟତରେ 25 ବର୍ଷ ହେବାକୁ ଯାଉଛି। ସେତେବେଳେ ଉତ୍ତରାଖଣ୍ଡ ଯେଉଁ ଶିଖରରେ ପହଞ୍ଚିବ, ତାହା ସ୍ଥିର କରିବାରେ, ତାହା ସହିତ ଜଡିତ ହେବାର ଏହା ହେଉଛି ସମୟ, ହେଉଛି ଉପଯୁକ୍ତ ସମୟ। କେନ୍ଦ୍ରରେ ଯେଉଁ ସରକାର ଅଛନ୍ତି, ସେ ଉତ୍ତରାଖଣ୍ଡର ଏହି ନୂତନ ଟିମ୍ କୁ ସମ୍ପୂର୍ଣ୍ଣ ସହାୟତା କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ, ଏଠାକାର ଲୋକଙ୍କର ସ୍ୱପ୍ନକୁ ପୂରଣ କରିବାର ହେଉଛି ବହୁତ ବଡ଼ ଆଧାର। ବିକାଶର ଏହି ଡବଲ୍ ଇଞ୍ଜିନ୍ ଉତ୍ତରାଖଣ୍ଡକୁ ନୂତନ ଶିଖରକୁ ନେବାକୁ ଯାଉଛି। ବାବା କେଦାରଙ୍କ ଆଶୀର୍ବାଦ ସହିତ, ଆମେ ପ୍ରତ୍ୟେକ ସଂକଳ୍ପକୁ ସିଦ୍ଧି କରିବା, ଏହି କାମନା ସହିତ, ଆପଣଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା।

 ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence exports skyrocket to record Rs 38,424cr in 2025-26, 62.7 per cent rise over previous fiscal

Media Coverage

Defence exports skyrocket to record Rs 38,424cr in 2025-26, 62.7 per cent rise over previous fiscal
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights values of harmony and compassion on Good Friday
April 03, 2026

The Prime Minister, Shri Narendra Modi, said that Good Friday reminds us of the sacrifice of Jesus Christ.

Shri Modi expressed hope that the day deepens the values of harmony, compassion and forgiveness.

He said that brotherhood and hope should guide everyone.

In a X post, Shri Modi said;

“Good Friday reminds us of Jesus Christ’s sacrifice. May this day further deepen the values of harmony, compassion and forgiveness. May brotherhood and hope guide us all.”