ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟର ୮୦୦ ମେଗାୱାଟ ୟୁନିଟ ଲୋକାର୍ପଣ କରିଛନ୍ତି
ବିଭିନ୍ନ ରେଳ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି
ପିଏମ୍ - ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ତେଲେଙ୍ଗାନାରେ ନିର୍ମାଣ ହେବାକୁ ଥିବା ୨୦ ଟି କ୍ରିଟିକାଲ କେୟାର ବ୍ଲକର ଶିଳାନ୍ୟାସ
ସିଦ୍ଦିପେଟ୍ - ସିକନ୍ଦରାବାଦ - ସିଦ୍ଦିପେଟ୍ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ
"ବିଦ୍ୟୁତ୍‌ର ସୁଚାରୁ ରୂପେ ଯୋଗାଣ ରାଜ୍ୟରେ ଶିଳ୍ପର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ"
ଯେଉଁ ପ୍ରକଳ୍ପ ଗୁଡିକ ପାଇଁ ମୁଁ ଶିଳାନ୍ୟାସ କରିଥିଲି ତାହା ସମ୍ପୂର୍ଣ୍ଣ କରିବା ଆମ ସରକାରଙ୍କ କାର୍ଯ୍ୟ ସଂସ୍କୃତି
"ହାସନ-ଚେର୍ଲାପଲ୍ଲୀ ଶସ୍ତା ଏବଂ ପରିବେଶ ଅନୁକୂଳ ଉପାୟରେ ଏଲ୍‌ପିଜି ପରିବର୍ତ୍ତନ, ପରିବହନ ଏବଂ ବିତରଣର ଆଧାର ହେବ "
ଭାରତୀୟ ରେଳବାଇ ସମସ୍ତ ରେଳ ଲାଇନକୁ ଶତ ପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ନେଇ ଗତି କରୁଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ନିଜାମାବାଦ ଠାରେ ବିଦ୍ୟୁତ୍ , ରେଳ ଏବଂ ସ୍ୱାସ୍ଥ୍ୟ ସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଉତ୍ସର୍ଗ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ଏନ୍‌ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ୮୦୦ ମେଗାୱାଟ ୟୁନିଟ, ମନୋହରାବାଦ ଏବଂ ସିଦ୍ଦିପେଟକୁ ସଂଯୋଗ କରୁଥିବା ନୂତନ ରେଳ ଲାଇନ୍ ସମେତ ଅନେକ ରେଳ ପ୍ରକଳ୍ପ; ଏବଂ ଧର୍ମବାଦ - ମନୋହରାବାଦ ଏବଂ ମହବୁବନଗର - କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ - ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ସେ ସାରା ରାଜ୍ୟରେ ୨୦ଟି କ୍ରିଟିକାଲ କେୟାର ବ୍ଲକ (ସିସିବି)ର ଶିଳାନ୍ୟାସ କରିଛନ୍ତି । ଶ୍ରୀ ମୋଦୀ ସିଦ୍ଦିପେଟ୍ - ସିକନ୍ଦରାବାଦ -ସିଦ୍ଦିପେଟ୍ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

 

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଜିର ପ୍ରକଳ୍ପ ଗୁଡିକ ପାଇଁ ତେଲେଙ୍ଗାନାର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ, କୌଣସି ରାଷ୍ଟ୍ର ବା ରାଜ୍ୟର ବିକାଶ ବିଦ୍ୟୁତ ଉତ୍ପାଦନ ପାଇଁ ଏହାର ଆତ୍ମନିର୍ଭରଶୀଳ କ୍ଷମତା ଉପରେ ନିର୍ଭର କରେ , କାରଣ ଏହା ସହଜ ଜୀବନଧାରଣ ଏବଂ ଇଜ୍ ଅଫ୍ ଡୁଇଂ ବିଜନେସ (ବ୍ୟବସାୟରେ ସହଜତା) ରେ ଏକା ସହିତ ଉନ୍ନତି ଆଣିଥାଏ । ପେଡାପଲ୍ଲୀ ଜିଲ୍ଲାରେ ଏନ୍‌ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ୮୦୦ ମେଗାୱାଟ ୟୁନିଟ୍‌ର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ବିଦ୍ୟୁତ୍‌ର ସୁଚାରୁ ରୂପେ ଯୋଗାଣ ଏକ ରାଜ୍ୟରେ ଶିଳ୍ପର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ" । ଦ୍ୱିତୀୟ ୟୁନିଟ୍ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଏବଂ ଏହା ସମ୍ପୂର୍ଣ୍ଣ ହେବା ପରେ ବିଦ୍ୟୁତ୍ କେନ୍ଦ୍ରର ସ୍ଥାପନ କ୍ଷମତା ୪,୦୦୦ ମେଗାୱାଟ୍‌କୁ ବୃଦ୍ଧି ପାଇବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଦେଶର ସମସ୍ତ ଏନ୍‌ଟିପିସି ପାୱାର ପ୍ଲାଣ୍ଟ ମଧ୍ୟରୁ ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ଲାଣ୍ଟ ସବୁଠାରୁ ଅତ୍ୟାଧୁନିକ ପାୱାର ପ୍ଲାଣ୍ଟ ବୋଲି ସେ ଖୁସି ବ୍ୟକ୍ତ କରିଥିଲେ । ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରବୃତ୍ତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଏହି ପାୱାର ପ୍ଲାଣ୍ଟରେ ଉତ୍ପାଦିତ ବିଦ୍ୟୁତର ଏକ ବଡ଼ ଅଂଶ ତେଲେଙ୍ଗାନାର ଲୋକ ମାନଙ୍କ ପାଖକୁ ଯିବ" । ୨୦୧୬ ରେ ଏହି ପ୍ରକଳ୍ପର ଶିଳାନ୍ୟାସ ସମ୍ପର୍କରେ ସେ ମନେ ପକାଇଥିଲେ ଏବଂ ଆଜି ଏହାକୁ ଉଦ୍‌ଘାଟନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହା ଆମ ସରକାରଙ୍କ ନୂତନ କାର୍ଯ୍ୟ ସଂସ୍କୃତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ତେଲେଙ୍ଗାନାର ବିଦ୍ୟୁତ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ନିକଟରେ ହାସନ - ଚେର୍ଲାପଲ୍ଲୀ ପାଇପଲାଇନ୍ ଲୋକାର୍ପଣ କରିବା କଥା ସେ ମନେ ପକାଇଥିଲେ । ଏହି ପାଇପଲାଇନ୍ ଶସ୍ତା ଏବଂ ପରିବେଶ ଅନୁକୂଳ ଉପାୟରେ ଏଲପିଜି ପରିବର୍ତ୍ତନ, ପରିବହନ ଏବଂ ବିତରଣର ଆଧାର ହେବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।

 

ଧର୍ମାବାଦ - ମନୋହରାବାଦ ଏବଂ ମହବୁବନଗର - କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତିକରଣ ପ୍ରକଳ୍ପ ଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଦ୍ୱାରା ରାଜ୍ୟରେ ଯୋଗାଯୋଗ ବୃଦ୍ଧି ହେବା ସହ ଦୁଇଟି ଟ୍ରେନର ହାରାହାରି ବେଗ ବୃଦ୍ଧି ପାଇବ । ଭାରତୀୟ ରେଳବାଇ ସମସ୍ତ ରେଳ ଲାଇନ୍‌କୁ ଶତ ପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ନେଇ ଗତି କରୁଛି ବୋଲି ସେ କହିଛନ୍ତି । ମନୋହରାବାଦ ଏବଂ ସିଦ୍ଦିପେଟ ମଧ୍ୟରେ ନୂତନ ରେଳ ସଂଯୋଗ ବ୍ୟବସାୟ ଏବଂ ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ୨୦୧୬ ରେ ଏହି ପ୍ରକଳ୍ପର ଶିଳାନ୍ୟାସକୁ ମନେ ପକାଇଥିଲେ ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ମନେ ପକାଇଥିଲେ ଯେ, ସ୍ୱାସ୍ଥ୍ୟ ସେବା କିପରି ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ କ୍ଷେତ୍ର ଥିଲା । ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ପାଖରେ ଉପଲବ୍ଧ କରିବା ପାଇଁ ତଥା ସୁଲଭ କରିବା ନିମନ୍ତେ ନିଆ ଯାଇଥିବା ଅନେକ ପଦକ୍ଷେପ ସମ୍ପର୍କରେ ଶ୍ରୀ ମୋଦୀ ସୂଚନା ଦେଇଥିଲେ । ମେଡିକାଲ କଲେଜ ଓ ଏମ୍ସ ଗୁଡିକର ସଂଖ୍ୟା ବଢ଼ୁଥିବା ନେଇ ସେ ଆଲୋଚନା କରିଥିଲେ, ଯହା ମଧ୍ୟରେ ବିବିନଗରରେ ଥିବା ଏକ ଏମ୍ସ ବିଷୟରେ ସେ କହିଥିଲେ । ଏହା ସହିତ ଡାକ୍ତର ମାନଙ୍କ ସଂଖ୍ୟା ବୃଦ୍ଧି କରିବା ଦିଗରେ ମଧ୍ୟ କାର୍ଯ୍ୟ କରାଯାଉଛି ।

 

ପ୍ରଧାନମନ୍ତ୍ରୀ ପିଏମ୍ ଆୟୁଷ୍ମାନ ଭାରତ ଭିତ୍ତିଭୂମି ମିଶନ ବିଷୟରେ ସୂଚନା ଦେଇଥିଲେ, ଯାହା ଅଧୀନରେ ପ୍ରତ୍ୟେକ ଜିଲ୍ଲାରେ ଗୁଣାତ୍ମକ ଭିତ୍ତିଭୂମି ସୁନିଶ୍ଚିତ କରାଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହି ମିଶନ ଅଧୀନରେ ଆଜି ତେଲେଙ୍ଗାନା ଠାରେ ୨୦ଟି କ୍ରିଟିକାଲ କେୟାର ବ୍ଲକର ଶିଳାନ୍ୟାସ କରାଯାଇଛି । ବ୍ଲକ୍ ଗୁଡିକ ଏପରି ଭାବରେ ନିର୍ମାଣ କରାଯିବ ଯେପରି ସେଠାରେ ଉତ୍ସର୍ଗୀକୃତ ଆଇସୋଲେସନ ୱାର୍ଡ, ଅକ୍ସିଜେନ ଯୋଗାଣ ଏବଂ ସଂକ୍ରମଣ ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିବ ବୋଲି ସେ ସୂଚନା ଦେଇଛନ୍ତି । 

\"ତେଲେଙ୍ଗାନାରେ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଇଁ ୫୦ ରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ସାରିଛି\" ବୋଲି ସେ କହିଥିଲେ । କରୋନା ମହାମାରୀ ସମୟରେ ତେଲେଙ୍ଗାନାରେ ୫୦ଟି ବୃହତ୍ ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରା ଯାଇଥିଲା ଯାହା ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ବିଦ୍ୟୁତ୍‌, ରେଳ ବାଇ ଏବଂ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆଜିର ପ୍ରକଳ୍ପ ଗୁଡିକ ପାଇଁ ସେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇ ବକ୍ତବ୍ୟ ଶେଷ କରିଥିଲେ ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ । 

ପୃଷ୍ଠଭୂମି

ଦେଶରେ ଉନ୍ନତ ଶକ୍ତି ଦକ୍ଷତା ସହିତ ବିଦ୍ୟୁତ ଉତ୍ପାଦନ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଏନ୍‌ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ପ୍ରଥମ ୮୦୦ ମେଗାୱାଟ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା । ଏହା ତେଲେଙ୍ଗାନାକୁ ଶସ୍ତାରେ ବିଜୁଳି ଯୋଗାଇବା ସହ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ । ଏହା ଦେଶର ସବୁଠାରୁ ପରିବେଶ ଅନୁକୂଳ ପାୱାର ଷ୍ଟେସନ ମଧ୍ୟରୁ ଅନ୍ୟତମ ହେବ ।

 

ପ୍ରଧାନମନ୍ତ୍ରୀ ମନୋହରାବାଦ ଏବଂ ସିଦ୍ଦିପେଟକୁ ସଂଯୋଗ କରୁଥିବା ନୂତନ ରେଳ ଲାଇନ ସମେତ ରେଳ ପ୍ରକଳ୍ପ ଗୁଡିକୁ ଏବଂ ଧର୍ମାବାଦ - ମନୋହରାବାଦ ଏବଂ ମହବୁବନଗର - କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଗୁଡଇକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ପରେ ତେଲେଙ୍ଗାନାର ରେଳ ଭିତ୍ତିଭୂମିକୁ ପ୍ରୋତ୍ସାହନ ମିଳିଛି । ୭୬ କିଲୋମିଟର ଦୀର୍ଘ ମନୋହରାବାଦ - ସିଦ୍ଦିପେଟ ରେଳ ଲାଇନ୍ ଏହି ଅଞ୍ଚଳର , ବିଶେଷ କରି ମେଡକ ଏବଂ ସିଦ୍ଦିପେଟ ଜିଲ୍ଲାରେ ସାମାଜିକ - ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ । 

ଧର୍ମାବାଦ - ମନୋହରାବାଦ ଏବଂ ମହବୁବନଗର - କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଟ୍ରେନର ହାରାହାରି ବେଗରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଏହି ଅଞ୍ଚଳରେ ପରିବେଶ ଅନୁକୂଳ ରେଳ ପରିବହନ କୁ ଆଗେଇ ନେବ । ପ୍ରଧାନମନ୍ତ୍ରୀ ସିଦ୍ଦିପେଟ୍ - ସିକନ୍ଦରାବାଦ - ସିଦ୍ଦିପେଟ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ଦ୍ୱାରା ଏହି ଅଞ୍ଚଳର ସ୍ଥାନୀୟ ରେଳ ଯାତ୍ରୀମାନେ ଉପକୃତ ହେଉଛନ୍ତି ।

ତେଲେଙ୍ଗାନାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବୃଦ୍ଧି ନିମନ୍ତେ ପ୍ରୟାସ ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ପିଏମ୍ - ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ସାରା ରାଜ୍ୟରେ ୨୦ଟି କ୍ରିଟିକାଲ କେୟାର ବ୍ଲକ (ସିସିବି)ର ଶିଳାନ୍ୟାସ କରିଛନ୍ତି । ଆଦିଲାବାଦ, ଭଦ୍ରାଦ୍ରି କୋଥାଗୁଡେମ, ଜୟଶଙ୍କର ଭୁପାଲପଲ୍ଲୀ, ଜୋଗୁଲାମ୍ବା ଗଡ଼ୱାଲ, ହାଇଦ୍ରାବାଦ, ଖମ୍ମାମ, କୁମୁରମ୍ ଭୀମ ଆସିଫାବାଦ, ମଞ୍ଚେରିଆଲ, ମହବୁବନଗର (ବଡ଼େପାଲ୍ଲୀ), ମୁଲୁଗୁ, ନାଗରକୁର୍ଣ୍ଣୁଲ, ନାଲଗୋଣ୍ଡା, ନାରାୟଣପେଟ, ନିର୍ମଳ, ରାଜନ୍ନା ସିରସିଲା, ରଙ୍ଗାରେଡ୍ଡୀ (ମହେଶ୍ୱରମ୍‌), ସୂର୍ଯ୍ୟପେଟ, ପେଡାପଲ୍ଲୀ, ଭିକାରବାଦ ଏବଂ ୱାରାଙ୍ଗଲ (ନରସମପେଟ) ଜିଲ୍ଲାରେ ଏହି ସିସିବି ନିର୍ମାଣ କରାଯିବ । ଏହି ସିସିବି ଗୁଡ଼ିକ ସମଗ୍ର ତେଲେଙ୍ଗାନାରେ ଜିଲ୍ଲାସ୍ତରୀୟ କ୍ରିଟିକାଲ କେୟାର ଭିତ୍ତିଭୂମିର ଅଭିବୃଦ୍ଧି କରିବ ଏବଂ ରାଜ୍ୟର ଲୋକମାନେ ଉପକୃତ ହେବେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tractor sales cross 10 lakh mark in FY26 on strong rural demand, GST cut

Media Coverage

Tractor sales cross 10 lakh mark in FY26 on strong rural demand, GST cut
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 12, 2026
April 12, 2026

Trust, Technology & Transformation: How India is Building a Viksit Bharat Under PM Modi